• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

vote
ଆଜି ପାଳିତ ହେଉଛି ଜାତୀୟ ଭୋଟର ଦିବସ

ବାଲେଶ୍ୱର : ମୋ ଭୋଟ୍, ମୋ ଅଧିକାର । ନିର୍ବାଚନରେ ଯେପରି କୌଣସି ଭୋଟର ମତଦାନରୁ ବାଦ୍ ଯିବେ ନାହିଁ, ସେ ଦିଗରେ ସଚେତନତା ପାଇଁ ଆଜି ସାରା ଦେଶରେ ପାଳିତ ହେଉଛି ଜାତୀୟ ଭୋଟର ଦିବସ। ଭୋଟର ମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯାଉଛି। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ସିନେମା ଛକ ଠାରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। […]

  • Friday, 16 July 2021
cm at puri
ପୁରୀରେ ‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଆଜି ପୁରୀରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଜି ପୁରୀ ମାଳତିପାଟପୁର ନିକଟ ରାହାଙ୍ଗିରିଆ ଠାରେ ଆୟୋଜିତ ଚାଷୀ ମହାସମାବେଶରେ ନବୀନ ଯୋଜନାର ଶୁଭାରମ୍ଭ କରି ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍‌ଫର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମାଳତୀପାଟପୁରରେ ଆୟୋଜିତ ଏହି ଚାଷୀ ମହାସମାବେଶରେ ରାଜ୍ୟର ୩୧୪ ବ୍ଲକ୍‌ରୁ ଲକ୍ଷାଧିକ ଚାଷୀ ଯୋଗଦେଇଛନ୍ତି। କାଳିଆ […]

  • Friday, 16 July 2021
kdp
ଆସନ୍ତାକାଲି କେନ୍ଦ୍ରାପଡ଼ାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

କେନ୍ଦ୍ରାପଡ଼ା :  ଆସନ୍ତାକାଲି କେନ୍ଦ୍ରାପଡ଼ା ମ୍ୟୁନିସ୍‌ପାଲିଟିର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି ଏଡିଏମ୍। ସ୍ଥିତି ନିୟନ୍ତ୍ରଣାଧିନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ସରକାରୀ ହାଇସ୍କୁଲ ପଡ଼ିଆରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ସେପଟେ ଏହି ଘଟଣା ପ୍ରତିବାଦରେ ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। ଉଲ୍ଲେଖନୀୟ ଯେ,ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ […]

  • Friday, 16 July 2021
fog
ଉପକୂଳରେ ଅଜବ କୁହୁଡ଼ିର ଗଜବ ରୂପ

ପାରାଦୀପ : ଉପକୂଳରେ ଅଜବ କୁହୁଡ଼ିର ଗଜବ ରୂପ। ସମୁଦ୍ର ପଟୁ ହଠାତ୍ ମାଡ଼ି ଆସୁଛି କୁହୁଡ଼ି। କେଉଁଠି ସକାଳେ ତ ଆଉ କେଉଁଠି ସଂଜ ନଇଁବା ପୂର୍ବରୁ ଛାଇଯାଉଛି ଘନକୁହୁଡିର ଚାଦର। ପୁରୀ ଏବଂ କୋଣାର୍କ ପରେ ଆଜି ପାରାଦୀପରେ ଦେଖିବାକୁ ମିଳିଛି କୁହୁଡ଼ିର ଅଜବ ରୂପ। ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ହଠାତ୍ କୁହୁଡ଼ି ମାଡ଼ି ଆସିଥିଲା ସହର ଭିତରକୁ। ଫଳରେ ଚାରିଆଡ଼େ କମିଯାଇଥିଲା ଆଲୁଅର ପ୍ରଭାବ। ଅପରାହ୍ନରେ ନିଜ ନିଜର ଯାନବାହନରେ […]

  • Friday, 16 July 2021
arvind
ଓଡିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ

ଭୁବନେଶ୍ୱର : ଓଡିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ଆସନ୍ତା ୩୧ରେ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଅନୁଷ୍ଠିତ ଏକ ସମାବେଶରେ ସେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। କେଜରିଓ୍ୱାଲଙ୍କ ସହ ଅନ୍ୟ ଜାତୀୟ ଦଳର କିଛି ନେତା ଏହି ସମାବେଶରେ ଯୋଗ ଦେବେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସାମାଜିକ ନ୍ୟାୟ ଅଭିଯାନର ଆବାହାକ ଦେବୀ ପ୍ରସାଦ ପୃଷ୍ଟି।

  • Friday, 16 July 2021
cuttack
ନେତାଜୀଙ୍କ ୧୨୨ତମ ଜୟନ୍ତୀ ପାଳିତ

କଟକ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ପାଳିତ ହୋଇଛି।  ଏହି ଅବସରରେ କଟକର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭୋର୍ ସାଢ଼େ ଚାରିଟାରେ ରାମଧୂନ୍ ବାଜିବା ପରେ ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା। ସଂଗ୍ରହାଳୟରେ ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନେତାଜୀଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ସାମଗ୍ରୀ ଦେଖିବାକୁ ସଂଗ୍ରହାଳୟରେ ବେଶ ଭିଡ଼ ଜମିଥିଲା। ଦିନ ୧୦ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପହଞ୍ଚି ନେତାଜୀଙ୍କ […]

  • Friday, 16 July 2021
c1
ଦକ୍ଷତା ବିକାଶ ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ୍‌ ଉଦ୍‌ଘାଟିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଥିବା ଦକ୍ଷତା ବିକାଶ ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ୍‌ ଉଦ୍‌ଘାଟିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କ୍ୟାମ୍ପସ୍‌କୁ ଗତକାଲି ଉଦ୍‌ଘାଟନ କରିଛନ୍ତି। ଜଟଣୀର ତରାବୋଇଠାରେ ୪୭ ଏକର ପରିମିତ ସ୍ଥାନରେ ଏହି କ୍ୟାମ୍ପସ୍‌ ପ୍ରତିଷ୍ଠା ହୋଇଛି। ଆସନ୍ତା ୧୦ ବର୍ଷ ମଧ୍ୟରେ ୫୦ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ସେଠାରେ ତାଲିମ୍‌ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଗତ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାର […]

  • Friday, 16 July 2021
shark-fish
ଆନ୍ଧ୍ର ଟ୍ରଲରରୁ ବିରଳ ସାର୍କ ମାଛ ଉଦ୍ଧାର ଘଟଣାରେ ତନାଘନା ଆରମ୍ଭ

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏକ ଟ୍ରଲରରୁ ଜବତ ବିରଳ ପ୍ରଜାତିର ସାର୍କ ମାଛକୁ ନେଇ ତନାଘନା ଆରମ୍ଭ ହୋଇଛି। ଏହି ମାଛକୁ ରପ୍ତାନୀ କରିବା ପଛରେ କ’ଣ କାରଣ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପାରାଦୀପରେ ଥିବା ତଟରକ୍ଷୀବାହିନୀ DIG ରାଜେଶ ମାକଓ୍ୱାନା କହିଛନ୍ତି। ଗତକାଲି ଗହୀରମଥା ଅଭୟାରଣ୍ୟରେ ତଟରକ୍ଷୀବାହିନୀ ପକ୍ଷରୁ ପାଟ୍ରୋଲିଂ ବେଳେ ଆନ୍ଧ୍ରପ୍ରଦେଶର ଏକ ଟ୍ରଲରକୁ ଜବତ କରାଯାଇଥିଲା।  ଟ୍ରଲର ତନଖି ବେଳେ ସେଥିରୁ ୧୭୫ଟି ବିରଳ ସାର୍କ ଜାତୀୟ […]

  • Friday, 16 July 2021
it
ବିଜୁ ଛାତ୍ର ଜନତା ଦଳର ଆଇଟି କନ୍‌କ୍ଲେଭ୍

ଭୁବନେଶ୍ୱର : ବିଜୁ ଛାତ୍ର ଜନତା ଦଳର ଆଇଟି କନ୍‌କ୍ଲେଭ୍। ବିଜେଡି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ହୋଇଛି କାର୍ଯ୍ୟକ୍ରମ। ସୋଶାଲ୍ ମିଡିଆ ସାହାଯ୍ୟରେ ସରକାରୀ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଏହି ବୈଠକରେ ଗୁରୁତ୍ୱ ଦିଆଯିବ। ମୁଖ୍ୟତଃ ଆସନ୍ତା ସାଧାରଣ ନିର୍ବାଚନରେ ୫ ଲକ୍ଷ ନୂତନ ଭୋଟରଙ୍କୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କନ୍‌କ୍ଲେଭରେ ‘ସେଲଫି ୱିଥ୍ ସିଏମ୍’, ‘ମୋ ନବୀନ ମୋ ଘରେ’ କ୍ୟାମ୍ପେନ୍ ଆରମ୍ଭ କରାଯାଇଛି। ଯୁବ, […]

  • Friday, 16 July 2021
kendraparA
କେନ୍ଦ୍ରାପଡ଼ା ସହରରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହରରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା। ସହରର ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଦେଖାଦେଇଥିଲା। ଏନେଇ ଖବର ପାଇବା ପରେ ସଭାସ୍ଥଳରେ ପୁଲିସ ଛାଉଣୀ ହେବାସହ ସହରରେ ଆସନ୍ତାକାଲି ଯାଏ ୧୪୪ ଧାରା ଜାରି କରାଯାଇଛି। ସହରରେ ୬ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁଲିସ ସହରରେ ଫ୍ଲାଗ ମାର୍ଚ୍ଚ କରୁଛି। ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ କରି ପରିସ୍ଥିତିକୁ ନିୟନ୍ତ୍ରଣ […]

  • Friday, 16 July 2021
thana
ବେଗୁନିଆ ଥାନା ଭିତରେ ପଶି ଲୋକେ କଲେ ଭଙ୍ଗାରୁଜା

ଖୋର୍ଦ୍ଧା : ଖୋର୍ଦ୍ଧା ବେଗୁନିଆ ଥାନା ଭିତରେ ପଶି ଭଂଗାରୁଜା। ବିଧାୟକଙ୍କ ଗିରଫ ଦାବି କରି ଭଂଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ। ଜଣେ ପୂର୍ବତନ ସରପଞ୍ଚଙ୍କୁ ବିଧାୟକଙ୍କ ଧମକ ଅଭିଯୋଗ ଥିଲା। ଥାନାରେ ବାରମ୍ବାର ଅଭିଯୋଗ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନଥିଲା। ତେଣୁ ବିଧାୟକଙ୍କୁ ଗିରଫ ଦାବିରେ ଆଜି ଥାନା ଘେରାଉ କରିଥିଲେ ଲୋକେ। ଘେରାଉ ବେଳେ ଥାନା ଭିତରେ ପଶି ଲୋକେ ଭଂଗାରୁଜା କରିଛନ୍ତି।    

  • Friday, 16 July 2021
raly
ଚାଷୀଙ୍କ ପେନ୍‌ସନ୍ ଦାବିରେ ରାଲି

ଭୁବନେଶ୍ୱର : ଚାଷୀଙ୍କ ପ୍ରାଇସ୍, ପେଷ୍ଟିଜ୍, ପେନ୍‌ସନ୍ ଦାବିରେ ଗର୍ଜିଲେ ନବନିର୍ମାଣ ଯୁବ ଛାତ୍ର ସଂଗଠନ। ଦୀର୍ଘ ସମୟ ଧରି ଚାଷୀଙ୍କ ହକ୍ ପାଇଁ ଦାବି କରି ଆସୁଥିଲେ ବି ରାଜ୍ୟ ସରକାର ଏନେଇ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଏନେଇ ଆଜି ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ନବୀନ ନିବାସ ଘେରାଉ ପାଇଁ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ସହିଦନଗର ନିକଟରେ ତାଙ୍କୁ ଅଟକାଇଥିଲେ ପୁଲିସ। ହେଲେ ଏହି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ […]

  • Friday, 16 July 2021
kk
ନିର୍ମାଣାଧୀନ ବ୍ରିଜ୍‌ରୁ ଲୁହା ରଡ ଖସି ଜଣେ ଆହତ

ସମ୍ବଲପୁର : ସମ୍ବଲପୁରରେ ଅଘଟଣ। ସହରର ମହିଳା ଥାନା ସମ୍ମୁଖ ନିର୍ମାଣାଧୀନ ବ୍ରିଜ୍‌ରୁ ଲୁହା ରଡ୍‌ ଖସି ଆହତ ହୋଇଛନ୍ତି ଯୁବକ। ରାସ୍ତାରେ ଯାଉଥିବା ବେଳେ ଅଚାନକ ଏହି ଘଟଣା ଘଟିଛି। ଆହତ ଯୁବକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତ ଯୁବକ ଜଣକ ଅଇଁଠାପାଲି ଅଞ୍ଚଳର ଅତୁଲ ଦାସ ବୋଲି ଜଣାପଡ଼ିଛି। ଗତ କିଛି ଦିନ ତଳେ ବ୍ରିଜ୍‌ରୁ ଅତଡ଼ା ଖସି ଜଣେ ବ୍ୟକ୍ତି ଆହତ ହୋଇଥିଲେ। ସଂପୃକ୍ତ ବ୍ରିଜ୍‌ର କାମ ପଣ୍ଡା ଇ‌ନ୍‌ଫ୍ରା ପକ୍ଷରୁ କରାଯାଉଥିଲା। […]

  • Friday, 16 July 2021
aa
ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ଭବାନୀପାଟଣା/ଢେଙ୍କାନାଳ: ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରତନପୁର ଛକରେ ଟ୍ରକ୍‌କୁ କାର୍‌ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ବାଇକ୍‌କୁ ହାଇୱା ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ୭ଜଣ ବ୍ୟକ୍ତି ବିବାହ ଭୋଜିରେ ଯୋଗଦେବାକୁ ଭବାନୀପାଟଣାରୁ କାର୍‌ ଯୋଗେ ଭଞ୍ଜନଗର ଯାଉଥିଲେ। ସେହି ସମୟରେ ରତନପୁର ଛକ ନିକଟରେ ଛିଡ଼ା ହୋଇଥିବା ଏକ […]

  • Friday, 16 July 2021
dharmendra
କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ଭୁବନେଶ୍ୱର / ନୂଆଦିଲ୍ଲୀ : କୋଷ୍ଟାଲ ହାଇୱେ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ। ଦୀଘା-ଗୋପାଳପୁର କୋଷ୍ଟାଲ ହାଇୱେକୁ ରାଜ୍ୟ ସରକାର ବିରୋଧ କରୁଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। ଗୋଟିଏ ପଟେ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପାଇଁ ଦାବି କରୁଥିବାବେଳେ ଅନ୍ୟପଟେ ରାଜ୍ୟରେ ୯ ହଜାର କୋଟିର ଉପକୂଳ ରାଜପଥ ପ୍ରକଳ୍ପକୁ କରାଇ ନଦେବାକୁ ଷଡଯନ୍ତ୍ର ହେଉଥିବା ସେ କହିଛନ୍ତି। ସେପଟେ ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛି ବିଜେଡି। ମନ୍ତ୍ରୀ ପ୍ରତାପ […]

  • Friday, 16 July 2021
jogesh resign
ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂହ

ଭୁବନେଶ୍ୱର : ସୁନ୍ଦରଗଡ଼ ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂ। ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ଆଜି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଯୋଗେଶ। ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଯୋଗେଶଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିଥିଲା। ଏହା ପରେ ବିଧାୟକ ପଦ ଛାଡ଼ିବାକୁ ବି ଘୋଷଣା କରିଥିଲେ ଯୋଗେଶ। ଯୋଗେଶଙ୍କ ପୂର୍ବରୁ ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ।  

  • Friday, 16 July 2021
couple
ଇଡି କରିବ ତଦନ୍ତ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍‌ସ ଜାଲରେ ଛନ୍ଦି ହୋଇଥିବା ଓପେପା ଅଧିକାରୀ ଓ ତହସିଲଦାରଙ୍କ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଓପେପା ଅଧିକାରୀ ନଳିନୀ ପୃଷ୍ଟି ଓ ତହସିଲଦାର ବିଜୟ କେତନ ସାହୁଙ୍କ ନାଁରେ ୭କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା ରହିଛି। ଉଭୟ ଅଭିଯୁକ୍ତ ଅଧିକାରୀ ସ୍ୱାମୀ-ସ୍ତ୍ରୀ। ମନି ଲଣ୍ଡରିଂ ଆକ୍ଟ ବଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ତଦନ୍ତ କରିବ ବୋଲି ସୂଚନା ମିଳିଛି। […]

  • Friday, 16 July 2021
niranjan
ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଉଦ୍ୟମ ଅଭିଯୋଗ

ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଅପକୌଶଳ ଅବଲମ୍ବନ କରୁଥିବା ଅଭିଯୋଗ। ସରକାରଙ୍କ ବିରୋଧରେ ଏହିଭଳି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରାହୁଲଙ୍କ ଓଡ଼ିଶା ଗସ୍ତ ଦିନ ପୁରୀରେ ସରକାରୀ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବସ୍‌ଗୁଡ଼ିକୁ ପୁରୀ ଅଭିମୁଖେ ପଠାଇବା ପାଇଁ ଆର୍‌ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନିରଞ୍ଜନ କହିଛନ୍ତି। କେବଳ ସେତିକି ନୁହେଁ, ଯେଉଁ ଚାରି ଚକିଆ […]

  • Friday, 16 July 2021
a1
ଏନ୍‌କାଉଣ୍ଟରରେ ୩ ମାଓବାଦୀ ନିହତ

ଭୁବନେଶ୍ୱର: ଓଡ଼ିଶା ସୀମାନ୍ତରେ ଥିବା ଝାଡ଼ଖଣ୍ଡର ଗୁମ୍‌ଲା ଜଙ୍ଗଲରେ ଏନ୍‌କାଉଣ୍ଟର୍‌। ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ଦୁଇଟି ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।  ମାଓବାଦୀମାନେ ସକ୍ରିୟ ଥିବା ଖବର ପାଇ ଝାଡ଼ଖଣ୍ଡ ପୁଲିସ୍‌ ଓ ୨୦୯ କୋବ୍ରା ବାଟାଲିଅନ୍‌ ପକ୍ଷରୁ ମିଳିତ ଅପରେସନ୍‌ କରାଯାଇଥିଲା। ପୂର୍ବରୁ ଜାନୁଆରୀ ମାସରେ ଏନ୍‌କାଉଣ୍ଟରରେ ୫ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କଠାରୁ ୫ଟି ପିସ୍ତଲ ସହ ଗୋଟିଏ ଏକେ-୪୭ ଜବତ […]

  • Friday, 16 July 2021
rape2
ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଭାଇ ସହ ତୁରେଇ ଗାଁରୁ ମକର ମେଳା ଦେଖି ଫେରୁଥିବାବେଳେ ଉଠାଇ ନେଇ ୪ ଯୁବକ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ମହୁଲପାଲି ଥାନାରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଜଣକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ତେବେ ପୀଡ଼ିତା ଜଣକ ଦୁଷ୍କର୍ମକାରୀଙ୍କୁ ଚିହ୍ନିନଥିବା କହିଛନ୍ତି।  

  • Friday, 16 July 2021
pollice officer
ସାଇବର କ୍ରାଇମ୍‌ ରୋକିବାକୁ ଅତ୍ୟାଧୁନିକ ଟେକ୍ନୋଲୋଜି ଉପରେ ଗୁରୁତ୍ୱ

ଭୁବନେଶ୍ୱର : କାୟା ବିସ୍ତାର କରୁଛି ସାଇବର କ୍ରାଇମ୍। ବଡ଼ ବଡ଼ ଆର୍ଥିକ ସଂସ୍ଥା ଓ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗର ତଥ୍ୟ ହ୍ୟାକ୍ କରୁଥିବା ସାଇବର ଟେରରିଷ୍ଟଙ୍କୁ ମୁକାବିଲା କରିବାକୁ ଅତ୍ୟାଧୁନିକ ଟେକ୍ନୋଲୋଜିର ଉପଯୋଗ ଉପରେ ଆଇପିଏସ୍ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଆର୍ଥିକ ପ୍ରତିଷ୍ଠାନ ସହ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଓ ପରିବହନ ବିଭାଗର ତଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଆଇପିଏସ୍‌ ସମ୍ମିଳନୀରେ ଗୋଆ ଡିଜିପି ଦେଇଛନ୍ତି ପରାମର୍ଶ। ୨୦୧୬ ମସିହାରେ ଜାତୀୟ ସ୍ତରରେ ୧୨ […]

  • Friday, 16 July 2021
pradipt
ବ୍ରହ୍ମବିଭ୍ରାଟ ପ୍ରସଙ୍ଗ; ଜଣେ ସେବକ ଦୋଷ ମାନିଥିବା କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ : ଗତ ନଭେମ୍ବର ୧୪ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଜଣେ ସେବକ ଦୋଷ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ପ୍ରସଙ୍ଗରେ ଅନ୍ୟ ୯ଜଣଙ୍କ ଉତ୍ତର ସନ୍ତୋଷଜନକ ନଥିବାରୁ ସେମାନଙ୍କୁ ପୁଣି ଥରେ ନୋଟିସ୍‌ କରିଛି ଶ୍ରୀମନ୍ଦିର ପ୍ରଶାସନ। ୧୫ ଦିନ ଭିତରେ ପକ୍ଷ ରଖିବାକୁ କୁହାଯାଇଛି। ତେବେ ଗତ ଡିସେମ୍ବର ୨୮ତାରିଖ ନୀତି ବିଭ୍ରାଟ, ମହାପ୍ରଭୁଙ୍କ ଦ୍ୱାରାଫିଟା ବିଳମ୍ବ ସହ ନୀତିକାନ୍ତି ବିଳମ୍ବ ଓ ମହାପ୍ରଭୁ ୧୪ଘଣ୍ଟା ଅଖିଆ ଅପିଆ ରହିବା […]

  • Friday, 16 July 2021
accident
ମିନି ବସ୍ ଓଲଟି ୧୫ରୁ ଅଧିକ ଯାତ୍ରୀ ଆହତ

ଗଞ୍ଜାମ  : ମିନି ବସ୍ ଓଲଟି ୧୫ରୁ ଅଧିକ ଆହତ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍‌ ଛକରେ ଘଟିଛି ଏହି ଘଟଣା। କବିସୂର୍ଯ୍ୟନଗରରୁ କୋଦଳାକୁ ଯାଉଥିବା ବାଲୁଙ୍କେଶ୍ୱର ବସ୍ ଆଜି ସକାଳେ ଦୁର୍ଘଟଣାର ଶିକାର ହୋଇଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇ ବସ୍‌ଟିକୁ ଡିଭାଇଡର୍ ଉପରେ ଚଢ଼ାଇ ଦେଇଥିଲେ। ଫଳରେ ବସ୍‌ଟି ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଗାଡ଼ି ଭିତରୁ ଆହତ ଯାତ୍ରୀଙ୍କୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରାସ୍ତା ମଝିରେ […]

  • Friday, 16 July 2021
binika
ପୂର୍ବ ଶତ୍ରୁତାରୁ ତଣ୍ଟି କାଟି ହତ୍ୟା ଉଦ୍ୟମ

ସୁବର୍ଣ୍ଣପୁର : ପୂର୍ବ ଶତ୍ରୁତାରୁ ତଣ୍ଟି କାଟି ହତ୍ୟା ଉଦ୍ୟମ। ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାଲିପଡ଼ାରେ ଘଟିଛି ଏହି ଘଟଣା। ଆହତ ଜଣକ ହେଲେ ରାଜକୁମାର ନାଗ। ଘର ପାଖ ରମେଶ ଭୋଇ ଓ ତାଙ୍କ ପୁଅ ଆକାଶ, ରାଜକୁମାରଙ୍କ ଘରକୁ ଆସି ତାଙ୍କ ତଣ୍ଟି କାଟି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ରାଜ କୁମାରଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ଝିଅ ନିନା ନାଗ ମଧ୍ୟ ଆହତ ହୋଇଛନ୍ତି। ତେବେ […]

  • Friday, 16 July 2021
kalinga nagar
କଳିଙ୍ଗନଗର ଥାନା ଅଞ୍ଚଳରେ ନାବାଳିକା ହେଲେ ମାଆ

ଯାଜପୁର  : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଜଣେ ନାବାଳିକା ମାତୃତ୍ୱ ଲାଭ କରିଥିବା ଜଣାପଡ଼ିଛି। ଘଟଣା ପରେ ଉଭୟ ନବଜାତ ଶିଶୁ କନ୍ୟା ଓ ମାଆକୁ ଯାଜପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଗତ କିଛି ମାସ ତଳେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କଳିଙ୍ଗନଗର ଥାନାରେ ଏତଲା ହୋଇଥିଲା। ତେବେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ବର୍ତ୍ତମାନ ନାବାଳିକା ଜଣକ ମାଆ ହେବାପରେ ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ଜୋରଦାର ପ୍ରୟାସ ଚଳାଇଛି। ଏହା ସହ […]

  • Friday, 16 July 2021