• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

web
ରାଜ୍ୟ ବିଜେପି ଇସ୍ତାହାର କମିଟିର ୨ୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱରରେ ରାଜ୍ୟ ବିଜେପି ଇସ୍ତାହାର କମିଟିର ୨ୟ ବୈଠକ ଅନୁଷ୍ଠିତ ହୋଇଛି। ଲୋକଙ୍କ ମତାମତ ସଂଗ୍ରହ ପାଇଁ ଏକ ଇସ୍ତାହାର ୱେବ୍‌ସାଇଟ୍ ଉନ୍ମୋଚିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଇସ୍ତାହାର କମିଟି ମୁଖ୍ୟ ବିଶ୍ୱଭୂଷଣ ହରିଚନ୍ଦନ।  ଇସ୍ତାହାରରେ କୃଷି ଓ କୃଷକ, ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିସହ ସମବାୟ ଓ ଜଳସେଚନ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଛୋଟ ଛୋଟ ଡ୍ୟାମ୍‌ ଗଢି ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ କରାଯିବ ବୋଲି […]

  • Friday, 16 July 2021
naveen
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଂଜାମ ଗସ୍ତ

ବ୍ରହ୍ମପୁର  :  ବିଜେଡି ଫୋକସରେ ଗଂଜାମ। ଆଜି ବ୍ରହ୍ମପୁର ସ୍ଥିତ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପଡିଆରେ ଅନୁଷ୍ଠିତ ଚାଷୀ ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଗଂଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୦୧୧ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏହାସହ କାଳିଆ ଯୋଜନାରେ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା […]

  • Friday, 16 July 2021
deadbody-in-shoulder
ମିଳିଲାନି ଆମ୍ବୁଲାନ୍ସ ; କାନ୍ଧରେ ବୁହାହେଲା ଯୁବକଙ୍କ ମୃତଦେହ

ମାଲକାନଗିରି  : ଆମ୍ବୁଲାନ୍ସ ନମିଳିବାରୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ କାନ୍ଧରେ ବୁହା ହୋଇଛି ମୃତଦେହ। ଚିତ୍ରକୋଣ୍ଡା ସିଏଚ୍‌ସିରୁ ମାଝିଗୁଡ଼ା ଗାଁକୁ କାନ୍ଧରେ ବୋହି ଶବ ନେଇଛନ୍ତି ପରିବାର ଲୋକେ। ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିତ୍ରକୋଣ୍ଡା ସିଏଚ୍‌ସିରେ ଭର୍ତ୍ତି ହୋଇଥିଲେ ଯୁବକ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଶବକୁ ନେବା ପାଇଁ ଆମ୍ବୁଲାନ୍ସ ମିଳିନଥିଲା।  ଯାହାଫଳରେ ୧୦ କିଲୋମିଟର ଚିତ୍ରକୋଣ୍ଡା ସିଏଚ୍‌ସିରୁ ମାଝିଗୁଡ଼ା ଗାଁକୁ କାନ୍ଧରେ ବୋହି ନେଇଥିଲେ ସଂପର୍କୀୟ।  

  • Friday, 16 July 2021
award
ମୋଟ ୫୭ ଜଣଙ୍କୁ ମେଡାଲ ପ୍ରଦାନ କଲେ ରାଜ୍ୟପାଳ ଗଣେଶୀ ଲାଲ୍

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଛି ପୁଲିସ ମେଡାଲ। ମୋଟ ୫୭ ଜଣଙ୍କୁ ରାଜ୍ୟପାଳ ଗଣେଶୀ ଲାଲ୍ ଏହି ମେଡାଲ ପ୍ରଦାନ କରିଛନ୍ତି। କୋରାପୁଟ ଓ କଳାହାଣ୍ଡିରେ ନକ୍ସଲ ଦମନ କ୍ଷେତ୍ରରେ ଭଲ କାମ ପାଇଁ ୧୧ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି। ସେହିପରି ବିଶିଷ୍ଟ ଓ ଉଲ୍ଲେଖନୀୟ ସେବା ନିମନ୍ତେ ୧୮ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ୧୪ ଜଣଙ୍କୁ ରାଜ୍ୟପାଳ ପୁଲିସ ପଦକ ପ୍ରଦାନ […]

  • Friday, 16 July 2021
sahid
ସାଧାରଣତନ୍ତ୍ର ଦିବସରେ ଓଡ଼ିଆ ଯବାନ ସହିଦ

ଖୋର୍ଦ୍ଧା : ସାଧାରଣତନ୍ତ୍ର ଦିବସରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଜମ୍ମୁ ଓ କାଶ୍ମୀରର ବାରମୁଲାରେ ଆତଙ୍କବାଦୀଙ୍କ ଗୁଳିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଠରାଙ୍ଗ ଗାଁର ହେମନ୍ତ ପଣ୍ଡା ସହିଦ ହୋଇଥିବା ପରିବାର ଲୋକେ କହିଛନ୍ତି। ବାରମୂଳାରେ ଆତଙ୍କବାଦୀଙ୍କ ଗୁଳିରେ ହେମନ୍ତ ସହିଦ ହୋଇଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

  • Friday, 16 July 2021
minister
ଜୀବିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଦେଲେ ମନ୍ତ୍ରୀ

ନବରଙ୍ଗପୁର : ନବରଙ୍ଗପୁରରେ ସାଧାରଣତନ୍ତ୍ର ଉତ୍ସବ ସମାରୋହରେ ଭାଷଣ ଦେବାବେଳେ ଜୀବିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଦେଲେ ପରିବହନ ମନ୍ତ୍ରୀ ନୃସିଂହ ସାହୁ। ଜିଲ୍ଲାର ଏକମାତ୍ର ଜୀବିତ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ନାଁ ନେଇ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ବୋଲି ବକ୍ତବ୍ୟ ରଖିଥିଲେ ମନ୍ତ୍ରୀ। ଏହି ଘଟଣାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀଙ୍କ ସହ ଖୋଦ୍ ମହମ୍ମଦ ବାଜିଙ୍କ ପରିବାର ଲୋକେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ମନ୍ତ୍ରୀ […]

  • Friday, 16 July 2021
k1
ଦଳିତ ଛାତ୍ରଙ୍କ ହତ୍ୟାକାରୀକୁ ଗିରଫ କରାନଗଲେ ୨ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭୁବନେଶ୍ୱର(ବଳରାମ ମହାନ୍ତି): ନୟାଗଡ଼ ଜିଲ୍ଲା  ମୁଥଗାଡ଼ିଆ ଗାଁର ଦଳିତ ଛାତ୍ର ସୋମନାଥ ନାୟକଙ୍କ ହତ୍ୟାକାରୀକୁ ଶୀଘ୍ର ଗିରଫ କରିବା ପାଇଁ ଦାବି ହୋଇଛି। ଯଦି ଅଭିଯୁକ୍ତକୁ ଶୀଘ୍ର ଗିରଫ କରାନଯାଏ ତେବେ ଆସନ୍ତା ୨ ତାରିଖରେ ନୟାଗଡ଼ ଏସ୍‌ପିଙ୍କ ଅଫିସ୍‌ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ରାଷ୍ଟ୍ରୀୟ ଦଳିତ ମହାସଭାର ଓଡ଼ିଶା ଶାଖା ଚେତାବନୀ ଦେଇଛି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ଜାନୁଆରୀ ୧୨ […]

  • Friday, 16 July 2021
b1
ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବାର୍‌ କାଉନ୍‌ସିଲ୍‌ ଅଧ୍ୟକ୍ଷକଙ୍କ ଚିଠି

କଟକ(ଗୌତମ ପଣ୍ଡା): ଆଇନଜୀବୀଙ୍କର ଏକାଧିକ ଦାବି ପୂରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ବାର୍‌ କାଉନ୍‌ସିଲ୍‌ ଅଧ୍ୟକ୍ଷକଙ୍କ ଚିଠି। ରାଜ୍ୟ ସରକାର ଡାକ୍ତର, ଯନ୍ତ୍ରୀ, ଅଧ୍ୟାପକ, ଶିକ୍ଷକ ଓ ସାମ୍ବାଦିକଙ୍କ ଭଳି ବିଭିନ୍ନ ବର୍ଗର ବୃତ୍ତିଧାରୀଙ୍କ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ଆଇନଜୀବୀଙ୍କ ଗୋଟିଏ ହେଲେ ବି ଦାବି ପୂରଣ ହୋଇନଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଓଡ଼ିଶା ଆଡଭୋକେଟ୍‌ସ୍ ୱେଲ୍‌ଫେୟାର ଫଣ୍ଡ୍‌ ଆକ୍ଟ ୧୯୮୭ର ଆବଶ୍ୟକୀୟ ସଂଶୋଧନ କରି ଅବସରପ୍ରାପ୍ତ ବା […]

  • Friday, 16 July 2021
p1
ଚାକିରି ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଲୁଟ୍‌

ଭୁବନେଶ୍ୱର (ଅତୁଲ୍ୟ ବାଉତ): ରାଜଧାନୀରେ ଚାକିରି କରାଇଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଚାକିରିର ପ୍ରଲୋଭନ ଦେଖାଇ ଜଣେ ଯୁବକ କୋଟି କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକ ଜଣକ ଠକେଇ କରୁଥିବା ସଂସ୍ଥାର ଏମ୍‌ଡି ସୁବାସ ନାୟକ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସୁବାସ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଚାକିରୀ କରାଇଦେବା କହି ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା ବୋଲି ଅଭିଯୋଗ ହୋଇଛି। ଲୋକଙ୍କୁ […]

  • Friday, 16 July 2021
daitari
ଦୈତାରୀ ନାୟକଙ୍କ ପାଇଁ ଚାରିଆଡୁ ପ୍ରଶଂସାର ସୁଅ

କେନ୍ଦୁଝର : କେନ୍ଦୁଝରର ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରେ ଚାରିଆଡୁ ତାଙ୍କୁ ପ୍ରଶଂସାର ସୁଅ। ନିଜସ୍ୱ ଉଦ୍ୟମରେ ଟାଙ୍ଗରା ଭୂଇଁକୁ ଶସ୍ୟ ଶ୍ୟାମଳା କରିପାରିଥିବା ଦୃଢମନା ଦୈତାରୀ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୧୯୯୭ ମସିହାରୁ ଚାରି ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ସେ ନାଳପାଣିକୁ ଜମିରେ ପହଞ୍ଚାଇଥିଲେ। ଏହି କାମ ପାଇଁ ତାଙ୍କୁ ଏମିତି ଏକ ବଡ଼ ପୁରସ୍କାର ମିଳିବ , କେବେ […]

  • Friday, 16 July 2021
murder in bhadrak
ଭଉଣୀର ପ୍ରେମିକକୁ ଶାବଳରେ ପିଟି ହତ୍ୟା କଲେ ଦୁଇ ଭାଇ

ଭଦ୍ରକ : ଏକ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଶ୍ୟାମପୁର ମହାନ୍ତି ସାହିରେ ଭଉଣୀର ପ୍ରେମିକକୁ ପିଟି ପିଟି ହତ୍ୟା କଲେ ଦୁଇ ଭାଇ। ମୃତକ ହେଲେ ଆଚାର୍ଯ୍ୟନଗରର ପ୍ରଦୀପ ନାୟକ। ମିଳିଥିବା ସୂଚନା ମୁତାବକ, ବିବାହିତ ହୋଇ ମଧ୍ୟ ପ୍ରଦୀପ ଶ୍ୟାମପୁର ମହାନ୍ତି ସାହିର ଜୈନିକ ବ୍ୟକ୍ତିଙ୍କ ଝିଅକୁ ପ୍ରେମ କରୁଥିଲେ। ଏହାକୁ  ବିରୋଧ କରୁଥିଲେ ଯୁବତୀଙ୍କ ଦୁଇ ଭାଇ। ଆଜି ପ୍ରଦୀପ ନିଜ ପ୍ରେମିକାକୁ ଦେଖା କରିବାକୁ […]

  • Friday, 16 July 2021
accident
ପରେଡ ଦେଖି ଫେରୁଥିବା ବେଳେ ଦୁର୍ଘଟଣା : ୨ ଛାତ୍ର ମୃତ

ରାଉରକେଲା  : ପରେଡ ଦେଖି ଫେରୁଥିବା ବେଳେ ଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ସାରନଗରୀରେ। ମୃତ ଦୁଇ ଜଣ ହେଲେ ରାଉରକେଲା ଇସ୍ପାତ ଇଂଲିଶ ମିଡିୟମ୍ ସ୍କୁଲର ଛାତ୍ର ହରିଶ ଚନ୍ଦ୍ର ମୁର୍ମୁ ଏବଂ ସୌମ୍ୟ ରଞ୍ଜନ ପାତ୍ର। ଆଜି ଦୁହେଁ ପରେଡ ଦେଖି ଫେରୁଥିବା ବେଳେ ସାରନଗରୀରେ ଏକ ଟାଟା ଏସି ଗାଡି ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ […]

  • Friday, 16 July 2021
c1
କମିଶନ୍‌ରେଟ୍‌ ପୁଲିସ୍‌ର ମହାଶିବରାତ୍ରୀ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଆସନ୍ତା ୪ ତାରିଖ ସୋମବାର ଦିନ ମହାଶିବରାତ୍ରୀ। ଏଥିପାଇଁ ଏକାମ୍ର କ୍ଷେତ୍ର ବେଶ୍‌ ଚଳଚଞ୍ଚଳ ହୋଇଉଠିଛି। ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଶନ୍‌ରେଟ୍‌ ପୁଲିସ୍‌ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀକୁ ସୁରୁଖୁରୁରେ ସମାପ୍ତ କରିବା ପାଇଁ କମିଶନ୍‌ରେଟ୍‌ ପୁଲିସ୍‌ ସମସ୍ତ ବ୍ୟବସ୍ଥା କରିଛି। ଆଇନ ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପୁଲିସ୍‌ କମିଶନର ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। […]

  • Friday, 16 July 2021
a1
ବାଲୁକା କଳାରେ ପୁଲୱାମା ବଦ୍‌ଲାର ପ୍ରଶଂସା

ପୁରୀ: ବାଲାକୋଟ୍‌ରେ ପୁଲୱାମା ଆକ୍ରମଣର ବଦ୍‌ଲା ଏବଂ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ବାଲୁକା କଳା ମାଧ୍ୟମରେ ପ୍ରଶଂସା କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ବାଲୁକା କଳା କରି ଭରତୀୟ ବାୟୁ ସେନାକୁ ସଲାମ୍‌ ଜଣାଇଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଭାରତ ଯୁଦ୍ଧ ଆରମ୍ଭ କରିଥିବାରୁ ସେ ସେନାକୁ ସାଲ୍ୟୁଟ୍‌ କରିଛନ୍ତି। ଭାରତ ମାନଚିତ୍ର ଉପରେ ଯୁଦ୍ଧ ବିମାନ ପ୍ରଦର୍ଶନ କରି ସୁଦର୍ଶନ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି।

  • Friday, 16 July 2021
murder
ଘର ପାଖ କୂଅରୁ ଉଦ୍ଧାର ହେଲା ୨ ମୃତଦେହ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇନ୍ଦୁପୁର ଗାଁରେ ମହିଳାଙ୍କ ସମେତ ୫ ଜଣଙ୍କ ନିଖୋଜ ଘଟଣା। ୫ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘର ନିକଟରେ ଥିବା ଏକ କୂଅରୁ ଠାବ ହୋଇଛି ୨ଟି ମୃତଦେହ। ତେବେ ଅନ୍ୟ ମୃତଦେହ ଖୋଜା ଚାଲିଥିବାବେଳେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ପୁଲିସ ସହ ସାଇଣ୍ଟିଫିକ୍ ଟିମ୍ ,ଡଗ୍ ସ୍କ୍ୱାଡ୍ ଏବଂ ଅଗ୍ନିଶମ କର୍ମଚାରୀ। ଅଭିଯୋଗ ମୁତାବକ, ଇନ୍ଦୁପୁର ଗାଁର ମାଙ୍ଗିରି ମୁଣ୍ଡା ଏବଂ ତାଙ୍କ ୪ ଶିଶୁଙ୍କୁ […]

  • Friday, 16 July 2021
m2
ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ

ଗୁଣପୁର : ଗୁଣପୁରରେ ଟ୍ରିପଲ ମର୍ଡର। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ଗୁଣପୁର ଉକମ୍ବାଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ଗୋପାଳ ସବର, ଲକ୍ଷ୍ମୀ ସବର ଓ ଜାଙ୍କିନି ସବର ଗତ ୨୩ ତାରିଖରୁ ନିଖୋଜ ଅଛନ୍ତି। ତେବେ ତିନି ଜଣଙ୍କୁ ଗୁଣି ସନ୍ଦେହରେ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିବା ଗୋପାଳ ସବରଙ୍କ ଝିଅ ସବିତା ସବର ଅଭିଯୋଗ କରିଛନ୍ତି। ଏନେଇ ଗୁଣପୁର ଥାନାରେ ଅଭିଯୋଗ ପରେ ପୁଲିସ୍‌ର ଖୋଳତାଡ଼ ଆରମ୍ଭ […]

  • Friday, 16 July 2021
bai
ପଦ୍ମଶ୍ରୀ ଲାଗି ମନୋନୀତ ଗୀତାଙ୍କୁ ଟ୍ୱିଟ୍‌ କରି ଅଭିନନ୍ଦନ ଜଣାଇଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ଚଳିତ ବର୍ଷ ବିଶିଷ୍ଠ ଲେଖିକା ପ୍ରବାସୀ ଭାରତୀୟ ଗୀତା ମେହେଟ୍ଟାଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ। ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବ। ବିଦେଶରେ ରହୁଥିବା ଗୀତା ‘କର୍ମା କୋଲା’ଏବଂ ‘ଏ ରିଭର ସୂତ୍ର’ଭଳି ଉପନ୍ୟାସ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତିା ପଦ୍ମଶ୍ରୀ ଲାଗି ମନୋନୀତ ଗୀତା ମେହେଟ୍ଟାଙ୍କୁ […]

  • Friday, 16 July 2021
kalia meeting puri
ବଲାଙ୍ଗିର ବିଜୁ ଯୁବ ବାହିନୀ ସମାବେଶରେ ଅବ୍ୟବସ୍ଥା

ବଲାଙ୍ଗିର : ଗତକାଲି ବଲାଙ୍ଗିରରେ ଆୟୋଜିତ ହୋଇଥିଲା ବିଜୁ ବାହିନୀର ଆଞ୍ଚଳିକ ସମାବେଶ। ବଲାଙ୍ଗିର ସମେତ ସୋନପୁର,କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଯୁବ ବାହିନୀର କର୍ମକର୍ତ୍ତା ଯୋଗ ଦେଇଥିଲେ। ସମାବେଶ ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ କାଳିଆ ଯୋଜନା ସମାବେଶରେ ସାମିଲ ହେବା ପାଇଁ ରାତା ରାତି ଚାଷୀ କରି ପୁରୀ ନିଆଯାଇଥିଲା। କିନ୍ତୁ ଗତକାଲିର ସମାବେଶରେ ଦେଖା ଦେଇଥିବା ଅବ୍ୟବସ୍ଥା, ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖାଇବା ପିଇବା ସବୁ ବ୍ୟବସ୍ଥା ଥିବା କହି ଶହଶହ […]

  • Friday, 16 July 2021
b1
ମାଟ୍ରିକ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍‌ ଅଭିଯୋଗକୁ ବୋର୍ଡ ସଭାପତିଙ୍କ ଖଣ୍ଡନ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାରେ ଆଜି ମଧ୍ୟ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋଶାଲ୍‌ ମିଡିଆରେ ଇଂରାଜୀ ପ୍ରଶ୍ନପତ୍ର ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ତାର ପୁନରାବୃତ୍ତି ଯେପରି ନ ହେବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ବୋର୍ଡ କହିଥିଲା। ତେବେ ଇଂରାଜୀ ପ୍ରଶ୍ନପତ୍ର […]

  • Friday, 16 July 2021
pregnant
ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ନମୁନା। ଭାରରେ ବୁହାହେଲେ ଗର୍ଭବତୀ। ମାଥିଲି ଥାନା ବନ୍ଧଗୁଡ଼ା ଗାଁର ଜଣେ ଗର୍ଭବତୀ ମହିଳା ଭାରାରେ ବୁହା ହୋଇଛନ୍ତି। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ କୈଣସି ବିକଳ୍ପ ନ ପାଇ ୩ କିଲୋମିଟର ଭାରରେ ଯାଇଥିଲେ। ପରେ ସେଠାରୁ ଆମ୍ବୁଲାନ୍ସରେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ଏବେ ପ୍ରସୂତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବା ଜଣାପଡିଛି।  

  • Friday, 16 July 2021
rahul
ବିଜେପି ଓ ବିଜେଡି ବିରୋଧରେ ବର୍ଷିଲେ ରାହୁଲ

ଭୁବନେଶ୍ୱର : ଉଭୟ କେନ୍ଦ୍ର ଓ ଓଡ଼ିଶାରେ ସରକାର ଗଢ଼ିବ କଂଗ୍ରେସ। ଭୁବନେଶ୍ୱର ତମାଣ୍ଡୋରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି। ଦିନିକିଆ ବ୍ୟସ୍ତବହୁଳ ଓଡ଼ିଶା କାର୍ଯ୍ୟକ୍ରମରେ ଆସିଥିବା ରାହୁଲ ତମାଣ୍ଡୋରେ ଆୟୋଜିତ ଜନସଭାରେ ମୋଦି ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି।   ରାଫେଲ ପ୍ରସଙ୍ଗ ଉଠାଇ ଚୌକିଦାର ଚୋର୍ ହେ ମନ୍ତବ୍ୟକୁ ଦୋହରାଇଛନ୍ତି। ସେହିଭଳି ଚିଟ୍‌ଫଣ୍ଡ ପ୍ରସଙ୍ଗ ଉଠାଇ ଓଡ଼ିଶାରେ ବି ଜନତାଙ୍କ ଟଙ୍କା […]

  • Friday, 16 July 2021
e1
ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଖୋଲାଖୋଲି କପି ଅଭିଯୋଗ

ଢେଙ୍କାନାଳ: ଖୁଲମ୍‌ଖୁଲା କପି ଅଭିଯୋଗ। ଅଭିଭାବକ ଓ ସମ୍ପର୍କୀୟ ସ୍କୁଲ୍‌ ଭିତରେ ପଶି ପିଲାଙ୍କୁ ଖୋଲାଖୋଲି କପି ଯୋଗାଉଛନ୍ତି। ଢେଙ୍କାନାଳ ଜିଲ୍ଲାରେ ଏଭଳି କିଛି ଦୃଶ୍ୟର ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ହୋଇଥିବା ଭିଡିଓରେ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍‌ ଅନ୍ତର୍ଗତ ପଳାସପିଠିଆ ସ୍ଥିତ ପଞ୍ଚାୟତରାଜ ହାଇସ୍କୁଲରେ ଆଜି ମାଟ୍ରିକ୍‌ର ଇଂରାଜୀ ବିଷୟରେ ପରୀକ୍ଷା ଚାଲିଥିବା ବେଳେ ଶହଶହ ଲୋକ ସ୍କୁଲ୍‌ ଭିତରକୁ ପଶିଥିଲେ। ପରୀକ୍ଷାକେନ୍ଦ୍ରରେ ପୁଲିସ୍‌ ମୁତୟନ ହେବା ସତ୍ତ୍ୱେ ଲୋକେ କପି ଦେବାକୁ ସ୍କୁଲ […]

  • Friday, 16 July 2021
maobadi
ଆଜିଠାରୁ ପ୍ରତିବାଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ

କନ୍ଧମାଳ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତି ତଥା ସୁରକ୍ଷା ବାହିନୀର ଦମନଲୀଳାକୁ ବିରୋଧ କରି ଆଜିଠାରୁ ୩୧ ତାରିଖ ଯାଏ ପ୍ରତିବାଦ ସପ୍ତାହ ପାଳନ କରୁଛି ସିପିଆଇ ମାଓବାଦୀ ସଂଗଠନ। ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରତିବାଦ ସପ୍ତାହ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ମାରି ଏହାକୁ ସଫଳ କରିବାକୁ ଆହ୍ୱାନ କରିଛନ୍ତି ଲାଲବାହିନୀ। କନ୍ଧମାଳ କୁର୍ତମଗଡ଼ରେ ମାଓ ପୋଷ୍ଟର ଲଗାଇ ପ୍ରତିବାଦ ସପ୍ତାହ ପାଳନ […]

  • Friday, 16 July 2021
panchanan
କଂଗ୍ରେସରେ ମିଶିଲେ ପଞ୍ଚାନନ କାନୁନଗୋ

ଭୁବନେଶ୍ୱର : ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଜନସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ରାଜ୍ୟର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ କଳହାଣ୍ଡି ଜିଲ୍ଲାର ବିଜେପି ନେତା ଅନୀଲ ସିଂହଦେଓ ଓ ରାଜସ୍ଥାନର ପୂର୍ବତନ ବରିଷ୍ଠ ପ୍ରଶାସକ ଜେ.ସି.ମହାନ୍ତି ସାମିଲ ହୋଇଛନ୍ତି। ପଞ୍ଚାନନ ଓ ଅନୀଲଙ୍କ ମିଶ୍ରଣ ଦ୍ୱାରା କଂଗ୍ରେସ […]

  • Friday, 16 July 2021
rahul
ଭୁବନେଶ୍ୱର ତମାଣ୍ଡୋରେ କଂଗ୍ରେସର ସଂକଳ୍ପ ସମାବେଶରେ ରାହୁଲ ଗାନ୍ଧି

ଭୁବନେଶ୍ୱର :  ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ କଂଗ୍ରେସର ସଂକଳ୍ପ ସମାବେଶରେ  ଯୋଗଦେଇଛନ୍ତି ରାହୁଲ ଗାନ୍ଧି। ଏଠାରେ ନିଜର ଅଭିଭାଷଣରେ ଉଭୟ ମୋଦି ଓ ନବୀନଙ୍କୁ ଆଟାକ୍‌ କଲେ। କହିଲେ , ଉଭୟ ମୋଦି-ନବୀନଙ୍କ ଚିନ୍ତାଧାରା ଏକ ପ୍ରକାର। କିଛି ଅମଲାଙ୍କୁ ଧରି ଶିଳ୍ପପତିଙ୍କ ଠାରୁ ଟଙ୍କା ଆଣି ନିର୍ବାଚନ ଲଢ଼ନ୍ତି। ଆଉ ମଧ୍ୟ ରାହୁଲ ଗାନ୍ଧି କହିଲେ, ଓଡ଼ିଶା ଗରିବ ରାଜ୍ୟ ନୁହେଁ, କିନ୍ତୁ ଓଡ଼ିଶାର ଲୋକ ଗରିବ; ଆପଣଙ୍କ ଖଣିଜ ସଂପଦ ଓ ପାଣି ଆପଣଙ୍କ […]

  • Friday, 16 July 2021