ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବଡ଼ଖମାର ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ଗାଁର ତେଜରାତି ଦୋକାନରେ ଚୋରାରେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ସୁବିଧାରେ ମଦ ମିଳୁଥିବାରୁ ଛୁଆଠୁ ବୁଢ଼ା, ମଦ ପିଇ ନିଶାରେ ଚୁର ରହୁଛନ୍ତି। ଫଳରେ ଗଣ୍ଡଗୋଳ ହେଉଛି। ଏଣୁ ଗାଁକୁ ମଦମୁକ୍ତ କରିବା ଲାଗି ସବୁ ମହିଳା ଏକାଠି ହୋଇଥିଲେ। ଗାଁ ବଗିଚାରେ ସଭା କରି ମଦ ନଷ୍ଟ କରିବାକୁ ଶପଥ ନେଇଥିଲେ। ଏହାପରେ ସମସ୍ତେ […]
କୋଣାର୍କ (ସଞ୍ଜୟ ପତି): ନିମାପଡ଼ା କୁଶଭଦ୍ରା ନଦୀରେ ବୁଡ଼ିଯାଇଥିବା ୩ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଧିରପୁରର ବାଲିଘାଟ ନିକଟରେ ଗାଧୋଉଥିବା ବେଳେ ୩ ଜଣ ଛାତ୍ର ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ଏବଂ ନିମାପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରିଛନ୍ତି। ଦୁଇ ଜଣ ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ନିମାପଡ଼ା ଅଟୋନମସ୍ କଲେଜର ଯୁକ୍ତ ୩ ଛାତ୍ର ଜ୍ୟୋତିରଞ୍ଜନ ସାହୁ ଏବଂ ନିମାପଡ଼ା ଡିଏଭି ସ୍କୁଲର ଦଶମ ଶ୍ରେଣୀ ଛାତ୍ର […]
ପୁରୀ : ଫେବ୍ରୁଆରୀ ୨୭ତାରିଖରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ହେବ। କିନ୍ତୁ ତା ପୂର୍ବରୁ ଆମିକସ କ୍ୟୁରି ରଞ୍ଜିତ କୁମାର ପୁରୀ ଆସି ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ସରକାରଙ୍କ ସହ ଆଲୋଚନା କରିବେ। ଆସନ୍ତା ୨୨ ଓ ୨୩ତାରିଖରେ ସେ ପୁରୀ ଆସିବେ। ଏହାପରେ ସେ ସୁପ୍ରିମ୍କୋର୍ଟରେ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବେ। ଆଜି ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣିବେଳେ ଆମିକସ କ୍ୟୁରି ରଞ୍ଜିତ କୁମାର ପୂର୍ବ ରିପୋର୍ଟ ସମ୍ପର୍କରେ ଅବଗତ […]
ଭୁବନେଶ୍ୱର : ଆସନ୍ତା ୧୫ତାରିଖରେ ପୁଣି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହ। ଏହି ଦିନ ସେ ସମ୍ବଲପୁର ଆସିବେ। ସମ୍ବଲପୁରରେ ୪ଟି ଲୋକସଭା କ୍ଷେତ୍ରର ସଂଗଠକମାନଙ୍କୁ ନେଇ ଅମିତ୍ ଶାହ ସଭା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ଢେଙ୍କାନାଳ, ସମ୍ବଲପୁର, ବରଗଡ଼ ଏବଂ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ବୁଥ୍ ସଭାପତି, ସଂପାଦକ ଓ ପ୍ରଭାରୀମାନଙ୍କୁ ଗୁରୁମନ୍ତ୍ର ଦେବେ ଶାହ। କାର୍ଯ୍ୟକ୍ରମରେ ପ୍ରାୟ ୬୦ ହଜାର ବୁଥ୍ ସ୍ତରୀୟ ସଂଗଠକ ଯୋଗଦେବାର କାର୍ଯ୍ୟକ୍ରମ […]
ଭୁବନେଶ୍ୱର : ମମତା ବାନାର୍ଜୀ କଥା ହେବା ପ୍ରସଙ୍ଗକୁ ଅସ୍ୱୀକାର କରିଛନ୍ତି ନବୀନ। ଗତ ବର୍ଷ ମଧ୍ୟରେ ଟିଏମ୍ସିର କୌଣସି ନେତା ତାଙ୍କ ସହ ଆଲୋଚନା କରିନଥିବା ନବୀନ କହିଛନ୍ତି। ସିବିଆଇ ଜେରା ନେଇ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସ୍ପଷ୍ଟୀକରଣ ମାଗିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଭର୍ତ୍ସନା କରିଛନ୍ତି। ଏହା ଆବସୋଲ୍ୟୁଟଲି ନନ୍ସେନ୍ସ ବୋଲି ନବୀନ କହିଲେ। ନବୀନଙ୍କୁ ସିବିଆଇ ଜେରା କରିପାରେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା […]
ଭୁବନେଶ୍ୱର : ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣରେ ମାଳ ମାଳ ଯୋଜନାର ଗୋଲାପୀ ଚିତ୍ର। କୃଷି, ଶିଶୁ ମୃତ୍ୟୁହାର,ଦାରିଦ୍ର୍ୟ ଦୂରୀକରଣ, ମହିଳା ସଶକ୍ତୀକରଣ, ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ର ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ଶହେରୁ ଅଧିକ ଯୋଜନା ସମ୍ପର୍କରେ ବଖାଣିଛନ୍ତି ରାଜ୍ୟପାଳ। କୃଷି କ୍ଷେତ୍ରର ଅଭିବୃଦ୍ଧି ପାଇଁ କାଳିଆ ଯୋଜନାରେ ୯୨ ପ୍ରତିଶତ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି ରାଜ୍ୟପାଳ। ସେହିପରି ସର୍ବାଧିକ ୨୪.୬୧ ପ୍ରତିଶତ ଦାରିଦ୍ର୍ୟ […]
ଭୁବନେଶ୍ୱର : କୋଲକାତାରେ ସିବିଆଇ-ମମତା ସରକାର ମୁହାଁମୁହିଁ। ଦିଲ୍ଲୀରେ ହଲଚଲ୍। ଆଉ ପ୍ରସଙ୍ଗ ସମାନ ଦେଖି ଦିଦିଙ୍କ ସହ ସ୍ୱର ମିଳାଇଛନ୍ତି ବିଜେଡି ନେତା। ସଂସଦରେ ଏହି ପ୍ରସଙ୍ଗ ଉଠାଇ ସବିଆଇ ଉପରେ ବର୍ଷିଛନ୍ତି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ। ଆଉ କହିଛନ୍ତି, ସିବିଆଇ କେନ୍ଦ୍ରର ରାଜନୈତିକ ଅସ୍ତ୍ର ପାଲଟିଛି। ଦୁର୍ନୀତି ବିରୋଧରେ ତଦନ୍ତ ନେଇ ଆପତ୍ତି ନାହିଁ। କିନ୍ତୁ ଯେଭଳି ସିବିଆଇର ଆଚରଣ ରହୁଛି। ତାକୁ ସେ ନିନ୍ଦା କରିଥିଲେ। ତେବେ ମମତାଙ୍କ […]
ନୟାଗଡ଼ : ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖଣ୍ଡଯୁଦ୍ଧ। ମୁହାଁମୁହିଁ ହେଲେ ପୁଲିସ୍ ଓ ଆନ୍ଦୋଳନକାରୀ। ଉତ୍ତେଜନା ନିୟନ୍ତ୍ରଣ କରିବାକୁ ଯାଇ ଆନ୍ଦୋଳନକାରୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ୍। ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ପ୍ରତି, ପ୍ରଶାସନର ଆକ୍ରୋଶର ପ୍ରତିବାଦ କରି ୧୫ ଦଫା ଦାବି ନେଇ ଧାରଣାରେ ବସିଥିଲେ ଆନ୍ଦୋଳନକାରୀ। ଏଥିରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଏଥିରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ। ତେବେ, ଦୀର୍ଘ ସମୟ […]
ଯାଜପୁର : ଶିକ୍ଷୟିତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଶିକ୍ଷକ ଗିରଫ। ଅଭିଯୋଗ ଅନୁଯାୟୀ ଧର୍ମଶାଳାର ଏକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ସେଠୀ ସେହି ସ୍କୁଲର ଜଣେ ଖେଳ ଶିକ୍ଷୟିତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ସେ ବିବାହ କରିବାକୁ ମନା କରିବାରୁ ଶିକ୍ଷୟିତ୍ରୀ ଜଣକ ଏ ସମ୍ପର୍କରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ […]
ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା। ରିଆମାଳ ଥାନା ଛତାବର ନାଉଲିପଡ଼ା ମଣ୍ଡିରେ ଧାନ କିଣା ଯାଉନଥିବାରୁ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ମଣ୍ଡି ପାଖ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ୫ଟି ପଞ୍ଚାୟତର ଚାଷୀ। ରାସ୍ତା ଅବରୋଧ ଯୋଗୁଁ ଦେବଗଡ଼ ଓ ଅନୁଗୁଳ ମଧ୍ୟରେ ଯାତାୟତ ଠପ୍ ହୋଇଛି। ରାଜପଥର ଉଭୟ ପାର୍ଶ୍ୱରେ ଗାଡ଼ ଅଟକି ରହିଛି। ନାଉଲିପଡ଼ା ମଣ୍ଡିରେ ଚଳିତ ବର୍ଷ ବୁଡ଼ିଦୋ, ମଳେହିପଡ଼ା, କଣ୍ଟାବାହାଲ, ଲୁଲଙ୍ଗ […]
ଗଞ୍ଜାମ : ବିଭିନ୍ନ ଦଫା ଦାବି ନେଇ କୃଷକ ସଂଘ ସମିତି ପକ୍ଷରୁ କୃଷକ ପଦଯାତ୍ରା। ଗଞ୍ଜାମ ହୁମ୍ମା ଠାରୁ ଛତ୍ରପୁରରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶତାଧିକ କୃଷକ ପଦଯାତ୍ରା କରିଛନ୍ତି। ସିପିଆଇଏମ୍ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କୃଷକ ପଦଯାତ୍ରାର ଆୟୋଜନ କରାଯାଇଛି। କୃଷି ଋଣ ଛାଡ଼, ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା, ବୋନସ ୭୫୦ ଟଙ୍କା ପ୍ରଦାନ, ଚାଷୀଙ୍କ ପାଇଁ ମାସିକ ୩ ହଜାର […]
ଭୁବନେଶ୍ୱର: କୋଲକାତା ପୁଲିସ୍ କମିଶନରଙ୍କ ଘରେ ସିବିଆଇ ଅଧିକାରୀଙ୍କ ପ୍ରବେଶକୁ ବିଜେଡି ନିନ୍ଦା କରିଛି। ଲୋକସଭାରେ ବିବୃତି ରଖି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏହାକୁ ନିନ୍ଦା କରିଛନ୍ତି। ମହତାବ କହିଛନ୍ତି ଯେ, ସିବିଆଇ ତଦନ୍ତ କରିବା ଯୁକ୍ତିଯୁକ୍ତ ହେଲେ ଯେଉଁ ଢଙ୍ଗରେ ରାଜୀବ କୁମାରଙ୍କ ଘରେ ପୁଣି ୪୦ ଜଣ ଅଧିକାରୀ ପ୍ରବେଶ କଲେ, ତାହା ଆଦୌ ଗ୍ରହଣୀୟ ନୁହଁ। ଗତ କିଛି ବର୍ଷ ହେଲା ସିବିଆଇ ଯେଉଁ ଢଙ୍ଗରେ କାମ କରୁଛି, […]
ଭୁବନେଶ୍ୱର : ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ହୋଇଥିବା ଅଗ୍ନିକାଣ୍ଡରେ ଆଜି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ। ୭୭ ବର୍ଷୀୟ ଦିପ୍ତୀ ମୁଖାର୍ଜୀ ମାସେ ହେବ ଆପୋଲୋ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଶରୀରରେ ଇନ୍ଫେକ୍ସନ୍ କାରଣରୁ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। କିନ୍ତୁ ଶନିବାର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ତାଙ୍କୁ ହସ୍ପିଟାଲରୁ ସ୍ଥନାନ୍ତରିତ କରାଯାଇଥିଲା। ଯାହାର ଫଳ ସ୍ୱରୁପ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ […]
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାପୂର୍ବରୁ ବିରୋଧୀ ଓ ଶାସକ ଦଳ ପ୍ରସ୍ତୁତ କରିଛନ୍ତି ରଣନୀତି। କଂଗ୍ରେସ ବିଧାୟକ ଦଳ ବୈଠକ ବସି ସରକାରଙ୍କୁ ଗୃହରେ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ସେପଟେ ବିରୋଧୀଙ୍କ ମୁକାବିଲା ପାଇଁ ଶାସକ ବିଜେଡି ବି ପ୍ରସ୍ତୁତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସି ବଜେଟ ଅଧିବେଶନ ପାଇଁ ପ୍ରସ୍ତୁତି କରାଯାଇଥିଲା। ସେପଟେ ବିଧାନସଭାର ବଜେଟ […]
ଯାଜପୁର : ବିଜେଡିରେ ନୀତି ଆଦର୍ଶ ନାହିଁ। ଏଠି ପରିବାରବାଦ୍ ରାଜନୀତି ଚାଲିଛି ବୋଲି ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେବା ଅବସରରେ ଏଭଳି ଅଭିଯୋଗ କରିଛନ୍ତି ଯୁବନେତା ଆଲୋକ ବେହେରା। ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଥିବା ଆଲୋକ ବିଜେଡି ଛାଡ଼ି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଏଆଇସିସି ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆଙ୍କ ଉପସ୍ଥିତିରେ ଆଲୋକ […]
ଭୁବନେଶ୍ୱର : ପୁରୀ ସମାବେଶରେ ବିଜେପି ସଭାପତି ଅମିତ ଶାହ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ସମାବେଶରେ ଶାହ କହିଥିଲେ, ‘ବିଜେଡିକୁ ଓପାଡ଼ି ଫୋପାଡ଼ି ଦିଅ। ବିଜେଡି ଏକ ପୋଡ଼ା ଟ୍ରାନ୍ସଫର୍ମର ସଦୃଶ, ତାକୁ ବଦଳାଅ।’ ଏହାର ଜବାବରେ ନବୀନ କହିଛନ୍ତି,୨୦୧୯ ମସିହା ନିର୍ବାଚନ ରେଜଲ୍ଟ ଆସିଲେ କିଏ କାହାକୁ ଓପାଡ଼ି ଫୋପାଡ଼ିବ ଓ କିଏ ପୋଡ଼ା ଟ୍ରାନ୍ସଫର୍ମର ତାହା ସ୍ପଷ୍ଟ ହେବ। ବିଜେଡି ‘ବି’ […]
ପୁରୀ : ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଅମିତ୍ ଶାହ। ବାଇଶି ପାହାଚ, ଘଣ୍ଟି ଦ୍ୱାର, ଜୟ ବିଜୟ ଦ୍ୱାର ଦେଇ ଭିତରକୁ ଗଲେ ଏବଂ ଭିତର କାଠ ନିକଟରେ ଦର୍ଶନ କଲେ । ଶ୍ରୀମନ୍ଦିର ଭିତରେ ପ୍ରାୟ ଅଧ ଘଣ୍ଟା ବୁଲିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ତିନି ଠାକୁରଙ୍କୁ ଦର୍ଶନ କରି ବେଢା ପରିଦର୍ଶନ କରିଥିଲେ। ଅମିତ୍ ଶାହଙ୍କ ନାଁରେ ଏକ ଧ୍ୱଜା ଉଡ଼ିଥିବା ମଧ୍ୟ ସୂଚନା ମିଳିଛି। ଅମିତ୍ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିଲଂ ଥାନା ତୈଳକ ଛକ ନିକଟରେ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ ହୋଇଛି। ସିଲଂ ଥାନା ଅଞ୍ଚଳରେ ୩ ଜଣ ଯୁବକ ଏକ ଟାଟା ଏସି ଗାଡିରେ ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ନେଉଥିଲେ। ଏହି ଗୋରୁ ବୋଝେଇ ଟ୍ରକ୍କୁ ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ । ଏହାପରେ ଗାଡ଼ିକୁ ପିଛା କରି ଅଟକାଇବା ପରେ ଗାଡ଼ିକୁ ପୁଲିସ୍ ଜିମା ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ ଉତ୍ତେଜନା […]
ପୁରୀ : ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଅମିତ୍ ଶାହ। ଭାଷଣ ଛଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ଶାହ। ନିଜ ପୁରୁଣା ସଂଳାପକୁ ପୁଣି ଥରେ ଦୋହରାଇ କହିଲେ,‘ବିଜେଡିକୁ ଓପାଡ଼ି ଫୋପାଡ଼ି ଦିଅ। ବିଜେଡି ଏକ ପୋଡ଼ା ଟ୍ରାନ୍ସଫର୍ମର ସଦୃଶ, ତାକୁ ବଦଳାଅ।’ ଏହାସହ ପୁରୀର ତାଳବଣିଆର ଏହି ସଭାରେ ନବୀନଙ୍କୁ ଜବାବ୍ ମାଗିଲେ ଅମିତ୍। ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ କାହିଁକି ରୋକିଲେ ବୋଲି ରାଜ୍ୟ ସରକାରଙ୍କୁ ପଚାରିଲେ […]
ପୁରୀ: ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ଅଧିବେଶନରେ ଅମିତ୍ ଶାହଙ୍କ ଭାଷଣ। ବିଜେପି ଏକମାତ୍ର ଦଳ ଯିଏ ଜନଜାତିଙ୍କୁ ସମ୍ମାନ ଦିଏ କହିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ନିଜ ଭାଷଣରେ ଅମିତ୍ ଶାହ କହିଲେ, ଜନଜାତିଙ୍କ ବିକାଶ ଚାହେଁ ବିଜେପି। ଦେଶର ସର୍ବାଧିକ ଜନଜାତି ସାଂସଦ ବିଜେପିରୁ ହିଁ ନିର୍ବାଚିତ। ଏବେ ସଂସଦରେ ବିଜେପିର ୩୨ଜଣ ଜନଜାତି ସାଂସଦ ଅଛନ୍ତି। ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡ ଗଠନ ବିଜେପିର ଏକ ବଡ଼ ଉପଲବ୍ଧି। ଜନଜାତିଙ୍କ ଉନ୍ନତି ପାଇଁ ଡିଷ୍ଟ୍ରିକ୍ଟ […]
ଭୁବନେଶ୍ୱର : ଏସବିଆଇ ଗ୍ରୀନ୍ ମାରାଥନ୍ ଦ୍ୱିତୀୟ ସଂସ୍କରଣ ଭୁବନେଶ୍ୱରରେ ଆୟୋଜିତ ହୋଇଛି। କଳିଙ୍ଗ କ୍ରୀଡ଼ା କଂପ୍ଲେକ୍ସରୁ ଆୟୋଜିତ ହୋଇଛି ଏହି ମାରାଥନ୍। ଏସ୍ବିଆଇ ଭୁବନେଶ୍ୱର ମଣ୍ଡଳର ସିଜିଏମ୍ ପ୍ରବୀଣ କାଲା ଏହି ମାରାଥନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବହୁ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ। ଏହି ମାରାଥନ୍ରେ ୩ ହଜାର ଧାବକ ଅଂଶ ଗ୍ରହଣ କରିଥିଲେ।
ଭଦ୍ରକ : ଭଦ୍ରକ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାମଲାରେ ଗିରଫ ହେଲେ ତିନି ଜଣ। ଗିରଫ ଅଭିଯୁକ୍ତ ମାନେ ହେଲେ ଚାନ୍ଦବାଲି ପାହାଡ଼ପୁର ଅଞ୍ଚଳର ଚନ୍ଦ୍ରକାନ୍ତ ଦାସ, ରଞ୍ଜନ ଦାସ ଓ ବାବାଜୀ ଦାସ ବୋଲି ଜଣାପଡ଼ିଛି। ମେଡିକାଲ୍ରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଆଧାର କରି ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଏହି ଅଭିଯୁକ୍ତ ମାନେ ମାଡ଼ ମାରିବା ସହ ଗାଳି ଗୁଳଜ […]
ଭୁବନେଶ୍ୱର : ଚିଟ୍ଫଣ୍ଡ ମହାଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍. ଏମ୍. ଦାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ବେଗ। କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ ଫେରାଇବାରେ ଆହୁରି ବିଳମ୍ବ ହେବାକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ଯୋଗୁଁ ଏହା ସ୍ପଷ୍ଟ ହୋଇଥିବା ସେ ଟ୍ୱିଟ୍ କରିଛନ୍ତି। ୨୦୧୩ମସିହାରୁ ଟଙ୍କା ଫେରସ୍ତ ଲାଗି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ହେଲେ ଏଯାଏ କ୍ଷତିଗ୍ରସ୍ତଙ୍କୁ […]
ପୁରୀ: ପୁଣି ଶ୍ରୀମନ୍ଦିରରୁ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ସୁଆର ମହାସୁଆର ନିଯୋଗର କୋଇଲି ବୈକୁଣ୍ଠ ନିକଟ ଅନ୍ନଦାନ ଆଟିକା କାର୍ଯ୍ୟାଳୟର ଗେଟ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସିଂହଦ୍ୱାର ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ଅଧିକ ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜ୍ ଆଧାରରେ ଜଣେ ଛୋଟପିଲା ଏହି ଚୋରି କରିଥିବା ଜଣାପଡ଼ିଛି। ଅନ୍ୟପଟେ, ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର ଶ୍ରୀମନ୍ଦିର […]
କଟକ : ଫୁଡ୍ କୋର୍ଟ କମ୍ପିଟିସନ୍। କ୍ୟାମେରା ଚକୁଳି ସାଙ୍ଗକୁ ବୁମ୍ ପକୋଡା। ତା ସାଙ୍ଗକୁ ରାଜ୍ୟସଭା ଚିକେନ୍ ଏବଂ ବିଧାନସଭା ଫ୍ରାଏଡ ରାଇସ୍। ନାଁ ଶୁଣି ଆପଣକୁ ହସ ଲାଗୁଥିବ। ଗୋଟିଏ ସ୍ଥାନରେ ଏକାଧିକ ଖାଦ୍ୟ ଷ୍ଟଲ, କିନ୍ତୁ ନାଁ ଭିନ୍ନ। ବିଧାନସଭା ଫ୍ରାଇଡରାଇସ୍ ଓ୍ୱିଥ୍ ଚିକେନ୍ ସାଙ୍ଗକୁ ରାଜ୍ୟସଭା ଚିକେନ୍ ଚକୁଳି ଏବଂ ଲୋକସଭା ଦୋସା। ଦାମ୍ ବି ସୁଆଇଲା ଭଳି। କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଫୁଡ୍ କୋର୍ଟ କମ୍ପିଟିସନ୍ରେ ବିଭିନ୍ନ ବିଭାଗ […]