କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା। ଭବାନୀପାଟଣାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଭବାନୀପାଟଣା ମହିଳା ମହାବିଦ୍ୟାଳୟର ବିଜ୍ଞାନ ପରୀକ୍ଷାଗାରର ଭିତ୍ତିଭୂମି ବିକାଶ ପାଇଁ ୫କୋଟିର ସହାୟତା ଘୋଷଣା କରାଯାଇଛି। ଏହି ଅବସରରେ କଳାହାଣ୍ଡି ପାଇଁ ସେ ୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବା ସହ ବହୁ ପ୍ରତୀକ୍ଷିତ ରେତ୍ ଜଳସେଚନ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିଥିଲେ। ନୂଆ ସ୍ୱୟଂ […]
ଭୁବନେଶ୍ୱର : ବଦଳିବ ଉଚ୍ଚଶିକ୍ଷାର ଢାଞ୍ଚା। ଗବେଷଣାକୁ ଦିଆଯିବ ଗୁରୁତ୍ୱ। ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ଅଧିକ ପାଣ୍ଠିର ବ୍ୟବସ୍ଥା ରହିବ। ଭୁବନେଶ୍ୱରରେ ଆୟୋଜିତ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍ର ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍ଙ୍କ ସଚିବ ରଜନୀଶ୍ ଜୈନ୍। ଗ୍ଲୋବାଲ ରାଙ୍କିଙ୍ଗ୍ରେ କିପରି ଦେଶର ଶିକ୍ଷାନୁଷ୍ଠାନଗୁଡିକ ସ୍ଥାନ ପାଇବ, ସେଥିଲାଗି ଅଧ୍ୟାପକଙ୍କୁ ଅଧିକ ରିଫ୍ରେସ୍ମେଣ୍ଟ କୋର୍ସ ଦେବାକୁ ୟୁଜିସି ଯୋଜନା ରଖିଛି। ଗବେଷଣା ପ୍ରତି ଆଗ୍ରହ ବଢାଇବାକୁ ଛାତ୍ର ବୃତ୍ତିକୁ […]
ଭୁବନେଶ୍ୱର : ପରିବର୍ତ୍ତନ ହେବ କି ବିଜେଡିର ସମଦୂରତା ନୀତି ? ବଦଳୁଥିବା ରାଜନୈତିକ ହାଓ୍ୱାକୁ ଦେଖି ନୂଆ ଚକ୍କରରେ ଅଛି କି ଦଳ ? ଜାତୀୟ ଗଣମାଧ୍ୟମକୁ ଦଳର ବରିଷ୍ଠ ସାଂସଦ ତଥାଗତ ସତପଥୀ ଦେଇଥିବା ପ୍ରତିକ୍ରିୟା ପରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି। ତଥାଗତ କହିଛନ୍ତି, ନବୀନ ସ୍ଥିର ସରକାର ସପକ୍ଷରେ ରହିବେ। ସେ ଦୃଷ୍ଟିରୁ ଦେଶର ହିତ ଓ ଓଡ଼ିଶାର ସ୍ୱାର୍ଥ ପ୍ରତି ଯେଉଁ ଦଳ ଧ୍ୟାନ ଦେବ ବିଜେଡି ତାକୁ ସମର୍ଥନ […]
ଭୁବନେଶ୍ୱର : ଭୁବନେଶ୍ୱରରେ ଜୟଦେବ ବିହାର ସ୍ଥିତ N-6 ସାଇପରିବାର ତରଫରୁ ବୀର ଯବାନଙ୍କ ଆତ୍ମାର ସଦ୍ଗତି ପାଇଁ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରାରେ ମନ୍ଦିରର ଉପଦେଷ୍ଟା, ସଭାପତି ଓ ମହିଳା ସମିତି ସଭ୍ୟାଙ୍କ ସମେତ ସ୍ଥାନୀୟ ଅଂଚଳର ଅନେକ ଲୋକ ଯୋଗ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ଜମ୍ମୁ-କାଶ୍ମୀରର ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପି କଡ଼ା ନିନ୍ଦା କରାଯାଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ […]
ଭୁବନେଶ୍ୱର : ବ୍ୟବସାୟ ବନ୍ଦ ରଖି ପୁଲୱାମା ଆତଙ୍କୀ ହମଲାର ପ୍ରତିବାଦ କରିବା ସହ ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ବ୍ୟବସାୟୀ। ଆସନ୍ତା ୧୮ ତାରିଖରେ ସାରା ଦେଶରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ଆହ୍ୱାନ ଦେଇଛି। ବନ୍ଦ ଜରିଆରେ ଆତଙ୍କବାଦୀ ଓ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବ୍ୟବସାୟୀ ସଂଘ। ଅଖିଳ ଭାରତୀୟ ବ୍ୟବସାୟୀ ସଂଘର ଆହ୍ୱାନରେ ରାଜ୍ୟରେ ମଧ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଆହ୍ୱାନ […]
ଭୁବନେଶ୍ୱର : ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ଏଭଳି କାପୁରୁଷୋଚିତ ଆକ୍ରମଣ ଯୋଗୁ ସମଗ୍ର ଦେଶ ମର୍ମାହତ ହୋଇଛି। ଭାରତର କୋଣ ଅନୁକୋଣରେ ପାକିସ୍ତାନ ବିରୋଧରେ ନାରାବାଜି ଚାଲିଛି। ଆତଙ୍କବାଦୀଙ୍କ ହମ୍ଲାରେ ସହିଦ୍ ହୋଇଥିବା ପରିବାରକୁ ସହାୟତା ପାଇଁ ହାତ ବଢ଼ାଇଛି ଓଡ଼ିଶା IPS ସଂଘ। ସହିଦଙ୍କ ପରିବାରକୁ ଦିନକର ଦରମା ଦେବାକୁ ନିଷ୍ପତ୍ତି ନେଇଛି ସଂଘ। ଏହି ଅର୍ଥ CRPF […]
ଯାଜପୁର : ଯାଜପୁର ବ୍ୟାସନଗର ସହରର ପ୍ରସିଦ୍ଧ ବ୍ୟାସ ପୀଠରେ ଚାଲିଛି ବ୍ୟାସ ସରୋବର ମେଳା। ପୌର ପରିଷଦ ପକ୍ଷରୁ ପବିତ୍ର ଭୌମ ଏକାଦଶୀରୁ ଆରମ୍ଭ ହୋଇଛି ଏହି ମେଳା ଓ ମହୋତ୍ସବ। ମନ୍ଦିରରେ ୧୧ ଦିନ ଧରି ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ ପୂଜାର୍ଚ୍ଚନା ଚାଲିବ। ଏହି ଅବସରରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଆସି ଠାକୁରଙ୍କ ଦର୍ଶନ କରିବା ସହିତ ଗୁପ୍ତଗଙ୍ଗାର ଜଳ ସିଞ୍ଚନ କରି ପୂଣ୍ୟ ଅର୍ଜନ […]
ଭୁବନେଶ୍ୱର : ପୁଲୱାମାରେ ସହିଦ୍ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପରିବାର ଲାଗି ଅନୁକମ୍ପାମୂଳକ ସହାୟତା ରାଶି ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଦୁଇ ସହିଦ୍ଙ୍କ ପିଲାମାନଙ୍କ ପାଠ ପଢ଼ା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ। ସେହିପରି ଦୁଇ ସହିଦ୍ଙ୍କ ଗାଁକୁ ଆଦର୍ଶ ପଞ୍ଚାୟତ କରାଯିବା ସହିତ ସହିଦ୍ଙ୍କ ସ୍କୁଲକୁ ସେମାନଙ୍କ ନାମରେ ନାମିତ କରାଯିବ […]
ଭୁବନେଶ୍ୱର : କାଶ୍ମୀରର ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସମ୍ମାନରେ ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ୨ ମିନିଟ୍ର ନିରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଆସନ୍ତାକାଲି ଦିନ ୧୧ଟା ସମୟରେ ଏକକାଳୀନ ରାଜ୍ୟବ୍ୟାପୀ ଏହି ନିରବ ପ୍ରାର୍ଥନା କରାଯିବ। ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ ସାହୁ ଓ କଟକ ଜିଲ୍ଲା ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା ସହିଦ୍ ହୋଇଥିଲେ। ଦୁଇ ସହିଦ୍ଙ୍କ […]
ଭୁବନେଶ୍ୱର : ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡେଲ ଶ୍ରଦ୍ଧାଞ୍ଜଳି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପଟିଆ ସ୍ଥିତ ଓଟିଭି ନେଟଓ୍ୱର୍କ ମୁଖ୍ୟ କାର୍ଯ୍ୟାଳୟରେ ଓଟିଭି, ତରଙ୍ଗ, ପ୍ରାର୍ଥନା ଚ୍ୟାନେଲର ଅଧିକାରୀ ଓ କର୍ମକର୍ତ୍ତା କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଏ ବର୍ବର କାଣ୍ଡକୁ କଡ଼ା ନିନ୍ଦା କରାଯିବା ସହ ସହିଦ୍ ଯବାନଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦିଆଯାଇଥିଲା। ଏହି ଆତ୍ମଘାତୀ ଆକ୍ରମଣରେ ଦୁଇ ଓଡ଼ିଆ ଏବଂ ସମସ୍ତ ଯବାନଙ୍କ […]
ଭୁବନେଶ୍ୱର: ଲଗାତର ତୃତୀୟ ଦିନ ପାଇଁ ରାଜ୍ୟ କଂଗ୍ରେସ୍ ମୁଖ୍ୟାଳୟରେ ଦଳୀୟ ତୁଙ୍ଗ ନେତା ଓ ଆଶାୟୀ ପ୍ରାର୍ଥୀଙ୍କର ଲାଗିଛି ଗହଳି ଚହଳି। ଆଉ ଏପଟେ ଜୟପୁରରେ ବି ଜୟପୁର ଓ କୋରାପୁଟ ଲାଗି ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ଚାଲିଛି କସରତ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ମୁଡ୍ରେ ଥିବା କଂଗ୍ରେସ୍ ଦଳ ଆଜି ପ୍ରଥମ ପର୍ଯ୍ୟାୟ ସ୍କ୍ରିନିଂ କମିଟି ବୈଠକ ଶେଷ କରିଛି। ତିନି ଦିନ ଧରି କଂଗ୍ରେସ୍ […]
ଭୁବନେଶ୍ୱର : ଓଡ଼ିଶାରୁ ରାଜସ୍ଥାନ। ଚାଲିଛି ଯୁବତୀ ଚାଲାଣ। ସୁନ୍ଦରଗଡ଼ ଲାଠିକଟାର ନାବାଳିକା ରାଜସ୍ଥାନର ଝୁନ୍ଝୁନ୍ରୁ ଉଦ୍ଧାର ହେବା ମାମଲା ହେଉ କି ସମ୍ବଲପୁରର ଅପହୃତ ଯୁବତୀ ରାଜସ୍ଥାନରୁ ଉଦ୍ଧାର ଘଟଣା। ଏହି ଦୁଇ ଦୁଇଟି ଘଟଣା ରାଜ୍ୟରେ ଯୁବତୀ ଚାଲାଣ ରାକେଟ ସକ୍ରିୟ ଥିବା ସ୍ପଷ୍ଟ କରିଛି। ଏପଟେ ସୁନ୍ଦରଗଡ଼ ଲାଠିକଟାର ନାବାଳିକା ଗର୍ଭବତୀ ଥିବାରୁ ତାଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ ସିଡବ୍ଲୁସି ଦିଲ୍ଲୀ ଶିଶୁ ମଙ୍ଗଳ କମିଟିକୁ ଚିଠି ଲେଖିଛି। ଚିଠି ମୁତାବକ ନାବାଳିକାଙ୍କୁ […]
ଭୁବନେଶ୍ୱର : ରାଜଧାନୀରେ ବଢୁଛି ଅପରାଧ। ସଂଗଠିତ ଅପରାଧର ଚିତ୍ର କଏଦ ହୋଇଛି ସିସିଟିଭିରେ। ଥାନାରେ ଅଭିଯୋଗ ହୋଇଛି ହେଲେ। ଦୁର୍ବୃତ୍ତଙ୍କ ଟେର ପାଉନି କମିଶନରେଟ୍ ପୁଲିସ। ଭୁବନେଶ୍ୱରର ୩ଟି ସ୍ଥାନରେ ଘଟିଥିବା ଅପରାଧର ସିସିଟିଭି ଫୁଟେଜ୍ରୁ ପୁଲିସ୍ର ନଜରକୁ ଆସିଛି କିଛି ଘଟଣା। ଜାଗମରାସ୍ଥିତ ଏକ ଟ୍ରାଭେଲ ଏଜେନ୍ସି ଭିତରେ ପଶି କର୍ମଚାରୀଙ୍କୁ ଆକ୍ରମଣ କରୁଛନ୍ତି ଦୁର୍ବୃତ୍ତ। ମଦ୍ୟପାନ କରି ଗାଳି ଗୁଲଜ କରିବାକୁ ବିରୋଧ କରିବାରୁ ଟ୍ରାଭେଲ ଏଜେନ୍ସି କର୍ମଚାରୀଙ୍କୁ ଅଫିସ୍ ଭିତରେ ପଶି […]
ଭୁବନେଶ୍ୱର : ୨ ଓଡ଼ିଆ ସହିଦ୍ଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସହିଦ୍ଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ସହିଦ୍ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ଏବଂ ସହିଦ୍ଙ୍କ ମା’ ଓ ପତ୍ନୀଙ୍କ ସହ ମଧ୍ୟ ଟେଲିଫୋନ୍ରେ କଥା ହୋଇଛନ୍ତି ନବୀନ। ଆଜି ସଚିବାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ସହିଦ୍ଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା ମଧ୍ୟ କରିଛନ୍ତି।
ଭୁବନେଶ୍ୱର : ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଆସନ୍ତା ୨୫ ସୁଦ୍ଧା କଂଗ୍ରେସର ବିଧାନସଭା ଓ ଲୋକସଭା ସମସ୍ତ ପ୍ରାର୍ଥୀ ତାଲିକା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି-ସିଇସିଙ୍କୁ ଦିଆଯିବ। କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷଙ୍କ ଭି.ଡି ସାଥିସାନ୍ ଏହି ସୂଚନା ଦେଇଛନ୍ତି। ସେହିପରି ଆସନ୍ତା ସପ୍ତାହରେ ସ୍କ୍ରିନିଂ କମିଟିର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବ ବୋଲି ସେ କହିଛନ୍ତି। ସେହିପରି ସ୍କ୍ରିନିଂ କମିଟିର ଅନ୍ୟତମ ସଦସ୍ୟ ନୌସାଦ୍ ସୋଲାଙ୍କି […]
ଭଣ୍ଡାରୀ ପୋଖରୀ : ଗତ ଶନିବର ଦିନ ଭଣ୍ଡାରୀ ପୋଖରୀ ବ୍ଲକ୍ ଅନ୍ତର୍ଗତ ସାନ ଶାସନ ପଞ୍ଚାୟତ ବାହାଦୂଲ ନଗରର ଯୁବ ସଂଗଠକ ପକ୍ଷରୁ ,ରକ୍ତଦାନ ଶିବିର ଗ୍ରାମ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପତଞ୍ଜଳୀ ଯୁବ ଭାରତର ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ପିତାମ୍ବର ସାହୁଙ୍କ ସଂଚାଳନରେ ଅନୁଷ୍ଠିତ ଶିବିରକୁ ଭଦ୍ରକ ଅତିରିକ୍ତ ଏସ୍ପି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପରିଡ଼ା ଉଦ୍ଘାଟନ କରିଥିଲେ। ଭଦ୍ରକ ବ୍ଲଡ୍ ବ୍ୟାଙ୍କ୍ ପକ୍ଷରୁ ଶ୍ରୀ ରବି ନାରାୟଣ ଖୁଣ୍ଟିଆ, ରତିକାନ୍ତ ବଳ […]
ବିନିକା : ବିନିକା ଡୁଙ୍ଗୁରୀପାଲିରେ ‘ପିଠା’ କାର୍ଯ୍ୟକ୍ରମ ବେଳେ ଫାଙ୍କା ଗୁଳି ଚାଳନା। ‘ପିଠା’ ଶିବିରରେ ୩ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଅଚିହ୍ନା ଯୁବକ ଚମ୍ପଟ। ମିଳିଥିବା ସୂଚନା ଅନୁସାରେ, ରାଜୀବ ଭବନରେ ଚାଲିଥିଲା ‘ପିଠା’ କାର୍ଯ୍ୟକ୍ରମ। ତା ଭିତରକୁ ପଶି ଆସିଥିଲା ଏହି ଯୁବକ ଜଣକ। ଏହି ଯୁବକ ଲୋକଙ୍କୁ ଅସୌଜନ୍ୟ ବ୍ୟବହାର କରିବାରୁ ପ୍ରତିବାଦ କରିଥିଲେ ଲୋକେ। ଲୋକଙ୍କୁ ଡ଼ରାଇବାକୁ ପିସ୍ତଲରୁ ଫାଙ୍କା ଗୁଳି ଚଳାଇଥିଲା ସଂପୃକ୍ତ ଯୁବକ।
ନୟାଗଡ଼ : ନୟାଗଡ଼ ବାଲୁଗାଁରେ ଜଣ୍ଡିସ୍ ଆତଙ୍କ। ପ୍ରାୟ ୧୦ ଦିନ ହେଲାଣି ଗାଁରେ ୫୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି। ଦୂଷିତ ପାଣି ପିଇବା ଯୋଗୁ ଏହା ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁକୁ ଯୋଗାଣ ହେଉଥିବା ପାଣି ପାଇପ୍ ଅଧିକାଂଶ ସ୍ଥାନରେ ଫାଟି ଯାଇଛି। ସେହିପରି ଯେଉଁ ସ୍ଥାନରୁ ପାଣି ସପ୍ଲାଇ କରାଯାଉଛି, ସେଠାରେ ଦୂଷିତ ପାଣି ଜମା ହୋଇ ରହିଥିବାରୁ ଏଭଳି ସ୍ଥିତି ଉପୁଜିଥାଇପାରେ ବୋଲି […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଦାମଡ଼ାପଡା ଅଞ୍ଚଳରେ ପୁଣି ଚେଙ୍କ ଚିକିତ୍ସା ଘଟଣା ସାମ୍ନାକୁ ଆସିଛି। ଏପରି ଅନ୍ଧବିଶ୍ୱାସର ଶିକାର ହୋଇ ଜଣେ ୭ ବର୍ଷର ପିଲା ଗୁରୁତର ହୋଇପଡ଼ିଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ୧୦ଟି ଚେଙ୍କ ଚିହ୍ନ ରହିଛି । କିଛି ଦିନ ପୂର୍ବେ ଅସୁସ୍ଥ ହୋଇପଡିଥିବା ଶିଶୁକୁ ପରିବାର ଲୋକେ ଡାକ୍ତର ନ ଦେଖାଇ ଚେଙ୍କ ଚିକିତ୍ସାର ଆଶ୍ରୟ ନେଇଥିଲେ। ସେଠାରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଇଛି। ଏହାପରେ ଅବସ୍ଥା ଗୁରୁତର […]
ଖୋର୍ଦ୍ଧା : ଖୋର୍ଦ୍ଧା ଜଟଣୀ ଥାନା ଅଞ୍ଚଳରେ ଲଜ୍ଜା। ନବମଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର। ତେବେ ଝିଅଟିକୁ ଦୁଷ୍କର୍ମ ପରେ ହତ୍ୟା କରି ଝୁଲାଇ ଦିଆଯାଇଥିବା ମୃତ ଛାତ୍ରୀଙ୍କ ମାଆ ଅଭିଯୋଗ କରିଛନ୍ତି। ପଡ଼ୋଶୀ ଭଡ଼ାଟିଆ ଜଣେ ଯୁବକ ଦୁଷ୍କର୍ମ ପରେ ମାରି ଝୁଲାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଜଟଣୀ ଥାନାରେ ଅଭିଯୋଗ ପରେ ପୁଲିସ୍ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କ୍ଷୀରସାହିରେ ଅଭାବନୀୟ ଘଟଣା। ଗାଁର ଲକ୍ଷ୍ମୀଧର ଦାସଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବାପା, ମା’ଙ୍କ ଅନୁପସ୍ଥିତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ପୁଲିସର ସୂଚନା ଅନୁଯାୟୀ, କୌଣସି ଏକ କାରଣକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ଏହାପରେ ସାନ ଭଉଣୀ ରୂପା ଦାସ […]
କନ୍ଧମାଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ନବୀନ ଆଜି ଏହି ଜିଲ୍ଲା ପାଇଁ ମୋଟ ୨୫୦ କୋଟିର ଭିନ୍ନ ଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହାସହ କନ୍ଧମାଳ ଷ୍ଟାଡିୟମ୍ରେ ଆୟୋଜିତ ବିଜୁ ଯୁବ ବାହିନୀର ଆଞ୍ଚଳିକ ଯୁବ ସମାବେଶରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଗଞ୍ଜାମ, କନ୍ଧମାଳ, ଗଜପତି, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର ବିଜୁ ବାହିନୀର ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ […]
ବରଗଡ଼ : ଖାକିରେ ଲାଗିଲା କଳଙ୍କ। ରକ୍ଷକ ସାଜିଲା ଭକ୍ଷକ। ପଦାକୁ ଆସିଛି ଏମିତି ଏକ କଦର୍ଯ୍ୟ ମାନସିକତାର ଚିତ୍ର। ଜଣେ ଥାନା ଏଏସ୍ଆଇ ଓ ଆଉ ଜଣେ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି। ଉଭୟ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ,ନାବାଳିକା ଜଣକ ଟ୍ୟୁସନ୍ ସାରି ଫେରୁଥିବା ବେଳେ ତାକୁ ଅପହରଣ କରାଯାଇଥିଲା। ପରେ ଉଭୟ ଏଏସ୍ଆଇ ଓ ଯୁବକ ସମ୍ପୃକ୍ତ ଝିଅକୁ ଦୁଷ୍କର୍ମ କରିଥିବା ସୋହେଲା ଥାନାରେ ପୀଡ଼ିତାଙ୍କ […]
ସୁନ୍ଦରଗଡ଼ : ପୂର୍ବତନ ବିଧାୟକ ଯୋଗେଶ ସିଂ ଏବଂ ବିଜେଡି ନେତ୍ରୀ କୁସୁମ୍ ଟେଟେଙ୍କୁ ନେଇ ସୁନ୍ଦରଗଡ଼ ବିଜେଡିରେ ବଢ଼ୁଛି ଗୋଷ୍ଠୀ ବିବାଦ। ଉଭୟେ ନିଜ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ୬ ତାରିଖରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗେଶ ସିଂ ବିଜେଡିରେ ସାମିଲ ହେବା ପରେ ୮ତାରିଖରେ ସୁନ୍ଦରଗଡ଼ରେ ବାଇକ୍ ରାଲି ସହ ବାଣ ଫୁଟାଇ ରାଲି କରିଥିଲେ। ହେଲେ ଗତ ନିର୍ବାଚନରେ ପରାଜିତ ପ୍ରାର୍ଥୀ ତଥା ସ୍ୱତନ୍ତ୍ର ଉନ୍ନୟନ […]
ଭୁବନେଶ୍ୱର : ଭତ୍ତା ଟଙ୍କା ଚଳୁ କରିନେଲେ ସରକାରୀ ବାବୁ। ବିଧବା, ବୃଦ୍ଧ, ଭିନ୍ନକ୍ଷମ କେହି ବି ବାଦ୍ ପଡିଲେନି। ଗୋଟିଏ ବର୍ଷର ହିସାବ ରାଜ୍ୟ ସରକାରଙ୍କ ସ୍ୱଚ୍ଛତାର ମୁଖା ଖୋଲିଛି। ୨୦୧୭- ୧୮ ବର୍ଷ ପାଇଁ ହୋଇଥିବା ଲୋକାଲ୍ ଫଣ୍ଡ ଅଡିଟ୍ର ରିପୋର୍ଟ ଉପରେ ନଜର ପକାଇଲେ ଜଣାପଡ଼େ ବ୍ଲକ୍ ସ୍ତରରେ ଭତ୍ତା ଟଙ୍କା ହଡ଼ପ ହୋଇଛି। ବ୍ଲକସ୍ତରରେ ଭତ୍ତା ଟଙ୍କା ହଡ଼ପ ହୋଇଥିବାର ଏ ତଥ୍ୟରୁ ଜଣାପଡ଼େ।୨୦୧୬-୧୭ ମସିହାରେ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା […]