• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

tiger
ଭୁବନେଶ୍ୱରରେ କଲରାପତରିଆ ବାଘ

ଭୁବନେଶ୍ୱର : ରାଜଧାନୀରେ ବାଘ ଆତଙ୍କ। ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳକୁ ଏକ କଲରାପତରିଆ ବାଘ ପଶି ଆସିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତକାଲି ରାତିରେ ବାଘଟି ପଳାସପଲ୍ଲୀର ଜନବସତି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କ ଘର ପାଚେରୀ ଡେଇଁ ବାଘଟି ପଶୁଥିବା ଆଜି ଏକ ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା। ଗତକାଲି ରାତିରେ ବାଘଟି ବିମାନବନ୍ଦର ପାଚେରୀ ଡେଇଁ ଜନବସତି ଆଡ଼କୁ ଆସିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ବି […]

  • Friday, 16 July 2021
in ed
EDରେ ହାଜର ହେଲେ ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍‌ଡି

ଭୁବନେଶ୍ୱର : EDରେ ହାଜର ହେଲେ ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍‌ଡି ଦୁର୍ଗାପ୍ରସାଦ ମିଶ୍ର। ଆଜି ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ସେ ହାଜର ହୋଇଥିବା ଜଣାପଡିଛି। ବେଆଇନ୍‌ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଇଡି ପଚରାଉଚରା କରୁଥିବା ସୂଚନା ମିଳିଛି। ପୂର୍ବରୁ CBI ତାଙ୍କୁ ଚିଟ୍ ଫଣ୍ଡ ଦୁର୍ନୀତି ଅଭିଯୋଗରେ ଗିରଫ କରିଥିଲା। ତେବେ ପରେ ଦୁର୍ଗାପ୍ରସାଦ ଜାମିନ୍‌ରେ ଆସିଥିଲେ।

  • Friday, 16 July 2021
prayer
ସହିଦ୍‌ ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ୍‌ ରାଲି ଓ ପ୍ରାର୍ଥନା ସଭା

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ ତରଫରୁ ପୁଲୱାମାରେ ସହିଦ୍‌ ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଅନୁଗୁଳ କଂଗ୍ରେସ ଭବନ ଠାରୁ ବଜାର ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରି ବୀର ଯବାନ ଅମର ରହେ ଧ୍ୱନି ଦେବା ସହ ପାକିସ୍ତାନ ମୁର୍ଦାବାଦ୍‌ ନାରା ଦେଇଥିଲେ। ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ପୋଡ଼ାଶୁଳ ଠାରେ ସହିଦ୍‌ ଯବାନଙ୍କ ପାଇଁ କ୍ୟାଣ୍ଡେଲ ରାଲି କରାଯାଇଛି। କାଶ୍ମୀର ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ […]

  • Friday, 16 July 2021
wine-protest
ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ମଦ ବିରୋଧୀ ଆନ୍ଦୋଳନ

ଜଗତସିଂହପୁର : ପୁଣି ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ଚୋରା ମଦ କାରବାର ବନ୍ଦ ତଥା ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଘୋଷଣା ଦାବି ନେଇ ଆନ୍ଦୋଳନ। ଓଡ଼ିଶା ନିଶା ନିବାରଣ ଅଭିଯାନ ଓ ନବନିର୍ମାଣ ସମିତି ତରଫରୁ ଆୟୋଜିତ ଏହି ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ମଦ୍ୟପାନର କୁପ୍ରଭାବରେ ସାମାଜିକ ଜୀବନ ପ୍ରଭାବିତ ହେଉଛି; ତେଣୁ ମଦମୁକ୍ତ ଓଡିଶା ଗଠନ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି […]

  • Friday, 16 July 2021
mandi
ଫେବ୍ରୁଆରୀ ୨୮ ପରେ ବି ଖୋଲା ରହିବ ଧାନ ମଣ୍ଡି

ଭୁବନେଶ୍ୱର : ଫେବ୍ରୁଆରୀ ୨୮ ତାରିଖ ପରେ ବି ଖୋଲା ରହିବ ଧାନ ମଣ୍ଡି। ଏନେଇ ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ସଚିବ ଲେଖିଛନ୍ତି କଡ଼ା ଚିଠି। ଯେଉଁ ୧୯ଟି ଜିଲ୍ଲାରେ ଧାନ ସଂଗ୍ରହ ଲାଗି ଚିଠି କରାଯାଇଛି ସେଗୁଡ଼ିକ ହେଲା,  ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର। ସେହିପରି କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଂଜ, ନୟାଗଡ଼,ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ ଜିଲ୍ଲାକୁ ବି ଚିଠି ହୋଇଛି। ଏହି ଜିଲ୍ଲା […]

  • Friday, 16 July 2021
accident
କଟକ-ପାରାଦ୍ୱୀପ NHରେ ସିରିଜ୍‌ ଦୁର୍ଘଟଣା

କଟକ : କଟକ-ପାରାଦ୍ୱୀପ ଜାତୀୟ ରାଜପଥ ରାମ କୁମାର ପୁରରେ ସିରିଜ୍ ଦୁର୍ଘଟଣା। ଯେଉଁଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। କଟକରୁ ପାରାଦ୍ୱୀପ ଯାଉଥିବା ବେଳେ ସ୍କୁଟିକୁ ଅଟୋ, କାର୍ ଧକ୍କା ଦେଇଛି। ଘଟଣା ପରେ ଫେରାର୍ ହୋଇ ଯାଇଛନ୍ତି କାର୍, ଅଟୋ ଡ୍ରାଇଭର୍। ଘଟଣାସ୍ଥଳରେ ସୋମପୁର ଥାନା ପୁଲିସ୍‌ ପହଞ୍ଚି ଖୋଳତାଡ଼ କରୁଛି।

  • Friday, 16 July 2021
bjp
ବିଜେପି ପକ୍ଷରୁ ଜନ ଅଦାଲତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବିଜେପି ପକ୍ଷରୁ ଭୁବନେଶ୍ୱର ସ୍ଥିତ ସହିଦନଗର ପଡ଼ିଆରେ ଜନ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସରକାର ବିରୋଧରେ ବିଭିନ୍ନ ଅଭିଯୋଗ ଉଠାଇଥିଲା ବିଜେପି। ବିଶେଷ କରି ଭୁବନେଶ୍ୱର ଲୋକସଭା ଅଞ୍ଚଳରେ ମୌଳିକ ସମସ୍ୟା ସମାଧାନ ହେଉନଥିବା ଅଭିଯୋଗ ହୋଇଥିଲା। ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ୟା ପ୍ରସଙ୍ଗ ବି ଉଠିଥିଲା। ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ବିନ୍ଦୁ ସାଗର ସଫେଇ ସହ ୧୦ଟି ମୁଖ୍ୟ ନାଳକୁ […]

  • Friday, 16 July 2021
q1
ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଶିଖ୍‌ ସମ୍ପ୍ରଦାୟ

ଭୁବନେଶ୍ୱର: ଶିଖ୍‌ ସମ୍ପ୍ରଦାୟର ଆନ୍ତର୍ଜାତିକ ସଂସ୍ଥା ‘ଖାଲସା ଏଡ୍’ ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଭୁବନେଶ୍ୱର ସ୍ଥିତ ଗୁରୁଦ୍ୱାର ସିଂହ ସଭା ସଂଗଠନ ସହାୟତାରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଗତ ଶନିବାର ଠାରୁ ଏହି ସଂସ୍ଥା ଦ୍ୱାରା ଭୁବନେଶ୍ୱର ଓ ପୁରୀରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ପୁରୀରେ ପ୍ରାୟ ୫ ହଜାର ଲୋକଙ୍କ ପାଇଁ ଫ୍ରି କିଚେନ୍ ଆରମ୍ଭ ହୋଇଛି। ପୁରୀରେ ଜିଲ୍ଲା ପ୍ରଶାସନର ସହାୟତାରେ ଏହି ସଂଗଠନ […]

  • Friday, 16 July 2021
strike
ଆସନ୍ତାକାଲି ବନ୍ଦ ରହିବ ଦେଶର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ

ଭୁବନେଶ୍ୱର : ଆସନ୍ତାକାଲି ବନ୍ଦ ରହିବ ଦେଶର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ। ପୁଲଓ୍ୱାମା ଆକ୍ରମଣ ଘଟଣାକୁ ନିନ୍ଦା କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଏହି ଡ଼ାକରା ଦେଇଛି। ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏହି ବନ୍ଦ ପାଳନ କରାଯାଉଥିବାରୁ ଏହାକୁ ସମର୍ଥନ ଜଣାଇଛନ୍ତି ରାଜ୍ୟର ବିଭିନ୍ନ ବ୍ୟବସାୟୀ ସଂଘ। ଦୁଇ ଓଡ଼ିଆ ସହିଦ୍‌ଙ୍କ ପରିବାରକୁ ବ୍ୟବସାୟୀ ସଂଘ ପକ୍ଷରୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କଟକ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ସକାଳ […]

  • Friday, 16 July 2021
toofan
‍‍‘ଫୋନି’ ପରେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି ଉପକୂଳ ଓଡ଼ିଶା

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ର ତାଣ୍ଡବ ପରେ ଉପକୂଳ ଓଡ଼ିଶା ଧୀରେ ଧୀରେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି। ବିଶେଷ କରି ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ସାଷ୍ଟାମ ହେବାକୁ ଚେଷ୍ଟା କରୁଛି। କିନ୍ତୁ ସ୍ଥିତି ସ୍ୱାଭାବିକ ହୋଇ ନାହିଁ। ଏବେ ବି ଲୋକଙ୍କ ପାଖରେ ପାଣି କି ବିଜୁଳି ପହଞ୍ଚି ନାହିଁ। ବିଦ୍ୟୁତ୍‌ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କେଉଁଠି ତାର ଉପରେ ଗଛ ପଡ଼ିଛି, ତ ଆଉ କେଉଁଠି […]

  • Friday, 16 July 2021
joranda
ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ : ଢେଙ୍କାନାଳରେ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ୩ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମହିମା ସମାଜ ପକ୍ଷରୁ ଏନେଇ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାଘ ଚତୁର୍ଦ୍ଦଶୀ, ଗୁରୁ ପୂର୍ଣ୍ଣିମା ଓ ବାବା ପୂର୍ଣ୍ଣିମା ଭାବେ ପାଳିତ ହେବ ଏହି ମେଳା। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଚଳିତବର୍ଷ ୩ଦିନ ଧରି ଝାଡ଼ ଦ୍ୱୀପ ପ୍ରଜ୍ଜଳନ […]

  • Friday, 16 July 2021
naveen
ସିବିଆଇ ଭୟରେ ମହାମେଣ୍ଟକୁ ନା କହୁଛନ୍ତି କି ନବୀନ?

ଭୁବନେଶ୍ୱର :  ସିବିଆଇ ଭୟରେ ବିଜେପି ବିରୋଧୀ ମହାମେଣ୍ଟକୁ ନା କହୁଛନ୍ତି କି ନବୀନ ? ମମତା, ପ୍ରେସ୍‌ କ୍ଲବ୍ ଅଫ୍ ଇଣ୍ଡିଆରେ ଦେଇଥିବା ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କଂଗ୍ରେସ୍ ଦିଦିଙ୍କୁ ସମର୍ଥନ କରିବା ସହ ନବୀନ ସମଦୂରତା କଥା କହି ସୁବିଧାବାଦୀ ରାଜନୀତି କରୁଥିବା ଅଭିଯୋଗ କରିଛି। ସିବିଆଇ କାଳେ କିଛି କରିବ ନବୀନଙ୍କୁ ସେଇ ଭୟ ଘାରିଥିବା କହିଛନ୍ତି ଦଳର ବରିଷ୍ଠ ନେତା ଶରତ ରାଉତ। ତେବେ ବିଜେଡି ଏଭଳି ଅଭିଯୋଗକୁ […]

  • Friday, 16 July 2021
rajnath6
ଭଦ୍ରକ ସଭାରେ ନବୀନଙ୍କୁ ରାଜନାଥଙ୍କ ପ୍ରଶ୍ନ ; ସ୍ଥାୟୀ ସରକାର ସତ୍ତ୍ୱେ କାହିଁକି ପଛୁଆ ଓଡ଼ିଶା

ଭଦ୍ରକ  : ବିକାଶ କାର୍ଡ ଖେଳି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଭଦ୍ରକ ରାଣୀତାଲ୍‌ରେ ଆୟୋଜିତ ଦଳର ଶକ୍ତିକେନ୍ଦ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ଓଡ଼ିଶାରେ କାହିଁକି ବିକାଶ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ରାଜନାଥ। ସ୍ଥାୟୀ ସରକାର ସତ୍ତ୍ୱେ ଓଡ଼ିଶା କାହିଁକି ପଛୁଆ ବୋଲି ସେ ନବୀନଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ରାଜ୍ୟର ଚାଷୀଙ୍କୁ ଫସଲ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ସହାୟତା ରାଶି ମିଳୁନଥିବା କହି, ବିଜେପି ସରକାର […]

  • Friday, 16 July 2021
4
ଜମିପଟ୍ଟା ନଥିବାରୁ ସରକାରୀ ସୁବିଧା ମିଳୁନଥିବା ଅଭିଯୋଗ

ଉଦଳା : ଖଜଣା ଦେଉଛନ୍ତି ଗ୍ରାମବାସୀ। ହେଲେ ନାଁରେ ନାହିଁ ଜମିପଟ୍ଟା। ଜମିପଟ୍ଟା ନଥିବାରୁ କୌଣସି ସରକାରୀ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି। ଅତି ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ପ୍ରମାଣ ନଥିବାରୁ ସରକାରୀ ଆବାସ ଯୋଜନାରେ ଘର ବି ମିଳୁନି। ବାରମ୍ବାର ଅଭିଯୋଗ ପରେ ବି ସମସ୍ୟା ଦୂର ନହେବାରୁ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଏନ୍‌ଏସି ୧୧ ନମ୍ବର ୱାର୍ଡର ତେଲିସାହି ବାସିନ୍ଦା। ସେମାନେ ଅଭିଯୋଗ କରିଛନ୍ତି,  ପୁରୁଷ […]

  • Friday, 16 July 2021
puri
ଶ୍ରୀମନ୍ଦିର ସଂସ୍କାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ଗୋବର୍ଦ୍ଧନ ପୀଠରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ। ଶ୍ରୀମନ୍ଦିରରେ ସଂସ୍କାର ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ବୈଠକ ଡକାଇଥିଲେ ଶଙ୍କରାଚାର୍ଯ୍ୟ। ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାର ସମାଧାନ, ଶୃଙ୍ଖଳିତ ନୀତିକାନ୍ତିକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି ସଦସ୍ୟ, ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅଧିକାରୀ, ହାଇକୋର୍ଟ […]

  • Friday, 16 July 2021
community party
ଆସନ୍ତା ନିର୍ବାଚନରେ ଓଡ଼ିଶାରେ ହେବ ମହାମେଣ୍ଟ

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ବାମ ଦଳ କରିବ ମହାମେଣ୍ଟ। ବିଜେଡି, ବିଜେପି ବିରୋଧରେ ହେବ ମହାମେଣ୍ଟ। ଆଜି ଏନେଇ ସୂଚନା ଦେଇଛନ୍ତି ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା। ଏଥିରେ ଯୋଗ ଦେବେ କଂଗ୍ରେସ, ସିପିଆଇ, ସିପିଏମ୍ ଓ ଜେଏମ୍ଏମ୍। ନିର୍ବାଚନରେ ଏହି ମହାମେଣ୍ଟ ବିଜେପି, ବିଜେଡି ବିରୋଧରେ ଲଢ଼ିବ। ସେପଟେ ମହାମେଣ୍ଟ ନେଇ ଆଲୋଚନା ହୋଇଛି। ବିଧିବଦ୍ଧ ଭାବେ ନିଷ୍ପତ୍ତି ହେବାକୁ ବାକି ଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

  • Friday, 16 July 2021
rajnath3
ଭଦ୍ରକ ରାଣୀତାଲରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

ଭଦ୍ରକ : ଭଦ୍ରକରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଣୀତାଲରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ସଭା ଆରମ୍ଭରୁ ପୁଲଓ୍ୱାମା ସହିଦ୍‌ଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ। ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ଓଡ଼ିଶାର ଅବଦାନକୁ ମଧ୍ୟ ସ୍ମରଣ କରିଥିଲେ। ସାଧାରଣ ସଭାରେ ସେ ବୁଥ୍‌ସ୍ତରୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରିବେ। ସମାବେଶରେ ଉତ୍ତର ଓଡ଼ିଶାର ସବୁ […]

  • Friday, 16 July 2021
gg
ଗାଁରେ ପହଞ୍ଚିଲା ସହିଦ୍‌ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର : ଜନ୍ମ ମାଟିରେ ସହିଦ୍‌ଙ୍କୁ ଦିଆଯାଇଛି ଶେଷ ବିଦାୟ। ପୁଲଓ୍ୱାମା ଆତଙ୍କୀ ଆକ୍ରମଣରେ ସହିଦ୍‌ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ଗାଁକୁ ନିଆଯାଇଛି। ଶୋକାକୂଳ ପରିବେଶ ଭିତରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଗାଁ ଲୋକେ। କାନ୍ଦ ବୋବାଳି ଭିତରେ ଘରର ପୁଅକୁ ବିଦାୟ ଦେଇଛନ୍ତି ପରିବାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଜୁଏଲ ଓରାମ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନା ନିଆଳିର ସହିଦ୍‌ ମନୋଜ କୁମାରଙ୍କ ଗାଁରେ […]

  • Friday, 16 July 2021
cm
ଭବାନୀପାଟଣା ମହାବିଦ୍ୟାଳୟକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

କଳାହାଣ୍ଡି  : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା। ଭବାନୀପାଟଣାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଭବାନୀପାଟଣା ମହିଳା ମହାବିଦ୍ୟାଳୟର ବିଜ୍ଞାନ ପରୀକ୍ଷାଗାରର ଭିତ୍ତିଭୂମି ବିକାଶ ପାଇଁ ୫କୋଟିର ସହାୟତା ଘୋଷଣା କରାଯାଇଛି। ଏହି ଅବସରରେ କଳାହାଣ୍ଡି ପାଇଁ ସେ ୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା ସହ ବହୁ ପ୍ରତୀକ୍ଷିତ ରେତ୍ ଜଳସେଚନ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିଥିଲେ। ନୂଆ ସ୍ୱୟଂ […]

  • Friday, 16 July 2021
annual meet
ବଦଳିବ ଉଚ୍ଚ ଶିକ୍ଷାର ଢାଞ୍ଚା : ଗବେଷଣାକୁ ଗୁରୁତ୍ୱ

ଭୁବନେଶ୍ୱର  : ବଦଳିବ ଉଚ୍ଚଶିକ୍ଷାର ଢାଞ୍ଚା। ଗବେଷଣାକୁ ଦିଆଯିବ ଗୁରୁତ୍ୱ। ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ଅଧିକ ପାଣ୍ଠିର ବ୍ୟବସ୍ଥା ରହିବ। ଭୁବନେଶ୍ୱରରେ ଆୟୋଜିତ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍‌ର ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍‌ଙ୍କ ସଚିବ ରଜନୀଶ୍ ଜୈନ୍। ଗ୍ଲୋବାଲ ରାଙ୍କିଙ୍ଗ୍‌ରେ କିପରି ଦେଶର ଶିକ୍ଷାନୁଷ୍ଠାନଗୁଡିକ ସ୍ଥାନ ପାଇବ, ସେଥିଲାଗି ଅଧ୍ୟାପକଙ୍କୁ ଅଧିକ ରିଫ୍ରେସ୍‌ମେଣ୍ଟ କୋର୍ସ ଦେବାକୁ ୟୁଜିସି ଯୋଜନା ରଖିଛି। ଗବେଷଣା ପ୍ରତି ଆଗ୍ରହ ବଢାଇବାକୁ ଛାତ୍ର ବୃତ୍ତିକୁ […]

  • Friday, 16 July 2021
tathagata
ନିର୍ବାଚନ ପରେ ବଦଳିବ କି ବିଜେଡିର ସମଦୂରତା ନୀତି ?

ଭୁବନେଶ୍ୱର : ପରିବର୍ତ୍ତନ ହେବ କି ବିଜେଡିର ସମଦୂରତା ନୀତି ? ବଦଳୁଥିବା ରାଜନୈତିକ ହାଓ୍ୱାକୁ ଦେଖି ନୂଆ ଚକ୍କରରେ ଅଛି କି ଦଳ ? ଜାତୀୟ ଗଣମାଧ୍ୟମକୁ ଦଳର ବରିଷ୍ଠ ସାଂସଦ ତଥାଗତ ସତପଥୀ ଦେଇଥିବା ପ୍ରତିକ୍ରିୟା ପରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି। ତଥାଗତ କହିଛନ୍ତି, ନବୀନ ସ୍ଥିର ସରକାର ସପକ୍ଷରେ ରହିବେ। ସେ ଦୃଷ୍ଟିରୁ ଦେଶର ହିତ ଓ ଓଡ଼ିଶାର ସ୍ୱାର୍ଥ ପ୍ରତି ଯେଉଁ ଦଳ ଧ୍ୟାନ ଦେବ ବିଜେଡି ତାକୁ ସମର୍ଥନ […]

  • Friday, 16 July 2021
sai
N-6 ସାଇ ପରିବାର ତରଫରୁ ବୀର ଯବାନଙ୍କ ପାଇଁ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଭୁବନେଶ୍ୱର : ଭୁବନେଶ୍ୱରରେ ଜୟଦେବ ବିହାର ସ୍ଥିତ N-6 ସାଇପରିବାର ତରଫରୁ ବୀର ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରାରେ ମନ୍ଦିରର ଉପଦେଷ୍ଟା, ସଭାପତି ଓ ମହିଳା ସମିତି ସଭ୍ୟାଙ୍କ ସମେତ ସ୍ଥାନୀୟ ଅଂଚଳର ଅନେକ ଲୋକ ଯୋଗ ଦେଇଛନ୍ତି। ଉଲ୍ଲେଖନୀୟ ଯେ, ଜମ୍ମୁ-କାଶ୍ମୀରର ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପି କଡ଼ା ନିନ୍ଦା କରାଯାଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ […]

  • Friday, 16 July 2021
sahid-6
ଆସନ୍ତା ୧୮ତାରିଖରେ ସାରା ଦେଶରେ ବନ୍ଦ ରହିବ ବ୍ୟବସାୟ ପ୍ରତିଷ୍ଠାନ

ଭୁବନେଶ୍ୱର : ବ୍ୟବସାୟ ବନ୍ଦ ରଖି ପୁଲୱାମା ଆତଙ୍କୀ ହମଲାର ପ୍ରତିବାଦ କରିବା ସହ ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ବ୍ୟବସାୟୀ। ଆସନ୍ତା ୧୮ ତାରିଖରେ ସାରା ଦେଶରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ଆହ୍ୱାନ ଦେଇଛି। ବନ୍ଦ ଜରିଆରେ ଆତଙ୍କବାଦୀ ଓ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବ୍ୟବସାୟୀ ସଂଘ। ଅଖିଳ ଭାରତୀୟ ବ୍ୟବସାୟୀ ସଂଘର ଆହ୍ୱାନରେ ରାଜ୍ୟରେ ମଧ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଆହ୍ୱାନ […]

  • Friday, 16 July 2021
p11
ଦିନକର ଦରମା ଦେବେ IPS

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ଏଭଳି କାପୁରୁଷୋଚିତ ଆକ୍ରମଣ ଯୋଗୁ ସମଗ୍ର ଦେଶ ମର୍ମାହତ ହୋଇଛି। ଭାରତର କୋଣ ଅନୁକୋଣରେ ପାକିସ୍ତାନ ବିରୋଧରେ ନାରାବାଜି ଚାଲିଛି। ଆତଙ୍କବାଦୀଙ୍କ ହମ୍‌ଲାରେ ସହିଦ୍‌ ହୋଇଥିବା ପରିବାରକୁ ସହାୟତା ପାଇଁ ହାତ ବଢ଼ାଇଛି ଓଡ଼ିଶା IPS ସଂଘ। ସହିଦଙ୍କ ପରିବାରକୁ ଦିନକର ଦରମା ଦେବାକୁ ନିଷ୍ପତ୍ତି ନେଇଛି ସଂଘ। ଏହି ଅର୍ଥ CRPF […]

  • Friday, 16 July 2021
mela byasa sarobar
ପ୍ରସିଦ୍ଧ ବ୍ୟାସ ପୀଠରେ ଚାଲିଛି ବ୍ୟାସ ସରୋବର ମେଳା

ଯାଜପୁର  : ଯାଜପୁର ବ୍ୟାସନଗର ସହରର ପ୍ରସିଦ୍ଧ ବ୍ୟାସ ପୀଠରେ ଚାଲିଛି ବ୍ୟାସ ସରୋବର ମେଳା। ପୌର ପରିଷଦ ପକ୍ଷରୁ ପବିତ୍ର  ଭୌମ ଏକାଦଶୀରୁ ଆରମ୍ଭ ହୋଇଛି ଏହି ମେଳା ଓ ମହୋତ୍ସବ। ମନ୍ଦିରରେ ୧୧ ଦିନ ଧରି ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ ପୂଜାର୍ଚ୍ଚନା ଚାଲିବ। ଏହି ଅବସରରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଆସି ଠାକୁରଙ୍କ ଦର୍ଶନ କରିବା ସହିତ ଗୁପ୍ତଗଙ୍ଗାର ଜଳ ସିଞ୍ଚନ କରି ପୂଣ୍ୟ ଅର୍ଜନ […]

  • Friday, 16 July 2021