ପୁରୀ : ପୁରୀ-କୋଣାର୍କ ବେଳାମାର୍ଗର ଟିକନା ସ୍ଥିତ ପୁରୀ ଜିଲ୍ଲା କାରାଗାରରେ ବିଚାରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାଁ ଶେଖ୍ ଆକବର ମେହେମୁଦ୍। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ସରଧାପୁରରେ। ପୁଲିସର କହିବା କଥା, ଜଣେ ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗରେ ତାଙ୍କୁ ଗିରଫ କରି ଜେଲ୍ରେ ରଖାଯାଇଛି। ଆଜି ମଧ୍ୟାହ୍ନରେ ଖାଇ ସାରିବା ପରେ ସେ ନିଜ କୋଠରୀ ନିକଟରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ୍ କହିଛି। […]
ଭୁବନେଶ୍ୱର : ପୌର କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନ ହାରରେ ଦରମା। ରାଜ୍ୟର ପୌର କର୍ମଚାରୀଙ୍କ ଲାଗି ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଘୋଷଣା ରାଜ୍ୟର ସବୁ ପୌରସଂସ୍ଥାରେ ଲାଗୁ ହେବ। ୨୦୧୬ମସିହା ଏପ୍ରିଲ ପହିଲାରୁ ପିଛିଲା ଭାବେ ସପ୍ତମ ବେତନ କମିଶନ ହାରରେ ଦରମା ପାଇବେ ପୌର କର୍ମଚାରୀ। ରାଜ୍ୟ ନିଜ ପାଣ୍ଠିରୁ ଏହି ଅତିରିକ୍ତ ଖର୍ଚ୍ଚ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା ) : ଚାଷ ଜମିକୁ ପାଣି ମାଡ଼ିବ। ଭଲ ଫସଲ ହେବ। ଋଣ ଶୁଝି ହସଖୁସିରେ ପରିବାର ପ୍ରତିପୋଷଣ କରିବେ। ଏ ଆଶା ନେଇ ରାଜ୍ୟ ସରକାର ବିଜୁ କୃଷକ ବିକାଶ ଯୋଜନା ଅନ୍ତର୍ଗତ ଗଭୀର ନଳକୂପ ସେଚନ ଯୋଜନାରେ, କୋରାପୁଟ ମହାଦେଇପୁଟ ପଞ୍ଚାୟତର ଅନେକ ଚାଷୀ କୋରାପୁଟ ସ୍ଥିତ ୟୁନିୟନ ବ୍ୟାଙ୍କ୍ରେ ୧୦ହଜାର ଟଙ୍କା ଲେଖାଏଁ ବାନ୍ଧିଥିଲେ। ହେଲେ ଆଶା ରହିଗଲା ଆଶାରେ। ଆଜକୁ ଦେଢ଼ ବର୍ଷ ହେଲା ବୋର୍ୱେଲ ଖୋଲା […]
ମୋହନା : ପରକୀୟା ପ୍ରୀତିରୁ ଜଣେ ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କଲେ ଅନ୍ୟ ଜଣେ ମହିଳା। ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ମହିଳା ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଧରି ପୁଲିସର ଜିମା ଦେଇଛନ୍ତି ଗାଁ ଲୋକେ। ଆହତ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ଅନୈତିକ ସଂପର୍କ ଥିବାରୁ ଏଭଳି ଆକ୍ରମଣ କରିଥିବା ସ୍ୱୀକାର କରିଛନ୍ତି। ପୁଲିସ୍ ଅଧିକ ତଥ୍ୟ ଜାଣିବା […]
ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବଢ଼ିବ ଯାତ୍ରୀ ପରିବହନ କ୍ଷମତା। ଆଗକୁ ଏହି ବିମାନବନ୍ଦରରେ ସମସ୍ତ ଆଧୁନିକୀକରଣ ସହ ଏହାର ଯାତ୍ରୀ ପରିବହନ କ୍ଷମତାକୁ ୩ ଗୁଣା ବୃଦ୍ଧି କରାଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା। ସିହ୍ନା କହିଛନ୍ତି, ଏବେ ୩୦ ଲକ୍ଷ ଯାତ୍ରୀ ପରିବହନ କ୍ଷମତା ଥିବା ବେଳେ ଆଗକୁ ଏହା ୯୦ ଲକ୍ଷ ହେବ। ଏଥିପାଇଁ ଆଉ ଏକ ନୂଆ ଟର୍ମିନାଲ ନିର୍ମାଣ […]
ଭୁବନେଶ୍ୱର : ଡବଲ ଇଞ୍ଜିନର ସରକାର ହେଲେ ଦେଶ ଓ ରାଜ୍ୟର ଦ୍ରୁତ ବିକାଶ ହେବ। ସାଧାରଣ ଜନତାଙ୍କୁ ଶାସନ ବ୍ୟବସ୍ଥାରୁ ଅଧିକ ଫାଇଦା ମିଳିବ। ଓଡିଶା ଗସ୍ତରେ ଆସିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ସିହ୍ନା କହିଛନ୍ତି ଯେତେବେଳେ ଉଭୟ ଦେଶ ଓ ରାଜ୍ୟରେ ଗୋଟିଏ ଦଳର ସରକାର ଚାଲେ, ସେତେବେଳେ ଲୋକେ ଶାସନ ଓ ପ୍ରଶାସନ ଠାରୁ ଅଧିକ […]
ଭୁବନେଶ୍ୱର : ଜଷ୍ଟିସ ଅଜିତ୍ ସିଂହ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୫ କାର୍ଯ୍ୟକ୍ଷମ ହେବାପରେ ପ୍ରଥମ ଅଧ୍ୟକ୍ଷ ଭାବେ ଜଷ୍ଟିସ ସିଂହଙ୍କୁ ନିଯୁକ୍ତି ମିଳିଛି। ଲୋକାୟୁକ୍ତ ଚୟନ କମିଟିର ସୁପାରିସ୍ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ଜଷ୍ଟିସ ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟ, ଜଷ୍ଟିସ ସିଂହ ଗୌହ୍ୱାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି। ୧୯୫୬ ମସିହାରେ […]
ରାଉରକେଲା : ବଣାଇ ଲେବର ଅଫିସ୍ରେ କାର୍ଯ୍ୟରତ ଅଶୋକ ଡୁଙ୍ଗଡୁଙ୍ଗ ଭିଜିଲାନ୍ସ ଦ୍ୱାରା ଗିରଫ। ଲେବର କାର୍ଡ କରାଇ ଦେବା ପାଇଁ ସେ ୬୫ ଜଣଙ୍କ ଠାରୁ ୫୦ ଟଙ୍କା ଲେଖାଏ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି। ଅଶୋକ ଡୁଙ୍ଗଡୁଙ୍ଗ ଏବେ ରୁରାଲ ଲେବର ଇନ୍ସପେକ୍ଟର ଭାବେ କାର୍ଯ୍ୟରତ। ଆଜି ସନ୍ଧ୍ୟାରେ ସେ ସୁନ୍ଦରଗଡ଼ ମଜଦୁର ମଞ୍ଚର ସାଧାରଣ ସମ୍ପାଦକ ଦିଲୀପ କୁମାର ଲହେରୀଙ୍କ ଠାରୁ ୩ ହଜାର ୨ଶହ ୫୦ ଟଙ୍କା ଲାଞ୍ଚ ନେଉଥିବା […]
ପୁରୀ : ଶ୍ରୀକ୍ଷେତ୍ରରେ ବାବା ଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ସମ୍ପନ୍ନ ହୋଇଛି। ଏକ ବର୍ଷ ଧରି ଗମ୍ଭୀରା ଭିତରେ ପଡିରହିଥିବା ବେଲପତ୍ର, କୋରା, କଦଳୀ ଆଦି ପାଦୁକ କାଳକ୍ରମେ ପଙ୍କରେ ପରିଣତ ହୋଇଥିବାରୁ ଆଜିର ପବିତ୍ର ତିଥିରେ ସେବାୟତ ଓ ଭକ୍ତ ଏକାକାର ହୋଇ ଏହି ପଙ୍କ ଉଦ୍ଧାର କରିଥିଲେ। ଫଳରେ ଆଜି ହିଁ ଗୋଟିଏ ଦିନ ଭକ୍ତ ମାନେ ଶ୍ରୀଲୋକନାଥଙ୍କ ଲିଙ୍ଗ ସମ୍ପୂର୍ଣ୍ଣ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ଏହି ପବିତ୍ର ଅବସରରେ […]
ଭଦ୍ରକ : ଅଘୋଷିତ ବିଦ୍ୟୁତ୍ କାଟ ଓ କମ୍ ଭୋଲଟେଜ୍ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ର ୭ଟି ପଞ୍ଚାୟତବାସୀ। ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟକ୍ଷମ ହେଉନି ଷ୍ଟ୍ରକ୍ଚର। ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ବାରମ୍ବାର ବିଦ୍ୟୁତ୍ କାଟ ଓ କମ୍ ଭୋଲଟେଜ୍ ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ବି ପ୍ରଭାବିତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏମିତି କି ଛାତ୍ରଛାତ୍ରୀମାନେ କମ୍ ଭୋଲଟେଜ୍ ଯୋଗୁଁ ପାଠପଢ଼ାରେ ଅସୁବିଧା […]
ସମ୍ବଲପୁର : ସାମାନ୍ୟ କଳହରୁ ହତ୍ୟାକାଣ୍ଡ। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଲେଦିମଦୁଲି ଗାଁରେ ଏହି ଘଟଣା ଘଟିଛି। ସାମାନ୍ୟ ବଚସା ଯୋଗୁ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲେ। ସେଥିରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାଟି ଗତକାଲି ରାତିରେ ଘଟିଥିବା ବେଳେ ଆଜି ଅଭିଯୁକ୍ତ ସ୍ୱାମୀ ଉପେନ୍ଦ୍ର ଦୀପ କୁଚିଣ୍ଡା ଥାନାରେ ଆତ୍ମସମର୍ପଣ କରିଥିଲେ। ପରେ ପୁଲିସ ପହଞ୍ଚି ଘଟଣାସ୍ଥଳରୁ ଠେଙ୍ଗା ଜବତ କରି ମୃତଦେହକୁ ଜବତ କରିବା […]
ଜୟପୁର : କଂଗ୍ରେସର ଫୋକ୍ସରେ ଓଡ଼ିଶା। ସାଧାରଣ ନିର୍ବାଚନ ପୂର୍ବରୁ ଜୋରଦାର କସରତ କରୁଛି କଂଗ୍ରେସ। ଉପକୂଳ, ପଶ୍ଚିମ ଓଡ଼ିଶା ଗସ୍ତ ପରେ ଏବେ କଂଗ୍ରେସ ସଭାପତିଙ୍କ ଟାଗେର୍ଟରେ ଦକ୍ଷିଣ ଓଡ଼ିଶା। ଏହି ଧାରାରେ ଆସନ୍ତା ୮ ତାରିଖରେ ପୁଣି ଥରେ ଓଡ଼ିଶା ଆସିବେ ରାହୁଲ। ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଗତକାଲି ଜୟପୁର ଜିଲ୍ଲା କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି […]
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ସମଭାବାପନ୍ନ ଦଳ ସହ ଆସନ ବୁଝାମଣା କରିବାକୁ କଂଗ୍ରେସର କସରତ। ଆସନ ଭାଗବଣ୍ଟ ନେଇ କଂଗ୍ରେସ ସହ ବାମଦଳଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ହୋଇଥିବା ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ବିଭୁ ତରାଇଙ୍କ ସହ ବାମଦଳର ବହୁ ବରିଷ୍ଠ ନେତା ଆଲୋଚନା କରିଛନ୍ତି। ଆଜି ସିପିଆଇ ସହ କଂଗ୍ରେସର ବୈଠକ ଶେଷ ହୋଇଥିବାବେଳେ ଆସନ୍ତାକାଲି ସିପିଏମ୍ ସହ ବୈଠକ […]
ଢେଙ୍କାନାଳ : ଢେଙ୍କାନାଳ ମହାବୀର୍ ରୋଡ୍ ରେଞ୍ଜରୁ ମିଳିଲା ଦନ୍ତାହାତୀର ମୃତଦେହ। ଜଙ୍ଗଲରେ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ପ୍ରାଣ ହରାଇଛି ଦନ୍ତାହାତୀ। କେନ୍ଦୁଝର ଜିଲ୍ଲାରୁ ଗତ କିଛି ମାସ ତଳେ ହାତୀଟି ଏହି ଅଞ୍ଚଳକୁ ଆସିଥିଲା। ତେବେ ସେ ଅସୁସ୍ଥ ଥିବାରୁ ତାଙ୍କୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରାଯାଉଥିଲା। ତିନି ଦିନ ତଳେ ହାତୀଟି ଜଙ୍ଗଲ ନିକଟ ଏକ ବିଲ ମଝିରେ ପଡ଼ି ଯାଇଥିଲା। ବନ ବିଭାଗ ଓ ପ୍ରାଣୀ ଚିକିତ୍ସକ ପହଞ୍ଚି ଅସୁସ୍ଥ ହାତୀର […]
ଯାଜପୁର : ଯାଜପୁର ବଡ଼ଚଣା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବଡ଼ଚଣା ବ୍ଲକ୍ର ଚଣ୍ଡିଖୋଲ ଠାରେ ପ୍ରାୟ ୫ଶହ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ସେ କାଳିଆ ଯୋଜନା ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ଅବଗତ କରିବା ସହ କେନ୍ଦ୍ର ସରକାରଙ୍କ ପିଏମ୍ କିଶାନ ଯୋଜନାକୁ ସମାଲୋଚନା କରିଥିଲେ। ରାଜ୍ୟର ସବୁ ବର୍ଗର […]
ଅସ୍ତରଙ୍ଗ : ମହଙ୍ଗା ପଡ଼ିଲା ନାବାଳିକାଙ୍କୁ ପ୍ରତାରଣା। ବିବାହର ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ବିବାହ କରିବାକୁ ଯିବା ବେଳେ ବରକୁ ଗିରଫ କଲା ପୁଲିସ୍। ପୁରୀ ଅସ୍ତରଙ୍ଗରୁ ଆସିଛି ଏହି ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ନାନକେରା ଗାଁର ହାପି କାଣ୍ଡି ଜଣେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ କଥା ଜଣାପଡିବା ପରେ ବିବାହ କରାଇଦେବାକୁ ଉଭୟ ପରିବାର ସ୍ଥିର କରିଥିଲେ। ତେବେ ଗତକାଲି ହାପି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବା […]
କୋରାପୁଟ : ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଗିରଫ ହୋଇଛନ୍ତି ଆଉ ୪ ଜଣ। କୋରାପୁଟ ଜିଲ୍ଲାର ଜଣେ ଜେରକ୍ସ ଦୋକାନୀ ଓ ୩ ଅଭିଭାବକକୁ ଗିରଫ କରିଛି ପୁଲିସ୍। ବନ୍ଧୁଗାଁ ସରକାରୀ ସ୍କୁଲରେ ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଲାପଟପ୍, ଜେରକ୍ସ ମେସିନ୍ ଏବଂ ମୋବାଇଲ୍ ଜବତ କରି ଖୋଳତାଡ଼ କରୁଛି ପୁଲିସ୍। ମାଟ୍ରିକ୍ ପରୀକ୍ଷା ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଏହି ମାମଲାକୁ […]
ସମ୍ବଲପୁର: ସମ୍ବଲପୁରରେ ମରୁଡ଼ି ସ୍ଥିତି ଦେଖାଦେଇଛି। ବର୍ଷାଭାବରୁ ଶୁଖିଗଲାଣି ଜମି। କ୍ଷେତରେ କିଛି ସ୍ଥାନରେ ପାଣି ଥିବାବେଳେ ଅନ୍ୟ କିଛି ସ୍ଥାନରେ ପାଣି ପୁରା ଶୁଖିଯାଇଛି। ଏଭଳି ପରିସ୍ଥିତିରେ ଧାନରୁଆ କାମ ଅଧାରେ ଅଟକି ରହିଛି। ଜିଲ୍ଲାର ଡେଙ୍ଗସରଗି, ଗଡମୁଣ୍ଡା ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। କେନାଲ ଥିଲେ ମଧ୍ୟ ଆବଶ୍ୟକ ପରିମାଣର ଜଳଯୋଗାଣ ହେଉନଥିବାରୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ପାଣି ଅଭାବକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତଳିଆ ଅଞ୍ଚଳକୁ ହୀରାକୁଦ ଡ୍ୟାମ୍ରୁ […]
ଭୁବନେଶ୍ୱର: ରାଜ୍ୟରେ ଫାୟାର ସେଫ୍ଟି ସାର୍ଟିଫିକେଟ୍ ହାସଲ ସମସ୍ତଙ୍କ ପାଇଁ ଜରୁରୀ, ଏବଂ ଏହି ନିୟମକୁ ଆହୁରି କଡ଼ା କଡ଼ି ଭାବେ ପାଳନ କରାଯିବ ବୋଲି ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା କହିଛନ୍ତି। ଡେଡ୍ଲାଇନ ଭିତରେ ସଂସ୍ଥାମାନେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପୂରଣ କରୁଛନ୍ତି ନା ନାହିଁ ତାର ଯାଞ୍ଚ ଜୋରଦାର କରାଯିବ ବୋଲି ଶର୍ମା କହିଛନ୍ତି। ଭୁବନେଶ୍ୱର ଫାୟାର୍ ଟ୍ରେନିଂ ପ୍ରତିଷ୍ଠାନରେ ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କ ସମ୍ମିଳନୀରେ ଯୋଗଦେଇ ସେ ଏହା କହିଛନ୍ତି। ବିଷାକ୍ତ […]
ପୁରୀ: ଆଜି ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ସକାଳ ୬ଟାରେ ଦ୍ୱାରଫିଟା ପରେ ନିର୍ଦ୍ଦିଷ୍ଟ ନୀତି ସବୁ ସଂପନ୍ନ ହୋଇଛି। ୧୦ଟା ସୁଦ୍ଧା ଗୋପାଳ ବଲ୍ଲଭ ଶେଷ ହେବ। ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ସକାଳ ଧୂପ କରାଯିବ। ଦିନ ୧୨ଟାରୁ ୧ଟା ମଧ୍ୟରେ ହେବ ମଇଲମ ଓ ବେଶ। ୧୦ଟା ୪୫ରୁ ୧ଟା ୩୦ ମଧ୍ୟରେ ଭୋଗ ମଣ୍ଡପ ହେବ। […]
ସୁନ୍ଦରଗଡ଼: ଯୁକ୍ତ ତିନି ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଛାତ୍ରୀଙ୍କ ୪ ସହପାଠୀ ହିଁ ଏହି କାଣ୍ଡ କରିଛନ୍ତି। ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଥାନାରେ ଏତଲା ପରେ ୪ ଅଭିଯୁକ୍ତଙ୍କୁ ପୁଲିସ୍ ଅଟକ ରଖି ପଚରା ଉଚରା କରିଛି। ଅଭିଯୋଗ ଅନୁସାରେ, ଗତ ଜୁନ ମାସରେ ଛାତ୍ରୀ ଜଣକ କଲେଜରୁ ଫେରୁଥିବା ବେଳେ ଜଣେ ସହପାଠୀ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ। ପରେ ଆଉ ତିନି ଜଣ ସେଠାରେ ପହଞ୍ଚି […]
ଝାରସୁଗୁଡ଼ା: ଉଡାନ୍-୩ ଯୋଜନା ଅନ୍ତର୍ଗତ ଝାରସୁଗୁଡ଼ା ବିମାନ ବନ୍ଦରରୁ ୩ଟି ସ୍ଥାନକୁ ଯିବା ଆସିବା କରିବ ସ୍ପାଇସ ଜେଟ୍। ମାର୍ଚ୍ଚ ୩୧ରୁ ଏହି ବିମାନ ସେବା ଆରମ୍ଭ ହେବ। ଏହି ୬ଟି ଉଡ଼ାଣ ପାଇଁ ଆଜିଠାରୁ ଟିକେଟ୍ ବିକ୍ରି ଅନ୍ଲାଇନରେ ଆରମ୍ଭ ହୋଇଛି। ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ ଏବଂ କୋଲକାତାକୁ ଉଡ଼ାଣ ଭରିବ ସ୍ପାଇସ ଜେଟ୍। ଚେୟାରମ୍ୟାନ ଅଜୟ ସିଂହ ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ କେନ୍ଦ୍ର ବେସାମରିକ […]
ନବରଙ୍ଗପୁର(ନବଘନ ବିଷୋୟୀ): ରାଜ୍ୟରେ ବ୍ୟାପୁଛି ଚାରା ଦୁର୍ନୀତିର ଚେର। ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାରେ ଚାରା ଘୋଟାଲାକୁ ନେଇ ସାରା ରାଜ୍ୟରେ ତମ୍ବି ତୋଫାନ ପରେ ଏବେ ନବରଙ୍ଗପୁରରେ ବି ସମାନ ଢଙ୍ଗରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। କାଜୁ ଜଙ୍ଗଲ ସୃଷ୍ଟି ନାଁରେ ଚାଷୀଙ୍କୁ ମୋହରା ବନାଇ ୨୨ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ସରକାରୀ ବାବୁ। ପଢ଼ନ୍ତୁ ଓଟିଭିର ତଦନ୍ତମୂଳକ ଖବର। କାଜୁ ଚାରା ରୋପଣ ନାଁରେ ଚାଷୀଙ୍କୁ ମୋହରା ବନାଇ ଲକ୍ଷ […]
ଭୁବନେଶ୍ୱର: ଆଜି ଚନ୍ଦ୍ର ଗ୍ରହଣ। ରାତି ୧ଟା ୩୧ ମିନିଟ୍ ୪୦ ସେକେଣ୍ଡରେ ଗ୍ରହଣ ଲାଗିବା ଆରମ୍ଭ ହେବ। ରାତି ୪ଟା ୩୧ ମିନିଟ୍ ୪୧ ସେକେଣ୍ଡରେ ମୋକ୍ଷ ହେବ ବୋଲି ଜ୍ୟୋତିର୍ବିଦ କହିଛନ୍ତି। ଚନ୍ଦ୍ର ଗ୍ରହଣର ୯ଘଣ୍ଟା ପୂର୍ବରୁ ଅର୍ଥାତ ଅପରାହ୍ଣ ୪ଟାରୁ ପାକ ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିର୍ବିଦ। ଦେବନୀତି ମଧ୍ୟ ଅପରାହ୍ଣ ୪ଟା ୩୦ରୁ ବନ୍ଦ ରହିବ। ତେବେ ଶିଶୁ, ରୋଗୀ, ବୟୋଜ୍ୟେଷ୍ଠଙ୍କ ପାଇଁ ଏହି ସବୁ ନୀତି ଲାଗୁ ହେବ […]