ଭୁବନେଶ୍ୱର : ଲାଞ୍ଚ ନେବା ଅଭିଯୋଗରେ ଗିରଫ ଗୋପ ଥାନା ଆଇଆଇସି ସୌମ୍ୟଚିତ ମିଶ୍ର ସସ୍ପେଣ୍ଡ। ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ତାଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହ ତୁରନ୍ତ ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୨୫ ତାରିଖରେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନଇର ଶାସନ ଗାଁର ଶିବ ପ୍ରସାଦ ଜେନାଙ୍କ ଠାରୁ ସେ ୩୦୦୦ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ୨୭ ତାରିଖରେ ଅଭିଯୁକ୍ତ ଆଇଆଇସିଙ୍କୁ ଗିରଫ […]
ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଦେଓବନ୍ଦ ସ୍ଥିତ ଜଙ୍ଗଲ ବିଭାଗର କେନ୍ଦୁପତ୍ର ଗୋଦାମ ପୋଡ଼ି ଯାଇଛି। ଏଥିରେ କେତେ କେନ୍ଦୁପତ୍ର ପୋଡ଼ିଛି, ବନ ବିଭାଗ ପକ୍ଷରୁ ତା’ର ଆକଳନ କରାଯାଇନି। ଏପରିକି ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନି। ଗତକାଲି ରାତି ୨ରୁ ୩ ଟା ମଧ୍ୟରେ ୧୫ ରୁ ୨୦ ଜଣ ସଶସ୍ତ୍ର ଦୁର୍ବୃତ୍ତ ଆସି କେନ୍ଦୁପତ୍ର ଗୋଦାମରେ ରହୁଥିବା କର୍ମଚାରୀଙ୍କୁ ଡାକିଥିଲେ। କବାଟ ଖୋଲିବା କ୍ଷଣି ସେମାନେ ମାରଣାସ୍ତ୍ର […]
ପାଲଲହଡ଼ା (ରବି ନାରାୟଣ ପ୍ରଧାନ) : ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକରେ କାଳ ବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଠାକାର ଆଠଟି ପଞ୍ଚାୟତର ବହୁ ଘର ଉପରେ ବଡ଼ ବଡ଼ ଗଛ ପଡି ଘର ଭାଙ୍ଗିରୁଜି ଯାଇଛି। ଚାଳ ଘର ଛପର ଉଡି ଯିବା ଫଳରେ ଏବେ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି ଲୋକେ। ଅନେକ ସ୍ଥାନରେ ଇଲେକ୍ଟ୍ରି ଖୁଣ୍ଟ ଉପୁଡିବା ସହ ତାର ଛିଣ୍ଡିବା ଫଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ପାଳଲହଡ଼ା, […]
ଭୁବନେଶ୍ୱର : ଏଭେରେଷ୍ଟ ଆରୋହଣକାରୀ ସ୍ୱର୍ଗତ କଳ୍ପନା ଦାସଙ୍କ ମୃତ ଶରୀର ଆସନ୍ତା କାଲି ରାତି ୧୦ଟାରେ ଓଡିଶାରେ ପହଞ୍ଚିବା ସମ୍ଭାବନା ରହିଛି। ଆଜି କାଠମାଣ୍ଡୁରେ ଥିବା ଟି.ୟୁ ଟିଚିଂ ହସପିଟାଲରେ ଶରୀରର ବ୍ୟବଛେଦ ହୋଇଥିଲା। ବ୍ୟବଛେଦ ରିପୋର୍ଟ ସହ ମୃତ ପ୍ରମାଣପତ୍ର ଭାରତୀୟ ଦୂତାବାସକୁ ଦିଆଯାଇଥିଲା। ଦୂତାବାସର ସମସ୍ତ ଡକ୍ୟୁମେଣ୍ଟସନ ସରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଗତକାଲି ବେସ କ୍ୟାମ୍ପ ଟୁ ଠାରୁ ମୃତ ଶରୀରକୁ ହେଲିକପ୍ଟଟର ଯୋଗେ କାଠମାଣ୍ଡୁ ଅଣାଯାଇଥିଲା। ଶରୀରରଟି […]
ଭୁବନେଶ୍ୱର : ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ସରକାରରେ ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା କରିଥିବା ଅଭିଯୋଗ ଆଣିଲା ବିଜେଡି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ବିଜେପି ପଶ୍ଚିମ ଓଡ଼ିଶାର ସମସ୍ତ ୫ଟି ଯାକ ଲୋକସଭା ଆସନରେ ବିଜୟୀ ହୋଇଛି। ହେଲେ ଏମାନଙ୍କ ମଧ୍ୟରୁ କାହାକୁ ଜଣକୁ ମନ୍ତ୍ରୀ କରାଯାଇ ନାହିଁ। ଏହାଦ୍ୱାରା ପଶ୍ଚିମ ଓଡ଼ିଶାବାସୀ ନିରାଶ ହୋଇଛନ୍ତି। ସେପଟେ ନବୀନ ପଟ୍ଟନାୟକ କିନ୍ତୁ ପଶ୍ଚିମ ଓଡ଼ିଶାରୁ ୬ ଜଣଙ୍କୁ ମନ୍ତ୍ରୀ […]
ଭୁବନେଶ୍ୱର : କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସରକାରରେ ଓଡ଼ିଶାରୁ ପୁଣିଥରେ ୨ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ତେବେ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦି ସରକାରରେ ୨ଥର ଆଦିବାସୀ ବ୍ୟାପାରର କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଜୁଏଲ ଓରାମ ଏଥର ବାଦ୍ ପଡ଼ିଛନ୍ତି। ଓଡ଼ିଶାରେ ବିଜେପିର ଚେହେରା ସାଜିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ଧର୍ମେନ୍ଦ୍ର […]
ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଆଜି କଂଗ୍ରେସ ଭବନରେ ଦଳର ନେତା ପରାଜୟର କାରଣ ଖୋଜିବା ସହ ନିର୍ବାଚନୀ ଫଳାଫଳର ସମୀକ୍ଷା କରିଛନ୍ତି। ପ୍ରଥମଥର ପାଇଁ କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଥିବାରୁ ଦଳର ବରିଷ୍ଠ ନେତାମାନେ ଉଦବେଗ ପ୍ରକାଶ କରିବା ସହ ବ୍ୟାପକ ପୁନର୍ଗଠନ ଓ ଅତିକମରେ ୩୦ ପ୍ରତିଶତ ଭୋଟ୍ ଶେୟାର ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଦଳର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ […]
ଭୁବନେଶ୍ୱର : ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ୧୦୬ଜଣ ନବନିର୍ବାଚିତ ବିଧାୟକ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଷୋଡ଼ଶ ବିଧାନସଭାର କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହର ସଦସ୍ୟ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅରୁଣ ସାହୁ, ସୁଦାମ ମାର୍ଣ୍ଡି, ବଦ୍ରି ନାରାୟଣ ପାତ୍ର, ଅନନ୍ତ ଦାସ, ପ୍ରଫୁଲ୍ଲ […]
ଭୁବନେଶ୍ୱର : ଭୁବନେଶ୍ୱର ରାଜମହଲ ଛକରୁ ଅଭିନବ ଉପାୟରେ ଦୁର୍ବୃତ୍ତ ଆଜି ୩ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ସେମାନେ ପ୍ରଥମେ କାର୍ ଇଞ୍ଜିନରୁ ତେଲ ବୋହୁଛି ବୋଲି ପାଟି କରି କହିବାରୁ ଚାଳକ ଓ ମାଲିକ ଗାଡ଼ିରୁ ଓହ୍ଲାଇ ପଡ଼ି ଇଂଜିନ ଦେଖିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଗାଡ଼ି ଭିତରେ ଥିବା ଟଙ୍କା ବ୍ୟାଗ ଧରି ଆଖି ପିଛୁଳାକେ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳର ସନ୍ତୋଷ, ତାଙ୍କ ସାଙ୍ଗ ଦାମୋଦର ମହାପାତ୍ର […]
ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ) : ବର୍ଷେ ତଳେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍ ମେହେର Youtubeରୁ ଫର୍ମୁଲା ଶିଖି କରିଥିଲା ବ୍ଲାଷ୍ଟ। ଏହି ଭୟଙ୍କର ଘଟଣା ଏବେବି ସମସ୍ତଙ୍କ ମନେ ଅଛି। ଏବେ ଠିକ୍ ସେମିତି ଏକ ଘଟଣା ରାୟଗଡ଼ ଜିଲ୍ଲାରେ ଘଟିଛି। ପ୍ରେମିକାର ସ୍ୱାମୀକୁ ହତ୍ୟା କରିବା ପାଇଁ Youtubeରୁ ଫର୍ମୁଲା ନେଇଥିଲେ ପ୍ରେମିକ। ଯେଉଁଥିରେ ଖୋଦ୍ ପ୍ରେମିକାଙ୍କ ହାତ ରହିଥିବା ପୁଲିସ କହିଛି। ପୂରା ଘଟଣା ଏମିତି। ମୁନିଗୁଡ଼ା ଥାନା […]
ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ପଞ୍ଚମଥର ପାଇଁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟାରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ ବୋଲି ଆଜି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ମନ୍ତ୍ରୀ ପଦକୁ ନବୀନ ଖାଲି ରଖିଛନ୍ତି। ମୁଖ୍ୟମନ୍ତ୍ରୀ – ନବୀନ ପଟ୍ଟନାୟକ କ୍ୟାବିନେଟ୍ ପାହ୍ୟା ୧- ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୨- ବିକ୍ରମ କେଶରୀ ଆରୁଖ ୩- ପ୍ରଫୁଲ୍ଲ […]
ଭୁବନେଶ୍ୱର : କେନ୍ଦ୍ରରେ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ଆଜି ସନ୍ଧ୍ୟାରେ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିଜେପି ସଭାପତି ଅମିତ ଶାହ। ମନ୍ତ୍ରିମଣ୍ଡଳ ଗଠନ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି। ଏଣେ ମୋଦିଙ୍କ ନୂଆ ଟିମ୍ରେ ଓଡ଼ିଶାରୁ କାହାକୁ ସ୍ଥାନ ମିଳିବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଜାତୀୟ ଗଣମାଧ୍ୟମ ଖବର ଅନୁସାରେ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ସେମାନଙ୍କ ସ୍ଥାନ ବଜାୟ ରଖିବେ। ତେବେ ପଶ୍ଚିମବଙ୍ଗରେ ବିଜେପିର […]
ଭୁବନେଶ୍ୱର : ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫ମ ଥର ପାଇଁ ଶପଥ ନେବେ। ନୂଆ ମନ୍ତ୍ରିମଣ୍ଡଳରେ ବହୁ ନୂଆ ଓ ପୁରୁଣା ମୁହଁ ସ୍ଥାନ ପାଇଛନ୍ତି। ତେବେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାୟଣ ପାତ୍ର ବିଧାନସଭାରେ ବାଚସ୍ପତି ହୋଇପାରନ୍ତି। ସେହିପରି ବିଞ୍ଝାରପୁର ବିଧାୟକ ପ୍ରମିଳା ମଲ୍ଲିକ ଶାସକ ଦଳର ମୁଖ୍ୟ ସଚେତକ ହୋଇପାରନ୍ତି। କାରଣ ଏମାନଙ୍କ ପାଖକୁ ଆଜି ନବୀନ ନିବାସରୁ କଲ୍ ଯାଇଛି। ସେହିପରି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବା ପାଇଁ ନବୀନ […]
ଭୁବନେଶ୍ୱର : ଆସନ୍ତାକାଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବ ଶପଥ ଗ୍ରହଣ ଉତ୍ସବ। ପଞ୍ଚମ ପାଳି ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍। ତା’ପୂର୍ବରୁ ଆଜି ନବୀନ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ସେପଟେ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ଓ ନୂଆ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। […]
ଭୁବନେଶ୍ୱର : ପଞ୍ଚମ ପାଳିରେ ନବୀନଙ୍କ ନୂଆ ସମ୍ଭାବ୍ୟ ନୂଆ ଟିମ୍ ନେଇ ଚର୍ଚ୍ଚା। ଆସନ୍ତାକାଲି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ନେବାକୁ ଥିବା ବେଳେ ତା ପୂର୍ବରୁ ଆସିଛି ମନ୍ତ୍ରୀଙ୍କ ସମ୍ଭାବ୍ୟ ତାଲିକା। ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ପାଖକୁ ନବୀନ ନିବାସରୁ ଯାଇଥିବା ଫୋନ କଲ ଅନୁସାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୮ ଜଣଙ୍କ ନାଁ ସ୍ପଷ୍ଟ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ- ଭଟଲି ବିଧାୟକ ସୁଶାନ୍ତ ସିଂ, ଟିଟିଲାଗଡ଼ ବିଧାୟିକା ଟୁକୁନି […]
ପୁରୀ : ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ତିନି ରଥ କାମ ଜୋରସୋରରେ ଚାଲିଥିବା ବେଳେ ସୁଭଦ୍ରାଙ୍କ ରଥ ଚକର ତୁମ୍ବରେ ଫାଟ ଦେଖିବାକୁ ମିଳିଛି। ରଥର ବିଶ୍ୱକର୍ମା ଏ ସମ୍ପର୍କରେ ଶ୍ରୀମନ୍ଦର ପ୍ରଶାସନକୁ ଅବଗତ କରିଛନ୍ତି। ଫାଟ ଜଣାପଡିବା ପରେ ତୁମ୍ବ ବଦଳାଇବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାମ ବାତ୍ୟା ପରେ ସାମାନ୍ୟ ଧିମେଇ ଯାଇଥିଲା। ଏବେ କିନ୍ତୁ ଦ୍ରୁତ ଗତିରେ କାମ ଚାଲିଛି […]
ଭୁବନେଶ୍ୱର /ଢେଙ୍କାନାଳ : ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କୁ ଶ୍ରଦ୍ଧାଞ୍ଜଳି। ୨୦୦୮ ମସିହାରେ କଳ୍ପନା ଏଭରେଷ୍ଟ ଚଢ଼ିବା ବେଳେ ଯେଉଁ ପୋଷାକ ଓ ଉପକରଣ ବ୍ୟବହାର କରିଥିଲେ ସେସବୁ ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଛି। ଏହି ମହାନ ଏଭରେଷ୍ଟ ବିଜୟିନୀଙ୍କ ବାବଦରେ ସମସ୍ତେ ଯେମିତି ଜାଣିପାରିବେ ସେଥିପାଇଁ କଳ୍ପନାଙ୍କ ପୋଷାକ ପ୍ରଦର୍ଶିତ କରାଯାଇଛି। ଏହି ପୋଷାକକୁ କଳ୍ପନା ରାଜ୍ୟ ସଂଗ୍ରହାଳୟକୁ ୨୦୧୭ ମସିହାରେ ଅର୍ପଣ କରିଥିଲେ। ଆଗାମୀ ଦିନରେ କଳ୍ପନାଙ୍କ ପୋଷାକକୁ […]
ଭୁବନେଶ୍ୱର : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ପ୍ରଚଣ୍ଡ ଖରାର ପ୍ରକୋପ। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଗରମ ସହ ଗୁଳୁଗୁଳି। ତାତିରୁ ତ୍ରାହି ପାଇଁ ଦିନ ମଜୁରିଆ, ରିକ୍ସା ଚାଳକ ମାନେ ରାସ୍ତା କଡ଼ରେ, ଗଛ ଛାଇରେ ବିଶ୍ରାମ ନେଉଥିବାର ଦେଖିବାକୁ ମିଳୁଛି। ତେବେ ଦ୍ୱିପ୍ରହରରେ ତାତି ସମୟରେ ବିଦ୍ୟୁତ୍ କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। […]
ବାସୁଦେବପୁର (କିରୀଟ ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଭୈରବପୁର ବ୍ରିଜ୍ ନିକଟରୁ ଚୋରା କିରାସିନି ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ କରିଛି ପୁଲିସ୍। ଏହି ଗାଡ଼ିରୁ ୨୫ ଶହରୁ ଊର୍ଦ୍ଧ୍ୱ ଲିଟର କିରାସିନି ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଗାଡ଼ି ଚାଳକକୁ ଅଟକ ରଖି ପଚରାଉଚରା କରୁଛି। କିରାସିନି ବୋଝେଇ ପିକ୍ଅପ୍ଟି ଆଜି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳକୁ ଯାଉଥିଲା। ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଁ ଗାଡ଼ିକୁ ଅଟକାଇଥିଲା। ଗାଡ଼ିର ଚାଳକଙ୍କୁ […]
ଭୁବନେଶ୍ୱର : ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଏଭରେଷ୍ଟରୁ ସଫଳତାର ସହ ଉଦ୍ଧାର କରାଯାଇଛି। ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଳ୍ପନାଙ୍କ ମରଶରୀରକୁ ନେପାଳୀ ଶେରପା ଓ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ବେସକ୍ୟାମ୍ପ-୪କୁ ଅଣାଯାଇଛି। ବେସ୍ କ୍ୟାମ୍ପରେ ଆସନ୍ତାକାଲି ସମସ୍ତ ଫର୍ମାଲିଟି ପୂରଣ କରାଯିବା ପରେ ମରଶରୀରକୁ କାଠମାଣ୍ଠୁ ନିଆଯିବ ଏବଂ ସେଠାରେ ଥିବା ଭାରତୀୟ ଦୂତାବାସ ଓ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ଭୁବନେଶ୍ୱର ଅଣାଯିବ। କଳ୍ପନାଙ୍କ ମୃତଦେହ ଆଣିବାକୁ ଓଡ଼ିଶାରୁ ୩ ଜଣିଆ […]
କେନ୍ଦ୍ରାପଡ଼ା( ମନୋଜ ସ୍ୱାଇଁ) : ନିଶା ଉଜାଡ଼ି ଦେଲା ସଂସାର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନାର ଗୋପାଳପୁରରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର। ମଦ ନିଶାରେ ଚୁର୍ ବାବୁଲି ସୂତାର ସହ କୌଣସି କାରଣରୁ ସ୍ତ୍ରୀ ବାସନ୍ତୀର ଝଗଡ଼ା ହୋଇଥିଲା। ନିଶାସକ୍ତ ବାବୁଲି ଉତକ୍ଷିପ୍ତ ହୋଇ କାଠ ଫାଳିଆରେ ବାସନ୍ତୀକୁ ପିଟି ପିଟି ମାରି ଦେଇଥିଲା ବୋଲି ଅଭିଯୋଗ ହୋଇଛି। ଏହାପରେ ବାହାର ପଟୁ କବାଟ ବନ୍ଦ କରି ଫେରାର ହୋଇଯାଇଛି। ଘର ବାହାରେ ବାବୁଲିର […]
ଭୁବନେଶ୍ୱର : କଟକ ଓ ଭୁବନେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥରେ ଦୁର୍ଘଟଣା ପ୍ରବଣ ସ୍ଥାନ ବା ବ୍ଲାକ୍ ସ୍ପଟ୍ ଚିହ୍ନଟ କରିଛି ଟ୍ରାଫିକ୍ ପୁଲିସ। ଜାତୀୟ ରାଜପଥର ୫ଟି ବ୍ଲାକସ୍ପଟ୍ ଚିହ୍ନଟ କରାଯାଇଛି। ଭୁବନେଶ୍ୱରରୁ ଖୋର୍ଦ୍ଧା ରାସ୍ତାର ବାଟଭୁଆସୁଣୀ, ଖଣ୍ଡଗିରି ନିକଟ ଆଇଗିଣିଆ, ପାହାଳ, ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଓ ନୟାପଲ୍ଲୀ ସିଦ୍ଧାର୍ଥ ହୋଟେଲ ସମ୍ମୁଖ ଜାତୀୟ ରାଜପଥକୁ ଅତ୍ୟଧିକ ଦୁର୍ଘଟଣା ପ୍ରବଣ ସ୍ଥାନ ଭାବେ ଚିହ୍ନଟ କରାଯାଇଛି। ଗତ କିଛିଦିନ ଭିତରେ ଭୁବନେଶ୍ୱରରେ […]
ଭୁବନେଶ୍ୱର : ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମାରିବ। ୩୦ରୁ ୪୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ବରଗଡ଼, ସମ୍ବଲପୁର, ବୌଦ୍ଧ,କେନ୍ଦୁଝର, ଅନୁଗୋଳ, କନ୍ଧମାଳ, ନୟାଗଡ଼ ଓ ମୟୂରଭଞ୍ଜ। ଅପରାହ୍ନ ୫ଟା ୩୦ ଯାଏ ଏହି ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ […]
ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ଦେଶବ୍ୟାପୀ କଂଗ୍ରେସର ବିପର୍ଯ୍ୟୟ ପରେ ରାଜ୍ୟ କଂଗ୍ରେସ ସଭାପତିଙ୍କ ଇସ୍ତଫାର ସୁଅ ଛୁଟିଛି। ଆଜି ସୁଦ୍ଧା ୬ ଜଣ ପିସିସି ସଭାପତି ପଦ ଛାଡ଼ି ସାରିଲେଣି। ଝାଡ଼ଖଣ୍ଡ ରାଜ୍ୟ କଂଗ୍ରେସ ସଭାପତି ଅଜୟ ରାୟ, ଆସାମ ପିସିସି ସଭାପତି ରିପୁନ ବୋରା ଏବଂ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନିଲ ଝାକର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ଇମେଲ୍ କରି ଦେଇଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶ ପିସିସି ମୁଖ୍ୟ ରାଜ […]
ଭୁବନେଶ୍ୱର : ବିଜେଡିରେ ଆରମ୍ଭ ହୋଇଛି ପରାଜୟ ସମୀକ୍ଷା। ୯ଲୋକସଭା ଆସନରେ କାହିଁକି ଜିତିଲେନି ଦଳୀୟ ପ୍ରାର୍ଥୀ। ବିଧାନସଭା କ୍ଷେତ୍ରରେ କେଉଁ କାରଣରୁ ହାରିଲେ ନିଶ୍ଚିତ ବିଜୟ ସମ୍ଭାବନା ଥିବା ନେତା। ସ୍ପ୍ଲିଟ୍ ଭୋଟିଂ ନା ଅନ୍ତର୍ଘାତୀ କାର୍ଯ୍ୟ, କାରଣ ଜାଣିବାକୁ ରିପୋର୍ଟ ମାଗିଛନ୍ତି ସୁପ୍ରିମୋ। ଅନେକ ପରାଜିତ ପ୍ରାର୍ଥୀ ଆଜି ନବୀନଙ୍କୁ ଭେଟିବା ପରେ ନିର୍ବାଚନ ପରର ସମୀକ୍ଷା ନିହାତି ଦରକାର ବୋଲି ମତ ରଖିଥିବାବେଳେ ଆଉ କେହି କେହି ସିଧା ନିଜ ଅଞ୍ଚଳର ନେତାଙ୍କୁ […]