ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ) : ଚଢ଼ା ଦରରେ ମଦ ବିକିବାକୁ ନେଇ ଆଜି ନୟାଗଡ଼ ଜିଲ୍ଲାର ଭାପୁର ଠାରେ ଗଣ୍ଡଗୋଳ ହୋଇଛି। ମଦ ଦୋକାନୀଙ୍କ ମାଡ଼ରେ ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ନୟାଗଡ଼ ଜିଲ୍ଲା ଭାପୁର ବଜାରରେ ଘଟିଛି। ଏନେଇ ଖବର ପ୍ରକାଶ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଫତେଗଡ଼ ଥାନା ଭାପୁର ବଜାରରେ ଥିବା ମଦ ଦୋକାନକୁ ପୀଠଖାଇ ଗାଁର ସାଗର ଲେଙ୍କା ନାମକ ଜଣେ […]
ପୁରୀ/ଭୁବନେଶ୍ୱର : ବାତ୍ୟା ଫୋନି ମାଡ଼ରେ ଉଜୁଡି ଯାଇଥିବା ଶିକ୍ଷା ଭିତ୍ତିଭୂମିକୁ ନେଇ ଚିନ୍ତା। ଆଉ ଦିନ କେଇଟା ପରେ ସ୍କୁଲ ଖୋଲିବାକୁ ଥିବା ବେଳେ, ଭାଙ୍ଗି ଯାଇଥିବା ଅନେକ ସ୍କୁଲ ଗୃହ ଏବେବି ଅଣ୍ଟାସଳଖି ଠିଆ ହୋଇପାରିନି। ସେପଟେ ସ୍କୁଲରେ ଆଶ୍ରୟ ନେଇଥିବା ଅନେକ ବାତ୍ୟା ବିପନ୍ନ ନିଜ ନିଜ ଗାଁକୁ ଫେରିନାହାଁନ୍ତି। ତେଣୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଖରାଛୁଟି ପରେ ସ୍କୁଲ ଖୋଲିପାରିବ ନା ନାହିଁ ତାକୁ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା। ତେବେ […]
ଭୁବନେଶ୍ୱର : ଚାଷୀଙ୍କୁ ଚଳିତ ବର୍ଷ ଚିନ୍ତା ବଢ଼ାଇଛି ମୌସୁମୀ ବର୍ଷା । ପ୍ରାକ୍ ମୌସୁମୀ ବର୍ଷା ଅଭାବରୁ କେଉଁଠି ଜମି ଫାଟି ଆଁ କଲାଣି ତ’ ଆଉ କେଉଁଠି ଆଗେଇ ପାରୁନି ଚାଷ ବାସ। ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କରି ଦୀର୍ଘ ଦିନ ହେଲାଣି ଚାଷୀ ଚାହିଁ ରହିଛି ବର୍ଷାକୁ । ହେଲେ ଆବଶ୍ୟକ ମୁତାବକ ବର୍ଷା ଅଭାବରୁ ଜମି ଶୁଖିଲା ପଡ଼ିଛି। ଏଭଳି ସ୍ଥିତିରେ ସାଧାରଣତଃ ଜୁନ୍ ୧୦ ସୁଦ୍ଧା ଓଡ଼ିଶାକୁ […]
ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଚରମ୍ପା ଅଞ୍ଚଳର ନିଶାଣୀଗରଦା ଗାଁରେ ସାବିତ୍ରୀ ବ୍ରତ ଟିକିଏ ନିଆରା ଢଙ୍ଗରେ ପାଳନ କରିଛନ୍ତି କିନ୍ନର। ସଧବା ମହିଳା ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳନ କରୁଥିବାବେଳେ ଏଠାରେ କିନ୍ନରମାନେ ସେମାନଙ୍କ ଗୁରୁମାଙ୍କ ଦୀର୍ଘଜୀବନ ଓ ମଙ୍ଗଳକାମନା କରି ଏହି ବ୍ରତ ପାଳନ କରିଛନ୍ତି। ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ପିନ୍ଧି ଉପବାସ ରହି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅନେକ କିନ୍ନର। ସେହିପରି ବ୍ରହ୍ମପୁର ଗୋକୁଳଧାମ ପରିସରରେ କିନ୍ନର ପାଳିଛନ୍ତି […]
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରଥମଥର ପାଇଁ ଆମ୍ବ ମେଳା ଆୟୋଜିତ ହୋଇଛି। ଏହି ମେଳାରେ ବିଭିନ୍ନ କିସମର ୧୫ ପ୍ରକାରର ଆମ୍ବ ପ୍ରଦର୍ଶିତ ହେବା ସହ ବିକ୍ରି କରାଯାଉଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ୱୟଂସହାୟିକା ଗୋଷ୍ଠୀ ଏଥିରେ ଭାଗ ନେଇଛନ୍ତି। ଏହି ମେଳା ୭ ତାରିଖ ଯାଏଁ ଚାଲିବ। ଗୋଟିଏ ସ୍ଥାନରେ ବିଭିନ୍ନ କିସମର ଆମ୍ବ ସୁଲଭ ମୂଲ୍ୟରେ ମିଳୁଥିବାରୁ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ଅନ୍ୟ ଅଂଚଳରୁ ଲୋକେ ଆସି ଆମ୍ବ କିଣି […]
ଭୁବନେଶ୍ୱର : ହିଂଜିଳି ଏବଂ ବିଜେପୁର ବିଧାନସଭା ଆସନରୁ ବିଜୟ ଲାଭ ପରେ ବିଜେପୁର ଆସନ ଛାଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ସମାଲୋଚନା କରିଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ପ୍ରେସମିଟରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, କଣ ପାଇଁ ମୁଖ୍ୟମନ୍ତ୍ରୀ ବିଜେପୁର ଛାଡ଼ିଲେ ବୁଝାପଡ଼ୁନାହିଁ। ମୁଖ୍ୟମନ୍ତ୍ରୀ ବିଜେପୁରକୁ ପ୍ରତ୍ୟାଖାନ କରିବା ପଶ୍ଚିମ ଓଡ଼ିଶା ପାଇଁ ଅପମାନ ବୋଲି କହିଛନ୍ତି […]
ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଗ୍ନିବର୍ଷା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଆଜି ମୋଟ ୧୦ଟିରୁ ପଶ୍ଚିମ ଓଡ଼ିଶାର ୮ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଥିଲା। ୪୩.୮ ଡ଼ିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଛି। ସେହିପରି ଭବାନୀପାଟଣା ଓ ବଲାଙ୍ଗିର ୪୩ ଡ଼ିଗ୍ରୀ, ସମ୍ବଲପୁର ୪୨.୯ଡ଼ିଗ୍ରୀ, ତାଳଚେର ଓ ମାଲକାନଗିରି ୪୨.୪ଡ଼ିଗ୍ରୀ, ହୀରାକୁଦ ୪୨.୧ଡ଼ିଗ୍ରୀ, ଅନୁଗୁଳ ୪୧.୧ଡ଼ିଗ୍ରୀ , […]
ଭୁବନେଶ୍ୱର : ଆଜି ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମିଶ୍ରଙ୍କୁ ଲୋକସଭାରେ ଦଳର ନେତା ଭାବେ ମନୋନୀତ କରିଥିବାବେଳେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ମୁଖ୍ୟ ସଚେତକ ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଉପମୁଖ୍ୟ ସଚେତକ ଭାବେ ମନୋନୀତ କରିଛନ୍ତି। ସେହିପରି ବିଜେଡି ଭାଗରେ ଆବଣ୍ଟନ ହେବାକୁ ଥିବା ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ […]
ଭୁବନେଶ୍ୱର : ଆରମ୍ଭ ହୋଇଛି ନବୀନଙ୍କ ପଂଚମ ଇନିଂସ୍। ମନ୍ତ୍ରିମଣ୍ଡଳ ଗଠନ ପରେ ନୂଆ ମନ୍ତ୍ରୀମାନେ ବି ନିଜ ନିଜ ବିଭାଗର ଦାୟିତ୍ୱ ନେଇସାରିଛନ୍ତି। ଆସନ୍ତୁ ଜାଣିବା ଟିମ୍ ନବୀନ୍ରେ କେଉଁ କେଉଁ ବିଭାଗର ମନ୍ତ୍ରୀଙ୍କ ପାଇଁ ରହିଛି ଅଧିକ ଚ୍ୟାଲେଞ୍ଜ୍। ସବୁଠୁ ଅଧିକ ଫୋକସ୍ରେ ରହିଛି ଅର୍ଥ ବିଭାଗ। ଏହାର ଦାୟିତ୍ୱ ସମ୍ଭାଳିଥିବା ନିରଂଜନ ପୂଜାରୀଙ୍କ ପାଇଁ ବଡ଼ ଆହ୍ୱାନ ହେଲା ଋଣ ଭାରରେ ବୁଡ଼ିଥିବା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଧାରିବା। ତାସହ ନିର୍ବାଚନ ପୂର୍ବରୁ […]
ଭଦ୍ରକ(ତପନ ସ୍ୱାଇଁ) : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ୭ଜଣ ଯୁବତୀକୁ ଉଦ୍ଧାର କଲା ଭଦ୍ରକ ସହରାଞ୍ଚଳ ପୁଲିସ। ଏମାନେ ଦଲାଲ ମାଧ୍ୟମରେ ବେଆଇନ ଭାବେ ପଶ୍ଚିମବଙ୍ଗ ଦିଘା ଅଞ୍ଚଳର ଏସ୍ଏସ୍ ଫୁଡ଼ସ୍ ନାମକ ଏକ କମ୍ପାନୀକୁ କାମ କରିବାକୁ ଯାଉଥିଲେ। ତେବେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଚଢ଼ଉ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ଭିତରୁ କିଛି ନାବାଳିକା ଥିବା ପୁଲିସ୍ କହିଛି। ଉଦ୍ଧାର ଯୁବତୀଙ୍କ ଘର ଭଦ୍ରକ ଆରଡ଼ି, […]
ଭୁବନେଶ୍ୱର : ହିଞ୍ଜିଳି ରଖି ବିଜେପୁର ବିଧାନସଭା ଆସନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି ନବୀନ। ତେବେ ବିଜେପୁରବାସୀଙ୍କୁ ଭଲପାଇବା ଏବଂ ସମର୍ଥନ ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ନବୀନ ହିଞ୍ଜିଳି ଓ ବିଜେପୁର ଦୁଇଟି ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଇସ୍ତଫା ପୂର୍ବରୁ ନବୀନ ବିଜେପୁର ପାଇଁ ପ୍ୟାକେଜ ବି ଘୋଷଣା କରିଥିଲେ। ବିଜେପୁରରେ ଥିବା ୩୪ ହଜାର କଚା ଘର, […]
ଭୁବନେଶ୍ୱର : ଜନ୍ମମାଟି ଢେଙ୍କାନାଳର ସାରିଆପଡ଼ା ଗାଁରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପରେ ପୁରୀ ଅଭିମୁଖେ ବାହାରିଛି ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର। ପ୍ରଥମେ ଢେଙ୍କାନାଳ ମିନି ଷ୍ଟାଡିୟମରେ ତାଙ୍କର ମରଶରୀର ପହଞ୍ଚିବା ପରେ ଶେଷ ଦର୍ଶନ କରିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା। ଏହାପରେ କଳ୍ପନାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ତାଙ୍କ ଗାଁ ସାରିଆପଡ଼ାକୁ ନିଆଯାଇଥିଲା। ସେଠାରେ ଗ୍ରାମବାସୀମାନେ ଅନ୍ତିମ ଦର୍ଶନ କରିବା ପରେ ପୁରୀ ସ୍ୱର୍ଗଦ୍ୱାର […]
ରାଉରକେଲା : ମହିଳାଙ୍କଠାରୁ ସୁନା ଚୁଡ଼ି ଲୁଟ୍ ଉଦ୍ୟମ। ପ୍ରତିରୋଧ କରିବାରୁ ଆକ୍ରମଣ କଲା ଦୁର୍ବୃତ୍ତ। ଏଥିରେ ମହିଳା ଜଣକ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରାଉରକେଲାରେ ଇଣ୍ଡୋ ଇଂଲିଶ ସ୍କୁଲ ନିକଟରେ ରହୁଥିବା ନମିତା ଦାସ ନାମକ ଜଣେ ମହିଳା ସହ ଏହି ଘଟଣା ଘଟିଛି। ମହିଳା ଜଣକ ଚାଲି ଚାଲି ଯାଉଥିବା ବେଲେ ଓରାମ ପଡ଼ା ନିକଟରେ ଜଣେ ଦୁର୍ବୃତ୍ତ ବାଇକରେ ଆସି ତାଙ୍କର ସୁନା ଚୁଡ଼ି ଲୁଟି ନେବାକୁ ଉଦ୍ୟମ କରିଥିଲା। […]
ନୀଳଗିରି ( ବିଶ୍ୱମ୍ବର ଦାସ) : ଚିଟ୍ଫଣ୍ଡ ଠକେଇର ନୂଆ ତରିକା। ଗ୍ରୁପ୍ ଲୋନ୍ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ଅଂଚଳରେ ଏହି ଠକେଇ ହୋଇଛି। ଋଣ କରାଇ ଦେବାକୁ କହି କିଛି ବ୍ୟକ୍ତି ଜଣକ ପିଛା ୫ ହଜାର ଟଙ୍କା ଲେଖାଏଁ ନେଇଥିଲେ। ଋଣ ପ୍ରଦାନର ପ୍ରତିଶ୍ରୁତି ଦେଇ କାର୍ଯ୍ୟାଳୟ ଖୋଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ତେବେ ଋଣ ଟଙ୍କା […]
ସାଲେପୁର : ଏବେବି ଦୁନିଆରେ ବଞ୍ଚି ରହିଛି ମଣିଷ ପଣିଆ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇ ମଧ୍ୟ ଲୋଭର ବଶବର୍ତ୍ତୀ ହୋଇନାହାନ୍ତି କଟକ ସାଲେପୁର ଅଂଚଳର ଏକ ଦମ୍ପତି। କଟକ ସାଲେପୁର ରାସ୍ତାରେ ବାଇକ୍ରେ ଆସୁଥିବାବେଳେ ସୁନା ଅଳଙ୍କାର ଓ ଟଙ୍କା ଭର୍ତ୍ତି ବ୍ୟାଗ୍ ପାଇଥିଲେ ଏହି ଦମ୍ପତି। ବିଜୟାନନ୍ଦ ମହାନ୍ତି ଓ ତାଙ୍କ ପତ୍ନୀ ବ୍ୟାଗ ଭିତରେ ଥିବା ଏକ ମୋବାଇଲ୍ ଫୋନରୁ […]
ଭୁବନେଶ୍ୱର : ଆଜି ଭୁବନେଶ୍ୱର ଆସିବନି ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର। ଦିଲ୍ଲୀ-ଭୁବନେଶ୍ୱର ବିମାନ ଚାଲି ଆସିଥିବାରୁ ଆଜି ତାଙ୍କ ମର ଶରୀର ଆସିପାରିବନି। କାଠମାଣ୍ଡୁରୁ ଦିଲ୍ଲୀ ଆସିଥିବା ବିମାନ ବିଳମ୍ବରେ ଦିଲ୍ଲୀରେ ପହଞ୍ଚିଥିଲା। ବିଳମ୍ବ କାରଣରୁ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବିମାନ ପଳାଇ ଆସିଥିଲା। ଆସନ୍ତାକାଲି କାଲି ସକାଳ ୭ଟାରେ ତାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତକାଲି କାଠମାଣ୍ଡୁରେ କଳ୍ପନାଙ୍କ ମୃତଦେହର ବ୍ୟବଚ୍ଛେଦ […]
କଟକ : ଆଉ ଦିନକ ପରେ ସାବିତ୍ରୀ ବ୍ରତ। ସ୍ୱାମୀ-ସ୍ତ୍ରୀର ପବିତ୍ର ସମ୍ପର୍କକୁ ନେଇ ପାଳନ ହେଉଥିବା ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ କଟକ ସହର। ବିଶେଷ କରି ଫଳ ମାର୍କେଟ ଓ ଶାଢ଼ୀ ଦୋକାନରେ ଲାଗିଛି ପ୍ରବଳ ଭିଡ଼। ପ୍ରାୟ ସବୁ ଦୋକାନରେ ଭର୍ତ୍ତି ରହିଛି ଆମ୍ବ ଠାରୁ ଆରମ୍ଭ କରି ସେଓ, ପଣସ, କଦଳି ଅଙ୍ଗୁର ଭଳି ଫଳ। ସାବିତ୍ରୀ ବ୍ରତକୁ ଦୃଷ୍ଟିରେ ରଖି ଦର ବି ସାମାନ୍ୟ ଠାରୁ ଉଚ୍ଚା ରହିଛି। ତଥାପି […]
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ୧୦ଟି ସହରର ପାରଦ ୪୦ ଡ଼ିଗ୍ରୀରୁ ଅଧିକ ରହିଛି। ୪୨.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅସହ୍ୟ ଗରମରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ବିଳମ୍ବିତ ହେଉଛି ମୌସୁମୀ। ଆସନ୍ତା ୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ […]
ବ୍ରହ୍ମପୁର (ଅଶୋକ ବ୍ରହ୍ମା) : ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଶୁକ୍ରବାର ରାତିରେ ବ୍ରହ୍ମପୁର ଗୋଳନ୍ଥରା ଅଞ୍ଚଳରେ ହୋଇଥିବା ଏନ୍କାଉଣ୍ଟରରୁ ମିଳିଛି କଂଗ୍ରେସ ନେତା ମନୋଜ ଜେନାଙ୍କ ହତ୍ୟାକାଣ୍ଡର ଲିଙ୍କ୍। ଏନ୍କାଉଣ୍ଟରରେ ଆହତ ହୋଇଥିବା ଦୁଇ ଅଭିଯୁକ୍ତ, ମନୋଜ ଜେନାଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ସ୍ପଷ୍ଟ କରିଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର। ଦୁଇ ଅପରାଧୀ ହେଲେ ଗଣେଶ ନାୟକ ଓ ହୃଷି ପାତ୍ର। ଉଭୟଙ୍କୁ ଗିରଫ କରାଯାଇଛି। ଆସିକାର କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ […]
କୋରାପୁଟ : ଯାହା ବର୍ଷ ବର୍ଷ ଧରି ରାଜ୍ୟ ସରକାର ଶୁଣି ନାହାନ୍ତି, ତାହା ନୂତନ ଭାବେ ବୟନ ଓ ହସ୍ତତନ୍ତ ଶିଳ୍ପ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କୋଟପାଡ ବିଧାୟିକା ପଦ୍ମିନୀ ଦିୟାନ ସମାଧାନ କରିବେ ବୋଲି କୋଟପାଡର ବୁଣାକାର ଆଶା ବାନ୍ଧିଛନ୍ତି। ରାଜ୍ୟ ସରକାର ସେମାନଙ୍କ ବର୍ଷ ବର୍ଷର ଦାବିକୁ ଅଣଦେଖା କରିଛନ୍ତି ବୋଲି ପଦ୍ମଶ୍ରୀ ସମ୍ମାନ ପାଇଥିବା ବୁଣାକାର ଗୋବର୍ଦ୍ଧନ ପାନିକା ଅଭିଯୋଗ କରିଛନ୍ତି। ସମ୍ମାନ ପାଇଥିବା ବ୍ୟକ୍ତିଙ୍କୁ କେତେ ଭତ୍ତା […]
ଭୁବନେଶ୍ୱର : ନିର୍ବାଚନ ହାରିବା ପରେ ରାଜ୍ୟ କଂଗ୍ରେସର ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଉପରେ ବର୍ଷିଛନ୍ତି ଆଉ ଜଣେ ବର୍ଷୀୟାନ ନେତା କାହ୍ନୁଚରଣ ଲେଙ୍କା। ସେ କହିଛନ୍ତି,“ରାଜ୍ୟର ୧୨୧ ଦିନର ମୁଖ୍ୟମନ୍ତ୍ରୀ ଭାବେ ହେମାନନ୍ଦ ବିଶ୍ୱାଳଙ୍କୁ ଲୋକେ ଜାଣିଛନ୍ତି। ଏବେ ସେ କଂଗ୍ରେସର ଶୃଙ୍ଖଳା କମିଟିର ଚେୟାରମ୍ୟାନ ଅଛନ୍ତି। ସେ କାହିଁକି ନିଜେ ଶୃଙ୍ଖଳା ଭଙ୍ଗ କରି ବାରମ୍ୱାର ମିଡିଆରେ ଚର୍ଚ୍ଚିତ ହେଉଛନ୍ତି? ଯିଏ ଶୃଙ୍ଖଳା କମିଟିର […]
ବାଲେଶ୍ୱର : ଜଉ କଣ୍ଢେଇ ବାହାଘରକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ବାଲେଶ୍ୱର ସହର। ବରକନ୍ୟା ବାହାଘର ପରେ ବର୍ତ୍ତମାନ ଚାଲିଛି ବନ୍ଧୁମିଳନ। ଏହି ଅବସରରେ ପାରମ୍ପରିକ ନାଚଗୀତରେ ଝୁମୁଛି ସାରା ପରିବେଶ। ବିବାହ ଉତ୍ସବକୁ ଧୂମ୍ଧାମ୍ର ସହ ପାଳନ କରୁଛନ୍ତି ଲୋକେ। ଗତ ୨୯ ତାରିଖରୁ ବାଲେଶ୍ୱରରେ ଆରମ୍ଭ ହୋଇଛି ଜଉ କଣ୍ଢଇ ବାହାଘର। ପାରମ୍ପରିକ ରୀତିନୀତିରେ ବରକନ୍ୟା ବାହାଘର ଗତ ୩୦ ତାରିଖରେ ସମ୍ପନ୍ନ ହୋଇଥିଲା। ବର ଶଙ୍କର ଆଦିବାସୀ ସମ୍ପ୍ରଦାୟର ଟୁସୁ […]
ଭୁବନେଶ୍ୱର : ରାଜନୀତିର ପଶାପାଲିରେ ପୁଣି ଥରେ ଫୋକସରେ ରହିଛି ବିଜେପୁର। ଏଠି ବର୍ଷେ ୩ ମାସ ଭିତରେ ତୃତୀୟ ଥର ନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି ଏବଂ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଗତକାଲି ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପରେ କୁହାଯାଉଛି, ନବୀନ ବିଜେପୁର ଛାଡ଼ିପାରନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଆଲୋଚନା ଜୋର ଧରିଛି। ଦିନେ ବିଜେପୁର କଂଗ୍ରେସର ଗଡ଼ ଥିଲା। […]
ଭୁବନେଶ୍ୱର : ଆଜି ରାତିରେ ପ୍ରବଳ ବର୍ଷା ହେବ। ଏପରିକି ଘଡଘଡ଼ି ମାରିବାର ଆଶଙ୍କା ରହିଛି। ଏଥିପାଇଁ ୧୩ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ରାତି ୧୧ଟା ୪୦ ପର୍ଯ୍ୟନ୍ତ କେନ୍ଦୁଝର, ବାଲେଶ୍ୱର, ମୟୂରଭଂଜ, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଝଡ଼ବର୍ଷା ହେବ। ଏପରିକି ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ […]
ଭୁବନେଶ୍ୱର : “ମୁଁ ହତାଶ ପ୍ରେମିକ ନୁହେଁ। ବିଧାୟକ ହେବା ପାଇଁ ଲୋକେ ମୋତେ ଭୋଟ୍ ଦେଇଛନ୍ତି। ମନ୍ତ୍ରୀ କରିବା ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କର। ତଥାପି ମୁଁ ଭାବୁଛି ନିର୍ବାଚନମଣ୍ଡଳୀର କାମ କରିବି।” ମନ୍ତ୍ରୀ ପଦ ମିଳି ନଥିବା ବେଳେ ଆଜି ଏ କଥା କହିଛନ୍ତି ଯାତ୍ରା ମହାରଥୀ ଭାବେ ପରିଚିତ ପିପିଲି ବିଧାୟକ ପ୍ରଦୀପ ମହାରଥୀ। ବିଧାୟକଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଆଜି ସେ ବିଧାନସଭାକୁ ଆସିଥିଲେ। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଘେରି […]