ଭୁବନେଶ୍ୱର : କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ସରକାରୀ ସେବାକୁ ଲୋକାଭିମୁଖୀ କରିବା ପାଇଁ କିଛି ପ୍ରଶାସନିକ ସଂସ୍କାର ଆଣିବାକୁ ଚେଷ୍ଟା କରିଛନ୍ତି ସରକାର। ଏଥିଲାଗି ଅଫିସ୍ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିବା ସହ ବରିଷ୍ଠ ଅଧିକାରୀ ଅଧସ୍ତନ କର୍ମଚାରୀଙ୍କ ବ୍ରେନ୍ଷ୍ଟର୍ମିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ନୂଆ ନିୟମ ଲାଗୁ ହେବାର ପ୍ରଥମ ଦିନରୁ ହିଁ ଦେଖିବାରୁ ମିଳିଛି ବ୍ୟତିକ୍ରମ। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ଆଜି ଦିନ ୧୦ଟା ସୁଦ୍ଧା ଅଫିସରେ ପହଞ୍ଚିଥାଆନ୍ତେ ସରକାରୀ କର୍ମଚାରୀ। […]
ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ବନ୍ଦ ରହିଥିବା ସମସ୍ତ ସରକାରୀ ଅଭିଯୋଗ ପ୍ରକୋଷ୍ଠ ଆସନ୍ତା ଜୁଲାଇ ୧ ତାରିଖରୁ ଖୋଲିବ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ମୁଖ୍ୟ ସଚିବ, ବିଭିନ୍ନ ବିଭାଗର ସଚିବ, ଜିଲ୍ଲାସ୍ତରୀୟ ଅଭିଯୋଗ ପ୍ରକୋଷ୍ଠ ସ୍ୱାଭାବିକ ଭାବେ ପ୍ରତି ସୋମବାର ଦିନ କାର୍ଯ୍ୟକ୍ଷମ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର : ‘ଫୋନି’ ବାତ୍ୟା ପ୍ରଭାବିତ ୫ଟି ଜିଲ୍ଲାର ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ପୁଣିଥରେ ଅତିରିକ୍ତ ମାସକର ଭତ୍ତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମଧୁବାବୁ ପେନସନ୍ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ଗୋଟିଏ ମାସର ଅତିରିକ୍ତ ଭତ୍ତା ମିଳିବ। ଏହି ଅତିରିକ୍ତ ଭତ୍ତା ବାବଦରେ ରାଜ୍ୟ ସରକାର ୪୮.୯୧ କୋଟି ଟଙ୍କା ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ, ପୂର୍ବରୁ ମେ’ ମାସରେ ରାଜ୍ୟ ସରକାର ଏହି ପ୍ରଭାବିତ ଜିଲ୍ଲାର […]
ଯାଜପୁର : ଯାଜପୁର ଜିଲ୍ଲା କୁଆଖିଆରେ ଅଘଟଣ। କୁଆଖିଆ ଥାନା ବାଲିପାଟଣା ଗାଁରେ ଘରର କାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ ,ଘରର ମରାମତି କାମ ଚାଲିଥିଲା।ଏତିକି ବେଳେ କାନ୍ଥ ଭୁଶୁଡ଼ି ପଡ଼ିଲା। ଘଟଣାସ୍ଥଳରେ ଶ୍ରମିକ ଓ ଘର ମାଲିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ବ୍ୟକ୍ତି ମଧ୍ୟ ଆହତ ମଧ୍ୟ ହୋଇଛନ୍ତି। ଆହତ ଶ୍ରମିକଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି।
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ବନ୍ଧୁ ଘରକୁ ବୁଲିବା ପାଇଁ ବାଇକ୍ରେ ଯାଉଥିବା ଦମ୍ପତିଙ୍କୁ ପିଟିଦେଲା କାର୍। ଫଳରେ ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି। ପୁରୁଣା କଟକ ଗାଁର ସନ୍ତୋଷ କୁମାର କଣ୍ଟି ଓ ତାଙ୍କ ନବବିବାହିତ ସ୍ତ୍ରୀ ସୁକାନ୍ତି ଏକ ବାଇକ୍ରେ ଦଶପଲ୍ଲାର ବନ୍ଧୁ ଘରକୁ ଯାଉଥିଲେ। ତେବେ ଜାତୀୟ ରାଜପଥର କଖାରଫାଳ ଗାଁ ନିକଟରେ […]
ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ନୂଆପଡ଼ା ଜିଲ୍ଲା ପଦ୍ମପୁର ଉପଖଣ୍ଡ ଭେଙ୍ଗରାଜପୁରରେ ଗାଁରେ ଏକୋଇଶିଆ ଭୋଜି ଖାଇ ୫୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ସହିତ ପାଇକମାଲ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ କିଛି ଶିଶୁ ବି ଅଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଗାଁର ଆନନ୍ଦ ମୁଟକିଆଙ୍କ ପୁଅର ଏକୋଇଶିଆ ଭୋଜି ଥିଲା। ଗ୍ରାମବାସୀମାନେ ଭୋଜି ଖାଇ ଘରକୁ ଫେରିବା ପରେ ଜଣେ ପରେ ଜଣେ ଅସୁସ୍ଥ ଅନୁଭବ କରିଥିଲେ। […]
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ। ବଜେଟ ଅଧିବେଶନ ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସବୁ ଦଳର ବିଧାୟକ ଯୋଗ ଦେଇଥିଲେ। ବୈଠକରେ ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜେପିରୁ ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ପ୍ରଦୀପ୍ତ ନାୟକ ଉପସ୍ଥିତ ଥିଲେ। ସେହିପରି କଂଗ୍ରେସରୁ ବରିଷ୍ଠ ବିଧାୟକ ନରସିଂହ ମିଶ୍ର ବୈଠକରେ ଉପସ୍ଥିତ […]
କରଞ୍ଜିଆ : କରଞ୍ଜିଆରେ ଭିନ୍ନ ପ୍ରକାରର କଙ୍ଗାରୁ କୋର୍ଟ। ରାତି ଅଧରେ ଗାଁ ଲୋକେ ପ୍ରେମୀ ଯୁଗଳଙ୍କୁ ଜୋର ଜବରଦସ୍ତ ଲଣ୍ଡା କଲେ ଓ ଲଣ୍ଡା କରାଯିବା ବେଳର ଭିଡିଓ ଭାଇରାଲ୍ ବି କରିଛନ୍ତି। ଅଟକ ପ୍ରେମୀ ଯୁଗଳଙ୍କୁ ମଧ୍ୟ ରାତିରେ ଉଦ୍ଧାର କଲା ପୁଲିସ୍। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ମଣ୍ଡୁଆ ଗାଁରେ। ମିଳିଥିବା ସୂଚନା ଅନୁସାରେ, ମଣ୍ଡୁଆ ଗାଁର ଜଣେ ଯୁବତୀଙ୍କ ସହ କରଞ୍ଜିଆ ଏନଏସି ଅଞ୍ଚଳର ଜଣେ […]
ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଧଡ୍ରା ତେଲ ଟାଙ୍କି ନିକଟରେ ଆଜି ସନ୍ଧ୍ୟାରେ ବସ୍ ଧକ୍କାରେ ଜଣକର ମୃତ୍ୟୁ ଘଟିଛି। ‘ଦିଲଖୁସ୍’ ନାମକ ବସଟି ରାଇଘରରୁ ଭୁବନେଶ୍ୱରକୁ ଯାଉଥିବା ସମୟରେ ଧଡ୍ରା ନିକଟ ତେଲ ଟାଙ୍କି ଠାରେ ରାସ୍ତା ଅତିକ୍ରମ କରୁଥିବା ସମ୍ପୃକ୍ତ ବ୍ୟକ୍ତିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ବସଟିକୁ ଡାବୁଗାଁ ପୁଲିସ ଅଟକ ରଖିଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରି […]
ଭୁବନେଶ୍ୱର : ଶିକ୍ଷାର ଦୀପ ଜଳାଇବା ପାଇଁ ରାଜ୍ୟ ସରକାର ଯେଉଁ ସ୍କୁଲ ଖୋଲିଥିଲେ ଆଜି ସେହି ସ୍କୁଲ ଗୁଡ଼ିକୁ ବନ୍ଦ କରିବାକୁ ଯାଉଛନ୍ତି। ଏଥିପାଇଁ ରାଜ୍ୟରେ ୯୬୬ଟି ସରକାରୀ ପ୍ରାଥମିକ ସ୍କୁଲକୁ ଚିହ୍ନଟ କରାଯାଇଛି। ଏସବୁ ସ୍କୁଲରେ ପିଲାଙ୍କ ସଂଖ୍ୟା ୧୦ରୁ କମ ଥିବା ଦର୍ଶାଇ ସେଥିରେ ତାଲା ପକାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ତା’ସହ ବନ୍ଦ ହେବାକୁ ଥିବା ସ୍କୁଲର ପିଲାଙ୍କୁ ନିକଟ ସ୍କୁଲକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଯାତାୟାତ ଖର୍ଚ୍ଚ ରାଜ୍ୟ […]
ଭୁବନେଶ୍ୱର : କେଉଁ ପରିସ୍ଥିତିରେ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ ଦେଲା ବିଜେଡି ? ନିଜ ପାଖରେ ଜିତିବା ସଂଖ୍ୟା ଥାଇ ବି ବିରୋଧୀ ଦଳକୁ କାହିଁକି ଦେଇଦେଲେ ଗୋଟିଏ ସିଟ୍। ଏ ରହସ୍ୟ ଉପରୁ ପରଦା ହଟି ନଥିବା ବେଳେ ଆଜି ବିଧିବଦ୍ଧ ଭାବେ ଅଶ୍ୱିନ ବୈଷ୍ଣବ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ରାଜନୀତିର ଏ ହଟଚମଟ ସ୍ଥିତିକୁ ନେଇ କଂଗ୍ରେସ ବିଜେଡି ଓ ନବୀନଙ୍କୁ ଟାର୍ଗେଟ୍ କରିଛି। ଅଶ୍ୱିନ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ନେଇ ପ୍ରଥମେ […]
ଭୁବନେଶ୍ୱର : ସାଧାରଣ ନିର୍ବାଚନ ସମୟରେ ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚ୍ୟାଉପଟ୍ଟନାୟକଙ୍କୁ ଟିକେଟ ମିଳି ନଥିଲା। ଫଳରେ ଦୁଇ ନେତା ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣଙ୍କୁ ରାଜ୍ୟସଭା ପଠାଇବେ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କ ମାନଭଞ୍ଜନ କରିଥିଲେ। ହେଲେ ଗତକାଲି ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା ବେଳେ ଏହି ଦୁଇ ନେତାଙ୍କ ନାଁ ଭୁଲି ଯାଇଥିଲେ ନବୀନ। ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ବିଜେଡି ଆଇଟି ସେଲ୍ ମୁଖ୍ୟ […]
ଭୁବନେଶ୍ୱର : ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ପ୍ରତ୍ୟେକ ମାସର ୪ର୍ଥ ଶନିବାରକୁ ସାଧାରଣ ଛୁଟି ଭାବେ ଘୋଷଣା କରିଛନ୍ତି। ଏହା ସହିତ କର୍ମଚାରୀଙ୍କ ଅଫିସ ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହାକୁ ତତ୍କାଳ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏଣିକି ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ମାସର ୪ର୍ଥ ଶନିବାର ସାଧାରଣ ଛୁଟି ରହିବ। ତା’ଛଡ଼ା […]
ଭଦ୍ରକ : ଭଦ୍ରକ ଜିଲ୍ଲାରୁ ପୁଣି ଉଦ୍ଧାର ହେଲା ନାଗ ସାପ। ନଲାଙ୍ଗ ବିରିପଡାରେ ଜଣଙ୍କ ଘରୁ ମା’ ସାପ ସହ ୪୦ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛି। ସେହି ଘରୁ ୪୦ଟି ସାପ ଅଣ୍ଡା ମଧ୍ୟ ଉଦ୍ଧାର ହୋଇଛି। ସ୍ନେକ ହେଲପଲାଇନ୍ ସଦସ୍ୟଙ୍କ ସହାୟତାରେ ଏହି ସାପ ଛୁଆ ଓ ଅଣ୍ଡା ଗୁଡିକ ଉଦ୍ଧାର ହୋଇଛି। ଘର ଭିତରୁ ଏତେଗୁଡିଏ ସାପ ମିଳିବା ଘଟଣାରେ ପରିବାର ଲୋକେ ଭୟଭୀତ ହୋଇଛନ୍ତି। ପୂର୍ବରୁ ଧାମନଗର ବ୍ଲକ୍ […]
ବାଲେଶ୍ୱର : ପୋଖରୀରେ ବୁଡ଼ି ୨ ଝିଅଙ୍କ ସଲିଳ ସମାଧି। ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ବଗଚରା ଗାଁରେ ପୋଖରୀରେ ବୁଡି ଦୁଇ ଝିଅଙ୍କ ମୃତ୍ୟୁ ଘଟିଛି। ବଗଚରା ଗାଁର ଅନୁଗୁଳ ପ୍ରମାଣିକଙ୍କ ୬ ବର୍ଷୀୟ ଝିଅ ବର୍ଷା ଏବଂ ତାଙ୍କ ସମ୍ପର୍କୀୟ ୬ ବର୍ଷୀୟା ମାମା ଜେନାର ମୃତ୍ୟୁ ଘଟିଛି। ଉଭୟ ପୋଖରୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିବା ଜଣାପଡିଛି। ପରିବାର ଲୋକେ ଉଭୟଙ୍କୁ ପୋଖରୀରେ ଭାସୁଥିବା ଦେଖି ମେଡିକାଲକୁ ନେଇଥିଲେ। ତେବେ ଡାକ୍ତର ଉଭୟଙ୍କୁ ମୃତ […]
କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଗ୍ରାମାଞ୍ଚଳ ବିକାଶ ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ, ଦୁର୍ଗମ ଅଂଚଳରେ ଅପହଞ୍ଚ ସୁବିଧା ସୁଯୋଗ ଲୋକଙ୍କ ନିକଟକୁ ପହଞ୍ଚି ପାରୁନାହିଁ। ସରକାରୀ ଯୋଜନା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଗାଁରେ ରହିଛି ୩ଟି ନଳକୂଅ। ସେଥିରୁ ୨ଟି ଖରାପ। ଆଉ ଯେଉଁ ଗୋଟିଏ ନଳକୂଅ ଅଛି, ସେଥିରୁ ବି ଠିକ୍ରେ ପାଣି ବାହାରୁନି। ଗୋଟିଏ କି ୨ଟି ବାଲ୍ଟି […]
ବାଙ୍କୀ (ସଂଜୀବ କୁମାର ନାୟକ) : ଚାଷୀ ଓ ବ୍ୟବସାୟୀଙ୍କୁ ବଜାର ବ୍ୟବସ୍ଥା ଯୋଗାଇଦେବାକୁ ସରକାରଙ୍କ ତରଫରୁ ଅନେକ ପ୍ରୟାସ କରାଯାଉଛି। ହେଲେ ବାଙ୍କୀରେ ରାସ୍ତା ଉପରେ ପରିବା ବିକ୍ରି କରୁଛନ୍ତି ବ୍ୟବସାୟୀ। ପରିବା ହାଟ ରାସ୍ତାରେ ଗୋଟେ ପଟେ ଗାଡ଼ି ମୋଟର ଯାଆସ କରୁଛି। ଆଉ ଅନ୍ୟପଟେ ମୁଖ୍ୟରାସ୍ତା ଉପରେ ପାଲଟାଣି ବ୍ୟବସାୟ କରୁଛନ୍ତି ପରିବା ଚାଷୀ। କୌଣସି ସମୟରେ ବି ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିକୁ ନେଇ ଦୀର୍ଘଦିନ ଧରି ପରିବା […]
ଭୁବନେଶ୍ୱର : ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ଏବଂ ମୁଖ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ। ସେପଟେ ପ୍ରାକୃତିକ ବିପତ୍ତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ବିପତ୍ତି ଆଟଲାସ ଉନ୍ମୋଚନ କରାଯାଇଛି। ଏହାଦ୍ୱାରା ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଂଚଳଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇପାରିବ।
ଭୁବନେଶ୍ୱର : ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀ କରିବା ଓ ବିଜେଡିର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ କହିଛନ୍ତି ନିର୍ବାଚନ ସରିବା ପରେ ରାଜ୍ୟରେ ଡବଲ ଇଂଜିନ ସରକାର ହୋଇଗଲା। ଏହା ସହ ସେ କହିଛନ୍ତି, ଦିଲ୍ଲୀରେ ବୈଷ୍ଣବଙ୍କ ବେଶ୍ ଭଲ ଲବି ରହିଛି। ବିଜେଡି ସହିତ ବି ତାଙ୍କର ବେଶ୍ ଭଲ ସଂପର୍କ ଥିଲା, ତେଣୁ ବିଜେଡି ବୈଷ୍ଣବଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ଥିଲା। ପାରସ୍ପରିକ ସୁବିଧା […]
ଭୁବନେଶ୍ୱର : ରାଜ୍ୟରେ ୧୦୦ଟି ମେଡିକାଲ ସିଟ୍ ବୃଦ୍ଧି ପାଇଁ ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (MCI) ଅନୁମତି ଦେଇଛି। ଅର୍ଥନୈତିକ ଦୁର୍ବଳ ଶ୍ରେଣୀ କୋଟାରେ ନାମଲେଖା ପାଇଁ ଏହି ସିଟ୍ ବୃଦ୍ଧି କରାଯାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି। ଏହି ନୂଆ ବ୍ୟବସ୍ଥା ଅନୁସାରେ ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ କୋରାପୁଟର ସହିଦ ଲକ୍ଷ୍ମଣ […]
ଭୁବନେଶ୍ୱର : କଂଗ୍ରେସକୁ ପଛରେ ପକାଇ ପ୍ରଥମଥର ପାଇଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପିର ବିଧାୟକ ଦଳର ବୈଠକ ଆସନ୍ତା ୨୩ତାରିଖରେ ଅନୁଷ୍ଠିତ ହେବ। ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିଜେପି ନିଜର ବିଧାୟକ ଦଳ ନେତା ତଥା ବିରୋଧୀ ଦଳ ନେତା ଭାବେ ଚୟନ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଜଣାପଡ଼ିଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ବିଧାୟକ ଦଳ ବୈଠକରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା […]
ଭୁବନେଶ୍ୱର : ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ କେଉଁ ଦଳର ପ୍ରାର୍ଥୀ ତାକୁ ନେଇ ସଂଶୟ ଲାଗି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସ୍ପଷ୍ଟୀକରଣ ଦେଇଛନ୍ତି। ଶ୍ରୀ ବୈଷ୍ଣବ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ବୋଲି ନବୀନ ଘୋଷଣା କରିବାର ୩୦ମିନିଟ ପୂର୍ବରୁ ତାଙ୍କୁ ବିଜେପି ନିଜର ପ୍ରାର୍ଥୀ ବୋଲି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିଲା। ଯାହାକୁ ନେଇ ଗଣମାଧ୍ୟମରେ ଜୋରଦାର ଆଲୋଚନା ହେବା ପରେ ନବୀନ […]
ବ୍ରହ୍ମଗିରି/ ପୁରୀ /ଖୋର୍ଦ୍ଧା : ସରିଲା ଲମ୍ବା ଛୁଟିର ମଉଜ। ବାଜିଲା ସ୍କୁଲ ବେଲ୍। ପୁଣି ଥରେ ପିଲାଙ୍କ କଳରବରେ ମୁଖରିତ ବିଦ୍ୟାଳୟର ଚତୁର୍ଦ୍ଦିଗ। ହେଲେ ନା ଥିଲା ପୂର୍ଣ୍ଣ ଉପସ୍ଥାନ ନା ଥିଲା ଶିକ୍ଷା ଉପଯୋଗୀ ପରିବେଶ। ଚାରିଆଡ଼େ କେବଳ ଧ୍ୱଂସସ୍ତୁପର ପାହାଡ଼। ଦେଢ଼ମାସ ତଳର ଫୋନି ମାଡ଼ରେ ଧରାଶାୟୀ ହୋଇପଡ଼ିଛି କ୍ଲାସରୁମ, ଉଡ଼ିଯାଇଛି ଛାତ। ପୁରୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଚାଲିଛି ମରାମତି। କେବେ ସରିବ ଜଣାନାହିଁ । କେବେ ପାଠପଢ଼ା ସ୍ୱାଭାବିକ ହେବ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ୯ ଜଣ ଜିଲ୍ଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଓ ବିଧାନସଭା ସଚିବ ପଦରେ ନୂଆ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିରଞ୍ଜନ ସାହୁଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଶ୍ରମ କମିଶନର ଦାୟିତ୍ୱ ତୁଲାଇବେ। ଆଇଟି ବିଭାଗର ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ […]
ଭୁବନେଶ୍ୱର : ଜମ୍ମୁ-କଶ୍ମୀରରେ ସହିଦ ଯବାନ ଅଜିତ୍ ସାହୁଙ୍କ ମରଶରୀରରେ ବିଜେଡି ପତାକା ଘଟଣାରେ ବିଜେଡିର କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ୩ ଦଳୀୟ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି। କଟକ ଜିଲ୍ଲାର ବିନୋଦ କୁମାର ମାଝୀ, ସନ୍ତୋଷ କୁମାର ସାହୁ ଏବଂ ଗୋବର୍ଦ୍ଧନ ଦାସଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସହିଦ ଯବାନ ଅଜିତ ସାହୁଙ୍କ ମରଶରୀର ଉପରେ ବିଜେଡି ପତାକା ଢଙ୍କାଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ସହିଦ ଅଜିତ୍ଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳର ବଡ଼ସୁଆଁଳକୁ ଯିବା […]