ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ନିଜ ସରକାରୀ କ୍ୱାଟର୍ସକୁ ସଜାଇବା ପାଇଁ ୭୦ଲକ୍ଷ ଟଙ୍କାର ସରକାରୀ ଅର୍ଥ ଅପଚୟ କରିଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କ ସହିତ ସୋନପୁର ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୧୦ ବ୍ୟାଚ ଆଇଏଏସ୍ ତଥା ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀମତୀ ପଣ୍ଡାଙ୍କୁ […]
ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ୍ରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ମାମଲାର ହେବ ତଦନ୍ତ। ଏଥିପାଇଁ ଗଠନ ହୋଇଛି ୪ ଜଣିଆ କମିଟି। ସାତ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ବିଭାଗୀୟ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଝୁମ୍ପୁରା ବ୍ଲକ ନାରଦପୁର ଗାଁର ବାସୁଦେବ ବାରିକ ନାମକ ଜଣେ ବ୍ୟକ୍ତିଙ୍କ ପୁଅ କଳିଙ୍ଗ ହସ୍ପିଟାଲ୍ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁମୁଖରେ ପଡ଼ିଥିଲେ। କିନ୍ତୁ ଚିକିତ୍ସା ବାବଦ ଟଙ୍କା ପୈଠ କରିଥିଲେ […]
ପୁରୀ : ଆଉ କିଛି ଦିନ ପରେ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଘନଘନ ଶ୍ରୀକ୍ଷେତ୍ର ଯାଇ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ଏସବୁ ସତ୍ତ୍ୱେ ଆଜି ସନ୍ଧ୍ୟା ବେଳେ ଶ୍ରୀକ୍ଷେତ୍ରରେ ଫୁଟିଛି ଗୁଳି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସ୍ୱର୍ଗଦ୍ୱାର ନିକଟ ଗଉଡ଼ବାଡ଼ ସାହି ମାଛ ବଜାରରେ ସୁକାନ୍ତ ସାହୁ ନାମକ ଜଣେ ଯୁବକଙ୍କ ଉପରେ […]
ଜଳେଶ୍ୱର(ଅଜିତ୍ ଦାଶ): ଭୋଗରାଇ ବ୍ଲକ କମର୍ଦ୍ଦା ଦାହୁଣଦାରେ ଏକ ଡମ୍ପର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ କେନ୍ଦ୍ରକରି ତୁମୁଳକାଣ୍ଡ ଘଟିଛି। ମୃତକ ଜଣକ ହେଲେ ଶଶିକାନ୍ତ ଦାଶ। ଉତ୍ତ୍ୟକ୍ତ ଲୋକେ ୫ଟି ଡମ୍ଫର, ୨ଟି ଜେସିବି, ଗୋଟିଏ ଟ୍ରାକ୍ଟର ଜାଳିଦେଇଛନ୍ତି। କେବଳ ସେତିକି ନୁହେଁ ଗୋଟିଏ କାର୍ ଓ ଜଣଙ୍କ ଘର ପୋଡ଼ି ଦେଇଥିବା ଖବର ଆସିଛି। ନିଆଁ ଲିଭା କାର୍ଯ୍ୟରେ ଜଳେଶ୍ୱର ଓ ଭୋଗରାଇ ଦମକଳବାହିନୀ ମୁତୟନ ଅଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଘଟଣାସ୍ଥଳରେ […]
କେନ୍ଦୁଝର : ବେଆଇନ୍ ଖଣି ଖନନ ନେଇ ୨ ଜଣ ଖଣି ମାଲିକଙ୍କ ସଂପତ୍ତି ଜବତ ପାଇଁ ଓ୍ୱାରେଣ୍ଟ ଜାରି କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ। ସେହି ଦୁଇ ଖଣି ମାଲିକ ହେଲେ ଏମ୍.ଆର୍ ଦାଶ ଓ ଅର୍ଜୁନ ଲୋଧା। ମାସେ ଭିତରେ ଉଭୟଙ୍କ ସଂପତ୍ତି ଜବତ କରିବା ପାଇଁ ପୁଲିସ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ନିକଟରେ ହାଜର ହେବାକୁ ୭ ଜଣ ଖଣି ମାଲିକଙ୍କୁ ଆଗରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ବିଡି ପଟ୍ଟନାୟକ […]
ଭୁବନେଶ୍ୱର : ଆକ୍ସନମୁଡ୍ରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ଆଉ ୫ ଘଣ୍ଟା ନୁହେଁ, ସରକାରୀ କଲେଜରେ ଅଧ୍ୟାପକଙ୍କ ପାଇଁ ଏଣିକି ଓ୍ୱାର୍କିଂ ଆଓ୍ୱାର ରହିବ ୭ ଘଣ୍ଟା। ଅଧ୍ୟାପକଙ୍କ ଉପସ୍ଥାନ ବି ବାୟୋମେଟ୍ରିକ୍ ବ୍ୟବସ୍ଥା ମାଧ୍ୟମରେ ରେକର୍ଡ ହେବ। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ସରକାରୀ କଲେଜ ଅଧ୍ୟକ୍ଷ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଗୁଣାତ୍ମକ ଶିକ୍ଷା ଓ ଡ୍ୟୁଟିର ଖିଲାପ କରୁଥିବା ଅଧ୍ୟାପକଙ୍କୁ ସାବାଡ଼ କରିବା ଲାଗି ଏଭଳି […]
ଭୁବନେଶ୍ୱର : ରାଜ୍ୟ ବଜେଟରେ ହୋଇଥିବା ବ୍ୟୟ ବରାଦର ଅଧା ଟଙ୍କା ଦେବ କେନ୍ଦ୍ର। ନିଜସ୍ୱ ଆୟ ଆଖିଦୃଶିଆ ବଢୁନଥିବାରୁ କେନ୍ଦ୍ର ସରକାରଙ୍କ ଅନୁଦାନ ଓ ଋଣ ଉପରେ ଭରସା କରିବେ ସରକାର। ଚଳିତ ବର୍ଷ ପାଇଁ ଆଗତ ହୋଇଥିବା ବଜେଟର ଆୟବ୍ୟୟକୁ ଦେଖି ଏପରି ନିଷ୍କର୍ସ ବାହାର କରିଛନ୍ତି ଅର୍ଥନୈତିକ ବିଷେଷଜ୍ଞ। ବଡ଼କଥା ହେଉଛି ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ମୁଣ୍ଡପିଛା ଋଣ ଭାର ୨୫ ହଜାର ଟଙ୍କାରେ ପହଞ୍ଚିବ। ଗୋଟିଏ ପଟେ ସରକାର […]
ଭୁବନେଶ୍ୱର : ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ସୁଦୀପ କୁମାର ଚୌଧୁରୀ ଉଦ୍ଧାର ହୋଇଛନ୍ତି। ସୁଦୀପଙ୍କ ସହ ପଣବନ୍ଦୀ ଥିବା ହରିଆଣା, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର ତିନି ଜଣ ନାବିକ ମଧ୍ୟ ଉଦ୍ଧାର ହୋଇଛନ୍ତି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ସୂଚନା ଦେଇଛନ୍ତି। ଉଦ୍ଧାର ହୋଇଥିବା ନାବିକ ମାନଙ୍କୁ ନାଇଜେରିଆ ପୁଲିସ ହେପାଜତରେ ରଖାଯାଇଛି। ନାଇଜେରିଆ ସ୍ଥିତ ଭାରତୀୟ ହାଇକମିଶନରଙ୍କ ପକ୍ଷରୁ ସେମାନଙ୍କୁ ଆଣିବା ପାଇଁ ପ୍ରୟାସ ଚାଲିଛି। ଏପ୍ରିଲ ୧୯ରେ ୪ […]
ଭୁବନେଶ୍ୱର : ରାଜ୍ୟରେ ପ୍ଲସ୍ ୩ରେ ଏକକ ପାଠ୍ୟକ୍ରମ ଲାଗୁ ନେଇ ହୋଇଛି ମାନସ ମନ୍ଥନ। ଭୁବନେଶ୍ୱରରେ ପ୍ଲସ୍ ୩ କଲେଜ ଅଧ୍ୟକ୍ଷ ମାନଙ୍କ ସମ୍ମିଳନୀରେ ଏନେଇ ଆଲୋଚନା ହୋଇଛି। ଏହାସହ ଉଚ୍ଚଶିକ୍ଷାର ବିକାଶ କିପରି ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି। ଏହି ସମ୍ମିଳନୀରେ ୫୨ଟି ସରକାରୀ କଲେଜର ଅଧ୍ୟକ୍ଷ ଯୋଗଦେଇଛନ୍ତି। ଅଧ୍ୟକ୍ଷ ମାନଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ, ଅତିରିକ୍ତ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ।
ବାରିପଦା : ମୟୂରଭଞ୍ଜ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଉତ୍ତେଜନା। ଡାକ୍ତର ଓ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ଦୁର୍ବ୍ୟବହାର ଅଭିଯୋଗରେ କାମ ବନ୍ଦ କରି ଫାଣ୍ଡି ଆଗରେ ଧାରଣାରେ ବସିଥିଲେ କାର୍ଯ୍ୟରତ ଡାକ୍ତର ଓ ନର୍ସ।ମୟୂରଭଞ୍ଜ ସିଡିଏମ୍ଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ନର୍ସ ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ସେମାନେ କାର୍ଯ୍ୟରେ ଯୋଗ ଦେବାପାଇଁ ସେ ଅନୁରୋଧ କରିଛନ୍ତି। ସୋମବାର ଏ ସଂପର୍କରେ ଆଲୋଚନା ହୋଇ ଏହାର ସମାଧାନ […]
ଭୁବନେଶ୍ୱର : ପାଇପ୍ ଜଳ ଯୋଗାଣ ପାଇଁ ୫ ହଜାର କୋଟିର ବ୍ୟୟ ବରାଦ। ଗ୍ରାମାଞ୍ଚଳରେ ପାଇପ୍ ଜଳ ଯୋଗାଣ ପାଇଁ ୨,୭୪୦ କୋଟି ଓ ସହରାଞ୍ଚଳରେ ପିଇବା ପାଣି ପାଇଁ ୩୮୫ କୋଟି ଟଙ୍କା। ଏହି ବ୍ୟୟ ଅଟକଳ ବସୁଧା ଯୋଜନା ଅଧୀନ।ଜାତୀୟ ଗ୍ରାମାଞ୍ଚଳ ପିଇବା ପାଣି କାର୍ଯ୍ୟକ୍ରମ(ଏନ୍ଆରଡିଡବ୍ଲ୍ୟୁପି) ପାଇଁ ୫୦୦ କୋଟିର ବ୍ୟୟ ବରାଦ ଏସସି / ଏସଟିଙ୍କ ପାଇଁ ୧-ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପାଇଁ ୨୩ ହଜାର ୭୬୦ […]
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପରେ କ୍ଷମତାସୀନ ବିଜେଡି ପଞ୍ଚମ ପାଳି ସରକାର ଗଠନ କରିବା ପରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟକୁ ଜନମଙ୍ଗଳ ଓ ବିକାଶମୁଖୀ ବଜେଟ ବୋଲି ଦାବି କରିବା ସହ କୃଷି ଓ କୃଷକ କଲ୍ୟାଣ, ଦାରିଦ୍ର୍ୟ ଦୂରୀକରଣ, ଖାଦ୍ୟ ନିରାପତ୍ତା, ସର୍ବାଙ୍ଗୀନ ବିକାଶ ସମେତ ମହିଳା, ଶିଶୁ, ଚାଷୀ, ଶ୍ରମିକ, ବରିଷ୍ଠ ନାଗରିକ,ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଇଥିବା ଅର୍ଥମନ୍ତ୍ରୀ […]
ଭୁବନେଶ୍ୱର : ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୪୫୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ମହିଳାଙ୍କ ବିକାଶ ସହ ମିଶନ ଶକ୍ତିକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି। ମହିଳା ସଶକ୍ତିକରଣ ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ଅଧୀନରେ ଥିବା ସେମାନଙ୍କ ସଂଘ ପାଇଁ ୩୦୧ […]
ଭୁବନେଶ୍ୱର : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ଲକ୍ଷ ୩୯ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ପାଣ୍ଠି ଅର୍ଥ ବିଭାଗକୁ ଆବଣ୍ଟିତ ହୋଇଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଜଳସମ୍ପଦ ବିଭାଗ ଓ କୃଷି ବିଭାଗ ପାଇଁ ଅପେକ୍ଷାକୃତ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି। ବିଭାଗ […]
ରାୟଗଡ଼ା(ମନୋଜ ପାତ୍ର) : ସମଲେଶ୍ୱରୀ ଟ୍ରେନ୍ ଦୁର୍ଘଟଣା ପରେ ଆରମ୍ଭ ହୋଇଛି ତଦନ୍ତ। ଟାୱାର ମେଣ୍ଟେନାସ ଇଞ୍ଜିନ ଧକ୍କା ଓ ଏଥିରେ ତିନି ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଖୋଳତାଡ଼ କରାଯାଇଛି। କୋଲକତାରୁ ଆସିଥିବା ସେଫ୍ଟି କମିଶନର ଆର.କେ. ଶର୍ମାଙ୍କ ନେତୃତ୍ୱରେ ଟିମ୍ ରାୟଗଡ଼ା ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ତଦନ୍ତକାରୀ ଟିମ୍ରେ ଭୁବନେଶ୍ୱର ଇଷ୍ଟକୋଷ୍ଟ ରେଲ୍ୱେର ଚିଫ୍ ସେଫ୍ଟି ଅଫିସର, ଇଲେକ୍ଟ୍ରିକାଲ, ଟେକନିକାଲ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସିଙ୍ଗାପୁର […]
ବାଲିଗୁଡ଼ା (ଅଜିତ ନାଏକ): ମୃତଦେହକୁ ଯେପରି କେହି ଅସମ୍ମାନ ନକରିବେ, ସେଥିପାଇଁ ରାଜ୍ୟ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ମୃତଦେହକୁ ମିଳୁନି ସମ୍ମାନ। ମହାପ୍ରୟାଣ ଗାଡ଼ି ନମିଳିବାରୁ ପରିବାର ଲୋକେ ମୃତଦେହକୁ ଖଟିଆରେ ବୋହିଲେ। ଆଜି ଏପରି ଘଟଣା କନ୍ଧମାନ ଜିଲ୍ଲାରେ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ଶ୍ରୀନିକେତା ପଞ୍ଚାୟତର ଡଲାବାଡ଼ି ଗାଁର କିରଣ ପ୍ରଧାନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର […]
ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର ୨୦ ହଜାର ୭୧୪ କୋଟି ଟଙ୍କା କୃଷି ବଜେଟ୍ ଉପସ୍ଥାପନ କରାଯାଇଥିବା ବେଳେ ପୂର୍ଣ୍ଣାଙ୍ଗ ବଜେଟ୍ର ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୩୯ ହଜାର କୋଟି ଟଙ୍କା। କେଉଁ କ୍ଷେତ୍ରରେ କେତେ ପ୍ରଶାସନିକ ବ୍ୟୟ ଅଟକଳ ୫୭ ହଜାର ୩୫୦ କୋଟି ଟଙ୍କା […]
ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରୁଛନ୍ତି। କୃଷି ବଜେଟ୍ରେ କଣ କଣ ଉପସ୍ଥାପିତ ହେଉଛି ଜାଣନ୍ତୁ – ଫୋନି ବାତ୍ୟା ପାଇଁ ଓଡ଼ିଶା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଶେଷ ବ୍ୟବସ୍ଥା ହେବ ମହିଳାଙ୍କୁ ସଶକ୍ତୀକରଣ ଆମ ସରକାରର ମୂଳ ମନ୍ତ୍ର ପରିବେଶ ସନ୍ତୁଳନ ପାଇଁ ବଜେଟ ପୁସ୍ତିକା ଛପା ହ୍ରାସ କରାଯାଇଛି, ଆଗାମୀ ବର୍ଷ […]
ବାଲେଶ୍ୱର (ରଣଜିତ ପ।କଳ): ୨୮ ବର୍ଷର ଜୀବନକାଳ ମଧ୍ୟରେ କହ୍ନେଇଲାଲ ଦାସଙ୍କ ଅନବଦ୍ୟ ସାହିତ୍ୟ ସୃଷ୍ଟି ଆଗାମୀ ଦିନରେ ଓଡ଼ିଶା ସାହିତ୍ୟକୁ ରୁଦ୍ଧିମନ୍ତ କରିବ। ସ୍ୱଳ୍ପ ସମୟ ଜୀବନରେ ସେ ଯେଉଁ କଳାକୃତି ଛାଡ଼ି ଯାଇଛନ୍ତି, ତାହା ସର୍ବକାଳ ପାଇଁ ଆଦୃତ ହୋଇ ରହିବ। ଓଡ଼ିଆ ଭାଷା ସାହିତ୍ୟର କଥାକାର କହ୍ନେଇଲାଲ ଦାସଙ୍କ ୭୨ତମ ଜୟନ୍ତୀ ସମାରୋହରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। ଏହି ଅବସରରେ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କୁ ‘କହ୍ନେଇଲାଲ ଦାସ କଥା’ ସମ୍ମାନ ପ୍ରଦାନ […]
ଭୁବନେଶ୍ୱର : ଓଡ଼ିଶାରେ ହୋଇଥିବା ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ବିଧାନସଭାରେ ରିଟର୍ଣ୍ଣି ଅଫିସର ଦାୟିତ୍ୱରେ ଥିବା ଅଧିକାରୀ ସମସ୍ତ ପ୍ରାର୍ଥୀଙ୍କୁ ସେମାନଙ୍କ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ଏଥିରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ସ୍ଥାନରେ ଅଶ୍ୱୀନ ବୈଷ୍ଣବ ୫ ବର୍ଷ ଲାଗି ନିର୍ବାଚିତ ହୋଇଛନ୍ତି। ଏହି ସିଟ୍କୁ ବିଜେପିକୁ ବିଜେଡି ଟେକିଦେଇଛି। ପ୍ରତାପ ଦେବଙ୍କ ସ୍ଥାନରେ ସସ୍ମିତ ପାତ୍ରଙ୍କୁ ୩ ବର୍ଷ ଲାଗି ରାଜ୍ୟସଭା ସଦସ୍ୟତା ମିଳିଥିବା ବେଳେ ଅଚ୍ୟୁତ ସାମନ୍ତଙ୍କ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା କଳୁଙ୍ଗା ଲ୍ୟାମ୍ପସ୍ (ଲାର୍ଜ ଏରିଆ ମଲ୍ଟି ପର୍ପସ୍ ସୋସାଇଟିଜ୍)ରେ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ଲ୍ୟାମ୍ପସ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୩ ଲକ୍ଷ ୯୭ ହଜାର ଆଠଶହ ଟଙ୍କା ଲୁଟି ନେଇଛନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ଲ୍ୟାମ୍ପସ୍ର ଦୁଇଜଣ କର୍ମଚାରୀ କ୍ୟାସ୍ ରୁମରୁ ଟଙ୍କା ନେଇ କ୍ୟାସ୍ କାଉଣ୍ଟରକୁ ଯାଉଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ସେମାନଙ୍କୁ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର […]
ପୁରୀ : ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ପୁରୀକୁ ଗଡ଼ିବ ୧୯୪ଟି ସ୍ୱତନ୍ତ୍ର ଟ୍ରେନ। କେବଳ ସେତିକି ନୁହେଁ, ରେଳଯାତ୍ରୀଙ୍କ ପାଇଁ ୬୦ଟି ସ୍ୱତନ୍ତ୍ର ଟିକେଟ କାଉଣ୍ଟର ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଇଷ୍ଟକୋଷ୍ଟ ରେଲୱେ। ରଥଯାତ୍ରା ସମୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ଡିଆର୍ଏମ୍ ଶଶିକାନ୍ତ ସିଂହ ସୂଚନା ଦେଇଛନ୍ତି। ରଥଯାତ୍ରା ପାଇଁ ଜୁଲାଇ ୪ ତାରିଖରେ ୩୦ଟି, ଜୁଲାଇ ୫ରୁ ୯ ତାରିଖ ମଧ୍ୟରେ ୪୮ଟି, ୧୦ […]
ଭୁବନେଶ୍ୱର : ପିଜି ଏଣ୍ଟ୍ରାନ୍ସରେ ଅସଙ୍ଗତି। ଗୋଟିଏ ତାରିଖରେ ସମାନ ବିଷୟରେ ଏକାଧିକ ୟୁନିଭର୍ସିଟିର ପିଜି ଏଣ୍ଟ୍ରାନ୍ସ। ଗୋଟିଏ ବିଶ୍ୱବିଦ୍ୟାଳୟରେ ପରୀକ୍ଷାଦେଲେ ଅନ୍ୟଟିକୁ ମିସ୍ କରିବେ ,ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ। ପ୍ରଥମ ଥର ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖକୁ ନେଇ ଏଭଳି ବିବାଦ ଦେଖାଦେଇଛି। ଜୁଲାଇ ୫ରେ କମ୍ପୁଟର ସାଇନ୍ସ ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜୁଲାଇ […]
ବଲାଙ୍ଗିର : ପୁଣି ଗିରଫ ହେଲା ଡନ୍ ଟିମନ କୁମାର। କୌଣସି ସୂତ୍ରରୁ ଖବର ପାଇଁ ବଲାଙ୍ଗିର ସଦର ଥାନା ଅଧିକାରୀ ଯୋଗେଶ୍ୱର ପଣ୍ଡାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ମଙ୍ଗଳବାର ଭୁବନେଶ୍ୱର ପଟିଆ ଅଞ୍ଚଳର ଏକ ଭଡ଼ା ଘରେ ଚଢ଼ଉ କରି ଟିମନ କୁମ୍ଭାର ଓ ତାର ତିନି ସହଯୋଗୀ, ଧର୍ମେନ୍ଦ୍ର ଜାଲ, ଅନିରୁଦ୍ଧ ଦଳବେହେରା, ତ୍ରିନିଥ ସାଗରଙ୍କୁ କାବୁ କରିଥିଲା। ଚାରି ଜଣଙ୍କୁ ଗିରଫ କରି ସଦର ପୁଲିସ କୋର୍ଟ ଚାଲାଣ କରିଛି। ଟିମନ […]
ଭୁବନେଶ୍ୱର : କୋଲକାତାରୁ ଭୁବନେଶ୍ୱର ବିମାନ ଯାତ୍ରା ବେଳେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଟଙ୍କା, ସୁନାମୁଦି ଓ ରୁପା କଏନ ଚୋରି ହୋଇଛି। ଏନେଇ ସେ ଗୋ’ ଏୟାରରେ ଅଭିଯୋଗ କରିଥିଲେ। ମାତ୍ର ତାଙ୍କୁ କୌଣସି ସୁଫଳ ମିଳିନଥିଲା। ପରେ ସେ ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାରୁ ପ୍ରକାଶ ଯାତ୍ରୀ ଜଣକ ଗୋ’ ଏୟାର ବିମାନରେ କୋଲକାତାରୁ ଭୁବନେଶ୍ୱର ଆସୁଥିଲେ। ଭୁବନେଶ୍ୱର […]