ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ୍ ବାସୁଦେବପାଲି ଗାଁରୁ ୧୨ ଫୁଟ୍ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଗାଁର ଜଣଙ୍କ ଘରକୁ ସାପଟି ପଶୁଥିବା ବେଳେ କିଛି ଲୋକେ ଦେଖିଥିଲେ। ଏନେଇ ସେମାନେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ। ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ ବନ କର୍ମଚାରୀଙ୍କ ଉପସ୍ଥିତିରେ ଗୁନ୍ଦୁଳିଆ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଥିଲା।
ଭୁବନେଶ୍ୱର : ଏଥର କିଭଳି ରହିବ ରେଳ ବଜେଟ୍ର ରୂପରେଖ? କେତେ ବଢ଼ିବ ରେଳ ବଜେଟ୍ ପରିମାଣ? କେଉଁସବୁ କ୍ଷେତ୍ରକୁ ଦିଆଯିବ ଗୁରୁତ୍ୱ? ଏସବୁ ଉପରେ ତ ସାରା ଦେଶର ନଜର ରହିଛି ତେବେ ଏହି ରେଳ ବଜେଟରେ ଓଡ଼ିଶା ପାଇଁ କେତେ ଅର୍ଥ ବ୍ୟୟବରାଦ ହେବ ଏବଂ କେଉଁ ପ୍ରକଳ୍ପ ପାଇଁ କେତେ ଟଙ୍କା ମିଳିବ, ଓଡ଼ିଶାବାସୀ ବିଶେଷତଃ ତାକୁ ହିଁ ଜାଣିବାକୁ ଅପେକ୍ଷା କରିଛନ୍ତି। ତେବେ ରେଳ ବଜେଟ୍ ସ୍ୱତନ୍ତ୍ର ଭାବେ ନଆସି, ଆସନ୍ତାକାଲି […]
ପୁରୀ : ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର। ଉଛୁଳି ପଡୁଛି ବଡ଼ଦାଣ୍ଡ। ଜଗନ୍ନାଥ ନାମ ସାଙ୍ଗକୁ ଭଜନ କୀର୍ତ୍ତନରେ ବିଭୋର ହୋଇଛନ୍ତି ଭକ୍ତ। ବିଶ୍ୱ ନିୟନ୍ତାଙ୍କ ଶୃଙ୍ଖଳିତ ଘୋଷଯାତ୍ରା ପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ଥିଲେ ବ୍ୟଗ୍ର। ପ୍ରଥମେ ସମ୍ପନ୍ନ ହୋଇଥିଲା ରଥ ପ୍ରତିଷ୍ଠା ନୀତି। ଏହା ସରିବା ମାତ୍ରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଆସିଥିଲେ ଚକ୍ରରାଜ ସୁଦର୍ଶନ। ତା’ପରେ ଧାଡ଼ି ପହଣ୍ଡିରେ ଜଣକ ପରେ ଜଣେ କରି ରତ୍ନବେଦୀରୁ ଓହ୍ଲାଇ ଆସିଥିଲେ ତିନି […]
ଭୁବନେଶ୍ୱର : ମୋଦିଙ୍କ ଷ୍ଟାଇଲରେ ନବୀନଙ୍କ ଟ୍ୟୁସନ୍। ଲଗାତାର ପଞ୍ଚମ ଥର ଲାଗି କ୍ଷମତାକୁ ଫେରିବା ପରେ ବିଜେଡି ଭିତରେ ଅହଂକାର ନବଢୁ, ନେତା ଲୋକଙ୍କଠୁ ଦୂରେଇ ନଯାଆନ୍ତୁ ସେଥିପାଇଁ ସରଳତା ଓ ବିନମ୍ରତାର ପାଠ ପଢ଼ାଇଛନ୍ତି ନବୀନ । ଆଜି ନବୀନ ନିବାସରେ ନୂଆ ବିଧାୟକଙ୍କୁ ସୁପ୍ରିମୋ ନବୀନ ଦୁର୍ନୀତିଠାରୁ ଦୂରେଇ ରହିବା, ଦଳୀୟ ରଜାନୀତିରୁ ଊର୍ଦ୍ଧ୍ୱକୁ ଯାଇ ଲୋକଙ୍କ ସେବା କରିବା ସହ ନିଜ ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ମଜଭୁତ୍ କରିବାକୁ ଦେଇଛନ୍ତି ଗୁରୁମନ୍ତ୍ର। […]
ଭୁବନେଶ୍ୱର : ଆଜି ଫୋନିକୁ ଦୁଇମାସ ପୁରିଲା। ଅନେକଙ୍କ ମନରୁ ଲିଭିଲାଣି ବାତ୍ୟା ବେଳର ଯନ୍ତ୍ରଣା। ହେଲେ ପୁରୀ ଜିଲ୍ଲାର ବହୁ ଗାଁକୁ ଏବେବି ବିଜୁଳି ଆସିନଥିବାରୁ, ଲୋକେ ବାତ୍ୟାର ଦୁଃଖ ଭୁଲିବେ କଣ, ବରଂ ଦିନ ପରେ ଦିନ ଅଧିକ ଛଟପଟ ହେଉଛନ୍ତି। କେବଳ ଏତିକି ନୁହେଁ, ବାତ୍ୟା ଫୋନି ଶହଶହ ସ୍କୁଲ୍ର ଚେହେରା ବିଗାଡ଼ି କୋମଳ ମତି ଛାତ୍ରଛାତ୍ରୀଙ୍କ ମନରେ ବି ଦାଗ ଛାଡ଼ି ଯାଇଛି, ଯାହା ଏବେବି ଲିଭିନାହିଁ। ସଞ୍ଜ ନଇଁନି, ହେଲେ […]
କଟକ : ଓଲଟପୁର ନିର୍ତାର (Swami Vivekanand National Institute of Rehabilitation Training & Research) ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସଙ୍କୁ ଆକ୍ରମଣ ହୋଇଛି। ସେ ଆଜି ଓଲଟପୁର ହସ୍ପିଟାଲରୁ ଫେରୁଥିବା ବେଳେ କଣ୍ଟାପଡ଼ା ଠାରେ ତାଙ୍କୁ ୨ ଦୁର୍ବୃତ୍ତଙ୍କ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଓଲଟପୁର ଥାନାରେ ଏନେଇ ସେ ଅଭିଯୋଗ କରିଛନ୍ତି। ନିର୍ତାର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ଦାସ ହସ୍ପିଟାଲ୍ରୁ ଘରକୁ ଫେରୁଥିଲେ। ତେବେ ପଛ ପାର୍ଶ୍ୱରୁ ଦୁଇ […]
ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କର ରଥଯାତ୍ରା। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହି ଭିଡିଓରେ ସେ ନିଆରା ଢଙ୍ଗରେ ରଥଯାତ୍ରାକୁ ଉପସ୍ଥାପନ କରିଛନ୍ତି। ଦେବତାମାନେ କିଭଳି ମହାପ୍ରଭୁଙ୍କ ରଥଯାତ୍ରା କରୁଛନ୍ତି ତାହା ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଦେଖାଇଛନ୍ତି ମାନସ। ରଥ ନିର୍ମାଣ ପାଇଁ ଦେବତାମାନେ ସ୍ୱର୍ଗରେ ପକ୍ଷୀରାଜ ଅଶ୍ୱକୁ ଚୟନ କରିଛନ୍ତି। ସେହି ପକ୍ଷୀରାଜ ଅଶ୍ୱ ପ୍ରଭୁଙ୍କ ଦିବ୍ୟ ରଥ ପ୍ରସ୍ତୁତ କରିଛନ୍ତି। ଏହାପରେ ରଥ […]
ଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୨୪ କୋଟି ଟଙ୍କାର ଋଣ ଜାଲିଆତି ମାମଲାର ତଦନ୍ତ କରୁଛି ସିବିଆଇ। ଏଥିରେ ସଂପୃକ୍ତ ଜଣେ ବିଲ୍ଡର, ୩ ବ୍ୟାଙ୍କ କର୍ମଚାରୀ ଓ ୪୪ ଜଣ ଋଣ ନେଇଥିବା ବ୍ୟକ୍ତିଙ୍କ ନାଁରେ ମାମଲା ହୋଇଛି। ୨୦୧୭ମସିହା ମେ ମାସରେ ଜଣେ ବିଲ୍ଡରଙ୍କ ଯୋଗାଯୋଗରେ ୪୪ଜଣ ବ୍ୟକ୍ତି ୟୁନିଅନ ବ୍ୟାଙ୍କରେ ଲୋନ୍ ପାଇଁ ଆବେଦନ କରିଥିଲେ। ସେମାନେ ଦାଖଲ କରିଥିବା ଆୟକର ସଂପର୍କିତ ତଥ୍ୟ ଜାଲ୍ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଠାରେ ଥିବା ଟାଗୋର ଆବାସିକ ବିଦ୍ୟାଳୟର ମହିଳା ଛାତ୍ରୀନିବାସରୁ ଗତକାଲି ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ଘଟଣା। ଛାତ୍ରୀ ଜଣକୁ କଲେଜ କର୍ତ୍ତୃପକ୍ଷ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ବାପା। କଲେଜ ଅଧ୍ୟକ୍ଷଙ୍କୁ ଗିରଫ ଦାବି କରି ପରିବାର ଲୋକେ ଦୁହୁରିଆ ଠାରେ କଟକ ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ […]
ଭୁବନେଶ୍ୱର : ନାଇଜେରିଆରେ ଜଳଦସ୍ୟୁଙ୍କ କବଳରୁ ମୁକୁଳିଥିବା ଓଡ଼ିଆ ନାବିକ ସୁଦୀପ କୁମାର ଚୌଧୁରୀ ବଖାଣିଛନ୍ତି ତାଙ୍କ ଭୟଙ୍କର ଅନୁଭୂତି। ଓଟିଭିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସେଠାରୁ ଆସିବା ପରେ ତାଙ୍କୁ ଯେମିତି ପୁନର୍ଜନ୍ମ ପାଇଲା ଭଳି ଲାଗୁଛି। ସେଠାରେ ତାଙ୍କୁ ପଣବନ୍ଦୀ କରି ରଖିଥିବା ଜଳଦସ୍ୟୁମାନେ କିଭଳି ନିର୍ଯାତନା ଦେଉଥିଲେ ସେସବୁ ବଖାଣିଛନ୍ତି। ଏପ୍ରିଲ ୧୯ରେ ୪ ଭାରତୀୟଙ୍କୁ ନାଇଜେରୀୟ ଜଳଦସ୍ୟୁ ଅପହରଣ କରି ପଣବନ୍ଦୀ କରି ରଖିଥିଲେ। ପ୍ରାୟ ୭ ମାସ […]
ପୁରୀ : ରଥଯାତ୍ରା ପୂର୍ବରୁ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିରର ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ‘ଶ୍ରୀଜଗନ୍ନାଥ ଡଟ୍ ଇନ୍’। ଏଥିରେ ଜଗନ୍ନାଥ ସଂସ୍କୃତି, ନୀତି, ଇତିହାସ ବେଶ ଓ ପରମ୍ପରା ସମ୍ପର୍କରେ ସର୍ବସାଧାରଣଙ୍କୁ ସୂଚନା ମିଳିବ। ଏଥିରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ମିଳିପାରିବ। ଏହି ପୋର୍ଟାଲ ମାଧ୍ୟମରେ ଜନସାଧାରଣ ଭକ୍ତ ନିବାସ ବୁକିଂ କରିବା ସହ ଅନଲାଇନରେ ବିବାହ କାର୍ଡ ନିମନ୍ତ୍ରଣ ମଧ୍ୟ ପଠାଇ ପାରିବେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହାକୁ […]
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା କାଙ୍କରି ମଣ୍ଡିରେ ଚାଷୀ ଦହଗଞ୍ଜ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ବିକିବାକୁ ମଣ୍ଡିକୁ ଆଣିଥିଲା। ହେଲେ ବର୍ଷା ଦେଉଥିବା ଏ ଗଞ୍ଜଣାଠୁ ବଳିଯାଇଛି ପ୍ରଶାସନିକ ଉଦାସୀନତା। ତୁହାକୁ ତୁହା ବର୍ଷା ଭିତରେ ପଲିଥିନ୍ ତଳେ ଥିବା ଧାନ ସୁରକ୍ଷିତ ନଥିବାରୁ କେହି କେହି ବର୍ଷାରେ ଭିଜି ଟ୍ରାକ୍ଟର ଯୋଗେ ଧାନକୁ ପୁଣି ଘରକୁ ବୋହି ନେଉଛନ୍ତି। ସେପଟେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମଣ୍ଡି ବନ୍ଦ ପରେ ବିକ୍ରି ହୋଇ ନଥିବା […]
ଭୁବନେଶ୍ୱର: ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରଙ୍କୁ ଏବେ ‘କାଳିଆ’ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ଏହି ଯୋଜନା ବାଟରେ ଛିଡ଼ା ହୋଇଛି ଆଇନର ପାଚେରୀ। ନିର୍ବାଚନର ୬ ମାସ ଭିତରେ ଘୋଷଣା ହୋଇଥିବା ଏଭଳି କିଛି ଯୋଜନାକୁ ଅସିଦ୍ଧ ଘୋଷଣା କରିବାକୁ ତେଲେଙ୍ଗାନାର ପି.ପୁଲାରାଓ କରିଥିବା ଆବେଦନକୁ ବିଚାର ଲାଗି ସୁପ୍ରିମ୍କୋର୍ଟ ଗ୍ରହଣ କରିବା ସହ କେନ୍ଦ୍ର ସରକାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସରକାର […]
ପୁରୀ (ମଧୁସୂଦନ ମିଶ୍ର) : ଆଉ ଦିନକ ପରେ ପଡ଼ିବ ମହାପ୍ରଭୁଙ୍କ ରଥଯାତ୍ରା। ଭକ୍ତ-ଶ୍ରଦ୍ଧାଳୁ ଓ ଯାତ୍ରୀ-ପର୍ଯ୍ୟଟକଙ୍କ ଆଗମନରେ କମ୍ପିଲାଣି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କୁ ରଥରେ ଦର୍ଶନ ଲାଗି ପ୍ରତି ବର୍ଷ ଭଳି ଏଥର ମଧ୍ୟ ଦେଶ ବିଦେଶରୁ ଛୁଟି ଆସୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ହେଲେ ଶ୍ରୀକ୍ଷେତ୍ରରେ ରହିବା ପାଇଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। କାରଣ ବାତ୍ୟା ‘ଫୋନି’ରେ ଉଜୁଡ଼ି ଯାଇଥିବା ହୋଟେଲ ଭିତ୍ତିଭୂମି ଏଯାଏ ସ୍ୱାଭାବିକ ସ୍ଥିତିକୁ ଫେରିପାରିନି ବହୁ ହୋଟେଲ। ମରାମତି […]
ଭୁବନେଶ୍ୱର : ରାଜଧାନୀର ଆଦିବାସୀ ଛାତ୍ରୀନିବାସର ଅନ୍ତେବାସିନୀ ଗର୍ଭବତୀ ଥିବା ଘଟଣାକୁ ନେଇ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କର କଣ ଏହା ମାଆଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି। ଘଟଣାକୁ ଚପାଇବାକୁ ଉଦ୍ୟମ ହେଉଛି ଏବଂ ସଂପୃକ୍ତ ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ଶ୍ରୀ […]
ବ୍ରହ୍ମପୁର (ଜଗନ୍ନାଥ ସାହୁ) : ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶିବା ପରେ ମାରଣାସ୍ତ୍ର ଦେଖାଇ ସମସ୍ତଙ୍କୁ ଗୋଟିଏ ଘରେ ପୂରାଇ କଳାକନା ବୁଲାଇ ଦେଲେ। ଗତକାଲି ରାତିରେ ଏପରି ଘଟଣା ବ୍ରହ୍ମପୁର ଟାଉନ୍ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରିନି। ପୂରା ଘଟଣା ଏମିତି। ଗତକାଲି ରାତିରେ ବିଜୟ ବିହାର ଅବସରପ୍ରାପ୍ତ […]
ନୟାଗଡ଼ : ନାୟଗଡ଼ ଭାପୁର ବ୍ଲକ ନିହଲ ପ୍ରସାଦ ଗାଁରେ ଅଭାବନୀୟ ଘଟଣା। କୂଅରେ ପଡ଼ି ଗୋଟିଏ ପରିବାରର ୨ ଶିଶୁଙ୍କ ମୃତ୍ୟୁ। ଉଭୟଙ୍କ ବୟସ ୫ ବର୍ଷ। ଉଭୟେ ସଂପର୍କୀୟ ଭାଇ ହୋଇଥିବା ସୂଚନା। ଆଜି ଉଭୟେ ବାହାରେ ଖେଳୁଥିଲେ। ତେବେ ଅସାବଧାନତାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।
କଳାହାଣ୍ଡି : ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ତହସିଲଦାର। ଏକ ଜମିର ମ୍ୟୁଟେସନ୍ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ। କର୍ଲାମୁଣ୍ଡା ତହସିଲ ଅନ୍ତର୍ଗତ ଦେଓଗାଁର ଲାଲସାହେବ ସାହୁଙ୍କ ତିନୋଟି ଜମିର ମ୍ୟୁଟେସନ୍ ପାଇଁ ତହସିଲଦାର ୧୫ ହଜାର ଟଙ୍କା ମାଗିଥିଲେ। ଏ ନେଇ ଲାଲସାହେବ କଳାହାଣ୍ଡି ଭିଜିଲାନ୍ସ ଡିଭିଜନର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ ଲାଲସାହେବ ଆଜି ୧୦ ହଜାର ଟଙ୍କା ଲାଞ୍ଚ […]
ମୁମ୍ବାଇ: ନାଇଜେରିଆରେ ଜଳଦସ୍ୟୁଙ୍କ କବଳରୁ ମୁକୁଳି ଆଜି ଓଡ଼ିଆ ନାବିକ ସୁଦୀପ କୁମାର ଚୌଧୁରୀଙ୍କ ସମେତ ୫ ଜଣ ଭାରତୀୟ ନାବିକ ସ୍ୱଦେଶ ଫେରିଛନ୍ତି। ମୁକୁଳିଥିବା ଅନ୍ୟ ନାବିକମାନେ ଆନ୍ଧ୍ରପ୍ରଦେଶର ପୁଚା ସାଇ ଅବିନାଶ ଓ ମୂଗୁ ରବି, ମହାରାଷ୍ଟ୍ରର ଯାଦବ ଚିରାଗ ଦୀପକ, ହରିଆଣାର ଅଙ୍କିତ ହୁଡା ବୋଲି ଜଣାପଡ଼ିଛି। ସେମାନେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ନାବିକ ମାନଙ୍କ ପରିବାର ଲୋକେ ଉତ୍ସବ ମନାଇବା ସହ ମିଠା ବାଣ୍ଟିଥିଲେ। ସୁଦୀପ ପଣବନ୍ଦୀ ଥିବା […]
ଭୁବନେଶ୍ୱର : ଓଡିଶା ବିଜେପିର ବରିଷ୍ଠନେତା, ରାଷ୍ଟ୍ରୀୟକାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଜି ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୈାଜନ୍ୟମୂଳକସାକ୍ଷାତ କରି ତାଙ୍କ ରଚିତ ଆତ୍ମଜୀବନୀ ପୁସ୍ତକ ‘ସଂଗ୍ରାମସରିନାହିଁ’କୁ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶ୍ରୀ ହରିଚନ୍ଦନ ଓଡିଶାର ବିଭିନ୍ନ ପ୍ରସଙ୍ଗରେ ଅନେକ ସମୟ ଧରି ଆଲୋଚନା କରିଥିଲେ ବୋଲି ଦଳର ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଓ ରାଜ୍ୟ ମୁଖ୍ୟପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ/ଭୁବନେଶ୍ୱର : ଦିନକୁ ଦିନ ଉତ୍କଟ ହେଉଥିବା ଜଳ ସଂକଟର ସମାଧାନ ପାଇଁ ଆରମ୍ଭ ହେଲା ଜଳଶକ୍ତି ଅଭିଯାନ। ସ୍ୱଚ୍ଛ ଭାରତ ଅଭିଯାନ ଭଳି ଏହାକୁ ମଧ୍ୟ ଏକ ଜନ ଆନ୍ଦୋଳନର ରୂପ ଦେବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ପ୍ରାରମ୍ଭିକ ଭାବେ ସାରା ଦେଶର ୨୫୫ ଜିଲ୍ଲାରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରୁ ସାମିଲ ହୋଇଛି କେନ୍ଦ୍ରାପଡ଼ା । ବିଭିନ୍ନ ବିଭାଗ ସହ ଆଲୋଚନା କରି ଜିଲ୍ଲାର ୯ଟି ବ୍ଲକରେ ଏହି […]
ଭୁବନେଶ୍ୱର : ଫୋନିର ପାଖାପାଖି ଦୁଇମାସ ପରେ ବି ଅଣ୍ଟା ସଳଖି ନାହାଁନ୍ତି ବିପନ୍ନ। ବାତ୍ୟାରେ ସର୍ବସ୍ୱ ହରାଇଥିବା ଲୋକଙ୍କ ଜୀବନ କଟୁଛି ପଲିଥିନ ତଳେ। ଏପଟେ ଫୋନି ପୁନରୁଦ୍ଧାର ଓ ଥଇଥାନରେ ସରକାର ବିଫଳ ବୋଲି ଅଭିଯୋଗ କରି ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲେ ବିରୋଧୀ। ଘରଭଙ୍ଗା ତଦନ୍ତରେ ୬୦ରୁ ୭୦ ପ୍ରତିଶତ ଭୁଲ୍ ଥିବା ଅଭିଯୋଗ ଆଣି ସରକାରଙ୍କ ଗୁମର ଖୋଲିଥିଲେ ଖୋଦ୍ ଶାସକ ଦଳର ବିଧାୟକ ପ୍ରଦୀପ ମହାରଥୀ ଉତ୍ତର ରଖିବା ବେଳେ […]
ଭୁବନେଶ୍ୱର : କୁହାଯାଏ ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ ; ହେଲେ ଭିନ୍ନ ଭିନ୍ନ କାରଣରୁ ରାଜ୍ୟର ସର୍ବତ୍ର ଚାଲିଥିବା ଓକିଲ ଆନ୍ଦୋଳନ ଯୋଗୁଁ ବିଳମ୍ବ କଥା ଛାଡ଼ନ୍ତୁ, ବଲାଙ୍ଗିରର ରମେଶଙ୍କ ଭଳି ଅନେକ ସାଧାରଣ ଲୋକ ଜାମିନ ଆବେଦନ ବି କରିପାରୁନାହାଁନ୍ତି। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲିଛି। ଆଉ ଏପଟେ ହାଇକୋର୍ଟରେ ବି ଆନ୍ଦୋଳନ ଯୋଗୁଁ ଠପ୍ ହୋଇଯାଇଛି ବିଚାର ପ୍ରକ୍ରିୟା। ହେଲେ ଏଠି କିନ୍ତୁ ପ୍ରସଙ୍ଗ ଅଲଗା। ହାଇକୋର୍ଟ […]
ଭୁବନେଶ୍ୱର : ତୁହାକୁ ତୁହା ବର୍ଷାରେ ଭିଜୁଛି ଚାଷୀର ଝାଳବୁହା ପରିଶ୍ରମ। କାମ ଦେଉନି ପଲିଥିନ ଚଦର। କୋରାପୁଟ ଜୟପୁର ବଡ଼ଜିଉନା ମଣ୍ଡିରେ ବିକ୍ରି ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ୍ ଧାନ ଗତ ୪-୫ ଦିନ ହେଲା ବର୍ଷା ମାଡ଼ ସହୁଥିଲେ ବି, ସରକାରୀ ଅଧିକାରୀଙ୍କ ନିଘା ନାହିଁ। ରବି ମଣ୍ଡି ପାଇଁ ଟାର୍ଗେଟ୍ ପୂରଣ ହୋଇସାରିଥିବାରୁ, ଆଉ ଧାନ ଉଠାଉ ନାହିଁ ଜିଲ୍ଲା ଯୋଗାଣ ବିଭାଗ। କୋରାପୁଟ ଜିଲ୍ଲା ପାଇଁ ଏଥର ୧୦ ଲକ୍ଷ […]
ଭୁବନେଶ୍ୱର : ପାଟଣାଗଡ଼ରେ ଜଣେ ଜେଇଙ୍କୁ ଉଠ୍ବସ୍ ମାମଲାରେ ଫସିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ନିରାଶ। ଆଜି ତାଙ୍କର ଜାମିନ ଆବେଦନର ଶୁଣାଣି ହୋଇଥିଲେ ବି କୌଣସି ନିଷ୍ପତ୍ତି ଶୁଣାଇନଥିଲେ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟ। ଆସନ୍ତା ୫ ତାରିଖକୁ ଜାମିନ ଆବେଦନର ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ସେପଟେ ସତ୍ୟପାଠ ଦାଖଲ ପାଇଁ ଉଭୟ ଜେଇ ଏବଂ ତାଙ୍କ ପତ୍ନୀ ସମୟ ମାଗିଛନ୍ତି। ବିଧାୟକଙ୍କ ଚିକିତ୍ସା ନିଷ୍ପତ୍ତି ଜେଲ କର୍ତ୍ତୃପକ୍ଷଙ୍କ ଉପରେ କୋର୍ଟ ଛାଡ଼ିଛନ୍ତି। […]