ଭୁବନେଶ୍ୱର : ରାତି ଅଧରେ ଘରେ ପଶି ଶ୍ରମିକ ନେତାଙ୍କୁ ପିଟିଲେ ଦୁବୃର୍ତ୍ତ। ଏପରି କିଛି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି ରାଜଧାନୀ ଭୁବନେଶ୍ୱରରେ। ପାରାଦୀପ ଡକ୍ ଏଣ୍ଡ କନଷ୍ଟ୍ରକସନ ୟୁନିୟନ ସଂପାଦକ ଜତିକାନ୍ତ ବେହେରାଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ ଜତିକାନ୍ତଙ୍କ କଳାରାହାଙ୍ଗ ଘରେ ପଶି ୭ରୁ ୮ ଜଣ ଦୁବୃର୍ତ୍ତ ଛୁରି ଓ ରଡ୍ରେ ଆକ୍ରମଣ କରିଛନ୍ତି। ଜତିକାନ୍ତ ଏବଂ ତାଙ୍କ ପୁଅକୁ ନିର୍ଧୁମ ପିଟି […]
ମୟୂରଭଞ୍ଜ : ମୟୂରଭଞ୍ଜରେ ଲଜ୍ଜା। ସମ୍ପର୍କୀୟ ଦାଦା ଭିଆଇଛି ଜଘନ୍ୟକାଣ୍ଡ। ୧୭ ମାସର ଶିଶୁ କନ୍ୟାକୁ ପଡ଼ୋଶୀ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳାରେ। ଦୁଷ୍କର୍ମ ପରେ ଶିଶୁଟିର ଅବସ୍ଥା ଗୁରୁତର ହୋଇଯିବାରୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଥାନାରେ ଏତଲା ଦେଇଛନ୍ତି ଶିଶୁର ପରିବାର ଲୋକେ। ପରିବାର ଲୋକଙ୍କ ଏତଲାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୁଲିସ। ତେବେ ଅଭିଯୁକ୍ତ […]
ମାଲକାନଗିରି ( ଜିତେନ୍ଦ୍ର ବେଉରା) : ଛତିଶଗଡ଼ ପୁଲିସ୍କୁ ବଡ଼ ସଫଳତା। ଛତିଶଗଡ଼ ଧମତାରୀ ଜିଲ୍ଲା କଳହରି ଜଙ୍ଗଲରେ ଏନ୍କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ନିହତଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ଜଣାପଡ଼ିଛି। ମାଓବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ପୁଲିସର STF ଟିମ୍। ତେବେ ଏହି ସମୟରେ ପୁଲିସ୍ ଉପରକୁ ଗୁଳି ଚାଳନା କରିଥିଲେ ମାଓବାଦୀ। ଯାହାର କଡ଼ା ଜବାବ ଦେଇଥିଲା ଫୋର୍ସ। ଘଟଣାସ୍ଥଳରେ ବହୁ […]
କଳାହାଣ୍ଡି ( ରାଜ କୁମାର ସିଂହଦେଓ ): ବିବାହର ୩ ମାସ ନପୁରୁଣୁ ଝୁଲନ୍ତା ଅବସ୍ଥାରେ ମିଳିଲା ନବ ବିବାହିତାଙ୍କ ମୃତଦେହ। ଭବାନୀପାଟଣା ସଦର ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଯୌତୁକ ପାଇଁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ହୋଇଛି। ସଦର ଥାନା ଅନ୍ତର୍ଗତ କରଲାସୋଡ଼ା ଗାଁର ବେଣୁଧର ରଣାଙ୍କ ପୁଅ ଜିତେନ୍ଦ୍ର ସହ ବରଗାଁର ଭାଗ୍ୟବାନ ରଣାଙ୍କ ଝିଅ ସହିତ ଗତ ମାର୍ଚ୍ଚରେ ବିବାହ ହୋଇଥିଲା। ତେବେ ବିବାହ ପର […]
ଭୁବନେଶ୍ୱର : ପାଟଣାଗଡ଼ରେ ଜଣେ ଜେଇଙ୍କୁ ଉଠ୍ବସ୍ ମାମଲାରେ ଫସିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ୍। ୨୫ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେଙ୍କ କୋର୍ଟ। ଉଲ୍ଲେଖନୀୟ ଯେ,ଗତ ୧ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲେ ବି କୌଣସି ନିଷ୍ପତ୍ତି ଶୁଣାଇନଥିଲେ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟ। ଗତ ୧ ତାରିଖରେ ସତ୍ୟପାଠ ଦାଖଲ ପାଇଁ ଉଭୟ ଜେଇ ଏବଂ ତାଙ୍କ […]
ପାଟଣାଗଡ଼ ( ବଂଶୀଧର ସେଠ୍ ) : ନୃଶଂସତାର ସବୁ ସୀମା ଟପିଗଲା ପୁଅ। ସାମାନ୍ୟ କଥାରେ ବଚସାକୁ ନେଇ ବାପାକୁ ଠେଙ୍ଗାରେ ପିଟିଲା ଆଉ ୭୫ ବର୍ଷୀୟା ଶଯ୍ୟାଶାୟୀ ମାଆକୁ ଜିଅନ୍ତା ଜାଳିଦେଲା। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ରାତବାହାଲ ଗାଁରେ ଆଜି ସକାଳୁ ଏହି ଦୁଃଖଦ ଘଟଣା ଘଟିଛି। କୌଣସି କାରଣକୁ ନେଇ ବାପା ଋଷି ଖର୍ସେଲଙ୍କ ସହ ପୁଅ ସନ୍ତୋଷ ଖର୍ସେଲର ବଚସା ହୋଇଥିଲା। ଏହାପରେ ବାପାକୁ ଜଘନ୍ୟ ଭାବେ ଠେଙ୍ଗାରେ ଆକ୍ରମଣ […]
ନୂଆପଡ଼ା( ମାୟାଧର ସରାଫ୍) : ରାସ୍ତା ଖରାପ ଯୋଗୁ ଆସିପାରିଲାନି ଗାଡ଼ି। ଖଟିଆରେ ବୁହାହେଲେ ରୋଗୀ। ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ବାଗପଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ଗମନାଗମନ ପାଇଁ ଗାଁକୁ ଅଛି ଗୋଟିଏ ମାତ୍ର ମାଟି ରାସ୍ତା। ତେବେ ପ୍ରବଳ ବର୍ଷା ଯୋଗୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲା। ତେଣୁ ଅସୁସ୍ଥ ହୋଇପଡିଥିବା ଗାଁର ଧନେଶ୍ୱର ମାଝି ନାମକ ଜଣେ ରୋଗୀଙ୍କୁ ଖଟିଆରେ ବୋହିନେଇଥିଲେ ଲୋକେ। କାଦୁଅ ପଚ ପଚ ରାସ୍ତାରେ […]
ବାଙ୍କୀ( ସଞ୍ଜିପ୍ କୁମାର ନାୟକ) : ଉଜୁଡ଼ା ରୂପ, ଅସଜଡ଼ା ଭିତ୍ତିଭୂମି। ପ୍ରଳଙ୍କକାରୀ ବାତ୍ୟା ଫୋନିକୁ ୨ ମାସ ବିତିଯାଇଥିଲେବି ଅଣ୍ଟା ସଳଖି ଛିଡା ହୋଇପାରୁନି କଟକ ଜିଲ୍ଲା ବାଙ୍କୀ-ଡମପଡ଼ା ଢୋଲକାଠ ପ୍ରାଥମିକ ବିଦ୍ୟାଳୟ। ବାତ୍ୟା ଫୋନିର ପବନ ମାଡ଼ରେ ଏଣେତେଣେ ପଡିରହିଛି ଶ୍ରେଣୀଘରର ଆଜବେଷ୍ଟସ ସହ ଇଟାପଥର। ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଗାଁ ମଝିରେ ଥିବା କୋଠଘର ବାରଣ୍ଡା ପାଲଟିଛି ଅସ୍ଥାୟୀ ସ୍କୁଲର ଠିକଣା। ସେପଟେ ଚକାପଦା ପ୍ରାଥମିକ ବିଦ୍ୟାଳୟର ବି ସମାନ ଅବସ୍ଥା। ବାତ୍ୟା […]
ବିନିକା ( ଦିଲ୍ଲୀପ ସାହୁ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହଦା-ବାବୁପାଲି ଆରଡି ରାସ୍ତାର ପୋଲ ଉପରେ ଆଣ୍ଠୁଏ ଲେଖାଏଁ ପାଣି ଚାଲୁଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ ବନ୍ଦ ରହିଛି। ଉଲ୍ଲେଖନୀୟ ଯେ ,ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ପୋଲ ଉପରେ ପାଣି ଜମି ରହୁଛି। ଏହି ରାସ୍ତା ଦେଇ ଶହ ଶହ ଲୋକ ଯିବା ଆସିବା କରୁଥିବାବେଳେ ଅନେକ ଦାବି ସତ୍ତ୍ୱେ ପୋଲଟିଏ ହୋଇପାରୁନି। ଫଳରେ ପ୍ରତିବର୍ଷ […]
ଭୁବନେଶ୍ୱର : ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ଆଜିଠୁ ନାମଲେଖା ଆରମ୍ଭ ହେବ। ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କୋଟାରେ ଥିବା ୧୨ ଶହ ୧୯ ସିଟ୍ରୁ ୧୧ ଶହ ୬୪ ଜଣଙ୍କୁ ସିଟ୍ ଆଲଟମେଣ୍ଟ କରାଯାଇଛି। ଓଜେଇଇ ପକ୍ଷରୁ ଏହି ସିଟ୍ ଆଲଟମେଣ୍ଟ କରାଯାଇଛି। ଆଜି ପ୍ରଥମ ଦିନରେ କଟକ ଏସ୍ସିବି ମେଡିକାଲ କଲେଜ ପାଇଁ ପ୍ରୋଭିଜିନାଲ ଆଡମିସନ୍ ଭୁବନେଶ୍ୱର ଓଜେଇଇଙ୍କ କାର୍ଯ୍ୟାଳୟରେ କରାଯିବ।
ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ ବର୍ଷା। ବିଶେଷ କରି କଳାହାଣ୍ଡି, ଗଂଜାମ, ପୁରୀ, ବରଗଡ଼, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ନବରଙ୍ଗପୁର, କୋରାପୁଟ, ଗଜପତି, କନ୍ଧମାଳ, ଯାଜପୁର, କଟକ, ଢେଙ୍କାନାଳ, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମୌସୁମୀ ପ୍ରବାହ ବୃଦ୍ଧି ସହ ଉଚ୍ଚ […]
କଟକ/ଭୁବନେଶ୍ୱର : ବର୍ଷାରେ ବେହାଲ ଟ୍ୱିନ୍ସିଟି। ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଜନଜୀବନ ପ୍ରଭାବିତ। ଗତକାଲି ସନ୍ଧ୍ୟାରେ କଟକ ସହରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷକରି ବାଦାମବାଡ଼ି, ରକ୍ସି ଲେନ୍ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକେ ଘରୁ ବାହାରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡ୍ରେନ୍ ସଫେଇ ଅଭାବ ଓ ଜାଇକା କାମ ଶେଷ ହୋଇନଥିବାରୁ ବର୍ଷା ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଛି। […]
କଟକ : କଟକ ଶିଶୁ ଭବନରେ ଚିକିତ୍ସାଧୀନ ଯୋଡ଼ା ଶିଶୁ ଶେଷରେ ଆଖି ବୁଜିଛନ୍ତି। ଡାକ୍ତରମାନଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଯୋଡ଼ା ଶିଶୁଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନି। ଏନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ ଡ. ସରୋଜ କୁମାର ଶତପଥୀ। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଖାଲପାଳ ଗାଁର ପ୍ରଦୀପ ବେହେରାଙ୍କ ସ୍ତ୍ରୀ ରେଣୁବାଳା ଗତ ୧ ତାରିଖରେ ଗର୍ଭ ଯନ୍ତ୍ରଣା ପାଇବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। […]
ଦେବଗଡ଼(ସିଦ୍ଧାର୍ଥ ଗୁରୁ): ମଦୁଆ ଓ ନିଶାଖୋର ଲୋକଙ୍କୁ ଧରିବା ପାଇଁ ବୁଲୁଛି ‘ମଦୁଆ ଧରା ଗାଡ଼ି’। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ। ଏପରି ବ୍ୟବସ୍ଥା ଦେବଗଡ଼ ପୌରାଞ୍ଚଳରେ ଜିଲ୍ଲା ପୁଲିସ ପକ୍ଷରୁ ଏପରି ଏକ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଗତକାଲି ଓ ଆଜି ଦେବଗଡ଼ ପୌରାଞ୍ଚଳରେ ଦୁଇଟି ‘ମଦୁଆ ଧରା ଗାଡ଼ି’ ଘନଘନ ଚକ୍କର କାଟୁଥିବା ଦେଖିବାକୁ ମିଳିଛି। ଯାହା ମଦୁଆ ଓ ମାତାଲିଙ୍କ ହୋସ୍ ଉଡାଇ ଦେଇଛି। ପର୍ବ ପର୍ବାଣୀ ସମୟରେ ମଦୁଆମାନେ […]
ଭୁବନେଶ୍ୱର : ଆସନ୍ତାକାଲିଠୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହେଉଛି। ଓଡ଼ିଶାରେ ଏହି ସଦସ୍ୟତା ଅଭିଯାନକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱର ବିଜେପି ଜିଲ୍ଲା ସଂଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଏକାମ୍ର କଲେଜ ସମ୍ମୁଖସ୍ଥିତ ଗୋଖିବାବା କଲ୍ୟାଣମଣ୍ଡପଠାରେ ଆସନ୍ତାକାଲି ଅପରାହ୍ନ ୩ଟାରେ ଏହି ସଦସ୍ୟତା ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବେ। […]
ଭୁବନେଶ୍ୱର : ଓଡ଼ିଶାର ନମ୍ବର-୧ ନ୍ୟୁଜ ଚ୍ୟାନେଲ ‘ଓଟିଭି’, ଡିଜିଟାଲ ଜଗତରେ ମଧ୍ୟ ଏହାର ଅପୂର୍ବ ସଫଳତା ଜାହିର କରିଛି। ସୋସିଆଲ୍ ମିଡିଆର ସବୁ ପ୍ଲାଟଫର୍ମରେ ଏହା ରାଜ୍ୟର ସମସ୍ତ ନ୍ୟୁଜ ଚ୍ୟାନେଲ, ଗଣମାଧ୍ୟମ ସଂସ୍ଥା, ଖବରକାଗଜ ଓ ଅନ୍ୟ ନ୍ୟୁଜ ସଂସ୍ଥାକୁ ଟପିଯାଇଛି। ଗତ ୨୨ ବର୍ଷ ଧରି ଓଡିଶା ଟେଲିଭିଜନ ଲିମିଟେଡ (ଓଟିଭି) ଓଡ଼ିଶାର ନମ୍ବର-୧ ନ୍ୟୁଜ ଚ୍ୟାନେଲ ଭାବେ ଓଡ଼ିଶାବାସୀଙ୍କର ବିଶ୍ୱାସ ଜିତି ଆସିଛି। ଟେଲିଭିଜନ ସହିତ, ଏହା ଡିଜିଟାଲ ମିଡିଆରେ ବି […]
ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲ ଏଣିକି ସମସ୍ତ କାର୍ଯ୍ୟଦିବସରେ ସର୍ବନିମ୍ନ ୭ଘଣ୍ଟା ଡ୍ୟୁଟି କରିବା ପାଇଁ ବାଧ୍ୟ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ ନକଲେ ତାକୁ ସରକାର ଗୁରୁତ୍ୱର ସହ ବିଚାରକୁ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ବିଶ୍ୱବିଦ୍ୟାଳୟର […]
ପୁରୀ : ଶ୍ରୀମନ୍ଦିରର ଗର୍ଭଗୃହକୁ ତନ୍ନତନ୍ନ କରି ଯାଞ୍ଚ କରିବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) କର୍ତ୍ତୃପକ୍ଷ। ଶ୍ରୀଜିଉମାନେ ଏବେ ମନ୍ଦିର ବାହାରେ ଥିବାରୁ ଏହି ସମୟରେ ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାତ, କରବେଲ୍ ଓ ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ। ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା ଲଗାଯାଇଛି। ଆସନ୍ତାକାଲି ଏସବୁର ଯାଞ୍ଚ କରିବେ ଏଏସ୍ଆଇର ଅଧିକାରୀ ଓ କୋର୍ କମିଟି ସଦସ୍ୟ। ବିଶେଷ କରି ଗର୍ଭଗୃହରେ ବାୟୁ […]
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ପାଟକୁରାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ତେବେ ନିର୍ବାଚନ ପରେ ବିଜେଡି ଓ ବିଜେପି ପରସ୍ପରର ନିକଟତର ହେଉଥିବାରୁ ପାଟକୁରା ଲଢ଼େଇକୁ ନେଇ ଏବେ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କଂଗ୍ରେସ ଦୁଇ ଦଳକୁ ଛିଗୁଲାଇ ଉଭୟ ଗୋଟିଏ କଏନ୍ର ହେଡ୍ ଓ ଟେଲ୍ ବୋଲି କହିବାକୁ ପଛାଇ ନାହିଁ। ତୃତୀୟ ଥର ପାଇଁ ପାଟକୁରା ନିର୍ବାଚନର ତାରିଖ […]
କଟକ : କଟକ ଶିଶୁଭବନରେ ଚିକିତ୍ସିତ ଢେଙ୍କାନାଳର ଯୋଡ଼ା ଶରୀର ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଦୁଇ ଶିଶୁ ଖାଦ୍ୟ ଗ୍ରହଣ କରି ନ ଥିବା ଡାକ୍ତରଙ୍କ ସୂତ୍ରରୁ ଖବର ମିଳିଛି। ପୂର୍ବ ପରୀକ୍ଷାରୁ ଦୁଇ ଶିଶୁଙ୍କର ଗୋଟିଏ ହୃଦୟ ଥିବା ନେଇ ସ୍ପଷ୍ଟ ହୋଇଥିଲା। ୩ ଦିନ ହେବ ଶିଶୁ ଭବନରେ ଏହି ଯୋଡ଼ାଶରୀର ଶିଶୁ ଭର୍ତ୍ତି ହୋଇଥିଲେ ସୁଦ୍ଧା ଏଯାଏଁ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନି। […]
ସମ୍ୱଲପୁର (ସଞ୍ଜୟ ଜେନା): ଅପହରଣର ନାଟକ ରଚିଥିଲେ ଜଣେ ବ୍ୟବସାୟୀ। ଆଉ ଋଣ ଟଙ୍କା ଶୁଝିବା ପାଇଁ ପତ୍ନୀଙ୍କ ପାଖକୁ ଫୋନ୍ କରାଇ ନିଜ ଜାଲରେ ନିଜେ ପଡ଼ିଯାଇଥିଲେ। ଏପରି ଘଟଣା ସମ୍ୱଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଘଟିଛି। ପୁଲିସ ମାଷ୍ଟରମାଇଣ୍ଡଙ୍କ ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂରା ଘଟଣା ଏମିତି। ସମ୍ବଲପୁର କ୍ଷେତରାଜପୁର ଥାନା ଅଞ୍ଚଳରେ ରହୁଥିବା ଆଦର୍ଶ ଘୋଷ ଜଣେ ବ୍ୟବସାୟୀ। କିନ୍ତୁ ନିଶା ତାଙ୍କର ଜୁଆ […]
ଭୁବନେଶ୍ୱର : ଅସରାଏ ପାଣିରେ ବେହାଲ ରାଜଧାନୀ ଭୁବନେଶ୍ୱର। ପଦାରେ ପଡିଛି ସ୍ମାର୍ଟ ସିଟିର ଅସଲ ଚିତ୍ର। ଆଜି ଅସରାଏ ବର୍ଷାରେ ରାଜଧାନୀର ଅନେକ ସ୍ଥାନ ପାଲଟି ଯାଇଛି ଜଳାର୍ଣ୍ଣବ। ଖୋଦ୍ କମିଶନରେଟ୍ ପୁଲିସ ଅଫିସ ଆଗରେ ସୃଷ୍ଟି ହୋଇଛି ଜଳାଶୟ। ସେହିପରି ନୟାପଲ୍ଲୀ ବେହେରାସାହି, ଲକ୍ଷ୍ମୀସାଗର ଆଦି ଅଞ୍ଚଳରେ ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ଆଣ୍ଠୁଏ ପାଣି। ଏଥିପାଇଁ ସ୍କୁଲ ପିଲା ଠାରୁ ଆରମ୍ଭ କରି ରୋଗୀ, ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ […]
ମୋହନା : ଗଜପତି ଜିଲ୍ଲା ମୋହନା ବଜାରରେ ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା। ଫଳରେ ଦିନକୁ ଦିନ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଦୀର୍ଘ ବର୍ଷ ତଳେ ରାସ୍ତାର ଉଭୟ ପାର୍ଶ୍ୱରେ ଖୋଳାଯାଇଥିବା ଡ୍ରେନ୍ ଗୁଡିକର ମରାମତି କରାଯାଉନଥିବାରୁ ଏହା ପୋତି ହୋଇଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ଫଳରେ ରାସ୍ତାରେ ଯିବାଆସିବା କରିବା କାଠିକର ପାଠ ହୋଇପଡିଛି। ପାଣି ଜମା ହେବା ଦ୍ୱାରା ମଶାମାଛି ବଂଶବିସ୍ତାର ସହ ପୂତିଗନ୍ଧମୟ ପରିବେଶ ବି ସୃଷ୍ଟି ହେଉଛି। ଏନେଇ […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): କୂଅରୁ ପାଣି କାଢ଼ୁଥିବା ବେଳେ ଜଣେ ମହିଳା କୂଅ ଭିତରେ ଗଳି ପଡ଼ିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ମହିଳାଙ୍କ ଜଣେ ଦୂର ସମ୍ପର୍କୀୟ ମଧ୍ୟ କୂଅରେ ପଡ଼ିଯାଇଥିଲେ। ଆଜି ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଞ୍ଚଳରେ ଘଟିଛି। ଗୁଆଗରିଆ ଗାଁର ନଳିନୀ ନାୟକ କୂଅରୁ ପାଣି କାଢ଼ୁଥିଲେ। ଅସାବଧାନତା ଯୋଗୁ ସେ କୂଅ ଭିତରେ ପଡ଼ି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କର ଜଣେ ସମ୍ପର୍କୀୟ […]
ସାଲେପୁର : ବର୍ଷା ଋତୁ ଆସିଯାଇଛି। ବର୍ଷା କେତେବେଳେ ହେବ କେତେବେଳେ ଛାଡ଼ିବ, ତାହା କହି ହେବ ନାହିଁ। ତେଣୁ ବର୍ଷା ଯୋଗୁ ଯେମିତି ଛାତ୍ରଛାତ୍ରୀମାନେ ସ୍କୁଲ୍ ଯିବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ବାହାରପଡ଼ା ଗାଁର କିଛି ଯୁବକ ସେମାନଙ୍କ ଅଞ୍ଚଳର କିଛି ପିଲାଙ୍କୁ ଛତା ବାଣ୍ଟିଛନ୍ତି। ସେମାନେ ଏକାଠି ହୋଇ ‘ହ୍ୟାଣ୍ଡସ୍ ଫର୍ ନିଡ୍ ଗ୍ରୁପ୍’ ବୋଲି ଏକ ସଂଗଠନ ଗଢ଼ିଛନ୍ତି। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଛତା ବଣ୍ଟନ କରିଛନ୍ତି। ନୂଆ ଛତା ପାଇ ଛାତ୍ରଛାତ୍ରୀମାନେ […]