• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

block
ବ୍ଲକ ଅଧ୍ୟକ୍ଷାଙ୍କୁ ତାଲା ପକାଇଲେ ବିରୋଧୀ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଏକ ନିର୍ଦ୍ଦିଷ୍ଟ ଫାଇଲ୍‌ ପାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ୱପ୍ନ ସରିତା ବଳଙ୍କୁ ବିରୋଧୀ ଗୋଷ୍ଠୀ ତାଲା ପକାଇଛନ୍ତି। ଫଳରେ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମତୀ ବଳ ଓ ବିଡିଓ ଅଫିସ୍‌ ଭିତରୁ ବାହାରି ପାରିନଥିଲେ। ଏନେଇ ଶ୍ରୀମତୀ ବଳ ଆଜି ରାତିରେ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୂରା ଘଟଣା ଏମିତି। ଆଜି ଅପରାହ୍ନରେ ଶ୍ରୀମତୀ ବଳ ଅଫିସରେ କାମ କରୁଥିଲେ। […]

  • Saturday, 17 July 2021
puri 9
ରଥଯାତ୍ରା ଡ୍ୟୁଟି ସାରି ବିଶ୍ରାମ ନେଉଥିବା ବେଳେ ଚାଲିଗଲା ହାବିଲଦାରଙ୍କ ଜୀବନ

ପୁରୀ : ଶ୍ରୀକ୍ଷେତ୍ରର ରଥ ଯାତ୍ରାରେ ଅଭାବନୀୟ ଘଟଣା। ରଥଯାତ୍ରା ଡ୍ୟୁଟିରେ ଯାଇଥିବା ଜଣେ ହାବିଲଦାରଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ହେଲେ IRBର ହାବିଲଦାର ପତିତପାବନ ଦାସ। ଡ୍ୟୁଟି ସାରି ସେ ବିଶ୍ରାମ ନେଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

  • Saturday, 17 July 2021
ମପଗୂ
ଚିଟଫଣ୍ଡ କେଳେଙ୍କାରୀ: ୧୦ହଜାର ଟଙ୍କାରୁ ଅଧିକ ଜମାକାରୀଙ୍କୁ ମିଳିବନି କ୍ଷତିପୂରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର କଷ୍ଟଲବ୍ଧ ସଞ୍ଚିତ ଅର୍ଥକୁ ଚିଟଫଣ୍ଡରେ ଜମା କରିଥିବା ଗରିବ ଜମାକାରୀଙ୍କୁ କୌଣସି କ୍ଷତିପୂରଣ ମିଳିବନି। କେବଳ ୧୦ହଜାର ଟଙ୍କାରୁ କମ୍ ଜମା କରିଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରି ଏହି ଅର୍ଥ ଫେରସ୍ତ କରାଯିବ। ରାଜ୍ୟ ସରକାର ଗଠନ କରିଥିବା ୩୦୦କୋଟି ଟଙ୍କାର କର୍ପସ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାର ଆଜି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଚିଟଫଣ୍ଡ […]

  • Saturday, 17 July 2021
tiger
ଏନ୍‌କ୍ଲୋଜରରେ ରହିବା ପରେ ଶିକାର ଭୁଲିଯାଇଛି 'ସୁନ୍ଦରୀ'

ଭୁବନେଶ୍ୱର : ଏବେ ଜଙ୍ଗଲକୁ ଯିବ ନାହିଁ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’। ଏନ୍‌କ୍ଲୋଜରରେ ରହିବା ପରେ ସେ ଶିକାର କରିବା ଭୁଲି ଯାଇଛି। ତାର ଶିକାର କରିବା ପ୍ରବୃତ୍ତି କିପରି ଫେରାଇ ଅଣାଯିବ, ସେନେଇ ଆଜି ଭୁବନେଶ୍ୱର ପ୍ରକୃତି ଭବନରେ ବସିଥିବା ଏକ ବୈଠକରେ ଆଲୋଚନା ହୋଇଛି। ସାତକୋଶିଆ ଏନ୍‌କ୍ଲୋଜରରୁ ‘ସୁନ୍ଦରୀ’କୁ ମହାନଦୀ ଓ୍ୱାଇଲ୍‌ଡ ଲାଇଫ୍‌ ଡିଭିଜନକୁ ସ୍ଥାନାନ୍ତର କରିବା ନେଇ ବିଚାର କରାଯାଉଛି। ବର୍ତ୍ତମାନର ଅଢ଼େଇ ହେକ୍ଟର ପରିବର୍ତ୍ତେ ନୂଆ ଏନ୍‌କ୍ଲୋଜରକୁ ୨୫ […]

  • Saturday, 17 July 2021
railway
ରାଜ୍ୟରେ ରେଳପ୍ରକଳ୍ପର ଅଜବ ସ୍ଥିତି : ଟଙ୍କା ମିଳିଛି, ହେଲେ ଆଗେଇ ପାରୁନି କାମ

ଅନୁଗୁଳ/ଝାରସୁଗୁଡା/ ଭୁବନେଶ୍ୱର : କେଉଁଠି ଜମି ଅଧିଗ୍ରହଣରେ ବାଧା ତ’ ଆଉ କେଉଁଠି ମିଳୁନି ଜଙ୍ଗଲ ଓ ପରିବେଶ ଅନୁମତି । ସେହିପରି ରେଲୱେ କିପରି ସହଜରେ ଓ କମ୍ ଦାମରେ ବିଜୁଳି ପାଇବ ସେନେଇ ବି ବ୍ୟବସ୍ଥା କରୁନାହାନ୍ତି ରାଜ୍ୟ ସରକାର। ଫଳରେ ଧୀର ମନ୍ଥର ଗତିରେ ଚାଲିଛି ଖୋର୍ଦ୍ଧା-ବଲାଙ୍ଗିର ସମେତ ରାଜ୍ୟର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ । ଏହାକୁ ନେଇ କେନ୍ଦ୍ର, ରାଜ୍ୟ ଉପରେ ଦୋଷ ଲଦିଛି ଅନ୍ୟପକ୍ଷରେ ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା […]

  • Saturday, 17 July 2021
titilagarh
ଗୁଣି ଗାରେଡ଼ି ସନ୍ଦେହରେ ଗାଁରୁ ବାସନ୍ଦ : ୧୫ ଦିନ ହେଲା ଗଛ ମୂଳେ ଆଶ୍ରୟ ନେଇଛନ୍ତି ପରିବାର ଲୋକ

ହଜି ଯାଉଛି ମାନବିକତା। ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହୋଇଯାଉଛି ମଣିଷ । ଗାଁ ଗଣ୍ଡାରେ ବର୍ତ୍ତମାନ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷତ୍ୱ ଭୁଲିଯାଉଛନ୍ତି

murder issue assembly
ରାଜ୍ୟରେ ବର୍ଦ୍ଧିତ ଅପରାଧ ହାରକୁ ନେଇ ବିଧାନସଭା ହୁଲସ୍ତୁଲ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ହାରରେ ବଢ଼ିଚାଲିଛି ଅପରାଧ । ହତ୍ୟା, ଦୁଷ୍କର୍ମ, ଚୋରି, ଡକାୟତି, ଗୁଳିକାଣ୍ଡ  ଭଳି ସଂଗୀନ ଅପରାଧ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିଦେଲାଣି । ଯାହାକୁ ନେଇ ଆଜି ଦିନତମାମ ହୁଲସ୍ତୁଲ ହୋଇଥିଲା ବିଧାନସଭା ଅଧିବେଶନ । ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ ଏନେଇ ଘେରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ତା’ସହ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ବାରମ୍ବାର ବାଚସ୍ପତିଙ୍କୁ  ମୁଲତବୀ […]

  • Saturday, 17 July 2021
mao
ମାଓବାଦୀ ଭାବି ଏନ୍‌କାଉଣ୍ଟର କରିଥିଲେ, କ୍ଷତିପୂରଣ ସହ ଚାକିରି ଦେଲେ

ଉମରକୋଟ  : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତବର୍ତ୍ତୀ କୁନ୍ଦେଇ ପଞ୍ଚାୟତର ଦୁଇ ଜଣ ନିରୀହ ଲୋକଙ୍କୁ ମାଓବାଦୀ ସନ୍ଦେହ କରି ଛତିଶଗଡ଼ ପୁଲିସ ଏନ୍‌କାଉଣ୍ଟର କରିଥିଲା। କିନ୍ତୁ ପ୍ରକୃତ ସତ୍ୟ ଜଣାପଡ଼ିବା ପରେ ଛତିଶଗଡ଼ ସରକାର ମୃତକଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାଛଡ଼ା ପରିବାର ପିଛା ଜଣକୁ ଚାକିରି ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତବର୍ଷ ଏପ୍ରିଲ ୪ ତାରିଖରେ ରାଇଘର ବ୍ଲକ କୁନ୍ଦେଇ ପଞ୍ଚାୟତ ଅନ୍ତର୍ଗତ ସେମରଡିହି […]

  • Saturday, 17 July 2021
ganza
ଗଞ୍ଜେଇ ଚାଲାଣ ହେଉଥିବା ଆମ୍ବୁଲାନ୍ସ ଜବତ , ୪ ଗିରଫ

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଆମ୍ୱୁଲାନ୍ସରେ ଗଞ୍ଜେଇ ଚାଲାଣ ହେଉଥିଲା। ଏପରି ଘଟଣା କୋରାପୁଟ୍‌ ଜିଲ୍ଲାରେ ଘଟିଛି। ଜୟପୁର ପୁଲିସ ଆମ୍ୱୁଲାନ୍ସକୁ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ଆଜି ଗୋଟିଏ ଦିନରେ ପୁଲିସ ୬୬୦ କିଲୋ ଗଞ୍ଜେଇ ଜବତ କରିବା ସହ ୧୦ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି। ଗତକାଲି ବିଳମ୍ୱିତ ରାତିରେ ବୈପାରୀଗୁଡାରୁ ବୋରିଗୁମ୍ମା ଅଭୁମୁଖେ ଏକ ଆମ୍ୱୁଲାନ୍ସ ସାଇରନ୍‌ ବଜାଇ ଆସୁଥିଲା। କିନ୍ତୁ ଉକ୍ତ ଆମ୍ୱୁଲାନ୍ସରେ ନମ୍ବର ପ୍ଲେଟ୍‌ ନଥିଲା। […]

  • Saturday, 17 July 2021
bike
ବାଇକ୍‌କୁ ପିଟିଲା ଟ୍ରକ୍ ; ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ

କଳାହାଣ୍ଡି (ରାଜକୁମାର ସିଂହଦେଓ): ବାଇକକୁ ପିଟିଦେଲା ଟ୍ରକ୍। ରାସ୍ତାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲାର କର୍ଲାପଡ଼ା ଫାଣ୍ଡି ଅନ୍ତର୍ଗତ ତୁର୍କେଲ ବ୍ରିଜ ନିକଟରେ ଘଟିଛି। ବଲାଙ୍ଗିର ଜିଲ୍ଲା ତୁରେକେଲାର ମଦନ ବେହେରା ଓ ଭାଲୁମୁଣ୍ଡାର ଅନିରୁଦ୍ଧ ମେହେର ବାଇକରେ ଯାଉଥିବା ସମୟରେ ତୁର୍କେଲ ବ୍ରିଜ ନିକଟରେ ଏକ ଟ୍ରକ୍ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକ ମଦନ ବେହେରାଙ୍କ ମୃତ୍ୟୁ […]

  • Saturday, 17 July 2021
murder
ତାଳଚେରରେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ

ଅନୁଗୋଳ  : ଅନୁଗୋଳ ଜିଲ୍ଲା ତାଳଚେରରେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ।  ଗତ ନିର୍ବାଚନ ବେଳେ ସୃଷ୍ଟି ହୋଇଥିବା ଶତ୍ରୁତାକୁ କେନ୍ଦ୍ର କରି ସନ୍ଥପଡ଼ା ଗାଁରେ ଜଣେ ଯୁବକଙ୍କୁ କଟୁରୀରେ ଆକ୍ରମଣ ଅଭିଯୋଗ। ଯୁବକଙ୍କ ନାଁ ସୁଶାନ୍ତ ସାମଲ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ସୁଶାନ୍ତଙ୍କ ସହ ଆଜି ଗାଁ ମନ୍ଦିର ନିକଟରେ ସେହି ଗାଁର ସରୋଜ ସାମଲଙ୍କ ବଚସା ହୋଇଥିଲା। ଏହାପରେ ସରୋଜ ଓ ତାଙ୍କ ଭାଇ ସୁଶାନ୍ତଙ୍କୁ […]

  • Saturday, 17 July 2021
balangiri
କାଲି ବିଧାନସଭା ଆଗରେ ଆନ୍ଦୋଳନ କରିବେ ଆଇନ୍‌ଜୀବୀ

ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର ଠାରେ ହାଇକୋର୍ଟ ବେଞ୍ଚର ପୁନଃ ପ୍ରତିଷ୍ଠା ଦାବିରେ ବିଭିନ୍ନ ଉପାୟରେ ଆନ୍ଦୋଳନ କରି ଆସୁଛି ଜିଲ୍ଲା ଆଇନ୍‌ଜୀବୀ ସଂଘ। ଏହା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି। ରାଜ୍ୟ ସରକାରଙ୍କ ଠାରୁ ନିରାଶ ହୋଇ ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବେ। ଆସନ୍ତା କାଲି ବିଧାନସଭା ସମ୍ମୁଖରେ ଆଇନ୍‌ଜୀବୀମାନେ ବିଶାଳ ପ୍ରତିବାଦ ସଭା […]

  • Saturday, 17 July 2021
jay panda
କେନ୍ଦ୍ରାପଡ଼ା ଗୁଳିକାଣ୍ଡରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ବୈଜୟନ୍ତ

କଟକ :  କେନ୍ଦ୍ରାପଡ଼ା ଗୁଳିକାଣ୍ଡରେ ଆହତଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କଟକ ଏସ୍‌ସିବି ମେଡିକାଲ୍‌କୁ ଯାଇ ସେ ଆହତ ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଦିନକୁ ଦିନ ଅପରାଧ ବଢ଼ିଚାଲିଛି, ଯାହାକୁ ରୋକିବାରେ ରାଜ୍ୟ ସରକାର ବିଫଳ ବୋଲି ଅଭିଯୋଗ କରିଛନ୍ତି ବୈଜୟନ୍ତ ପଣ୍ଡା। ବିବେକାନନ୍ଦ ବିଜେପି ସଂଗଠନ ସହ ଜଡ଼ିତ ଥିଲେ। ସେପଟେ ପାଟକୁରା ନିର୍ବାଚନ ପୂର୍ବରୁ ଏପରି ଘଟଣା […]

  • Saturday, 17 July 2021
bishnupada
ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ମାମଲାରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଶ୍ରୀ ସେଠୀଙ୍କୁ ଅଗଷ୍ଟ ୧୯ତାରିଖ ସୁଦ୍ଧା ନିଜ ପକ୍ଷ ରଖିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଏଏସ୍ ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ସୂଚନାକର୍ମୀ ଶ୍ରୀକାନ୍ତ ପାକଳ ଜୁଲାଇ ୧ ତାରିଖରେ […]

  • Saturday, 17 July 2021
dg
ବଦଳିବେ ପୁଲିସ ଡିଜି !

ଭୁବନେଶ୍ୱର : ରାଜ୍ୟ ପୁଲିସ ଡିଜି ଡଃ ଆରପି ଶର୍ମା ନିଜ ଦାୟିତ୍ୱରୁ ଖୁବଶୀଘ୍ର ଅବ୍ୟାହତି ନେଇପାରନ୍ତି। ଆସନ୍ତାମାସରେ ଡିଜିପି ଭାବେ ତାଙ୍କର ଦୁଇବର୍ଷ ପୂରଣ ହେଉଥିବାରୁ ତାଙ୍କ ବଦଳରେ ସରକାର ଅନ୍ୟଜଣେ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ପୁଲିସର ମଙ୍ଗ ଧରିବାର ସୁଯୋଗ ଦେବେ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ, ପୁଲିସ ଡିଜି ଡଃ ଶର୍ମାଙ୍କୁ ରାଜ୍ୟ ସରକାର ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି। ସୁପ୍ରିମକୋର୍ଟଙ୍କ […]

  • Saturday, 17 July 2021
jayanarayana
ବିରୋଧୀ ଦଳ ନେତା ପଦକୁ ନେଇ ବିବାଦର ବୀଜ ବୁଣିଲେ ଜୟନାରାୟଣ

ଭୁବନେଶ୍ୱର :ବିରୋଧୀ ଦଳ ନେତା ନେଇ ପରୋକ୍ଷରେ କ୍ଷୋଭ ପ୍ରକାଶ କଲେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ବିଧାୟକମାନେ ତାଙ୍କୁ ବିରୋଧୀ ଦଳ ନେତା ଭାବେ ଦେଖିବାକୁ ଚାହୁଁଥିଲେ ବି କେନ୍ଦ୍ରୀୟ ନେତୃତ୍ୱ କାହିକି ଚାହିଁଲେ ନାହିଁ ବୋଲି ଜୟନାରାୟଣ ପ୍ରଶ୍ନ କରିବା ସହ ବିଜେପିରେ ବିବାଦର ମଞ୍ଜି ବୁଣିଛନ୍ତି। ବଡ଼କଥା ହେଉଛି ଦଳର ରାଜ୍ୟସଭା ପ୍ରାର୍ଥୀ  ଅଶ୍ୱିନ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପଛର ଗୁପ୍ତ ଡିଲରେ ତାଙ୍କୁ ମୋହାରା କରାଯାଇଥିବା ସମ୍ଭାବନା ନେଇ […]

  • Saturday, 17 July 2021
sarapancha---
ସାମାନ୍ୟ କଥାରୁ ବର ହଟହଟା ; ବରଯାତ୍ରୀ ଗାଡ଼ି ବାଜି ଯିବାରୁ ବରକୁ ଅଟକ

ପିପିଲି :  ଡେଲାଙ୍ଗ ବ୍ଲକ୍‌ ଜେନାପୁରର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି।  ସାମାନ୍ୟ କଥାକୁ ନେଇ ବିବାହ ପାଇଁ ଯାଉଥିବା ଜଣେ ବରକୁ ରାତି ତମାମ ଅଟକ ରଖିଥିବା ଅଭିଯୋଗ। ମିଳିଥିବା ସୂଚନା ମୁତାବକ ,ଗତକାଲି ବ୍ରହ୍ମଗିର ପଲ୍ଲୀ ଅଂଚଳର ଏକ ବରଯାତ୍ରୀ ଗାଡ଼ି ଡେଲାଙ୍ଗ ଜେନାପୁର ଆସୁଥିଲା। କିନ୍ତୁ ରାସ୍ତାରେ ବର ଯାଉଥିବା ଗାଡ଼ି ପୂର୍ବତନ ସରପଞ୍ଚ ପ୍ରତାପ ସ୍ୱାଇଁଙ୍କ ଗାଡ଼ିରେ ଘସି ହୋଇଯାଇଥିଲା। ଏହାକୁ ନେଇ ପୂର୍ବତନ ସରପଞ୍ଚ ବରଗାଡ଼ିର ଡ୍ରାଇଭରକୁ ମାଡ଼ ମାରିବା ସହ […]

  • Saturday, 17 July 2021
union minister
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ଆସନ୍ତାକାଲି ରାତି ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦର୍ଶନ କରିବେ। ତା’ପରଦିନ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ କିସ୍ କ୍ୟାମ୍ପସରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ ପରେ ସେ ପାରାଦୀପ ଗସ୍ତ କରିବେ। ସେଠାରେ ଧୀବର ସମୁଦାୟର ଲୋକଙ୍କ ସହ ସେମାନଙ୍କ […]

  • Saturday, 17 July 2021
ASSEMBLY
ନାବାଳିକା ଦୁଷ୍କର୍ମକୁ ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ୱର : ରାଜ୍ୟରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ସଂଖ୍ୟା ବଢ଼ି ଚାଲିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। ଆଜି ଏହାର ପ୍ରତିଫଳନ ବିଧାନସଭାରେ ଦେଖିବାକୁ ମିଳିଥିଲା। ଶୂନ୍ୟ କାଳରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି, ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ବର୍ଷକୁ ମାତ୍ର ୬ ଜଣ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରାଯାଉଛି। ପୁରୀରେ ବସ୍‌ […]

  • Saturday, 17 July 2021
baijayanta
ଅନୁଭବଙ୍କୁ ଜବାବ ଦେଲେ ବୈଜୟନ୍ତ

ଭୁବନେଶ୍ୱର : ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଦଖଲ ନେଇ ଅନୁଭବଙ୍କୁ ଜବାବ୍ ଦେଲେ ବୈଜୟନ୍ତ ପଣ୍ଡା। ତାଙ୍କ ସାଂସଦ କାଳର ଅବଧି ସରିବାର ୧୩ ମାସ ପରେ ବି ଶ୍ରୀ ପଣ୍ଡା ତାଙ୍କ ସରକାରୀ ବାସଭବନ ଛାଡ଼ିନଥିବା ନେଇ ଅନୁଭବ ଉଠାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ବୈଜୟନ୍ତ କହିଛନ୍ତି ଯେ, ଏହି ଅଭିଯୋଗ ଭିତ୍ତିହୀନ। ନିୟମ ଅନୁଯାୟୀ ମାର୍କେଟ ଭଡ଼ା ଦେଇ ମୁଁ ଅବଧି ବଢ଼ାଇ ଥିଲି। ମୁଁ ସେ ଘରୁ ବାହାରି ସାରିଲିଣି। […]

  • Saturday, 17 July 2021
son tortured mother
ନିଷ୍ଠୁର ପୁଅ ; ଗାଁ ଦାଣ୍ଡରେ ମାଆକୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲା

କୋଣାର୍କ (ସଂଜୟ ପତି) :  ପୁଅଟିଏ ପାଇବା ପାଇଁ ମାଆଟିଏ କେତେ ଓଷାବ୍ରତ କରିଥାଏ। ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମଦେଇଥାଏ। ସବୁ ଅଳି ଅର୍ଦ୍ଦଳିକୁ ସହି ଛୋଟରୁ ବଡ କରାଏ ପୁଅକୁ। ହେଲେ ଶେଷରେ ସେ ପୁଅ ଯଦି ମାଆର ଏସବୁ ମୂଲ୍ୟ ବୁଝେନା। ସେତେବେଳେ କଣ ହୋଇଥିବ ମାଆର ମନ। ଏମିତି ଏକ ଘଟଣା ଘଟିଛି ପୁରୀ ନିମାପଡ଼ା ଥାନା ହାଟସାହିରେ। ଅମ୍ମୁଣିଆପାଟଣା ଗାଁ ହାଟସାହିରେ ବାସ କରନ୍ତି ସାରଦା ବେହେରା […]

  • Saturday, 17 July 2021
collapse
ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ଭୁଶୁଡ଼ିଲା ପାହାଚ, ୧୨ ଆହତ

କଲ୍ୟାଣସିଂହପୁର(ମାଉଡି ବାରିକ): ହାଇସ୍କୁଲ ହଷ୍ଟେଲ୍‌ର ଶିଡ଼ି ଉପରେ ଠିଆ ହୋଇ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ପାହାଚ ଗୁଡ଼ିକ ଭୁଶୁଡ଼ି ପଡ଼ିବାରୁ ୧୨ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆଜି ଏମିତି ଦୁର୍ଘଟଣା ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ଟିକିରି ସରକାରୀ ହାଇସ୍କୁଲରେ ଘଟିଛି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ କାଶିପୁର ବ୍ଲକର ଟିକିରି ଉତ୍ସବ ମୁଖର ହୋଇଛି। ଭକ୍ତମାନେ ମହାପ୍ରଭୁଙ୍କ ରଥକୁ ଟାଣି ନେଉଥିବାର […]

  • Saturday, 17 July 2021
ଜୋଈସଗୂ
ହଟହଟା ହେଲେ ତହସିଲଦାର

ନୀଳଗିରି : ହଟହଟା ହେଲେ ତହସିଲଦାର। ଏକ ବାଲି ବୋଝେଇ ଟ୍ରକ୍‌କୁ  ଅଟକ ରଖିଲେ ଗ୍ରାମବାସୀ। ଆଜି ଅପରାହ୍ନରେ ଏକ ବାଲି ବୋଝେଇ ଡମ୍ପରକୁ ଅଟକାଇବାକୁ ମଛୁଆ ଅଞ୍ଚଳରେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ ପ୍ରୟାସ କରିଥିଲେ । ହେଲେ ଗ୍ରାମବାସୀ ଟ୍ରକର ପରମିଟ ଠିକ୍‌ ଅଛି ଯୁକ୍ତି ବାଢି ଉକ୍ତ ସ୍ଥାନରେ ତହସିଲଦାରଙ୍କୁ ଅଟକ ରଖିଛନ୍ତି ।

  • Saturday, 17 July 2021
odishaassembly.nic.in
ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ

ଭୁବନେଶ୍ୱର : ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଶୁକ୍ରବାରଠୁ ଆରମ୍ଭ ହେବ। ଜୁନ୍ ୨୫ରେ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନ ଜୁଲାଇ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ମୁଲତବୀ ରହିବା ପରେ ଆସନ୍ତାକାଲି ଖୋଲିବ। ଆସନ୍ତାକାଲି ବିଧାନସଭାରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡରୁ ଅଗ୍ରୀମ ଉଠାଣ ସଂକ୍ରାନ୍ତ ସ୍ୱତନ୍ତ୍ର ଅତିରିକ୍ତ ବିବରଣୀ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ନାବାଳିକାକୁ ଗାଡ଼ି ଭିତରେ ଦୁଷ୍କର୍ମ […]

  • Saturday, 17 July 2021
naveen-patnaik.
ପାଟକୁରାରେ ସାଧାରଣ ସଭା କରିବେନି ନବୀନ

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି। ତେବେ ନବୀନ ପାଟକୁରାରେ କୌଣସି ସାଧାରଣ ସଭା କରିବେ ନାହିଁ। ସେ ୧୭ ଓ ୧୮ ଦୁଇଦିନ ଧରି ପାଟକୁରା ନିର୍ବାଚନମଣ୍ଡଳୀର ୩ଟି ଯାକ ବ୍ଲକ- ଡେରାବିଶ, ଗରଦପୁର ଓ ମାର୍ଶାଘାଇରେ ରୋଡ୍ ଶୋ’ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ […]

  • Saturday, 17 July 2021