କେନ୍ଦୁଝର ( ପ୍ରଣୟ ପାଣି) : ଦିନକୁ ଦିନ ନାବାଳିକାଙ୍କ ପ୍ରତି ଅସଦାଚରଣ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନାବାଳିକାଟିଏ ଦୁଷ୍କର୍ମ ଓ ଅସଦାଚରଣର ଶିକାର ଦେଉଛି। ବିଦ୍ୟାର୍ଜନ କରିବାକୁ ଯାଉଥିବା ସ୍କୁଲ୍ରେ ବି ସେ ସୁରକ୍ଷିତ ନୁହେଁ। ଏମିତି ଏକ ଖବର ଆସିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଆଶ୍ରମ ବିଦ୍ୟାଳୟରୁ। ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୁଲିସ ଅଭିଯୁକ୍ତ ପ୍ରଧାନ […]
ଉଦଳା : ମୟୂରଭଞ୍ଜ ଉଦଳା ଥାନା ମସ୍ଜିଦ୍ ଛକସ୍ଥିତ ମାରୁତି ସୁଜୁକି ଶୋ’ରୁମ୍ରୁ ଲୁଟ୍। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଶୋ’ରୁମ୍ରେ ଥିବା ବାଥ୍ରୁମ୍ର ସ୍କାଏଲାଇଟ୍ ଭାଙ୍ଗି ଶୋ’ରୁମ୍କୁ ପ୍ରବେଶ କରିଥିଲେ। ଟେବୁଲ ଡ୍ର ଭାଙ୍ଗି ୧ ଲକ୍ଷ ୯୫ ହଜାର ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଜାରି ରଖିଛି।
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଏସ୍ପିଙ୍କ ଦବଙ୍ଗଗିରିର ଝଲକ ଆଜି ଦେଖିବାକୁ ମିଳିଛି। ତା’ ସହିତ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ପୁଲିସ ବଡ଼ବାବୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା ବାରିମୂଳରେ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଛି। ପାଟକୁରା ଉପ-ନିର୍ବାଚନର ରିପୋର୍ଟିଂ ପାଇଁ ଅଜେଶ ଯାଇଥିଲେ। ସେଠାରେ କୌଣସି କାରଣରୁ କେନ୍ଦ୍ରାପଡ଼ା ଏସ୍ପି ନୀତି ଶେଖର ତାଙ୍କୁ ଦୁର୍ବ୍ୟବହାର କରିବା ସହ ହାତ ଉଠାଇଥିବା […]
କଟକ : ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। କେନ୍ଦ୍ରପଡ଼ା ବାରିମୂଳ ଆଶ୍ରମର ଅନ୍ତେବାସିନୀ ମାଆ ଓ ଝିଅଙ୍କ ପକ୍ଷରୁ ଦାୟର ମାମଲାରେ ଶୁଣାଣି ଶେଷ ହୋଇଛି। ସି ଆର ପିସିର ସଂଶୋଧିତ ଧାରା ୪୩୬ କ କୁ ଆଧାର କରି ଜାମିନ ରେ ଯିବା ପାଇଁ ସାରଥୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ। ସଂଶୋଧିତ ଆଇନ ଅନୁଯାୟୀ ସର୍ବାଧିକ […]
ଭୁବନେଶ୍ୱର : ଆସନ୍ତା ୨୦ତାରିଖରେ ହେବାକୁ ଥିବା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ସରକାର ସବୈତନିକ ଛୁଟି ଘୋଷଣା କରିଛନ୍ତି। ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର କର୍ମଚାରୀମାନେ ଯଦି ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ହୋଇଥିବେ ସେମାନେ ନିଜର ମତାଧିକାର ସାବ୍ୟସ୍ତ ପାଇଁ ଉକ୍ତ ଦିନକୁ ସବୈତନିକ ଛୁଟି ଭାବେ ପାଇପାରିବେ। ଏହାବ୍ୟତୀତ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଆଦି ମତଦାନ ଦିବସ […]
ଯାଜପୁର / ଭୁବନେଶ୍ୱର : ଅବାଟରେ ଖର୍ଚ୍ଚ ହେଉଛି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ। ଗରିବ ଲୋକଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ, ହେଲେ ସହରାଞ୍ଚଳରେ ଚାଲିଥିବା ୫ ଟଙ୍କିଆ ଆହାର ଯୋଜନା ପାଇଁ କିନ୍ତୁ ଏହି ଫଣ୍ଡରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଆହୁରି ଆଶ୍ଚର୍ଯ୍ୟର କଥା ହେଲା ଆହାର ଯୋଜନାରେ ଖର୍ଚ୍ଚ ଟଙ୍କାକୁ ନେଇ ନଗର ଉନ୍ନୟନ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ଆରଟିଆଇ ତଥ୍ୟରେ ବି କୋଟି କୋଟି […]
କଟକ : କୁହାଯାଏ ପିଲା ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ହେଉଛି ମାଆର କୋଳ। ଛୁଆର ରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥାଏ ମାଆ। ଯେତେ ଝଡ଼ଝଞ୍ଜା ଓ ବିପଦ ଆସିଲେ ମଧ୍ୟ ପିଲାଟିକୁ ସେ ତା’ପଣତକାନିରେ ସାହାରା ଦେଇଥାଏ। ହେଲେ ସବୁ ସୁରକ୍ଷାର ପ୍ରାଚୀରକୁ ଭେଦ କରି ମାଆ ପାଖରୁ ପିଲାଟିକୁ ଯମ ଯେ, କେତେବେଳେ ଛଡ଼ାଇ ନେଇଛି ତାହା ସେ ବୁଝିବାକୁ ନାରାଜ। ଆଜି ଏମିତି ଏକ ଅଭାବନୀୟ ଦୃଶ୍ୟ କଟକର ବକ୍ସି […]
ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନେଇ ଜିଲ୍ଲା ପରିଷଦର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଛି। ଅଧ୍ୟକ୍ଷଙ୍କ ଗୋଷ୍ଠୀ ପିଡି ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରୁଥିବା ବେଳେ ଉପାଧ୍ୟକ୍ଷଙ୍କ ସମର୍ଥକ ଗୋଷ୍ଠୀ ଏହାକୁ ଭିତ୍ତିହୀନ କହିବା ସହ ସେ ଜଣେ ସଚ୍ଚୋଟ୍ ଅଫିସର ବୋଲି କହିଛନ୍ତି। ଉଭୟ ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀ କରି ପରସ୍ପର ବିରୋଧରେ ଗୋହି ଖୋଳିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅନୀତା ରାଣୀ ବେହେରା […]
ଆଳି (ବନମାଳୀ ସାହୁ) : ଗତକାଲି ବ୍ରାହ୍ମଣୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ସୁବାସ ବରାଳଙ୍କୁ କୁମ୍ଭୀର ଟାଣି ନେଇଥିଲା। ଆଜି ତାଙ୍କର କ୍ଷତିବିକ୍ଷତ ମୃତଦେହ ମିଳିଛି। କେନ୍ଦ୍ରାପଡା ଜିଲ୍ଲା ଆଳି ସାହୁପଡା ଗାଁର ସୁବାସ ବରାଳ ବିଲରେ କାମ ସାରି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ପାଣିରେ ପଶୁ ପଶୁ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ସୁବାଷଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଡଙ୍ଗା ସାହାଯ୍ୟରେ ନଦୀରେ ତାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। […]
ନୀଳଗିରି (ବିଶ୍ୱମ୍ୱର ଦାସ): ଶୋଇବା ଘରେ ଗର୍ଜୁଥିଲା ଅଜଗର। ଏହି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ ଘରେ ଶୋଇଥିବା ପରିବାର ଲୋକେ। ଖଟ ତଳକୁ ଅନାଇ ଦେଖିବାରୁ ଗୋଟିଏ ଅଜଗର ସାପ ଦେଖିବାକୁ ପାଇଲେ । ଗତକାଲି ରାତିରେ ଏପରି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡ଼ି ଗାଁର ଜଣେ ଲୋକଙ୍କ ଘରେ ଦେଖିବାକୁ ମିଳିଛି। ପୂରା ଘଟଣା ଏମିତି। ଗତକାଲି ରାତିରେ କାଣ୍ଡଗରଡି ଗାଁର ଜୟନ୍ତ ଦାସଙ୍କ ପରିବାର ଲୋକେ ଖାଇପିଇ ଶୋଇଥିଲେ। କିନ୍ତୁ […]
କେନ୍ଦୁଝର : ଆଜି ୨ଟି ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ହରିଚନ୍ଦନପୁର ବ୍ଲକ ବଡ଼ସିଆଳିମାଳ ଗାଁରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଠାକୁରପଡ଼ା ଗାଁରେ ବଜ୍ରାଘାତରେ ଜଣକର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତରଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନରେ ହଠାତ୍ ଘଡଘଡି ସହ ବର୍ଷା ହୋଇଥିଲା। ଏହି ସମୟରେ ନିଜ ବିଲ ଠାକୁରପଡାରେ କାମ କରୁଥିବା ବେଳେ ଜୟନ୍ତୀ ମହାନ୍ତଙ୍କ ମୃତ୍ୟୁ […]
କୁଚିଣ୍ଡା (ଦେବେନ୍ଦ୍ର ବେହେରା) : ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କ। ସମ୍ୱଲପୁରୀ ଆଲ୍ବମ୍ ଶୁଟିଂ ଦେଖାଇବାକୁ ନେଇ ଜଣେ ଛାତ୍ରୀଙ୍କୁ ଜଙ୍ଗଲରେ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଘୂରି ବୁଲୁଛି। ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲାରୁ ଆସିଛି। ଏନେଇ କୁଚିଣ୍ଡା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ଗତ ୧୧ ତାରିଖରେ ଜଣେ ନାବାଳିକା […]
ପୁରୀ : ବିଚାର ବିଭାଗୀୟ ହାଜତକୁ ଗଲେ ପୁରୀ ଜିଲ୍ଲା ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡରରେ ସଂପୃକ୍ତ ୬ଜଣ ଅଭିଯୁକ୍ତ। ଆଜି ହତ୍ୟାକାଣ୍ଡରେ ସଂପୃକ୍ତ ୬ଜଣଙ୍କୁ ମେଡିକାଲ ଯାଞ୍ଚ ପରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି। ଜମିବାଡ଼ି ଓ ପାରିବାରିକ କନ୍ଦଳ ଯୋଗୁ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା। ସେପଟେ କିନ୍ତୁ ଆଜି ବି […]
ଭୁବନେଶ୍ୱର : ବିଧାନସଭା ପ୍ରଶ୍ନ କାଳରେ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ ମଧ୍ୟରେ ଗୋହି ଖୋଳାଖୋଳି। ଖାଦ୍ୟ ଶସ୍ୟ ଉତ୍ପାଦନକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖୁଥିବା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ମୁହାଁମୁହିଁ ହୋଇଥିଲେ। ମହାରଥୀ ପ୍ରଶ୍ନ କରିଥିଲେ, ରାଜ୍ୟରେ କେତେ ଶୀତଳ ଭଣ୍ଡାର ଅଛି ଓ କେତେ ଅଚଳ ଅଛି। ସେହିପରି ତୈଳ ଓ ଡାଲି ଜାତୀୟ […]
ଭୁବନେଶ୍ୱର : ଆଜି ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ସ୍ଥାନଗୁଡ଼ିକ ହେଉଛି- ତେଲକୋଇ, ବାଂଶପାଳ, ପାଲଲହଡ଼ା, ଲହୁଣିପଡ଼ା, ବାରକୋଟ, ପାଟଣା, ଘଟଗାଁ, ଆନନ୍ଦପୁର, କଙ୍କଡ଼ାହାଡ଼, ଆର୍.ଉଦୟଗିରି, ମୋହନା, ସାନଖେମୁଣ୍ଡି, ଦିଗପହଣ୍ଡି, କୁତ୍ରା, ବଡ଼ଗାଁ, ସୁକିନ୍ଦା, ହରିଚନ୍ଦନପୁର, ଭୁବନ, କାମାକ୍ଷାନଗର, ପର୍ଜଙ୍ଗ, ତାଳଚେର, କଣିହାଁ, ପାଲଲହଡ଼ା, ରିଆମାଳ, ତିଲେଇବଣି, ନାକଟିଦେଉଳ, ଓଡ଼ାପଡ଼ା, ପାତ୍ରପୁର ଓ ଚିକିଟି।
ଭୁବନେଶ୍ୱର : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅପରାହ୍ନ ୩ଟା ଯାଏ ମୁଲତବୀ ପରେ ପୁଣି ସ୍ୱାଭାବିକ ହୋଇଛି। ବିଧି ଅନୁସାରେ ଗୃହ ଚାଲୁନଥିବା ଅଭିଯୋଗ କରି କଂଗ୍ରେସ ହଟ୍ଟଗୋଳ କରିଥିବା ବେଳେ ଚାଷୀ ସମସ୍ୟା ନେଇ ବିଜେପି ସଦସ୍ୟଙ୍କ ହଙ୍ଗାମା ପରେ ଗୃହକୁ ବାଚସ୍ପତି ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଏପରିକି ବାଚସ୍ପତିଙ୍କ ଉପରକୁ କାଗଜ ପିଙ୍ଗିଥିଲେ କଂଗ୍ରେସର ବିଧାୟକ ତାରା ପ୍ରସାଦ ବାହିନୀପତି। ଶେଷରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ସର୍ବଦଳୀୟ […]
ପଦ୍ମପୁର ( ସୋମେଶ ମହାନ୍ତି) : ଶସ୍ୟ ବୀମା ପ୍ରଦାନ ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ। ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ହଜାର ହଜାର ସଂଖ୍ୟାରେ ଚାଷୀ। ରାଜବୋଡାସମ୍ବର କୃଷକ ସଂଘଠନର ଡାକରାରେ ପଦ୍ମପୁର, ପାଇକଲମା, ଝାରବନ୍ଧ ଓ ଗାଇସିଲଟ ବ୍ଲକ୍ର ଚାଷୀ ଆସି ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଛନ୍ତି। କୃଷକଙ୍କୁ ଶସ୍ୟ ବୀମା ପ୍ରଦାନ, ବୀମା ପ୍ରଦାନରେ ବିଳମ୍ବ, ହକ୍ ପ୍ରାପ୍ୟରୁ ୫୦ ପ୍ରତିଶତ ଅର୍ଥ କାଟିବା, କ୍ରପ୍ କଟିଂ ରିପୋର୍ଟ […]
ଭୁବନେଶ୍ୱର : ରାଜ୍ୟର ଜଣାଶୁଣା ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିସିନ୍ ବିଭାଗର ଆଇସିୟୁରେ ରଖାଯାଇଛି। ଅନୁଗୋଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ରାଓ ଯାଉଥିଲେ। ଏହି ସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ […]
ଜଳେଶ୍ୱର (ଅଜିତ ଦାସ): ମାଙ୍କଡ଼ କାମୁଡ଼ାରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କୁଳିଦା ପଞ୍ଚାୟତ ତେନ୍ତୁଳିଆ ଗାଁର ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଗତ ଦୁଇ ମାସ ଭିତରେ ୩୦ରୁ ଅଧିକ ମାଙ୍କଡ ଏହି ପଞ୍ଚାୟତରେ ଉତ୍ପାତ କରୁଛନ୍ତି। ତେବେ ତେନ୍ତୁଳିଆ ଗାଁ ଲୋକେ ମାଙ୍କଡ଼ଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ ପିଲାମାନେ ଘରୁ […]
ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟଗୁରୁ ସୋନାଲ ମାନସିଂ ପାଇବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଫେଲୋ ପୁରସ୍କାର। ସେହିପରି ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ରଙ୍କୁ ମିଳିବ ଉସ୍ତାଦ ବିଶମିଲ୍ଲା ଖାଁ ଯୁବ ପୁରସ୍କାର। ଛଉ ନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକୁ ବିଶିଷ୍ଟ ସମ୍ମାନ ପାଇଁ ମନୋନୀତ କରାଯାଇଥିବାବେଳେ ଓଡ଼ିଶୀ ନୃତ୍ୟ ଲାଗି ସୁରୁପା ସେନ୍ଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏକାଡେମୀ ଫେଲା ପୁରସ୍କାର ବାବଦରେ ୩ଲକ୍ଷ ଟଙ୍କାର ଅର୍ଥରାଶି ଓ ଏକାଡେମୀ ପୁରସ୍କାର ପାଇଁ […]
ଭୁବନେଶ୍ୱର : ଚୋରି ହୋଇଥିବା ଦାମୀ କାର୍ ବିକ୍ରି କରୁଥିବା ଲୁଟେରା ଗ୍ୟାଙ୍ଗର ସଦସ୍ୟ ଶେଷରେ ଧରାପଡ଼ିଛନ୍ତି। ଛଦ୍ମଵେଶରେ ଗ୍ରାହକ ସାଜି କମିଶନରେଟ ପୁଲିସର ଏକ ଦଳ ଏହି ଗ୍ୟାଙ୍ଗକୁ ଧରିଛନ୍ତି। ଆଜି ଏଭଳି ଘଟଣାର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିଶନରେଟ୍ ପୁଲିସ। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିବା ସହିତ ଦାମୀ କାର୍ ଜବତ କରିଛି। ପୂରା ଘଟଣା ଏମିତି। ଗିରଫ ଅଭିଯୁକ୍ତମାନେ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି, ଏୟାରପୋର୍ଟ ଓ ଏୟାରପୋର୍ଟ ଥାନା ଅଧୀନ […]
କଟକ : ବଢୁଛି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଅଡୁଆ। ମହିଳା ସାମ୍ବାଦିକାଙ୍କୁ ସାଂସଦ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସ ମିଶି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ମାମଲାରେ ଆସନ୍ତା ୭ରୁ ୧୦ ଦିନ ଭିତରେ ଫାଇନାଲ୍ ରିପୋର୍ଟ ଦାଖଲ କରିବ କଟକ ପୁଲିସ। ଏ ନେଇ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ ଡିସିପି। ଆହୁରି ମଧ୍ୟ କହିଛନ୍ତି, ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। […]
ପୁରୀ : ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣାରେ ବିଧାନସଭାରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ପୁଲିସ ଏ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନବୀନ କହିଛନ୍ତି। ଏ ମାମଲାରେ ଏଯାଏଁ ୬ ଜଣ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଧରିବା ଲାଗି ତନାଘନା ଚାଲିଛି। ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପର୍ଯ୍ୟାପ୍ତ ସୁରକ୍ଷା କର୍ମୀଙ୍କୁ ମୁତୟନ ସହ ମୃତକଙ୍କ ପରିବାରକୁ ମଧ୍ୟ ସୁରକ୍ଷା […]
ବିନିକା ( ଦିଲ୍ଲୀପ ସାହୁ) : ସୁବର୍ଣ୍ଣପୁର ବିନିକା ଥାନାରେ ପୁଲିସକୁ ସ୍ଥାନୀୟ ବ୍ୟକ୍ତିଙ୍କ ମାଡ଼ ଅଭିଯୋଗ। ବିନିକା ଥାନା ଏସ୍ଆଇ ଅଭିମନ୍ୟୁ ସେଠୀଙ୍କୁ ସ୍ଥାନୀୟ ଦେଣ୍ଡୁପଦର ଗାଁର ପାଣୁ କର୍ଣ୍ଣ ନାମକ ବ୍ୟକ୍ତି ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଭିଯୁକ୍ତ ପାଣୁ କର୍ଣ୍ଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୁଲିସ। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏକ ମାମଲାକୁ ନେଇ ଦେଣ୍ଡୁପଦର ଗାଁର ପାଣୁ କର୍ଣ୍ଣଙ୍କ ସମେତ ଅନ୍ୟ ଦୁଇ ବ୍ୟକ୍ତିଙ୍କ […]
ପାଟକୁରା : ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ଜମୁଛି ପାଟକୁରା ପ୍ରଚାର। ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ୍ ନେତା। ପାଟକୁରାରେ ରୋଡ୍ ଶୋ’ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ରୋଡ୍ ଶୋ’ରେ ଦଳର ବରିଷ୍ଠ ନେତା କେଭି ସିଂଦେଓ, ସମୀର ଦେ ଓ ନିବେଦିତା ପ୍ରଧାନ ପ୍ରମୁଖ ସାମିଲ ହୋଇ ବିଜୟ ମହାପାତ୍ରଙ୍କ ପାଇଁ ଭୋଟ୍ ମାଗିଛନ୍ତି। […]