• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

farmer suicide
ବିଷ ପିଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ

ବଲାଙ୍ଗିର (ମନୋରଂଜନ ଯୋଶୀ) : ବଲାଙ୍ଗିର ସଦର ଥାନା ବରକାନି ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ମୃତକ ଜଣକ ହେଲେ ଭକ୍ତବନ୍ଧୁ ଦଣ୍ଡସେନା। ବର୍ଷା ଅଭାବରୁ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ହତାଶ ହୋଇ ଭକ୍ତବନ୍ଧୁ ବିଷ ପିଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିରରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କୃଷି ଉପନିର୍ଦ୍ଦେଶକ ମୃତକଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

  • Saturday, 17 July 2021
ambulance
ଜ୍ୱାଇଁଙ୍କୁ ଶ୍ୱଶୁରର ଛୁରାମାଡ଼

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୁଞ୍ଜିକଁୟା ଛକରେ ଜଣେ ଯୁବକଙ୍କୁ ଛୁରା ମାଡ଼ ହୋଇଛି। ପୁଣି ଆଉ କେହି ନୁହେଁ, ତାଙ୍କ ଶ୍ୱଶୁର ଏହି ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କ ନାଁ ସଞ୍ଜୟ ଗୌଡ଼। ତାଙ୍କ ଘର ଦିଗପହଣ୍ଡି ଥାନା କଲ୍ୟାଣପୁର ଗାଁରେ। ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସଞ୍ଜୟ ପୁଞ୍ଜିକଁୟା ଛକରେ ସଞ୍ଜୟ ଠିଆ […]

  • Saturday, 17 July 2021
student pregnat
ଆଶ୍ରମ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଅଭିଯୋଗ

ଫୁଲବାଣୀ( ତ୍ରିନାଥ ସାହୁ) : ପୁଣି କନ୍ଧମାଳରେ ଲଜ୍ଜା। ଆଶ୍ରମ ସ୍କୁଲରେ ଛାତ୍ରୀ ଗର୍ଭବତୀ ଘଟଣା ପୁଣି ସାମ୍ନାକୁ ଆସିଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ପୋକ୍ସୋ ଧାରାରେ ମାମଲା ରୁଜୁ କରି ଜଣକୁ ଗିରଫ କରିଛି ପୁଲିସ। ସ୍ଥାନୀୟ କଲେଜର ଜଣେ ଛାତ୍ର ଏହି ଘଟଣାର ଅଭିଯୁକ୍ତ ବୋଲି ଜଣାପଡିଛି। ସେପଟେ କୋର୍ଟରେ ଛାତ୍ରୀଙ୍କ ବୟାନ ରେକର୍ଡ ହୋଇଛି। ଛାତ୍ରୀ ଜଣକ ଏବେ ୪ ମାସର ଗର୍ଭବତୀ […]

  • Saturday, 17 July 2021
police
୭୦ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ !

କୁଚିଣ୍ଡା : ସମ୍ୱଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରେ ଜଣେ ୭୦ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପରେ ଅତ୍ୟଧିକ ରକ୍ତସ୍ରାବ ହେବା ଯୋଗୁ ସେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଏଥିସହ ଜଣଙ୍କ ଉପରେ ସନ୍ଦେହ କରି ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

  • Saturday, 17 July 2021
vigilance raid
ବ୍ରହ୍ମପୁର DFO ଆଶିଷ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବ୍ରହ୍ମପୁର ଡିଏଫ୍ଓ ଆଶିଷ ବେହେରାଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ଡିଏଫ୍ଓ ଆଶିଷ ବେହେରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିବା ଜଣାପଡ଼ିଛି। ଡିଏଫ୍ଓ ଆଶିଷ ବେହେରାଙ୍କ ବ୍ରହ୍ମପୁର କାର୍ଯ୍ୟାଳୟ, କ୍ୱାର୍ଟର, ଦିଗପହଣ୍ଡି ରେଞ୍ଜ୍ ଅଫିସ୍ ସମେତ ୯ଟି ଅଞ୍ଚଳରେ ଏକକାଳୀନ ଯାଞ୍ଚ କରୁଛି ଭିଜିଲାନ୍ସ।

  • Saturday, 17 July 2021
rain
ଦକ୍ଷିଣ ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟ ; ରାଜ୍ୟରେ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।  ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଅଛି। ଆଗାମୀ ୪-୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। ଗତକାଲି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ତେବେ ମୌସୁମୀ ପ୍ରଭାବରେ ରାଜ୍ୟରେ ଯେତେ ପରିମାଣର ବର୍ଷା ହେବା କଥା ଏବେ ସୁଧା ହୋଇନି।

  • Saturday, 17 July 2021
elephant
ମହିଳାଙ୍କୁ ଦଳିଦେଲା ହାତୀ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କାଉଁରିଆ ପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ନାୟକ। ଘର କାଉଁରିଆ ଗାଁରେ ବୋଲି ଜଣାପଡ଼ିଛି। ଆଜି ସକାଳେ ଉର୍ମିଳା ଗାଁ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ କବଳରୁ ନିଜ ଜୀବନକୁ ବଞ୍ଚାଇ ପାରି ନଥିଲେ ଉର୍ମିଳା। ହାତୀ ତାଙ୍କ ମୁଣ୍ଡକୁ ଦଳି ଦେଇଥିଲା।

  • Saturday, 17 July 2021
KALINGA LITERARY
ଆଜିଠାରୁ ଆରମ୍ଭ ହେଉଛି ତିନି ଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ତିନି ଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବ। ଏହି ମହୋତ୍ସବରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଦୃଷ୍ଟିରେ ଭାରତ ଶୀର୍ଷକରେ ଆଲୋଚନା କରାଯିବ। ଏଥିରେ ୨୫୦ରୁ ଅଧିକ ଜାତୀୟ ଏବଂ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ, କବି,ଗୀତିକାର, ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ସାମିଲ ହେବେ। ଏହି ଅବସରରେ ପବନ କୁମାର ବର୍ମା, ରାଜେନ୍ଦ୍ର କିଶୋର ପଣ୍ଡା, ପାରୋ ଆନନ୍ଦଙ୍କୁ ମିଳିବ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର। ଏହି ସାହିତ୍ୟ ମହୋତ୍ସବରେ କଳାକୃତି ମଧ୍ୟ […]

  • Saturday, 17 July 2021
PATKURA--1
ଆସନ୍ତାକାଲି ପାଟକୁରା ବିଧାନସଭା ନିର୍ବାଚନ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ବିଜେପି ପକ୍ଷରୁ ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେହିପରି  ବିଜେଡି ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଛି। କାଲି ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ନିର୍ବାଚନ ପାଇଁ ୩୦୯ଟି ବୁଥ୍‌ରେ ଭୋଟ୍ ଗ୍ରହଣ ହେବ। ଭୋଟ୍‌ ଗ୍ରହଣ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୪ […]

  • Saturday, 17 July 2021
rape allegation
ସମିତି ସଭ୍ୟଙ୍କ ନାଁରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ସାଲେପୁର ( ମନୋଜ ଆଚାର୍ଯ୍ୟ) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡ଼ା ପଞ୍ଚାୟତ ସମିତି ସଭ୍ୟଙ୍କ ବିରୁଦ୍ଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ମହିଳା ଜଣକ ଘରେ ଶୋଇଥିବା ବେଳେ, ଅଭିଯୁକ୍ତ ଝରକା ପଟେ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା ଓ ଏକଥା କାହାକୁ ନକହିବା ପାଇଁ ଛୁରୀ ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ନିଜେ ପୀଡ଼ିତା ପରିବାର ଲୋକଙ୍କ ସହ ଆସି ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଛନ୍ତି। ଏତଲା ହେବା ପରେ ପୁଲିସ […]

  • Saturday, 17 July 2021
loot-2
ଚେନ୍ ଲୁଟେରାକୁ ଧରି ନିର୍ଧୁମ ଛେଚିଲେ ଲୋକେ

ଉଦଳା ( ମାନସ ପାଣି) : ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କ ବେକରୁ ସୁନା ଚେନ୍ ଲୁଟ କରିବା ପଡିଲା ମହଙ୍ଗା। ଲୁଟେରାକୁ ଧରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ। ଏମିତି ଏକ  ଘଟଣା ଘଟିଛି ମୟୂରଭଂଜ ଉଦଳା ପୂର୍ତ୍ତ ବିଭାଗ ବଂଗଳା ନିକଟରେ। ମିଳିଥିବା ସୂଚନା ମୁତାବକ,  ଗତକାଲି ସଂଧ୍ୟା ସମୟରେ ମହିଳା ଜଣକ ରାସ୍ତାରେ ଯାଉଥିବା ସମୟରେ ଲୁଟେରା ଜଣକ ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ […]

  • Saturday, 17 July 2021
mother
ଝିଅକୁ ନିଆଁ ଲଗାଇ ମାଆର ଆତ୍ମହତ୍ୟା ଉଦ୍ୟମ !

ଦେବଗଡ଼  : ନିଆଁରେ ପୋଡ଼ି ହୋଇ ମାଆ, ଝିଅ ଗୁରୁତର। ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଚଚୁପାଲି ଗାଁରେ। ୩ ବର୍ଷର ଝିଅକୁ ପ୍ରଥମେ ପତ୍ନୀ ନିଆଁ ଲଗାଇବା ସହ ନିଜେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ଗନ୍ଧର୍ବ ଓରାମ୍। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲା […]

  • Saturday, 17 July 2021
biswa
ଆସନ୍ତା ୨୪ରେ ଆନ୍ଧ୍ର ରାଜ୍ୟପାଳ ଭାବେ ଶପଥ ନେବେ ବିଶ୍ୱଭୂଷଣ

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ଏନେଇ ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡିଙ୍କ ସହ ଆଲୋଚନା କରିଥିବା ନିଜେ ବିଶ୍ୱଭୂଷଣ କହିଛନ୍ତି। ଏଥିସହ ଶପଥ ଗ୍ରହଣ ଉତ୍ସବକୁ ନିରାଡ଼ମ୍ବର କରିବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି। ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିବା ଗତ ମଙ୍ଗଳବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି […]

  • Saturday, 17 July 2021
patkyura
ପାଟକୁରା ପ୍ରଚାର ସରିଲା : ଗଡ଼ ଛାଡ଼ୁ ନାହାନ୍ତି ବିଜେଡି ନେତା

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି। ୨୦ତାରିଖ ଶନିବାର ଭୋଟଗ୍ରହଣ ହେବ। ନିର୍ବାଚନୀ ପ୍ରଚାର ସରଗରମ ହୋଇଥିବା ସତ୍ତ୍ୱେ  ଭୋଟରମାନଙ୍କ ମାତ୍ରାଧିକ ନିରବତା ହିଁ ପ୍ରାର୍ଥୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ତେବେ ନିଜ ନିଜର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତା ଓ କର୍ମୀମାନେ ଶେଷ ପ୍ରୟାସରେ ଲାଗିଛନ୍ତି । ତେବେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ନିର୍ବାଚନମଣ୍ଡଳୀ ବାହାରର ଶତାଧିକ ବିଜେଡି ନେତା […]

  • Saturday, 17 July 2021
saluja -niranjan
ବିଧାନସଭା ପ୍ରଶ୍ନକାଳରେ ସାଲୁଜା-ନିରଞ୍ଜନ ମୁହାଁମୁହିଁ

ଭୁବନେଶ୍ୱର : ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଳିର ଏଯାଏ ସମାଧାନ ହୋଇନାହିଁ। ବିଧାନସଭାରୁ ଆରମ୍ଭ ହୋଇଥିବା ଏହି କଳି ବାଟରେ ପଡ଼ି ହାଟରେ ଗଡ଼ୁଛି। ଆଜି ପୁଣି ବିଧାନସଭା ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁହାଁମୁହିଁ ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରେ ଜଳସେଚନକୁ ନେଇ ସାଲୁଜା ଓ ନିରଞ୍ଜନଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ଦେଖିବାକୁ ମିଳିଥିଲା। କା’ ମନ୍ତ୍ରୀ ସମ୍ବୋଧନ ସହିତ ବିଧାୟକ […]

  • Saturday, 17 July 2021
ATIBADI
ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ ଉନ୍ନତିକରଣ ନାଁରେ ଦୁର୍ନୀତି

ଭୁବନେଶ୍ୱର : ସରକାରୀ ଅର୍ଥ ଚଳୁ କରିବାର ନୂଆ ଉପାୟ। ଏଥର ମୋହରା ସାଜିଛନ୍ତି ଖୋଦ୍ ମହାପୁରୁଷ ଅତିବଡ଼ି। ପୁରୀ-ବ୍ରହ୍ମଗିରି ରାସ୍ତାରେ ଗଲେ ପଡେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ୱରପୁର। ମୁଖ୍ୟରାସ୍ତାରୁ ପୀଠକୁ ଯିବା ପାଇଁ  ପ୍ରବେଶପଥରେ ପୀଠ ସଂପର୍କରେ ସୂଚନା ପ୍ରଦାନ ଲାଗି ଏଠାରେ ନିର୍ମାଣ ହେଉଛି ଏକ ସିମେଣ୍ଟ ଗେଟ୍। ତେବେ ଇଏ ଏମିତି ସେମିତି ଗେଟ୍ ନୁହେଁ ; କାରଣ ଏହାର ନିର୍ମାଣରେ ଖର୍ଚ୍ଚ ହେବ ୪୬ ଲକ୍ଷ ୧୪ ହଜାର […]

  • Saturday, 17 July 2021
death
ଅପମୃତ୍ୟୁ ମାମଲାରେ ଟୁଇଷ୍ଟ ; ମୃତ୍ୟୁର ୩ମାସ ପରେ ହତ୍ୟା ମାମଲା ରୁଜୁ

ପଦ୍ମପୁର (ସୌମେଶ ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁରରେ ଘଟିଥିଲା ଏକ ରହସ୍ୟଜନକ ହତ୍ୟାକାଣ୍ଡ। ୩ ମାସ ତଳର ଏହି ଅପମୃତ୍ୟୁ ମାମଲା ଏବେ ହତ୍ୟା ମାମଲାରେ ପରିବର୍ତ୍ତିତ ହୋଇଛି। ଏହି ଅପରାଧର ରାଜନୀତିକ ପୃଷ୍ଠଭୂମି ଥିବାର ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମଦରେ ବିଷ ଦେଇ ଗୋଟିଏ ନିର୍ଦ୍ଦିଷ୍ଟ ଦଳର କର୍ମୀମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ପୁଲିସ ମୃତଦେହକୁ ମାଟିତଳୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ୨୦୧୯ ଏପ୍ରିଲ ୧୭ […]

  • Saturday, 17 July 2021
binika
ବର୍ଷକର ନାତିକୁ ଆଈ ବିକ୍ରି କରିଥିବା ଅଭିଯୋଗ

ବିନିକା( ଦିଲ୍ଲୀପ ସାହୁ) :  ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଛୁଆ ବିକ୍ରୀ ଅଭିଯୋଗ। ବିଶାଲପାଲି ଗାଁରେ ବର୍ଷକର କୋମଳମତି ଶିଶୁପୁତ୍ରକୁ ଆଈ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏନେଇ ବିନିକା ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ଜନ୍ମ କଲା ମାଆ। ସସ୍ମିତା ଅସୁସ୍ଥ ଥିବାରୁ ଘରେ ଶୋଇଥିବା ବେଳେ ଆଈ ଜୟନ୍ତୀ ଜଗଦଲା ଏବଂ ବଳାରଙ୍ଗା ଗାଁ ଦଶରଥ ସୁନା ତାଙ୍କ ପୁଅକୁ ନେଇ ରାୟଗଡ଼ାରେ ବିକ୍ରି କରିଥିବା ଶିଶୁର ମାଆ ଅଭିଯୋଗ କରିଛନ୍ତି। ଦୁଇ ମାସ […]

  • Saturday, 17 July 2021
school
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

କେନ୍ଦୁଝର ( ପ୍ରଣୟ ପାଣି) : ଦିନକୁ ଦିନ ନାବାଳିକାଙ୍କ ପ୍ରତି ଅସଦାଚରଣ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନାବାଳିକାଟିଏ ଦୁଷ୍କର୍ମ ଓ ଅସଦାଚରଣର ଶିକାର ଦେଉଛି। ବିଦ୍ୟାର୍ଜନ କରିବାକୁ ଯାଉଥିବା ସ୍କୁଲ୍‌ରେ  ବି ସେ ସୁରକ୍ଷିତ ନୁହେଁ। ଏମିତି ଏକ ଖବର ଆସିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଆଶ୍ରମ ବିଦ୍ୟାଳୟରୁ। ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୁଲିସ ଅଭିଯୁକ୍ତ ପ୍ରଧାନ […]

  • Saturday, 17 July 2021
loot
ମାରୁତି ସୁଜୁକି ଶୋ'ରୁମ୍‌ରୁ ଲୁଟ୍

ଉଦଳା :  ମୟୂରଭଞ୍ଜ ଉଦଳା ଥାନା ମସ୍‌ଜିଦ୍‌ ଛକସ୍ଥିତ ମାରୁତି ସୁଜୁକି ଶୋ’ରୁମ୍‌ରୁ ଲୁଟ୍।  ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଶୋ’ରୁମ୍‌ରେ ଥିବା ବାଥ୍‌ରୁମ୍‌ର ସ୍କାଏଲାଇଟ୍ ଭାଙ୍ଗି ଶୋ’ରୁମ୍‌କୁ ପ୍ରବେଶ କରିଥିଲେ। ଟେବୁଲ ଡ୍ର ଭାଙ୍ଗି ୧ ଲକ୍ଷ ୯୫ ହଜାର ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଜାରି ରଖିଛି।

  • Saturday, 17 July 2021
sp
ସାମ୍ବାଦିକଙ୍କ ଉପରକୁ ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସ୍‌ପି !

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଦବଙ୍ଗଗିରିର ଝଲକ ଆଜି ଦେଖିବାକୁ ମିଳିଛି। ତା’ ସହିତ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ପୁଲିସ ବଡ଼ବାବୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା ବାରିମୂଳରେ ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଛି। ପାଟକୁରା ଉପ-ନିର୍ବାଚନର ରିପୋର୍ଟିଂ ପାଇଁ ଅଜେଶ ଯାଇଥିଲେ। ସେଠାରେ କୌଣସି କାରଣରୁ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ତାଙ୍କୁ ଦୁର୍ବ୍ୟବହାର କରିବା ସହ ହାତ ଉଠାଇଥିବା […]

  • Saturday, 17 July 2021
sarathi
ହାଇକୋର୍ଟରେ ସାରଥି ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ :  ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। କେନ୍ଦ୍ରପଡ଼ା ବାରିମୂଳ ଆଶ୍ରମର ଅନ୍ତେବାସିନୀ ମାଆ ଓ ଝିଅଙ୍କ ପକ୍ଷରୁ ଦାୟର ମାମଲାରେ ଶୁଣାଣି ଶେଷ ହୋଇଛି। ସି ଆର ପିସିର ସଂଶୋଧିତ ଧାରା ୪୩୬ କ କୁ ଆଧାର କରି ଜାମିନ ରେ ଯିବା ପାଇଁ ସାରଥୀଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ। ସଂଶୋଧିତ ଆଇନ ଅନୁଯାୟୀ ସର୍ବାଧିକ […]

  • Saturday, 17 July 2021
vote
ପାଟକୁରା ଭୋଟ୍ ପାଇଁ ସବୈତନିକ ଛୁଟି

ଭୁବନେଶ୍ୱର : ଆସନ୍ତା ୨୦ତାରିଖରେ ହେବାକୁ ଥିବା ପାଟକୁରା ବିଧାନସଭା ନିର୍ବାଚନ ପାଇଁ ରାଜ୍ୟ ସରକାର ସବୈତନିକ ଛୁଟି ଘୋଷଣା କରିଛନ୍ତି। ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର କର୍ମଚାରୀମାନେ ଯଦି ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ହୋଇଥିବେ ସେମାନେ ନିଜର ମତାଧିକାର ସାବ୍ୟସ୍ତ ପାଇଁ ଉକ୍ତ ଦିନକୁ ସବୈତନିକ ଛୁଟି ଭାବେ ପାଇପାରିବେ। ଏହାବ୍ୟତୀତ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଆଦି ମତଦାନ ଦିବସ […]

  • Saturday, 17 July 2021
aahar
ଗରିବଙ୍କ ଚିକିତ୍ସା ପାଇଁ ନାହିଁ, ହେଲେ ‘ଆହାର’କୁ ଯାଉଛି କୋଟି କୋଟି ଟଙ୍କା

ଯାଜପୁର / ଭୁବନେଶ୍ୱର : ଅବାଟରେ ଖର୍ଚ୍ଚ ହେଉଛି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ। ଗରିବ ଲୋକଙ୍କ ଚିକିତ୍ସା ପାଇଁ ଟଙ୍କା ନାହିଁ, ହେଲେ ସହରାଞ୍ଚଳରେ ଚାଲିଥିବା ୫ ଟଙ୍କିଆ ଆହାର ଯୋଜନା ପାଇଁ କିନ୍ତୁ ଏହି ଫଣ୍ଡରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଆହୁରି ଆଶ୍ଚର୍ଯ୍ୟର କଥା ହେଲା ଆହାର ଯୋଜନାରେ ଖର୍ଚ୍ଚ ଟଙ୍କାକୁ ନେଇ ନଗର ଉନ୍ନୟନ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦିଆଯାଇଥିବା ଆରଟିଆଇ ତଥ୍ୟରେ ବି କୋଟି କୋଟି […]

  • Saturday, 17 July 2021
lady
ମୃତ ଶିଶୁକୁ ଧରି ରାସ୍ତାରେ ଅସହାୟ ମହିଳା

କଟକ : କୁହାଯାଏ ପିଲା ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ହେଉଛି ମାଆର କୋଳ। ଛୁଆର ରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥାଏ ମାଆ। ଯେତେ ଝଡ଼ଝଞ୍ଜା ଓ ବିପଦ ଆସିଲେ ମଧ୍ୟ ପିଲାଟିକୁ ସେ ତା’ପଣତକାନିରେ ସାହାରା ଦେଇଥାଏ। ହେଲେ ସବୁ ସୁରକ୍ଷାର ପ୍ରାଚୀରକୁ ଭେଦ କରି ମାଆ ପାଖରୁ ପିଲାଟିକୁ ଯମ ଯେ, କେତେବେଳେ ଛଡ଼ାଇ ନେଇଛି ତାହା ସେ ବୁଝିବାକୁ ନାରାଜ। ଆଜି ଏମିତି ଏକ ଅଭାବନୀୟ ଦୃଶ୍ୟ କଟକର ବକ୍ସି […]

  • Saturday, 17 July 2021