ଭୁବନେଶ୍ୱର : ସମାଧାନ ପରିବର୍ତ୍ତେ ଆହୁରି ଜଟିଳ ହେଉଛି ମହାନଦୀ ବିବାଦ। ଶୁଷ୍କ ହୋଇଯାଇ ପାରେ ରାଜ୍ୟର ସବୁଠୁ ବଡ଼ ନଦୀ ‘ମହାନଦୀ’। ଓଡ଼ିଶାରେ ଗୁରୁତର ଜଳ ସଙ୍କଟ ଦେଖାଦେଇ ପାରେ। ମହାନଦୀ ଅବବାହିକାରେ ଛତିଶଗଡ଼ ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ନେଇ ବଢ଼ିଯାଇଛି ଏଭଳି ଆଶଙ୍କା। ରାଜ୍ୟସଭାରେ କେନ୍ଦ୍ର ସରକାର ରଖିଥିବା ତଥ୍ୟ ଅନୁଯାୟୀ, ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ୨୩୬୫ଟି ପ୍ରକଳ୍ପ ନିର୍ମାଣ କରିସାରିଛି। ତେବେ ଆହୁରି ୧୮୦୨ଟି ପ୍ରକଳ୍ପ କରିବାର ଯୋଜନା ରାଜ୍ୟ ସରକାର […]
ଭୁବନେଶ୍ୱର : ସିସିଟିଭିରୁ ଧରାପଡିଲା ଲୁଟେରା। ଗ୍ରୀଲ୍ ଭାଙ୍ଗି ଗାଡ଼ି ଲୁଟ୍ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ। ଦୁଇ ଜଣ ଅଭିଯୁକ୍ତ ଗିରଫ ସହ ୮ଟି ବାଇକ୍ ଜବତ ହୋଇଛି। ତେବେ ଗ୍ରୀଲ ଭିତରେ ଗାଡ଼ି ରଖିବା ସତ୍ତ୍ୱେ ଏହା ଯେ ସୁରକ୍ଷିତ ନୁହେଁ, ଏହି ଭିଡିଓରୁ ସ୍ପଷ୍ଟହୋଇଛି। ଖଣ୍ଡଗିରି କଳିଙ୍ଗନଗର ଭିତରୁ ଚୋରି ହୋଇଥିବା ଏକ ସିସିଟିଭ ଫୁଟେଜରେ କଏଦ୍ ହୋଇଛି। ଗ୍ରୀଲ ଭାଙ୍ଗି ଭିତରେ ପଶିଲେ ଦୁର୍ବୃତ୍ତ, ଏହା ଭିତରେ ଥିବା ଗାଡିର ଲକ୍ ଭାଙ୍ଗି […]
ଭୁବନେଶ୍ୱର : ବିଧାୟକ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର କରିବା କଳିଙ୍ଗ ହସ୍ପିଟାଲ ପାଇଁ ମହଙ୍ଗା ପଡ଼ିଛି। ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ଦିଆଯାଇଛି। ଦୁର୍ବ୍ୟବହାର କରୁଥିବା ୪ ଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଅନ୍ୟ ହସ୍ପିଟାଲ୍ରେ ଯେପରି ଏମିତି ଘଟଣା ନଘଟିବ, ସେଥିପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହା କହିଛନ୍ତି। […]
ବାଙ୍କୀ ( ସଞ୍ଜିପ କୁମାର ନାୟକ) : ଚାରିଆଡ଼େ ଘଞ୍ଚ ଜଙ୍ଗଲ। ତା ଭିତରେ ଗାଁ। ନା ଭଲ ରାସ୍ତା ଅଛି ନା ବିଜୁଳି କି ପାନୀୟ ଜଳର ସୁବିଧା। ଶିକ୍ଷା, ସ୍ୱାସ୍ଥ୍ୟ ତ ଦୂରର କଥା । ବାଙ୍କୀ ଡମପଡ଼ା ତହସିଲ ଅଧିନସ୍ଥ ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟ ଇଲାକା ,ଯେଉଁଠି ରହିଛି ୫ ଖଣ୍ଡ ଗାଁ ଢୋଲକାଠ, ଡାହାଣିଗଡ଼ିଆ, ବେହେଣ୍ଟାସାହି, ପିଠାଖିଆ ଓ ନୂଆକୂଅ । ବର୍ଷ ବର୍ଷ ଧରି ମୌଳିକ ସୁବିଧା ଠାରୁ ଏମାନେ […]
ପାଟକୁରା : ପାଟକୁରା ବିଧାନସଭା ଆସନ ଲାଗି ଚାଲିଛି ମତଦାନ। ଦିନ ୩ଟା ସୁଦ୍ଧା ୬୧% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୁଶିଆପାଳ ବୁଥ୍ ନଂ ୩୨ରେ ଉତ୍ତେଜନା ଦେଖାଦେଇଛି। ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିବ ସୂଚନା ମିଳିଛି। ଆଜି ସକାଳୁ ୨୭୮ ନମ୍ବର ବୁଥ୍ରେ EVMରେ ତ୍ରୁଟି ପରିଲକ୍ଷିତ ଯୋଗୁଁ ଭୋଟ୍ ଗ୍ରହଣରେ କିଛି ସମୟ ପାଇଁ ବିଳମ୍ବ ହୋଇଥିଲା। ତ୍ରୁଟି ସୁଧାରିବା ପରେ ମତଦାନ […]
ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନିର୍ଦ୍ଦେଶ। ସପ୍ତାହେ ଭିତରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ DEOଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଆଜି ଶନିବାର ସକାଳୁଆ ସ୍କୁଲ ଚାଲିଥିବା ବେଳେ ମଧ୍ୟାନ୍ନ ଭୋଜନ ଖାଇବାକୁ ପିଲାମାନେ ଯାଉଥିବା ବେଳେ ଏକ ବିସ୍ଫୋରଣ ହୋଇଥିଲା। ଘଟଣାରେ ଗୁରୁତର ଆହତ ହୋଇଥିବା ୨ ଛାତ୍ରଙ୍କୁ ଆସିକା ମେଡିକାଲରେ […]
ସୋର : ନବଜାତ ଶିଶୁର ମୃତ୍ୟୁକୁ ନେଇ ବାଲେଶ୍ୱର ଜିଲ୍ଲାର ସୋର ମେଡିକାଲରେ ଉତ୍ତେଜନା। ସୋର ବ୍ଲକ୍ କମାଣପୁର ଗ୍ରାମର ଜୟନ୍ତୀ ଶଙ୍ଖୁଆଙ୍କୁ ପ୍ରସବ ପାଇଁ ଗତ ରାତିରେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ରାତିରେ କେହି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନଥିବାରୁ ନର୍ସମାନେ ପ୍ରସବ କରାଇଥିଲେ। କିନ୍ତୁ ପ୍ରସବ ପରେ ଏକ ମୃତ ଶିଶୁପୁତ୍ର ଜନ୍ମ ହୋଇଥିଲା। ଏହାପରେ ମେଡିକାଲରେ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା। ପରେ ସୋର ପୁଲିସ ପହଞ୍ଚିବା […]
କଟକ : କଟକ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ୍ର ଟିମ୍ ଇଭେଣ୍ଟ ଫାଇନାଲରେ ଭାରତ। ଉଭୟ ଭାରତୀୟ ପୁରୁଷ ଓ ମହିଳା ଟିମ୍ ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ଦଳ ସେମିଫାଇନାଲରେ ଶକ୍ତିଶାଳୀ ସିଙ୍ଗାପୁରକୁ ୩-୦ରେ ପରାସ୍ତ କରି ଫାଇନାଲକୁ ପହଞ୍ଚିଛି। ଏହା ପୂର୍ବରୁ ଆଜି ଭାରତୀୟ ମହିଳା ଦଳ ମଧ୍ୟ ଟିମ୍ ଇଭେଣ୍ଟର ସେମିଫାଇନାଲରେ ସିଙ୍ଗାପୁରକୁ ହରାଇ ଫାଇନାଲରେ ପହଞ୍ଚିଛି। ଷ୍ଟାର୍ ଖେଳାଳି ମନିକା ବାତ୍ରାଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ମହିଳା ଟିମ୍କୁ କଡ଼ା ଚାଲେଞ୍ଜ […]
ଅନୁଗୋଳ(ବିରଜା ପ୍ରସାଦ ଦାଶ): ଶବରୁ ଗାଏବ ହୋଇଗଲା ଆଖି। ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଡାକ୍ତରଖାନାରେ। ଗତକାଲି ରାତିରେ ବଅଁରପାଳ ବ୍ଲକ୍ ନୂଆହତା ଗାଁର ୪ ବର୍ଷର ଝିଅ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ବ୍ୟବଚ୍ଛେଦ ପାଇଁ ଶବକୁ ଡାକ୍ତରଖାନାର ମର୍ଗ ରୁମ୍ରେ ରଖାଯାଇଥିଲା। ଆଜି ସକାଳେ ମୃତଦେହରେ ଆଖି ନଥିବା ଦେଖିବାକୁ ମିଳିଥିଲା। ଏହାସହ ମୃତଦେହର ନାକରେ ବି କ୍ଷତ ଚିହ୍ନ ରହିଛି। ଏହାକୁ […]
ବାଲେଶ୍ୱର : ବାଲେଶ୍ୱର ଅରଡବଜାରରୁ ଏକ ନକଲି ମୋବିଲ କାରଖାନା ଠାବ କରାଯାଇଛି। ଏଠାରେ ବିଭିନ୍ନ ବ୍ରାଣ୍ଡର ନକଲି ଷ୍ଟିକର ଲଗାଯାଇ ମୋବିଲ ବିକ୍ରି କରାଯାଉଥିଲା। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ସହଦେବଖୁଣ୍ଟା ପୁଲିସ ଚଢ଼ଉ କରି ବିପୁଳ ପରିମାଣର ନକଲି ମୋବିଲ ଜବତ କରିଛି। ପୁଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ନକଲି ମୋବିଲ କମ୍ପାନୀର ମାଲିକ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଭୁବନେଶ୍ୱର : ଗୃହର ଶୂନ୍ୟକାଳରେ ଉଠିଲା ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ। ବିରୋଧୀ କଂଗ୍ରେସ ବିଧାୟକ ଆଜି ଏନେଇ ସରକାରଙ୍କୁ ଘେରିଛନ୍ତି। ବର୍ଷା ଅଭାବ ଯୋଗୁଁ ରାଜ୍ୟରେ ମରୁଡ଼ି ଭଳି ସ୍ଥିତି ଉପୁଜିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଚଳିତ ବର୍ଷ ଏ ଯାଏ ରାଜ୍ୟରେ ଅଳ୍ପ ବୃଷ୍ଟିପାତ ହୋଇଛି। ଯାହାକୁ ନେଇ ଉତ୍କଟ ସଙ୍କଟ ଦେଖାଦେଲାଣି। ପରିସ୍ଥିତି ଏତେ ଉତ୍କଟ ହୋଇଛି କି ବଲାଙ୍ଗିରରେ ଚାଷୀ ଆତ୍ମହତ୍ୟା କରିଛନ୍ତି। ସରକାର ଏ […]
ମାଲକାନଗିରି : ପୁଣି ଭାରରେ ବୁହା ହେଲେ ଗର୍ଭବତୀ। ମାଲକାନଗିରି ମାଥିଲି ବ୍ଲକ୍ ବେଙ୍ଗପାଣି ଗାଁର ଜଣେ ମହିଳାଙ୍କୁ ଦେଢ କି.ମି ଭାରରେ ବୁହାହୋଇ ମେଡିକାଲକୁ ନିଆଯାଇଛି। ଗର୍ଭବତୀଙ୍କୁ ମେଡିକାଲକୁ ନେବାପାଇଁ ଆମ୍ବୁଲାନସକୁ ଖବର ଦିଆଯାଇଥିଲା। କିନ୍ତୁ ରାସ୍ତା ନଥିବାରୁ ବେଙ୍ଗପାଣି ଗାଁରେ ଆମ୍ବୁଲାନସ ପହଞ୍ଚି ପାରି ନଥିଲା। ମହିଳାଙ୍କ ପରିବାର ଲୋକ ଓ ଆମ୍ବୁଲାନସ କର୍ମଚାରୀମାନେ ଗର୍ଭବତୀଙ୍କୁ ବେଙ୍ଗପାଣିରୁ ବାଡନିଗୁଡା ପର୍ଯ୍ୟନ୍ତ ଖଟରେ ବୋହି ନେଇଥିଲେ। ଏହାପରେ ଗର୍ଭବତୀଙ୍କୁ ମାଲକାନଗିରି ମେଡିକାଲକୁ ନିଆଯାଇଛି।
ବଲାଙ୍ଗିର (ମନୋରଂଜନ ଯୋଶୀ) : ବଲାଙ୍ଗିର ସଦର ଥାନା ବରକାନି ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ମୃତକ ଜଣକ ହେଲେ ଭକ୍ତବନ୍ଧୁ ଦଣ୍ଡସେନା। ବର୍ଷା ଅଭାବରୁ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ହତାଶ ହୋଇ ଭକ୍ତବନ୍ଧୁ ବିଷ ପିଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିରରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କୃଷି ଉପନିର୍ଦ୍ଦେଶକ ମୃତକଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।
ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୁଞ୍ଜିକଁୟା ଛକରେ ଜଣେ ଯୁବକଙ୍କୁ ଛୁରା ମାଡ଼ ହୋଇଛି। ପୁଣି ଆଉ କେହି ନୁହେଁ, ତାଙ୍କ ଶ୍ୱଶୁର ଏହି ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କ ନାଁ ସଞ୍ଜୟ ଗୌଡ଼। ତାଙ୍କ ଘର ଦିଗପହଣ୍ଡି ଥାନା କଲ୍ୟାଣପୁର ଗାଁରେ। ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସଞ୍ଜୟ ପୁଞ୍ଜିକଁୟା ଛକରେ ସଞ୍ଜୟ ଠିଆ […]
ଫୁଲବାଣୀ( ତ୍ରିନାଥ ସାହୁ) : ପୁଣି କନ୍ଧମାଳରେ ଲଜ୍ଜା। ଆଶ୍ରମ ସ୍କୁଲରେ ଛାତ୍ରୀ ଗର୍ଭବତୀ ଘଟଣା ପୁଣି ସାମ୍ନାକୁ ଆସିଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ପୋକ୍ସୋ ଧାରାରେ ମାମଲା ରୁଜୁ କରି ଜଣକୁ ଗିରଫ କରିଛି ପୁଲିସ। ସ୍ଥାନୀୟ କଲେଜର ଜଣେ ଛାତ୍ର ଏହି ଘଟଣାର ଅଭିଯୁକ୍ତ ବୋଲି ଜଣାପଡିଛି। ସେପଟେ କୋର୍ଟରେ ଛାତ୍ରୀଙ୍କ ବୟାନ ରେକର୍ଡ ହୋଇଛି। ଛାତ୍ରୀ ଜଣକ ଏବେ ୪ ମାସର ଗର୍ଭବତୀ […]
କୁଚିଣ୍ଡା : ସମ୍ୱଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରେ ଜଣେ ୭୦ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପରେ ଅତ୍ୟଧିକ ରକ୍ତସ୍ରାବ ହେବା ଯୋଗୁ ସେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ଏଥିସହ ଜଣଙ୍କ ଉପରେ ସନ୍ଦେହ କରି ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବ୍ରହ୍ମପୁର ଡିଏଫ୍ଓ ଆଶିଷ ବେହେରାଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ଡିଏଫ୍ଓ ଆଶିଷ ବେହେରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିବା ଜଣାପଡ଼ିଛି। ଡିଏଫ୍ଓ ଆଶିଷ ବେହେରାଙ୍କ ବ୍ରହ୍ମପୁର କାର୍ଯ୍ୟାଳୟ, କ୍ୱାର୍ଟର, ଦିଗପହଣ୍ଡି ରେଞ୍ଜ୍ ଅଫିସ୍ ସମେତ ୯ଟି ଅଞ୍ଚଳରେ ଏକକାଳୀନ ଯାଞ୍ଚ କରୁଛି ଭିଜିଲାନ୍ସ।
ଭୁବନେଶ୍ୱର : ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଅଛି। ଆଗାମୀ ୪-୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। ଗତକାଲି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ତେବେ ମୌସୁମୀ ପ୍ରଭାବରେ ରାଜ୍ୟରେ ଯେତେ ପରିମାଣର ବର୍ଷା ହେବା କଥା ଏବେ ସୁଧା ହୋଇନି।
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କାଉଁରିଆ ପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ନାୟକ। ଘର କାଉଁରିଆ ଗାଁରେ ବୋଲି ଜଣାପଡ଼ିଛି। ଆଜି ସକାଳେ ଉର୍ମିଳା ଗାଁ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିଲେ। ସେଠାରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ କବଳରୁ ନିଜ ଜୀବନକୁ ବଞ୍ଚାଇ ପାରି ନଥିଲେ ଉର୍ମିଳା। ହାତୀ ତାଙ୍କ ମୁଣ୍ଡକୁ ଦଳି ଦେଇଥିଲା।
ଭୁବନେଶ୍ୱର : ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ତିନି ଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବ। ଏହି ମହୋତ୍ସବରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଦୃଷ୍ଟିରେ ଭାରତ ଶୀର୍ଷକରେ ଆଲୋଚନା କରାଯିବ। ଏଥିରେ ୨୫୦ରୁ ଅଧିକ ଜାତୀୟ ଏବଂ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ, କବି,ଗୀତିକାର, ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ସାମିଲ ହେବେ। ଏହି ଅବସରରେ ପବନ କୁମାର ବର୍ମା, ରାଜେନ୍ଦ୍ର କିଶୋର ପଣ୍ଡା, ପାରୋ ଆନନ୍ଦଙ୍କୁ ମିଳିବ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର। ଏହି ସାହିତ୍ୟ ମହୋତ୍ସବରେ କଳାକୃତି ମଧ୍ୟ […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ବିଜେପି ପକ୍ଷରୁ ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିଜେଡି ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଛି। କାଲି ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ନିର୍ବାଚନ ପାଇଁ ୩୦୯ଟି ବୁଥ୍ରେ ଭୋଟ୍ ଗ୍ରହଣ ହେବ। ଭୋଟ୍ ଗ୍ରହଣ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୪ […]
ସାଲେପୁର ( ମନୋଜ ଆଚାର୍ଯ୍ୟ) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡ଼ା ପଞ୍ଚାୟତ ସମିତି ସଭ୍ୟଙ୍କ ବିରୁଦ୍ଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ମହିଳା ଜଣକ ଘରେ ଶୋଇଥିବା ବେଳେ, ଅଭିଯୁକ୍ତ ଝରକା ପଟେ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା ଓ ଏକଥା କାହାକୁ ନକହିବା ପାଇଁ ଛୁରୀ ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ନିଜେ ପୀଡ଼ିତା ପରିବାର ଲୋକଙ୍କ ସହ ଆସି ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଛନ୍ତି। ଏତଲା ହେବା ପରେ ପୁଲିସ […]
ଉଦଳା ( ମାନସ ପାଣି) : ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କ ବେକରୁ ସୁନା ଚେନ୍ ଲୁଟ କରିବା ପଡିଲା ମହଙ୍ଗା। ଲୁଟେରାକୁ ଧରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ। ଏମିତି ଏକ ଘଟଣା ଘଟିଛି ମୟୂରଭଂଜ ଉଦଳା ପୂର୍ତ୍ତ ବିଭାଗ ବଂଗଳା ନିକଟରେ। ମିଳିଥିବା ସୂଚନା ମୁତାବକ, ଗତକାଲି ସଂଧ୍ୟା ସମୟରେ ମହିଳା ଜଣକ ରାସ୍ତାରେ ଯାଉଥିବା ସମୟରେ ଲୁଟେରା ଜଣକ ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ […]
ଦେବଗଡ଼ : ନିଆଁରେ ପୋଡ଼ି ହୋଇ ମାଆ, ଝିଅ ଗୁରୁତର। ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଚଚୁପାଲି ଗାଁରେ। ୩ ବର୍ଷର ଝିଅକୁ ପ୍ରଥମେ ପତ୍ନୀ ନିଆଁ ଲଗାଇବା ସହ ନିଜେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ଗନ୍ଧର୍ବ ଓରାମ୍। ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଜିଲ୍ଲା […]
ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ଏନେଇ ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡିଙ୍କ ସହ ଆଲୋଚନା କରିଥିବା ନିଜେ ବିଶ୍ୱଭୂଷଣ କହିଛନ୍ତି। ଏଥିସହ ଶପଥ ଗ୍ରହଣ ଉତ୍ସବକୁ ନିରାଡ଼ମ୍ବର କରିବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି। ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିବା ଗତ ମଙ୍ଗଳବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି […]