ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ବେଆଇନ ପଥର ଖଣି ପରେ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସ୍ଟିଏଫ୍) ସ୍କାନରରେ ରହିଛି କ୍ରସର ଯୁନିଟ୍। ଆଜି ୧୨୦ରୁ ଅଧିକ କ୍ରସର ଯୁନିଟ୍ ଉପରେ ଏସ୍ଟିଏଫ୍ର ୧୦ଟି ଟିମ୍ ବଡ଼ ଧରଣର ଚଢ଼ଉ କରିଛି। ଏପରିକି ବେଆଇନ୍ ଭାବେ ଚାଲୁଥିବା ୧୫ରୁ ଅଧିକ କ୍ରସର ୟୁନିଟ୍କୁ ସିଲ୍ କରିଛି ଏସଟିଏଫ୍ ଟିମ୍। ତେବେ ଚଢ଼ଉ ସମୟରେ ୬୦ ପ୍ରତିଶତ କ୍ରସର ଯୁନିଟ୍ ବେଆଇନ ଭାବେ ଚାଲୁଥିବା ଏବଂ ମାତ୍ର ୪୦ ପ୍ରତିଶତ ଲାଇସେନ୍ସ […]
ବୌଦ୍ଧ : ଶିକ୍ଷକଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା। ବୌଦ୍ଧ ଜିଲ୍ଲା ଖଣ୍ଡହତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଅଭିଯୋଗ ହୋଇଛି, ଶିକ୍ଷକଙ୍କ ବଦଳି ପରେ ସ୍କୁଲରେ ବିଜ୍ଞାନ ଶିକ୍ଷକ ପଦବି ଖାଲି ପଡ଼ିଛି। ଯାହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ପାଠପଢ଼ା ଉପରେ ପଡ଼ିବ। ତେଣୁ ଉକ୍ତ ଶିକ୍ଷକଙ୍କ ବଦଳି ବାତିଲ କରି ପୁନଃ ନିଯୁକ୍ତି ଦେବାକୁ ଅଡ଼ି ବସିଛନ୍ତି ଛାତ୍ରଛାତ୍ର […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଂଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକା ଜଣକ ଘରକୁ ଫେରୁଥିବବେଳେ ଏକତରଫା ପ୍ରେମ କରୁଥିବା ରମେଶ ଏକ୍କା ନାମକ ଯୁବକ ନାବାଳିକା ଜଣଙ୍କୁ ବୁଲେଇନେବା ବାହାନାରେ ନିକଟ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ନେଇ ନାବାଳିକା ଜଣକ ଘରଲୋକଙ୍କୁ ଜଣାଇବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ। ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇବା ସହ କୋର୍ଟ ଚାଲାଣ […]
ପୁରୀ : ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିର ଦାନ ବାକ୍ସରୁ ଲୁଟ୍। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ମନ୍ଦିରର ଲୁହା ଜାଲିକୁ ତାଡିବା ସହ କବାଟର ପିତ୍ତଳର ବଳାକୁ ଉପାଡି ଦାନବାକ୍ସ ଭାଙ୍ଗି ଲୁଟ୍ କରିଛନ୍ତି। ମନ୍ଦିରର ପୂଜକ ଦୁଆର ଖୋଲିବା ସମୟରେ ଦାନବାକ୍ସ ଭଙ୍ଗା ଯାଇ ଲୁଟ୍ ହେବା ଜାଣିଥିଲେ। ଏହାପରେ ମନ୍ଦିର ନିର୍ବାହୀ ଅଧିକାରୀଙ୍କୁ ଏ ନେଇ ଜଣାଇବା ପରେ ନିର୍ବାହୀ ଅଧିକାରୀ ପୁରୀ ତାଳବଣିଆ ଥାନରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ କରିଥିଲେ। […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍ ପଦ୍ମପୁର ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ମୃତକ ହେଲେ ସୁମନ୍ତ ବେହେରା। ଋଣଭାର ଚାପରେ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ସୁମନ୍ତ ସମବାୟ ସମିତିରୁ ୬୫ ହଜାର ଟଙ୍କା ଋଣ କରିଥିଲେ। ବର୍ଷା ଅଭାବରୁ ଚାଷ ନଷ୍ଟ ହୋଇଯିବାରୁ ସେ ମାନସିକ ବିଷାଦରେ ଥିଲେ। ଆଜି ସକାଳୁ ବିଲକୁ ତଳି ଦେଖିବାକୁ ଯାଇଥିଲେ ସୁମନ୍ତ। ହେଲେ ବିଲରେ ତଳିର ଅବସ୍ଥା ଦେଖି ଆହୁରି […]
ଭୁବନେଶ୍ୱର: ରାଜଧାନୀ ରାତିରେ ମାତାଲ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ। ବାରଣ କରିବାରୁ ଲୋକଙ୍କୁ ଗାଳିଗୁଲଜ। ଆଉ ଶେଷରେ ପୁଲିସ ଆସି ଯୁବତୀଙ୍କୁ ନେଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ,ଆଜି ରାତିରେ ଜଣେ ଯୁବତୀ ୟୁନିଟ୍-୮ର ଡେଲ୍ଟା ଛକରେ ମଦ୍ୟ ପାନ କରି ସାଧାରଣ ଲୋକଙ୍କୁ ହଇରାଣ କରିଥିଲେ। ଯୁବତୀଙ୍କ ଏମିତି ବ୍ୟବହାରକୁ ଦେଖି ସ୍ଥାନୀୟ ଲୋକେ ବିରୋଧ କରିବାରୁ ଯୁବତୀ ଜଣକ ସେମାନଙ୍କୁ ଗାଳି ଗୁଲଜ କରିଥିଲେ। ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ […]
ସୁନ୍ଦରଗଡ଼ (ବିଜୟ ବରୁଆ): ଘରୁ କେଉଁଆଡ଼େ ଚାଲିଯାଇଥିଲେ ଝିଅ। ଘର ଲୋକ ଚାରିଆଡ଼େ ଖୋଜି ନିରାଶ ହେବା ପରେ ଥାନାରେ ଅଭିଯୋଗ କରିଥିଲେ। ହେଲେ ଆଜି ସନ୍ଧ୍ୟା ବେଳେ ପୁଲିସ ନାବାଳିକାଙ୍କ ଉଲଗ୍ନ ମୃତଦେହ ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ ଗୋପାଳପୁର ଜଙ୍ଗଲରୁ ଉଦ୍ଧାର କରିଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗୋପାଳପୁର ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକା […]
ସୋର (ଶଶିକାନ୍ତ ବେହେରା): ସ୍କୁଲ ସମ୍ମୁଖରୁ ଶିକ୍ଷୟିତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ୩ ଜଣ ମହିଳା ଉଠାଇ ନେଇଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ଘଟିଛି। ମାତ୍ର କିଏ ଓ କଣ ପାଇଁ ଛୋଟ ଛୁଆଟିକୁ ଅପହରଣ କଲା, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଖରାସାହାପୁର ଗାଁର ସୂର୍ଯ୍ୟକାନ୍ତ ମହାଳିକଙ୍କ ପୁଅ ଶୁଭଙ୍କର ଖରାସାହାପୁର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ସବୁଦିନ ପରି ଆଜି […]
ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ମରାମତି ଓ ସୁରକ୍ଷା ନେଇ ଆମିକସ୍ କ୍ୟୁରୀ ନିଯୁକ୍ତ ହୋଇଛନ୍ତି। ବରିଷ୍ଠ ଆଇନ୍ଜୀବୀ ଏନ.କେ. ମହାନ୍ତିଙ୍କୁ ଆଜି ହାଇକୋର୍ଟ ଆମିକସ୍ କ୍ୟୁରୀ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଖୁବଶୀଘ୍ର କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବେ। ସୂର୍ଯ୍ୟମନ୍ଦିରକୁ କିଭଳି କ୍ଷତି ପହଞ୍ଚିଛି ଓ କି କି ମରାମତି ନିହାତି ଆବଶ୍ୟକ, ସେ ନେଇ ଶ୍ରୀ ମହାନ୍ତି […]
ଭୁବନେଶ୍ୱର : ବର୍ଷା ଅଭାବରୁ ରାଜ୍ୟର ଅଧିକାଂଶ ଜଳଭଣ୍ଡାରରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି। ହୀରାକୁଦ ସମେତ ପ୍ରମୁଖ ଜଳଭଣ୍ଡାର ଗୁଡ଼ିକରେ ଧାର୍ଯ୍ୟ କ୍ଷମତାଠାରୁ ଯଥେଷ୍ଟ କମ ପାଣି ରହିଛି। ସ୍ଥିତି ଏମିତି ହୋଇଛି ଯେ, ହୀରାକୁଦ ଓ ଅନ୍ୟ ଡ୍ୟାମ୍ରୁ ଜଳ ବିଦ୍ୟୁତ ଉତ୍ପାଦନ କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଯଦି ଶୀଘ୍ର ପର୍ଯ୍ୟାପ୍ତ ପରିମାଣର ବର୍ଷା ନହୁଏ, ତେବେ ଶିଳ୍ପ ଓ ଚାଷ ପାଇଁ ପାଣି ଯୋଗାଣ ପ୍ରଭାବିତ ହେବ। ଏଭଳି ସ୍ଥିତିରେ […]
ଭୁବନେଶ୍ୱର : ନାବାଳିକା ଦୁଷ୍କର୍ମ ଓ ଶିଶୁ ନିଖୋଜ ଘଟଣାକୁ ନେଇ ବିଧାନସଭା ଅଚଳ। ରାଜ୍ୟରେ ବଢ଼ିଚାଲିଥିବା ଶିଶୁ ଯୌନ ନିର୍ଯାତନା ଓ ଅତ୍ୟାଚାରକୁ ନେଇ ଆଜି ଗୃହରେ ମିଳିତ ଭାବେ ହଙ୍ଗାମା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଆଇନ୍ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଅନୁଗୁଳରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅଳିଆ ଗଦାକୁ ଫିଙ୍ଗିଦେଲେ ଦୁର୍ବୃତ୍ତ। ଭବାନୀପାଟଣାରେ ଆଶ୍ରୟଦାତାର ପାପ ନଜରରୁ ବର୍ତ୍ତିପାରିଲାନି ଏଚ୍ଆଇଭି […]
କଟକ : ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା ଓ ଝିଅଙ୍କ ମାମଲାରେ ତାଙ୍କୁ ଜାମିନ ମିଳିଛି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ଏହା ସହିତ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ପାଇଁ ସାରଥିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତଳ କୋର୍ଟ ଚାହିଁଲେ ତାଙ୍କ ଜାମିନ ଉପରେ ଅଧିକ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି। […]
ବାରିପଦା ( ମାଣିକ ଲାଲ୍ ପାଣି) : କୁକୁଡ଼ା ବାନ୍ତି କଲା ନାଗ ସାପ। ନାଗ ସାପଟି କୁକୁଡ଼ା ଭାଡ଼ିରେ ପଶି କୁକୁଡା ଶିକାର କରିଥିଲା। ପରେ ଗିଳି ଦେଇଥିବା କୁକୁଡ଼ାକୁ ବାନ୍ତି କରିଦେଇଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ କୁଳିଅଣା ବ୍ଲକ୍ କୁଳିପାଳ ଗାଁରେ। ସୂଚନା ମୁତାବକ ,ଗାଁର କଟିଆ ପ୍ରଧାନଙ୍କ କୁକୁଡ଼ା ଭାଡ଼ିରେ ଗତକାଲି ରାତି ଏକ ନାଗ ସାପ ପଶିଯାଇଥିଲା। କୁକୁଡାମାନେ ଚିତ୍କାର କରିବାରୁ ସାପଟିକୁ ଦେଖିଥିଲେ କଟିଆ। ଆଜି ସକାଳେ […]
ଭୁବନେଶ୍ୱର : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ଭୁବନେଶ୍ୱର-ସୁରଟ ମଧ୍ୟରେ ସପ୍ତାହରେ ୨ ଥର ବିମାନ ଚଳାଚଳ କରିବ। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ଅପରାଜିତା। ଅପରାଜିତା ଲେଖିଛନ୍ତି ଯେ, ସେ ଆଜି ସୁରଟ ଏମପିଙ୍କ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ସାକ୍ଷାତ […]
ଆସିକା (ମନୋଜ ମୁନି) : ଗଞ୍ଜାମ ଆସିକା ମାଗୁରା ସରକାରୀ ସ୍କୁଲରେ ବିସ୍ଫୋରଣ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଆସିକା ପୁଲିସ। ସ୍ଥାନୀୟ ଭେଙ୍କଟାରାଇପଲ୍ଲୀ ପାହାଡ଼ରେ ଲୁଚି ରହିଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୨୫୦ଟି ଜେଲୋଟିନ୍ ପ୍ୟାକେଟ୍, ୩୫୦ କେଜି ଡିଟୋନେଟର୍ ଜବତ କରିଛି ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ। ଗତ ୨୦ ତାରିଖରେ ଆସିକା ଅଞ୍ଚଳର ଏକ ସରକାରୀ ସ୍କୁଲରେ ବିସ୍ଫୋରଣକୁ […]
ଖୋର୍ଦ୍ଧା : ଧ୍ୱଂସ ପାଇବ କୁଖ୍ୟାତ ବ୍ରାଉନସୁଗାର ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟାର କଳାସାମ୍ରାଜ୍ୟ। ଖୋର୍ଦ୍ଧା ସହରରେ ଛୋଟା ନାଁରେ ଥିବା ୧୫ଟି ଅର୍ଦ୍ଧନିର୍ମିତ ଘରକୁ ଆଜି ଭାଙ୍ଗିବ ପ୍ରଶାସନ। ଏଥିପାଇଁ ୫ଟି ଜେସିବି ସହ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁୟତନ ହୋଇଛନ୍ତି। ଗତ ୧୫ତାରିଖରେ ମଧ୍ୟ ଗୁରୁଜଙ୍ଗରେ ଥିବା ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୦ଟି ଘରକୁ ଉଚ୍ଛେଦ କରିଥିଲା ପ୍ରଶାସନ। ଦୀର୍ଘ ଦିନ ଧରି କ୍ରାଇମବ୍ରାଞ୍ଚ STFର ଓ୍ୱଣ୍ଟେଡ୍ ତାଲିକାରେ […]
ଭବନେଶ୍ୱର : ଅଧିକ ମଦ ବିକିଲେ ପୁରସ୍କାର ଦିଆଯିବା ନିଷ୍ପତ୍ତି ସରକାରଙ୍କ ନୁହେଁ, ବିଧାନସଭା ଷ୍ଟାଣ୍ଡିଂ କମିଟିର। ଗୃହରେ ଏହି ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ତେବେ ୨୦୦୬ ମସିହାରୁ ରାଜ୍ୟରେ ନୂଆ ମଦଦୋକାନ ଖୋଲିନାହିଁ। ରାଜ୍ୟ ସରକାର ଲାଇସେନ୍ସ ରିନ୍ୟୁଆଲ ନକରି ଇ-ଟେଣ୍ଡର କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏ ସମ୍ପର୍କିତ ମାମଲା ଏବେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି। ମାମଲା ଫଇସଲା ପରେ ଇ-ଅକ୍ସନ କରାଯିବ ବୋଲି ମନ୍ତ୍ରୀ ସୂଚନା […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ବନ୍ଦର ସାମୁଦ୍ରିକ ଥାନା ଏଏସ୍ଆଇ ରବୀନ୍ଦ୍ର ସେନାପତି ଏକ ବୃଦ୍ଧ ଦମ୍ପତିଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଠେଲାପେଲା ଓ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ବୃଦ୍ଧ ଦମ୍ପତି ଜଗତସିଂହପୁର ଏଏସ୍ପି ବିଶ୍ୱନାଥ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୧୬ ତାରିଖରେ ନହରଣା ଗାଁର ସାଧୁଚରଣ ଜେନାଙ୍କ ପୁଅ ସହ ଅନ୍ୟ ଜଣେ ଯୁବକଙ୍କର ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା […]
ବ୍ରହ୍ମପୁର (ଜଗନ୍ନାଥ ସାହୁ): ଏକ ମନ୍ଦିରର ପଛପଟେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଯୁବତୀ ଜଣକ ହେଉଛନ୍ତି ପଦ୍ମନାଭପୁର ପଞ୍ଚାୟତ ଅନ୍ତର୍ଗତ ଚୈତନ୍ୟପୁର ଗାଁର କେ ଲକ୍ଷ୍ମୀ ରେଡ୍ଡୀ ଓ ଯୁବକ ଜଣକ ହେଉଛନ୍ତି ଝରିପଦର ଗ୍ରାମର ଦିବାନା ରେଡ୍ଡୀ। […]
ଭୁବନେଶ୍ୱର : ରାଜ୍ୟରେ ୩ ମାସ ମଧ୍ୟରେ ୬୦୨ ପିଲା ନିଖୋଜ। ବିଧାନସଭାରେ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ସୂଚନା ଅନୁସାରେ, ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୫୦୨ ନାବାଳିକା ନିଖୋଜ ହୋଇଛନ୍ତି। ନିଖୋଜଙ୍କ ମଧ୍ୟରୁ ୭୯ ଜଣଙ୍କ ସନ୍ଧାନ ମିଳିଛି। ଏ ସଂକ୍ରାନ୍ତରେ ୪୫୫ଟି ମାମଲା ରୁଜୁ ହୋଇଛି। ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୧୦୦ ନାବାଳକ ନିଖୋଜ ହୋଇଛନ୍ତି। […]
ଭୁବନେଶ୍ୱର : ସମାଧାନ ପରିବର୍ତ୍ତେ ଆହୁରି ଜଟିଳ ହେଉଛି ମହାନଦୀ ବିବାଦ। ଶୁଷ୍କ ହୋଇଯାଇ ପାରେ ରାଜ୍ୟର ସବୁଠୁ ବଡ଼ ନଦୀ ‘ମହାନଦୀ’। ଓଡ଼ିଶାରେ ଗୁରୁତର ଜଳ ସଙ୍କଟ ଦେଖାଦେଇ ପାରେ। ମହାନଦୀ ଅବବାହିକାରେ ଛତିଶଗଡ଼ ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ନେଇ ବଢ଼ିଯାଇଛି ଏଭଳି ଆଶଙ୍କା। ରାଜ୍ୟସଭାରେ କେନ୍ଦ୍ର ସରକାର ରଖିଥିବା ତଥ୍ୟ ଅନୁଯାୟୀ, ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ୨୩୬୫ଟି ପ୍ରକଳ୍ପ ନିର୍ମାଣ କରିସାରିଛି। ତେବେ ଆହୁରି ୧୮୦୨ଟି ପ୍ରକଳ୍ପ କରିବାର ଯୋଜନା ରାଜ୍ୟ ସରକାର […]
ଭୁବନେଶ୍ୱର : ସିସିଟିଭିରୁ ଧରାପଡିଲା ଲୁଟେରା। ଗ୍ରୀଲ୍ ଭାଙ୍ଗି ଗାଡ଼ି ଲୁଟ୍ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ। ଦୁଇ ଜଣ ଅଭିଯୁକ୍ତ ଗିରଫ ସହ ୮ଟି ବାଇକ୍ ଜବତ ହୋଇଛି। ତେବେ ଗ୍ରୀଲ ଭିତରେ ଗାଡ଼ି ରଖିବା ସତ୍ତ୍ୱେ ଏହା ଯେ ସୁରକ୍ଷିତ ନୁହେଁ, ଏହି ଭିଡିଓରୁ ସ୍ପଷ୍ଟହୋଇଛି। ଖଣ୍ଡଗିରି କଳିଙ୍ଗନଗର ଭିତରୁ ଚୋରି ହୋଇଥିବା ଏକ ସିସିଟିଭ ଫୁଟେଜରେ କଏଦ୍ ହୋଇଛି। ଗ୍ରୀଲ ଭାଙ୍ଗି ଭିତରେ ପଶିଲେ ଦୁର୍ବୃତ୍ତ, ଏହା ଭିତରେ ଥିବା ଗାଡିର ଲକ୍ ଭାଙ୍ଗି […]
ଭୁବନେଶ୍ୱର : ବିଧାୟକ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର କରିବା କଳିଙ୍ଗ ହସ୍ପିଟାଲ ପାଇଁ ମହଙ୍ଗା ପଡ଼ିଛି। ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ଦିଆଯାଇଛି। ଦୁର୍ବ୍ୟବହାର କରୁଥିବା ୪ ଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଅନ୍ୟ ହସ୍ପିଟାଲ୍ରେ ଯେପରି ଏମିତି ଘଟଣା ନଘଟିବ, ସେଥିପାଇଁ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହା କହିଛନ୍ତି। […]
ବାଙ୍କୀ ( ସଞ୍ଜିପ କୁମାର ନାୟକ) : ଚାରିଆଡ଼େ ଘଞ୍ଚ ଜଙ୍ଗଲ। ତା ଭିତରେ ଗାଁ। ନା ଭଲ ରାସ୍ତା ଅଛି ନା ବିଜୁଳି କି ପାନୀୟ ଜଳର ସୁବିଧା। ଶିକ୍ଷା, ସ୍ୱାସ୍ଥ୍ୟ ତ ଦୂରର କଥା । ବାଙ୍କୀ ଡମପଡ଼ା ତହସିଲ ଅଧିନସ୍ଥ ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟ ଇଲାକା ,ଯେଉଁଠି ରହିଛି ୫ ଖଣ୍ଡ ଗାଁ ଢୋଲକାଠ, ଡାହାଣିଗଡ଼ିଆ, ବେହେଣ୍ଟାସାହି, ପିଠାଖିଆ ଓ ନୂଆକୂଅ । ବର୍ଷ ବର୍ଷ ଧରି ମୌଳିକ ସୁବିଧା ଠାରୁ ଏମାନେ […]
ପାଟକୁରା : ପାଟକୁରା ବିଧାନସଭା ଆସନ ଲାଗି ଚାଲିଛି ମତଦାନ। ଦିନ ୩ଟା ସୁଦ୍ଧା ୬୧% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୁଶିଆପାଳ ବୁଥ୍ ନଂ ୩୨ରେ ଉତ୍ତେଜନା ଦେଖାଦେଇଛି। ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିବ ସୂଚନା ମିଳିଛି। ଆଜି ସକାଳୁ ୨୭୮ ନମ୍ବର ବୁଥ୍ରେ EVMରେ ତ୍ରୁଟି ପରିଲକ୍ଷିତ ଯୋଗୁଁ ଭୋଟ୍ ଗ୍ରହଣରେ କିଛି ସମୟ ପାଇଁ ବିଳମ୍ବ ହୋଇଥିଲା। ତ୍ରୁଟି ସୁଧାରିବା ପରେ ମତଦାନ […]