ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବିଦ୍ୟୁତ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ଆଜି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଆଜି ଅପରାହ୍ନରେ ଗରଦା ଗାଁର ଫାଗୁ ସାହୁ କ୍ଷେତରେ ପାଣି ମଡ଼ାଇବା ପାଇଁ ବିଦ୍ୟୁତ ଚାଳିତ ପମ୍ପ ଚାଲୁ କରୁଥିଲେ। ଅସାବଧାନତା ଯୋଗୁ ସେ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ। ପାଖରେ ଠିଆ ହୋଇଥିବା ତାଙ୍କର ୧୯ ବର୍ଷର ପୁଅ […]
ଭୁବନେଶ୍ୱର : ରାଜ୍ୟ ସରକାର ବାଣ୍ଟିବେ ନୂଆ ପ୍ରକାରର ଚାଉଳ । କୁପୋଷଣ ଓ ରକ୍ତହୀନତାର ମୁକାବିଲା ଲାଗି ପିଡିଏସ୍ରେ ଏଣିକି ଆଇରନ ଓ ଭିଟାମିନ୍ ଯୁକ୍ତ ଚାଉଳ ବାଣ୍ଟିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। କୁପୋଷଣର ଇଲାକା ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଏହାକୁ ପରୀକ୍ଷାମୂଳକ ଭାବେ ବଣ୍ଟାଯିବ । ପରେ ସବୁ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧୀକାରୀଙ୍କୁ ଭିଟାମିନ୍ ଯୁକ୍ତ ଚାଉଳ ଯୋଗାଇ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି […]
ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ବି ପୌରନିର୍ବାଚନ ପାଇଁ ମନ ବଳାଉନାହାନ୍ତି ସରକାର। ଏପରିକି ସୁପ୍ରିମକୋର୍ଟରୁ ଝଟ୍କା ଖାଇବା ପରେ ମଧ୍ୟ ସଂରକ୍ଷଣ ଓ ଓ୍ୱାର୍ଡ ପୁନର୍ଗଠନ କାମ ସାରିପାରୁନାହାନ୍ତି। ୫ ବର୍ଷର କାର୍ଯ୍ୟକାଳ ସରିବା ପରେ ସାନି ନିର୍ବାଚନ କରିବାର ନିୟମ ଥିଲେ ମଧ୍ୟ ସରକାରଙ୍କ ଅସହଯୋଗ ଯୋଗୁ ଏକ ପ୍ରକାର ହାତ ଟେକି ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର। ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ବିଧାନସଭାରେ ସଂଶୋଧନ ପ୍ରସ୍ତାବ […]
ଭୁବନେଶ୍ୱର : ସମୁଦ୍ରରେ ସୁନା ଖୋଜୁଛନ୍ତି ମତ୍ସ୍ୟଜୀବୀ। ପୁରୀ ବେଳାଭୂମିରେ ଜୁଆର ମାଡ଼ ହୋଇ ପଛକୁ ଫେରିଯିବା ପରେ ନୋଳିଆ ମତ୍ସ୍ୟଜୀବୀମାନେ ଗୋଡ଼ରେ ଓ ହାତରେ ବାଲିକୁ ଖୋଳି ଖୋଳି ସୁନା ଖୋଜୁଥିବା ଦେଖିବାକୁ ମିଳିଛି। ସେମାନେ କିଛି ସୁନା ପାତିଆ ମଧ୍ୟ ପାଇଛନ୍ତି। ବିଶେଷ କରି ‘ଫୋନି’ ବାତ୍ୟା ପରେ ଲୋକେ ବାଲି ଖୋଳି ସୁନା ଖୋଜୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସ୍ୱର୍ଗଦ୍ୱାର ସମ୍ମୁଖରେ ସାବତ ନିଯୋଗ ପକ୍ଷରୁ ଶ୍ରାଦ୍ଧ ତର୍ପଣ ଆଦି କରାଯାଇଥାଏ। ଅନେକ […]
ଭୁବନେଶ୍ୱର : ରାଜ୍ୟରେ ଏକ ବଡ଼ଧରଣର ଜିଏସ୍ଟି ଠକେଇ ଧରାପ଼ଡିଛି। ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗରେ ଟିଟିଲାଗଡ଼ ଖଣି ବ୍ୟବସାୟୀ ତୀର୍ଥଙ୍କର ପଟେଲ ଗିରଫ ହୋଇଛନ୍ତି। ରାଜ୍ୟ ଜିଏସଟି କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ପୁଲିସ ତୀର୍ଥଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସାଇ ଇଣ୍ଟରନ୍ୟାସନାଲ ମାଇନ୍ସ ଓ ମିନେରାଲ୍ସର ମାଲିକ ତୀର୍ଥଙ୍କର ପଟେଲ ୧୨ କୋଟି ୮୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଗତ ଦୁଇ ବର୍ଷ […]
ଭୁବନେଶ୍ୱର : ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଏଣିକି ବସ୍ ସେବା କ୍ଷେତ୍ରରେ ଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା। ଭୁବନେଶ୍ୱରକୁ ମିଳିବ ୫୦ଟି ଇଲେକ୍ଟ୍ରି ବସ୍। କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ବସ୍ ଯୋଗାଇ ଦିଆଯିବ। ମୁଖ୍ୟତଃ ୬୪ଟି ସହରକୁ ମୋଟ ୫୫୯୫ଟି ବସ୍ ଯୋଗାଇ ଦେବାକୁ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ୬୪ ସହର ମଧ୍ୟରେ ଭୁବନେଶ୍ୱର ରହିଛି। କେନ୍ଦ୍ର ସରକାରଙ୍କ ଫେମ୍ ଇଣ୍ଡିଆ ଯୋଜନାରେ ଏହି ବସ୍ ମିଳିବ। ମହାରାଷ୍ଟ୍ରକୁ ୭୨୫, […]
ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ। ଗାଁ ନିକଟରେ ବୁଲୁଛି କଲରାପତରିଆ ବାଘ। ଗତ ଦୁଇ ତିନି ଦିନ ହେଲାଣି ଜିଲ୍ଲାର ଆମାନାରା ଗାଁ ନିକଟ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ଟି କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି। ଗାଁ ପାଖରେ ବାଘ ୨ଟିକୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ବାଘ ଉପରେ ନଜର ରଖିଥିଲେ ବି ବାଘକୁ ଧରିବାରେ ସକ୍ଷମ ହୋଇନାହାଁନ୍ତି। ବାଘ ଦୁଇଟି କୌଣସି […]
କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ସୁନାବେଡା ହାଲ୍ ସୁଖୋଇ ଫ୍ୟାକ୍ଟ୍ରିରେ ଆଜି ଅଘଟଣ ଘଟିଛି। କମ୍ପ୍ରେସର ଫାଟି ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହାଲ୍ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି। ହାଲ୍ର ମେକାନିକ୍ ହେଡ୍ ସୁଦାମ ମହାନ୍ତି ଆଜି ଫ୍ୟାକ୍ଟ୍ରିରେ ଏକା କାମ କରୁଥିଲେ। ଠିକ୍ ଏତିକି ବେଳେ କମ୍ପ୍ରେସର ଫାଟିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶରୀରର ୯୦ ଭାଗ ପୋଡ଼ି […]
ଭୁବନେଶ୍ୱର : ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଉପରେ ନୂଆ ପୁଲିସ ଡିଜି ବିଜୟ କୁମାର ଶର୍ମାଙ୍କ ଫୋକସ୍। ତା ଛଡ଼ା ଏବେ ବଦଳିବ ରାଜ୍ୟ ପୁଲିସର ତଦନ୍ତର ତରିକା। ଆଉ ପୁରୁଣା ପଦ୍ଧତି ନୁହେଁ, ଅନୁସନ୍ଧାନରେ ନୂଆ ନୂଆ ଟେକ୍ନୋଲୋଜିକୁ ଦିଆଯିବ ଗୁରୁତ୍ୱ। ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ବିଜୟ କୁମାର ଶର୍ମା ଏହା କହିଛନ୍ତି। ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ମଧ୍ୟ ପୁଲିସ ଚେଷ୍ଟା କରିବ। ସେହିପରି ସାକ୍ଷୀଙ୍କୁ […]
ଭଦ୍ରକ(ତପନ ସ୍ୱାଇଁ): ପ୍ରେମିକ ପ୍ରବର ଭାଇ ସହିତ ମିଶି ଭଉଣୀ, ତାର ନିଜ ସାଙ୍ଗକୁ ଅପହରଣ କରିବା ପରେ ତାକୁ ମାଡ଼ ମାରି ସାଳନ୍ଦୀ ନଦୀ କୂଳ ଜଙ୍ଗଲରେ ଫିଙ୍ଗି ଦେଇ ଚାଲିଗଲେ। ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ଗତବର୍ଷ ନବମ ଶ୍ରେଣୀରେ ପଢ଼ୁଥିବା ରୀମା(ଛଦ୍ମନାମ)ଙ୍କୁ ତାଙ୍କ ସାଙ୍ଗଙ୍କ ବଡ଼ ଭାଇ ଏକ […]
ନୂଆଦିଲ୍ଲୀ : ସନ୍ଦୀପ କୁମାର ଗୁପ୍ତା ଇଣ୍ଡିଆନ ଅଏଲ କର୍ପୋରେସନର ନିର୍ଦ୍ଦେଶକ (ଅର୍ଥ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ, ଇଣ୍ଡିଆନ୍ ଅଏଲର କର୍ପୋରେଟ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କର୍ପୋରେଟ ଫାଇନାନ୍ସ) ଏବଂ ମୁଖ୍ୟ ବିତ୍ତୀୟ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ। ଶ୍ରୀ ଗୁପ୍ତା ପୂର୍ବରୁ କର୍ପୋରେଟ ଆକାଉଣ୍ଟସ୍, ଟ୍ରେଜେରୀ, ନିବେଶ ମୂଲ୍ୟାଙ୍କନ ଏବଂ ବିପଦ ପରିଚାଳନା ବିଭାଗର ମୁଖ୍ୟ ଅଧିକାରୀ (ଅତିରିକ୍ତ ଦାୟିତ୍ୱ) ଭାବେ କାର୍ଯ୍ୟ କରୁଥିଲେ। ଜଣେ ବାଣିଜ୍ୟ ସ୍ନାତକ ଏବଂ ଚାଟାର୍ଡ […]
ଭଦ୍ରକ : ଭୀଷଣ ଭୋକ! ଖାଲି ଇଟା, ବାଲି, ସିମେଣ୍ଟ ନୁହେଁ, କେଉଁଠି କେଉଁଠି ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ଗିଳି ଦେଇଛନ୍ତି ପୁରା ସ୍କୁଲ୍ ଘର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ର ୧୬ରୁ ଅଧିକ ସ୍କୁଲ୍ରେ ଏମିତି ପ୍ରାୟ ୬୦ ଲକ୍ଷ ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି। ଭାଟପଡ଼ା ସହଦେବ ଦାସ ପାଟଣା ସ୍କୁଲ୍ର ବ୍ୟାଙ୍କ ଖାତାକୁ ସର୍ବଶିକ୍ଷା ଅଭିଯାନରେ ସ୍କୁଲ୍ ଘର ତିଆରି ପାଇଁ ୨୦୧୩ରେ ଅଗ୍ରୀମ ୩ ଲକ୍ଷ ୭ ହଜାର […]
ଭୁବନେଶ୍ୱର : ରାଜ୍ୟରେ ମାସ ମାସ ଧରି ଖାଲି ପଡ଼ିଛି ବିଭିନ୍ନ କମିଶନର ଅଧ୍ୟକ୍ଷ ପଦ। ଏଥିରେ ଅଛି ଗୁରୁତ୍ୱପୂର୍ଣ୍ଣ ମହିଳା କମିଶନ, ଭିନ୍ନକ୍ଷମ କମିଶନ ଓ ଖାଦ୍ୟ କମିଶନ। ଫଳରେ ଦୂରଦୂରାନ୍ତରୁ ଗୁହାରି କରିବାକୁ ଆସି ନିରାଶ ହେଉଛନ୍ତି ଅସହାୟ ଲୋକେ। ଚର୍ଚ୍ଚା ହେଉଛି ମହିଳା କମିଶନ ଓ ଭିନ୍ନକ୍ଷମ କମିଶନରେ ରାଜନୈତିକ ନିଯୁକ୍ତି ହେବାର ସମ୍ଭାବନା ଥିବାରୁ ସମୟ ଗଡ଼ାଇ ଚାଲିଛନ୍ତି ସରକାର। ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଅଞ୍ଚଳର ଅଞ୍ଜଳି କର ଜଣେ ଗରିବ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେଇଥିବା ଯୋଗୁ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୪ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ସବୁ ଜିଲ୍ଲାରେ ଆଲର୍ଟ ଜାରି କରିଛନ୍ତି। ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ୨୪ଘଣ୍ଟିଆ ଜରୁରୀକାଳୀନ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା’ଛଡ଼ା ତଳିଆ ଅଞ୍ଚଳରେ ରହିଥିବା ଲୋକମାନଙ୍କୁ ସୁରକ୍ଷିତ […]
ଭୁବନେଶ୍ୱର : କିଏ ଯୋଗ୍ୟ, କିଏ ଅଯୋଗ୍ୟ? ନିର୍ବାଚନ ସରିବାର ୩ ମାସ ପରେ କାଳିଆ ହିତାଧିକାରୀଙ୍କୁ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଘଣ୍ଟାଚକଟା। ତାଲିକା ଯାଞ୍ଚ ଲାଗି ସରକାରଙ୍କର ବିଜ୍ଞାପନ ରେ ଆଜିଠୁ ୧୪ ଯାଏଁ ଯାଞ୍ଚ ପ୍ରକ୍ରିୟା ଚାଲିବା ନେଇ ଉଲ୍ଲେଖ ରହିଛି। ପଞ୍ଚାୟତ କାର୍ଯ୍ୟାଳୟ, ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଲଗାଯାଇଛି ହିତାଧିକାରୀ ତାଲିକା। ଯେଉଁଥିରେ ଅଯୋଗ୍ୟ ହିତାଧିକାରୀଙ୍କୁ ନିଜ ଆଡୁ ନିଜ ନାଁ ବାଦ୍ ଦେବାକୁ ଆବେଦନ କରିବା […]
ଭୁବନେଶ୍ୱର : ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ହେଉଛି ରମାଦେବୀ। ଏହାର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜାଗା ଚିହ୍ନଟ ବିବାଦର ସମାଧାନ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଆସିଛି। ଆଲୋଚନା ଲାଗି ଖୁବ୍ଶୀଘ୍ର ତାରିଖ ଧାର୍ଯ୍ୟ କରିବାକୁ ଏହି ଚିଠିରେ କୁହାଯାଇଛି। ଗତ ୨୬ ଜୁଲାଇରୁ ଚିଠି ଆସିଥିଲେ ସୁଦ୍ଧା ଏଯାଏ କୁଳପତି କୌଣସି ଉତ୍ତର ଦେଇନାହନ୍ତି। ଏଭଳି ପରିସ୍ଥିତିରେ ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ ପ୍ରକ୍ରିୟା କେତେ […]
ଉଦଳା(ମାନସ ପାଣି) : ସାତ ଜନମର ସାଥୀ କରିବା ପାଇଁ ସେ ଯାହାର ହାତ ଧରିଥିଲେ, ତାଙ୍କୁ ସେ ହିଁ ମାରିଦେଲା। ଯୌତୁକ ଜୁଇରେ ଜଳିଗଲେ ମନ୍ଦାକିନୀ। ଆଜି ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରୁ। ଏନେଇ ମହିଳାଙ୍କ ବାପଘର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଖୁଣ୍ଟା ଥାନା ଲଖଣାସାହି ଗାଁର ଧନଞ୍ଜୟ ମହାନ୍ତ ଆଜକୁ ୧୦ ବର୍ଷ ତଳେ ମନ୍ଦାକିନୀଙ୍କୁ ବିବାହ […]
ସାଲେପୁର(ମନୋଜ ଆଚାର୍ଯ୍ୟ) : ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଗତକାଲି ବାଲେଶ୍ୱରରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି କଟକ ଜିଲ୍ଲାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଆହତ ହୋଇ ନିଶ୍ଚିନ୍ତକୋଇଲି ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଆହତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଲଘୁଚାପ ଯୋଗୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବିଳମ୍ୱରେ ବର୍ଷା ହୋଇଥିବାରୁ ଚାଷୀମାନେ ବିଲରେ ରୁଆ-ଉପୁଡ଼ା କାମ କରୁଛନ୍ତି। ଆଜି ମଧ୍ୟାହ୍ନରେ […]
କୋରାପୁଟ ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଟ୍ରେନ୍ ଚାଲୁଥିବାବେଳେ ଟ୍ରାକ୍ରେ ପଡ଼ିଲା ବଡ଼ ପଥର। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଏଭଳି ଅଘଟଣ ହୋଇଛି କୋରାପୁଟ୍ ଜିଲ୍ଲା ଦାମନଯୋଡ଼ିର ଡୁମୁରିପୁଟ୍ରେ। ମିଳିଥିବା ସୂଚନା ଅନୁସାରେ ,ଡିଏମ୍ୟୁ ଟ୍ରେନ୍ଟି ରାୟଗଡ଼ାରୁ କୋରାପୁଟ୍ ଆସୁଥିବା ବେଳେ ହଠାତ୍ ଏକ ବଡ଼ ପଥର ଟ୍ରାକ୍ ଉପରେ ପଡ଼ିଯାଇଥିଲା। ଫଳରେ ଟ୍ରେନ୍ର ଗୋଟିଏ ବଗିର ପାହାଚ ବଙ୍କା ହୋଇଯାଇଥିଲା। ଘଟଣା ପରେ କିଛି ସମୟ ପାଇଁ ଅଟକି ରହିଥିଲା […]
ଭୁବନେଶ୍ୱର : ପୁରୀ ଓ ଏହାର ଆଖପାଖ ଅଞ୍ଚଳକୁ ଧ୍ୱଂସ କରିଦେଇଥିବା ବାତ୍ୟା ଫୋନିର ଭୟାବହତା ଏବେ ବି ଲୋକଙ୍କୁ ମନରୁ ଲିଭିନାହିଁ। ବିଶେଷ କରି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀର ଗାଁ ଗୁଡ଼ିକରେ ଏବେ ବି ‘ଫୋନି’ର ପାଦଚିହ୍ନ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ବାତ୍ୟା ପରଠାରୁ ଲୋକଙ୍କୁ ସହଯୋଗର ହାତ ବଢ଼ାଇଥିବା ଇନ୍ଫୋସିସ୍ ଏବେ ବି ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରୁଛି। ଇନଫୋସିସ୍ ଫାଉଣ୍ଡେସନ୍ର ସିଏସ୍ଆର ୱିଙ୍ଗ ଆକାଂକ୍ଷା ଟିମ୍ ଏବେ […]
ଅନୁଗୁଳ : ଅନୁଗୁଳ ଭରତପୁର କୋଇଲା ଖଣି ଦୁର୍ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନରୁ ଓହରିଛନ୍ତି ମୃତକଙ୍କ ପରିବାରଲୋକେ। ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା ହେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଏମାନେ। ୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପାଇଁ ଏମ୍ସିଏଲ୍କୁ କୋଲ୍ ଇଣ୍ଡିଆ ସୁପାରିଶ କରିଥିବା ସ୍ଥାନୀୟ ଏଡିଏମ୍ କହିଛନ୍ତି। ଆଜି ଏନେଇ ମୃତକଙ୍କ ପରିବାର, ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା । ଗତ ୨୩ ତାରିଖ […]
ଭୁବନେଶ୍ୱର : କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଦେଶର ୨୭ଟି କୋଇଲା ଖଣି ନିଲାମ ଏବଂ ୧୫ଟି କୋଇଲା ଖଣି କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ୍ତ କୋଇଲା ଖଣିକୁ ଆବଣ୍ଟନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। କୋଇଲା ଖଣି ନିଲାମର ଲକ୍ଷ୍ୟ ଅନୁଯାୟୀ ସରକାର ୨୧ଟି କୋଇଲା ଖଣିକୁ ଅନିୟନ୍ତ୍ରିତ କ୍ଷେତ୍ର ଓ ୬ଟି କୋଇଲା ଖଣିକୁ ଲୌହ ଏବଂ ଇସ୍ପାତ କ୍ଷେତ୍ରର ଉପଯୋଗ ପାଇଁ ନିଲାମ କରିବା ଆରମ୍ଭ କରିଛନ୍ତି। ୫ଟି କୋଇଲା ଖଣି ବିଦ୍ୟୁତ କ୍ଷେତ୍ର, […]
ଜଳେଶ୍ୱର(ଅଜିତ ଦାସ): ବଜ୍ରପାତରେ ଉତ୍ତର ବାଲେଶ୍ୱରରେ ୩ ଜଣଙ୍କ ଜୀବନ ଯାଇଛି। ବିଲରେ କାମ କରୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ଏମାନଙ୍କ ପ୍ରାଣବାୟୁ ଉଡ଼ି ଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି। ଆଜି ମଧ୍ୟାହ୍ନରେ ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା ଓ ଭୋଗରାଇ ଅଞ୍ଚଳର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ଘଡଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ଭୋଗରାଇ ତହସିଲ ଅନ୍ତର୍ଗତ କଲ୍ୟାଣପୁର ଗାଁର ସୁଜୟ […]
ଭୁବନେଶ୍ୱର : ସରକାରୀ ବାବୁଙ୍କ ଲାଗି କୋହଳ ହେଲା ଲୋକାୟୁକ୍ତ ଆଇନ୍। ଏଣିକି ବାବୁମାନଙ୍କୁ ଦେବାକୁ ପଡ଼ିବନି ସ୍ତ୍ରୀ ଓ ପିଲାଙ୍କ ସଂପତ୍ତି ତାଲିକା। ଲୋକାୟୁକ୍ତ ଆଇନର ଧାରା ୪୪ରେ ରାଜ୍ୟ ସରକାର ଏଭଳି ସଂଶୋଧନ କରିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏହାଦ୍ୱାରା ସଂପତ୍ତି ଲୁଚାଇବା ଲାଗି ବାବୁଙ୍କୁ ସହଜ ହେବ ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସ୍ୱଚ୍ଛତା କଥା କହୁଥିବା ସରକାର କ’ଣ ପାଇଁ ଲୋକପାଳ ଆଇନରେ ଏହି […]
ଭୁବନେଶ୍ୱର : ବାବା ବେଶରେ ଲୁଟେରା। ରିଷ୍ଟ ଖଣ୍ଡନ ନାଁରେ ଅଭିନବ ଉପାୟରେ ଟଙ୍କା ଲୁଟ୍। ନାମୀଦାମୀ କାରରେ ବୁଲି ଲୁଟୁଛନ୍ତି ବାବା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରି ବିହାର ଅଞ୍ଚଳରେ ଲୁଟେରା ବାବାଙ୍କୁ ଭରସା କରି ଲୁଟ୍ର ଶିକାର ହୋଇଛନ୍ତି ଆଇନଜୀବୀ ସମରେନ୍ଦ୍ର ସାହୁ। ସହର ଭିତରେ ଏପରି ଲୁଟ୍ର ଟେକନିକ୍ ଏବେ ସମସ୍ତଙ୍କୁ ତାଜୁବ କରିଛି। ଲୁଟେରା ବାବାଙ୍କ ଚିତ୍ର ସିସିଟିଭିରେ କଏଦ ବି ହୋଇଛି। ରବିବାର ଦୁଇଜଣ ବାବା ଆଇନଜୀବୀ ସମରେନ୍ଦ୍ରଙ୍କ […]