ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ। ଚାକିରି କରାଇଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଜୟ କୁମାରକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। ସୂଚନା ମୁତାବକ, ଯୁବତୀ ଜଣଙ୍କ ଘରୋଇ ଫାଇନାନ୍ସ କଂପାନିରେ ଚାକିରି ବାହାରି ଥିବା ବିଜ୍ଞାପନ ଦେଖି ସାକ୍ଷାତକାର ପାଇଁ ଭୁବନେଶ୍ୱର ଆସିଥିଲେ। ଏହି ଫାଇନାନ୍ସ କଂପାନିର ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଜୟ କୁମାର ଯୁବତୀଙ୍କୁ ସାକ୍ଷାତକାର ଦେବାକୁ ହେବ କହି ଭୁବନେଶ୍ୱର […]
ଉଦଳା (ମାନସ ପାଣି): ପୁଅକୁ କଚାଡ଼ି ମାରିଲା ବାପା। ଏ ଅଭାବନୀୟ ଘଟଣା ମୟୂରଭଞ୍ଜ ଶରଥ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ଗାଁରେ ଘଟିଛି। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଥିବା ଜଣାପଡିଛି। ମଧୁ ସିଂ ନାମକ ବ୍ୟକ୍ତି ବିଲକୁ କାମ କରିବାକୁ ଯାଇଥିବାବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଝଗଡ଼ା କରି ଫେରିଥିଲେ। ଏହାପରେ ଘରେ ପୁଅ କାନ୍ଦୁଥିବାରୁ ଉତ୍ତ୍ୟକ୍ତ ହୋଇ ପୁଅକୁ ପଥରରେ କଚାଡି ମାରିଥିବା ଜଣାପଡିଛି। ଅଭିଯୁକ୍ତ ବାପା […]
ସମ୍ୱଲପୁର : ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ନିର୍ଦ୍ଧାରିତ ଲଗ୍ନ ଅର୍ଥାତ୍ ସକାଳ ୧୦ଟା ୫ ମିନିଟ୍ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ। ଏଥିଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମାଆ ସମଲେଶ୍ୱରୀଙ୍କୁ ନବାହ୍ନ ଲାଗି ହେବା ପରେ ଅନ୍ୟ ଦେବଦେବୀଙ୍କୁ ମଧ୍ୟ ନବାନ୍ନ ଅର୍ପଣ କରାଯାଇଥିଲା। ଏହା ପରେ ଘରେ ଘରେ ଲୋକମାନେ ସେମାନଙ୍କ ଇଷ୍ଟ ଦେବାଦେବୀଙ୍କୁ ମଧ୍ୟ […]
ଭୁବନେଶ୍ୱର : ରାଜଧାନୀରେ ଭାସିଗଲେ ୩ ଯୁବକ। ବିଳମ୍ବିତ ରାତିରେ ଡ୍ରେନରେ ୩ ଜଣ ଯୁବକ ଭାସିଯାଇଥିବା ସୂଚନା ମିଳିଛି। ଆଚାର୍ଯ୍ୟବିହାର-ଜୟଦେବ ବିହାର ମଧ୍ୟସ୍ଥ ଉତ୍କଳ ଭିଲ୍ଲାସ୍ ପାଖରେ ଯୁବକମାନେ ଭାସି ଯାଇଛନ୍ତି। ଗୋଟିଏ ବାଇକ୍ରେ ଆସୁଥିବା ବେଳେ ସେମାନେ ପାଣିର ସୁଅରେ ଭାସି ଯାଇଥିଲେ। ରାସ୍ତା ଉପରେ ପ୍ରବଳ ପାଣି ଚାଲୁଥିବାରୁ ଭାସିଯାଇଥିବା ସନ୍ଦେହ କରାଯାଉଛି। ସିସିଟିଭି ଚିତ୍ରରେ ଯୁବକମାନେ ଭାସିଯିବା ବେଳର ଦୃଶ୍ୟ କଏଦ ହୋଇଛି। ଯୁବକ ୩ ଜଣଙ୍କ ଘର କେଉଁଠି, କିଛି […]
ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର,ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହିତ ଢେଙ୍କାନାଳ,ମୟୂରଭଞ୍ଜ, ଦେବଗଡ଼,ସୋନପୁର, ବଲାଙ୍ଗିର,କୋରାପୁଟ ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗରେ କାର୍ଯ୍ୟରତ ବିଶେଷଜ୍ଞ ସୂଚନା ଦେଇଛନ୍ତି । ସେ କହିଛନ୍ତି,“ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାସହ ରାଜସ୍ଥାନରୁ ଏକ […]
ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଜୋରସୋରରେ ଚାଲିଥିବା ବେଳେ ମଠ ଭଙ୍ଗାଯିବା ଘଟଣାକୁ ସହଜେ ହଜମ କରି ପାରୁନାହାନ୍ତି ସାଧୁସନ୍ଥ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ରବିବାର ଓ ସୋମବାର ୨ ଦିନ ସରକାରୀ ଛୁଟି ଥିବାରୁ ବନ୍ଦ ରହିଥିଲା ଉଚ୍ଛେଦ ପ୍ରକ୍ରିୟା। ଆଜିଠୁ ପୁଣି ଆରମ୍ଭ ହୋଇଯାଇଛି ଏହି ଅଭିଯାନ। ଏମାର ଓ ଲଙ୍ଗୁଳି ମଠ ମାଟିରେ ମିଶିବା ପରେ ଏବେ ବଡ଼ ଆଖଡ଼ା ମଠର […]
ତେଲକୋଇ( ଚିନ୍ମୟ ସାହୁ) : ଡାକ୍ତରୀ ଚିକିତ୍ସାକୁ ଛାଡ଼ି ରୋଗୀଙ୍କୁ ଭଲ କରିବାକୁ ଗୁଣିଗାରେଡ଼ି ଉପରେ ବିଶ୍ୱାସ। ଡାକ୍ତରୀ ଚିକିତ୍ସା ବଦଳରେ ରୋଗୀଙ୍କୁ ଭଲ କରିବାକୁ ଚାଲିଛି ମନ୍ତ୍ର ପାଠ। ଗୁଣିଆକୁ ଡାକି ହେଉଛି ପୂଜାପାଠ । ରୋଗୀଙ୍କୁ ବସାଇ ପୂଜାପାଠ କରୁଛନ୍ତି ଗୁଣିଆ। ଏଭଳି ଏକ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ଅଂଚଳରୁ। ସୂଚନା ମୁତାବକ, ବାଂଶପାଳ ବ୍ଲକ କାଦକଳା ଗାଁରେ ସୂର୍ଯ୍ୟ ମୁଣ୍ଡା ନାମକ ମହିଳାଙ୍କୁ ଜ୍ୱର ହୋଇଥିଲା। ଜ୍ୱର ହେବା ପରେ […]
ଭୁବନେଶ୍ୱର : ବ୍ରାହ୍ମଣ ନିଯୋଗ-ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗର ପରିଣାମ ଭୋଗୁଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ରହିଛି। ଫଳରେ ଉପାସରେ ରହିବେ ପ୍ରଭୁ। ଏହା ଶ୍ରଦ୍ଧାଳୁଙ୍କୁ ଖୁବ୍ ବ୍ୟଥିତ କରିଛି। ହେଲେ ଏଥିନିମନ୍ତେ ମନ୍ଦିର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି କହିଛନ୍ତି ୨ ନିଯୋଗର କର୍ମକର୍ତ୍ତା। ସେମାନଙ୍କ କହିବାନୁଯାୟୀ, ଲିଙ୍ଗରାଜଙ୍କ ନୂଆଗାଁ ଜମିକୁ ହଡ଼ପ କରାଯାଉଛି। ସେଠାରେ ଜବରଦଖଲକାରୀମାନେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚଳାଇଥିବା […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାସ୍ତା କଡ଼ରେ ବସିଥିବା ଜଣେ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ଅମାନବୀୟ ଭାବେ ବାଡ଼ିରେ ପିଟାଯିବାର ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏପରି ଲଜ୍ଜାଜନକ ଘଟଣା ଘଟିଛି ରାଉରକେଲା ସରକାରୀ ହସ୍ପିଟାଲ ଗେଟ୍ ନିକଟରେ। ଆଉ ଉକ୍ତ ହସ୍ପିଟାଲରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡ ନିର୍ଦ୍ଦୟ ଭାବେ ଯୁବକଙ୍କୁ ପିଟିଛନ୍ତି। ଯୁବକଜଣକ ଛାଡ଼ିଦେବାକୁ ନେହୁରା ହେବା ସତ୍ତ୍ୱେ ତାଙ୍କ ହୃଦୟ ତରଳି ନାହିଁ। ଏହି ଭିଡିଓ ଭାଇରାଲ ହେବା […]
ପାଟଣାଗଡ଼ ( ବଂଶୀଧର ଶେଠ୍) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ସ୍ୱାମୀଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସ୍ତ୍ରୀ। ମିଳିଥିବା ସୂଚନା ମୁତାବକ ,ଗତ ରାତିରେ ଗାଁର ଦୁର୍ଯ୍ୟୋଧନ ବଡ଼ିଆ ଓ ସ୍ତ୍ରୀ କିଶୋରୀ ବଡ଼ିଆ ଘରର କବାଟ ଦେଇ ଭିତରେ ଝଗଡ଼ା ଲାଗିଥିଲେ। ଏନେଇ ଦୁଇ ପିଲା ବଡ଼ ପାଟିରେ ଚିତ୍କାର କରିବାରୁ ପରିବାରର ଅନ୍ୟ ଲୋକ ଘର କବାଟ […]
ପୁରୀ : ଦୁଇ ଦିନର ବିରତି ପରେ ଆଜିଠାରୁ ପୁଣି ଶ୍ରୀମନ୍ଦିରର ୭୫ ମିଟର ପରିଧି ଭିତରେ ଉଚ୍ଛେଦ ଅଭିଯାନ ଚାଲିବ। ଆଜି ପୁରାତନ ଐତିହ୍ୟ ବଡ଼ ଆଖଡ଼ା ମଠ ଭଙ୍ଗାଯିବ। ଐତିହାସିକଙ୍କ କହିବାନୁଯାୟୀ, ଜଗନ୍ନାଥ ମନ୍ଦିରକୁ ବର୍ହିଃ ଶତ୍ରୁ ଆକ୍ରମଣରୁ ରକ୍ଷା ଉଦ୍ଦେଶ୍ୟରେ ୧୪୦୨ ମସିହାରେ ବୈଷ୍ଣବ ନାଗା ସାଧୁଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଏହି ଐତିହ୍ୟ ସଂପନ୍ନ ବଡ଼ ଆଖଡ଼ା ମଠ। ଏହା ପୂର୍ବରୁ ମେଘନାଦ ପାଚେରୀ ସଂଲଗ୍ନ ଲଙ୍ଗୁଳି ମଠ ଓ ଏମାର […]
ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ। ଏଥିପାଇଁ ଇଷ୍ଟଦେବୀଙ୍କ ମନ୍ଦିର ଓ ଘରେ ଘରେ ପ୍ରସ୍ତୁତି ହୋଇଛି। ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ନିକଟରେ ଆଜି ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି। ବାହାରେ ରହୁଥିବା ସଦସ୍ୟ ଏକାଠି ନୂଆଁଖାଇବା ପାଇଁ ଘରେ ପହଞ୍ଚିସାରିଲେଣି।
ଭୁବନେଶ୍ୱର : ଗଣେଶ ପୂଜାରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲା ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପ୍ରଥମ ସଦସ୍ୟ ଭାବେ ନାଁ ପଞ୍ଜିକରଣ କଲେ। ହେଲେ ପ୍ରଥମ ଥର ପାଇଁ ଦଳର ୱେବପୋର୍ଟାଲ ସହ ନୂଆ ସଦସ୍ୟଙ୍କ ଆଧାର ଲିଙ୍କ ଯୋଜନାକୁ ନେଇ ଛିଡ଼ା ହୋଇଛି ବିବାଦ। ସରକାରୀ ସ୍ତରରେ ହିତାଧିକାରୀଙ୍କ ଆଧାର ଲିଙ୍କ ହେଉଥିବା ବେଳେ ରାଜନୈତିକ ଦଳ ଭାବେ ବିଜେଡିର ଆଧାର ଲିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ […]
ଆଠଗଡ଼ (ନୀଳକଣ୍ଠ ଦୋରା) : ବଦଳିବେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ। ମେଡିକାଲରେ ତାଲା ପଡ଼ିବା ଯୋଗୁ ପ୍ରସୂତିଙ୍କୁ ଚିକିତ୍ସା ନ ମିଳିବା ଘଟଣାର ତଦନ୍ତ କରି ସମସ୍ତ କର୍ମଚାରୀଙ୍କ ବଦଳି ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରିଛନ୍ତି ସିଡିଏମ୍ଓ। କଟକ ସିଡିଏମ୍ଓଙ୍କ ନେତୃତ୍ୱରେ ଆଜି ୪ ଜଣିଆ ଟିମ୍ ଗୁରୁଡିଝାଟିଆ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ତଦନ୍ତ କରିଛନ୍ତି। ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ଏହି ଟିମ୍ ପଚରାଉଚରା କରଛି। ଗତକାଲି ପ୍ରସୂତିଙ୍କ ଚିକିତ୍ସାରେ ଅବ୍ୟବସ୍ଥା ନେଇ […]
ଭୁବନେଶ୍ୱର : ପିଏମ୍ କିଷାନ ଯୋଜନା ପାଇଁ ରାଜ୍ୟକୁ ପୁଣି ଥରେ ଚାଷୀଙ୍କ ତାଲିକା ମାଗିଲେ କେନ୍ଦ୍ର ସରକାର। ଦେଶରେ ସାଢେ ୧୪ କୋଟି ଚାଷୀ ଏହି ଯୋଜନା ସହ ଯୋଡ଼ି ହୋଇଛନ୍ତି। ହେଲେ ରାଜ୍ୟ ସରକାର ଯୋଗ୍ୟ ଚାଷୀଙ୍କ ତାଲିକା ନଦେଲେ ଟଙ୍କା କେମିତି ମିଳିବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ପିଏମ୍ କିଷାନ ଯୋଜନାରେ ସାମିଲ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରକୁ ୩୦ ଲକ୍ଷ […]
ଭୁବନେଶ୍ୱର : ପୁରୀରେ ଉଚ୍ଛେଦ ଅଭିଯାନକୁ ନେଇ ବଢୁଥିବା ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଆସୁଥିବା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। ବାସଗୃହ ପାଇଁ ଏକକାଳୀନ ୩୦ ଲକ୍ଷ ଟଙ୍କା ସହାୟତା ସାଙ୍ଗକୁ ବ୍ୟବସାୟୀମାନଙ୍କୁ ମଧ୍ୟ ୩ଟି ବର୍ଗ କରି ଥଇଥାନ ରାଶି ଘୋଷଣା ହୋଇଛି । ସେହିପରି ଉଚ୍ଛେଦ ମଠଗୁଡ଼ିକ ପାଇଁ ବିସ୍ତୃତ ଥଇଥାନ, ସଂରକ୍ଷଣ ଓ ପୁନର୍ବାସ ବ୍ୟବସ୍ଥା […]
ଭୁବନେଶ୍ୱର : କୋମଳମତି ଶିଶୁଙ୍କ ଉପରେ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ବଢୁଛି। ଘରେ ହେଉ ବା ଶିକ୍ଷାନୁଷ୍ଠାନ କେଉଁଠି ସୁରକ୍ଷିତ ନୁହଁନ୍ତି କୁନି କୁନି ପିଲା। ଏହାକୁ ନଜରରେ ରଖି ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ପାଇଁ ଚାଇଲ୍ଡ ସେଫ୍ ଏନ୍ଭାର୍ଣ୍ଣମେଣ୍ଟ ନିର୍ଦ୍ଦେଶାବଳୀ ଜାରି କରିଥିଲେ ରାଜ୍ୟ ସରକାର। ଦୁଇ ମାସ ଭିତରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ମାତ୍ର ବିଡ଼ମ୍ବନାର ବିଷୟ ୨୦୧୪ ଅଗଷ୍ଟରେ ଏହି ଗାଇଡ୍ଲାଇନ ଜାରି ହୋଇଥିଲେ ମଧ୍ୟ […]
ଭୁବନେଶ୍ୱର : ରାତି ପାହିଲେ ନୂଆଁଖାଇ। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ଏଥିପାଇଁ ବଲାଙ୍ଗିରରେ ପୂର୍ବଦିନ ପାଳିତ ହୋଇଥାଏ ପାହୂର ଯାତ୍ରା। ନୂତନ ବସ୍ତ୍ର, ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଶୋଭାଯାତ୍ରରେ ସବୁ ଇଷ୍ଟଦେବୀଙ୍କ ପୀଠକୁ ନିଆଯାଇଥାଏ। ଆଜି ଅପରାହ୍ଣରେ ଏହି ପର୍ବ ବେଶ୍ ଜାକଜମକରେ ଅନୁଷ୍ଠିତ ହୋଇଛି। ସେପଟେ ସମ୍ବଲପୁରରେ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର […]
ଭୁବନେଶ୍ୱର : ପୁଲିସର ନିଃସ୍ୱାର୍ଥପର ସେବା କଥା କହିଲେ କେହି ବି ସହଜରେ ବିଶ୍ୱାସ କରିବେ ନାହିଁ। ହେଲେ ଏବେ ଯେଉଁ ଚିତ୍ର ଆସିଛି ତାହା ଦେଖିଲେ ହୁଏତ ଆପଣଙ୍କର ଏ ଭାବନା ବଦଳି ଯାଇପାରେ । ପୁଲିସ ବି ଅସହାୟ ଲୋକଙ୍କ ଦରଦୀ ବନ୍ଧୁ ସାଜିପାରେ ତାହା କଟକର ଜଣେ ଟ୍ରାଫିକ୍ ପୁଲିସ କରି ଦେଖାଇଛନ୍ତି। ଜଣେ ଅସହାୟ ଦୃଷ୍ଟିହୀନ ପରିବାରକୁ ରାସ୍ତା ପାର କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ହାବିଲଦାର ଲଲିତ୍ […]
ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସାଧାରଣ ଧନଜୀବନ ରକ୍ଷା କରାଯିବ ? କିଭଳି ଲୋକଙ୍କୁ ଉଦ୍ଧାର କରାଯିବ ? କୋଠା ଭୁଶୁଡ଼ିଲେ କିଭଳି ସେଠାରୁ ଲୋକଙ୍କୁ ଉଦ୍ଧାର କରାଯିବ ? ଏ ସମସ୍ତ ବିଷୟରେ ପ୍ରଶିକ୍ଷଣ ନେଉଛନ୍ତି ସାଧାରଣ ଯୁବକ ଓ ଯୁବତୀ। ଏମାନେ ସମସ୍ତେ ନେହରୁ ଯୁବ କେନ୍ଦ୍ର ସଂଗଠନର ସ୍ୱେଚ୍ଛାସେବୀ। କଟକ ମୁଣ୍ଡଳୀ ନ୍ୟାଶନାଲ୍ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏନ୍ଡିଆର୍ଏଫ୍) ବାଟାଲିୟନ ପରିସରରେ ଏମାନଙ୍କୁ ଏହି ସମସ୍ତ ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି। […]
କେନ୍ଦ୍ରାପଡା (ମନୋଜ କୁମାର ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲା ତିନିମୁହାଣୀ ବସ୍ଷ୍ଟାଣ୍ଡ ରାସ୍ତାର କେନ୍ଦ୍ରାପଡା ଅରବାନ କୋପେରଟିଭି ବ୍ୟାଙ୍କ ସମ୍ମୁଖରେ ଛାତ୍ରୀଙ୍କ ଶବ ରଖି କ୍ଷତିପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକେ ରାସ୍ତା ରୋକ୍ କରିଛନ୍ତି। କଜଳା ଗ୍ରାମର ଶେଜଲ ବଳ ଗତକାଲି ସକାଳେ ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ କଜଳା ଅର୍ବାନ୍ ବ୍ୟାଙ୍କ ପଛ ରାସ୍ତାରେ ଥିବା ଏକ ଝାଉଁ ଗଛକୁ ସ୍ଥାନୀୟ ଲୋକେ କାଟୁଥିଲେ । ଗଛ କଟାଯିବା ନେଇ କୌଣସି […]
ଫୁଲବାଣୀ( ତ୍ରିନାଥ ସାହୁ) : ବାସହୀନଙ୍କୁ ଆବାସ ଯୋଜନାରେ ଘର ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ବିଜୁ ପକ୍କା ଘର ଯୋଜନା ରହିଛି। ହେଲେ ପ୍ରକୃତ ପକ୍ଷେ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍ ପଡିଥିବା ଦେଖିବାକୁ ମିଳିଛି। ଘର ନଥିବାରୁ ଗାଁରେ ବୃଦ୍ଧ ଦମ୍ପତ୍ତି ଭଙ୍ଗା କୁଡ଼ିଆରେ ପଡିରହିଛନ୍ତି। ଭଙ୍ଗା କୁଡ଼ିଆ ଘର। ଉପରେ ଚାଳ ଉଡିଯାଇଛି। ଦିନବେଳେ ସୂର୍ଯ୍ୟାଲୋକ। ଆଉ ରାତି ହେଲେ ଅନ୍ଧାରରେ ଜୀବନ ବିତେ ବୃଦ୍ଧ […]
ନୟାଗଡ଼ : ନୟାଗଡ଼ ଖଣ୍ଡପଡ଼ା ଅଂଚଳରେ ଶାଗୁଆନ କାଠ ଚୋରା ଚାଲାଣ ଅଭିଯୋଗରେ ବନବିଭାଗର ଚଢ଼ଉ। କୋସକା ଅଞ୍ଚଳରେ ଚଢ଼ଉ କରି ଶାଗୁଆନ କାଠ ବୋଝେଇ ଏକ ଟ୍ରକ୍କୁ ଜବତ କରିଛି ବନବିଭାଗର ଟିମ୍। ଜବତ କାଠର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଖଣ୍ଡପଡ଼ା କୋସକା ଅଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ଦଶପଲ୍ଲା ଅଞ୍ଚଳକୁ କାଠ ଚାଲାଣ ହେଉଥିବା ଖବର ପାଇ, କଣ୍ଟିଲୋ-ସିଦ୍ଧମୂଳ ରାସ୍ତାର ଅକୁରାବନ୍ଧ ଗାଁ ନିକଟରେ ଟ୍ରକ୍ଟିକୁ ଜବତ […]
ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା । ସୁରକ୍ଷା ଜୋନ ମଧ୍ୟରେ ଆସୁଥିବା କ୍ଷତିଗ୍ରସ୍ତଙ୍କ ଲାଗି ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାସଗୃହ ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଥଇଥାନ ନୀତି ଅନୁସାରେ କ୍ଷତିପୂରଣ ମିଳିବ। ଅଧିଗୃହିତ ଅଞ୍ଚଳରେ ଥିବା ଘର ପାଇଁ ସବୁ ପରିବାରକୁ କ୍ଷତିପୂରଣ ଦିଆଯିବ। ସ୍ଥାନାନ୍ତରିତ ପରିବାରର ପରିବହନ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ତୁରନ୍ତ ମିଳିବ। […]
ଆଠଗଡ଼ : ଆଠଗଡ଼ ଗୁରୁଡ଼ିଝାଟିଆ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ପ୍ରସୂତୀଙ୍କ ଅଧା ପ୍ରସବ ଘଟଣାରେ ଆରମ୍ଭ ହେଲା ତଦନ୍ତ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ ଜଣିଆ ଟିମ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। କଟକ ସିଡିଏମ୍ଓ ବିଭୁତି ଭୂଷଣ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମେଡିକାଲ୍ରେ ଥିବା ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ମେଡିକାଲ୍ରେ ତାଲା କାହିଁକି ପଡ଼ିଲା, ଦାୟିତ୍ୱରେ ଥିବା ଡାକ୍ତରଙ୍କ ସମ୍ପର୍କରେ ପଚରାଉଚରା ହୋଇଛି। […]