ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି କସରତ। ଅକ୍ଟୋବର ଶେଷ ଆଡ଼କୁ ଏଠାରେ ଉପନିର୍ବାଚନ ହେବ। ଏ ଚର୍ଚ୍ଚା ଭିତରେ ଏବେ ସବୁ ଦଳର ଫୋକସରେ ପଶ୍ଚିମ ଓଡ଼ିଶାର ଏହି ହାଇ ପ୍ରୋଫାଇଲ ଆସନ। ବିଜେଡିରୁ ପୂର୍ବତନ ବିଧାୟିକା ରୀତା ସାହୁ ଫ୍ରଣ୍ଟ ରନର ବୋଲି କୁହାଯାଉଛି। ଏପଟେ କଂଗ୍ରେସ ଓ ବିଜେପି ବି ବିଜେପୁର ବିଜୟ ଲାଗି କମରକଷା ଆରମ୍ଭ କରିଛନ୍ତି । କଂଗ୍ରେସର ଏକ କମିଟି ବିଜେପୁର ଯାଇ ତଥ୍ୟ ସଂଗ୍ରହ […]
ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର। ଭୁବନେଶ୍ୱରରେ ୪ଟି ଓ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ଆର୍ଟିଓ-୧, ଆରଟିଓ-୨ ବାଦ୍ ମୋଟ ୫ଟି ଅତିରିକ୍ତ କେନ୍ଦ୍ର ଖୁବ୍ ଶୀଘ୍ର ଖୋଲିବ। ଖୋଲିବାକୁ ଥିବା ଅତିରିକ୍ତ କେନ୍ଦ୍ରରେ କେବଳ ଲର୍ଣ୍ଣିଙ୍ଗ ଲାଇସେନ୍ସ ଦିଆଯିବ। ଭିଡ଼ ଦୃଷ୍ଟିରୁ ପ୍ରଥମେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଅତିରିକ୍ତ କେନ୍ଦ୍ର ଖୋଲିବ। ପରେ ଅନ୍ୟ ସହରରେ […]
ଭୁବନେଶ୍ୱର :ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ରାଜ୍ୟରେ ଏବେ ବି ବେଧଡ଼କ ଚାଲିଛି ଚିଟ୍ଫଣ୍ଡ କାରବାର। ସାହାରା କ୍ରେଡିଟ୍ କୋଅପରେଟିଭ ସୋସାଇଟି ଓ ତାର ଅନ୍ୟ ଦୁଇ ଶାଖା ଲୋକଙ୍କୁ ଠକୁଥିବା ନେଇ ଖୋଦ୍ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । ଏନେଇ କେନ୍ଦ୍ରର ଖୋଳତାଡ଼ ପରେ ସମବାୟ ବିଭାଗ ପକ୍ଷରୁ ୭ଟି ଜିଲ୍ଲାରୁ ତଥ୍ୟ ମାଗିଛନ୍ତି । ଏମିତିକି ବାରମ୍ବାର ଚିଠି ପରେ ବି ତଥ୍ୟ ଦେଉନଥିବା ୭ ଜିଲ୍ଲାର ସମବାୟ ଅଧିକାରୀଙ୍କ ଦରମା ବନ୍ଦ […]
ଭୁବନେଶ୍ୱର : ଆସୁଛି ପାର୍ବଣ। ତାପୂର୍ବରୁ ଟୁଇନ ସିଟି ସମେତ ରାଜ୍ୟବ୍ୟାପୀ ପୋଲିସ ରାଡାରରେ ଅପରାଧୀ। ଅପରେସନ୍ କ୍ଲିନ୍ ଜରିଆରେ ଅପରାଧିଙ୍କ ଅପରାଧ ପଞ୍ଜିକା ଖୋଲିବା ସହ ପୋଲିସ ତିଆରି କରିଛି ବ୍ଲୁ ପ୍ରିଣ୍ଟ। ଗତ ୧୫ ଦିନ ଭିତରେ ସାତ ସାତଟି ଏନକାଉଣ୍ଟର କରି ଆକ୍ସନ ମୋଡକୁ ଆସିଛି ପୋଲିସ । ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରି ଆଗକୁ ଅପରେସନକୁ ଜୋରଦାର କରାଯିବ ବୋଲି ଡିଜିପି କହିଛନ୍ତି । ଟୁଇନସିଟି ସମେତ ରାଜ୍ୟରେ ସକ୍ରିୟ ଥିବା […]
ପୁରୀ : ଅମାପ ଧନ ସମ୍ପତ୍ତିର ମାଲିକ ତଥା କୋଟି ଓଡିଆଙ୍କ ପ୍ରାଣ ପ୍ରଭୁ ଜଗନ୍ନାଥଙ୍କୁ ପିତ୍ତଳ ଥାଳିରେ ଲାଗି ହେଉଛି କୋଠ ଭୋଗ । ଏକଥା ଶୁଣି କ୍ଷୁବ୍ଧ ହୋଇଛନ୍ତି ଭକ୍ତ ଓ ଗବେଷକ। ରତ୍ନଭଣ୍ଡାରରେ ସୁନା ଓ ରୂପା ଥାଳି ରହିଥିବା କୁହାଯାଉଥିଲେ ବି କାହିଁକି ସାମାନ୍ୟ ପିତ୍ତଳ ଥାଳିରେ ଦିଆଯାଉଛି ନୈବେଦ୍ୟ ତାକୁ ନେଇ ସୃଷ୍ଟି ହୋଇଛି ଶଙ୍କା ଓ ସନ୍ଦେହ। ରତ୍ନଭଣ୍ଡାରରେ ମହଣ ମହଣ ଧନରତ୍ନ ଥାଇ ସାମାନ୍ୟ ପିତ୍ତଳ ଥାଳିରେ […]
କଟକ : ସମଗ୍ର ଭାରତର ଇତିହାସ ଭୁଲ ଭାବରେ ଲେଖାଯାଇଛି। ଆର୍ଯ୍ୟ ଓ ଦ୍ରାଭିଡ ଦୁଇଟି ଜାତି, ସେମାନେ ବାହାରୁ ଆସିଛନ୍ତି ବୋଲି କୁହାଯାଇଛି। ଏହାର କୌଣସି ସତ୍ୟତା ନାହିଁ। ଆଜି ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ବ୍ରିଟିଶ ସାମ୍ରାଜ୍ୟବାଦକୁ ଚିରସ୍ଥାୟୀ କରିବା ପାଇଁ ଏଭଳି ଇତିହାସ ଲେଖାଯାଇଛି। ସେହିପରି ହିନ୍ଦୁ ଓ ଶିଖ୍ ଅଲଗା ଅଲଗା ଧର୍ମ ବୋଲି ଯାହା […]
ଢେଙ୍କାନାଳ(ରାଜଶ୍ରୀ ଶତପଥି): ଭରା ନଈ, ଉଚ୍ଛୁଳା ପାଣି। କେଉଁଠି ବେକେ ତ କେଉଁଠି ପାଟିଏ। ପାଦ ଖସିଗଲେ, ଜୀବନ ଶେଷ। ହେଲେ ସାପୁଆ ନଈରେ ପାଣି ଯେତେ ଥାଉ, ସୁଅ ଯେମିତି ପଡିଥାଉ, ଭ୍ୟାନିଟିକୁ ମୁଣ୍ଡ ଯାଏ ଟେକି ଧରି ବିନି ଦିଦି ଆରପଟେ ଥିବା ସ୍କୁଲ ଯିବାଟା ଥୟ। ବିନି ଦିଦିଙ୍କ ଭଲ ନାଁ ବିନୋଦିନୀ ସାମଲ। ଘର ଜରିପାଳ ଗାଁରେ। ଯାହାର ବିପରୀତ ପଟେ ରହିଛି ବିନିଦିଦିଙ୍କ କର୍ମକ୍ଷେତ୍ର ଢେଙ୍କାନାଳ ରଥିଆପାଳ ଉଚ୍ଚପ୍ରାଥମିକ ସ୍କୁଲ। […]
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ସ୍କୁଲ୍ କ୍ୟାମ୍ପସରେ କେତେ ସୁରକ୍ଷିତ ପିଲା? ବାଲେଶ୍ୱରରେ ଜିଲ୍ଲାରେ ଏକ ସ୍କୁଲରେ ଜଣେ ପିଲାକୁ ତାଲା ପକାଇବା ପରେ ଆଜି ଏମିତି ଚିନ୍ତା ପ୍ରତ୍ୟେକ ଅଭିଭାବକଙ୍କୁ ଘାରିଛି। ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ସସ୍ପେଣ୍ଡ କରିଛନ୍ତି। ବାଲେଶ୍ୱର ସହର ମଠସାହିର ସାକର ହାସଁଦାଙ୍କ ପୁଅ ମହାବୀର ନୋଡ଼ାଲ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ। ଛୁଟି ହେବାର କିଛି ସମୟ ପୂର୍ବରୁ କ୍ଲାସରୁମ୍ରେ ବହିବସ୍ତାନୀ ରଖି ପିଲାଟି […]
ଭୁବନେଶ୍ୱର : ମୋତେ ବାହା ହେବାକୁ ପ୍ରତିଶ୍ରୁତି ଦେଇ ତା’ ପାଖକୁ ନେଇଥିଲା। ମୋ ମଥାରେ ସିନ୍ଦୂର ଦେଇଥିଲା। ୨୦୧୮ ଡିସେମ୍ବର ୨୫ରେ ନେଇଥିଲା । ମୋ ମଥାରେ ସିନ୍ଦୂର ଦେଇଥିଲା। ମୋ ସହିତ ମୋ ଝିଅ ଯାଇଥିଲା। ୨୭ ତାରିଖରେ ମତେ ଗାଳିଗୁଲଜ କରି ମାରିବା ଧମକ ଦେଲା। ସେତେବେଳେ ମୋ ଝିଅ ବହୁତ କାନ୍ଦିଲା। ଆମେ ରାତି ୧୦ଟାରେ ଘରୁ ବାହାରି ପଳାଇ ଆସିଲୁ। ଇଏ ହେଉଛି ଜଣେ ପ୍ରେମ ପ୍ରତାରଣର ଶିକାର ହୋଇଥିବା […]
ବଲାଙ୍ଗିର : ନୂଆ ମୋଟର୍ ଯାନ ନିୟମ ଲାଗୁ ହେବା ପରେ ଏବେ କଡ଼ାକଡ଼ି ହେଉଛି ଟ୍ରାଫିକ୍ ଯାଞ୍ଚ। ରାଜଧାନୀ ଭୁବନେଶ୍ୱର, କଟକ ସମେତ ଅନ୍ୟ ସହରରେ ଲୋକଙ୍କୁ ଏନେଇ କରାଯାଉଛି ସଚେତନ। ତେବେ ବିଡ଼ମ୍ବନାର ବିଷୟ ଯେ, ବଲାଙ୍ଗିରରେ ଏବେ ସୁଦ୍ଧା ନିୟମକୁ କଡ଼ାକଡ଼ି ଲାଗୁ ହୋଇନି। ନା ଟ୍ରାଫିକ୍ ସିଗନାଲ୍, ନା ଅନ୍ୟ ଛକରେ କେଉଁଠି ବି ଯାଞ୍ଚ ହେଉନି । ଲୋକେ ପୂର୍ବ ଭଳି ନିୟମ ଉଲ୍ଲଂଘନ କରୁଛନ୍ତି। ନିୟମ ମାନିବା ତ […]
ଭୁବନେଶ୍ୱର : ଓଡ଼ିଶା ଗଣମାଧ୍ୟମରେ ଜ୍ୱଳନ୍ତ ପ୍ରତିଭା ହେଉଛନ୍ତି ଦିଲୀପ ଶତପଥୀ। ସେ ଥିଲେ ଜଣେ ନିର୍ଭୀକ ଓ ନିରପେକ୍ଷ ଗଣମାଧ୍ୟମ ପ୍ରତିନିଧି। ଏହାଛଡ଼ା ସେ ଜଣେ ଭଲ ମଣିଷ ଥିଲେ। ଜୀବନ କାଳ ଭିତରେ ବହୁ ଯୁବ ସାମ୍ୱାଦିକ ଗଢ଼ିଛନ୍ତି। ଯାହା ଆଗାମୀ ପିଢ଼ି ପାଇଁ ସ୍ୱତନ୍ତ୍ର ଉଦାହଣ ହୋଇ ରହିବ। ବଡ଼ ଓ ସାନ ଭିତରେ ଫରକ ନରଖି ସେ ସମସ୍ତଙ୍କ ସହିତ ମିଶୁଥିଲେ। ସମସ୍ତଙ୍କ ସୁଖ ଓ ଦୁଃଖ ବେଳେ ଛିଡ଼ା ହେଉଥିଲେ। […]
ଢେଙ୍କାନାଳ : ଉଛୁଳା ନଈ ଅତିକ୍ରମ କରି ସ୍କୁଲ ଯାଉଥିବା ଶିକ୍ଷୟିତ୍ରୀ ବିନୋଦିନୀ ସାମଲଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଢେଙ୍କାନାଳ ଓଡ଼ାପଡ଼ାର ଏହି ଶିକ୍ଷୟିତ୍ରୀ ବର୍ଷାଦିନେ କେନାଲରେ ଆସିଥିବା ବଢି ପାଣିରେ ପଶି ସ୍କୁଲକୁ ଯାଆନ୍ତି। ଦୀର୍ଘ ୧୦ ବର୍ଷ ହେଲା ବିନୋଦିନୀ ବିନା ଛୁଟିରେ ମଧ୍ୟ କାମ କରୁଥିବା ଜଣାପଡିଛି। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଶିକ୍ଷୟିତ୍ରୀ ବିନୋଦିନୀ […]
ଭୁବନେଶ୍ୱର : ଟ୍ରାଫିକ ଜୋରିମାନା କମ୍ କରିପାରନ୍ତି ରାଜ୍ୟ ସରକାର। ଗୁଜରାଟ ସରକାର ଜୋରିମାନାକୁ ୨୫ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିଥିବାରୁ ଓଡ଼ିଶା ମଧ୍ୟ କିଛି କମ୍ କରିବାର ସିଗ୍ନାଲ ଦେଇଛି। ଏପଟେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଭୁବନେଶ୍ୱର ଆର୍ଟିଓ ଅଫିସରେ ଲମ୍ବା ଲାଇନ୍ ଲାଗିଛି। ଲାଇସେନ୍ସ ଦେବା ପାଇଁ ଯେତିକି କାଉଣ୍ଟର ଥିଲା, ଏବେ ତାହା ଡବଲ ହୋଇଛି। ତଥାପି ଭିଡ଼ କମୁନି। ଆଜି ଖୋଦ ପରିବହନ ସଚିବ ଜି. ଶ୍ରୀନିବାସ କାମର ତଦାରଖ […]
ଭୁବନେଶ୍ୱର : ଲଭ୍, ସେକ୍ସ ଆଉ ତା’ପରେ ଧୋକା। ଗିରଫ ହୋଇ ଜେଲ୍ ଯିବା ପରେ ବି ଖୋଇ ଛାଡ଼ିନି ୪୨୦ ପ୍ରେମିକର। ଆମେ କହୁଛୁ ଏଭଳି ଜଣେ ଧୋକ୍କାବାଜ୍ର କଥା ଯିଏ ବହୁ ଯୁବତୀ ଓ ମହିଳାଙ୍କ ଜୀବନ ସହ ଖେଳ ଖେଳି ଧୋକ୍କା ଦେଇଚାଲିଛି। ଏପରିକି ଜେଲରୁ ଜାମିନ୍ରେ ମୁକୁଳିବା ପରେ ବି ଭୁବନେଶ୍ୱରରେ ପୁଣି ଶିକାର ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଏପରିକି ଧୋକାବାଜି ପ୍ରେମିକର ଶିକାର ସାଜିଥିବା କିଛି ମହିଳା ଓଟିଭି […]
ଝାରସୁଗୁଡ଼ା ( ଭାଗିରଥୀ ସାହୁ) : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ନେଇ ସାଂଘାତିକ ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହେବା ପରେ ବି ଇଞ୍ଜେକ୍ସନ୍ ସହ ସାଲାଇନ୍ ଲଗାଯାଇଥିବା ଅଭିଯୋ ହୋଇଛି। ସୂଚନା ମୁତାବକ ,କ୍ଷେତ୍ରମଣି କୁସୁମ ନାମକ ଲଇକେରା ବ୍ଲକ୍ ଜାଲିମାଲ ଗାଁର ଜଣେ ବ୍ୟକ୍ତି କୌଣସି କାରଣରୁ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। […]
ଭୁବନେଶ୍ୱର : ଦୀର୍ଘଦିନ ଜଟଣୀ ନିର୍ବାଚନମଣ୍ଡଳୀର ଲୋକେ ଭୋଗୁଥିବା ସମସ୍ୟାକୁ ନେଇ ଆଜି ଜଟଣୀ ବିଧାୟକ ସୁର ରାଉତରାୟ ଏବଂ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ରାଜସ୍ୱ ପରିଷଦ ସଭ୍ୟଙ୍କୁ ଭେଟିଛନ୍ତି। ଏନେଇ ସମସ୍ୟା ସମ୍ପର୍କରେ ଉଭୟ ନେତା ଆଲୋଚନା କରିଛନ୍ତି। ଏମ୍ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ବିଧାୟକ ସୁରେଶ ରାଉତରାୟ ଏବଂ ମୁଁ ଦୁଇ ଜଣ ବୋର୍ଡ଼ ଅଫ ରେଭିନ୍ୟୁକୁ ଆସିଥିଲୁ। ଜଟଣୀ ନିର୍ବାଚନୀମଣ୍ଡଳୀର ପ୍ରାୟ ୩ ଲକ୍ଷ ଲୋକଙ୍କର ସ୍ଥିତବାନ ଜମି ସେମାନଙ୍କ […]
ଭୁବନେଶ୍ୱର : ଥାନାର ରିପୋର୍ଟ କାର୍ଡ କଲେ ପୁଲିସ କମିଶନର। ସିପିଙ୍କ କାର୍ଯ୍ୟାଳୟର କଲ୍ ସେଣ୍ଟରରୁ ବସି ଅଭିଯୋଗକାରୀଙ୍କ ଠାରୁ ଫିଡବ୍ୟାକ୍ ନେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ୮ଟି ପ୍ରସଙ୍ଗକୁ ନେଇ ଅଭିଯୋଗକାରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ପୁଲିସ ଅଧିକାରୀ। ଅଭିଯୋଗକାରୀଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଜାଣିବା ସହ ଏ ବାବଦରେ ଥାନାକୁ କେତେ ମାର୍କ ଦେବାକୁ ଚାହିଁନ୍ତି ତାହା ମଧ୍ୟ ଅଭିଯୋଗକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ ପୁଲିସ କମିଶନର। ପ୍ରତି ପ୍ରଶ୍ନ […]
ଭୁବନେଶ୍ୱର : ବିଜେପି ଓ ବିଜେଡିର ଭିତିରି ସମ୍ପର୍କ ରହିଛି! କଂଗ୍ରେସ ଏପରି ଅଭିଯୋଗ ବାରମ୍ୱାର କରିଆସୁଥିଲା। ମାତ୍ର ଏହାକୁ ଉଭୟ ବିଜେପି ଓ ବିଜେଡିର ବରିଷ୍ଠ ନେତାମାନେ ଖଣ୍ଡନ କରିଆସୁଥିଲେ। ଏପରିକି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିରାଚରିତ ଢଙ୍ଗରେ ସମଦୂରତା କଥା ବାରମ୍ୱାର କହୁଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଏପରି କଥା ରାଜନୈତିକ ସମୀକ୍ଷକ ସହଜରେ ଗ୍ରହଣ କରିପାରୁନଥିଲେ। ଆଜି ଏହି ଭିତିରି ପେଡ଼ିର ଗୁମର ଖୋଲିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ। […]
ଭୁବନେଶ୍ୱର : ନୂଆ ଟ୍ରାଫିକ୍ ନିୟମରେ ଥିବା ଜରିମାନାକୁ ଗୁଜରାଟ ସରକାର କୋହଳ କରିବା ପରେ ଓଡିଶାରେ ମଧ୍ୟ ଏହାକୁ ଲାଗୁ କରିବାକୁ ଦାବି ଉଠିଛି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଓ଼ଡିଶାରେ ଜରିମାନାକୁ ୫୦ ପ୍ରତିଶତ କମାଯାଉ। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଜରିମାନା ଆଦାୟର ଦୋଷୀ ପରିବହନ ବିଭାଗ ନିଜ ମୁଣ୍ଡରେ ଦୋଷ ଛଡାଇ ବିଭାଗ ଏବେ ପୁଲିସ ମୁଣ୍ଡରେ ଅଠା ବୋଳୁଛି। ତେବେ ପୂର୍ବତନ ପରିବହନ […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ସ୍କୁଲ ପିଲାଙ୍କର ବ୍ୟାଗ୍ ଓଜନ ଯାଞ୍ଚ ଆରମ୍ଭ। ଆଜି ସ୍ପେଶାଲ ସ୍କ୍ୱାଡ ଟିମ୍ ଭୁବନେଶ୍ୱର ୮ ନମ୍ବର ଡିଏଭି ସ୍କୁଲ ଯାଇ ବ୍ୟାଗ୍ ଯାଂଚ କରିଛନ୍ତି । ତାସହ ଅନ୍ୟ ଏକ ଘରୋଇ ସ୍କୁଲକୁ ଯାଇ ମଧ୍ୟ ଅନୁଧ୍ୟାନ କରିଥିବା କୁହାଯାଉଛି। ଗତକାଲି ସ୍କୁଲ ବ୍ୟାଗ ଓଜନ ପାଇଁ ୩ଟି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଗଠନ କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ। ଏହାପରେ ଆଜିଠୁ ଏହି ସ୍କ୍ୱାର୍ଡ ଅଚାନକ ଗସ୍ତ […]
ଭୁବନେଶ୍ୱର : ଅନଧିକୃତ ସଂସ୍ଥାକୁ ଔଷଧ ବିକ୍ରି ଅଭିଯୋଗରେ ଫାର୍ମାସ୍ୟୁଟିକାଲ ସଂସ୍ଥା ଉପରେ ଚଢାଉ। ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଥିବା ଟରକ୍ୟୁ ଫାର୍ମାସ୍ୟୁଟିକାଲ ନାମକ ଏକ ସଂସ୍ଥା ଉପରେ ଚଢ଼ାଉ କରିଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର। ପ୍ରସାଧାନ ସାମଗ୍ରୀ ନାଁରେ ଏହି କମ୍ପାନୀ କିଛି ଅନଧିକୃତ ସଂସ୍ଥାକୁ ମେଡିସିନ୍ ବିକ୍ରି କରୁଥିବା ଅଭିଯୋଗରେ ରେଡ୍ କରାଯାଇଛି। ସଂସ୍ଥାର ଉପ୍ତାଦ ବ୍ୟବହାର ପରେ ପାର୍ଶ୍ୱପ୍ରତିକ୍ରିୟା ହେଉଥିବାରୁ ଏହାକୁ ନେଇ ପୂର୍ବରୁ ଅଭିଯୋଗ ଆସିଥିଲା। ପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ ଅନୁସାରେ […]
ନବରଙ୍ଗପୁର : ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ। ଏ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ରାଜୀବ ମାଝି। ଘର ପାପଡ଼ାହାଣ୍ଡି ଘୁଷୁରାମାରୁଗୁଡ଼ା ଗାଁରେ। ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆଇନରେ ମାମଲା ରୁଜୁ କରିଛି ପୁଲିସ। ସେପଟେ ପୁଲିସ୍ ପୀଡ଼ିତା ଓ ଗିରଫ ଅଭିଯୁକ୍ତକୁ ଡାକ୍ତରୀ ମାଇନା ଲାଗି ପଠାଇ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବିଶ୍ୱନାଥ ସାହୁଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଧୀନରେ ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ତୁଷାରକାନ୍ତ ମହାନ୍ତିଙ୍କୁ ଭୁବନେଶ୍ୱରସ୍ଥିତ କାରଗାର ନିର୍ଦ୍ଦେଶାଳୟରେ ଅତିରିକ୍ତି କାରଗାର ଆଇଜି, ପ୍ରଦୀପ କୁମାର ଗରଦିଆଙ୍କୁ ଓଡ଼ିଶା ପଣ୍ୟାଗାର […]
ଭୁବନେଶ୍ୱର : ନୂଆ ସିଲାବସ୍, ଆଉ ନୂଆ ପରୀକ୍ଷା ପ୍ରଣାଳୀ । ଏଣିକି ଯୁକ୍ତ ତିନି ଛାତ୍ରଛାତ୍ରୀ ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍ ସାମ୍ନା କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଦୃଷ୍ଟିରେ ରଖି ସିଲାବସ୍ ପ୍ରସ୍ତୁତ ହୋଇଛି । ସେଥିଲାଗି ପରୀକ୍ଷା ପଦ୍ଧତିକୁ ମଧ୍ୟ ପ୍ରତିଯୋଗିତାମୂଳକ ଢାଞ୍ଚାରେ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଯାହାକୁ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱାଗତ କରିଛନ୍ତି। ବଦଳିବ ଯୁକ୍ତ ତିନି ପରୀକ୍ଷା ଢାଞ୍ଚା । ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ବଦଳରେ ଆସିବ […]
ଭୁବନେଶ୍ୱର : ପ୍ରଥମେ ଉପଦେଷ୍ଟା ପଦ ଓ ଆଉ ପରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପଦ। ପଞ୍ଚମ ପାଳିରେ ପ୍ରଥମ ଥର ପାଇଁ ୧୨ ଉପଦେଷ୍ଟା ପଦ ସୃଷ୍ଟି କରିଥିବା ନବୀନ ଏମାନଙ୍କ ଭିତରୁ ୭ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଛନ୍ତି। ବଡ଼କଥା ହେଉଛି ଏ ୭ ନେତା ଏଥର ନିର୍ବାଚନ ଲଢ଼ିନଥିଲେ। ପରେ ସରକାର ମିଶନଶକ୍ତି ଉପଦେଷ୍ଟାରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ପରି ନୂଆ ପଦ ସୃଷ୍ଟି କରି ଏମାନଙ୍କୁ ଥଇଥାନ […]