ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଗିରଫ ହେଲେଣି ୪୨୬ ମଦୁଆ ଚାଳକ। ବିଭିନ୍ନ ସମୟରେ ମଦ ପିଇ ଗାଡ଼ି ଚଳାଉଥିବା ବେଳେ ଏମାନଙ୍କୁ ଗିରଫ କରିଛି ପୁଲିସ। ଏ ସମ୍ପର୍କରେ ପୁଲିସ ଡିଜିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରୁ ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ୧୪୧ ଜଣ ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬, ଯାଜପୁରରେ ୨୦ ଓ ସମ୍ବଲପୁରରୁ ୧୮ […]
ଭୁବନେଶ୍ୱର : ବେଆଇନ ଭାବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୫ ଜଣ ସାଂସଦଙ୍କ ସମେତ ମୋଟ ୨୬ ଜଣ ନେତାଙ୍କୁ ବିଧାନସଭା ପକ୍ଷରୁ ପୁଣିଥରେ ନୋଟିସ୍ ଜାରି ହୋଇଛି। ୩ ମାସ ମଧ୍ୟରେ ଦ୍ୱିତୀୟ ଥର ନିମନ୍ତେ ବିଧାନସଭା ପକ୍ଷରୁ ଏହି ନୋଟିସ୍ କରାଯାଇଥିବାବେଳେ ସମ୍ପୃକ୍ତ କ୍ୱାର୍ଟରଗୁଡ଼ିକୁ ବିଦ୍ୟୁତ୍ ଓ ପାଣି ସଂଯୋଗ ତୁରନ୍ତ ଛିନ୍ନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକମାନଙ୍କ ବାସଗୃହ ଅଭାବ ଦୂର ପାଇଁ ବହୁତଳ […]
କଟକ : ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍ । ବାରଙ୍ଗ ନିକଟରେ ଚେକିଂ ବେଳେ କଟକ ଆର୍ଟିଓ ପକ୍ଷରୁ ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍ କରାଯାଇଛି। ବିନା ନମ୍ବର ପ୍ଲେଟରେ ଗାଡ଼ି ଚଳାଉଥିବାରୁ ଏହି ଫାଇନ କରିଛନ୍ତି କଟକ ଆଞ୍ଚଳିକ ପରିବହନ ଅଧିକାରୀ। ଗତ ୨୮ ତାରିଖରେ ଭୁବନେଶ୍ୱରରୁ ଏହି ଆକ୍ଟିଭା କିଣିଥିଲେ କବିତା ପଣ୍ଡା। ତେବେ ବିନା ରେଜିଷ୍ଟ୍ରେସନରେ ସଂପୃକ୍ତ ସୋରୁମ ଗାଡ଼ି ବିକିଥିବା ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ […]
ତେଲକୋଇ( ଚିନ୍ମୟ ସାହୁ) : ଡାକ୍ତର ନୁହେଁ, ବରଂ ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ଚିକିତ୍ସା। କେବଳ ବଡ଼ ଲୋକ ନୁହନ୍ତି, ଛୋଟ ଶିଶୁଙ୍କୁ ମଧ୍ୟ କରାଯାଉଛି ଚିକିତ୍ସା। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଜଗମୋହନପୁର ଅଂଚଳରେ ଏଭଳି ଦୃଶ୍ୟ ସାମନାକୁ ଆସିଛି। ସମ୍ମୁଖରେ ଔଷଧ ଦୋକାନ କିନ୍ତୁ ପଛରେ କ୍ଲିନିକ୍ ଏବଂ ଚିକିତ୍ସା କରୁଛନ୍ତି ଔଷଧ ଦୋକାନୀ। କେବଳ ଏହି ଗୋଟିଏ ଦୋକାନ ନୁହେଁ, ବଜାରରେ ଥିବା ପ୍ରାୟ ସବୁ ଔଷଧ ଦୋକାନରେ ଦେଖିବାକୁ ମିଳେ […]
ଭୁବନେଶ୍ୱର : ବିଜେଡି ଭିତରେ ଦୀର୍ଘଦିନ କୁହୁଳୁଥିବା ଅନ୍ତଃକନ୍ଦଳ ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି। ନିର୍ବାଚନ ପରେ ପୁଣି ଜଣେ ବିଜେଡିର ହେବିୱେଟ ନେତା ନିଜ ଅସନ୍ତୋଷ ଝାଡ଼ିଛନ୍ତି। ଏଥର ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। କ୍ୱାର୍ଟର ଛାଡ଼ିବା ନୋଟିସକୁ ନେଇ ନିଜ ଦଳ ବିରୋଧରେ ବିଷ ଓଗାଳିଛନ୍ତି ଦେବାଶିଷ। ସେ କହିଛନ୍ତି ଯେ, କ୍ୱାର୍ଟର ଛାଡ଼ିବା ନେଇ ନୋଟିସ କରିବା ଶୋଭନୀୟ ନୁହେଁ । ନୋଟିସ ପଠାଇବା, କେସ୍ କରିବା […]
ଭୁବନେଶ୍ୱର : ଆରଟିଓ ଅଫିସ୍ରେ ଦଲାଲ ରାଜ୍ ନେଇ ଖୁଲାସା ହେବା ପରେ ନିଜର ମତ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗାଡ଼ିର କାଗଜପତ୍ର ପାଇଁ ଆରଟିଓ ଅଫିସ୍ରେ ଦଲାଲି ଚାଲିଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦଲାଲିଗିରି ବହୁ ଦିନରୁ ଚାଲିଛି। ଆମେ ଦଲାଲିଗିରି ହଟାଇବାକୁ ଚେଷ୍ଟା କରୁଛୁ। ଦଲାଲମାନଙ୍କ ଠାରୁ କିଛି କାମ ଗ୍ରହଣ ନକରିବାକୁ RTOଙ୍କୁ କହିଛୁ। ସିଧାସଳଖ ଲୋକଙ୍କ କାମ କରନ୍ତୁ, ଦଲାଲଙ୍କ କାମ କରନ୍ତୁନି ବୋଲି […]
ଭୁବନେଶ୍ୱର : ନ୍ୟାୟ ଦାବିରେ ନବୀନ ନିବାସରେ ଦୁଷ୍କର୍ମ ପୀଡ଼ିତା। କପ୍ତିପଦା ଥାନା ASI ଶୁଭେନ୍ଦୁ ବେହେରାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ତେବେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରି ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି ଜଣାଇଛନ୍ତି। ତେବେ ASI ଶୁଭେନ୍ଦୁ ବେହେରା ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଓଲଟା ଘଟଣା ଦିନ ପୁଲିସ୍ ଉପରେ ଆକ୍ରମଣ ହୋଇଥିଲା। ସେଥିରୁ ବର୍ତ୍ତିବା ପାଇଁ ମହିଳା […]
ଚିତ୍ରକୋଣ୍ଡା ( ରତ୍ନାକର ପ୍ରଧାନ): ଉଗ୍ରରୂପ ନେଇଛି ମାଲକାନଗିରି ଜନ୍ତାପାଇ ଘଟଣା। ଉତ୍ତ୍ୟକ୍ତ ଜନତା ଓ ପୁଲିସ ମଧ୍ୟରେ ଏକ ପ୍ରକାର ଖଣ୍ଡଯୁଦ୍ଧ। ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ପୁଲିସକୁ ଲୋକେ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି। ଏଥିରେ ଆହତ ହୋଇଛନ୍ତି ୨ ପୁଲିସ୍ କର୍ମଚାରୀ ଗତକାଲି ଜନ୍ତାପାଇ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରୁ ରାଜୁ ହନ୍ତାଳ ନାମକ ଜଣେ ଯୁବକଙ୍କ ମୃତଦେହ ମିଳିବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ପୋଷ୍ଟମର୍ଟମ ପରେ ମଧ୍ୟ ପରିବାର ଲୋକେ ମୃତଦେହ ନେଉନାହାନ୍ତି। […]
କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ପ୍ରାୟ ଦେଢ଼ ମାସ ପରେ ଚିଲିକା ରାଜହଂସ କୂଳରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ୍ ହ୍ୱା-୩୨’ ଉଦ୍ଧାର ହୋଇଛି। ସିଙ୍ଗାପୁର ଜାହାଜ ଏମ୍ଭି-“ଚିତା”ର ଦୀର୍ଘ ସମୟର ଉଦ୍ୟମ ପରେ ‘ଜିନ୍ ହ୍ୱା-୩୨’ ଉଦ୍ଧାର ହୋଇଛି। ଏବେ ‘ଜିନ୍ ହ୍ୱା-୩୨’ ଜାହାଜ ଗଭୀର ସମୁଦ୍ରକୁ ଚାଲି ଯାଇଛି। ଏହି ଉଦ୍ଧାର କାର୍ଯ୍ୟରେ ସିଙ୍ଗାପୁର ୧୫ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ। ଗତ ଅଗଷ୍ଟ ୨ ତାରିଖରେ ବାଂଲାଦେଶରରୁ ଆସିଥିବା ଏହି ମାଲେସୀୟ ଜାହାଜ […]
ଫୁଲବାଣୀ (ତ୍ରିନାଥ ସାହୁ) : ଖାକିରେ ଲାଗିଲା କଳଙ୍କ। କାମ କରାଇବା ବାହାନାରେ ଜଣେ ଯୁବତୀଙ୍କୁ ପିଏସ୍ଓ ନିଜ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲାରୁ ଆସିଛି। ପୀଡ଼ିତା ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଘଟଣାଟି ଏମିତି। କନ୍ଧମାଳ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଜଣେ ପିଏସ୍ଓ ପପୁ (ଛଦ୍ମନାମ) ନିଜ ଘର […]
ବାଲେଶ୍ୱର( ରଶ୍ମୀରଂଜନ ଦାସ) : ଆଇନଜୀବୀଙ୍କୁ ହେଲେମେଟ୍ ନିୟମ ଛାଡ଼ ପାଇଁ ଅନୁରୋଧ। ବାଇକ୍ ଚଳାଇବା ବେଳେ ହେଲମେଟ୍ ନପିନ୍ଧିଲେ ଜରିମାନା ନକରିବାକୁ ବାଲେଶ୍ୱର ବାର ଆସୋସିଏସନ ପକ୍ଷରୁ ଏସପିଙ୍କୁ ଅନୁରୋଧ କରାଯାଇଛି। ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆଇନଜୀବୀଙ୍କୁ ଏହି ଆଇନରୁ ବାଦ୍ ଦେବାକୁ ଆସୋସିଏସନ ଏସପିଙ୍କୁ ଚିଠି ଲେଖିଛି। ସହରର ବିଭିନ୍ନ କୋର୍ଟରେ ଥିବା ମାମଲା ଲଢିବାକୁ ବାରମ୍ବାର ବିଭିନ୍ନ କୋର୍ଟକୁ ଆଇନଜୀବୀଙ୍କୁ ଯିବାକୁ ପଡ଼ୁଥିବାରୁ ହେଲମେଟ ପିନ୍ଧିବା ନିୟମରୁ ବାଦ ଦେବା […]
ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଥିଲେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ। ଯେଉଁଥିପାଇଁ ତାଙ୍କୁ ଆଜି ସସ୍ପେଣ୍ଡ କରାଯାଇଛି। ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ସସ୍ପେଣ୍ଡ କରିଛନ୍ତି ନ୍ୟାସନାଲ୍ ଷ୍ଟୁଣ୍ଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ(NSUI)ର ଜାତୀୟ ସମ୍ପାଦକ ମୋତହା ରୋହିତ। ଗତ ୧୨ ତାରିଖରେ ଇତୀଶ ପ୍ରଧାନ ସାମ୍ୱାଦିକ ସମ୍ମିଳନୀ କରି ପିସିସି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ୍ୟଂଦେହୀ ଡାକରା ଦେଇଥିଲେ। […]
ଭୁବନେଶ୍ୱର : ହାଇଟେକ୍ ହେବ ଓଡ଼ିଶା ବିଧାନସଭା। ହିମାଚଳପ୍ରଦେଶ ବିଧାନସଭା ଶୈଳୀରେ ଡିଜିଟାଲ୍ ବିଧାନସଭା କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଓ୍ୱାନ୍ ନେସନ୍ ଓ୍ୱାନ୍ ଆପ୍ଲିକେସନ୍ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଇ-ବିଧାନସଭା ପାଇଁ ସହଯୋଗ କରିବେ। ୬ ମାସ ଭିତରେ ଏହା କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଓଡ଼ିଶା ବିଧାନସଭା ପେପରଲେସ୍ ହେବା ସହିତ ଖର୍ଚ୍ଚ ଯଥେଷ୍ଟ କମିବା ଆଶା କରାଯାଉଛି। ହିମାଚଳ ବିଧାନସଭା ହୋଇଛି ସଂପୂର୍ଣ୍ଣ ଡିଜିଟାଲ୍। ପ୍ରତି ବିଧାୟକଙ୍କ ଆସନ ନିକଟରେ ଲାଗିଛି କମ୍ପ୍ୟୁଟର। […]
ରାଉରକେଲା : ରବିବାର ଦିନ ଆରଟିଓ ଅଫିସ୍ ଖୋଲା ରହିବ ବୋଲି ସରକାରୀ ନିର୍ଦ୍ଦେଶ ଥିବାବେଳେ ରାଉରକେଲା ଆରଟିଓ ଅଫିସ ଦିନ ୧୧ଟା ପର୍ଯ୍ୟନ୍ତ ବନ୍ଦ ଥିବା ଦେଖିବାକୁ ମିଳିଥିଲା। କିଛି ଗଣମାଧ୍ୟମ କ୍ୟାମେରା ପଡିବା ପରେ କିଛି କର୍ମଚାରୀ ଆସି ଅଫିସ୍ରେ ପହଞ୍ଚିଥିଲେ। କିନ୍ତୁ ଦିନ ୧୧ଟା ୨୦ ପର୍ଯ୍ୟନ୍ତ କାଉଣ୍ଟର ଖାଁ ଖାଁ ଥିଲା। କୌଣସି କର୍ମଚାରୀ ଉପସ୍ଥିତ ନଥିଲେ। ଏ ସମ୍ପର୍କରେ ଆରଟିଓ ଇନ୍ଚାର୍ଜଙ୍କୁ ପଚାରିବାରୁ ସେ କହିଛନ୍ତି, କାହିଁକି ଦିନ ୧୧ଟା […]
କଟକ : ଜଗାର ହେବ ଖପୁରି ପ୍ରତ୍ୟାରୋପଣ। SCBରେ ଜଗା କାଳିଆଙ୍କୁ ଭେଟି ଏହି ସୂଚନା ଦେଇଛନ୍ତି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା। ଜଗାର ଅବସ୍ଥା ଭଲ ଅଛି, ମାତ୍ର ସ୍କୁଲ ଯାଇପାରିବ ନାହିଁ। ମୁଣ୍ଡରେ ଖପୁରି ନଥିବାରୁ ସ୍କୁଲ ଯାଇ ପାରିବ ନାହିଁ ଜଗା। ଖପୁରି ଟ୍ରାନ୍ସପ୍ଲାଣ୍ଟ ପରେ ହିଁ ସ୍କୁଲ ଯିବା ସମ୍ଭବ ବୋଲି ସେ କହିଛନ୍ତି। ସେପଟେ କାଳିଆର ଅବସ୍ଥା ଭଲ ନାହିଁ। ଦିଲ୍ଲୀରୁ ହିଁ କାଳିଆର ଅବସ୍ଥା ଭଲ ନଥିବା ସେ […]
ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ନିକଟସ୍ଥ କେନାଲରେ ବୁଡ଼ି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ। ମୃତକ ହେଲେ ମଧୁସୁଦନପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ରାଜା। ଘଟଣା ଅନୁଯାୟୀ, ସାଙ୍ଗସାଥୀଙ୍କ ସହ କେନାଲରେ ଗାଧୋଉଥିବା ସମୟରେ ରାଜାଙ୍କ ଗୋଡ଼ ଖସି ଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ ପିଲାମାନେ ଚେଷ୍ଟା କରି ଏଥିରେ ବିଫଳ ହେବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ […]
କଣ୍ଟାବାଞ୍ଜି (ସୁରଦାସ ବାଗ): ବାଇକ୍କୁ ୨୨୫୦୦ ଟଙ୍କା ଜୋରିମାନା ହୋଇଛି। ଏପରି ସୂଚନା ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ। ୫ଟି ନିୟମ ଉଲ୍ଲଂଘନ କରିଥିବାରୁ ବାଇକ୍ ଚାଳକକୁ ଏହି ଜୋରିମାନା ହୋଇଛି। ଅନ୍ୟପକ୍ଷରେ ମଦ୍ୟପାନକୁ ବାଇକ୍ ଚାଳକ ଖଣ୍ଡନ କରିଛନ୍ତି। ବେଲ୍ପଡ଼ା ଗାଁର ସୁଶାନ୍ତ କୁମାର ମେହେର ଆଜି କଣ୍ଟାବାଞ୍ଜିରୁ ଘରକୁ ଫେରୁଥିଲେ। କୁର୍ଲି ଛକରେ ପରିବହନ କର୍ମଚାରୀମାନେ ତାଙ୍କ ବାଇକ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ମାତ୍ର ସେ ପରିବହନ କର୍ମଚାରୀଙ୍କୁ ଦୁର୍ବ୍ୟବହାର […]
ମାଲକାନଗିରି( ଜିତେନ୍ଦ୍ର ବେଉରା) : ବିଦ୍ୟୁତ୍ ତାର ଲାଗି ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ମୃତ ଯବାନଙ୍କ ନାଁ ରାହୁଲ କୁମାର ବେହେରା। ଆହତ ହୋଇଥିବା ଯବାନ ହେଲେ ଗଙ୍ଗା ଶବର। ମାଲକାନଗିରି ଜିଲ୍ଲା ମାଥିଲିରେ ଥିବା ଆଇଆରବି କ୍ୟାମ୍ପରେ ଲାଇଟ୍ ସଜାଡ଼ିବାବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସକାଳେ କ୍ୟାମ୍ପ ପାଖରେ ଥିବା ଏକ ଗଛରେ ଲାଇଟ୍ ଲଗାଇବାବେଳେ ରାହୁଲ ୧୧କେଭି ତାରରେ ଲାଗି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ […]
କେନ୍ଦୁଝର : କଅଁଳ ବୟସରେ ପେଟ ଚିନ୍ତା। ଯେଉଁ ବୟସରେ ବହି ବସ୍ତାନି ଧରିବା କଥା, ସେହି ବୟସରେ ପରିବାରର ବୋଝ। ଏହା ହେଉଛି, କେନ୍ଦୁଝର ସଦର ବ୍ଲକ ରାମଚନ୍ଦ୍ରପୁର ମୁଣ୍ଡାସାହିର ଗୁରୁବାରୀ ମୁଣ୍ଡାଙ୍କ କଥା। ଗୁରୁବାରିଙ୍କ ବୟସ ୧୨ ବର୍ଷ, ହେଲେ ଏହି ବୟସରେ ସେ ଓ ତାଙ୍କ ୫ ଭାଇ-ଭଉଣୀ ଦିଓଳା ଖାଇବା ସଂଗ୍ରହ କରୁଛନ୍ତି। ୨ ବର୍ଷ ତଳେ ମା’ ମୁକ୍ତାମଣି ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବାପା ଚୈତନ୍ୟ ଦ୍ୱିତୀୟ ବିବାହ […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଲୁଣିଆଯୋଡ଼ି ବ୍ରିଜ୍ ମୁକେଶ୍ୱରଦ୍ୱାର ନିକଟରୁ ଗତକାଲି ସହଦେବଖୁଣ୍ଟା ପୁଲିସ୍ ୩୦୦ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବ୍ରାଉନସୁଗର ବେପାରୀଙ୍କ ଠାରୁ ୯ ଲକ୍ଷ ୪୪ ହଜାର ଟଙ୍କା ପୁଲିସ୍ ଜବତ କରିଛି। ୩ ଜଣଙ୍କ ଭିତରୁ ୨ଜଣ ଖୋର୍ଦ୍ଧା ଅଞ୍ଚଳର। ଏହି ଘଟଣାର କିଙ୍ଗପିନ୍ ହାଇଦର […]
ମାଲକାନଗିରି (ଜିତେନ୍ଦ୍ର ବେଉରା) : ମାଲକାନଗିରିରେ ପୁଣି ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଗତକାଲି ସଦର ମହକୁମାର ବସ୍ଷ୍ଟାଣ୍ଡ ନିକଟରେ ଥିବା ଦୋକାନରୁ ଗଙ୍ଗାଧର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ୪ଟି ଅଣ୍ଡା କିଣିଥିଲେ। ହେଲେ ସେ ଘରେ ଆସି ଅଣ୍ଡା ଭାଙ୍ଗିବା ପରେ ସେଥିରୁ ପ୍ଲାଷ୍ଟିକ୍ ସଦୃଶ ଆବରଣ ଦେଖିଥିଲେ। ପରେ ସେ ସେ କେଶରକୁ ଧରିବାରୁ ତାହା ଭାଙ୍ଗି ନଥିଲା। ବଲ୍ ଭଳି ହାତରେ ଗଡ଼ିଥିଲା। ଏଥିସହ ଏହି ପ୍ଲାଷ୍ଟିକ୍ ଆବରଣକୁ […]
ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଦୁଃଖର ବାଦଲ ମାଡ଼ି ଆସିଲେ କ୍ଷଣକରେ ଚୁନା ହୋଇଯାଏ ସୁନାର ସଂସାର। ନିଜ ଭାଗ୍ୟକୁ ଦୋଷ ଦେବା ଛଡ଼ା ହାତରେ ଆଉ କିଛି ନ ଥାଏ। ଏପରି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଏକ ପରିବାର। ଗୋଟିଏ ଦିନରେ ଗୋଟିଏ ଘରୁ ଉଠିଛି ୩ ଜଣଙ୍କ ଶବ। ଏହା ପରିବାରର ସମସ୍ତ ସଦସ୍ୟଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଆଖିରୁ ଶୁଖିଯାଇଛି ଲୁହ। ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ପ୍ରଧାନପାଲି ଗାଁରେ ଗୋଟିଏ ଦିନରେ ଓ […]
ଭୁବନେଶ୍ୱର : ଅକ୍ଟୋବର ଦୁଇ ତାରିଖରୁ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ଥାନା ଓ ହସ୍ପିଟାଲ୍ରୁ ନିଆଯିବ ଫିଡବ୍ୟାକ୍। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟର ବିଭିନ୍ନ ଥାନାର ବରିଷ୍ଠ ପୁଲିସ୍ ଅଧିକାରୀ, ଆଇଆଇସିଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେସିଂରେ ଆଲୋଚନା କରିଛନ୍ତି। ଅଭିଯୋଗ ନେଇ ଥାନାକୁ ଆସୁଥିବା ଲୋକଙ୍କୁ କିଭଳି ବ୍ୟବହାର କରାଯିବ ? ମାମଲାର ଅନୁଧ୍ୟାନ କିପରି ହେବ ? ଏହାସହ ତଦନ୍ତ […]
ଚିତ୍ରକୋଣ୍ଡା /ମାହାଙ୍ଗା : ଯେଉଁ ଲକ୍ଷ୍ୟ ନେଇ ସରକାର ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଥିଲେ, ତାହା ଏବେ ବାଟବଣା। କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ହଷ୍ଟେଲ ସମସ୍ୟା। କେଉଁଠି ଭିତ୍ତିଭୂମି ନାହିଁ। ଏଭଳି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟ। ଫଳରେ ଅଭିଭାବକମାନେ ଆଦର୍ଶ ବିଦ୍ୟାଳୟରେ ସେମାନଙ୍କ ପିଲାଙ୍କୁ ପଢାଇବାକୁ ମନ ବଳାଉ ନାହାନ୍ତି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଓ ଉପଦ୍ରୁତ ସ୍ୱାଭିମାନ ଅଞ୍ଚଳ ପିଲାଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ପାଇଁ […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ କଟୁପାଲି ଗ୍ରାମରୁ ଉଦ୍ଧାର ହୋଇଛି ପ୍ରାୟ ଦଶ ଫୁଟ ଲମ୍ବର ଏକ ଅଜଗର। ଖାଦ୍ୟ ଅନ୍ୱେଷଣରେ ଆସି ଜଣଙ୍କ ବାଡ଼ିରେ ଲାଗିଥିବା ଜାଲରେ ଅଜଗରଟି ଫସି ଯାଇଥିଲା। ଏହାକୁ ଦେଖି ବ୍ୟକ୍ତି ଜଣକ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ରେଞ୍ଜ ଅଧୀନସ୍ଥ ବାମବାରୀ ସେକ୍ସନର କର୍ମଚାରୀ ଆସି ଅଜଗର ସାପଟିକୁ ଗ୍ରାମରୁ ଉଦ୍ଧାର କରିବା ସହ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି । ଅଜଗର ସାପଟିର ଲମ୍ବ […]