ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ୫ଜଣିଆ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଏଆଇସିସିକୁ ପଠାଇଥିବା ପ୍ରଦେଶ କଂଗ୍ରେସ କମିଟି ଆଜି ଦଳର ୯ଜଣ ବରିଷ୍ଠ ନେତାଙ୍କୁ ବିଜେପୁରରେ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛି। ଏହି ନେତାମାନେ ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍ ଓ ୨ଟି ଏନଏଏସି ଦାୟିତ୍ୱରେ ରହିବେ। ସେମାନେ ନିଜ ନିଜର ଟିମ୍ ସହ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଆଜି ବିଜେଡି ମଧ୍ୟ ନିଜର ୧୪ଜଣ ନେତାଙ୍କୁ […]
ବିଶାଖାପାଟନମ୍ : ଗାଁ ଦାଣ୍ଡରେ ଜୀଅନ୍ତା ଜାଳିଦେଲେ ଲୋକେ। ଏମିତି ଏକ ଘଟଣା ଘଟିଛି ଓଡ଼ିଶା ସୀମା ଆନ୍ଧ୍ର ଡୁମୁରିଗୁଡ଼ା ଥାନା ପୋଟଳବନ୍ଧ ଗାଁରେ। ମିଳିଥିବା ସୂଚନା ମୁତାବକ ,ଗୁଣିଗାରେଡ଼ି ସନ୍ଦେହରେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗାଁ ଦାଣ୍ଡରେ ଜୀଅନ୍ତା ଜାଳିଦେଇଛନ୍ତି ଗାଁ ଲୋକେ। ମୃତକ ଓଡ଼ିଆ ଭାଷାଭାଷୀ ପୋଟଳବନ୍ଧା ଗାଁର ଜୟରାମ ଖିଲ। ଗତକାଲି ଗାଁର କିଛି ଲୋକ ଜୟରାମଙ୍କୁ ଧରିନେଇ ତାଙ୍କୁ ବାନ୍ଧି ଦାଣ୍ଡରେ ପୋଡ଼ି ଦେଇଥିଲେ। ଖବର ପାଇ ଡୁମୁରିଗୁଡ଼ା ପୁଲିସ୍ ସେହି […]
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ମିନିଟରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୋଟ ୧୨ଟି ଏଜେଣ୍ଡା ଉପରେ ବିଚାରବିମର୍ଶ ହେବ ବୋଲି ସୂଚନା ମିଳିଛି। ଅର୍ଥ, ସମବାୟ, ପଞ୍ଚାୟତିରାଜ, ନଗର ଉନ୍ନୟନ, ସାଧାରଣ ପ୍ରଶାସନ, ଆଇନ ଆଦି ବିଭାଗର ଏଜେଣ୍ଡା ଉପରେ କ୍ୟାବିନେଟ୍ ନିଷ୍ପତ୍ତି ନେବେ। ତେବେ ଖବର ଲେଖା ହେବାସୁଦ୍ଧା ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍ ବୈଠକର ଏଜେଣ୍ଡା […]
ଯାଜପୁର( ଗୁଲାମଗସ୍) : ବିଜେଡି ନେତାଙ୍କ ନାଁରେ ପ୍ରତାରଣା ଅଭିଯୋଗ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର କୁମାର ପ୍ରଧାନଙ୍କ ନାଁରେ ଆସିଛି ଏଭଳି ସଂଗୀନ ଅଭିଯୋଗ। ବିଞ୍ଝାରପୁର ପଇରଖ ଗାଁର ଜିତେନ୍ଦ୍ର ବିବାହ ପ୍ରତିଶ୍ରୁତି ଦେଇ ନିଜର ଜଣେ ସମ୍ପର୍କୀୟ ଭାଣିଜୀଙ୍କ ସହ ଶାରୀରିକ ସଂପର୍କ ରଖି ପ୍ରତାରଣା କରିଥିବା ନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ ଏତଲା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ […]
ଭୁବନେଶ୍ୱର : ଆସନ୍ତା ୩ ମାସ ଯାଏ ରାଜ୍ୟରେ ଯାନବାହନଗୁଡ଼ିକର ପ୍ରଦୂଷଣ ଓ ବୀମା ଯାଞ୍ଚ ହେବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଏପରି ପଦକ୍ଷେପ ନିଆଯାଇଥିବା ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦୋହରାଇଛନ୍ତି। ଅକ୍ଟୋବର ପହିଲାରୁ ଅନଲାଇନ୍ରେ ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଆବେଦନ କରିହେବ। ନୂଆ ଟ୍ରାଫିକ ଆଇନକୁ ତରବରିଆ ଭାବେ ଲାଗୁ କରି ରାଜ୍ୟ ସରକାର ସବୁ ମହଲରୁ ସମାଲୋଚନାର ଶିକାର ହୋଇଥିଲେ। ଏଥିନିମନ୍ତେ ବିରୋଧୀଙ୍କ ସମେତ ସାଧାରଣ ଲୋକେ ବି ସରକାରଙ୍କୁ […]
ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଅବିଶ୍ରାନ୍ତ ବର୍ଷା। କେଉଁଠି ମୂଷଳଧାରା ତ’ କେଉଁଠି ତୁହାକୁ ତୁହା ବର୍ଷା ଚାଲିଛି। ଉପକୂଳ ଓ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ଘୂର୍ଣ୍ଣିବଳୟ ପ୍ରଭାବ ସହିତ ମୌସୁମୀ ସକ୍ରିୟ ରହିଥିବାରୁ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ୭ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡିକ ହେଉଛି ମୟୂରଭଂଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା […]
ବ୍ରହ୍ମପୁର : ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନବୀନ ନିବାସରୁ ଡାକରା। ମଞ୍ଚ ଉପରେ କର୍ମୀଙ୍କୁ ମାଡ଼ ଘଟଣାରେ ତାଙ୍କୁ ଡକା ଯାଇଥିବା ସୂଚନା ମିଳିଛି। ଗତକାଲି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା କର୍ମୀ ସଂଗ୍ରାମ ସାହୁଙ୍କୁ ଶକ୍ତ ଚାପୁ଼ଡ଼ା ମାରିଥିଲେ ଚନ୍ଦ୍ରଶେଖର। ପାରଳାଖେମୁଣ୍ଡିରେ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବେଳେ ଏହି ଘଟଣା ଘଟିଥିଲା। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଘଟଣା ସମୟରେ ଗଜପତି ଜିଲ୍ଲାର ପ୍ରଭାରୀ ଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ […]
ଜୁନାଗଡ଼ : ଝିଅଟି ଯେତେ ଆକୁଳ ଓ ଆତୁର ହୋଇ ନିବେଦନ କରିଥିଲେ ମଧ୍ୟ ଯୌନ ରାକ୍ଷସମାନେ ଆଦୌ ଛାଡ଼ି ନଥିଲେ। ବରଂ ୬ ଜଣ ଝିଅଟିର ଇଜ୍ଜତ ଲୁଟୁଥିବା ବେଳେ ୩ ଜଣ ଭିଡିଓ ସୁଟିଂ କରିଥିଲେ। ଯାହା ଏବେ ଧୀରେ ଧୀରେ ପଦାକୁ ଆସୁଛି। ଆଜି ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି। କଳାହାଣ୍ଡି ଏଏନ୍ଏମ ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ପୁଲିସ ଏହି ୯ ଜଣଙ୍କୁ ଗିରଫ କରିଥିବା ବେଳେ ତଦନ୍ତ ଜାରି […]
ଭୁବନେଶ୍ୱର : ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସରକାର ଶିକ୍ଷକ ନିଯୁକ୍ତ କରିଛନ୍ତି। ହେଲେ ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷରୁ ଅଧିକ ସମୟ ଧରି ଅନଧିକୃତ ଭାବେ ପ୍ରାୟ ୧୮୯ ଜଣ ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସୁନାହାନ୍ତି। ଏବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଟିଟିଲାଗଡ଼ ବ୍ଲକର ବୁରାବନ୍ଧ ସ୍କୁଲରେ ୫ ବର୍ଷ ତଳେ ସହକାରୀ ଶିକ୍ଷକ ଭାବେ କାମ […]
ନୂଆପଡ଼ା /ଛତ୍ରପୁର : ଭୟଙ୍କର ଚିତ୍କାର…ଅସ୍ୱାଭାବିକ ଆଚରଣ। କେତେବେଳେ କାହା ନାଁ ନେଇ ତ ଆଉ କେତେବେଳେ ଅଜଣା କାହାଣୀ କହୁଛି କିଶୋରୀଟିଏ। ନୂଆପଡ଼ା ଜିଲ୍ଲା ନାଗଝର ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣକ ଅନେକ ଦିନ ହେଲାଣି ଅସ୍ୱାଭାବିକ ଆଚରଣ କରୁଛନ୍ତି। ଏହା ଜାଣିବା ପରେ ପ୍ରତିକାର ପାଇଁ ପରିବାର ଲୋକେ ଡାକ୍ତରଖାନା ବଦଳରେ ଗାଁ ନିକଟ ଏକ ବାବାଜୀ ମଠକୁ ନେଇଥିଲେ । କେବଳ ନାଗଝର ନୁହଁ, ଗତ କିଛି ଦିନ ତଳେ ଜିଲ୍ଲାର […]
ସମ୍ବଲପୁର : ସମ୍ବଲପୁର ଡବଲ୍ ମର୍ଡର ପଛର ଲୋମଟାଙ୍କୁରା କାହାଣୀକୁ ନେଇ ଚର୍ଚ୍ଚା। ଅଭିଯୋଗ ଅନୁଯାୟୀ, ଝିଅ, ବୋହୂଙ୍କୁ କମେଣ୍ଟ ଓ ବାରମ୍ବାର ଅଶ୍ଳୀଳ ବ୍ୟବହାର ଅସହ୍ୟ ହେବାରୁ ନୃଶଂସତାର ଶେଷ ସୀମା ଟପିଗଲେ ଅଭିଯୁକ୍ତ ପରିବାର। କିନ୍ତୁ ଯିଏ ଟାର୍ଗେଟ୍ରେ ଥିଲା ସେ ବର୍ତ୍ତିଗଲା। ବଳିପଡ଼ିଗଲେ ଗଣ୍ଡଗୋଳ ପାଇଁ ଆସିଥିବା ଗୋଟିଏ ପରିବାରର ଚାରି ଭାଇଙ୍କ ମଧ୍ୟରୁ ୨ ଭାଇ। ଗତକାଲି ରାତିରେ ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ ଗାଁରେ ଘଟିଥିବା ଏହି ଚାଞ୍ଚଲ୍ୟକର ଘଟଣାରେ […]
ବୌଦ୍ଧ : ସ୍କୁଲ ହତା ଭିତରେ କୁମ୍ଭୀର। ଦିନେ କିମ୍ବା ଦୁଇ ଦିନ ନୁହେଁ ଦୀର୍ଘ ୧୭ ଦିନ ଧରି ସ୍କୁଲ ପଛପଟରେ ଥିବା କୁମ୍ଭୀର ୧୭ ଦିନ ପରେ ଉଦ୍ଧାର ହୋଇଛି। ଏମିତି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବହିରା ଗାଁରେ। ସ୍କୁଲର ପଛପଟରେ ଥିବା ନାଳରେ କୁମ୍ଭୀରଟି ବୁଲିଥିଲା। ଯାହାକୁ ଦେଖି ଛାତ୍ରଛାତ୍ରୀ ଓ ଅଭିଭାବକ ଆତଙ୍କୀତ ହୋଇପଡ଼ିଥିଲେ। ହେଲେ ୧୭ ଦିନ ପରେ ଯାଇ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି। ବନ ବିଭାଗ […]
ଭୁବନେଶ୍ୱର : ଖୁବ୍ ଶୀଘ୍ର ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ୍ । ଆଜି ଓ ଆସନ୍ତାକାଲି ସୁଦ୍ଧା ଦଳ ନିଜ ପ୍ରାର୍ଥୀ ନାଁ ଘୋଷଣା କରିପାରେ। ଆଜି ବସିଥିବା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇସାରିଛି । ଏବେ ୫ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । କମିଟି ଯାହା ନିଷ୍ପତ୍ତି ନେବ ତାକୁ ହିଁ ଦଳର ପ୍ରାର୍ଥୀ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେପଟେ ଆଜିର […]
ରାଉରକେଲା : ସିସୋର କମ୍ପାନି ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ଆତ୍ମସମର୍ପଣ। ରାଉରକେଲା SDJMଙ୍କ କୋର୍ଟ ନିକଟରେ ଆତ୍ମସମର୍ପଣ କରିଛନ୍ତି ପ୍ରଶାନ୍ତ। ରଘୁନାଥପାଲ୍ଲୀ ଥାନାର ଏକ ଠକେଇ ମାମଲା ରହିଛି। ୨୦୧୩ ମସିହାରେ ରାଉରକେଲାର କୈଳାସ ଲେଙ୍କା ନାମକ ଏକ ବ୍ୟବସାୟୀଙ୍କଠାରୁ ପ୍ରଶାନ୍ତ ୭୫ ଲକ୍ଷ ଟଙ୍କା ନେଇ ଫେରାଇ ନଥିଲେ। ଏହି ମାମଲାରେ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ନୂଆପଡ଼ା : ନଳକୂଅରୁ ଆପେ ଆପେ ବାହାରୁଛି ପାଣି। ହ୍ୟାଣ୍ଡଲ ବ୍ୟବହାର କରିବାକୁ ପଡୁନାହିଁ। ଏହା ଆଜି କାଲି କିମ୍ବା ଦିନେ ଅଧେର କଥା ନୁହେଁ , ପୁରା ୫ ବର୍ଷ ହେଲାଣି ଏହି ନୂଳକୂଅରୁ ଆପେ ଆପେ ପାଣି ବାହାରୁଛି। ଏହି ନଳକୂଅ ଅଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିକଟ ଗୋଲାମୁଣ୍ଡି ବସ୍ଷ୍ଟାଣ୍ଡ ପାଖରେ। ଖରା, ବର୍ଷା, ଶୀତ ସବୁ ଦିନ ସମାନ ପାଣି ବାହାରୁଛି। କେଉଁ ଦିନ ଟିକେ ମଧ୍ୟ କମିବାର ନାହିଁ। ନଳକୂଅ […]
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପୁଣିଥରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ତାଙ୍କର ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ଚୟନ କରିବେ। ନିଜର ଉତ୍ତରାଧିକାରୀ ବାଛିବାରେ ସେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି। ଆଜି ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ଲିଟେରାରୀ […]
ଭୁବନେଶ୍ୱର : କାଳିଆ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ କେବଳ ସଭା ଓ ପ୍ରଚାରରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୫୦ କୋଟିରୁ ଅଧିକ ଟଙ୍କା। ଏମିତିକି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଲୋକ ବୋହି ନେବାକୁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଲୋକ ନେବାକୁ ଆର୍ଟିଓ ମାନଙ୍କୁ ଦିଆଯାଇଛି ୨୫ ଲକ୍ଷ ଲେଖାଁଏ ଟଙ୍କା। ଫେବୁଆରୀ ୨୧ ବରଗଡ଼ ଚାଷୀ ସମାବେଶରେ କାଳିଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲା […]
ଜୟପୁର : ଲଟେରି ନାଁରେ ଯୁବକଙ୍କଠାରୁ ୩ଲକ୍ଷରୁ ଅଧିକ ଟଙ୍କା ଠକେଇ। ୨୫ ଲକ୍ଷ ଟଙ୍କା ଲୋଭରେ ଲକ୍ଷାଧିକ ଟଙ୍କା ହରାଇଲେ ଯୁବକ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡି ନିକଟସ୍ଥ ମାଳିଗୁଡାରେ। ଅଭିଯୋଗ ଅନୁସାରେ କିଛି ଦିନ ତଳେ ମୁମ୍ବାଇର ରାଣା ପ୍ରତାପ ସିଂ ନାମକ ଜଣେ ବ୍ୟକ୍ତି ନିଜକୁ ଜିଓ କମ୍ପାନୀର କର୍ମଚାରୀ ପରିଚୟ ଦେଇଥିଲେ। ଏହାସହ ସେ ୨୫ଲକ୍ଷ ଟଙ୍କା ଲଟେରି ଜିତିଥିବା କହିଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ତାଙ୍କ ଏସ୍ଟିଆଇ […]
ଖୋର୍ଦ୍ଧା : ଗ୍ରାହକ ସାଜି ଗହଣା ଦୋକାନରୁ ଲୁଟ୍। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଠାରୁ ମାତ୍ର ୧୦୦ମିଟର ଦୂର ଗହଣା ଦୋକାନରୁ ଦିନ ଦ୍ୱିପ୍ରହରରେ ହୋଇଛି ଲୁଟ୍। ବାଣପୁର ସହରର ଭଗବତୀ ଜୁଏଲାରୀରେ ପ୍ରଥମେ ଜଣେ ବ୍ୟକ୍ତି ଗ୍ରାହକ ସାଜି ୨୦ ହଜାର ଟଙ୍କାର ସୁନା କିଣିଲେ। ପରେ ଦୋକାନୀକୁ ବିଭ୍ରାନ୍ତ କରି ସୁନା ମୁଦି ଡବାକୁ ଝାମ୍ପି ଚମ୍ପଟ ମାରିଥିଲା। ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଥିବା ବେଳେ ସୁନା ଦୋକାନୀ ଏନେଇ ବାଣପୁର […]
ଭୁବନେଶ୍ୱର : ପୁଣି କନ୍ଦାଇଲା ପିଆଜ। ଗତ କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ କିଲୋ ପ୍ରତି ଦର ଏବେ ୫୦ ଟଙ୍କା ଟପିଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ା ଦରରେ ପିଆଜ କିଣୁଛନ୍ତି ଗ୍ରାହକ। ତେବେ ପିଆଜର ଏଭଳି ଦରବୃଦ୍ଧି ପଛରେ ସ୍ୱଳ୍ପ ଆମଦାନୀକୁ ଦାୟୀ କରିଛନ୍ତି ବ୍ୟବସାୟୀ। ନାସିକ୍ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି। ସେପଟେ ପିଆଜ […]
ଉଦଳା ( ମାନସ ପାଣି) : ଭୂତ ଭୟରେ ହଷ୍ଟେଲ ଛାଡ଼ିଲେ ୫ ଛାତ୍ର। ଏଭଳି ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ଉଦଳା ଖଇରା ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠରେ। ଆଜି ଭୋର୍ରୁ କାହାକୁ ନଜଣାଇ ସ୍କୁଲ ହଷ୍ଟେଲର ୫ ଛାତ୍ର ପଳାଇ ଆସିଥିବା ଅଭିଯୋଗ ହୋଇଛି। ତେବେ ଉଦଳା ବସ୍ଷ୍ଟାଣ୍ଡରେ ଓହ୍ଲାଇବା ପରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ଛାତ୍ରଙ୍କୁ ଧରି ଉଦଳା ପୁଲିସର ଜିମା ଦେଇଛନ୍ତି ଲୋକେ। ଗତକାଲି ରାତିରେ ୧୫ଜଣଙ୍କ ମଧ୍ୟରୁ ୫ଜଣ ଛାତ୍ର […]
ରାଉରକେଲା : ପୁଣି ଖାକିରେ ଲାଗିଲା ଦାଗ। ରାଉରକେଲା ଅବକାରୀ ବିଭାଗରେ କାର୍ଯ୍ୟରତ ଜଣେ ଏସ.ଆଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ। ଏକ୍ସସାଇଜ ଏସଆଇ ସୂର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ରାଉରକେଲା ଅବକାରୀ ବିଭାଗ ଅଫିସର ଜଣେ ମହିଳା କନଷ୍ଟେବଲ। ମହିଳା କନଷ୍ଟେବଲ ଅଭିଯୋଗରେ କହିଛନ୍ତି, ‘୧୮ସେପ୍ଟେମ୍ୱର ୨୦୧୯ରେ ଆମେ ଗୋଟିଏ ଗ୍ରାମକୁ ଡ୍ୟୁଟିରେ ଯାଇଥିଲୁ, ଘର ସର୍ଚ୍ଚ କଲାବେଳ ସୂର୍ଯ୍ୟ ନାରାୟଣ ରଥ ବାରମ୍ୱାର ମୋ ଦେହକୁ ଟଚ୍ କଲେ, ମୁଁ ପ୍ରତିବାଦ […]
ଭୁବନେଶ୍ୱର : ଉପନିର୍ବାଚନ ବିଗୁଲ ବାଜିବା ପରେ ପୁଣି ପଲିଟିକାଲ୍ ହଟ୍ସ୍ପଟ୍ ପାଲଟୁଛି ବିଜେପୁର। କେଉଁ ଦଳ କେଉଁ ଯୋଦ୍ଧାକୁ ମୈଦାନ୍କୁ ଓହ୍ଲାଇବେ ତା ଉପରେ ତ ନଜର ରହିଛି, ହେଲେ ସବୁଠୁ ଅଧିକ ଫୋକସ୍ ବିଜେପି-ବିଜେଡି ଲଢ଼େଇକୁ ନେଇ। ବିଭିନ୍ନ ଜାତୀୟ ପ୍ରସଙ୍ଗକୁ ନେଇ ଦୁଇ ଦଳ ଭିତରେ ଥିବା ବର୍ତ୍ତମାନର ମଧୁର ସଂପର୍କ ଦୃଷ୍ଟିରୁ ବିଜେପୁରରେ ହେବ କି ଫ୍ରେଣ୍ଡସିପ୍ ମ୍ୟାଚ୍ ? ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦୁଇ ଦଳ କିନ୍ତୁ […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଅଲିଭ୍ ରିଡ୍ଲେ କଇଁଛ ଚିନ୍ତା ଘାରିଛି। ସେମାନଙ୍କ ସୁରକ୍ଷା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ। ଜାଲ୍ରେ ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ୍(TED) ଲଗାଇବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଉଛି। ଏହାଦ୍ୱାରା ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ଜୀବନ ବଞ୍ଚିପାରିବ। ସେମାନେ ଜାଲରେ ପଡ଼ିଲେ ଛନ୍ଦି ନ ହୋଇ ଅତି ସହଜରେ ବାହାରି ପାରିଯାଇ ପାରିବେ। ଆଉ ମୃତ୍ୟୁ ମୁଖରେ ପଡ଼ିବେନାହିଁ। ପ୍ରତିବର୍ଷ ଓଡ଼ିଶା ଉପକୂଳକୁ ଲକ୍ଷ ଲକ୍ଷ ଅଲିଭ୍ […]
ଅନୁଗୋଳ(ବିରଜା ଦାଶ): ମାଟ୍ରିକ୍ ପ୍ରି’ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଏକ ଟ୍ରକ୍। ଫଳରେ ଛାତ୍ରୀଙ୍କର ମେଡିକାଲ୍ରେ ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅନୁଗୋଳ ଥାନା କୁମଣ୍ଡ ନିକଟରେ ଘଟିଛି। କୁମଣ୍ଡ ଗାଁର ଅରୁଣ ସାହୁଙ୍କ ଝିଅ ଆଂଚଲ ସାହୁ । କୁମଣ୍ଡ ଗାଁର ଅରୁଣ ସାହୁଙ୍କ ଝିଅ ଆଞ୍ଚଲ ଆଜି ଦଶମ ଶ୍ରେଣୀ ପ୍ରି’ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିଲେ। ବିଦ୍ୟାଳୟ ନିକଟରେ ଏକ ଟ୍ରକ […]