ଭୁବନେଶ୍ୱର : ଆସନ୍ତା ୩ ତାରିଖରେ ଓଡ଼ିଶା ଆସୁଛନ୍ତି ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦି। ଆତଙ୍କବାଦୀ ମାମଲାର ତଦନ୍ତ ସଂପର୍କରେ ପୁଲିସକୁ ଦିଆଯିବ ପ୍ରଶିକ୍ଷଣ। ଏନଆଇଏ ଡିଜିଙ୍କ ସହ ମଧ୍ୟ ବରିଷ୍ଠ ଅଧିକାରୀ ଆସୁଛନ୍ତି। ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ଆତଙ୍କବାଦୀ ମାମଲାର ତଦନ୍ତ ବେଳେ କେଉଁ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ, ସେନେଇ ପ୍ରଶିକ୍ଷଣ ଦିଆଯିବ। ମାମଲାର ତଦନ୍ତ ବେଳେ ଦଫା ଓ ଆଇନର ବ୍ୟବସ୍ଥା କଣ ରହିଛି, ଏସବୁ […]
ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ଏହା ସତ୍ତ୍ୱେ ପିଆଜ ନିଅଣ୍ଟିଆ ଦେଖାଦେଉଛି। ରାଜ୍ୟରେ ବେଲଗାମ୍ ହୋଇଛି ପିଆଜ ଦର। ସମସ୍ୟା ସମାଧାନ କରିବା ବଦଳରେ ରେଟ୍ ଉଚ୍ଚା ଦେଖି ହାତ ଟେକିଦେଇଛନ୍ତି ସରକାର। ସଙ୍କଟ ଦୂର କରିବା ପାଇଁ ଖାଦ୍ୟ ଯୋଗାଣ ସଚିବ ଦିଲ୍ଲୀ ଯାଇଥିଲେ ମଧ୍ୟ ସମାଧାନର ବାଟ ବାହାରିନି। ଏପଟେ ପିଆଜ ଅଭାବ ପାଇଁ ସିଧା ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ସରକାରୀ ହିସାବରେ ବର୍ଷକୁ ଓଡ଼ିଶା […]
ନୟାଗଡ଼ / ବଲାଙ୍ଗିର : ଝାନ୍ସୀର ମଣିଷ ହାଟରେ ପୁଣି ଓଡ଼ିଆ ଝିଅକୁ ସଉଦା । ବାପା ସାଜିଲା ବେପାରୀ । ଦୁଇ ଭଉଣୀଙ୍କୁ ନିଲାମ୍ କରିଦେଲା ଜନ୍ମଦାତା ବାପା। ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ। ଏହି ଦୁଇ ଭଉଣୀ ହୁଏତ ବର୍ତ୍ତିଯାଇଛନ୍ତି ଦଲାଲ କବଳରୁ, ମୁକୁଳି ଯାଇଛନ୍ତି ବିକ୍ରି ହେବା ଆଗରୁ। କିନ୍ତୁ, ତାଙ୍କ ବୟାନ ଶୁଣିଲେ ଶୀତେଇ ଉଠୁଛି ସାରା ଶରୀର। ସେପ୍ଟେମ୍ବର ୨୨ । ଚୁକ୍ତି ମୁତାବକ ଆଉ ମାତ୍ର […]
କଟକ : ନିଜ ଦଳର ଛାତ୍ର ନେତା ଏବଂ ପୁଲିସ ବିରୋଧରେ ଅଭିଯୋଗ ଆଣି ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି । ଅସହାୟତା ପ୍ରକାଶ କରିବା ସହ ଅନୁଭବ କହିଛନ୍ତି ଯେ, ଅଭିଯୋଗ ସତ୍ତ୍ୱେ ତାଙ୍କର ଜଣେ ପଡୋଶୀ ବିରୋଧରେ କଟକ ପୁରୀଘାଟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି। ତେବେ ଏହାକୁ ନେଇ ଏବେ ତାଙ୍କ ପଡୋଶୀ ତଥା ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମଂଜିତ ଦାସ ମୁହଁ ଖୋଲିବା ସହ ଅନୁଭବଙ୍କ ବିରୋଧରେ ପାଲଟା […]
ଭୁବନେଶ୍ୱର : ବ୍ୟାଙ୍କର କାର୍ଯ୍ୟ ଅବଧିରେ ପରିବର୍ତ୍ତନ। ଆସନ୍ତାକାଲି ଠାରୁ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର କାର୍ଯ୍ୟ ଅବଧିରେ ପରିବର୍ତ୍ତନ ହେବ। ବ୍ୟାଙ୍କରେ କାର୍ଯ୍ୟ ସମୟ ଏବେ ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ହେବ। ଗ୍ରାହକମାନଙ୍କ ସୁବିଧା ପାଇଁ ନୀତିଗତ ଭାବେ ଲାଗୁ ହେବ ନିଷ୍ପତ୍ତି। ସବୁ ସରକାରୀ ବ୍ୟାଙ୍କର ସମାନ କାର୍ଯ୍ୟ ଅବଧି ନେଇ ଷ୍ଟେଟ ଲେବଲ ବ୍ୟାଙ୍କିଂ କମିଟି – SLBC ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ଭୁବନେଶ୍ୱରରେ ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ […]
ଜୟପୁର ( ଟି.ଗୌରୀ ଶଙ୍କର) : କୁହାଯାଏ ମାଆ ପରି କିଏ ହେବ । ମାଆର ପଣତ ଛୁଆ ପାଇଁ ଅଭୟ ପ୍ରଦାୟକ। ନିଜ ପିଲାର ମଙ୍ଗଳ କାମନା କରି କେତେ ଓଷା ବ୍ରତ ମାଆଟିଏ କରିଥାଏ ତାର ହିସାବ ନାହିଁ। ନିଜ ପିଲାର କଣ ହୋଇଗଲେ ମାଆ ହୃଦୟରୁ ରକ୍ତ ଝରିପଡେ। ମାଆର ମୂଲ ଅମୂଲ । ଏମିତି ଏକ ମାଆ ସଂଘର୍ଷର ଖବର ସାମନାକୁ ଆସିଛି। ନିଜ ପିଲାର ଚିକିତ୍ସା ପାଇଁ ମାଆଟି ଚାଲିଛି […]
ନୟାଗଡ଼ : ଯେଉଁ ବାପା ନିଜ ଔରସରୁ ସନ୍ତାନକୁ ଜନ୍ମ ଦେଇ ତାକୁ ଦୁନିଆ ଦେଖେଇ ଥାଏ, ଆଉ ତାଙ୍କର ଆଶିର୍ବାଦରେ ସନ୍ତାନ ନିଜର ଭବିଷ୍ୟତକୁ ହାତ ଠାରି ଡାକେ। ସେହି ବାପା କଣ କେବେ ନିର୍ଦ୍ଦୟ ହୋଇପାରେ? ପିଶାଚ ପାଲଟି ଯାଏ। କିନ୍ତୁ ଏମିତି ଏକ ଘଟଣା ଘଟିଛି। ଯାହାକୁ ଜାଣିଲେ ଆପଣଙ୍କ ଆଖିରୁ ଲୁହ ବହିଯିବ। ଆଉ ଏମିତି ବ୍ୟକ୍ତି ବାପା ନାଁ ରେ କଳଙ୍କ ବୋଲି କହିବେ। ନୟାଗଡ଼ ଜିଲ୍ଲା ରଣପୁର ଥାନା […]
ଭୁବନେଶ୍ୱର : ଆର୍ଟିଓ ଅଫିସ୍ ଆଗରୁ ଭାଙ୍ଗିଲା ଦଲାଲଙ୍କ ଚାଳିଆ । ଆର୍ଟିଓ କାର୍ଯ୍ୟାଳୟରୁ ଚାଳିଆ, ଝୁମ୍ପୁଡ଼ି ହଟିବା ନେଇ ନିର୍ଦ୍ଦେଶ ପରେ ରାଜଧାନୀ ଭୁବନେଶ୍ୱରରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଆର୍ଟିଓ କାର୍ଯ୍ୟାଳୟ ଅଫିସରୁ ୪୦ରୁ ଅଧିକ ଝୁମ୍ପୁଡ଼ିକୁ ଉଚ୍ଛେଦ କରାଯାଇଛି। ବିଡିଏ ଓ ବିଏମ୍ସି ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଣିକି ଆର୍ଟିଓ କାର୍ଯ୍ୟାଳୟ ପରିସରରେ ଚାଳିଆ ରହିବ ନାହିଁ। ରାଜ୍ୟର ସବୁ ଆର୍ଟିଓ କେମିତି ଦଲାଲଙ୍କ କବ୍ଜାରେ ଅଛନ୍ତି, […]
ଅନୁଗୁଳ : ଭୁଜାଲିରେ ହାଣି ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଅନ୍ତୁଳିଆ ପଞ୍ଚାୟତର ଜଗବନ୍ଧୁ ବେହେରା ନାମକ ଜଣେ ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଅନ୍ତୁଳିଆ ବଜାରରେ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଥିଲେ। ତେବେ ହତ୍ୟାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବାବେଳେ ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ହତ୍ୟା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ମାନେ ଫେରାର ହୋଇଛନ୍ତି। ପୁଲିସ […]
ଭୁବନେଶ୍ୱର : ଲର୍ଣ୍ଣିଂ ଲାଇସେନ୍ସ ପାଇଁ ରାଜଧାନୀରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସହିଦ ନଗର ବିଏମ୍ସି ୱାର୍ଡ ଅଫିସ ଓ OSRTC ପରିସରରେ ଲୋକଙ୍କ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଯୋଗାଇ ଦିଆଯିବ। ଆସନ୍ତାକାଲି ଠାରୁ ଅକ୍ଟୋବର ୪ ତାରିଖ ଯାଏଁ ଦିନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ତେବେ ଏଠାରେ କୌଣସି ସ୍ଲଟ ବୁକ୍ କରାଯିବ ନାହିଁ। ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ପାଇଁ ଆସୁଥିବା ବ୍ୟକ୍ତି ଆବେଦନ ଫର୍ମର କପି […]
ରାଉରକେଲା :ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ହେବ। ଏଥିପାଇଁ ଯୋଜନା କରାଯାଉଛି। ଏହାଛଡ଼ା ପ୍ଲାଣ୍ଟର ଆଧୁନିକୀକରଣ ପାଇଁ ଯେଉଁ ସବୁ କାମ ଅଟକି ରହିଛି ସେଗୁଡ଼ିକୁ ତ୍ୱରାନ୍ୱିତ କରାଯିବ। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ମର୍ଚ୍ଚାଣ୍ଟ ଲିଜ୍ ବନ୍ଦ ହେବ ବୋଲି କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଦ୍ୱାରା ସେଲ୍ ଖୋଲା ବଜାରରେ ଲୋ ଗ୍ରେଡ ଆଇରନ୍ ଓର୍ ବିକ୍ରି କରି ପାରିବ । ଫଳରେ ସେଲର ଆର୍ଥିକ ଅଭିବୃଦ୍ଧି ସହ ସେଲ ଉପରେ […]
ଭୁବନେଶ୍ୱର : ‘ସ୍ୱଚ୍ଛ ଭାରତ’ର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ଜିଓ ପକ୍ଷରୁ ଦେଶର ୯୦୦ଟି ରେଳ ଷ୍ଟେସନରେ ସଫେଇ ଅଭିଯାନ ହାତକୁ ନିଆଯାଇଛି । ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଦେଶ ବ୍ୟାପୀ ଆରମ୍ଭ କରାଯାଇଥିବା ‘ଜିଓ ସ୍ୱଚ୍ଛ ରେଳ ଅଭିଯାନ’ରେ ଜିଓ କର୍ମଚାରୀ, ସହଯୋଗୀ,ଅଂଶୀଦାର ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ୨୫୦୦୦ରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ । ଭାରତରେ ପ୍ରଥମ କରି ଏହି ଧରଣର ସର୍ବବୃହତ୍ ସ୍ୱଚ୍ଛତା […]
ଧର୍ମଗଡ଼ ( ଇଙ୍ଗିତ ପଣ୍ଡା) : ସବୁଜିମାର ପରିସୀମା ଭିତରେ ଚକାଚକ୍ ସ୍କୁଲ କ୍ୟାମ୍ପସ। ସ୍ୱଚ୍ଛ ପରିବେଶ, ସ୍ୱାସ୍ଥ୍ୟକର ପରିସର। ଚମକୁଛି କ୍ଲାସରୁମ୍, ହାଇଜେନିକ କିଚେନ୍ ସାଙ୍ଗକୁ ସଫାସୁତରା ଶୌଚାଳୟ। କେବଳ ଏତିକି ନୁହେଁ, ଆକର୍ଷଣୀୟ ଲାଇବ୍ରେରୀ ସାଙ୍ଗକୁ ଡିଜିଟାଲ୍ କ୍ଲାସରୁମ୍ ବି ଅଛି ପିଲାଙ୍କ ପାଇଁ । ଦେଖିଲେ ଲାଗୁଛି, କୌଣସି ଏକ ସହରର ଅତ୍ୟାଧୁନିକ ଘରୋଇ ସ୍କୁଲ । ଏ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ […]
ଭୁବନେଶ୍ୱର : ଏଣିକି ପ୍ରତି ରବିବାର ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ବରିଷ୍ଠ ନାଗରିକଙ୍କ ସମସ୍ୟା ଶୁଣିବ କମିଶନରେଟ ପୁଲିସ। ଏହି ସମୟ ମଧ୍ୟରେ ପ୍ରତି ଥାନାରେ ଥାନାଧିକାରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ତା ସହିତ ନିଜ ନିଜ ପ୍ରେମିସେସରେ ସିସିଟିଭି ଲଗାଇବାକୁ ଅନୁରୋଧ କରିଛନ୍ତି ପୁଲିସ କମିଶନର। ଭୁବନେଶ୍ୱରରେ କମିଶନରେଟ୍ ପୁଲିସ ଏବଂ ବରିଷ୍ଠ ନାଗରିକଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଏହି ନିଷ୍ପତ୍ତି ନିଆଯାଇଛି। ପୁଲିସ ପକ୍ଷରୁ ଜାରି ‘ସହାୟତା ମୋବାଇଲ ଆପ’କୁ ଇନଷ୍ଟାଲ କରି […]
ମାଲକାନଗିରି : ଶିକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ କେତେବେଳେ ଘୋଡ଼ା ପିଠିରେ ଯାତ୍ରା ତ ପୁଣି କେତେବେଳେ ବିପଦପୂର୍ଣ୍ଣ ନୌଯାତ୍ରା। ଏଭଳି ନିଷ୍ଠାପର କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ମାଲକାନଗିରି ତାପରନେତ୍ଲାର ସିଆରସିସି ସାଧନ ସରକାର। ଜିଲ୍ଲାର ଦୁର୍ଗମ ସ୍ୱାଭିମାନ ଅଞ୍ଚଳକୁ ସେ ଏଭଳି ଢଙ୍ଗରେ ଯାତ୍ରା କରୁଛନ୍ତି। ସ୍ୱାଭିମାନ ଅଞ୍ଚଳକୁ ଶିକ୍ଷକମାନେ ନିୟମିତ ଆସୁଛନ୍ତି କି ନାହିଁ, ଛାତ୍ରଛାତ୍ରୀଙ୍କୁ କିଭଳି ପଢାଉଛନ୍ତି ତାର ସେ ତଦାରଖ କରୁଛନ୍ତି। ଏମିତିକି ବେଳେ ବେଳେ ସ୍କୁଲ ଥିବା ଗାଁରେ […]
ଜଗତସିଂହପୁର : ଜଗତସିଂହପୁରରେ ଅଘଟଣ। ସଦର ଥାନା ଅନ୍ତର୍ଗତ ସୁଜଙ୍ଗ ଗାଁରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଜି ସକାଳୁ ସୁଜଙ୍ଗ ଗାଁରେ ଏକ ପାଇଖାନା ଟାଙ୍କିର ସେଣ୍ଟରିଂ ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଶ୍ରମିକ ପ୍ରକାଶ ବାରିକ ଓ ମରିଚାପଡ଼ା ଗାଁର ରାଜୁ ଭୋଇ ଗୁରୁତର ହୋଇପଡ଼ିଥିଲେ। ଉଭୟଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ମୃତ ଘୋଷଣା କରାଯାଇଛି ।
ରାଉରକେଲା : ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କଲେ ପୀଡ଼ିତା। ୩ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଲା ପୁଲିସ୍। ଗତ ୨୨ ତାରିଖରେ ରାଉରକେଲା ସେକ୍ଟର-୭ ଥାନା ଅଞ୍ଚଳରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଛି। ଏକ ପୂଜାରେ ଯୋଗଦେବାକୁ ଯିବାବେଳେ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ସେ କହିଛନ୍ତି।
କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିପିଆଇ ସାଧାରଣ ସଂପାଦକ ଡି. ରାଜାଙ୍କ ଟାର୍ଗେଟ। କଟକରେ ସେ ଅଭିଯୋଗ କରିଛନ୍ତି, ନିର୍ବାଚନ ପୂର୍ବରୁ ନବୀନ ଗୋଟିଏ କଥା କହୁଥିଲେ, କିନ୍ତୁ ନିର୍ବାଚନ ପରେ ସଂପୂର୍ଣ୍ଣ ଭାବେ ତାଙ୍କର ସ୍ୱର ବଦଳି ଯାଇଛି। କେନ୍ଦ୍ର ସରକାରଙ୍କ ଅନେକ କଥାରେ ଓଡ଼ିଶା ସରକାର ସହମତି ପ୍ରକାଶ କରୁଛନ୍ତି। ଅର୍ଥନୀତି ଉପରେ ଆକ୍ରମଣ ଚାଲିଥିବା ବେଳେ ଚୁପ୍ ରହୁଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ। ତେଣୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ […]
ଭୁବନେଶ୍ୱର : ରାଜ୍ୟର ଦାଗୀ, ଦୁର୍ନୀତିଗ୍ରସ୍ତ ଓ ଅଳସୁଆ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ସରକାରୀ ଚାକିରିରୁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ପଡ଼ିପାରେ। ରାଜ୍ୟ ସରକାର ନିଜର ୩୨ ବର୍ଷ ପୁରୁଣା ଆଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେବା ସହ ନିୟମିତ ରିଭ୍ୟୁ କମିଟି ବୈଠକ କରି ସକ୍ରିୟ ଜନସେବାରେ ବାଧକ ସାଜୁଥିବା ଅଫିସର ଓ କର୍ମଚାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ କଡ଼ା ତାଗିଦ୍ କରିଛନ୍ତି। ଯେଉଁ ସଚିବ ଏହି […]
ଯାଜପୁର(ଗୁଲାମ ଗସ୍): ଜୀର୍ଣ୍ଣଶୀର୍ଣ୍ଣ ଦୁର୍ବଳ ଶରୀର ମୁହଁରେ ଲମ୍ବା ଦାଢି। ଆଉ ହାତ ଗୋଡରେ ପଡ଼ିଛି ବେଡି। ଭଙ୍ଗା ଦଦରା ନୂଆଁଣିଆ ଚାଳଛପର ଘରର ଗୋଟିଏ ଅନ୍ଧାର କୋଠରୀରେ ବସି ବାହାରକୁ ଚାହିଁ ରହିଛନ୍ତି। ଏଭଳି ଅବସ୍ଥାରେ ଗୋଟିଏ କୋଠରୀ ଭିତରେ ଦୀର୍ଘ ୩୦ ବର୍ଷ ହେଲାଣି କଟୁଛି ରାତି ଦିନ। ସିଏ ହେଉଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଉଦୟପୁର ଗାଁର ରମାକାନ୍ତ ବେହେରା। ମାନସିକ ବିକୃତି ଦେଖାଯିବା ପରେ ପରିବାର ଲୋକଙ୍କୁ ଚିହ୍ନି ପାରିଲେନି […]
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ୫ଜଣିଆ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଏଆଇସିସିକୁ ପଠାଇଥିବା ପ୍ରଦେଶ କଂଗ୍ରେସ କମିଟି ଆଜି ଦଳର ୯ଜଣ ବରିଷ୍ଠ ନେତାଙ୍କୁ ବିଜେପୁରରେ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛି। ଏହି ନେତାମାନେ ବିଜେପୁର ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍ ଓ ୨ଟି ଏନଏଏସି ଦାୟିତ୍ୱରେ ରହିବେ। ସେମାନେ ନିଜ ନିଜର ଟିମ୍ ସହ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଆଜି ବିଜେଡି ମଧ୍ୟ ନିଜର ୧୪ଜଣ ନେତାଙ୍କୁ […]
ବିଶାଖାପାଟନମ୍ : ଗାଁ ଦାଣ୍ଡରେ ଜୀଅନ୍ତା ଜାଳିଦେଲେ ଲୋକେ। ଏମିତି ଏକ ଘଟଣା ଘଟିଛି ଓଡ଼ିଶା ସୀମା ଆନ୍ଧ୍ର ଡୁମୁରିଗୁଡ଼ା ଥାନା ପୋଟଳବନ୍ଧ ଗାଁରେ। ମିଳିଥିବା ସୂଚନା ମୁତାବକ ,ଗୁଣିଗାରେଡ଼ି ସନ୍ଦେହରେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗାଁ ଦାଣ୍ଡରେ ଜୀଅନ୍ତା ଜାଳିଦେଇଛନ୍ତି ଗାଁ ଲୋକେ। ମୃତକ ଓଡ଼ିଆ ଭାଷାଭାଷୀ ପୋଟଳବନ୍ଧା ଗାଁର ଜୟରାମ ଖିଲ। ଗତକାଲି ଗାଁର କିଛି ଲୋକ ଜୟରାମଙ୍କୁ ଧରିନେଇ ତାଙ୍କୁ ବାନ୍ଧି ଦାଣ୍ଡରେ ପୋଡ଼ି ଦେଇଥିଲେ। ଖବର ପାଇ ଡୁମୁରିଗୁଡ଼ା ପୁଲିସ୍ ସେହି […]
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ମିନିଟରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୋଟ ୧୨ଟି ଏଜେଣ୍ଡା ଉପରେ ବିଚାରବିମର୍ଶ ହେବ ବୋଲି ସୂଚନା ମିଳିଛି। ଅର୍ଥ, ସମବାୟ, ପଞ୍ଚାୟତିରାଜ, ନଗର ଉନ୍ନୟନ, ସାଧାରଣ ପ୍ରଶାସନ, ଆଇନ ଆଦି ବିଭାଗର ଏଜେଣ୍ଡା ଉପରେ କ୍ୟାବିନେଟ୍ ନିଷ୍ପତ୍ତି ନେବେ। ତେବେ ଖବର ଲେଖା ହେବାସୁଦ୍ଧା ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍ ବୈଠକର ଏଜେଣ୍ଡା […]
ଯାଜପୁର( ଗୁଲାମଗସ୍) : ବିଜେଡି ନେତାଙ୍କ ନାଁରେ ପ୍ରତାରଣା ଅଭିଯୋଗ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର କୁମାର ପ୍ରଧାନଙ୍କ ନାଁରେ ଆସିଛି ଏଭଳି ସଂଗୀନ ଅଭିଯୋଗ। ବିଞ୍ଝାରପୁର ପଇରଖ ଗାଁର ଜିତେନ୍ଦ୍ର ବିବାହ ପ୍ରତିଶ୍ରୁତି ଦେଇ ନିଜର ଜଣେ ସମ୍ପର୍କୀୟ ଭାଣିଜୀଙ୍କ ସହ ଶାରୀରିକ ସଂପର୍କ ରଖି ପ୍ରତାରଣା କରିଥିବା ନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ ଏତଲା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ […]
ଭୁବନେଶ୍ୱର : ଆସନ୍ତା ୩ ମାସ ଯାଏ ରାଜ୍ୟରେ ଯାନବାହନଗୁଡ଼ିକର ପ୍ରଦୂଷଣ ଓ ବୀମା ଯାଞ୍ଚ ହେବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଏପରି ପଦକ୍ଷେପ ନିଆଯାଇଥିବା ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦୋହରାଇଛନ୍ତି। ଅକ୍ଟୋବର ପହିଲାରୁ ଅନଲାଇନ୍ରେ ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଆବେଦନ କରିହେବ। ନୂଆ ଟ୍ରାଫିକ ଆଇନକୁ ତରବରିଆ ଭାବେ ଲାଗୁ କରି ରାଜ୍ୟ ସରକାର ସବୁ ମହଲରୁ ସମାଲୋଚନାର ଶିକାର ହୋଇଥିଲେ। ଏଥିନିମନ୍ତେ ବିରୋଧୀଙ୍କ ସମେତ ସାଧାରଣ ଲୋକେ ବି ସରକାରଙ୍କୁ […]