ସୋର : ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ, ପରେ ପ୍ରତାରଣା। ଯୁବକଙ୍କ ଘରୁ ନିର୍ଯାତିତ ହୋଇ ଯୁବତୀ ଫେରୁଥିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଅଞ୍ଚଳରେ। ଅଭିଯୋଗ ଅନୁସାରେ କରଞ୍ଜାବନ୍ଧାର ଅନନ୍ତ ଦାସ ଅନୁଗୁଳର ଏକ ହୋଟେଲରେ କାମ କରୁଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା। ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବକ […]
ଭଦ୍ରକ : ଭଦ୍ରକ ଧାମନଗର ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ଟିଉସନରୁ ଫେରିବା ସମୟରେ ଜଣେ ଯୁବକ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ନାବାଳିକା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ଛାଡି ପଳାଇଥିଲା ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ପରେ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୁଲିସ ।
ରାଉରକେଲା : ହସ୍ପିଟାଲରେ କିପରି ହେଉଛି ରୋଗୀ ସେବା ? ରୋଗୀଙ୍କୁ କିପରି କରାଯାଉଛି ବ୍ୟବହାର ? ରାଜ୍ୟ ସ୍ୱାସ୍ଥ୍ୟ ସେବାର ଅସଲ ମୁଖା ଖୋଲିଛନ୍ତି ରାଉରକେଲାର ଟିନା ମୁଖୀ। ଆଜି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡ଼ି ସମ୍ମୁଖକୁ ଆସି ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଟିନା ଓ ତାଙ୍କ ପରିବାର । ସେକ୍ଟର ୨୦ରେ ରହୁଥିବା ଟିନା ମୁଖୀ ଗତକାଲି ତାଙ୍କ ଅସୁସ୍ଥ ଶିଶୁ ପୁତ୍ରକୁ ନେଇ ହସ୍ପିଟାଲ୍ ଯାଇଥିଲେ। ଡାକ୍ତରଙ୍କୁ ଚିକିତ୍ସା […]
ବଣାଇ (ରଣଜିତ୍ ଚୌଧୁରୀ) : ମଧ୍ୟାହ୍ନ ଭୋଜନରେ ଚିକେନ୍ ଖାଇ ସସ୍ପେଣ୍ଡ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ବଣାଇ ବିଇଓଙ୍କ ସମର୍ଥନରେ ବାହାରିଛନ୍ତି ତିଲେଇମାଲ ସ୍କୁଲ୍ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଟୁପି ଚାନ୍ଦ କିଷାନ ଓ ଜଣେ ଶିକ୍ଷୟିତ୍ରୀ। ବିଇଓଙ୍କ ମିଛଟାରେ ଫସେଇ ଦିଆଯାଇଛି ବୋଲି ସେମାନେ କହିଛନ୍ତି। ଶ୍ରୀ କିଷାନ କହିଛନ୍ତି, “ବିଇଓଙ୍କ ନାଁରେ ହୋଇଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା। ବିଇଓ ଚିକେନ୍ ନୁହେଁ, ସାଧା ଖାଇଥିଲେ। ବିଇଓଙ୍କୁ ଫସାଇବା ଲାଗି ଏହା ଏକ ଷଡ଼ଯନ୍ତ୍ର। ଘଟଣାର […]
କୋରାପୁଟ : ପୁଣି ଭାରରେ ବୁହା ହେଲେ ରୋଗୀ। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଜଣେ ରୋଗୀଙ୍କୁ ୪ କିଲୋମିଟର ଭାରରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଅଣାଯାଇଥିଲା। ଏହାପରେ ଗାଡ଼ିରେ ହସ୍ପିଟାଲ ନିଆଯାଇଛି। ଦାମନଯୋଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ଚାଲିଛି। ଦାମନଯୋଡ଼ିର ନାଲକୋ ଖଣି ଅଞ୍ଚଳରୁ ୪ କିଲୋମିଟର ଦୂରରେ ବିଜାଘାଟି ପଞ୍ଚାୟତ। ଏହା ଅନ୍ତର୍ଗତ ଉପରରଙ୍ଗ ପାଣି ଗାଁର ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଏଭଳି ଅବସ୍ଥାରେ ମେଡିକାଲ ଅଣାଯାଇଥିଲା।
ଭୁବନେଶ୍ୱର : ରାଷ୍ଟ୍ର ଓ ଜାତିକୁ ଆମେ ସମାନ ଭାବେ ଦେଖିଥାଉ। କେବଳ ହିନ୍ଦୁ ସମାଜକୁ ସଂଗଠିତ କରିବା ଆମର କାମ ନୁହେଁ। ସଂପୂର୍ଣ୍ଣ ସମାଜକୁ ସଂଗଠିତ କରିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର କାମ। ଭୁବନେଶ୍ୱରରେ ଆୟୋଜିତ ଆରଏସ୍ଏସ୍ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ମୋହନ ଭାଗବତ। ସେ କହିଛନ୍ତି-“ସମ୍ପୂର୍ଣ୍ଣ ହିନ୍ଦୁ ସମାଜକୁ ସଙ୍ଗଠିତ କରିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍)ର ଉଦ୍ଦେଶ୍ୟ। ଏକ ଆଦର୍ଶ ରାଷ୍ଟ୍ର […]
କଟକ : ମିଶନ୍ ‘ଜିରୋ-ଏଫ୍’ ଅର୍ଥାତ ମାଟ୍ରିକ ପରୀକ୍ଷାରେ ଆଉ କୌଣସି ଛାତ୍ରଛାତ୍ରୀ ଫେଲ୍ ହେବେ ନାହିଁ। ଚଳିତ ବର୍ଷଠାରୁ ଏହାକୁ କର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛି ଗଣଶିକ୍ଷା ବିଭାଗ। ଏହାର ପାଇଲଟ୍ ପ୍ରୋଜେକ୍ଟ କଟକରେ କାର୍ଯ୍ୟକାରୀ କରାଯାଇଛି। ତେବେ ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଲାଣି। ଶିକ୍ଷକଙ୍କ ଅଭାବ ପୂରଣ ନକରି ଏଭଳି ଏକପାଖିଆ ନିଷ୍ପତ୍ତିକୁ ଓଷ୍ଟା ବିରୋଧ କରିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଫେଲ୍ ହାର କମାଇବା ଆମର […]
କୋରାପୁଟ : ଓଟିଭିରେ ଖବର ପ୍ରସାରଣ ପରେ ଦୁର୍ଦ୍ଦିନରେ ଥିବା ଆଦିବାସୀ ଝିଅ ଲକ୍ଷ୍ମୀଙ୍କୁ ଭେଟିଲା ଜିଲ୍ଲା ପ୍ରଶାସନ। କୋରାପୁଟ ଖୁଡ଼ିଗୁଡ଼ା ଗାଁର ଲକ୍ଷ୍ମୀଙ୍କ ଦୂରବସ୍ଥା ନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ଗତକାଲି ରାତିରେ ବୋରିଗୁମ୍ମା ବିଡ଼ିଓ ଓ ତହସିଲଦାର ଲକ୍ଷ୍ମୀଙ୍କ ଗାଁକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ଚେକ୍ ସହ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ଦେଇଥିଲେ। ଏହାପରେ ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ସମାଜ […]
କେନ୍ଦୁଝର/ସୁନ୍ଦରଗଡ଼ : ରାଜ୍ୟରେ କେମିତି କାର୍ଯ୍ୟକାରୀ ହେଉଛି ‘ମୋ ସରକାର’ ଓ 5T? ଏ ସମ୍ପର୍କରେ ଜାଣିବା ପାଇଁ 5T ସଚିବ ଭି. କେ. ପାଣ୍ଡିଆନ ଓ ତାଙ୍କ ଟିମ୍ ଘନଘନ ମେଡିକାଲ୍ ଗସ୍ତ କରୁଛନ୍ତି। ଆଗକୁ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଯିବେ 5T ସଚିବ। ସେଥିପାଇଁ ସତର୍କ ହୋଇଗଲେଣି ମେଡିକାଲ୍ କର୍ତ୍ତୃପକ୍ଷ। 5T ସଚିବଙ୍କୁ ଖୁସି କରାଇବା ପାଇଁ ରାତିରାତି କାମ ଚାଳାଇଛନ୍ତି। ଦୀର୍ଘ ଦିନରୁ ପଡ଼ିଥିବା ଅଳିଆକୁ ଉଠାଇ […]
ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା) : ହତ୍ୟା ନୁହେଁ ଆତ୍ମହତ୍ୟା! ବାଲିକୁଦା ଦାଆଗାଁରେ ଯୁବକ ଜୀଅନ୍ତା ଜଳିବା ଘଟଣାରେ ଜଗତସିଂହପୁର ଏସ୍ପି ଆର. ପ୍ରକାଶ ଏମିତି ଇସାରା ଦେଇଛନ୍ତି। ତଥାପି ଘଟଣାର ତଦନ୍ତ ଚାଲିଛି। ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଏସ୍ପି ଆର୍ ପ୍ରକାଶ କହିଛନ୍ତି। ସେ କହିଛନ୍ତି-“ପ୍ରାଥମିକ ତଦନ୍ତରୁ ଯୁବକ ଆତ୍ମହତ୍ୟା କରିଥାଇ ପାରନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ମଧ୍ୟ ଏପରି ସୂଚନା ଆସୁଛି। ମୃତ ଯୁବକଙ୍କ ଫେସବୁକ ପୋଷ୍ଟରୁ ଆତ୍ମହତ୍ୟା ପ୍ରବଣତା ତଥ୍ୟ ମିଳିଛି। […]
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା। ବିଜେପିକୁ ବାଏ ବାଏ କଲେ ଅଶୋକ ପାଣିଗ୍ରାହୀ । ୨୦୧୮ ବିଜେପୁର ଉପନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ବିଜେଡିରୁ ସସ୍ପେଣ୍ଡ ହେବା ପରେ ସେ ବିଜେପିରେ ମିଶି ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଗୁରୁତ୍ୱ ନଦେବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ଶ୍ରୀ ପାଣିଗ୍ରାହୀ କହିଛନ୍ତି-“ଦଳ ମୋତେ ବିଶ୍ୱାସ କଲାନି। କୌଣସି ପ୍ରକାର ଦାୟିତ୍ୱ ଦେଲାନି। କର୍ମୀମାନଙ୍କ ପରାମର୍ଶରେ ମୁଁ ଇସ୍ତଫା ଦେବାକୁ ବାଧ୍ୟ […]
କଟକ(ପ୍ରଭାତ ବିଷୋୟୀ): ଆଜି କଟକ ବଡ଼ ମେଡିକାଲ ପରିସରରେ ଏକ ଅସ୍ୱାଭାବିକ ଘଟଣା ଘଟିଛି। ଜଣେ ବୃଦ୍ଧ ରୋଗୀ ଝରକା ଗ୍ରୀଲ୍ ଭାଙ୍ଗି ତଳକୁ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ, ବୃଦ୍ଧଜଣକ ନ୍ୟୁ ମେଡିସିନ ୱାର୍ଡର ୩ ମହଲାରେ ଥିବା ନିରାଶ୍ରୟ ରୋଗୀ ୱାର୍ଡରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ହଠାତ୍ ସେ ଗ୍ରୀଲ ଭାଙ୍ଗି ତଳକୁ ଡେଇଁ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ତାଙ୍କୁ ପ୍ରଥମେ କାଜୁଆଲିଟିକୁ ନିଆଯାଇଥିଲା । […]
ରାଇରଙ୍ଗପୁର (ରାଜେଶ ଶର୍ମା) : ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ। ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଆଜି ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ସରଗଢ଼ା ସଂରକ୍ଷିତ ଜଙ୍ଗଲରୁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମାତ୍ର ଏପର୍ଯ୍ୟନ୍ତ ମୃତ ଯୁବତୀଙ୍କ ପରିଚୟ ମିଳିପାରିନି। ଆଜି ବନ ବିଭାଗର କିଛି କମଚାରୀ ସରଗଢ଼ା ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ […]
ଭୁବନେଶ୍ୱର : ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। ଆସନ୍ତା ୧୫ ତାରିଖରୁ ଭୁବନେଶ୍ୱରରୁ ନୟାଗଡ଼କୁ ସିଧାସଳଖ ଗଡ଼ିବ ଏହି ଟ୍ରେନ୍। ଯାହାର ନାଁ ହେଉଛି ‘ସେବା ସର୍ଭିସ୍ ଏକ୍ସପ୍ରେସ୍’। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେବା ସର୍ଭିସ ଏକ୍ସପ୍ରେସ ଟ୍ରେନ୍ଟି ସଂଧ୍ୟା ୬ଟା ୪୦ରେ ଭୁବନେଶ୍ୱର ଛାଡ଼ି ରାତି ୮.୪୫ରେ ନୟାଗଡ଼ରେ ପହଞ୍ଚିବ। ତା’ପରଦିନ ସକାଳ ୬ଟା ୩୦ରେ ନୟାଗଡ଼ରୁ ଛାଡ଼ି ସକାଳ ୯ଟାରେ ଭୁବନେଶ୍ୱର ପହଞ୍ଚିବ। ଏହା ଦ୍ୱାରା ବହୁ ଯାତ୍ରୀ ନୟାଗଡ଼ […]
ଭୁବନେଶ୍ୱର : “ଜ୍ଞାନେଶ୍ୱରୀ ଏକ୍ସପ୍ରେସ”ରେ ସୁନା ଚୋରାଚାଲାଣ ପଛରେ ରହିଛି କି ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ର ହାତ? ଓଡ଼ିଶା ରେଳପଥକୁ ବ୍ୟବହାର କରୁଛି କି ଅଣ୍ଡରୱାର୍ଲଡ୍ ମାଫିଆ ଦାଉଦ୍ ଇବ୍ରାଇମ୍ଙ୍କ ଡି କମ୍ପାନୀ? ଓଡ଼ିଶା ବାଟ ଦେଇ ସୁନା ବେପାରର ବେଆଇନ କାରବାର ଚଳାଇଛି କି ପାକିସ୍ତାନରେ ଆତ୍ମଗୋପନ କରିଥିବା ଦୁର୍ଦ୍ଦାନ୍ତ ଦାଉଦ? କାରଣ ରାଉରକେଲା-ଝାରସୁଗୁଡ଼ା ମଝିରେ “ଜ୍ଞାନେଶ୍ୱରୀ ଏକ୍ସପ୍ରେସ”ରୁ ୨ କୁଖ୍ୟାତ ସୁନା ଚୋରା ଚାଲାଣକାରୀ ଧରାପଡ଼ିବା ପରେ ଏଭଳି ଆଶଙ୍କା ଦେଖାଦେଇଛି। ଗତକାଲି “ଜ୍ଞାନେଶ୍ୱରୀ […]
ସୁନ୍ଦରଗଡ଼ : ମହଙ୍ଗା ପଡ଼ିଲା ବିଇଓଙ୍କୁ ପିଲାଙ୍କ ମଝିରେ ଚିକେନ୍ ଖାଇବା। ସ୍କୁଲ ପରିଦର୍ଶନ ଯାଇ ମଧ୍ୟାହ୍ନ ଭୋଜନ ମାନ ପରଖିବା ବେଳେ ପିଲାଙ୍କ ମଝିରେ ଚିକେନ୍ ଖାଇଥିବା ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଶିକ୍ଷାଧିକାରୀ ନିଲମ୍ବିତ ହୋଇଛନ୍ତି। ଏ ନେଇ ଓଟିଭିରେ ଖବର ପ୍ରସାରଣ ପରେ ସଂପୃକ୍ତ ବ୍ଲକ ଶିକ୍ଷାଧିକାରୀ ବିନୟ ପ୍ରକାଶ ସଏଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ସଂପୃକ୍ତ ବିଇଓ ଗତ ୩ ତାରିଖରେ ତିଲେଇମାଳ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ […]
ବୌଦ୍ଧ : ୫ ଟଙ୍କା ଦେଇ ଭାତ-ଡାଲମା ଖାଇଲେ ତୃତୀୟ ମହଲାର ସବୁଠାରୁ ପାୱାରଫୁଲ ସଚିବ କୁହାଯାଉଥିବା ଭିକେ କାର୍ତ୍ତିକେୟନ ପାଣ୍ଡିଆନ୍। ଏମିତି ଏକ ଦୃଶ୍ୟ ଆଜି ବୌଦ୍ଧ ମେଡିକାଲ ପରିସରରେ ଦେଖିବାକୁ ମିଳିଥିଲା। ପାଣ୍ଡିଆନଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ୫ ଟଙ୍କା ଦେଇ ଆହାର ଖାଇଛନ୍ତି। ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଏବଂ ତ୍ୱରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ […]
ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବୁଧବାର ରାତିରେ ଧରାପୃଷ୍ଠରୁ ମେଲାଣୀ ନେଉଥିଲେ ମା’ ଦୁର୍ଗା। ଆଉ ଠିକ୍ ସେତିକି ବେଳେ ଜଣେ ନାବାଳିକାଙ୍କର ଇଜ୍ଜତ ଲୁଟୁଥିଲା ଜଣେ ଯୌନ ପିପାସୁ । ଝିଅଟିର ଆକୁଳ ନିବେଦନ ଶୁଣିନଥିଲା ଦୁଷ୍କର୍ମକାରୀ। ଏକ ପରିତ୍ୟକ୍ତ ଘର ଭିତରକୁ ଟେକି ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଗତ ବୁଧବାର ଏପରି ଲୋମହର୍ଷଣକାରୀ ଘଟଣା ଗଞ୍ଜାମ ଜିଲ୍ଲା ଅଞ୍ଚଳରେ ଘଟିଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରି କୋର୍ଟ ଚାଲାଣ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ପାରିବାରିକ କଳହରୁ କରୁଣ ପରିଣତି। ଦୁଇ ଝିଅକୁ ଧରି ଟ୍ରେନ୍ ଆଗକୁ ଡେଇଁଲା ମାଆ। ଘଟଣାସ୍ଥଳରେ ମାଆର ମୃତ୍ୟୁ ଘଟିଥିବା ବେଳେ ଦୁଇ ଝିଅ ଗୁରୁତର ଆହତ ହୋଇଛନ୍ତି। ଏପରି ହୃଦୟବିଦାରକ ଘଟଣା ଆଜି ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଘଟିଛି। ପୁଲିସ ଦୁଇ ଛୁଆଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି। ବଡ଼ଗଡ଼ ଥାନା ମଚ୍ଛାକୋଟ୍ ଗାଁର ଉଚ୍ଛବ ଭଞ୍ଜ ଓ ତାଙ୍କ ସ୍ତ୍ରୀ ରମାଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଏପରିକି […]
କେନ୍ଦୁଝର(ପ୍ରଣୟ ପାଣି) : ବାଇକ୍ରେ ଆସୁଥିବା ୩ ଯୁବକ ଭାରସାମ୍ୟ ହରାଇ ବସ୍ ଚକା ତଳେ ପଡ଼ି ଯାଇଥିଲେ। ଆଉ ତା’ପରେ ବସ୍ଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲ୍ରେ ଅନ୍ୟ ଜଣଙ୍କ ଜୀବନ ଯାଇଛି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଘଟିଛି। ଅନ୍ୟ ଏକ ଦୁର୍ଘଟଣାରେ ୫ ଜଣ ଅଟୋ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ […]
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ। ଆସନ୍ତା ୧୨ରୁ ୨୦ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା RSSର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ ମୋହନ ଭାଗବତ। ସେ ଏହି କାର୍ଯ୍ୟକ୍ରମ ପାଇଁ ୯ ଦିନ ଯାକ ଓଡ଼ିଶାରେ ରହିବେ। ଏଥିସହ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। RSSର କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ଓଡ଼ିଶାରେ […]
ଧର୍ମଗଡ଼ (ଇଙ୍ଗିତ ପଣ୍ଡା) : ଲାଞ୍ଚ ପାଇଁ ଛନ୍ଦିହେଲେ ଗ୍ରାମରକ୍ଷୀ। କଳାହାଣ୍ଡି ଜିଲ୍ଲାରେ ଏକ ମର୍ଡ଼ର ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଅକ୍ଷୟ ଦୁର୍ଗା ନେଇଥିଲେ ୫୦ ହଜାର ଟଙ୍କା! ଲାଞ୍ଚ ଦେଇ ଗିରଫ ହେବା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଗ୍ରାମରକ୍ଷୀକୁ ଗିରଫ କରିବା ପରେ ସେ ଓଲଟା ପୁଲିସ ଉପରେ ଅଭିଯୋଗ ଆଣିଛନ୍ତି। କହିଛନ୍ତି, ମାମଲା ଫଇସଲା ପାଇଁ ଲାଞ୍ଚ ଟଙ୍କା […]
ଭୁବନେଶ୍ୱର : ସୁରତରେ ବସବାସ କରୁଥିବା ଓଡ଼ିଆଙ୍କ ପାଇଁ ଖୁସି ଖବର। କାରଣ ନୂଆବର୍ଷ ଅର୍ଥାତ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରତକୁ ଚାଲିବ ବିମାନ। ସପ୍ତାହକୁ ୩ ଦିନ ଉଡିବ ଏୟାର ଇଣ୍ଡିଆ ବିମାନ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିମାନ ଚଳାଚଳ ମନ୍ତ୍ରାଳୟ ତାଙ୍କ ନିବେଦନ ରକ୍ଷା କରିଥିବା ସେ ଟ୍ୱିଟ୍ କରିଛନ୍ତି। ସୂଚନାରୁ ପ୍ରକାଶ, ଓଡ଼ିଶା ବାହାରେ ବିଭିନ୍ନ ସହରମାନଙ୍କ ଭିତରେ ସୁରତରେ ସବୁଠାରୁ ଅଧିକ […]
ଭୁବନେଶ୍ୱର : ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଏସଏନଏଲ୍ ବନ୍ଦ ହେବା ନେଇ କେତେକ ସମ୍ବାଦପତ୍ର ଓ ସୋଶାଲ ମିଡିଆରେ ଖବର ପ୍ରକାଶିତ ହେବାପରେ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ ବିଏସଏନଏଲ ବିରୁଦ୍ଧରେ ଏଭଳି ଅପପ୍ରଚାର କରି ବିଏସଏନଏଲ୍ ଗ୍ରାହକଙ୍କୁ ହାତେଇବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଏସଏନଏଲ୍ ପକ୍ଷରୁ କୁହାଯାଇଛି। ଆଜି ବିଏସଏନଏଲ୍ ଓଡ଼ିଶା ଶାଖା ମୁଖ୍ୟ ମହାପ୍ରବନ୍ଧକ ଡକ୍ଟର ଉଦୟ ଶଙ୍କର ପଣ୍ଡା ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ହାୱାଡ଼ାରୁ ମୁମ୍ବାଇ ଯାଉଥିବା ‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରୁ ୧୩ କେଜି ସୁନା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଅଧିକ ଟଙ୍କା ହେବ। ରାଜଗାଙ୍ଗପୁର ଓ ଝାରସୁଗୁଡା ମଧ୍ୟରେ ଟ୍ରେନ୍କୁ ଅଟକାଇ ଯାଞ୍ଚ ବେଳେ ଏହି ସୁନା ଧରାପଡ଼ିଛି। ସୂଚନାରୁ ପ୍ରକାଶ, 12102 ହାୱାଡାରୁ ମୁମ୍ବାଇ ଯାଉଥିବା ‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରେ ସୁନା ଚାଲାଣ ହେଉଥିବା ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ ଜାଣିବାକୁ ପାଇଥିଲା। ପରେ ଟ୍ରେନ୍ଟିକୁ ଅଟକାଇ ୧୧ କେଜି ସୁନା […]