ସୁନ୍ଦରଗଡ଼ : ମହଙ୍ଗା ପଡ଼ିଲା ବିଇଓଙ୍କୁ ପିଲାଙ୍କ ମଝିରେ ଚିକେନ୍ ଖାଇବା। ସ୍କୁଲ ପରିଦର୍ଶନ ଯାଇ ମଧ୍ୟାହ୍ନ ଭୋଜନ ମାନ ପରଖିବା ବେଳେ ପିଲାଙ୍କ ମଝିରେ ଚିକେନ୍ ଖାଇଥିବା ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଶିକ୍ଷାଧିକାରୀ ନିଲମ୍ବିତ ହୋଇଛନ୍ତି। ଏ ନେଇ ଓଟିଭିରେ ଖବର ପ୍ରସାରଣ ପରେ ସଂପୃକ୍ତ ବ୍ଲକ ଶିକ୍ଷାଧିକାରୀ ବିନୟ ପ୍ରକାଶ ସଏଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ସଂପୃକ୍ତ ବିଇଓ ଗତ ୩ ତାରିଖରେ ତିଲେଇମାଳ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ […]
ବୌଦ୍ଧ : ୫ ଟଙ୍କା ଦେଇ ଭାତ-ଡାଲମା ଖାଇଲେ ତୃତୀୟ ମହଲାର ସବୁଠାରୁ ପାୱାରଫୁଲ ସଚିବ କୁହାଯାଉଥିବା ଭିକେ କାର୍ତ୍ତିକେୟନ ପାଣ୍ଡିଆନ୍। ଏମିତି ଏକ ଦୃଶ୍ୟ ଆଜି ବୌଦ୍ଧ ମେଡିକାଲ ପରିସରରେ ଦେଖିବାକୁ ମିଳିଥିଲା। ପାଣ୍ଡିଆନଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ୫ ଟଙ୍କା ଦେଇ ଆହାର ଖାଇଛନ୍ତି। ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଏବଂ ତ୍ୱରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ […]
ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବୁଧବାର ରାତିରେ ଧରାପୃଷ୍ଠରୁ ମେଲାଣୀ ନେଉଥିଲେ ମା’ ଦୁର୍ଗା। ଆଉ ଠିକ୍ ସେତିକି ବେଳେ ଜଣେ ନାବାଳିକାଙ୍କର ଇଜ୍ଜତ ଲୁଟୁଥିଲା ଜଣେ ଯୌନ ପିପାସୁ । ଝିଅଟିର ଆକୁଳ ନିବେଦନ ଶୁଣିନଥିଲା ଦୁଷ୍କର୍ମକାରୀ। ଏକ ପରିତ୍ୟକ୍ତ ଘର ଭିତରକୁ ଟେକି ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଗତ ବୁଧବାର ଏପରି ଲୋମହର୍ଷଣକାରୀ ଘଟଣା ଗଞ୍ଜାମ ଜିଲ୍ଲା ଅଞ୍ଚଳରେ ଘଟିଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରି କୋର୍ଟ ଚାଲାଣ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ପାରିବାରିକ କଳହରୁ କରୁଣ ପରିଣତି। ଦୁଇ ଝିଅକୁ ଧରି ଟ୍ରେନ୍ ଆଗକୁ ଡେଇଁଲା ମାଆ। ଘଟଣାସ୍ଥଳରେ ମାଆର ମୃତ୍ୟୁ ଘଟିଥିବା ବେଳେ ଦୁଇ ଝିଅ ଗୁରୁତର ଆହତ ହୋଇଛନ୍ତି। ଏପରି ହୃଦୟବିଦାରକ ଘଟଣା ଆଜି ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଘଟିଛି। ପୁଲିସ ଦୁଇ ଛୁଆଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି। ବଡ଼ଗଡ଼ ଥାନା ମଚ୍ଛାକୋଟ୍ ଗାଁର ଉଚ୍ଛବ ଭଞ୍ଜ ଓ ତାଙ୍କ ସ୍ତ୍ରୀ ରମାଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। ଏପରିକି […]
କେନ୍ଦୁଝର(ପ୍ରଣୟ ପାଣି) : ବାଇକ୍ରେ ଆସୁଥିବା ୩ ଯୁବକ ଭାରସାମ୍ୟ ହରାଇ ବସ୍ ଚକା ତଳେ ପଡ଼ି ଯାଇଥିଲେ। ଆଉ ତା’ପରେ ବସ୍ଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲ୍ରେ ଅନ୍ୟ ଜଣଙ୍କ ଜୀବନ ଯାଇଛି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଘଟିଛି। ଅନ୍ୟ ଏକ ଦୁର୍ଘଟଣାରେ ୫ ଜଣ ଅଟୋ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ […]
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ। ଆସନ୍ତା ୧୨ରୁ ୨୦ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା RSSର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ ମୋହନ ଭାଗବତ। ସେ ଏହି କାର୍ଯ୍ୟକ୍ରମ ପାଇଁ ୯ ଦିନ ଯାକ ଓଡ଼ିଶାରେ ରହିବେ। ଏଥିସହ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। RSSର କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ଓଡ଼ିଶାରେ […]
ଧର୍ମଗଡ଼ (ଇଙ୍ଗିତ ପଣ୍ଡା) : ଲାଞ୍ଚ ପାଇଁ ଛନ୍ଦିହେଲେ ଗ୍ରାମରକ୍ଷୀ। କଳାହାଣ୍ଡି ଜିଲ୍ଲାରେ ଏକ ମର୍ଡ଼ର ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଅକ୍ଷୟ ଦୁର୍ଗା ନେଇଥିଲେ ୫୦ ହଜାର ଟଙ୍କା! ଲାଞ୍ଚ ଦେଇ ଗିରଫ ହେବା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଗ୍ରାମରକ୍ଷୀକୁ ଗିରଫ କରିବା ପରେ ସେ ଓଲଟା ପୁଲିସ ଉପରେ ଅଭିଯୋଗ ଆଣିଛନ୍ତି। କହିଛନ୍ତି, ମାମଲା ଫଇସଲା ପାଇଁ ଲାଞ୍ଚ ଟଙ୍କା […]
ଭୁବନେଶ୍ୱର : ସୁରତରେ ବସବାସ କରୁଥିବା ଓଡ଼ିଆଙ୍କ ପାଇଁ ଖୁସି ଖବର। କାରଣ ନୂଆବର୍ଷ ଅର୍ଥାତ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରତକୁ ଚାଲିବ ବିମାନ। ସପ୍ତାହକୁ ୩ ଦିନ ଉଡିବ ଏୟାର ଇଣ୍ଡିଆ ବିମାନ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିମାନ ଚଳାଚଳ ମନ୍ତ୍ରାଳୟ ତାଙ୍କ ନିବେଦନ ରକ୍ଷା କରିଥିବା ସେ ଟ୍ୱିଟ୍ କରିଛନ୍ତି। ସୂଚନାରୁ ପ୍ରକାଶ, ଓଡ଼ିଶା ବାହାରେ ବିଭିନ୍ନ ସହରମାନଙ୍କ ଭିତରେ ସୁରତରେ ସବୁଠାରୁ ଅଧିକ […]
ଭୁବନେଶ୍ୱର : ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଏସଏନଏଲ୍ ବନ୍ଦ ହେବା ନେଇ କେତେକ ସମ୍ବାଦପତ୍ର ଓ ସୋଶାଲ ମିଡିଆରେ ଖବର ପ୍ରକାଶିତ ହେବାପରେ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ ବିଏସଏନଏଲ ବିରୁଦ୍ଧରେ ଏଭଳି ଅପପ୍ରଚାର କରି ବିଏସଏନଏଲ୍ ଗ୍ରାହକଙ୍କୁ ହାତେଇବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଏସଏନଏଲ୍ ପକ୍ଷରୁ କୁହାଯାଇଛି। ଆଜି ବିଏସଏନଏଲ୍ ଓଡ଼ିଶା ଶାଖା ମୁଖ୍ୟ ମହାପ୍ରବନ୍ଧକ ଡକ୍ଟର ଉଦୟ ଶଙ୍କର ପଣ୍ଡା ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ହାୱାଡ଼ାରୁ ମୁମ୍ବାଇ ଯାଉଥିବା ‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରୁ ୧୩ କେଜି ସୁନା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଅଧିକ ଟଙ୍କା ହେବ। ରାଜଗାଙ୍ଗପୁର ଓ ଝାରସୁଗୁଡା ମଧ୍ୟରେ ଟ୍ରେନ୍କୁ ଅଟକାଇ ଯାଞ୍ଚ ବେଳେ ଏହି ସୁନା ଧରାପଡ଼ିଛି। ସୂଚନାରୁ ପ୍ରକାଶ, 12102 ହାୱାଡାରୁ ମୁମ୍ବାଇ ଯାଉଥିବା ‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରେ ସୁନା ଚାଲାଣ ହେଉଥିବା ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ ଜାଣିବାକୁ ପାଇଥିଲା। ପରେ ଟ୍ରେନ୍ଟିକୁ ଅଟକାଇ ୧୧ କେଜି ସୁନା […]
ବେଙ୍ଗାଲୁରୁ : ସତରେ କଣ ଅଛି ସପ୍ତଫେଣୀ ନାଗ ? ପୁରାଣ ବର୍ଣ୍ଣିତ ସପ୍ତଫେଣୀ ସାପକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କାରଣ କର୍ଣ୍ଣାଟକ ବେଙ୍ଗାଲୁରୁ ନିକଟ ଏକ ଗାଁରେ ମିଳିଥିବା ସାପ କାତିରୁ ଏହାର ୭ଟି ମୁଣ୍ଡ ଥିବା ଜଣାପଡ଼ୁଛି। ଏକ ମନ୍ଦିର ନିକଟରେ ଗାଁ ଲୋକେ ଏହି ଅଜବ ସାପ କାତିକୁ ଦେଖିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହାପରେ ସୋଶାଲ୍ ମିଡିଆ ଓ ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହି ସାପ କାତିକୁ ନେଇ […]
ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍ ୯ ସରକାରୀ କ୍ୱାର୍ଟର୍ସରୁ ଯୁବକଙ୍କ ମୃତଦେହ ଉଦ୍ଧାର। କ୍ୱାର୍ଟର୍ସରେ ଥିବା ପାଣିଟାଙ୍କିରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ବିଜୟ ରଂଜନ ଜେନା, ବୟସ ପ୍ରାୟ ୧୯ ବର୍ଷ। ପରିବାର ଲୋକଙ୍କ ସୂଚନା ଅନୁସାରେ, ଯୁବକଙ୍କ ମାନସିକ ରୋଗ ଥିଲା। ପୂର୍ବରୁ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ରୋଗ ଭଲ ହେବା ପରେ କିଛି ମାସ ତଳେ ସେ ଘରକୁ ଆସିଥିଲେ। ଆଜି ସକାଳେ ସେ କୌଣସି କାରଣରୁ […]
ନବରଙ୍ଗପୁର (ନବଘନ ବିଷୋୟୀ) : ଦୋକାନ ବାରଣ୍ଡାରେ ପ୍ରସବ କଲେ ଜଣେ ମହିଳା। ଆଜି ଏମିତି ହୃଦୟ ବିଦାରକ ଘଟଣା ନବରଙ୍ଗପୁର ଟାଉନ୍ରେ ଦେଖିବାକୁ ମିଳିଛି। ତେବେ ମେଡିକାଲ୍ରେ ପହଞ୍ଚିବା ପୂର୍ବରୁ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି। ନବରଙ୍ଗପୁର ଟାଉନ୍ ଘାଟିସାହିର ମୋନା ରାଓଙ୍କ ପତ୍ନୀ ରେସମା ଆଜି କୌଣସି କାମରେ ମାର୍କେଟ ଆସିଥିଲେ। ଏହି ସମୟରେ ସେ ପ୍ରସବ ଯନ୍ତ୍ରଣା ପାଇଥିଲେ। ସାଥୀରେ କେହି ନଥିବାରୁ ଆଉ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ ) : ଜୁଆ ମାୟାଜାଲରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଇଲାକା । କମ୍ ସମୟରେ ଅଧିକ ଧନ ପାଇବା ଲୋଭରେ ଶ୍ରାଦ୍ଧ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବରବାଦ୍ ହେଉଛନ୍ତି ଶହ ଶହ ପରିବାର। ପୂଜା ସମୟରେ ପରମ୍ପରା ନାଁରେ ଜୁଆ ଭଳି ବେଆଇନ୍ କାର୍ଯ୍ୟ ଚାଲିଛି। ସେପଟେ ଗତ ୨ ମାସରେ ୨୦ରୁ ଅଧିକ ମାମଲାରେ ଶତାଧିକ ଜୁଆଡିଙ୍କୁ ବାନ୍ଧିଲାଣି ପୁଲିସ। ହେଲେ ନା ଜୁଆଡିଙ୍କୁ ଫରକ୍ ପଡ଼ୁଛି ନା ବନ୍ଦ ହେଉଛି […]
କଟକ : ଦାମ୍ପତ୍ୟ କଳହରୁ ଚରମ ନିଷ୍ପତ୍ତି ! ସ୍ତ୍ରୀ ଆଖି ସାମ୍ନାରେ ନଦୀକୁ ଡେଇଁ ପଡ଼ିଲେ ସ୍ୱାମୀ। କଟକ-ଭୁବନେଶ୍ୱର ଜାତୀୟ ରାଜପଥର କାଠଯୋଡ଼ି ନଦୀ ପୋଲ ଉପରେ ଆଜି ଦିନ ଦି’ପହରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହାପରଠୁ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନି। ଆଜି ଦିନ ପ୍ରାୟ ଗୋଟାଏ ହେବ। ନିଆଳି ଅଞ୍ଚଳର ଦେବବ୍ରତ ମହାପାତ୍ର ବାଇକ୍ରେ […]
ବଲାଙ୍ଗିର : ଟ୍ରକ୍ ଚାଳକଙ୍କୁ ହାବିଲଦାର ଲାଞ୍ଚ ମାଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ କଣ୍ଟାବାଞ୍ଜି ଟାଉନ୍ ଥାନା ହାବିଲଦାର ସଂକୀର୍ତ୍ତନ ପଟେଲ ନିଲମ୍ବନ କରାଯାଇଛି। ଡିଜିଙ୍କ ନିର୍ଦ୍ଦେଶ କ୍ରମେ ହାବିଲଦାରଙ୍କୁ ନିଲମ୍ବନ କରିଛନ୍ତି ଡିଆଇଜି। ମୋ ସରକାର ଯୋଜନାର ସଠିକ ରୂପାୟନ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଡିଜି କହିଛନ୍ତି। ହାବିଲଦାର ଲାଞ୍ଚ ମାଗିବା ବେଳର ଭିଡିଓ ଭାଇରାଲ ହୋଇଥିଲା। ଓଟିଭିରେ ଖବର ପ୍ରସାରଣ ପରେ ଡିଜି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନା ଅନୁଯାୟୀ, […]
ଆଳି(ବନମାଲି ସାହୁ): ଜଣେ ନୀରିହ ନାବାଳିକାର ହୋଇଛି ଇଜ୍ଜତ୍ ଲୁଟ୍। ଏମିତି ଏକ ଅଭିଯୋଗ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳରୁ ଆସିଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ଗତ ୬ତାରିଖ ଥିଲା ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା। ସବୁଠି ମା’ଙ୍କୁ ନେଇ ଆଧ୍ୟାତ୍ମିକ ପରିବେଶ। ଗୋଟିଏ ପଟେ ନାରୀଶକ୍ତିର ପୂଜା ଆରାଧନା ଚାଲୁଥିବା ବେଳେ ସେହି ରାତିରେ ସେହି ନାରୀ ଜାତିର ଜଣେ […]
ମାଲକାନଗିରି : 5-T ସଚିବ ଏବଂ ଟିମ୍ଙ୍କ ଗସ୍ତ ପୂର୍ବରୁ ମାଲକାନଗିରି ମେଡ଼ିକାଲରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ପାଣ୍ଡିଆନଙ୍କ ଗସ୍ତକୁ ଦେଖି ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ୍ ହତାରେ ଶୁଖାଇଥିବା ଲୁଗାପଟା ସବୁକୁ କେହି ଜଣେ ଫିଙ୍ଗିଦେଇଥିଲେ। ଗସ୍ତ ପୂର୍ବରୁ ପ୍ରସ୍ତୁତ ହୋଇନଥିବା ମେଡ଼ିକାଲ୍ର କେହି ଜଣେ କର୍ମଚାରୀ ମେଡ଼ିକାଲ୍ ପରିସରରେ ସ୍ୱଚ୍ଛତା ଦେଖାଇବାକୁ ଯାଇ ତୁରନ୍ତ ଏସବୁକୁ ଫିଙ୍ଗାଫୋପଡ଼ା କରିଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ତେବେ ସିଡ଼ିଏମ୍ଓ କହିଛନ୍ତି, ସେଭଳି କିଛି […]
ଭୁବନେଶ୍ୱର : ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ଏହାପରେ ସାରା ରାଜ୍ୟରେ ଚାଲିଛି ଭସାଣ ଉତ୍ସବ। ପାରମ୍ପରିକ ବାଦ୍ୟ ଓ ଭବ୍ୟ ଶୋଭାଯାତ୍ରାରେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାଆଙ୍କୁ ମେଲାଣି ଦେଉଛନ୍ତି। ରାଜଧାନୀ ଭୁବନେଶ୍ୱରର ୩ଟି ସ୍ଥାନରେ ଅନୁଷ୍ଠିତ ହେବ ଭସାଣ ଶୋଭାଯାତ୍ରା । ନୟାପଲ୍ଲୀ, ସହିଦ ନଗର ପଡ଼ିଆ ଓ ଉତ୍ତର ଭୁବନେଶ୍ୱର ମେଳଣ ପଡ଼ିଆରୁ ସହରର ୫୪ଟି ମେଢ଼ ବିଭିନ୍ନ ରୁଟ୍ ଦେଇ ବିସର୍ଜନ ସ୍ଥଳକୁ ଯିବେ। ଭୁବନେଶ୍ୱର […]
ଉଦଳା : ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ। ୬ଦିନ ପରେ ମିଳିଲା ମୃତଦେହ। ମୃତ ଦମ୍ପତି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୀତାରାମ ସାହିର ବୋଲି ଜଣାପଡିଛି । କ୍ଷତାକ୍ତ ଓ ପଥରରେ ବନ୍ଧାଯାଇଥିବା ଅବସ୍ଥାରେ ଡ୍ୟାମ୍ରୁ ଉଦ୍ଧାର ହୋଇଛି ମୃତଦେହ। ହତ୍ୟା ଅଭିଯୋଗରେ ପୁଲିସ ମହୁଲପଙ୍ଖାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ ଅନ୍ୟ ଜଣେ ଫେରାର ଥିବା ଜଣାପଡ଼ିଛି।
ନୂଆପଡା (ମାୟାଧର ସରାଫ) : ନୂଆପଡା ଜିଲ୍ଲା କୋମନା ଥାନା କାଣ୍ତେତରା ଗାଁରେ ରାବଣ ପୋଡି ପୂର୍ବରୁ ଅଘଟଣ ଘଟିଛି। ରାବଣ ପ୍ରତିକୃତି ପଡ଼ି ଜଣେ ୧୩ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କାଣ୍ତେତରା ଗାଁରେ ରାବଣ ପୋଡ଼ି ଉତ୍ସବ ପାଇଁ ରାବଣ ତିଆରି କରାଯାଇ ଥିଲା। ରାବଣ ପୋଡି ଆୟୋଜନ ହେବାକୁ ଥିବା ପଡ଼ିଆକୁ ରାବଣର ପ୍ରତିକୃତିକୁ ଏକ ଟ୍ରାକ୍ଟରରେ ନିଆଯାଉଥିଲା। ତେବେ ହଠାତ୍ ରାବଣର […]
କେନ୍ଦ୍ରାପଡ଼ା : ନଦୀତୁଠରେ କୁମ୍ଭୀର ଆତଙ୍କ । କେତେବେଳେ କୂଳରୁ ଟାଣିନେଉଛି ମଝି ନଈକୁ, ତ ଆଉ କେତେବେଳେ କ୍ଷତବିକ୍ଷତ କରୁଛି ମଣିଷକୁ। କେନ୍ଦ୍ରାପଡ଼ା ଇନ୍ଦୁପୁର ଗାଁର ସର୍ବେଶ୍ୱର ଜେନା ସବୁଦିନ ଭଳି ଗତ ରବିବାର ଗାଈ ଚରାଇ ବିରୂପା ନଦୀ ଭିତର ଦେଇ ଫେରୁଥିଲେ । କିନ୍ତୁ ମଝି ନଈରେ ସର୍ବେଶ୍ୱରଙ୍କ ଗୋଡକୁ ଟାଣିନେଇଥିଲା କୁମ୍ଭୀର । କିଛି ସମୟ ପାଣି ଭିତରେ ଚାଲିଲା କୁମ୍ଭୀର ସହ ଲଢ଼େଇ । ଶେଷରେ ଏକ ଗାଈର ଲାଞ୍ଜକୁ […]
ଭୁବନେଶ୍ୱର/କଟକ : କେଉଁଠି ଦହି ପଖାଳ, ତ’ କେଉଁଠି ସିନ୍ଦୂର ଖେଳ। କେଉଁଠି ଲାଖ ବିନ୍ଧା ତ’ କେଉଁଠି ବାଡ଼ି ଓ ଖଣ୍ଡା ବୁଲା ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟ ଦଶମୀରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ବିବିଧ ପରଂପରାର ଝଲକ । ଅସତ୍ୟ ଉପରେ ସତ୍ୟର ଓ ଅଧର୍ମ ଉପରେ ଧର୍ମର ବିଜୟକୁ ସମସ୍ତେ ଉତ୍ସାହର ସହ ନିଜ ନିଜ ଢଙ୍ଗରେ ପାଳିଥିଲେ ବି, ମନରେ ଲୁଚି ରହିଥିଲା ମା’ଙ୍କୁ ମେଲାଣି ଦେବାର ଦୁଃଖ। […]
ଭୁବନେଶ୍ୱର : ଶାରଦୀୟ ପୂଜାର ଆଜି ଅନ୍ତିମ ଦିନ। ବିଦାୟ ନେବେ ମା’। ବାଜା ବାଣ ପଟୁଆରରେ ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଐତିହାସିକ ସହର କଟକ ଦେବିଗଡା ଘାଟରେ ନିର୍ମାଣ ହେଉଛି ଅସ୍ଥାୟୀ ପୋଖରୀ। ଏହାସହ ରାସ୍ତା, ଲାଇଟ୍ ବ୍ୟବସ୍ଥା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦେବଗଡ଼ାରେ ସମୁଦାୟ ୩ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି। ବୁଧବାର ସକାଳେ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ପୂଜା କମିଟି ସଦସ୍ୟମାନେ ପଟୁଆରରେ ମାଆଙ୍କୁ […]
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଲଜ୍ଜା। ଜଣେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ଅଭିଯୁକ୍ତ ଆକାଶ କୁମୁରାକୁ ଗିରଫ କରିଛି ବ୍ରଜରାଜନଗର ପୁଲିସ। ଆକାଶ ପିଜୁଳି ଦେବାକୁ କହି ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ପରେ ନାବାଳିକା ନିଜ ଘରକୁ ଆସି ସବୁ କଥା କହିବା ପରେ ପରିବାର ଲୋକେ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। ବ୍ରଜରାଜନଗର ପୁଲିସ ପକ୍ସୋ ଆଇନ ଅନୁସାରେ ମାମଲା ରୁଜୁ କରି ତଦନ୍ତ କରୁଛି।