ବାରିପଦା (ମାଣିକଲାଲ ପାଣି): ଗତ ରାତିରେ ବାରିପଦାରେ ଏକ ଅଘଟଣ ଘଟିଛି। ଗାଡ଼ି ଚେକିଂ ବେଳେ ବାଇକ୍ ଧକ୍କାରେ ଟାଉନ୍ ଥାନା ସବଇନ୍ସପେକ୍ଟର ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲ’ କଲେଜ ସମ୍ମୁଖରେ ଏମଭିଆଇ ଚେକିଂ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଚେକିଂ ଚାଲିଥିବାବେଳେ ଖସିବାକୁ ଉଦ୍ୟମ କରୁଥିବା ଏକ ବାଇକ୍ ଏସ୍ଆଇ ଦୟାନିଧି ଦାସଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର […]
ନବରଙ୍ଗପୁର : ପୋଖରୀରେ ବୁଡିଗଲେ ଦୁଇ ନାବାଳିକା। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଡଙ୍ଗାଶୀଲ ଗାଁରେ ଘଟିଛି ଏହି ଘଟଣା। ଗତକାଲି ସଂଧ୍ୟା ସମୟରେ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ଲାଲୁ ଜାନିଙ୍କ ୧୪ ବର୍ଷୀୟା ଝିଅ ଟଭା ଜାନି ଓ ପଡୋଶୀ ବିରସିଂ ଜାନିଙ୍କ ୬ ବର୍ଷୀୟା ଝିଅ ଉମା ଜାନି। ପୋଖରୀରେ ଗୋଡ ଖସି ଉମା ଜାନି ବୁଡିଯିବା ପରେ ତାଙ୍କୁ ବଂଚାଇବାକୁ ଯାଇ ଟଭା ଜାନି ମଧ୍ୟ ବୁଡି ଯାଇଥିଲେ ଉଭୟ ବୁଡିଯିବାର ଜାଣି […]
ପୁରୀ/କଟକ(ମଧୁସୂଦନ ମିଶ୍ର/ଗୌତମ ପଣ୍ଡା): ଶ୍ରୀମନ୍ଦିରର ରହସ୍ୟପୂର୍ଣ୍ଣ ରତ୍ନଭଣ୍ଡାରରେ ରହିଛି କେତେ ପରିମାଣରେ ଦୁର୍ମୂଲ୍ୟ ଅଳଙ୍କାର? ସେ ସବୁର ଗଣତି ସହ ମୂଲ୍ୟାୟନ କରାଯିବ। କାରଣ ଗତ ୪ ତାରିଖରେ ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ମଧ୍ୟବର୍ତ୍ତିକାଳୀନ ରାୟ ଦେଇ ସୁପ୍ରିମକୋର୍ଟ ଯେଉଁ ୨୨ଟି ପଏଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି, ସେଥିରେ ସ୍ପଷ୍ଟ ଭାବେ ରତ୍ନଭଣ୍ଡାରର ଗଚ୍ଛିତ ଅଳଙ୍କାର ଗଣତି ପାଇଁ ନିର୍ଦ୍ଦେଶ ରହିଛି। ତା’ସହ ଜାନୁଆରୀ ୮ରେ ମାମଲାର ପରବର୍ତ୍ତି ଶୁଣାଣି ପୂର୍ବରୁ ଅଳଙ୍କାର ତାଲିକା ସହ ରତ୍ନଭଣ୍ଡାରର ସୁରକ୍ଷା ସଂପର୍କିତ […]
ଭୁବନେଶ୍ୱର : ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଓ ଦୁର୍ଷ୍କମ ଘଟଣାର ସିବିଆଇ ତଦନ୍ତ ଦାବି ଓ ବିଧାନସଭା ବାଚସ୍ପତିଙ୍କ ପକ୍ଷପାତପୂର୍ଣ୍ଣ ଆଚରଣ ସମ୍ପର୍କରେ ବିଜେପି ବିଧାୟକମାନେ ଆଜି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ନିଜର ଆପତ୍ତି ଅଭିଯୋଗ ଜଣାଇଛନ୍ତି। ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ, ସ୍ମିତାରାଣୀଙ୍କୁ ହତ୍ୟା ଓ ଦୁଷ୍କର୍ମ ଘଟଣାକୁ […]
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଛନ୍ତି ଏମ୍ଏନ୍ଏମ୍ ପ୍ରତିଷ୍ଠାତା ତଥା ଭେଟ୍ରାନ୍ ଅଭିନେତା କମଲ ହାସନ। ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଆଉ କମଲ ହାସନ୍ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ। ଓଡ଼ିଶା ଗସ୍ତ ଅବସରରେ କମଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ବରିଷ୍ଠ ରାଜନେତା ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଉପଦେଶ […]
କଟକ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ତିନିଜଣିଆ ଏସ୍ଆଇଟି। ୩ ଜଣ ଡିଆଇଜି ରାଙ୍କର ଅଧିକାରୀଙ୍କୁ ନେଇ ଏସ୍ଆଇଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୁନ୍ଦୁଲି ସମ୍ପର୍କିତ ଏକାଧିକ ମାମଲାର ଏକକାଳୀନ ଶୁଣାଣି କରି ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଦାବିରେ ଏକାଧିକ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ମାଙ୍କ ପକ୍ଷରୁ ମଧ୍ୟ ଅନୁରୂପ ମାମଲା […]
ଭୁବନେଶ୍ୱର : ଧାନ କିଣା ଆରମ୍ଭରୁ ଘୋର୍ ଅବ୍ୟବସ୍ଥା। ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଧାନ ସଂଗ୍ରହ ଆରମ୍ଭ ହୋଇଥିବା ଅଧିକାଂଶ ଜିଲ୍ଲାରେ ତେଜୁଛି ଚାଷୀ ଆନ୍ଦୋଳନ। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡିରେ ଧାନ ସଂଗ୍ରହ ପାଇଁ କରାଯାଇଥିବା ଟୋକନ୍ ବ୍ୟବସ୍ଥାକୁ ଜୋରାଦର୍ ବିରୋଧ । ସବୁଠି ତେଜୁଛି ଚାଷୀ ଆନ୍ଦୋଳନ । ଟ୍ରାକ୍ଟରରେ ଧାନ ବସ୍ତା ଲଦି ଶୋଭାଯାତ୍ରା କରି ସମ୍ୱଲପୁର ଜିଲ୍ଲାପାଳଙ୍କ ଅଫିସ୍ ପରିସରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ଚାଷୀ-ପୁଲିସ୍ ମୁହାଁମୁହିଁ […]
ଭୁବନେଶ୍ୱର : ରାଜଧାନୀରେ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ଅଞ୍ଚଳରେ ହୋଇଛି ଏହି ହତ୍ୟାକାଣ୍ଡ। ଏକ ଡର୍ମିଟୋରୀ ଭିତରେ ବ୍ୟକ୍ତିଙ୍କୁ ବ୍ଲେଡ୍ ଯୋଗେ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ତେବେ ତାଙ୍କର ପରିଚୟ ଏଯାଏ ମିଳିପାରିନି। ଲକ୍ଷ୍ମୀସାଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି। ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାର ଶିକାର ବ୍ୟକ୍ତିଙ୍କ ସହ ଆଉ ଜଣେ ବ୍ୟକ୍ତି ଡର୍ମିଟୋରୀକୁ ଆସିଥିଲେ। ଡର୍ମିଟୋରୀ […]
ସାଲେପୁର(ମନୋଜ ଆଚାର୍ଯ୍ୟ ): ବେଧଡ଼କ୍ ଚାଲିଛି ପାଇଖାନା ହରିଲୁଟ୍ । ହିତାଧିକାରୀ ଜାଣୁନି, କାଗଜପତ୍ରରେ ଟଙ୍କା ହଡ଼ପ୍ ହେଉଛି। କଟକ ମାହାଙ୍ଗାରୁ ଆସିଛି ଏଭଳି ଅଭିଯୋଗ । ତେଣେ ସରକାରୀ ଦସ୍ତାବିଜ୍ରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଥିବା ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ବି ସନ୍ଦେହ ପ୍ରକାଶ କଲେଣି ବିରୋଧୀ। ପରିଣତ ବୟସ ଯୋଗୁଁ ଚାଲବୁଲ କରିବାକୁ ବଳ ପାଉନି । ସେଥିରେ କିନ୍ତୁ ନିତି ବାଡ଼ି ପଛକୁ ଶୌଚ ପାଇଁ ଯାଉଛନ୍ତି ମାହାଙ୍ଗା ହଳଦିଆ ଗ୍ରାମପଂଚାୟତ ଲକ୍ଷ୍ମୀନାରାୟଣପୁର […]
ରାଉରକେଲା ( ସତ୍ୟାନନ୍ଦ ମହାନ୍ତି) : ରାଉରକେଲା ପାନପୋଷରେ ଅଘଟଣ। ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟରେ ଥିବା ଏକ ସେଲୁନ୍ରେ ଗ୍ୟାସ୍ ସିଲିଣ୍ଡର ଫାଟି ସେଲୁନ୍ ମାଲିକ ଚନ୍ଦନ ଠାକୁର ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ସେହିପରି ସେଲୁନ୍ ନିକଟରେ ଥିବା ଅନ୍ୟ ଏକ ଦୋକାନୀ ବି ଏଥିରେ ଆହତ ହୋଇଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି । ମିଳିଥିବା ସୂଚନା ମୁତାବକ ଚନ୍ଦନ ବେଦବ୍ୟାସରୁ ଗ୍ୟାସ୍ […]
ଭୁବନେଶ୍ୱର : ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଆଜି ବିପଦରେ। ଦୁର୍ନୀତି, ଅନ୍ୟାୟ ଏବଂ ଅନୀତିକୁ ଲୋକଙ୍କ ସାମ୍ନାକୁ ଆଣୁଥିବା ସାମ୍ୱାଦିକମାନେ ଆଜି ଅସୁରକ୍ଷିତ। ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଛି। ଆଇନର ରକ୍ଷକ ସାଜିଥିବା ପୁଲିସ ଆଉ ଜନପ୍ରତିନିଧିମାନେ ବି ସାମ୍ବାଦିକମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଉପାୟରେ ଆକ୍ରମଣ କରିବାର ସୁଯୋଗ ହାତଛଡ଼ା କରୁନାହାନ୍ତି। ନିକଟରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିବା ଘଟଣା ରାଜ୍ୟବ୍ୟାପି ବେଶ ଚହଳ […]
ଭୁବନେଶ୍ୱର : କୁକୁର ଛୁଆଙ୍କୁ ଗାଡ଼ି ଚାପି ଗିରଫ ହେଲେ କ୍ୟାବ୍ ଡ୍ରାଇଭର୍ । ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଜାଣିଶୁଣି ଚାରିଟି କୁକୁର ଛୁଆ ଉପରେ ଗାଡ଼ି ଚଢ଼ାଇ ମାରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି କ୍ୟାବ୍ ଡ୍ରାଇଭର କାହ୍ନୁ ଚରଣ ଗିରି । ସୂଚନା ମୁତାବକ, ଗତକାଲି ସକାଳ ସମୟରେ ଶୈଳଶ୍ରୀ ବିହାର ସ୍ଥିତ ହାଇଲାଣ୍ଡର୍ ରେସିଡେନ୍ସି ନିକଟରେ ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ ଅଭିଯୁକ୍ତ କାର୍ ଡ୍ରାଇଭର୍। ନିକଟରେ […]
କଟକ : ସରି ସରି ଆସୁଛି କଟକ ବାଲିଯାତ୍ରା । ସେପଟେ ଆଜି ରବିବାର ପାଇଁ ବାଲିଯାତ୍ରାରେ ହୋଇଛି ଅସମ୍ଭାଳ ଭିଡ଼। ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି ବାଲିଯାତ୍ରାରେ । ପାର୍କିଂ ପାଇଁ ଆଉ ଯାଗା ନଥିବା କମିଶନରେଟ୍ ପୁଲିସ୍ ସନ୍ଧ୍ୟାରେ ଟ୍ୱିଟ୍ କରି ଜଣାଇଥିଲା । ତେବେ ପରେ ସ୍ଥିତି ସାମାନ୍ୟ ସୁଧୁରୁଥିବା କହିଛି। ଯାତ୍ରା ବୁଲିବାକୁ ଆସୁଥିବା ଲୋକେ ପାର୍କିଂ ପ୍ଲେସରେ ଗାଡ଼ି ରଖିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ଏମିତିକି […]
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ‘ମୋ ସରକାର’ ପାର୍ଟ-ଟୁ। ଡାକ୍ତରଖାନା ଓ ପୁଲିସ୍ ଷ୍ଟେସନ୍ ପରେ ଏବେ ୬ଟି ନୂଆ ବିଭାଗ ଅନ୍ତର୍ଗତ ଲୋକପ୍ରିୟ ଯୋଜନା କାଳିଆ, ମମତା, ଖାଦ୍ୟ ସୁରକ୍ଷା, ମିଶନ ଶକ୍ତି ଭଳି ସ୍କିମ୍ରେ ଲାଗୁ ହେବ ମୋ ସରକାର। ଏଥିପାଇଁ ଆଇଟି ବିଭାଗ, ସଂପୃକ୍ତ ବିଭାଗମାନଙ୍କୁ ହିତାଧିକାରୀଙ୍କ ତଥ୍ୟ ମାଗିଛି। ସେପଟେ ହସ୍ପିଟାଲ୍ ଓ ଥାନାରେ ମୋ ସରକାର ସଫଳ ଭାବେ କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ଆଣି […]
ଆଠଗଡ଼ : ଥାନାରେ ପଶି ପୁଲିସ ଅଧିକାରୀଙ୍କୁ ମାଡ଼। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଥାନାରେ । ଜଣେ ନିଶାସକ୍ତ ଯୁବକ ଏଭଳି ଉନ୍ମତ୍ତକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ , ଗତକାଲି ରାତିରେ ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥାନାରେ ପଶି ପୁଲିସ ଉପରେ ଆକ୍ରମଣ କରିଥିଲା। ଏଥିରେ ଥାନା SI, ASI ଓ ଜଣେ କନଷ୍ଟେବଲ ଗୁରୁତର ଆହତ ହୋଇଛନ୍ତି। ତେବେ ପରେ ପୁଲିସ ସଂପୃକ୍ତ ଯୁବକକୁ […]
ଖୋର୍ଦ୍ଧା : ଖୋର୍ଦ୍ଧାରେ ବେଆଇନ୍ ପଥର ଖଣି କାରବାର ଲିଙ୍କରେ ଓଡ଼ିଶା ପୁଲିସର ୨ ଇନ୍ସପେକ୍ଟର। ପ୍ରଥମେ ଇନସ୍ପେକ୍ଟର ବିକ୍ରମ ଜେନା ଓ ପରେ ଇନସ୍ପେକ୍ଟର୍ ରଣଜିତ ସାହୁ ଏସଟିଏଫ ସ୍କାନରରେ ଧରା ପଡ଼ିଥିଲେ। ତେବେ ଦୁହେଁ ମାସେରୁ ଊର୍ଦ୍ଧ୍ୱ ହେବ ଛୁଟିରେ ଥିବାବେଳେ ଉଭୟଙ୍କର ଏବେ ପତ୍ତା ମିଳୁନଥିବା ଜଣାପଡ଼ିଛି। କୁଆଡ଼େ ଗଲେ ଏବଂ କେଉଁଠି ଅଛନ୍ତି ଇନସ୍ପେକ୍ଟର ବିକ୍ରମ ଜେନା ଓ ରଣଜିତ ସାହୁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଥାନାରେ […]
ମାଲକାନଗିରି : ଛତିଶଗଡ଼ରେ ମାଓବାଦୀଙ୍କ ସହିଦ ସ୍ତମ୍ଭ ଧ୍ୱଂସ। ମାଓବାଦୀଙ୍କ ସହିଦ ସ୍ତମ୍ଭକୁ ଧ୍ୱଂସ କରିଛନ୍ତି ଯବାନ। ବୋମା ପକାଇ ତାକୁ ପୁରା ମାଟିରେ ମିଶାଇ ଦିଆଯାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଅରନପୁର ଥାନା ପୋଟାଲି ମିଲକାନା ପାରା ଅଞ୍ଚଳରେ ମାଓବାଦୀଙ୍କ ଏହି ସହିଦ ସ୍ତମ୍ଭ ଥିଲା । ଦନ୍ତେୱାଡ଼ା ପୁଲିସ ଓ ସିଆରପିଏଫ୍ ଯବାନ କମ୍ବିଂ ବେଳେ ଏହାକୁ ଦେଖିବା ପରେ ବୋମା ଲଗାଇ ତାକୁ ପୁରା ଉଡ଼ାଇ ଦେଇଛନ୍ତି। ଏହା […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ନାବାଳିକାଙ୍କ ସହ ଗଣଦୁର୍ଷ୍କମ ଅଭିଯୋଗ । ଲହୁଣୀପଡ଼ା ଥାନା ଟେନସା ଫାଣ୍ଡିରେ ଏନେଇ ଏତଲା ହୋଇଛି । ଅଭିଯୋଗ ପରେ ଟେନସା ପୁଲିସ୍ ତିନି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ନାବାଳିକାଙ୍କୁ ଜଙ୍ଗଲକୁ ଉଠାଇ ନେଇଥିଲେ ଅଭିଯୁକ୍ତ। ଏହାପରେ ତାଙ୍କ ସହ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଟକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି।
ପୁରୀ : ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହେଲା ପୁରୀ ଗୋବର୍ଦ୍ଧନ ମଠ। ଏଣିକି ଏହା ଏକ ସ୍ୱୟଂ ଚାଳିତ ସଂସ୍ଥା ଭାବେ ପରିଚାଳିତ ହେବ। ରାଜ୍ୟ ସରକାର ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍ ବିଧାନସଭାରେ ପାରିତ କରିବା ପରେ ଗୋବର୍ଦ୍ଧନ ମଠ ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହୋଇଛି। ଗୋବର୍ଦ୍ଧନ ମଠ ସହ ରାଜ୍ୟର ୧୮ ହଜାରରୁ ଅଧିକ ଧାର୍ମିକ ସଂସ୍ଥା ଦେବୋତ୍ତର ବିଭାଗର ଅଧିନରେ ରହିଛି। ତେବେ ଗୋବର୍ଦ୍ଧନ ମଠ ଆଦି–ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠା […]
ଭୁବନେଶ୍ୱର : ରାଜ୍ୟରେ ୨ ହଜାର ୬୩ଟି ଅଙ୍ଗନବାଡି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ଚାଲିଛି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ଏସବୁ ଅଙ୍ଗନଓ୍ୱାଡି କେନ୍ଦ୍ର ମଧ୍ୟରୁ ୮୦୬ଟି କେନ୍ଦ୍ରର ପୁନଃ ନିର୍ମାଣ କରିବାକୁ ଚଳିତ ଆର୍ଥିକ ବର୍ଷରେ ସରକାର ଯୋଜନା ରଖିଛନ୍ତି। ରାଜ୍ୟରେ ୭୨ ହଜାର ୫୮୭ଟି ଅଙ୍ଗନବାଡ଼ି ଓ ମିନି ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ସେଥିରୁ ୪୦ ହଜାର ୭୮୮ଟି କେନ୍ଦ୍ର ନିଜସ୍ୱ ଘରେ ଚାଲିଥିବା […]
ଭୁବନେଶ୍ୱର/ଯାଜପୁର : ତିନି ଦିନ ହେଲା ବିନା ମୁଖ୍ୟ ବିରୋଧୀ ଦଳରେ ଚାଲିଛି ବିଧାନସଭା। ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ଅଡ଼ି ବସିଥିବା ବିଜେପି ଆଜି ଗାନ୍ଧି ମୂର୍ତ୍ତିତଳେ ଧାରଣା ଦେଇ ବିଜେଡି-କଂଗ୍ରେସ ସଲାସୁତରାର ଅଭିଯୋଗ ଆଣି ବର୍ଷିଛି। ଦୁଇ ଦୁଇ ଥର ଶାସକଦଳ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଛି। ସେପଟେ ମୃତ୍ୟୁର ପାଖାପାଖି ମାସେ ପରେ ଆଜି ଯାଜପୁର ପୋଲିସ୍ ଖୋଲିଛି ସ୍ମିତାରାଣୀଙ୍କ ହରିଦାଶପୁର ଅଫିସ୍ରେ ଥିବା ଲକର୍ । ଏବେ […]
ଭୁବନେଶ୍ୱର : ଆମ ବାପୁଜୀ, ଏକ ଝଲକ । ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଇଁ ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରିଥିଲା ଏହି ପତ୍ରିକା। ଏଥିରେ ଗାନ୍ଧୀଙ୍କ ଶୈଶବରୁ ଆରମ୍ଭ କରି ପାଠପଢା, କର୍ମଜୀବନ ଓ ଓଡିଶା ସହ ସଂପର୍କକୁ ନେଇ ପିଲାଙ୍କ ପାଇଁ ରହିଥିଲା ଉପାଦେୟ ତଥ୍ୟ। ହେଲେ ଆକସ୍ମିକ ଘଟଣା କ୍ରମରେ ଗାନ୍ଧୀଙ୍କ ମୃତ୍ୟୁ ହୋଇଥିବା ନେଇ ଲେଖାଯାଇଥିବା ଏହି ଦୁଇ ଧାଡ଼ି ସୃଷ୍ଟିକରିଛି ବିବାଦ। ବିବାଦ ବଢିବା ପରେ ସରକାର ତ୍ରୁଟି ସ୍ୱୀକାର […]
ଭୁବନେଶ୍ୱର : ଆପଣ ରାଜଧାନୀରେ ରହୁଛନ୍ତି କି ? ସାବଧାନ। ଏଣିକି ରାଜଧାନୀରେ ବାହାରେ ମଳତ୍ୟାଗ କଲେ କିମ୍ବା ପରିସ୍ରା କଲେ ଦେବାକୁ ପଡିବ ଜରିମାନା। ଏମିତି ନିୟମ କଡ଼ାକଡ଼ି ହୋଇଛି । ଖୋଲାରେ ମଳତ୍ୟାଗ କଲେ ୨ଶହ ଟଙ୍କା ଓ ପରିସ୍ରା କଲେ ୧୫୦ ଟଙ୍କା ଫାଇନ୍ ଗଣିବାକୁ ପଡିବ। ଆଜି ଏନେଇ ନୋଟିସ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ। ରାଜଧାନୀ ଭୁବନେଶ୍ୱର ଖୋଲା ଶୌଚମୁକ୍ତ ହେବା ନେଇ ବିଏମସି ପକ୍ଷରୁ ନୋଟିସ ଜାରି […]
ଭୁବନେଶ୍ୱର : ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ। ବର୍ତ୍ତିଗଲେ ସ୍କୁଲ ଛାତ୍ରଛାତ୍ରୀ, ସାଧାରଣ ଜନତା ଏବଂ ମଇଁଷି ପଲ। ଭୁବନେଶ୍ୱର ଭିଏସ୍ଏସ୍ ନଗର ଲେଭଲ କ୍ରସିଂରେ ଟଳିଯାଇଛି ଏହି ଅଘଟଣ। ମଧ୍ୟାହ୍ନ ୧୨ଟା ୫୦ ମିନିଟ୍ରେ ଦ୍ରୁତ ଗତିରେ ଆସୁଥିଲା ଭୁବନେଶ୍ୱର-ଆନନ୍ଦବିହାର ଏକ୍ସପ୍ରେସ। ଏହି ସମୟରେ ଏକ ମଇଁଷି ପଲ ଟ୍ରେନ୍ ଲାଇନ୍ ଉପରକୁ ଚାଲି ଆସିଥିଲେ। ମଇଁଷି ପଲ ଦେଖି ତୁରନ୍ତ ରେଡ୍ ସିଗ୍ନାଲ ଦେଇଥିଲେ ଗେଟ୍ମ୍ୟାନ୍ ଏ.କେ.ତ୍ରିପାଠୀ । ତାସହ […]
କେନ୍ଦୁଝର (ପ୍ରଣୟ ପାଣି) : ହାଟ ସାରି ଘରକୁ ଫେରୁଥିବା ବେଳେ ଜଣେ ଯୁବତୀଙ୍କୁ ରାସ୍ତାରୁ ଟେକି ନେଇ ଜଙ୍ଗଲ ଭିତରେ ଗଣଦୁଷ୍କର୍ମ ହୋଇଥିବା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏଡିଜେ ମାମଲାକୁ ବିଚାର କରି ୩ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ୨୦୧୭ ଜୁନ୍ ୩ ତାରିଖରେ ଯୋଡ଼ା ଥାନା […]