ଚାନ୍ଦବାଲି(ବାସୁଦେବ ଦାସ) : ବ୍ୟାଙ୍କ ଭିତରେ ସାପ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ସ୍ଥିତ ବାଲିଗାଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଶାଖାରୁ ଉଦ୍ଧାର ହୋଇଛି ନାଗ ସାପ। ସାପଟିକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସବୁଦିନ ପରି ଆଜି ବ୍ୟାଙ୍କ ଖୋଲିଥିଲା। ବ୍ୟାଙ୍କ କର୍ମଚାରୀମାନେ ନିଜ କାଉଣ୍ଟରରେ ବସି କାମ କରୁଥିଲେ। ଏହି ସମୟରେ ଗୋଟିଏ ନାଗ ସାପ୍ ଷ୍ଟୋର ରୁମ୍ରୁ ବାହାରି କାଉଣ୍ଟର ଆଡକୁ ଯାଇଥିଲା। ଏହା ଦେଖି ବ୍ୟାଙ୍କରେ ଟଙ୍କା ଜମା […]
ଆସ୍କା: ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଧନେଇ ନଈରେ ବନ୍ୟାଜଳ ପ୍ରବେଶ କରିଛି। ସେପଟେ ଆସ୍କା ସ୍ଥିତ କବିସୂର୍ଯ୍ୟନଗର ଚମ୍ପେଇତପୁରରେ ବାଘୁଆ ବ୍ରିଜ୍ ବୁଡ଼ିଯାଇଛି। ବ୍ରିଜ୍ ଉପରେ ପାଣି ଚାଲିବାରୁ ବ୍ରହ୍ମପୁର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଯାହାଫଳରେ ସ୍ଥାନୀୟ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆସିକା ଓ କବିସୂର୍ଯ୍ୟନଗର ଅଂଚଳରେ ହଜାର ହଜାର ଚାଷ ଜମି ଜଳମଗ୍ନ ହେବା ସହ ଅନକେ ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ଆସିକା ଗୌଡ଼ଗୋଠ ଗାଁ […]
ଭୁବନେଶ୍ୱର : ଜୁଲାଇ ପହିଲାରୁ ଭୁବନେଶ୍ୱରରୁ ପ୍ରୟାଗରାଜକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଇଣ୍ଡିଗୋ ପକ୍ଷରୁ ଏହି ବିମାନ ଉଡ଼ିବ। ଆଜି ଭୁବନେଶ୍ୱରରେ ଏୟାରଲାଇନ୍ସ ସିଇଓ ଓ ରାଜ୍ୟ ସରକାରଙ୍କ ବୈଠକ ପରେ ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟରୁ ୧୦ରୁ ଅଧିକ ନୂଆ ରୁଟ୍ରେ ବିମାନ ଚଳାଚଳ ପ୍ରସ୍ତାବ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଗତ ୨୦ ତାରିଖରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଓ ସୁରତକୁ ଏୟାର୍ ଇଣ୍ଡିଆ ବିମାନ […]
ନୂଅାପଡ଼ା : ନୂଅାପଡ଼ା ସଦର ବ୍ଲକ ଗୁରଜୀଭଟ୍ଟାରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଅାଜି ମଧ୍ୟାହ୍ନ ସମୟରେ ହଠାତ ଘୂର୍ଣ୍ଣିଝଡ଼ ହେବା ଫଳରେ ଗୁରଜୀଭଟ୍ଟା ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗାଁ ରାସ୍ତା ଉପରେ ବଡ ବଡ ଗଛ ଭାଙ୍ଗି ପଡିଯିବା ଫଳରେ ଯାତାୟତ ପ୍ରଭାବିତ ହୋଇଛି। ଘୂର୍ଣ୍ଣିଝଡ଼ ଫଳରେ ଗାଁରେ ଥିବା ବିଦ୍ୟୁତ୍ ଖୁଣ୍ଟି ଉପୁଡି ଯାଇଛି। ତେବେ ଏଥିରେ କୌଣସି ଜନଜୀବନ କ୍ଷତି ହୋଇନଥିବା ଜଣାପଡିଛି। ସେପଟେ ଏପର୍ଯ୍ୟନ୍ତ ଗାଁରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ସୂଚନା […]
ପାରାଦୀପ : ପାରାଦୀପ ସମୁଦ୍ରରୁ ମିଳିଛି ଏକ ବିରଳ ପ୍ରଜାତିର ମାଛ । ଲମ୍ବା ଥଣ୍ଟ ଥିବା ଏହି ମାଛର ଓଜନ ପ୍ରାୟ ୨ କ୍ୱିଣ୍ଟାଲ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ମତ୍ସଜୀବୀଙ୍କ ଜାଲ୍ରେ ଏହି ମାଛଟି ପଡ଼ିଛି। କାଉ ଭଳି ଏହାର ଥଣ୍ଟ ଲମ୍ବା ଥିବାରୁ ସ୍ଥାନୀୟ ଭାଷାରେ ଏହାକୁ କାଉ ମାଛ ବୋଲି କୁହାଯାଉଛି। କେରଳ ସମେତ ଅନ୍ୟ ରାଜ୍ୟରେ ଏହି ମାଛର ଚାହିଦା ଅଧିକ ଥିବା କଥା ମତ୍ସଜୀବୀ କହିଛନ୍ତି। ମାଛର ଦାମ୍ […]
ରାୟଗଡ଼ା : ପ୍ରବଳ ବର୍ଷାରୁ ରାୟଗଡ଼ା ମୁନିଗୁଡା ଅଞ୍ଚଳରେ ଅସ୍ତବ୍ୟସ୍ତ ଜନଜୀବନ। ବିଷମକଟକ ବ୍ଲକ୍ ପାଇକଡାକୁଲୁଗୁଡା ଓ ଥୁଅାପାଡି ପଞ୍ଚାୟତର ଅନେକ ଅଂଚଳ ଜଳମଗ୍ନ ହୋଇଛି। ଥୁଅାପାଡି ପଞ୍ଚାୟତର ଭେଜିପଦର କାଣିଯୋଡି ବ୍ରିଜ୍ ଉପରେ ୪ ଫୁଟର ପାଣି ଚାଲିଛି। ସେହିପରି ପାଇକଡାକୁଲୁଗୁଡାଠାରେ ରାସ୍ତା ଧୋଇ ହୋଇ ଯାଇଛି। ରାସ୍ତ ଧୋଇ ଯିବାରୁ ଅନେକ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛି। ରାସ୍ତା ମରାମତି ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ […]
ରାୟଗଡ଼ା : ରାୟଗଡ଼ା କଲ୍ୟାଣୀ ନଈରେ ଭୟଙ୍କର ବନ୍ୟା ଅାସି ଧୋଇଗଲା ପୋଲ । ଏ ଘଟଣା ଏବେର ନୁହେଁ , ଗତବର୍ଷ ଜୁଲାଇ ୧୬ରେ କଲ୍ୟାଣସିଂହପୁର ବାସୀଙ୍କ ପାଇଁ ଆସିଥିଲା ଏଭଳି ଦୁର୍ଦ୍ଦିନ। ବାଉଁଶ ଭେଳାରେ ପାରି ହେଉଥିଲେ ମହିଳା, ରୋଗୀ ଓ କୁନିକୁନି ପିଲା। ଏବେ ମଧ୍ୟ ସୁଧୁରିନି କିଛି। ପୋଲ ଧୋଇବାକୁ ବର୍ଷେ ପୁରିବାକୁ ବସିଥିଲେ ମଧ୍ୟ ଅବସ୍ଥାରେ କିଛି ସୁଧାର ଅାସିନି। ସେତେବେଳେ ବାଉଁଶ ଭେଳାରେ ନଈପାରି ହେଉଥିବା ୫ଟି ପଞ୍ଚାୟତର […]
ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଘଟିଛି ଅଘଟଣ। ଆଜି ସକାଳୁ ରାସ୍ତା ପାର୍ଶ୍ୱର କିଛି ଅସ୍ଥାୟୀ ଦୋକାନ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲ ସ୍ଥାନାନ୍ତର କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଶାସନ ଥାନା ପୁଲିସ୍ […]
ପୁରୀ : ଆଜି ହେବାକୁ ଥିବା ବିଶ୍ୱକପ୍ ଫୁଟବଲ ଫାଇନାଲ ମ୍ୟାଚ ପାଇଁ ପ୍ରଶଂସକଙ୍କ ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି। ଏହି ଅବସରରେ ପୁରୀ ବେଳାଭୂମୀରେ ଆନ୍ତର୍ଜାତିକ ବାଲୁକ ଶିଳ୍ପୀ ମାନସ ସାହୁ ଫ୍ରାନ୍ସ ଓ କ୍ରୋଏସିଅାର ଜାତୀୟ ପତାକାର ବାଲୁକାକଳା କରିଛନ୍ତି। ୧୫ ଫୁଟ ଓସାରରେ ଏହି ବାଲୁକ କଳା ନିର୍ମାଣ କରିବାକୁ ପାଖାପାଖି ୧୫ ଟନ ବାଲି ବ୍ୟବହାର କରାଯାଇଛି। ବାଲୁକା ଶିଳ୍ପୀ ମାନସ ସାହୁ ଓ ତାଙ୍କର ଛାତ୍ରଛାତ୍ରୀ ମାନେ […]
କଟକ : କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍ ଏବେ ଖାଲି କଟକ କି ଓଡ଼ିଶା ନୁହେଁ, ସାରା ଦେଶରେ ଖ୍ୟାତି ଅର୍ଜନ କରିଛି । କାହିଁକି ଜାଣିଛନ୍ତି ? ବିଭିନ୍ନ ରାଜ୍ୟର ଷ୍ଟ୍ରିଟ୍ଫୁଡ୍କୁ ନେଇ ଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି ଆମ ସଭିଙ୍କ ପ୍ରିୟ ଦହିବରା ଆଳୁଦମ । କଟକର ଦହିବରା ବ୍ୟବସାୟୀ ବାବୁଲା ସାହୁ ଏହି ଫୁଡ୍ ଫେଷ୍ଟିଭାଲ୍ରେ ଭାଗ ନେଇ ସମସ୍ତଙ୍କୁ ପଛରେ ପକାଇବା ପରେ ଏବେ […]
ଭୁବନେଶ୍ୱର : ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାପରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସ୍ୱାଗତ ଜଣାଇଛନ୍ତି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ରାଜ୍ୟର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଶ୍ରୀ ନଡ୍ଡାଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦୀର୍ଘବର୍ଷର ସଂଗଠନାତ୍ମକ ଅନୁଭବ ଓ କୁଶଳ କାର୍ଯ୍ୟଶୈଳୀ ଯୋଗୁ ଶ୍ରୀ […]
ଭୁବନେଶ୍ୱର : ରାଜ୍ୟସଭା ସାଂସଦ ତଥା ବିଜେପି ନେତ୍ରୀ ରୂପା ଗାଙ୍ଗୁଲୀ ଆସନ୍ତାକାଲିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଶ୍ରୀମତୀ ଗାଙ୍ଗୁଲୀ ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀମତୀ ଗାଙ୍ଗୁଲୀ ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୧୦ ଟାରେ ପହଞ୍ଚି ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ରାଇଘର ଗସ୍ତ କରିବେ। ଶ୍ରୀମତୀ ଗାଙ୍ଗୁଲୀ ରାଇଘର ମିନି […]
ଭୁବନେଶ୍ୱର : ଭୁବନେଶ୍ୱର ଏକ ନମ୍ବର ହାଟ ବାହାରେ ବାଇକ୍ ପାର୍କିଂ ମନା। ବାଇକ୍ ପାର୍କିଂ କଲେ ଅଡୁଆରେ ପଡିବେ ଗାଡ଼ି ମାଲିକ। କେବଳ ସିଙ୍ଗଲ୍ ଲେନ୍ରେ ଚାରି ଚକିଆ ଯାନ ରହିବା ସହ ସେ ସବୁ ୪୫ ଡ଼ିଗ୍ରୀ କୋଣ କରି ପାର୍କିଂ ହେବ। ବାଇକ୍ ଗୁଡ଼ିକ ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି। ଆଜି ଠାରୁ ଏନେଇ ଡିସିପି ଟ୍ରାଫିକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିସହ ରାସ୍ତାକଡ଼ରେ […]
ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ଅଭିରାମ ପରମ ହଂସଙ୍କ ଶାନ୍ତି ଆନନ୍ଦ ଆଶ୍ରମରେ ଜଗଦଗୁରୁ ଠାକୁର ଅଭିରାମ ପରମହଂସଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ ଦୁଇ ସମୁଦୁଣୀ। ହେଲେ ଠାକୁରଙ୍କୁ ଦର୍ଶନ କରିବା ପୂର୍ବରୁ ବସ୍ ଧକ୍କାରେ ଚାଲି ଗଲା ଜଣଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି। ଆଜି ଏମିତି ଦୁର୍ଘଟଣା ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ରତାତିରା ଗାଁର କେତେକ ଅଭିରାମ ଭକ୍ତ ପୁରୀ ଜିଲ୍ଲା କଣାସ […]
ଭୁବନେଶ୍ୱର : ନୂଆଦିଲ୍ଲୀରେ ଓଡିଶା ଫୋରମ ପକ୍ଷରୁ ‘ପ୍ରବାସୀ ଓଡିଆ ସମ୍ମାନ’ ଅନୁଷ୍ଠିତ ହୋଇଯାଇଛି। ପିଏଚ୍ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬ ପ୍ରବାସୀ ଓଡିଆଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ କେନିଆର ସାଂସଦ ଡଃ ସ୍ୱରୂପ ରଂଜନ ମିଶ୍ର, ମହାକାଶ ଉଦ୍ୟୋଗୀ ତଥା ଡିଜାଇନର ସସ୍ମିତା ମହାନ୍ତି, ଅଭିନେତ୍ରୀ ନନ୍ଦିତା ଦାସ, ଡାକ୍ତର ପିନାକୀ ପାଣିଗ୍ରାହୀ, ଆନ୍ତର୍ଜାତିକ ଓଡିଶୀ ନୃତ୍ୟାଙ୍ଗନା ଶାରନ ଲୋଏନ୍ ଓ କୃଷିବିଜ୍ଞାନୀ ଡକ୍ଟର ତ୍ରିଲୋଚନ ମହାପାତ୍ର। […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଲେଭଲ୍ କ୍ରସିଂ ଗେଟ୍ ପାର୍ଶ୍ୱରେ ଗଳି ଯିବା ମହଙ୍ଗା ପଡ଼ିଛି। ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡିକାଲ୍ରେ ଜୀବନ ସହ ସଂଘର୍ଷ କରୁଛି। ଆଜି ସଞ୍ଜ ବେଳେ ଏମିତି ମର୍ମନ୍ତୁଦ ଦୁର୍ଘଟଣା ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଲେଭଲ କ୍ରସିଂରେ ଘଟିଛି। ଆଜି ସନ୍ଧ୍ୟାରେ ଚେନ୍ନାଇ-ଆସାନସୋଲ୍ ସାପ୍ତାହିକ ଏକ୍ସପ୍ରେସ ଯାଉଥିଲା। ଏହି ସମୟରେ ଲେଭଲ କ୍ରସିଂ ଗେଟ୍ ବନ୍ଦ […]
ଭୁବନେଶ୍ୱର : କେବଳ ପୁରୀ ନୁହେଁ, ଆଜି ପୁରପଲ୍ଲୀ ପାଲଟିଛି ଶ୍ରୀକ୍ଷେତ୍ର। ରାଜରାସ୍ତାଠୁ ଗଳିକନ୍ଦି, ସବୁ ପାଲଟିଛି ବଡ଼ଦାଣ୍ଡ। ସେଇ ଭାବ, ସେଇ ଭକ୍ତିରେ ପାଳିତ ହୋଇଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରା। ଘଣ୍ଟଘଣ୍ଟା ଓ ହରିବୋଲ ହୁଳହୁଳିରେ ଉଛୁଳି ପଡ଼ୁଛି ରାଜଧାନୀର ରାଜରାସ୍ତା। ବର୍ଷା ସତ୍ତ୍ୱେ ମଳିନ ପଡ଼ିନି ଭକ୍ତଙ୍କ ଉତ୍ସାହ। ଇସ୍କନ ମନ୍ଦିରରୁ ରଥ ଗଡ଼ିବା ବେଳେ କିଏ ରଥ ଆଗରେ ନାଚଗୀତରେ ତଲ୍ଲୀନ ଥିଲା ତ କିଏ ପ୍ରଭୁଙ୍କ ଝଲକଟିଏ ପାଇବା ପାଇଁ ଅନେଇଥିଲା […]
ଭୁବନେଶ୍ୱର : ନୀଳ ଆକାଶରେ ପକ୍ଷୀ ପରି ଉଡ଼ିବେ ଦିବ୍ୟାଙ୍ଗ ପିଲା। ଆଉ ଦୂର ଦିଗବଳୟରୁ ଦୁନିଆକୁ ଆଖି ପୂରାଇ ଦେଖିବେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଏୟାରପୋର୍ଟ ଅର୍ଥରିଟି ଅଫ୍ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏକ ଏନ୍ଜିଓ କିଛି ଦିବ୍ୟାଙ୍ଗ ପିଲାଙ୍କୁ ଚୟନ କରିଛି। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଧନ୍ୟବାଦ ଜଣାଇଛନ୍ତି। ଆସନ୍ତା ଜାନୁଆରୀ ୨୨ ତାରିଖରେ ସମଗ୍ର ରାଜ୍ୟରୁ ୪୪ ଜଣ […]
ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ପୌରାଞ୍ଚଳର ୩୦ ନଂ ୱାର୍ଡରେ ପରିବାର ସହ ବାସ କରନ୍ତି କାର୍ତ୍ତିକ ନାଥ। ଜନ୍ମରୁ ଦିବ୍ୟାଙ୍ଗ। ଗୋଟିଏ ଗୋଡ଼ କାମ କରୁନଥିବାରୁ ଟ୍ରାଇ ସାଇକେଲ୍ ତାଙ୍କର ଏକ ମାତ୍ର ସାଥୀ। କାମ କରିବାରେ ସକ୍ଷମ ହେଉନଥିବାରୁ ଭଦ୍ରକ ଟାଉନ୍ର ବିଭିନ୍ନ ଅଞ୍ଚଳରେ ବୁଲି ଭିକ୍ଷାବୃତ୍ତି କରୁଛନ୍ତି। ସେଥିରୁ ଯାହା ମିଳେ, ସେଥିରେ ଚଳେ ପୂରା ପରିବାର। ପରିବାର କହିଲେ ୭ ପ୍ରାଣୀ କୁଟୁମ୍ୱ। ଏବେ ପିଲାମାନେ ବଡ଼ ହେଲେ ମଧ୍ୟ କାର୍ତ୍ତିକ […]
ଭୁବନେଶ୍ୱର : କଡ଼ା ଫାଇନ୍ ସତ୍ତ୍ୱେ, ଅଭ୍ୟାସଗତ ଖିଲାପି କିନ୍ତୁ ପୁରା ବେଫିକର । ଟ୍ରାଫିକ୍ର ଅନ୍ୟ ନିୟମ କଥା ଛାଡ଼ନ୍ତୁ, ହେଲ୍ମେଟ୍ ବି ମୁଣ୍ଡରେ ଲାଗିପାରୁନି। ଏମିତିକି କେଉଁଠି ବାଇକ୍ ପିନ୍ଧିଛି, ତ କେଉଁଠି ଡିକିରେ ପଶିଛି, ହେଲେ ମୁଣ୍ଡରେ ଲଗାଇବାକୁ କଷ୍ଟ। ଗତ ସେପ୍ଟେମ୍ବରରୁ ନୂଆ ମୋଟର ଭେହିକଲ୍ ଆକ୍ଟ ଲାଗୁ ହେବା ପରେ ଜନ ଅସନ୍ତୋଷ ପାଇଁ ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସରକାର ତିନି ମାସ ଲେଖାଏଁ ଆଇନ୍କୁ କୋହଳ କଲେ। ହେଲ୍ମେଟ୍ […]
ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ପ୍ରେମିକକୁ ମନ ଦେଇ ଭଲ ପାଉଥିଲେ। ଆଉ ତାକୁ ବାହାହୋଇ ଘର ସାଂସାର କରିବାର ସ୍ୱପ୍ନ ମଧ୍ୟ ଦେଖିଥିଲେ ପ୍ରେମିକା। ହେଲେ ଆଖି ପିଛୁଳାକେ ସବୁ କିଛି ସରିଗଲା। ବିଶ୍ୱାସରେ ବିଷ ଦେଲା ପ୍ରେମିକ। ଆଉ ଦୁଷ୍କର୍ମରେ ସାରିଦେଲା ଦୀର୍ଘ ଦିନର ଭଲ ପାଇବା ଓ ବିଶ୍ୱାସ। ସାଙ୍ଗ ସହ ମିଶି ପ୍ରେମିକାକୁ ନିଶା ଦେଇ ଗଣଦୁଷ୍କର୍ମ କଲା ଧୋକାବାଜ୍ ପ୍ରେମିକ। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। […]
ନବରଙ୍ଗପୁର : ପିତାଙ୍କୁ ମୁଖାଗ୍ନି ଦେଲା ଝିଅ । ହିନ୍ଦୁ ପରମ୍ପରାରେ ପୁଅ ମୁଖାଗ୍ନି ଦେବାର ବିଧି ରହିଛି । କିନ୍ତୁ ନବରଙ୍ଗପୁରରେ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ। ସମସ୍ତ ପରମ୍ପରା ଏବଂ ସାମାଜିକ ରୀତିନୀତିକୁ ପଛରେ ପକାଇ ପିତାଙ୍କୁ ମୁଖାଗ୍ନି ଦେଇ ଅନ୍ତିମ ବିଦାୟ ଜଣାଇଛନ୍ତି ଏକମାତ୍ର ଅଳିଅଳି କନ୍ୟା ଶତାବ୍ଦୀ ପାଳ। ନବରଙ୍ଗପୁର ଜିଲ୍ଲାର ପୂର୍ବତନ ବିଜେପି ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ଲୋକନାଥ ପାଳଙ୍କ ଜୟପୁର ସ୍ଥିତ ଏକ ଘରୋଇ […]
ପୁରୀ : ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତି ଅନୁସାରେ ଭୁବନେଶ୍ୱର ଇସ୍କନ ମନ୍ଦିରରେ ମଧ୍ୟ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଛି ରଥଯାତ୍ରା। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯିବା ପରେ ମଇଲମ, ତଡ଼ପଲାଗି, ସକାଳ ଧୂପ ଅନୁଷ୍ଠିତ ହୋଇଥିଲା । ଦିନ ୧୧ଟାରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ଆସିଥିଲେ ମହାପ୍ରଭୁ। ତାପରେ ଅପରାହ୍ନ ସାଢେ ଗୋଟାଏରେ ଛେରାପହଁରା ଏବଂ ଦିନ ୪ଟାରୁ ରଥଟଣା ଅନୁଷ୍ଠିତ ହେଉଛି। ରାଜଧାନୀରେ ପ୍ରବଳ ବର୍ଷା ସତ୍ତ୍ୱେ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଦୀପ କୁମାର ଦାଶଙ୍କୁ ଇସ୍ପାତ ଓ ଖଣି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ସେହିପରି ବରିଷ୍ଠ ଓଏଏସ୍ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ସେଠାରେ ଥିବା ବିଭୂପ୍ରସାଦ ଷଡ଼ଙ୍ଗୀଙ୍କୁ ଓଏସଏସଏସସି ସଚିବ ଭାବେ ଅବସ୍ଥାପିତ କରାଯାଇଛି। […]
ଭୁବନେଶ୍ୱର : ରାଜଧାନୀରେ ଶିଖ୍ ବ୍ୟକ୍ତି ପରବିନ୍ଦର ପାଲ ସିଂଙ୍କୁ ଆକ୍ରମଣ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବଢୁଛି ବିତର୍କ । ପରବିନ୍ଦରଙ୍କ ଓକିଲ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଏବଂ ପଗଡ଼ିକୁ ଅସମ୍ମାନ କରାଯାଇଥିବାରୁ ୨୯୫ A ଲଗାଇବାକୁ କୋର୍ଟରେ ଆବେଦନ କରାଯିବ । ଅନ୍ୟପଟେ ପୁଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ। ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଟ୍ୱିଟ୍ କରି କହିଛନ୍ତି ଏହି […]