ଭୁବନେଶ୍ୱର(ଓଡିଶା ରିପୋର୍ଟର): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ (ଏସ୍ସିବି) ମେଡିକାଲ୍ର ହେବ ନବକଳେବର। ଏସ୍ସିବି ହେବ ବିଶ୍ୱସ୍ତରୀୟ ମେଡିକାଲ୍। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ପୁନର୍ବିନ୍ୟାସ, ଥଇଥାନ ଓ ସହାୟତା ପ୍ୟାକେଜ ଘୋଷଣା ହୋଇଛି। ସେହି ପ୍ୟାକେଜ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର ଦେଇଛନ୍ତି। ସ୍ଥାୟୀ ଘର, ଦୋକାନ, ଅନଧିକୃତ ଘର ଓ ଉଠାଦୋକାନ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜମି ମାଲିକଙ୍କ ଠାରୁ ସରକାରୀ ଅନୁମୋଦିତ ପ୍ରକ୍ରିୟାରେ ଅଧିଗ୍ରହଣ ହେବ ଜମି। ରାଜ୍ୟ ସରକାରଙ୍କ […]
ଭୁବନେଶ୍ୱର : ଆଜି ରାଜ୍ୟରେ ଶୀତ ଲହରି ଅନୁଭୂତ ନେଇ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୁଳ, ସୋନପୁର, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗିର ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ଅନୁଗୁଳ, ସୋନପୁର, ବଲାଙ୍ଗିର ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୭ରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସେହିପରି ଆସନ୍ତା ୨୮ରେ ୯ ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର […]
ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଚଳିତ ବର୍ଷର ସମ୍ମାନଜନକ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ଗ୍ରହଣ କରିଥିବା ଓଡିଶାର ଛାତ୍ର ୟଶ୍ ମିଶ୍ରଙ୍କୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ୟଶ୍ ଓଡିଶା ପାଇଁ ଗୌରବ ଆଣିଛନ୍ତି ବୋଲି କହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ନାସାରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଭୁବନେଶ୍ୱରର ୟଶ ମିଶ୍ର […]
ଭୁବନେଶ୍ୱର: ଆଜି ସଂଧ୍ୟା ସୁଦ୍ଧା ଉପକୂଳ ଓଡ଼ିଶାରେ ବର୍ଷା କମିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିବ। ବିଶେଷ କରି ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ଗୋଟିଏ ଦୁଇଟି ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହୋଇପାରେ […]
ଯାଜପୁର : ଯାଜପୁର ଜିଲ୍ଲା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା । ଧର୍ମଶାଳା ଥାନାରେ କାର୍ଯ୍ୟରତ କନ୍ଷ୍ଟେବଲ ସନ୍ତୋଷ ବାରିକଙ୍କୁ ଗିରଫ କରିଛି ପୁଲିସ। ଏହି ମାମଲାର ଅଭିଯୁକ୍ତ ପିଣ୍ଟୁର ଭିଣୋଇ ହେଉଛନ୍ତି କନ୍ଷ୍ଟେବଲ ସନ୍ତୋଷ ବାରିକ। ଭିଣୋଇ ସନ୍ତୋଷଙ୍କ ମୋବାଇଲ ଫୋନ୍ରୁ ଧମକପୂର୍ଣ୍ଣ କଲ୍ ଯାଇଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ନାବାଳିକାଙ୍କୁ ଘରେ ଲୁଚାଇଥିବା ଅଭିଯୋଗରେ ପିଣ୍ଟୁର ମାଉସୀ ମଧ୍ୟ ଗିରଫ ହୋଇଛନ୍ତି। ପିଣ୍ଟୁର ମିଲତ ନଗରରରେ ଥିବା ୨ ଜଣ ସାଙ୍ଗଙ୍କୁ […]
ଭୁବନେଶ୍ୱର: ଅଗଷ୍ଟରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ନବଗଠିତ ପିସିସି ସମନ୍ୱୟ କମିଟିର ପ୍ରଥମ ବୈଠକ ପରେ ଏହି ସୂଚନା ଦେଇଛନ୍ତି କାର୍ଯ୍ୟକାରୀ ପିସିସି ସଭାପତି ନବ ଦାସ। କଂଗ୍ରେସରେ ଗୋଷ୍ଠୀକନ୍ଦଳ ସଂପର୍କରେ ନବ ଦାସ କହିଛନ୍ତି, ଫାଟ ନ ଥିଲେ ବାଟ ବାହାରିବ ନାହିଁ। ଆଜିର ବୈଠକରେ ବିଭିନ୍ନ ନେତାଙ୍କ ମଧ୍ୟରେ ସମନ୍ୱୟ ନେଇ ଆଲୋଚନା ହୋଇଛି। ୭୫% ପ୍ରାର୍ଥୀଙ୍କ ତାଲିକା ପିସିସି ସଭାପତି AICCକୁ ଦେଇଛନ୍ତି। ଅଗଷ୍ଟରେ ରାହୁଲ ଗାନ୍ଧି ଓଡ଼ିଶା […]
ପଟ୍ଟାମୁଣ୍ଡାଇ : ଖାଦ୍ୟରୁ ବାହାରିଲା ମଲା ବିଷଧର ସାପ । ଯାହାକୁ ନେଇ ଚର୍ଚ୍ଚା ଜୋର । ଏହି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଦେଉଳି ଗ୍ରାମରେ । ମିଳିଥିବା ସୂଚନା ମୁତାବକ , ଏସ.ଏଚ.ଜି ଗ୍ରୁପର ମହିଳାମାନେ ନିକଟସ୍ଥ ଠାକୁରାଣୀ ପୀଠରେ ଭୋଜି କରୁଥିଲେ। ଖାଇବା ସମୟରେ ଖାଦ୍ୟ ଭିତରୁ ପ୍ରାୟ ଏକ ଫୁଟରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏକ ବିଷଧର ମଲା ଚିତି ସାପ ଦେଖିଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ […]
ଭୁବନେଶ୍ୱର: ପ୍ରବଳ ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାରୁ ପାଣି ନିଷ୍କାସନ ପାଇଁ ବିଏମ୍ସି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଯେଉଁ ପରିସ୍ଥିତି ଉପୁଜିଛି, ତାର ମୁକାବିଲା ପାଇଁ ବିଏମ୍ସି ପକ୍ଷରୁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଲା 0674-2430038 ବନ୍ୟା ପରିସ୍ଥିତି ନେଇ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୩୯ଟି ଅଭିଯୋଗ ଆସିଛି। ସମସ୍ୟାର ସମାଧାନ କରିବାକୁ ୪୦ ଅଫିସରଙ୍କ ସହ ୧୨୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। […]
ସମ୍ବଲପୁର : ସମ୍ବଲପୁର ନିକଟରେ ଆଜି ସକାଳେ ଏକ ପିଆଜ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଟ୍ରକ୍ରୁ ପିଆଜ ଲୁଟି ନେବାକୁ ଉଦ୍ୟମ କରିଥିଲେ। ନାସିକ୍ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏହି ଟ୍ରକ୍ଟି ବୁର୍ଲା ପିସି ବ୍ରିଜ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ପିଆଜ ବୋଝେଇ ଟ୍ରକ୍ ଓଲଟିଥିବା ଖବର […]
କଟକ/ନିଆଳି: ଡାକ୍ତରଖାନାରେ ସୁସ୍ଥ ହୋଇ ଫେରିବା ପରିବର୍ତ୍ତେ ଭୋଗିବାକୁ ପଡ଼ୁଛି ଦୟନୀୟ ପରିସ୍ଥିତି। ଲଗାଣ ବର୍ଷା ଯୋଗୁଁ କଟକ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପଶିଛି ବର୍ଷା ଜଳ। ଛାତରେ ଫାଟ ଥିବା ଯୋଗୁ ଉପରୁ ଅନବରତ ପାଣି ଗଳୁଛି। ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରର ଲେବର୍ ରୁମ୍ ଏବଂ ଅପରେସନ୍ ଥିଏଟର୍ରେ ଆଣ୍ଠୁଏ ପାଣି ଜମିଛି। ଗତ ଦୁଇ ଦିନ ଧରି ଏପରି ପରିସ୍ଥିତି ଲାଗି ରହିଥିବା ଯୋଗୁଁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
କଟକ: ପ୍ରବଳ ବର୍ଷା ଯୋଗୁଁ କଟକରେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏତେ ବର୍ଷା ଯେ ଘରୁ ବାହାରି ହେଉନାହିଁ। ତେଣୁକରି ପିଲାଙ୍କ ସୁରକ୍ଷାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷାରେ କଟକ ସହର ଜଳମଗ୍ନ ହୋଇଯାଇଛି। ଲଗାଣ ବର୍ଷାରେ କଟକ ସହରର ରକ୍ସି ଲେନ୍, ରାଜାବଗିଚା, ମେରିଆ ସାହି, ପଟାପୋଲ ଅଞ୍ଚଳ ଜଳମଗ୍ନ ହୋଇ ପଡିଛି। କଟକ ସହରର ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ମଧ୍ୟ […]
ଭୁବନେଶ୍ୱର : ଏଥର ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବେ ଦୁଇ ଓଡ଼ିଆ ଆଦିବାସୀ ଅତିଥି। ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଧାନଘେରା ଗ୍ରାମପଂଚାୟତର ହାତୀସହି ଗାଁର ଗଙ୍ଗାଧର ହେମ୍ବ୍ରମ ଓ ବେତନଟୀ ବ୍ଲକ ସନ୍ତରା ପଂଚାୟତ ହୁତାପୁର ଗାଁର ଜାପାନୀ ମାଝୀ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ଦୁଇ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ଅଛି।
ବଲାଙ୍ଗିର(ମନୋରଞ୍ଜନ ଯୋଶୀ) : ଜେଲ୍ରୁ ବାହାରିଲେ ପୁଞ୍ଜିଲାଲ ମେହେର। ମା’ଙ୍କ ଶ୍ରାଦ୍ଧକ୍ରିୟା ପାଇଁ ହାଇକୋର୍ଟଙ୍କ ୪ ଦିନିଆ ଜାମିନ ବଳରେ ଜେଲରୁ ମୁକୁଳିଛନ୍ତି ପୁଂଜିଲାଲ। ଉଲ୍ଲେଖନୀୟ ଯେ, ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଅଛନ୍ତି ପୁଞ୍ଜିଲାଲ୍ ମେହେର। ଆସନ୍ତା ୨୮ ତାରିଖ ଦିନ ୧୧ଟା ସୁଦ୍ଧା ହାଜର ହେବେ ପୁଞ୍ଜିଲାଲ। ଜାମିନ୍ ଦେବା ସହ ପୁଞ୍ଜିଲାଲ୍ଙ୍କ ପାଇଁ କଡ଼ା ସର୍ତ୍ତାବଳୀ ଜାରି ହୋଇଛି। ଜାମିନ ଅବଧି ସମୟରେ ଗଣମାଧ୍ୟମକୁ ନ ଭେଟିବାକୁ କଡ଼ା ନିର୍ଦ୍ଦେଶ […]
ଭୁବନେଶ୍ୱର : ରାଜ୍ୟରେ ସାଧାରଣତନ୍ତ୍ର ଦିବସର ବଦଳିଲା ରୂପରେଖ। ଭୁବନେଶ୍ୱରରେ ଏଥର ଦିଲ୍ଲୀ ଢାଞ୍ଚାରେ ପରେଡ୍ ଅନଷ୍ଠିତ ହେବ। ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ । ଦିଲ୍ଲୀରେ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରିବା ଭଳି ରାଜ୍ୟରେ ରାଜ୍ୟପାଳ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିବେ । ଜାନୁଆରୀ ୨୬ରେ ଏଥର କଟକରେ ଆଉ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସେହି ସମୟରେ ଭିଆଇପି ଏନ୍କ୍ଲୋଜରରେ ବସିବେ […]
ପୁରୀ: ଶ୍ରୀମନ୍ଦିରରେ ଗର୍ଭଗୃହର ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଟିମ୍ ଏହି ଗର୍ଭଗୃହ ଯାଞ୍ଚ କରିବେ। କୋର କମିଟି ବିଶେଷଜ୍ଞ ସଦସ୍ୟ ଏନ୍.ସି. ପାଲ୍ ଓ ଜି. ସି. ମିତ୍ର ପ୍ରମୁଖ ଗର୍ଭଗୃହକୁ ଯାଇ ସ୍ଥିତି ଯାଞ୍ଚ କରିବେ। ଅାଜି ଗର୍ଭଗୃହ ଓ ଜଗମୋହନର ସ୍ଥିତି ଯାଞ୍ଚ କରିବ ଏଏସ୍ଅାଇ ଟିମ୍। ଜୟବିଜୟ ଦ୍ୱାରର ଫାଟ ମଧ୍ୟ ଅାଜିଠାରୁ ମରାମତି କରାଯିବ। ନାଟମଣ୍ଡପର ଦୁର୍ବଳ ପଥରକୁ ବି ସଜଡ଼ା ଯିବ। […]
କେନ୍ଦ୍ରାପଡା: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହିଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜଗନ୍ନାଥପୁର ଘୋଷରାମାଳ ଗାଁରୁ। ଖବର ମୁତାବକ, ଗତ ଜାନୁଆରୀ ୧୮ ତାରିଖରେ ନାବାଳିକା ଜଣକ ଗାଁ ପାଖକୁ ତ୍ରିବେଣୀ ମେଳା ଦେଖିବାକୁ ଯାଇଥିଲା। ମେଳା ଦେଖି ସଂପର୍କୟ ସାନ ଭାଇ ସହ ଫେରୁଥିବା ବେଳେ ତାଙ୍କୁ ସେହି ଗାଁର ଦିଲୀପ ସେଠୀ ଓ ତା’ର ୩ ଜଣ ଭାଇ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। […]
ଭୁବନେଶ୍ୱର: କଂଗ୍ରେସ ଭବନରେ ବୈଠକ ଚାଲିଥିବାବେଳେ କଂଗ୍ରେସର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହାକୁ ନେଇ ଭଙ୍ଗାରୁଜା ହୋଇଥିବା ମଧ୍ୟ ସୂଚନା ମିଳିଛି। ଗୋଟିଏ ଗୋଷ୍ଠୀ କଂଗ୍ରେସ ଭବନର କବାଟ ଭାଙ୍ଗିବା ସହ କିଛି ପୋଷ୍ଟର ଚିରିଥିବା ସୂଚନା ମିଳିଛି। ଏହାକୁ ନେଇ ଘଟଣାସ୍ଥଳରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖାଦେଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏହି ସଂଘର୍ଷ ଘଟିଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ପିସିସି ସଭାପତି […]
ରାଉରକେଲା: ଶିଳ୍ପ ନିରାପତ୍ତା ସୁରକ୍ଷା ବଳ ବା CISF ନିଯୁକ୍ତି ପାଇଁ ଲିଖିତ ଓ ଶାରୀରିକ ପରୀକ୍ଷା ହେଉଥିବାବେଳେ ରାଉରକେଲାରୁ ନକଲି ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ଜାଲ୍ ଡକୁମେଣ୍ଟ ଜରିଆରେ ପରୀକ୍ଷା ଦେଉଥିବା ଅଭିଯୋଗରେ ଗତକାଲି ରାଉରକେଲା ପୋଲିସ ୫ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି। ସହରର ଗୁରୁ ନାନକ ପବ୍ଲିକ୍ ସ୍କୁଲରେ ହୋଇଥିବା ପରୀକ୍ଷା କେନ୍ଦ୍ରରୁ ପ୍ଲାଣ୍ଟ ସାଇଟ୍ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ହୋଇଥିବା ପରୀକ୍ଷା […]
ଭୁବନେଶ୍ୱର : ଭୁବନେଶ୍ୱର କଳ୍ପନା ଛକ ଓଭରବ୍ରିଜ ପାଖରେ ଥିବା ଫଳ ବଜାରରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ମା ତାରିଣୀ ଭେଣ୍ଡିଂ ଜୋନରେ ଥିବା ୨୫ଟି ଫଳ ଦୋକାନ ଜଳିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଫଳ ଓ ସାମଗ୍ରୀ ପୋଡ଼ିଯାଇଛି।
ଭୁବନେଶ୍ୱର : ନାଗରିକ ସଂଶୋଧନ ଆଇନକୁ ବିରୋଧୀ ଦଳଗୁଡ଼ିକ ଅଯଥା ଭ୍ରମ ସୃଷ୍ଟି କରୁଛନ୍ତି। ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ବିଜେପି ନେତ୍ରୀ ତଥା ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲୀ ଆଜି ଉଭୟ ଜିଲ୍ଲାରେ ଦୁଇଟି ଜନ ସମାବେଶକୁ ସମ୍ବୋଧିତ କରି ବିରୋଧୀ ଦଳଗୁଡ଼ିକୁ କଡ଼ା ସମାଲୋଚନା କରିଥିଲେ। କୋରାପୁଟ ଜିଲ୍ଲା ଜୟପୁର ଠାରେ ଆୟୋଜିତ ସିଏଏ ସଚେତନତା ଜନସମାବେଶକୁ ସମ୍ବୋଧିତ କରି ରୂପା ଗାଙ୍ଗୁଲୀ କହିଥିଲେ ଯେ, ମୁଁ ଶରଣାର୍ଥୀଙ୍କ ସମସ୍ୟା ବୁଝିପାରିଛିା […]
ଭୁବନେଶ୍ୱର : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ (ଏସ୍ସିବି) ମେଡିକାଲ୍ର ନବକଳେବର ହେବ। ଏସ୍ସିବିକୁ ବିଶ୍ୱସ୍ତରୀୟ ମେଡିକାଲ୍ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମେଡିକାଲ ନିକଟରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚରୀଙ୍କ କ୍ୱାର୍ଟର୍ସ ଓ ୧୩ ଜଣ ଡାକ୍ତରଙ୍କ କ୍ୱାର୍ଟର୍ସ ଭଙ୍ଗାଯିବ। ଏହା ଦ୍ୱାରା ପ୍ରାୟ ୨୫ ଏକର ଜମି ସରକାରଙ୍କ ହାତକୁ ଆସିବା ଆକଳନ କରାଯାଇଛି। ସେହିପରି ତାଳଦଣ୍ଡା କେନାଲ ବନ୍ଧରୁ ମେଡିକାଲ ସଂଯୋଗକାରୀ ରାସ୍ତା ୩ ଲେନ୍ ହେବ। ଏଥି ସହ ଯିବାଆସିବା ପାଇଁ […]
ଭୁବନେଶ୍ୱର : ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ ରଖିଛନ୍ତି ତୀର୍ଥକ୍ଷେତ୍ର। ଶ୍ରୀମନ୍ଦିର ସମେତ ପ୍ରଭୁ ଲିଙ୍ଗରାଜ ଓ କୋଣାର୍କ ଭଳି ମନ୍ଦିରର ବିକାଶ ଲାଗି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏଭଳି ଯୋଜନା କରି କି ବାର୍ତ୍ତା ଦେବାକୁ ଚାହୁଛନ୍ତି ମୁଖ୍ୟମନ୍ତ୍ରୀ ? ଏସବୁ ସ୍ଥାନ ସହ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜଡ଼ିତ ଥିବାରୁ ବିଜେଡି ସରକାର ଭାବାବେଗ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ବାଜିମାତ […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ବାପଘର ଛାଡ଼ି ପରକୁ ଆପଣାର କରି ସେ ଦେଖିଥିଲେ ଅନେକ ସ୍ୱପ୍ନ। ଆଉ ମଥାରେ ସିନ୍ଦୂର ଓ ହାତରେ ଶଂଖା ପିନ୍ଧି ଦୁହିତାରୁ ହୋଇଥିଲେ କୁଳବଧୂ। ସ୍ୱାମୀଙ୍କୁ ନେଇ କରିଥିଲେ ସଂସାର। ହେଲେ ସ୍ୱପ୍ନ ରହିଗଲା ଅଧାରେ। ବାପା-ମାଆଙ୍କୁ ଛାଡ଼ି ଯେଉଁମାନଙ୍କୁ ଅତି ଆପଣାର ଭାବିଥିଲେ, ସେମାନେ ପାଲଟିଗଲେ ଦାନବ। ଆଉ ଶେଷରେ ଯୌତୁକ ପାଇଁ ନେଇଗଲେ ନବବଧୂଙ୍କ ଜୀବନ। ଆଜି ଏମିତି ଏକ ଘଟଣା ଆଲୋଚ୍ୟ ବିଷୟ ପାଲଟିଛି ଢେଙ୍କାନାଳ ଜିଲ୍ଲା […]
ଭୁବନେଶ୍ୱର : ପାଟଣାଗଡ଼ ବିସ୍ଫୋରଣ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ଅନ୍ତରୀଣ ଜାମିନ। ପୁଞ୍ଜିଲାଲଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ମିଳିଲା ଅନ୍ତରୀଣ ଜାମିନ। ୨୪ ତାରିଖରେ ଯାଇ ୨୮ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ୨୮ ତାରିଖ ଦିନ ୧୧ଟା ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ଅନ୍ତରୀଣ ଜାମିନ ସହ ଅନେକ କଡ଼ା ସର୍ତ୍ତ ରଖିଛନ୍ତି କୋର୍ଟ। ଜାମିନ ଅବଧିରେ ଗଣମାଧ୍ୟମକୁ ନଭେଟିବାକୁ କଡ଼ା ନିର୍ଦ୍ଦେଶ ରହିଛି। କିଛି […]
ଯାଜପୁର: ବ୍ୟାସନଗର ସ୍ଥିତ ଏକ ବିସ୍କୁଟ୍ ଓ ତେଲ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ନର୍ସିଂ ଟ୍ରେଡିଂ ଏଜେନ୍ସିର ଗୋଦାମରେ ନିଆଁ ଲାଗି ପାଖାପାଖି ୫ ଲକ୍ଷ ଟଙ୍କାର ବିସ୍କୁଟ ପୋଡ଼ି ପାଉଁସ ହୋଇଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।