ଭୁବନେଶ୍ୱର : ଶୁଣିଲାନି NHAI । ଶେଷରେ ଇସ୍କନ ଜଳବନ୍ଦୀ ସମସ୍ୟାର ସମାଧାନ ଲାଗି ଅଣ୍ଟା ଭିଡ଼ିଛନ୍ତି ସରକାର। ତିଅାରି କରିବେ ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍। ପାଣ୍ଠି ବି ନିଜେ ଖର୍ଚ୍ଚ କରିବେ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ଲାଗି ଅଗ୍ନିସେବା ବିଭାଗକୁ ହାଇ ଡିସ୍ଚାର୍ଜ ପମ୍ପ୍ ଯୋଗାଇ ଦିଅାଯିବ। ଅାଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଅାଯାଇଛି ଏହି ନିଷ୍ପତ୍ତି। ଅାସନ୍ତା ମାସରେ ଟେଣ୍ଡର ଡକାଯିବ। ଅାସନ୍ତା ବର୍ଷ […]
ଭଦ୍ରକ : ମଦ ବେପାରୀଙ୍କୁ ଗିରଫ ସହ ସେମାନଙ୍କ ଘରର ଛାନଭିନ୍ କରିବା ଦାବିରେ ତାତିଲେ ଗ୍ରାମବାସୀ। ପୁଲିସକୁ ୪ ଘଣ୍ଟା ଧରି ଘେରିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ି ଥାନା ବାଉଁଶବାଗରେ। ଗାଁରେ ବେଆଇନ ମଦ ବିକ୍ରି ହେଇଥିବା ନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ତିହିଡ଼ି ପୁଲିସର ଏକ ଟିମ୍ ଗାଁରେ ପହଞ୍ଚିବା ବେଳେକୁ ମଦ ବେପାରୀମାନେ ଫେରାର ହୋଇଯାଇଥିଲେ। ଘଟଣାର ଖୋଳତାଡ଼ କରାଯିବ ବୋଲି କହି ପୁଲିସ ଫେରୁଥିବା ସମୟରେ […]
ଭୁବନେଶ୍ୱର : ଭେଡେନ୍ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ସହ ବରଗଡ଼ ପୁଲିସ ଏସଡିପିଓଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ରାଜ୍ୟ ମାନବାଧିକାର କମିଶନ ଆଜି ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ନେତା ତଥା ଓକିଲ ନିଶିକାନ୍ତ ମିଶ୍ର ଆଜି ପୀଡ଼ିତା ଓ ତାଙ୍କ ପରିବାର ସହ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଘଟଣା ସମ୍ପର୍କରେ ବିଧିବଦ୍ଧ ଅବଗତ କରାଇଥିଲେ। ପୀଡ଼ିତାଙ୍କ ଆବେଦନକୁ ଗ୍ରହଣ କରି ତଦନ୍ତରେ ଅହେତୁକ ବିଳମ୍ବ ଓ […]
ଭୁବନେଶ୍ୱର : ଆସନ୍ତାକାଲି ସଂସଦରେ ୨୦୨୦-୨୧ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ଏଥିରେ ଓଡ଼ିଶାକୁ କେତେ ଗୁରୁତ୍ୱ ମିଳିବ, ରାଜ୍ୟ ସରକାର କେନ୍ଦ୍ରରୁ କେତେ ଅର୍ଥ ପାଇବେ ଏବଂ ବିଶେଷତଃ ରେଳ ବଜେଟରେ କିଭଳି ରୂପରେଖ ରହିବ ସେନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ରେଲେଓ୍ୱ ପାଇଁ ରାଜ୍ୟ କୌଣସି ନିର୍ଦ୍ଦିଷ୍ଟ ଅନୁଦାନ ଦାବି କରିନଥିଲେ ମଧ୍ୟ, ପୂର୍ବାପେକ୍ଷା ଏହା ଉତ୍ସାହପ୍ରଦ ରହିବ ବୋଲି ପରିବହନ ମନ୍ତ୍ରୀ ଆଶା […]
ଭୁବନେଶ୍ୱର : ସେସୁ ପରେ ନେସ୍କୋ ଏବଂ ସାଉଥ୍କୋର ପାଳି । ଆଦାୟ କରିବେ ବକେୟା ବିଦ୍ୟୁତ୍ ବିଲ୍ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନେସ୍କୋ କର୍ତ୍ତୃପକ୍ଷ କହିଛନ୍ତି, ନେସ୍କୋର ୧୮ ଲକ୍ଷ ୭୨ ହଜାର ଗ୍ରାହକଙ୍କ ମଧ୍ୟରୁ ୧୦ ଲକ୍ଷ ୮୧ ହଜାର ଗ୍ରାହକଙ୍କ ଉପରେ ବକେୟା ଅଛି ପ୍ରାୟ ୧୫ଶହ କୋଟି ଟଙ୍କା । ସେହିପରି ୩୯ ହଜାର ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ୯୫ କୋଟି ଟଙ୍କା ଏବଂ ୧୯ ଶହ […]
ପାରାଦୀପ (ରମାକାନ୍ତ ନାୟକ): କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ପାରାଦୀପ ବନ୍ଦରରେ ୭ଟି ଜାହାଜ ଉପରେ କଟକଣା ଲାଗୁ କରାଯାଇଛି। ଚୀନ୍, ହଂକଂ ଓ ସିଙ୍ଗାପୁରରୁ ଆସିଥିବା ଜାହାଜ ଉପରେ କଟକଣା ଲାଗୁ କରାଯାଇଛି। ଏହି ଜାହାଜ ଗୁଡ଼ିକୁ ପୋର୍ଟ ଭିତରକୁ ପ୍ରବେଶ କରି ପଣ୍ୟ ବୋଝେଇ ଓ ଖଲାସ ପାଇଁ ଅନୁମତି ଦିଆଯାଇଛି। ହେଲେ କ୍ରିଉ ମେମ୍ବର ଜାହଜରୁ ତଳକୁ ଓହ୍ଲାଇବାକୁ ମନା କରାଯାଇଛି। ଅନ୍ୟ ବିଦେଶୀ ଜାହାଜର କ୍ରିଉ ମେମ୍ବର ମାନଙ୍କୁ ପାରାଦୀପରେ ଓହ୍ଲାଇବାକୁ […]
ଭୁବନେଶ୍ୱର : ଏଥର ଓଜେଇଇ ଅନ୍ଲାଇନରେ ହେବ। ଚଳିତ ବର୍ଷ ଓଜେଇଇ କମ୍ପ୍ୟୁଟର ବେସଡ୍ ଟେଷ୍ଟ ବା ସିବିଟି ମାଧ୍ୟମରେ ହେବ। ଉଭୟ ପିଜି ଓ ୟୁଜି କୋର୍ସ ପାଇଁ ସିବିଟି ପଦ୍ଧତି ଲାଗୁ ହେବ। ଏନେଇ ଓଜେଇଇ ଆପେକ୍ସ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମେ’ ପ୍ରଥମ ସପ୍ତାହରେ ପ୍ରଥମ ଓଜେଇଇ ହେବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ, ଗତବର୍ଷ କେବଳ ପିଜି କୋର୍ସରେ CBT ପଦ୍ଧତି […]
ଭୁବନେଶ୍ୱର : ମୁମ୍ବାଇରେ ଅଦିନିଆ ରଥଯାତ୍ରାକୁ କଡ଼ା ଭାଷାରେ ନିନ୍ଦା କଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଶ୍ରୀ ଜଗନ୍ନାଥଙ୍କୁ ନେଇ କାହିଁକି ଏପରି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରି ଯିଏ କରିଛନ୍ତି ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ । ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଯତ୍ନବାନ ହେବା ଦରକାର ବୋଲି ସୁର କହିଛନ୍ତି। ସେହିଭଳି ଏହି ଘଟଣାକୁ ନେଇ ବିଜେପି ମଧ୍ୟ ତ୍ରୀବ ପ୍ରତିକ୍ରିୟା ପ୍ରକାଶ […]
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ଟାଙ୍କି ଦେବା ନେଇ ସିବିଆଇ ତଦନ୍ତ ସୁପାରିଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି IOCL ସିଜିଏମ୍ ପ୍ରୀତୀଶ ଭରତ। ସେ କହିଛନ୍ତି ଯେ, ଟିଟୋକୁ ପେଟ୍ରୋଲ ଟାଙ୍କି ଆବଣ୍ଟନ ପ୍ରକ୍ରିୟାରେ କିଛି ତ୍ରୁଟି ଥିଲା। ଏ ନେଇ ପେଟ୍ରୋଲିୟମ ମନ୍ତ୍ରାଳୟକୁ ଅବଗତ କରାଯାଇଥିଲା। ମନ୍ତ୍ରାଳୟ ନିର୍ଦ୍ଦେଶ ଆଧାରରେ ସିବିଆଇ ତଦନ୍ତ ସୁପାରିଶ କରାଯାଇଛି ବୋଲି କହିଛନ୍ତି IOCL ସିଜିଏମ୍। ତେବେ ପେଟ୍ରୋଲ ଟାଙ୍କି ହାତେଇବାରେ ରାଜନେତାଙ୍କ ଲିଙ୍କ୍କୁ ଅସ୍ୱୀକାର କରିଛନ୍ତି ସେ। IOCLର […]
କେନ୍ଦୁଝର: ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। କେନ୍ଦୁଝର ରାଇଘାଟୀ ପଞ୍ଚାୟତ ମଲ୍ଲୀସାହି ଗାଁର ବବ୍ରୁବାହନ ନାଏକ ଶୌଚ ପାଇଁ ଯାଉଥିବାବେଳେ ପାଖ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ଭାଲୁ ତାଙ୍କ ଦୁଇ ଗୋଡ଼ ଏବଂ ହାତକୁ ଆକ୍ରମଣ କରିବା ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟଲୋକେ ତାଙ୍କୁ ଭାଲୁ କବଳରୁ ରକ୍ଷା କରିଥିଲେ। ବର୍ତ୍ତମାନ ସେ ଉଦଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଖୋର୍ଦ୍ଧା (ବଳରାମ ଲେଙ୍କା) : କୁହାଯାଏ କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। ସମୟ ଆସିଲେ ମାଲିକ ପାଇଁ ନିଜ ଜୀବନ ଦେବାକୁ ବି ପଛାଇ ନ ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର କୁଦିଆରୀରେ। କୁଦିଆରୀର ସରୋଜ କୁମାର ସ୍ୱାଇଁ ଦୁଇଟି ପୋଷା କୁକୁର ରଖିଛନ୍ତି। ଏହି ପୋଷାକୁକୁର ଦୁଇଟି ଘର ବାହାରେ ବୁଲୁଥିଲେ।ଏହିସମୟରେ ଏକ ବିଷଧର ସାପ ସରୋଜ ଘର ଭିତରକୁ ପଶିଆସୁଥିଲା ଏହି ବିଷଧର ସାପ […]
ଭଦ୍ରକ (ପାର୍ଥ ସାରଥୀ ନାୟକ) : ଆଁଖୋ ସେ ଦିଲ୍ ମେଁ ଉତର୍କେ ତୁ ମେରେ ଧଡ଼କନ୍ ମେଁ ହୈ…। ହିନ୍ଦୀ ଫିଲ୍ମ ଫରିବର ଏହି ରୋମାଣ୍ଟିକ୍ ଗୀତର ତାଳେ ତାଳେ ମାତିଛନ୍ତି ଫରେଷ୍ଟର। ଚାଲିଛି ଟିକ୍ଟିକ୍ ଭିଡିଓ ସୁଟିଂ। ୟୁନିଫର୍ମରେ ଥିବାବେଳେ ଏମିତି ଅନେକ ଗୀତରେ ଟିକ୍ଟିକ୍ ଭିଡିଓ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଫରେଷ୍ଟର। ୟୁନିଫର୍ମରେ ଥିବାବେଳେ ଜଣେ ବନ କର୍ମଚାରୀଙ୍କ ଟିକଟକ୍ ଭିଡିଓ ଏବେ ସୋଶାଲ ମିଡିଆ ଭାଇରାଲ ହେଉଛି। ତାଙ୍କ ନାଁ […]
ଭୁବନେଶ୍ୱର : ଦଶମ ଶ୍ରେଣୀ ପିଲା ପଢ଼ିବେ ସଡ଼କ ସୁରକ୍ଷା ପାଠ। ଏନେଇ ପରିବହନ ବିଭାଗ ପକ୍ଷରୁ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଯେଉଁଠି ପାଠକ୍ରମ ନେଇ ଆଲୋଚନା ହୋଇଛି। କିପରି ପାଠ୍ୟକ୍ରମ ରହିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା । ଏହାସହ ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ରୋକିବା ନେଇ ଆଲୋଚନା ହୋଇଛି । ରାମେଶ୍ୱରରୁ ଚଣ୍ଡିଖୋଲ ଜାତୀୟ ରାଜପଥରେ INTRGRATED HIGHWAY MANAGMENT SYSTEM ଲାଗୁ […]
ଗଂଜାମ : ଗଂଜାମ ରମ୍ଭାଥାନା ଗୋପାଳପୁର ଅଂଚଳରେ ଚଢ଼ଉ। ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଏକ ଗୋଦାମ ଉପରେ ଏସଟିଏଫ୍ ପକ୍ଷରୁ ଚଢ଼ଉ କରାଯାଇଛି। ଗୋଦାମରୁ ୧୯୬ କ୍ୱିଣ୍ଟାଲ ଆମୋନିୟମ ନାଇଟ୍ରେଟ୍ ଜବତ ହୋଇଛି। ଏଥିସହ ୩୨ଶହ ଖଣ୍ଡ ଜିଲାଟିନ ଷ୍ଟିକ ଓ ୪୦୬ ଖଣ୍ଡ ଡିଟୋନେଟର ଜବତ କରାଯାଇଛି। ବେଆଇନ ବିସ୍ପୋରକ ସାମଗ୍ରୀ ରଖିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ବେଆଇନ ବିସ୍ଫୋରକ ସାମଗ୍ରୀ ମହଜୁଦ ସମ୍ପର୍କରେ ଖବର ପାଇଁ ଏସଟିଏଫ୍ ପକ୍ଷରୁ ଚଢ଼ଉ ହୋଇଥିଲା। ଯାଞ୍ଚବେଳେ […]
ଭୁବନେଶ୍ୱର : OUAT ଫାର୍ମରେ ବାର୍ଡ ଫ୍ଲୁ ପଜିଟିଭ୍ ଜଣାପଡିବା ପରେ ଜୋରଦାର ହେଲା କୁକୁଡ଼ା ମରା ଅଭିଯାନ। ଗତକାଲିଠୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ବି ଜାରି ରହିଛି। ଆଜି ଓୟୁଏଟି ଫାର୍ମ ଓ ଏହାର ୧ କିଲୋମିଟର ବ୍ୟାସାର୍ଦ୍ଧରେ ଆସୁଥିବା ଅଞ୍ଚଳରୁ ସବୁ କୁକୁଡ଼ା ମରାଯାଉଛି। ଏହାପରେ ତୁରନ୍ତ ବିଶୋଧନ କାମ ମଧ୍ୟ କରାଯାଉଛି । ଓୟୁଏଟିର ୧ କିଲୋମିଟରରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳରେ ରାପିଡ୍ ରେସପନ୍ସ ଟିମ୍ […]
ଗଂଜାମ : ଗଂଜାମ ଜିଲ୍ଲା ତପ୍ତପାଣୀ ଦୁର୍ଘଟଣାର ମୃତାହତଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରଙ୍କ ପ୍ରତି ସେ ସମବେଦନା ପ୍ରକାଶ କରିଛନ୍ତି । ଏହା ସହିତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗଂଜାମ ଜିଲ୍ଲା ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁର୍ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ […]
କଟକ: ଟାଙ୍ଗୀ ବଢ଼େଇସାହିରେ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନାବାଳିକାର ଘର କନମୀରା ଗାଁରେ କିନ୍ତୁ ତାଙ୍କ ପରିବାର ବଢ଼େଇସାହିରେ ଭଡ଼ାଘରେ ରହୁଥିଲେ। ତେବେ ଗତରାତିରେ ଘର ଭିତର ପଙ୍ଖାରେ ଝୁଲି ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହରୁ ଝିଅଟି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ। ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ। ଏହି ସମୟରେ ରାଜ୍ୟର ଉତ୍ତର ଏବଂ ଉପକୂଳ ଓଡିଶାରେ ବର୍ଷାର ପ୍ରଭାବ ଅଧିକ ରହିବ। କିନ୍ତୁ ୨୨ ତାରିଖରେ ସାରା ରାଜ୍ୟରେ ବର୍ଷାର ମାତ୍ରା ଅଧିକ ରହିବ। ଏହି ଲଘୁଚାପର ପ୍ରଭାବ ୨୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସିଏଏ ଏବଂ ଏନଆରସି କୁ ବିରୋଧ କରି ବହୁ ଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ରାଉରକେଲାରେ ଦେଖିବାକୁ ମିଳିଛି । ମୋର୍ଚ୍ଚାର କର୍ମୀମାନେ ବିଶ୍ରା ଛକଠାରେ ସକାଳ ୬ଟାରୁ ରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଥିଲେ। ପୁଲିସ୍ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ଉଠାଇବାକୁ ଉଦ୍ୟମ କଲାବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଅବରୋଧକାରୀଙ୍କୁ ପ୍ଲାଣ୍ଟ ସାଇଟ୍ ପୁଲିସ୍ ଉଠାଇ ନେଇଥିବା ବେଳେ ୩୬ ଜଣଙ୍କୁ ଗିରଫ ରଖିଛି। ଏଥିଯୋଗୁ […]
ମୟୂରଭଞ୍ଜ: ବୈଶିଙ୍ଗା ଥାନା ଢେଉଁଚାପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକମାନେ ହେଲେ ସନିଆ ମୁର୍ମୁ ଓ ତାଙ୍କ ପତ୍ନୀ ସୁମି ମୁର୍ମୁ। ସେମାନଙ୍କର ଏକ ଛୋଟ ଘର ଓ ଅଳ୍ପ ଜମି ଥିବା ବେଳେ କେହି ସନ୍ତାନ ନଥିବା ଜଣାପଡ଼ିଛି। ଏଥିପାଇଁ ସେମାନେ ଅନେକ ସମୟରେ ଦୁଃଖିତ ରହୁଥିବା ପଡ଼ୋଶୀ […]
ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ଦିନ ମହାପ୍ରଭୁଙ୍କର ଏହି ପଦ୍ମବେଶ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ମଉଳା ପଦ୍ମଫୁଲରେ ଏହି ବେଶ ଧାରଣ କରିବେ । ସପ୍ତଦଶ ଶତାଦ୍ଧୀରୁ ବଡଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ। ଭକ୍ତ ଓ ଭଗବାନଙ୍କ ସମ୍ପର୍କର ନିଦର୍ଶନ ସ୍ୱରୂପ ଏହି ପଦ୍ମବେଶ […]
ଭୁବନେଶ୍ୱର : ସ୍ମାର୍ଟସିଟିରେ ଦେଖାଦେଉଥିବା କୁତ୍ରିମ ବନ୍ୟା ପାଇଁ କେନ୍ଦ୍ର ଦାୟୀ । ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ସିଧାସଳଖ ଦାୟୀ କରି ବିହିତ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ଅାଉ ଏପଟେ ଛବି ସୁଧାରିବାକୁ ୭ଟି ନୂଅା ଡ୍ରେନ୍ ନିର୍ମାଣ ନାଁରେ ଅାଉ ଏକ ଫନ୍ଦି ବାହାର କରିଛି ବିଏମ୍ସି। ତେବେ ଏହି ୭ଟି ଡ୍ରେନ୍ କେତେ ସହାୟକ ହେବ, ତାକୁ ନେଇ ଛିଡ଼ା ହୋଇଛି ପ୍ରଶ୍ନବାଚୀ। ଉବୁଟୁବୁ ସ୍ମାର୍ଟସିଟି। ଭୁବନେଶ୍ୱର […]
ଭୁବନେଶ୍ୱର : ଏଣିକି ବସ୍ରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ରେ ପୁରୁଷ ବସିଲେ ଦେବାକୁ ପଡିବ ଜରିମାନା। ଏହାସହ କଟକଣା ଅବମାନନା କଲେ ମଧ୍ୟ ଦେବାକୁ ପଡିବ ଫାଇନ୍। ମଙ୍ଗଳବାର ୫ଟି ବସ୍ ମାଲିକ ସଂଘକୁ ନେଇ କମିଶନରେଟ୍ ପୁଲିସ୍ ତରଫରୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୁଲିସ୍ ଭବନରେ ଅନୁଷ୍ଠିତ ଏହି ବୈଠକରେ ମହିଳାଙ୍କ ସୁରକ୍ଷା ପାଇଁ ବସ୍ରେ ଏକ ଏମରଜେନ୍ସି ଫୋନ୍ ନମ୍ବର ରହିବ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ଏସ୍ପିଓ ହ୍ୱାଟ୍ସ […]
ବାଲେଶ୍ୱର : ସମ୍ବଲପୁର ଓ ବଲାଙ୍ଗିର ପରେ ଅାଜି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମାଛ ଗୋଦାମରେ ରେଡ୍। ବଜାରରେ ଗଚ୍ଛିତ ଥିବା ମାଛରେ ବିଷାକ୍ତ ଫର୍ମାଲିନ୍ ମିଶାଯାଉଛି କି ନାହିଁ ତାର ନମୂନା ଯାଞ୍ଚ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ବେଳେ ମତ୍ସ୍ୟ ବିଭାଗ ପକ୍ଷରୁ ୩ଟି ଟିମ୍ କରାଯାଇଥିଲା। ବିଷାକ୍ତ କେମିକାଲ୍ସ ମିଶିବା ଘଟଣା ପ୍ରଘଟ ହେବାପରେ ଏବେ ଉଭୟ ଗ୍ରାହକ ଓ ମାଛ ବ୍ୟବସାୟଙ୍କ ଉପରେ ଏହାର ପ୍ରଭାବ ପଡିଛି। […]
ମୋହନା/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ପାଳୁଖୋଳା ନିକଟସ୍ଥ ବ୍ରିଜ୍ ତଳକୁ ଏକ ବସ୍ ଓଲଟି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ରୁ ଅଧିକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ବେଳେ ଜଣେ ୧୨ ବର୍ଷର ଝିଅ ବି ଅଛନ୍ତି। ଆହତମାନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଉଛନ୍ତି ଅନେସା […]