ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ବିଭ୍ରାଟ ଅଭିଯୋଗର ଭିଜିଲାନ୍ସ ତଦନ୍ତ ହେଉ। +୨ ସେଣ୍ଟର ଫିକ୍ସିଂ ଅଭିଯୋଗକୁ ନେଇ ବର୍ଷିଛି ଅଭିଭାବକ ସଂଘ। ଦୁଇ ବିଧାୟକ ଏନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ନିର୍ଦ୍ଦିଷ୍ଟ କେତେକ କଲେଜକୁ ସେଣ୍ଟର କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି । କପି କରାଇ ପିଲାଙ୍କ ରେଜଲ୍ଟ ଭଲ କରିବା ପାଇଁ ହେରଫେର ହୋଇଛି । ଦୁଇ ବିଧାୟକଙ୍କ ଅଭିଯୋଗକୁ ନେଇ ବହୁ ଅଭିଭାବକ ଚିନ୍ତାରେ ଅଛନ୍ତି । ଏହା […]
ଭୁବନେଶ୍ୱର : ରାଜ୍ୟର ମେମୁ ଟ୍ରେନ୍ ସେବାକୁ ବୃଦ୍ଧି କରାଯାଇଛି। ପୁରୀ-ଅନୁଗୋଳ ଯାଉଥିବା ମେମୁ ଟ୍ରେନର ବଗି ସଂଖ୍ୟାକୁ ବଢ଼ାଯାଇଛି। ଆସନ୍ତା ୧୧ ତାରିଖରୁ ପୁରୀ-ଅନୁଗୋଳ ମେମୁରେ ୧୬ଟି ବଗି ରହିବ। ଯାହା ରାଜ୍ୟର ସବୁଠାରୁ ଲମ୍ବା ମେମୁ ହେବ। ସେହିଭଳି ଖୋର୍ଦ୍ଧାରୁ କେନ୍ଦୁଝରଗଡ଼ ପାସେଞ୍ଜରକୁ ମଧ୍ୟ ମେମୁରେ ପରିବର୍ତ୍ତନ କରାଯାଇଛି। ଯାହା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ଏହି ଦୁଇଟି ଟ୍ରେନ ଦ୍ୱାରା ଅଧିକ ଯାତ୍ରୀ ଏଣିକି ଯାତାୟତ କରିପାରିବେ। ଏନେଇ ଆଜି ବିଧିବଦ୍ଧ […]
ଭୁବନେଶ୍ୱର : ସଂଜୀବ ପାଣିଗ୍ରାହୀ ହେଲେ ଓଡ଼ିଶା ହାଇକୋର୍ଟର ବିଚାରପତି। ସଂଜୀବ ପାଣିଗ୍ରାହୀଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି। ତାଙ୍କ ନିଯୁକ୍ତି ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସଂଜୀବ ଏବେ ସୁପ୍ରିମକୋର୍ଟରେ ଆଇନଜୀବୀ ଅଛନ୍ତି। ତାଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟ ଜଜ୍ ସଂଖ୍ୟା ୧୫ ହେବ। ବଲାଙ୍ଗୀର ନିବାସୀ ସଂଜୀବ ପାଣିଗ୍ରାହୀ ବେଙ୍ଗାଲୁରୁରୁ ଏଲ୍ଏଲ୍ଏମ୍ ଡିଗ୍ରୀ ହାସଲ କରିଛନ୍ତି। ସେ ୧୫ ବର୍ଷ ଧରି ସୁପ୍ରିମ୍କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ […]
ବୌଦ୍ଧ/କଳାହାଣ୍ଡି/ଧର୍ମଗଡ଼ : କୋହଲା ପାଗ ସାଙ୍ଗକୁ ଅଦିନିଆ ବର୍ଷା ରାଜ୍ୟବ୍ୟାପୀ ଜନଜୀବନକୁ କରିଛି ଅସ୍ତବ୍ୟସ୍ତ। ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ୧୩ ଜିଲ୍ଲାକୁ ଜାରି କରିଛି ୟେଲୋ ଓ୍ୱାର୍ଣ୍ଣିଂ । ସେପଟେ ବତୁରା ଧାନକୁ ଧରି ମଣ୍ଡିରେ ଯମଯନ୍ତ୍ରଣା ଭୋଗୁଛି ଚାଷୀ। ସବୁଠି କୋହଲା ପବନ। ଅସ୍ତବ୍ୟସ୍ତ କରୁଛି ଝିପି ଝିପି ବର୍ଷା। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟବ୍ୟାପୀ ଅସମ୍ଭାଳ ସ୍ଥିତି। ଏଣେ ଚାଷୀଙ୍କ ପାଇଁ ପାଲଟିଛି ଯମ ଯନ୍ତ୍ରଣା । ବୌଦ୍ଧ ଜିଲ୍ଲାର ଧାନମଣ୍ଡି […]
ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ସପ୍ତାହବ୍ୟାପୀ ପାଳନ କରିବାକୁ ବିଜେଡି ନିଷ୍ପତ୍ତି ନେଇଥିବାବେଳେ ସରକାରୀସ୍ତରରେ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜୁ ଜୟନ୍ତୀରେ ୨୦ ଲକ୍ଷ ବିଜୁ ପକ୍କାଘର ବଣ୍ଟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ବିଜୁ ଜୟନ୍ତୀକୁ ଜୋରଦାର ଢଙ୍ଗରେ ପାଳନ ପାଇଁ ନିଷ୍ପତ୍ତି […]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କପିଳାସ ଚିଡ଼ିଆଖାନାରେ ବାଘ ଭଳି ମାଂସାଶୀ ପ୍ରାଣୀ ରଖିବାକୁ ପ୍ରସ୍ତାବ । ଏହାର ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି, ଏହି ଚିଡ଼ିଆଖାନା ପରିଦର୍ଶନରେ ଆସିଥିବା କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ । କପିଳାସ ଚିଡ଼ିଆଖାନା ପରିଦର୍ଶନ ପରେ କେନ୍ଦ୍ରୀୟ ଟିମ୍ର ସଦସ୍ୟ ଏହି ସୂଚନା ଦେଇଛନ୍ତି। ଚିଡ଼ିଆଖାନାରେ ସବୁ ଜୀବଜନ୍ତୁଙ୍କ ରହିବାର ବ୍ୟବସ୍ଥା, ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣର ସମୀକ୍ଷା କରି ମୂଲ୍ୟାୟନ କରିଛି ଏହି ଟିମ୍ । କପିଳାସ […]
ଢ଼େଙ୍କାନାଳ : ଆଜିଠାରୁ ଢ଼େଙ୍କାନାଳରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମେଳା । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଦେଶ ବିଦେଶରୁ ବହୁ ସାଧୁସନ୍ଥ ମାନଙ୍କର ଆଗମନ ହେବ । ଏହାସହିତ ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହେବ ଏହି ମହିମାଗାଦି । ଉଭୟ ବକ୍କଳ ଧାରୀ ଓ କୌପିନଧାରୀ ମହିମା ସମାଜ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମାଘ […]
ମାଲକାନଗିରି : ମାଲକାନଗିରିରେ ମାଓ ଦମନ ଅପରେସନରେ ସୁରକ୍ଷା କର୍ମୀଙ୍କୁ ବଡ଼ ଧରଣର ସଫଳତା । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ। ଗୋଟିଏ ମେସିନଗନ, ୩ଟି ଇନସାସ ରାଇଫଲ୍, ଗୋଟିଏ ଷ୍ଟେନଗନ୍, ବହୁ ପରିମାଣର ଗୁଳିଗୋଳା, ଭିଏଚଏଫ ସେଟ୍ କମ୍ ସ୍କାନର, ଟିଫିନ ବୋମା, ବିପୁଳ ମାଓ ପୁସ୍ତିକା ଓ ପୋଷାକ ସହ ବହୁ ସାମଗ୍ରୀ ଜବତ ହୋଇଛି । ଓଡ଼ିଶା ଇତିହାସରେ ଏହା ସର୍ବାଧିକ ଅସ୍ତ୍ରଶସ୍ତ୍ର ଜବତ […]
ଯାଜପୁର : ଭାଙ୍ଗିଲା ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରର ବହୁ ଚର୍ଚ୍ଚିତ ରଙ୍ଗଶାଳା । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ଭାଙ୍ଗି ମାଟିରେ ମିଶାଇଛି ପ୍ରଶାସନ। ଘଟଣାସ୍ଥଳରେ ୪ ମାଜିଷ୍ଟ୍ରେଟ ଓ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବାଲିଗିରି ଠାରେ ଥିବା ବିବାଦୀୟ ଗେଷ୍ଟ ହାଉସକୁ ଉଚ୍ଛେତ ପୂର୍ବରୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ହରିଦାସପୁର ସରପଞ୍ଚଙ୍କ […]
ରାଉରକେଲା : ରାଉରକେଲାରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କୁ ବୋମାମାଡ଼ ଘଟଣାରେ ନୂଆମୋଡ଼। କାଉନସିଲରଙ୍କୁ ବୋମାମାଡ଼ କରି ମାରିଦେବାକୁ ଥିଲା ଯୋଜନା। ଏଥିପାଇଁ ସୁପାରି କିଲରଙ୍କୁ ଦିଆଯାଇଥିଲା ୨୦ ଲକ୍ଷ ଟଙ୍କାର ସୁପାରି। ମୋଟା ଅଙ୍କର ସୁପାରି ଦେଇଥିଲେ ଜଣେ ବ୍ୟବସାୟୀ। ସମ୍ପୃକ୍ତ ବ୍ୟବସାୟୀଙ୍କ ସମେତ ୩ଜଣକୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ବେଳେ ଏଭଳି ସୂଚନା ମିଳିଛି।କାଲି ଉଦିତନଗର ଥାନା ବାସନ୍ତୀ କଲୋନୀରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତି ଓରଫ୍ ବୁଲୁଙ୍କ ଉପରେ ବୋମାମାଡ଼ […]
ସୁନ୍ଦରଗଡ଼ : ମହଙ୍ଗା ପଡ଼ିଲା ୬୦ ହଜାର ଲାଞ୍ଚ । ଆବାସିକ ସ୍କୁଲର ଅଧ୍ୟକ୍ଷଙ୍କ ସମେତ ୨ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ବହିଷ୍କୃତ ହୋଇଥିବା କର୍ମଚାରୀ ମାନେ ହେଲେ ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡ଼ାଇକ ଓ ପିଇଟି ଅମର ଅନନ୍ତ ପଟ୍ଟନାୟକ । ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି ସଚିବ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କିଛି ଦିନ ତଳେ ପାଚିକା ଚାକିରି ପାଇଁ ଜଣେ […]
ଭୁବନେଶ୍ୱର : ରାଜ୍ୟର ସବୁ ବସ୍ଷ୍ଟାଣ୍ଡଗୁଡ଼ିକର ହେବ ଉନ୍ନତୀକରଣ । ପ୍ରମୁଖ ବସ୍ଷ୍ଟାଣ୍ଡଗୁଡ଼ିକୁ ବିମାନ ବନ୍ଦର ଭଳି ଉନ୍ନତ କରାଯିବ । ସେଠାରେ ମଲ୍ଟିପ୍ଲେକ୍ସ ସହ ସପିଂ ମଲ୍ ସୁବିଧା ଯୋଗାଇ ଦିଆଯିବ। ଆଜି ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଆଜିଠୁ ଏହି ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ଯାତ୍ରୀଙ୍କ ଯାତାୟତକୁ ବ୍ୟବସ୍ଥିତ କରାଯିବା ସହ ସରକାରୀ ବସ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଭଳି ଭଲ ବ୍ୟବହାର ପ୍ରଦର୍ଶନ କରାଯିବ […]
ବ୍ରହ୍ମପୁର : ଜୁଆ ନିଶାରେ ମସଗୁଲ ପୁଲିସ କର୍ମଚାରୀ । ୟୁନିଫର୍ମରେ ଥାଇ ଟଙ୍କା ବାଜି ଲଗାଇ ଜୋରସୋରରେ ଚାଲିଛି ତାସ୍ ଖେଳ । ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏମିତି ଏକ ଭିଡିଓ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳର ଏବଂ ଖେଳୁଥିବା ଏହି ପୁଲିସ କର୍ମଚାରୀମାନେ ଧରାକୋଟ ଥାନାର ବୋଲି ଜଣାପଡ଼ିଛି । କୌଣସି ବ୍ୟକ୍ତି ଏ ଭିଡିଓକୁ ନିଜ ମୋବାଇଲ୍ କ୍ୟାମେରାରେ ରେକର୍ଡ କରି ସୋଶାଲ୍ ମିଡିଆରେ ଛାଡ଼ିବା ପରେ ଏହା ଭାଇରାଲ୍ […]
ଭୁବନେଶ୍ୱର : ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିବା ସତ୍ତ୍ୱେ ତା’ ଅଙ୍ଗ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଗଞ୍ଜାମ ଜିଲ୍ଲାର ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାର ଲୋକେ। ପ୍ରିୟଙ୍କାଙ୍କ ପରିବାର ସଦସ୍ୟଙ୍କ ନିଷ୍ପତ୍ତି ଯୋଗୁ କିଡନୀ ପ୍ରତିରୋପଣ କ୍ଷେତ୍ରରେ ରାଜ୍ୟରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରଥମଥର ଲାଗି ରାଜ୍ୟରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ସଫଳ ହୋଇ ଜଣେ ରୋଗୀଙ୍କ ଜୀବନ ବଞ୍ଚିଛି। ଫଳରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ଓ କଟକ ଏସ୍ସିବି ଇତିହାସରେ ଯୋଡ଼ି ହୋଇଯାଇଛି […]
ପୁରୀ : ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ବୀରଗୋବିନ୍ଦପୁର ଦକ୍ଷିଣକାଳୀ ମନ୍ଦିରରେ ଗତକାଲି ରାତିରେ କେହି କଳାକନା ବୁଲାଇ ଦେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ମାଆଙ୍କ ରୁପା ମୁକୁଟ ସହ ଅଳଙ୍କାର ଲୁଟି ନେଇଛନ୍ତି। ଏହାସହ ହୁଣ୍ଡି ଭାଙ୍ଗି ଟଙ୍କା ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ପୂଜକ ମନ୍ଦିରକୁ ଆସିବା ପରେ ଘଟଣା ଜଣାପଡ଼ିଥିଲା। ଏନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ୍ ମନ୍ଦିରକୁ ଯାଇ ଘଟଣାର ତଦନ୍ତ […]
ଭବାନୀପାଟଣା/ମାଲକାନଗିରି/ରାୟଗଡ଼ା/କନ୍ଧମାଳ: ପାଣି ଘେରରେ କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ। ଏଇ ଚାରି ଜିଲ୍ଲାରେ ଏକ ପ୍ରକାର ଠପ୍ ହୋଇଯାଇଛି ସାଧାରଣ ଜୀବନଯାତ୍ରା। ରାୟଗଡ଼ା ଜିଲ୍ଲା ଭାଲୁମାସ୍କାରେ ରେଳ ଧାରଣା ଉପରେ ପ୍ରବଳ ବେଗରେ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ଷ୍ଟେସନ୍ ନିକଟରେ ଅଟକି ରହିଥିଲା ହୀରାଖଣ୍ଡ ଏକ୍ସପ୍ରେସ୍। ରାୟଗଡ଼ା-କୋରାପୁଟ ଓ ରାଉଳି-ଲେଲିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ସେଠାରେ ହୀରଖଣ୍ଡ ପ୍ରାୟ ୭ ଘଣ୍ଟା ଅଟକି ରହିଥିଲା। ଟିକିରିରେ ଅଟକି […]
ଭୁବନେଶ୍ୱର : ପୁଣି ପାଗରେ ପରିବର୍ତ୍ତନ । ଶୀତ, ବର୍ଷା, ଶୀତ ପରେ ପୁଣି ପାଗ କୋହଲା । ପାଣିପାଗ ବିଭାଗର ସୂଚନା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ତରଫର ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ସୋନପୁର, ଅନୁଗୁଳ, ନୟାଗଡ଼, କଟକ, ଦେବଗଡ଼, […]
ଭୁବନେଶ୍ୱର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ କରାଯାଇଛି। ବଡ଼ି ଭୋରରୁ ହିଁ ଏହାର ପ୍ରଭାବ ସମ୍ବଲପୁର ସମେତ ବୌଦ୍ଧ ଓ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି। ସମ୍ବଲପୁରର କ୍ଷେତରାଜପୁର ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ପହଞ୍ଚି ବିକ୍ଷୋଭ କରିବା ସହ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକାଇଛନ୍ତି । ସେହିପରି ବୌଦ୍ଧରେ, ଦୋକାନ ବଜାର ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ଝାରସୁଗୁଡ଼ାରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ […]
ଭୁବନେଶ୍ୱର : ଆଜିଠାରୁ ଦୁଲକିବ ଖଣ୍ଡଗିରି କୁମ୍ଭମେଳା । ରଙ୍ଗୀନ ରଙ୍ଗ ମଞ୍ଚରେ ମଞ୍ଚସ୍ଥ କରିବାକୁ ଯାଉଛନ୍ତି ୨ ସୁନାମ ଧନ୍ୟ ଯାତ୍ରା ପାର୍ଟି । ଆଜି କଳିଙ୍ଗ ଗଣନାଟ୍ୟ ଏବଂ କୋଣାର୍କ ଗଣନାଟ୍ୟ ଚଳିତ ବର୍ଷର ସୁପରହିଟ ନାଟକ ପରିବେଷଣ କରିବେ । ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ଜାଗମରା ପକ୍ଷରୁ କଳିଙ୍ଗ ଗଣନାଟ୍ୟ ଏବଂ ସନାତନ ସେବା ସମିତି ପକ୍ଷରୁ କୋଣାର୍କ ଗଣନାଟ୍ୟ ମଂଚସ୍ଥ କରିବ । ଟିକଟର ଦାମ ରହିଛି ୨ଶହ, ୧୫୦ […]
କଟକ : ଗତକାଲି ବିଳମ୍ବିତ ରାତିରେ SCBରେ ପୁଣି ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି । ସେ ହଂକଂରେ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ । କୌଣସି କାର୍ଯ୍ୟରେ ଚୀନ୍ ଯାଇ ଜାନୁଆରୀ ୨୪ରେ ଘରକୁ ଫେରିଥିଲେ। ଏବେ SCBରେ ମୋଟ ୨ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଣି ଲଜ୍ଜା। ନାବାଳିକାକୁ ଅସଦାଚରଣ କରି ଗିରଫ ହୋଇଛି ଜାଗୁଲାଇପଡ଼ାର ଦିଲୀପ ବେହେରା ନାମକ ଜଣେ ବ୍ୟକ୍ତି। ବଳଭଦ୍ର ଜୀଉଙ୍କ ରଥ ଦାଣ୍ଡରୁ ସାସ୍କୃତିକ କାର୍ଯ୍ୟକ୍ରମ ଦେଖି ଫେରୁଥିବା ବେଳେ ସେହିଗ୍ରାମର ଜଣେ ନାବାଳିକାକୁ ଅସଦାଚରଣ କରିଥିଲା ଦିଲ୍ଲୀପ। ଏ ନେଇ ନାବାଳିକା ଜଣକ କାନ୍ଦି ତାଙ୍କ ଘରେ କହିବାରୁ, କେନ୍ଦ୍ରାପଡ଼ା ଥାନାରେ ଏତଲା ଦେଇଥିଲେ ତାଙ୍କ ପରିବାର ଲୋକ। ଏହାକୁ ଭିତ୍ତିକରି ପୁଲିସ ଅାସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। […]
ପୁରୀ : ପୁରୀରେ ଛାତ୍ରଙ୍କୁ ଗୁଳିମାଡ଼ ପରେ ଉତ୍ତେଜନା । ଗତରାତିରେ ହେରାଗୋହରୀ ସାହି ବୋର୍ଡିଂ ଛକ ଦେଇ ସାଇକେଲ୍ରେ ଯାଉଥିବା ବେଳେ ଆୟୁର୍ବେଦ କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଜନ୍ମେଜୟ ମନ୍ତ୍ରୀଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଦୁଇଜଣ ଦୁର୍ବୃତ୍ତ ବାଇକ୍ରେ ଆସି ପ୍ରଥମେ ତାଙ୍କ ମୋବାଇଲ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ତେବେ ଏଥିରେ ବିଫଳ ହେବାରୁ ତାଙ୍କୁ ମାଡ଼ ମାରିବା ସହ ଦୁର୍ବୃତ୍ତ ମାନେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ […]
ମାଲକାନଗିରି : ଲଘୁଚାପ ବର୍ଷାରେ ମାଲକାନଗିରିରେ ବେହାଲ ଜନଜୀବନ। ଗତକାଲି ରାତି ଠାରୁ ବର୍ଷାର ପରିମାଣ କମିଛି। ତେବେ ଏବେବି ସାବେରୀ ନଦୀ ପୋଲ ଉପରେ ୭ଫୁଟ୍ ଉଚ୍ଚରେ ପାଣି ଯାଉଛି। ଫଳରେ ମାଲକାନଗିରିରୁ ଛତିଶଗଡର ସୁକମା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେପଟେ ବଣ୍ଡା ଘାଟିରେ ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଛି। ମୁଦୁଲିପଡ଼ା ଓ ଅଣ୍ଡରାବାହାଲ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଖଇରପୁଟରେ ଜମିକୁ ଚାଷ କରିବାକୁ ଯାଇଥିବାବେଳେ ନଦୀରେ ଭାସି […]
କୋଣାର୍କ : ଜଳବନ୍ଦୀ କୋଣାର୍କ ସୂର୍ଯ୍ୟ ମନ୍ଦିର। ମନ୍ଦିର ପରିସରରେ ଜମି ରହିଛି ୩ ଫୁଟରୁ ଅଧିକ ଉଚ୍ଚର ପାଣି। ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଏହି ବିଶ୍ୱ ଐତିହ୍ୟ ଜଳାର୍ଣ୍ଣବ ହୋଇପଡିଛି। ଜଳ ନିଷ୍କାସନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ୪ଟି ପମ୍ପ ଲଗାଯାଇଥିଲେ ହେଁ ତାହା ପର୍ଯ୍ୟାପ୍ତ ହେଉନାହିଁ। ମନ୍ଦିର ମୁଖ୍ୟ ଫାଟକ ଅାଗରେ ପାଣିର ସୁଅ ଛୁଟୁଛି। ପାଣି ଭିତରେ ପର୍ଯ୍ୟଟକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। […]
ବ୍ରହ୍ମପୁର : ବାଟବଣା କାଳିଆ ଟଙ୍କା । କାଳିଆ ଯୋଜନାରେ ସହାୟତା ପାଇବାକୁ ହିତାଧିକାରୀ ନିଜ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସହ ଦରଖାସ୍ତ ଭରିଲେ। କିନ୍ତୁ ସରକାର ପଠାଇଥିବା ଟଙ୍କା ଗଲା ଆଉ ଜଣଙ୍କ ଜମାଖାତାକୁ। ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ସିଙ୍ଗିପୁରରୁ। ଜଣେ କି ଦୁଇ ଜଣ ନୁହେଁ, ଜାହାଡ଼ା ପଞ୍ଚାୟତର ୯୪ ଜଣ ଚାଷୀଙ୍କ ପ୍ରାୟ ୧୦ ଲକ୍ଷ କାଳିଆ ଟଙ୍କା ହେରଫେର ହେବା ପରେ, ଏକ ବଡ଼ ଧରଣର ଚଞ୍ଚକତା ସାମ୍ନାକୁ ଆସିଛି […]