ଭୁବେନଶ୍ୱର: ରାଜଧାନୀରେ ଡ୍ରେନେଜ୍ ସମସ୍ୟା ନେଇ ପୁଣି ବିଏମସିର କାରଣ ଦର୍ଶାଅ ନୋଟିସ୍। ୮ ନମ୍ବର ଡିଏଭି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଭୁବନେଶ୍ୱର ମହାନଗର ନିଗମ ଉଦ୍ବେଗ ପ୍ରକାଶ କରିଛି। ବେଆଇନ୍ ଭାବେ ଡିଏଭି କର୍ତ୍ତୃପକ୍ଷ ରାସ୍ତା ଉପରେ ଇଟାବାଲି ସହ ଅଳିଆ ଜମା କରୁଥିବାରୁ ଏହା ଡ୍ରେନ୍ ପାଣିରେ ମିଶି ସମସ୍ୟା ସୃଷ୍ଟି କରୁଥିବା ଚିଠିରେ ଉଲ୍ଲେଖ ରହିଛି। ଏହି କାରଣରୁ କ’ଣ ପାଇଁ ଜରିମାନା ଆଦାୟ କରାଯିବନି, ୭ ଦିନ ମଧ୍ୟରେ ନୋଟିସର […]
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର କୌଣସି କାରଖାନା ନୁହେଁ। ବଂଶଗତ ସେବା ପରମ୍ପରା ରକ୍ଷା ହେବା ଆବଶ୍ୟକ। ସେବା ପରମ୍ପରା ବ୍ୟବସ୍ଥିତ ଢଙ୍ଗରେ ହେବା ଉଚିତ୍। ଗତକାଲି ପୁରୀ ଗୋବର୍ଦ୍ଧନ ମଠରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ମନ୍ତବ୍ୟ ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏହାସହ କହିଛନ୍ତି ଯେ ଜଗନ୍ନାଥ ମନ୍ଦିର ଗାନ୍ଧିଜୀଙ୍କ ସମାଧିର ରୂପ ଧାରଣ ନକରୁ। ସେବାୟତଙ୍କୁ ଆର୍ଥିକ ବିପନ୍ନତାରୁ ରକ୍ଷା କଥା ଚିନ୍ତା କରାଯାଉ। ସେବାୟତଙ୍କ ଲାଗି ଶିକ୍ଷା ସଂସ୍କାର ପ୍ରକଳ୍ପ […]
ଭୁବନେଶ୍ୱର: ଅଚାନକ ଝଡ଼ ଛଡ଼ାଇ ନେଲା ବାପ ଅଜା ଅମଳର ଝାଟିମାଟିର ଆଶ୍ରୟ। ଏବେ ସାହା ପାଲଟିଛି ୪ ଫୁଟିଆ ପାଇଖାନା ଘର। କେନ୍ଦ୍ରାପଡ଼ା ଜିଲ୍ଲା ରଘୁଦେଇପୁର ଗାଁରେ ଦେଖିବାକୁ ମିଳିଛି ଏମିତି ସ୍ଥିତି। ଚାହୁଁ ଚାହୁଁ ସର୍ବଗ୍ରାସୀ ଝଡ଼ ଫୋନିକୁ ବିତିଗଲାଣି ୨ ସପ୍ତାହ। ହେଲେ ସେ ଅକସ୍ମାତ ଝଡ଼ ଯେ, ସବୁଦିନ ପାଇଁ ହସଖୁସିର ଜୀବନରେ ଝଡ଼ର ପାହାଡ଼ ସୃଷ୍ଟି କରିଦେବ ତାହା ତିଳେମାତ୍ର କଳ୍ପନା କରି ନ ଥିଲେ, ରଘୁଦେଇପୁର ଗାଁର ସର୍ବହରା […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଧାନ କ୍ଷେତରେ ବାର୍ହା ଉପଦ୍ରବ ଯୋଗୁଁ ନଷ୍ଟ ହୋଇଛି ଏକର ଏକର ଧାନ ଫସଲ। ଲଲଲହ ହେଉଥିବା ପାଚିଲା ଧାନ ଖାଇ ନଷ୍ଟ କରିଛନ୍ତି ବାର୍ହା। ଏବେ ବାର୍ହା କବଳରୁ ବଳକା ଧାନ ବଞ୍ଚାଇବା ବି ମୁସ୍କିଲ ହୋଇପଡ଼ିଛି । ବାର୍ହା ଉପଦ୍ରବ ରୋକିବା ଦିଗରେ ବନ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି । କେମିତି ଧାର କରଜ ଶୁଝିବେ, ସେଇ ଚିନ୍ତାରେ ଚାଷୀଙ୍କ […]
କେନ୍ଦୁଝର: ଖଣିଜ ପଦାର୍ଥ ଉତ୍ତୋଳନରେ ହୋଇଥିବା ଅନିୟମିତତା ମାମଲାରେ ମାଲା ରାୟଙ୍କ ସମେତ ୧୫ଖଣି ଲିଜଧାରୀଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଝଟ୍କା ଲାଗିଛି। କ୍ଷତିପୂରଣ ଦାଖଲ ପାଇଁ ରାଜ୍ୟ ସରକାର କରିଥିବା ନୋଟିସ୍ ବିରୋଧରେ ୧୫ ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜଧାରୀ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରଣାଳୟର ଟ୍ରିବ୍ୟୁନାଲ୍ର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଏମ୍ଏମ୍ଡିଆର ଆଇନ ୧୯୫୭ ଅଧୀନରେ କେନ୍ଦ୍ର ଖଣି ଓ ଖଣିଜ ବିଭାଗର ଅଭିଯୋଗ ଶୁଣାଣି […]
ପୁରୀ: ଚନ୍ଦ୍ରଗ୍ରହଣ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ନୀତି ନିର୍ଘଣ୍ଟ କରାଯାଇଛି। ଭୋର ୫ଟାରୁ ଦ୍ୱାରଫିଟା ହେବ। ମଙ୍ଗଳ ଅାଳତୀ ୫ଟା ୪୦ରେ କରାଯାଇ ମଇଲମ, ତଡପଲାଗି, ଅବକାଶ ନୀତି ପରେ ସକାଳ ୯ଟାରେ ଗୋପାଳ ବଲ୍ଲଭ ଏବଂ ଅନ୍ୟାନ୍ୟ ନୀତି କରାଯିବ। ୯ଟା ୩୦ରୁ ୧୦ଟା ୩୦ରେ ଭିତରେ ସକାଳଧୂପ ହେବ। ତା’ ପରେ ଭୋଗମଣ୍ଡପରେ ମହାପ୍ରସାଦ ବାହାରିବା ସହ ମଧ୍ୟାହ୍ନ ଧୂପ, ଦକ୍ଷିଣି ଘରଭୋଗ ଏବଂ ୨ଟା ୫୪ ମିନିଟରେ ମଇଲମ […]
ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ତୁଣ୍ଡ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ଦାମ ରାଉତ। କହିଛନ୍ତି ଏଥର ଓଡ଼ିଶାରେ କେହି ପାଇବେନି ବହୁମତ। ଏଠି ଝୁଲା ବିଧାନସଭା ହେବ। ତେବେ ମେଣ୍ଟ ସରକାର ହେଲେ ଓଡ଼ିଶାରେ ଅଫିସର ରାଜ୍ ସରିବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ତା’ସହ ଗତଥର ରାଜ୍ୟରେ ଗୋଟିଏ ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିବା ବିଜେପି ଏଥର ୧୩ରୁ ୧୪ଟି ଆସନ ପାଇବ ବୋଲି ଆକଳନ କରିଛନ୍ତି […]
ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବରି, ସୁକିନ୍ଦା, ଧର୍ମଶାଳା ଓ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ୯ଟି ବୁଥ୍ରେ ୧୯ ତାରିଖରେ ହେବ ସାନି ମତଦାନ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମତଦାନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦି କରାଯାଇ ଯାଞ୍ଚ କଡ଼ାକଡ଼ି କରାଯାଉଛି । ଏହାଛଡ଼ା ୯ ପ୍ଲାଟୁନ ଫୋର୍ସ, ୨ଜଣ ଆଡିସନାଲ ଏସପି, ୪ଜଣ ଡିଏସପି ଓ ୭ଟି ମୋବାଇଲ ପୋଲିସ ପାର୍ଟି […]
ଭୁବନେଶ୍ୱର: ଫୋନି ବାତ୍ୟା ବେଳେ ରାଜ୍ୟର ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ଦାବି ଅବାସ୍ତବ । ଏହା କହିଛନ୍ତି ୧୯୯୯ ମହାବାତ୍ୟା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ତଥା ବର୍ତ୍ତମାନର ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗ । ଓଟିଭି ଖୋଲାକଥାକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଗମାଙ୍ଗ କହିଛନ୍ତି, ୯୯ ମହାବାତ୍ୟା ବେଳେ ସୂଚନା ପ୍ରଯୁକ୍ତି ଏତେ ଶକ୍ତିଶାଳୀ ନ ଥିଲା। ତେବେ ଏହାର ୨୦ ବର୍ଷ ପରେ ବି ବାତ୍ୟାକୁ […]
ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ବୀମା ପ୍ରଦାନ ଉପରେ ଗୁରୁତ୍ୱ । ଅଯଥା ଡକୁମେମେଣ୍ଟ ନ ମାଗି ସରଳ ଉପାୟରେ ବୀମା ଟଙ୍କା ପ୍ରଦାନ କରିବାକୁ ସମସ୍ତ ବୀମା କଂପାନୀଙ୍କୁ କୁହାଯାଇଛି। କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀ, ଚାଷୀ, କ୍ଷୁଦ୍ରଶିଳ୍ପ, ହୋଟେଲ ମାଲିକ ପ୍ରାଥମିକ ଡକ୍ୟୁମେଣ୍ଟ ଦେଇ ବୀମା ଟଙ୍କା ପାଇପାରିବେ । ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରାଯିବ । ଛୋଟ ଛୋଟ ବ୍ୟବସାୟୀଙ୍କୁ ଋଣର ରିଷ୍ଟ୍ରକଚର କରି ସରଳ ଉପାୟରେ ଋଣ ଦିଆଯିବ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା କୁକୁଡାଙ୍ଗ ଗାଁରେ ମଦବିକ୍ରିକୁ ବିରୋଧ କରି ମହିଳାମାନେ ମଦଭାଟିର ଆସବାବପତ୍ର ଭାଙ୍ଗିବା ସହ ପାଉଚ ଫୋପାଡି ଦେଇଛନ୍ତି। ଉତ୍ତ୍ୟକ୍ତ ମହିଳାମାନେ ମଦଭାଟିରେ ମଧ୍ୟ ନିଆଁ ଲଗାଇଦେଇଥିଲେ। ଗାଁ ନିକଟରେ ମଦଭାଟି ଥିବାରୁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ମଦଭାଟିକୁ ଉଚ୍ଛେଦ କରିବା ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନାହିଁ। ଆଗାମୀ ଦିନରେ ଯଦି ମଦଭାଟି ଉଚ୍ଛେଦ କରା ନଯାଏ ତେବେ ଆନ୍ଦୋଳନକୁ […]
ପୁରୀ: ପ୍ରକୃତିର ତାଣ୍ଡବ ପରେ ଦୁର୍ଦ୍ଦଶା ଆସିବା ନିଶ୍ଚିତ। ତେବେ କେଉଁଠି କେଉଁ ରୂପରେ ଆସିବ ତାହା କହିବା ମୁସ୍କିଲ । ପୁରୀ ଜିଲ୍ଲାରେ ଫୋନିର କ୍ରୁର ଆକ୍ରମଣ ପରେ ଦାଉ ସାଧୁଛି ଝାଡ଼ାବାନ୍ତି । ଦୂଷିତ ପାଣି ବ୍ୟବହାର କରି ଶତାଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଜଳଉତ୍ସ ସବୁ ପ୍ରଦୂଷିତ ହୋଇଥିବା କଥା ବି ଖୋଦ୍ ରାଜ୍ୟ ସରକାର ଶକ୍ତି ଓ ଶ୍ରମମନ୍ତ୍ରୀ ଗତକାଲି ସ୍ୱୀକାର କରିଛନ୍ତି। ପ୍ରତିକାର ପାଇଁ […]
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନିର୍ମାଣ ହେବ ଆଉ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ। ଆଜି କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ବାତ୍ୟା ଆଶ୍ରୟସ୍ଥଳରେ ୨ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। ସେହିଭଳି ଫୋନି ଦ୍ୱାରା କ୍ଷତିଗ୍ରସ୍ତ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ମରାମତି ପାଇଁ ୨ ଲକ୍ଷ ମିଳିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, […]
ଭୁବନେଶ୍ୱର: ଦିଲ୍ଲୀ ସ୍ପେଶାଲ ସ୍କ୍ୱାଡ୍ ହାତରେ ଧରାପଡିଥିବା ବାଂଲାଦେଶୀ ଡକାୟତଙ୍କ ଲିଙ୍କ୍ ଭୁବନେଶ୍ୱରରେ ରହିଛି। ଏକଥା ଜଣାପଡ଼ିବା ପରେ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କମିଶନରେଟ ପୁଲିସର ଏକ ଟିମ୍ ଦିଲ୍ଲୀ ଗସ୍ତ କରିଛି। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କଲେ ଲୁଟ୍ର ବହୁ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ ଆଶା କରିଛି। ଅନ୍ୟପକ୍ଷରେ ଦିଲ୍ଲୀ ସ୍ପେଶାଲ ସ୍କ୍ୱାଡ୍ ହାତରେ ଧରାପଡ଼ିଥିବା ଦୁଇ ବାଂଲାଦେଶୀ ଡକାୟତ କେବଳ ଭୁବନେଶ୍ୱର ନୁହେଁ ଦିଲ୍ଲୀ, ବେଙ୍ଗାଲୁରୁ ଓ ଗୋଆରେ […]
ଝାରସୁଗୁଡା: ଝାରସୁଗୁଡା ବିମାନ ବନ୍ଦର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଥିପାଇଁ ନିର୍ମାଣ କାମ ଶେଷ ହେବା ସହ ବିମାନ ବନ୍ଦରର ଲାଇସେନ୍ସ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସଂସଦରେ ଉତ୍ତର ରଖିଛନ୍ତି। ଏଥିସହ ଝାରସୁଗୁଡ଼ା ବିମାନ ବନ୍ଦରର ନାମ ପରିବର୍ତ୍ତନ ପ୍ରସଙ୍ଗରେ ଉତ୍ତର ରଖାଯାଇଛି। ସାଧାରତତଃ ବିମାନ ବନ୍ଦର ନାମକରଣ ନେଇ ରାଜ୍ୟ ସରକାରଙ୍କ ସୁପାରିଶ ପରେ ବିଧାନସଭାରେ ପ୍ରସ୍ତାବ ପାରିତ ହେବା ଦରକାର। […]
ପୁରୀ: ହରିଣଙ୍କ ପାଇଁ ବନବିଭାଗର ଚିନ୍ତା ବଢିଯାଇଛି। ବାଲୁଖଣ୍ଡ ଏବଂ ଆସ୍କା ହରିଣଙ୍କ ପାଇଁ ବନ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଛି। ବିଧ୍ୱସ୍ତ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ପାଇଁ ଛାମୁଡିଆ ହେବ। ବର୍ଷା ଦିନ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ଜଙ୍ଗଲ ଜଳାଶୟ ପୂରଣ । କରାଯିବ ହରିଣଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ବାଲୁଖଣ୍ଡରେ ଡ୍ରୋନ ଅପରେସନ ଆରମ୍ଭ କରାଯିବ। ଆସ୍କା କୃଷ୍ଣସାର ମୃଗଙ୍କ ପାଇଁ ୫୦ ଏକର ଜାଗା କିଣିବ ବନ ବିଭାଗ । ୫୦ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଫୋନି ବାତ୍ୟା ପରବର୍ତ୍ତୀ ରିଲିଫ, ଥଇଥାନ ଓ ପୁଃନରୁଦ୍ଧାର କାମରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ନରସିଂହ କହିଛନ୍ତି ଫୋନିରେ ବାସ୍ତବ କ୍ଷୟକ୍ଷତି ଆକଳନ ହେଉଥିବା ପରିମାଣଠୁ ଯଥେଷ୍ଟ ଅଧିକ। ତେଣୁ କେନ୍ଦ୍ର ସରକାର ଏହାକୁ ଜାତୀୟ ବିପତ୍ତି ଘୋଷଣା କରନ୍ତୁ। ଅନ୍ୟପଟେ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ନିକଟରେ ଦାବି କରିବା ସହ ଚିଠି ଲେଖିବା ଦରକାର ବୋଲି […]
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଯୁବକ ନବବଧୂଙ୍କ ତଣ୍ଟିକାଟି ହତ୍ୟା କରିବା ପରେ ନିଜେ ମଧ୍ୟ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବିବାହର ୧୦ ଦିନ ପରେ ନବବଧୂ ଜଣଙ୍କ ସ୍ୱାମୀଙ୍କ ସହ ବୁଗୁଡ଼ା ଥାନା ଅନ୍ତର୍ଗତ ଏ. କରଡ଼ାବାଡ଼ି ସ୍ଥିତ ତାଙ୍କ ବାପ ଘରକୁ ଆସିଥିଲେ। ଯୁବକ ଜଣଙ୍କ ମଧ୍ୟ ସେହି ଗାଁର। ଯୁବକ […]
ପୁରୀ: ବାତ୍ୟା ଫୋନି ଉଜାଡି ଦେଇଛି ବହୁ ଲୋକଙ୍କ କୂଳ ବେଉସା । କ୍ଷତିଗ୍ରସ୍ତ କୌଳିକ ବୃତ୍ତି ମଧ୍ୟରୁ ଗୋଟିଏ ହେଉଛି କୁମ୍ଭାରଙ୍କ କୁମ୍ଭକାର ସେବା । ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥଙ୍କ ସେବା ପୂଜା ସହ ସହ ପ୍ରତ୍ୟକ୍ଷ ଜଡିତ ଥିବା ପୁରୀ କୁମ୍ଭାରପଡ଼ାର ମାଟି କୁଡ଼ୁଆ କାରିଗରଙ୍କ କୁମ୍ଭାର ଶାଳକୁ ନିଶ୍ଚିହ୍ନ କରିଛି ବାତ୍ୟା ଫୋନି । ଫଳରେ ଆଗକୁ ସେମାନେ କେମିତି କୁଡୁଆ ତିଆରି କରିବେ ଏବେ ସେ ଚିନ୍ତା ଖାଲି କୁମ୍ଭକାରଙ୍କୁ […]
ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫୋନି ଯିବାରେ ୧୦ ଦିନ ବିତିଗଲାଣି। ହେଲେ ଚାଷୀ କ୍ଷେତରୁ ଏଯାଏଁ କ୍ଷତ ଲିଭିନି। ପାନ, ନଡ଼ିଆ, କଦଳୀ ଭଳି ଅର୍ଥକରୀ ଫସଲ ହେଉ କି ଡ଼ାଳୁଅ ଧାନ, ଏସବୁକୁ ଯେମିତି ସମୂଳେ ଧ୍ୱଂସ କରିଦେଇଛି ବାତ୍ୟା ଫୋନି। କ୍ଷତିଗ୍ରସ୍ତ ଉପକୂଳ ଓଡ଼ିଶାରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିଲେ ବି ଭୀଷଣ କ୍ଷତିର ସମ୍ମୁଖୀନ ହୋଇଥିବା ଚାଷୀ ତା’ର ଅଣ୍ଟା କେବେ ସଳଖିବ, ତାହା ଏବେ ପ୍ରଶ୍ନ ଘେରରେ। କେଉଁଠି ପୋଟଳ […]
ଭୁବନେଶ୍ୱର: ଫୋନି ବାତ୍ୟାରେ ଗୃହଶୂନ୍ୟଙ୍କୁ ମିଳିବ ପକ୍କା ଘର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଯେଉଁମାନଙ୍କ ଘର ଧ୍ୱଂସ ପାଇଥିବ ବା ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ସେମାନେ ଏହି ସୁବିଧା ପାଇବେ । ଏଥିପାଇଁ ଆସନ୍ତା ୧୫ ତାରିଖରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଜୁନ ଏକ ତାରିଖରୁ ଘର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅତି କ୍ଷତିଗ୍ରସ୍ତ ବ୍ଲକରେ ଉଚ୍ଚପଦସ୍ଥ […]
ଭୁବନେଶ୍ୱର: ବିଦ୍ୟୁତ୍ ପୁନଃସଂଯୋଗ ନେଇ ସରକାରଙ୍କ କଥା ଓ କାମର ଗୁମର ଖୋଲିଲେ ଖୋଦ୍ ବିଭାଗୀୟ କର୍ମଚାରୀ। ରାଜଧାନୀର ଯେଉଁ ଗୁରୁତ୍ୱପୂର୍ଣ ସ୍ଥାନଗୁ଼ଡିକୁ ବିଜୁଳି ଦେଇଥିବାର ଦାବି କରାଯାଉଥିଲା ସେଇ ସ୍ଥାନରେ ହିଁ କାମ ସରି ନ ଥିବା ଚିତ୍ର ସାମନାକୁ ଆସିଛି। ଏହାପରେ ଆଜି ସୁଦ୍ଧା ଭୁବନେଶ୍ୱରରେ ସବୁ ଉପଭୋକ୍ତାଙ୍କ ଘରେ ବିଜୁଳି ଦେବାର ଘୋଷଣାର ବାସ୍ତବତାକୁ ନେଇ ଉଠିଛି ପ୍ରଶ୍ନ । ବିଜୁଳି ଦେବାର ପ୍ରତଶ୍ରୁତି ନ ରଖିବାରୁ ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ […]
ଭୁବନେଶ୍ୱର: ଭୁବନେଶ୍ୱର ଇସ୍କନ ମନ୍ଦିର ନିକଟରେ ଥିବା ହୋଟେଲ ପ୍ରେସିଡେନ୍ସିକୁ ବିଏମ୍ସିର କାରଣ ଦର୍ଶାଅ ନୋଟିସ। ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାସ୍ତାକୁ ଏହି ହୋଟେଲ କର୍ତ୍ତୃପକ୍ଷ ମାଡି ବସିଥିବାରୁ ଡ୍ରେନେଜ୍ ସମସ୍ୟା ରହୁଥିବା ଚିଠିରେ ଉଲ୍ଲେଖ ରହିଛି। ରାସ୍ତା ପାର୍ଶ୍ୱକୁ ପାର୍କିଂ ପାଇଁ ବ୍ୟବହାର ସହ ହୋଟେଲର ଅପରିଷ୍କାର ପାଣି ଡ୍ରେନ୍କୁ ଛଡାଯାଉଥିବାରୁ ସମସ୍ୟା ସୃଷ୍ଟି ହେଉଥିବା କଥା ନୋଟିସ୍ରେ ଉଲ୍ଲେଖ କରାଯାଇଛି। ନୋଟିସର ୭ ଦିନ ମଧ୍ୟରେ ଜବାବ ରଖିବାକୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ବିଏମସି […]
ବାରିପଦା: ମା’ ସ୍ୱର୍ଗଠାରୁ ବଡ଼, ଈଶ୍ୱରଙ୍କଠାରୁ ମହାନ । ତାର ମମତା ଅମୂଲ, ତାର ଭଲ ପାଇବା ସୀମାହୀନ ସାଗର। ନିଜର ଦୁଃଖକଷ୍ଟ ଭୁଲି ସନ୍ତାନ ପାଇଁ ସେ ବାର ମାସରେ ତେର ବ୍ରତ କରେ । ପିଲାଙ୍କ ମଙ୍ଗଳ ପାଇଁ ସବୁ ଝଡ଼ଝଞ୍ଜାକୁ ହସିହସି ସହିଯାଏ। ଏମିତି ଜଣେ ମାଆ ହେଉଛନ୍ତି ସୋମବାରୀ। ଯିଏ ପରିଣତ ବୟସରେ ରୋଗାକ୍ରାନ୍ତ ପୁଅର ଦେଖାଶୁଣା କରୁଛନ୍ତି । ସୋମବାରୀଙ୍କ ଘର ମୟୂରଭଞ୍ଜ ଜିଲାର ଉଦଳା। ଘର ବିଛଣାରେ ଭେଣ୍ଡିଆ […]
କଟକ: ମରଣ କେମିତି ଆସେ କହିବା ମୁସ୍କିଲ୍। ଠିକ୍ ଆଜି ଯେମିତି ମୃତ୍ୟୁବରଣ କରିଛି ଛୋଟ ପିଲାଟିଏ। ବିଦ୍ୟୁତ୍ ଖୁଣ୍ଟ ପଡ଼ିଯିବାରୁ ନାବାଳକ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି, କଟକ ସଦର ଥାନା ନୂଆଗଡ଼ ଗାଁରେ । ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଉଥିବା ବେଳେ ଖୁଣ୍ଟ ପଡ଼ି ନାବାଳକ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]