ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି । ୮ ବର୍ଷର ଶିଶୁକୁ ଜଣେ ବୟସ୍କ ବ୍ୟକ୍ତି ଅପ୍ରାକୃତିକ ଭାବେ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଛି। ଗତ ୨୪ ତାରିଖରେ ନାବାଳକ ଜଣଙ୍କ ଏକୁଟିଆ ଖେଳୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ଉଠାଇ ନେଇ ଏପରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତକାଲି ସକାଳେ ଏହି ଖବର ପ୍ରଚାରିତ ହେବା ପରେ ଅଭିଯୁକ୍ତ ଲୋକଲଜ୍ଜା ଭୟରେ ବିଷପାନ କରିଥିବା ଅଭିଯୋଗ […]
ପୁରୀ: ପିପିଲି ନିକଟ ବୀରପୁରୁଷୋତ୍ତମପୁର ଷ୍ଟେସନ ନିକଟରୁ ଜବତ ହୋଇଥିବା ସନ୍ଦିଗ୍ଧ ଆଟାଚିରୁ କୌଣସି ବିସ୍ଫୋରକ ମିଳି ନାହିଁ। ସେଥିରୁ ମିଳିଛି ପିଲାଙ୍କ ଖେଳଣା। ଛୋଟ ସୁରେଇରେ ଗୁଡ଼ା ହୋଇଥିବା ସୂତା ମିଳିଛି। ଆଟାଚିରୁ ପରୀକ୍ଷା କରିବା ପରେ ସ୍ପଷ୍ଟ କଲା ଆର୍ପିଏଫ୍ ରେଳ ଲାଇନରୁ ବିଦ୍ୟୁତ୍ ତାର ସହିତ ଆଟାଚି ଖୋଲା ଅବସ୍ଥାରେ ପଡ଼ିଥିବାରୁ ଏହାକୁ ନେଇ ଆତଙ୍କ ଖେଳି ଯାଇଥିଲା। ସନ୍ଦେହ କରାଯାଉଥିଲା ଯେ ଏଥିରେ ବିସ୍ଫୋରକ ଥାଇପାରେ। ଏଥିପାଇଁ ଟ୍ରେନ ଚଳାଚଳ ମଧ୍ୟ […]
ବ୍ରହ୍ମପୁର: ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନେଇ ବ୍ରହ୍ମପୁରର ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ତେଜୁଛି । ଖାମଖିଆଲି ଭାବରେ ଯୁକ୍ତ ୩ ପରୀକ୍ଷାରେ ମୂଲ୍ୟାୟନ କରାଯାଇଥିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ କଲେଜରେ ଛାତ୍ର ଆନ୍ଦୋଳନ ଦେଖାଦେଇଛି। ଛାତ୍ରାଛାତ୍ରୀଙ୍କ ଅଭିଯୋଗ ଯେ ଯୁକ୍ତ ୩ର ଦ୍ୱିତୀୟ ସେମିଷ୍ଟାରର ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ ଭାବରେ କରାଯାଇଛି। ଯେଉଁଥିରେ ଅସନ୍ତୋଷ ହୋଇ ଜିଲ୍ଲାର ପାଖାପାଖି ୧୦ରୁ ଅଧିକ କଲେଜର ଛାତ୍ରଛାତ୍ରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବ୍ରହ୍ମପୁର ମହାମୟୀ […]
ଆଳି (କେନ୍ଦ୍ରାପଡ଼ା): ସରକାର ସ୍ୱାସ୍ଥ୍ୟେସବା ପାଇଁ କୋଟି କୋଟି ଖର୍ଚ୍ଚ କରୁଥିବା କହୁଛନ୍ତି। କିନ୍ତୁ ବାସ୍ତବ ସ୍ଥିତି କ’ଣ ତାହା କେନ୍ଦ୍ରାପଡ଼ା ଜିଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦେଖିଲେ ଜଣାପଡ଼ିବ। ଏହି ହସ୍ପିଟାଲ ସତେ ଯେମିତି ପାଲଟିଛି ଭୂତକୋଠି। କେଉଁଠି କାନ୍ଥରେ ଗଛ ଉଠିଲାଣି, ଆଉ କେଉଁଠି ଛାତ ଫାଟି ଆଁ କଲାଣି। ଏହା ସହିତ ବିଭିନ୍ନ ସମୟରେ କାନ୍ଥରୁ କଂକ୍ରିଟ୍ ଖସି ରୋଗୀ ଆହତ ହେବାର ବି ଅଭିଯୋଗ ଆସିଛି। ଆଉ ଏଭଳି ଅବସ୍ଥାରେ ପ୍ରତିଦିନ […]
ରାୟଗଡା: ଗତ ତିନି ମାସ ହେଲା ଡାକ୍ତରଖାନା ଆସୁନାହାନ୍ତି ଡାକ୍ତର। ଦିନ ୧୦ଟା ଯାଏ ବି ଖୋଲୁନି ଡାକ୍ତରଖାନା। ଫଳରେ ରୋଗୀ ଉତ୍ତମ ଚିକିତ୍ସା ପାଇବା ବଦଳରେ ହନ୍ତସନ୍ତ ହେଉଛନ୍ତି। ଏମିତି ହୋଇଛି ରାୟଗଡା ଜିଲ୍ଲା କୁର୍ଲି ପଞ୍ଚାୟତର ଖମ୍ବେସୀ ଡାକ୍ତରଖାନାରେ। ଡାକ୍ତରଖାନା ଆଗରେ ଏପାଖ ସେପାଖ ହେଉଛନ୍ତି ରୋଗୀ। କିଏ ଜ୍ୱରରେ କମ୍ପୁଛି, ତ ଆଉ କିଏ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି। କେବଳ ଯେ ଗୋଟିଏ ଦିନ ନୁହେଁ, ଦୀର୍ଘ ୩ ମାସ ହେଲା […]
ଭୁବନେଶ୍ୱର: ଜାତୀୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାକୁ କିପରି କମାଯାଇପାରିବ, ସେନେଇ ପରିବହନ ବିଭାଗ ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖିଛି। NHରେ ପାଟ୍ରୋଲିଂ ପାଇଁ ଆବଶ୍ୟକ ପଦବି ପୂରଣ କରିବାକୁ ଚିଠିରେ ଦର୍ଶାଯାଇଛି। ଓଡ଼ିଶାରେ ଜାତୀୟ ରାଜପଥରେ ଅଧିକ ଦୁର୍ଘଟଣା ଘଟୁଥିବାରୁ ସଡ଼କ ନିରାପତ୍ତା ପାଇଁ ଗଠିତ ସୁପ୍ରିମକୋଟ୍ କମିଟି କିଛି ଦିନ ତଳେ ଉଦ୍ବେଗ ପ୍ରକାଶ କରିଥିଲେ। ମୋଟ୍ ଦୁର୍ଘଟଣାରୁ ଏକ-ତୃତୀୟାଂଶରୁ ଅଧିକ ଦୁର୍ଘଟଣା ଜାତୀୟ ରାଜପଥରେ ଘଟୁଛି ବୋଲି […]
ଭୁବେନଶ୍ୱର: ରାଜଧାନୀ ପାଲଟିଲାଣି ଡ୍ରଗ୍ସ କାରବାରର ପେଣ୍ଠସ୍ଥଳ। ବାରମ୍ବାର ଚଢ଼ଉ ସତ୍ତ୍ୱେ ନିଶା କାରବାର କମୁନାହିଁ। ଆଜି ପୁଣି ଭୁବନେଶ୍ୱରରେ ବ୍ରାଉନ୍ ସୁଗାର ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଆଜି ହଳଦୀପଡ଼ିଆ କେଉଟସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। କିଛି ମାସ ହେବ ନିୟମିତ ବ୍ୟବଧାନରେ ହଳଦୀ ପଡ଼ିଆ ବସ୍ତିରୁ ଡ୍ରଗ୍ସ ଜବତ ହେଉଛି। ପୋଲିସ ଓ ଅବକାରୀ ବିଭାଗ […]
ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ ପାଇଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର। ତାଙ୍କ ସହ ୧୫ ଜଣ ସାରସ୍ୱତ ସାଧକ ଏବଂ ସାଧିକାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ ମାନଗୋବିନ୍ଦ ମହାସୂପକାର, ସତ୍ୟନାରାୟଣ ରଥ, କୁମାର ଚକ୍ରବର୍ତ୍ତୀ, ସୀତାରାମ ବିର୍ତ୍ତିଆ, ପ୍ରତିମା ମିଶ୍ର, ବଂଶୀଧର ସାହୁ, ବିଜୟ ଚନ୍ଦ୍ର ଜେନା, ଶଙ୍କର୍ଷଣ ମଙ୍ଗରାଜ, ଦୁର୍ଯ୍ୟୋଧନ ଦାସ, କୁଞ୍ଜ ବିହାରୀ ପାଢ଼ୀ, ପ୍ରଫୁଲ୍ଲ କୁମାର ଦାଶ, ସରୋଜିନୀ ଷଡଙ୍ଗୀ, ଗିରି […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୋମନା ବୀରହନୁମାନପଡ଼ାର ସୁକାନ୍ତ ବାଗ୍। ଗତକାଲି ବସଷ୍ଟାଣ୍ଡରେ କୁଲି କାମ ସାରି ସୁକାନ୍ତ ଘରକୁ ଆସିଥିଲେ। ସେଠାରେ ତାଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ କୋମନା ଓ ପରେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ନୂଆପଡ଼ା ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପ୍ରବଳ ଖରାରେ କାମ କରିବା ପରେ ଅଂଶୁଘାତରେ ସୁକାନ୍ତଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉପ-କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ କଏଦୀର ନାଁ ଟିକୁ ଅଜଗର ଏବଂ ଘର ବିନିକାର ଚମାରପଡ଼ାରେ। ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଟିକୁ ବିନିକା ଫାୟାରମ୍ୟାନ୍ଙ୍କୁ ହତ୍ୟା ଘଟଣାରେ ସୋନପୁର ଜେଲରେ ସଜା କାଟୁଥିଲେ। ଆଜି ଗୁରୁତର ଅବସ୍ଥାରେ ତାଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ସୋର: ଭୁଲ୍ ଇଞ୍ଜେକ୍ସନରୁ ଯୁବତୀଙ୍କ ମୃତ୍ୟୁ ହୋଇଛି। ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋରରୁ । ସୋରର ଅଡ଼ଙ୍ଗ ବଜାରରେ ଥିବା ଏକ ଘରୋଇ କ୍ଲିନିକରେ ଇଞ୍ଜେକସନ୍ ନେଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ଜ୍ୱରରେ ଆକ୍ରାନ୍ତ ହୋଇ ସ୍ଥାନୀୟ ବାଗୁଡ଼ିର ଏହି ଯୁବତୀ କ୍ଲିନିକକୁ ଆସିଥିଲେ। ଡାକ୍ତର ଲେଖିଥିବା ଇଞ୍ଜେକସନ୍କୁ ନିକଟରେ ଥିବା ମେଡିସିନ ଷ୍ଟୋରରୁ ଆଣି ତାଙ୍କୁ ଦିଆଯାଇଥିଲା। କ୍ଲିନିକରେ ଇଞ୍ଜେକସନ୍ ଦିଆଯିବା ପରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ତାଙ୍କ […]
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଅରଡ଼ ଗାଁରେ ମାଈ କୁମ୍ଭୀର ଠାବ ହୋଇଛି। ଠାବ ହୋଇଥିବା କୁମ୍ଭୀର ନିକଟରେ ପ୍ରାୟ ୫୦ଟି ଅଣ୍ଡା ଥିବା ମଧ୍ୟ ଦେଖିବାକୁ ପାଇଛନ୍ତି ଗ୍ରାମବାସୀ। ସ୍ଥାନୀୟ ଗୋବରୀ ନଦୀର ଏକ ବାଉଁଶ ବୁଦାକୁ ବାଉଁଶ ଆଣିବାକୁ ଯାଇଥିବା ବେଳେ ଗାଁର ସୁବାସ ପାତ୍ରଙ୍କୁ ମାଈ କୁମ୍ଭୀରଟି ଆକ୍ରମଣ କରିଥିଲା। ଅଣ୍ଡାକୁ ସୁରକ୍ଷା ଦେଉଥିବାରୁ ଭୟରେ କୁମ୍ଭୀରଟି ତାଙ୍କୁ ଆକ୍ରମଣ କରିଥିଲା ବୋଲି ସେ କହିଛନ୍ତି। ସୁବାସ ପାଟି କରିବାରୁ ଲୋକେ ଜମା […]
ପଦ୍ମପୁର: ଗତ ୧୨ ତାରିଖରେ ହୋଇଥିବା ଏକ ଲୁଟ୍ ମାମଲାରେ ବରଗଡ଼ ଜିଲ୍ଲା ପଦ୍ମପୁର ପୁଲିସ୍ ୬ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ସମସ୍ତ ଲୁଟ୍ ସାମଗ୍ରୀ ସହିତ ୨ଟି ବାଇକ୍ ଜବତ କରାଯାଇଛି। ୧୨ ତାରିଖରେ ଏମାନେ ବାବୁଲାଲ୍ ମେହର ନାମକ ଜଣେ ବ୍ୟକ୍ତିଙ୍କଠାରୁ ୩୪ ହଜାର ଟଙ୍କା ସହ ବାଇକ୍ ଓ ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ। ଏନେଇ ବୁଡ଼େନ୍ ଥାନାରେ ଅଭିଯୋଗ ହୋଇଥିଲା। ପଦ୍ମପୁର ଉପଖଣ୍ଡ ପୁଲିସ୍ ଅଧିକାରୀ (ଏସ୍ଡିପିଓ) […]
କଟକ: ମହାନଦୀ ପୋଲ ଉପରେ ହୁତୁ ହୁତୁ ହୋଇ ଜଳୁଥାଏ ଟ୍ରକ। ବାଟରେ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହେଉଥାନ୍ତି। ହେଲେ ନିଆଁ ଏତେ ଜୋର୍ରେ ଜଳୁଥାଏ ଯେ, ଏହା ପାଖକୁ କେହି ଯିବାକୁ ସାହସ କରିପାରୁ ନ ଥାନ୍ତି। ଘଟଣାଟି କାଲି ରାତିର। କଟକ ଜଗତପୁର ମହାନଦୀ ପୋଲ ଉପରେ ଜଳିଯାଇଛି ଏହି ମିନି ଟ୍ରକ। କଟକରୁ ଜଗତପୁର ଆଡ଼କୁ ଯାଉଥିବା ଏହି ଟ୍ରକରେ ସିମେଣ୍ଟ ବୋଝେଇ ହୋଇ ରହିଥିଲା। ହେଲେ ହଠାତ୍ କୌଣସି କାରଣ ଯୋଗୁ […]
ଭୁବନେଶ୍ୱର: ବାଣୀବିହାର ଓଭରବ୍ରିଜ୍ରେ ଶନିବାର ରାତିରେ ହୋଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଯେଉଁଥିରେ ୨ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ଗତକାଲି ବିଳମ୍ବିତ ରାତିରେ ବ୍ରିଜ୍ ଉପର ଦେଇ ଏକ କାର୍ ଦ୍ରୁତ ଗତିରେ ଯାଉଥିଲା। ଗାଡ଼ିର ଗତି ଅଧିକ ଥିବାରୁ ହଠାତ୍ ଏହାର ଚକା ଫାଟିଯାଇଥିଲା ଓ ଆଗରେ ଯାଉଥିବା ଅନ୍ୟ ଏକ କାରକୁ ଏହା ଧକ୍କା ଦେଇଥିଲେ। ପଛପଟୁ ମାଡ଼ ହୋଇଥିବାରୁ ଉଭୟର ଗାଡ଼ି ଭାଙ୍ଗିରୁଜି ଛିନ୍ଛତ୍ର ହୋଇଯାଇଛି। ଅପରପକ୍ଷେ ଏହି ଦୁର୍ଘଟଣା […]
ଭୁବେନଶ୍ୱର: ରାଜଧାନୀରେ ଡ୍ରେନେଜ୍ ସମସ୍ୟା ନେଇ ପୁଣି ବିଏମସିର କାରଣ ଦର୍ଶାଅ ନୋଟିସ୍। ୮ ନମ୍ବର ଡିଏଭି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଭୁବନେଶ୍ୱର ମହାନଗର ନିଗମ ଉଦ୍ବେଗ ପ୍ରକାଶ କରିଛି। ବେଆଇନ୍ ଭାବେ ଡିଏଭି କର୍ତ୍ତୃପକ୍ଷ ରାସ୍ତା ଉପରେ ଇଟାବାଲି ସହ ଅଳିଆ ଜମା କରୁଥିବାରୁ ଏହା ଡ୍ରେନ୍ ପାଣିରେ ମିଶି ସମସ୍ୟା ସୃଷ୍ଟି କରୁଥିବା ଚିଠିରେ ଉଲ୍ଲେଖ ରହିଛି। ଏହି କାରଣରୁ କ’ଣ ପାଇଁ ଜରିମାନା ଆଦାୟ କରାଯିବନି, ୭ ଦିନ ମଧ୍ୟରେ ନୋଟିସର […]
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର କୌଣସି କାରଖାନା ନୁହେଁ। ବଂଶଗତ ସେବା ପରମ୍ପରା ରକ୍ଷା ହେବା ଆବଶ୍ୟକ। ସେବା ପରମ୍ପରା ବ୍ୟବସ୍ଥିତ ଢଙ୍ଗରେ ହେବା ଉଚିତ୍। ଗତକାଲି ପୁରୀ ଗୋବର୍ଦ୍ଧନ ମଠରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ମନ୍ତବ୍ୟ ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏହାସହ କହିଛନ୍ତି ଯେ ଜଗନ୍ନାଥ ମନ୍ଦିର ଗାନ୍ଧିଜୀଙ୍କ ସମାଧିର ରୂପ ଧାରଣ ନକରୁ। ସେବାୟତଙ୍କୁ ଆର୍ଥିକ ବିପନ୍ନତାରୁ ରକ୍ଷା କଥା ଚିନ୍ତା କରାଯାଉ। ସେବାୟତଙ୍କ ଲାଗି ଶିକ୍ଷା ସଂସ୍କାର ପ୍ରକଳ୍ପ […]
ଭୁବନେଶ୍ୱର: ଅଚାନକ ଝଡ଼ ଛଡ଼ାଇ ନେଲା ବାପ ଅଜା ଅମଳର ଝାଟିମାଟିର ଆଶ୍ରୟ। ଏବେ ସାହା ପାଲଟିଛି ୪ ଫୁଟିଆ ପାଇଖାନା ଘର। କେନ୍ଦ୍ରାପଡ଼ା ଜିଲ୍ଲା ରଘୁଦେଇପୁର ଗାଁରେ ଦେଖିବାକୁ ମିଳିଛି ଏମିତି ସ୍ଥିତି। ଚାହୁଁ ଚାହୁଁ ସର୍ବଗ୍ରାସୀ ଝଡ଼ ଫୋନିକୁ ବିତିଗଲାଣି ୨ ସପ୍ତାହ। ହେଲେ ସେ ଅକସ୍ମାତ ଝଡ଼ ଯେ, ସବୁଦିନ ପାଇଁ ହସଖୁସିର ଜୀବନରେ ଝଡ଼ର ପାହାଡ଼ ସୃଷ୍ଟି କରିଦେବ ତାହା ତିଳେମାତ୍ର କଳ୍ପନା କରି ନ ଥିଲେ, ରଘୁଦେଇପୁର ଗାଁର ସର୍ବହରା […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଧାନ କ୍ଷେତରେ ବାର୍ହା ଉପଦ୍ରବ ଯୋଗୁଁ ନଷ୍ଟ ହୋଇଛି ଏକର ଏକର ଧାନ ଫସଲ। ଲଲଲହ ହେଉଥିବା ପାଚିଲା ଧାନ ଖାଇ ନଷ୍ଟ କରିଛନ୍ତି ବାର୍ହା। ଏବେ ବାର୍ହା କବଳରୁ ବଳକା ଧାନ ବଞ୍ଚାଇବା ବି ମୁସ୍କିଲ ହୋଇପଡ଼ିଛି । ବାର୍ହା ଉପଦ୍ରବ ରୋକିବା ଦିଗରେ ବନ ବିଭାଗ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି । କେମିତି ଧାର କରଜ ଶୁଝିବେ, ସେଇ ଚିନ୍ତାରେ ଚାଷୀଙ୍କ […]
କେନ୍ଦୁଝର: ଖଣିଜ ପଦାର୍ଥ ଉତ୍ତୋଳନରେ ହୋଇଥିବା ଅନିୟମିତତା ମାମଲାରେ ମାଲା ରାୟଙ୍କ ସମେତ ୧୫ଖଣି ଲିଜଧାରୀଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଝଟ୍କା ଲାଗିଛି। କ୍ଷତିପୂରଣ ଦାଖଲ ପାଇଁ ରାଜ୍ୟ ସରକାର କରିଥିବା ନୋଟିସ୍ ବିରୋଧରେ ୧୫ ଲୁହାପଥର ଓ ମାଙ୍ଗାନିଜ ଖଣି ଲିଜଧାରୀ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରଣାଳୟର ଟ୍ରିବ୍ୟୁନାଲ୍ର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଏମ୍ଏମ୍ଡିଆର ଆଇନ ୧୯୫୭ ଅଧୀନରେ କେନ୍ଦ୍ର ଖଣି ଓ ଖଣିଜ ବିଭାଗର ଅଭିଯୋଗ ଶୁଣାଣି […]
ପୁରୀ: ଚନ୍ଦ୍ରଗ୍ରହଣ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ନୀତି ନିର୍ଘଣ୍ଟ କରାଯାଇଛି। ଭୋର ୫ଟାରୁ ଦ୍ୱାରଫିଟା ହେବ। ମଙ୍ଗଳ ଅାଳତୀ ୫ଟା ୪୦ରେ କରାଯାଇ ମଇଲମ, ତଡପଲାଗି, ଅବକାଶ ନୀତି ପରେ ସକାଳ ୯ଟାରେ ଗୋପାଳ ବଲ୍ଲଭ ଏବଂ ଅନ୍ୟାନ୍ୟ ନୀତି କରାଯିବ। ୯ଟା ୩୦ରୁ ୧୦ଟା ୩୦ରେ ଭିତରେ ସକାଳଧୂପ ହେବ। ତା’ ପରେ ଭୋଗମଣ୍ଡପରେ ମହାପ୍ରସାଦ ବାହାରିବା ସହ ମଧ୍ୟାହ୍ନ ଧୂପ, ଦକ୍ଷିଣି ଘରଭୋଗ ଏବଂ ୨ଟା ୫୪ ମିନିଟରେ ମଇଲମ […]
ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ତୁଣ୍ଡ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ଦାମ ରାଉତ। କହିଛନ୍ତି ଏଥର ଓଡ଼ିଶାରେ କେହି ପାଇବେନି ବହୁମତ। ଏଠି ଝୁଲା ବିଧାନସଭା ହେବ। ତେବେ ମେଣ୍ଟ ସରକାର ହେଲେ ଓଡ଼ିଶାରେ ଅଫିସର ରାଜ୍ ସରିବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ତା’ସହ ଗତଥର ରାଜ୍ୟରେ ଗୋଟିଏ ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିବା ବିଜେପି ଏଥର ୧୩ରୁ ୧୪ଟି ଆସନ ପାଇବ ବୋଲି ଆକଳନ କରିଛନ୍ତି […]
ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବରି, ସୁକିନ୍ଦା, ଧର୍ମଶାଳା ଓ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ୯ଟି ବୁଥ୍ରେ ୧୯ ତାରିଖରେ ହେବ ସାନି ମତଦାନ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମତଦାନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦି କରାଯାଇ ଯାଞ୍ଚ କଡ଼ାକଡ଼ି କରାଯାଉଛି । ଏହାଛଡ଼ା ୯ ପ୍ଲାଟୁନ ଫୋର୍ସ, ୨ଜଣ ଆଡିସନାଲ ଏସପି, ୪ଜଣ ଡିଏସପି ଓ ୭ଟି ମୋବାଇଲ ପୋଲିସ ପାର୍ଟି […]
ଭୁବନେଶ୍ୱର: ଫୋନି ବାତ୍ୟା ବେଳେ ରାଜ୍ୟର ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ଦାବି ଅବାସ୍ତବ । ଏହା କହିଛନ୍ତି ୧୯୯୯ ମହାବାତ୍ୟା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ତଥା ବର୍ତ୍ତମାନର ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗ । ଓଟିଭି ଖୋଲାକଥାକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଗମାଙ୍ଗ କହିଛନ୍ତି, ୯୯ ମହାବାତ୍ୟା ବେଳେ ସୂଚନା ପ୍ରଯୁକ୍ତି ଏତେ ଶକ୍ତିଶାଳୀ ନ ଥିଲା। ତେବେ ଏହାର ୨୦ ବର୍ଷ ପରେ ବି ବାତ୍ୟାକୁ […]
ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ବୀମା ପ୍ରଦାନ ଉପରେ ଗୁରୁତ୍ୱ । ଅଯଥା ଡକୁମେମେଣ୍ଟ ନ ମାଗି ସରଳ ଉପାୟରେ ବୀମା ଟଙ୍କା ପ୍ରଦାନ କରିବାକୁ ସମସ୍ତ ବୀମା କଂପାନୀଙ୍କୁ କୁହାଯାଇଛି। କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀ, ଚାଷୀ, କ୍ଷୁଦ୍ରଶିଳ୍ପ, ହୋଟେଲ ମାଲିକ ପ୍ରାଥମିକ ଡକ୍ୟୁମେଣ୍ଟ ଦେଇ ବୀମା ଟଙ୍କା ପାଇପାରିବେ । ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରାଯିବ । ଛୋଟ ଛୋଟ ବ୍ୟବସାୟୀଙ୍କୁ ଋଣର ରିଷ୍ଟ୍ରକଚର କରି ସରଳ ଉପାୟରେ ଋଣ ଦିଆଯିବ […]