ଢେଙ୍କାନାଳ: ପୋକରା ପିଡିଏସ୍ ଚାଉଳକୁ ନେଇ ଦେଖାଦେଇଛି ଉତ୍ତେଜନା। ଢେଙ୍କାନାଳ ମ୍ୟୁନ୍ସିପାଲଟିର ୧ ନମ୍ବର ଓ୍ୱାର୍ଡରେ ପୋକରା ପିଡିଏସ୍ ଚାଉଳ ଦିଆଯାଇଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ଯେଉଁ ଚାଉଳ ଦିଆଯାଇଛି, ସେଥିରୁ ପୋକ ବାହାରୁଛି। ଏଥିସହ ରୋଷେଇ କରିବା ବେଳେ ପ୍ରବଳ ଗନ୍ଧ ହେଉଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପର୍ବତିଆ, ଜୁଆଙ୍ଗ, ନୂଆସାହିର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଚାଉଳ ଫେରାଇ ନେବାକୁ ସେମାନେ ମଧ୍ୟ ଦାବି କରିଛନ୍ତି। ଏହା ଉପରେ […]
ସୋର: ଅସହାୟ ବୃଦ୍ଧଙ୍କର ତିନି ପୁଅ ଓ ତିନି ଝିଅ ଅଛନ୍ତି। ହେଲେ ସେ କିନ୍ତୁ ନିଶ୍ୱ। ବୃଦ୍ଧ ଜଣଙ୍କ ପୁଅ ବୋହୂ ଓ ନାତି ନାତୁଣୀଙ୍କ ଗହଣରେ ରହିବା ବଦଳରେ ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଛନ୍ତି। ଏହି ବୃଦ୍ଧଙ୍କ ନାଁ ହେଉଛି ବାଞ୍ଛାନିଧି ବେହେରା। ବାଲେଶ୍ୱର ବାହାନଗା ବ୍ଲକ୍ କୁରୁଡ଼ା ଗାଁରେ ତାଙ୍କ ଘର। ଏ ଜରାଜୀର୍ଣ୍ଣ ଅବସ୍ଥାରେ ତାଙ୍କ ସେବା ସୁଶ୍ରୁଷା ତ ଦୂରର କଥା ତାଙ୍କୁ ରହିବାକୁ ଆଶ୍ରୟସ୍ଥଳ ଟିଏ ବି […]
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରୁ ୧୫ ମଧ୍ୟରେ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍। ଏଥିରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିବେ। ସେହି ଦିନ ମୁଖ୍ୟମନ୍ତ୍ରୀଙ୍କର ମୁମ୍ବାଇରେ ଏକ ରୋଡ୍ ସୋ’ର କାର୍ଯ୍ୟକ୍ରମ ମଧ୍ୟ ରହିଛି। ପରେ ପୁଞ୍ଜିନିବେଶକାରୀଙ୍କ ସହିତ ଆଲୋଚନା ହେବାନେଇ ସ୍ଥିର କରାଯାଇଛି। ଏ ନେଇ ସମସ୍ତ ବିଭାଗ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା ବୈଠକ କରିଛନ୍ତି। ଓଡ଼ିଶାରେ […]
ଭଦ୍ରକ: ନିର୍ମାଣାଧୀନ ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ। ଉଦ୍ଧାର କଲା ଅଗ୍ନିଶମ ବିଭାଗ। ଭଦ୍ରକ ଜିଲ୍ଲା ନାୟକାଣିଡିହି କାଳୀଦାସପୁର ଗାଁରେ ଥିବା ଏକ ପାଣି ଟାଙ୍କି ଶିଡ଼ି ଦେଇ ଜଣେ ବ୍ୟକ୍ତି ଉପରକୁ ଉଠିଯାଇଥିଲେ। ଗାଁଲୋକେ ଦେଖି ଅଗ୍ନିଶମ ବିଭାଗ, ପୋଲିସକୁ ଖବର ଦେବାପରେ ସେମାନେ ଘଟଣାସ୍ଥଳରେ ପହଂଚି ବ୍ୟକ୍ତି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ୪୫ ବର୍ଷୀୟ ଏହି ବ୍ୟକ୍ତିଙ୍କ ଘର ସୋର ଥାନା ଅଂଚଳରେ। ତାଙ୍କ ନାଁ ଶିବ […]
ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ ଚାଲିଥିବା ଜାଇକା ପ୍ରକଳ୍ପ କାମ ୨୦୧୯ ସୁଦ୍ଧା ସରିବ ବୋଲି ସୂଚନା ଦେଇଛନ୍ତି ଜାଇକା ପ୍ରକଳ୍ପ ନିର୍ଦ୍ଦେଶକ ବସନ୍ତ ପରିଡ଼ା। କଟକରେ ସ୍ୱେରେଜ୍ ପାଇପ୍ଲାଇନ ବିଛାଇବା କାମ ୭୫ ପ୍ରତିଶତ ଓ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ୯୫ ପ୍ରତିଶତ ଶେଷ ହୋଇଛି। ସେହିପରି ଭୁବନେଶ୍ୱରରେ ସ୍ୱେରେଜ୍ ଲାଇନ କାମ ୭୦ ପ୍ରତିଶତ ଓ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ୫୮ ପ୍ରତିଶତ ଶେଷ ହୋଇଛି। କଟକ ସିଡିଏରେ ନିର୍ମାଣାଧୀନ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଅକ୍ଟୋବର ଏବଂ ମତଗଜପୁର […]
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ପଥର ଖାଦାନ ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩ରେ ପହଞ୍ଚିଛି। ଆଗରୁ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବନ୍ଧତଳ ନୂଆଗାଁର ଦୁର୍ଯ୍ୟୋଧନ ନାହାକ ଓ ମନୋରଞ୍ଜନ ନାହାକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଆଜି ଆଉ ଜଣେ ଓଡ଼ିଆ ଭୀମ ନାହାକଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର ହୋଇଛି। ୫୬ ବର୍ଷୀୟ ଭୀମ ନାହାକଙ୍କ ଘର ଗଞ୍ଜାମ ଜିଲ୍ଲାର ଜେ. ରାଧାଗୋବିନ୍ଦପୁରରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ବିସ୍ଫୋରଣରେ ଗୁରୁତର ହୋଇ […]
ଆଠଗଡ଼: କଟକ ଜିଲ୍ଲା ଆଠଗଡ ଥାନାର କରିକୋଲ ଛକରେ ଆଜି ଏକ ଟମାଟୋ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଏନେଇ ଟ୍ରକ୍ରେ ବୋଝେଇ ହୋଇଥିବା ଟମାଟୋ ଏଣେତେଣେ ପଡି ଯାଇଥିଲା। ଟ୍ରକ୍ଟି ଓଲଟି ପଡିବା ପରେ ଟ୍ରକ୍ ଡ୍ରାଇଭର ଓ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଅଞ୍ଚଳ ଓ ଆଖପାଖର ଲୋକେ ଟମାଟୋକୁ ବୋହି ନେଇ ଯାଉଥିଲେ। ବସ୍ତା, ବ୍ୟାଗ ଯିଏ ଯାହା ପାଇଲା ସେଥିରେ ଧରି ଯାଉଥାନ୍ତି। ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ […]
ଭୁବନେଶ୍ୱର : ଅଗଷ୍ଟ ୧୫ରୁ ରାଜ୍ୟରେ ଅାରମ୍ଭ ହେବ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ୩ କୋଟି ୫୦ ଲକ୍ଷ ଲୋକ ଅର୍ଥାତ ୭୦ ଲକ୍ଷ ପରିବାର ପାଇଁ ସରକାର ଦେବେ ସ୍ୱାସ୍ଥ୍ୟ ସହାୟତା। ଖର୍ଚ୍ଚ ହେବ ପାଖାପାଖି ୫୦୦ କୋଟି। କିନ୍ତୁ ବଜେଟରେ ଏଥିପାଇଁ ବ୍ୟବସ୍ଥା ହୋଇନି। କେଉଁଠୁ ଟଙ୍କା ଅାସିବ ତାହା ବି କହିନାହାଁନ୍ତି ସରକାର। ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଅକ୍ଟୋବର ୨ରୁ ହେବ ଲାଗୁ। ୨୫ ଲକ୍ଷ ଲୋକଙ୍କୁ ଟଙ୍କାକରେ […]
ଭୁବନେଶ୍ୱର: ଓଡ଼ିଶାକୁ ମୁହାଁଇଛନ୍ତି ଆସାମ ଶରଣାର୍ଥୀ। ସେ ଦୃଷ୍ଟିରୁ ଆମ ସାମୁଦ୍ରିକ ଥାନା ଗୁଡ଼ିକ ସତର୍କ ରହିବା କଥା। ହେଲେ ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ସାମୁଦ୍ରିକ ଥାନାର ଦୃଶ୍ୟ ଥିଲା ଅଲଗା। ଥାନା ପରିସର ଖାଁ ଖାଁ ଲାଗୁଥିଲା। ଆଉ ଉପକୂଳ ସୁରକ୍ଷାର ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଛାଡ଼ନ୍ତୁ ଖଣ୍ଡେ ଖଣ୍ଡେ ଲାଠିରେ ଚାଲିଛି ଏଠିକାର ତଟସୁରକ୍ଷା। ସବୁଠାରୁ ଉଦ୍ବେଗର କଥା ହେଉଛି ଏଠି ୭୭ ଜଣଙ୍କ ସ୍ଥାନରେ ଥାନାରେ ଅଛନ୍ତି ମାତ୍ର ୯ ଜଣ କର୍ମଚାରୀ। […]
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା। ଅନ୍ୟଜଣେ ଗୁରୁତର ଅାହତ ହୋଇଛନ୍ତି। ଅାକ୍ରମଣରେ ଗୁରୁତର ଅାହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇରେ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ହୋଇ ୭ ଜଣ ଏହି ଅାକ୍ରମଣ କରିଥିବା ସୂଚନା ମିଳିଛି।
ବ୍ରହ୍ମପୁର: ପୋଲିସର ନିର୍ଘାତ ମାଡ଼ରେ ଯୁବକଙ୍କ ଦୁଇ ହାତ ଭାଙ୍ଗିଥିବା ନେଇ ଅଭିଯୋଗ କରାଯାଇଛି। ଘଟଣାଟି ଗଂଜାମ ଜିଲ୍ଲା ବଡ଼ଥାନା ଅନ୍ତର୍ଗତ ସୁରେଖା ଦେଇପୁରର। ଯୁବକଙ୍କ ନାଁ ଅଜିତ ସ୍ୱାଇଁ। ଅଜିତ କୌଣସି କାମରେ ନିକଟ ବୁରଦା ଗାଁକୁ ଯାଇଥିଲେ। ସେଠାରୁ ସେ ଫେରୁଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲେ। ଏହାପରେ ପୋଲିସ ତାଙ୍କୁ ମାଡ ମାରିଛି ବୋଲି ସେ ଅଭିଯୋଗ କରିଛନ୍ତି। ମାଡ ମାରିବା ପରେ ଅଜିତ୍ଙ୍କୁ ପୋଲିସ ପ୍ରଥମେ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରୁ […]
ବାଲୁଗାଁ: ପୁଣିଥରେ ଚେନ୍ ପୁଲିଂ କରି ଧରାପଡିଲେ ଅମାନିଆ। ପ୍ରବାସ ଫେରନ୍ତା ଓଡିଆ ଚେନ୍ନାଇରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଶ୍ରମିକ ସ୍ପେସାଲ ଟ୍ରେନରେ ଚେନ ଟାଣି ଓହ୍ଲାଇପଡିଥିଲେ। ପ୍ରବାସୀ ଓଡିଆ ବାଲୁଗାଁ ନିକଟ ଧୁଆଁଳ ଗେଟ ନିକଟରେ ୪୪ ଜଣ ଚେନ ଟାଣି ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ ପୋଲିସ ସେମାନଙ୍କୁ ଅଟକ ରଖି ଗାଡି ଯୋଗେ ପଠାଇବାର ବ୍ୟବସ୍ଥା କରିଥଲା। ସେମାନଙ୍କ ମଧ୍ୟରୁ ୩୧ ଜଣ ଗଞ୍ଜାମ ଜିଲ୍ଲାର ଥିବାବେଳେ ବାଣପୁରର ୧୦ ଜଣ, ବାଲୁଗାଁର […]
ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କିଭଳି କାର୍ଯ୍ୟକାରୀ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ସହ ଅାଲୋଚନା ହୋଇଛି। କୋର୍ଟ ୧୨ଟି ପ୍ରସ୍ତାବ ଦେଇଥିବା ବେଳେ ସେଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ତୁରନ୍ତ ଲାଗୁ କରାଯାଇ ପାରିବ ସେନେଇ ଅାଲୋଚନା କରାଯାଇଛି। ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଅାଯାଇଛି। ସୁପ୍ରିମ୍କୋର୍ଟଙ୍କ ୪ଟି ନିର୍ଦ୍ଦେଶାବଳୀ ଉପରେ ଅାଲୋଚନା କରିଛି ପ୍ରଶାସନ। ତେବେ ବଂଶଗତ ସେବା ଉଚ୍ଛେଦ ପ୍ରସ୍ତାବ ପ୍ରସଙ୍ଗରେ ଏହି ବୈଠକରେ ଅାଲୋଚନା ହୋଇନାହିଁ। […]
କଟକ : କଟକରେ ସ୍କିଲ୍ ମ୍ୟୁଜିୟମର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଏହି ମ୍ୟୁଜିୟମ ଖୋଲିଛି। ଏହା ଅାଇଟିଅାଇ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଦାୟକ ହେବ ଓ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବ। ଏହା ଦେଶର ସର୍ବପ୍ରଥମ ସ୍କିଲ୍ ମ୍ୟୁଜିୟମ କୁହାଯାଉଛି। ମୁଖ୍ୟମନ୍ତ୍ରୀ ଅାଜି ଅାଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ନୂତନ ମାମୋଗ୍ରାଫି ମେସିନ ଉଦ୍ଘାଟନ କରିଛନ୍ତି। ଏହି ମେସିନ ଦ୍ୱାରା ସ୍ତନ କର୍କଟ ରୋଗ […]
ବଲାଙ୍ଗିର : ବଲାଙ୍ଗିର ଅମିନ-ଆର୍ଆଇ ଦୁର୍ନୀତି ମାମଲାରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ। କୋର୍ଟରେ ମାମଲାର ଚୂଡାନ୍ତ ଚାର୍ଜସିଟ୍ ଦାଖଲ ହୋଇଛି। ପୂର୍ବ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କ ସହ ୪୫ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ୩ ଓଏଏସ୍ ଅଧିକାରୀ ଏବଂ ପୂର୍ବତନ DWOଙ୍କ ନାଁ ମଧ୍ୟ ଏହି ଚାର୍ଜସିଟ୍ରେ ରହିଛି। ୪୫ ଜଣଙ୍କ ମଧ୍ୟରୁ ୪୧ ଜଣଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଛି। ବଲାଙ୍ଗିର ପୂର୍ବତନ ଜିଲ୍ଲାପାଳ ଦେବରାଜଙ୍କ ସହ ଅନ୍ୟ […]
ନୟାଗଡ଼: ନୟାଗଡ଼ରେ ସିରିଜ୍ ଦୁର୍ଘଟଣା। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାହାଡ଼ା ଛକରେ ବସ୍ ଧକ୍କାରେ ୧୦ ଜଣ ଲୋକ ଆହତ ହୋଇଛନ୍ତି। ୨ଟି ବାଇକ୍ ମଧ୍ୟ ଚୁର୍ମାର ହୋଇଯାଇଛି। ବସ୍ଟି ପ୍ରଥମେ ଜଣକୁ ଧକ୍କା ଦେଇ ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାରେ ସିରିଜ୍ ଦୁର୍ଘଟଣା ଘଟିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକ ଖଣ୍ଡପଡ଼ା ଥାନା ଘେରାଉ କରିଥିଲେ। ଏପଟେ ବସ୍ ଡ୍ରାଇଭରକୁ ପୁଲିସ ଅଟକ ରଖିଛି।
ପାଲଲହଡ଼ା: ୨ ଦଫା ଦାବିରେ ବିଜେପି ପକ୍ଷରୁ ପାଲଲହଡ଼ା ବ୍ଲକ ଖମାରରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଫଳରେ ଆନ୍ଦୋଳନକାରୀ ୧୪୯ ନମ୍ବର ଜାତୀୟ ରାଜପଥକୁ ଖମାରଠାରେ ଅବରୋଧ କରିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖମାର ମେଡିକାଲରେ ଡାକ୍ତର ନିଯୁକ୍ତି ଏବଂ ଗତବର୍ଷ ମରୁଡିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ଆଜି ସକାଳରୁ ଆନ୍ଦୋଳନ ଆରମ୍ଭ ହୋଇଛି। ଗତ ୬ଦିନ ହେଲା ସ୍ଥାନୀୟ ବିଜେପି ପକ୍ଷରୁ ଖମାର ବଜାରଠାରେ ଗଣଧାରଣା ଚାଲିଥିଲା। […]
କଟକ: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। କାଠଯୋଡ଼ି ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ଜଣ କଲେଜ ଛାତ୍ର ଅଛନ୍ତି। ଆହତଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଏକ କଲେଜ ବସ୍କୁ କାକଟପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ପଛପଟୁ ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଯାତ୍ରୀବାହୀ ବସ୍ରେ ୪୨ଜଣ ଯାତ୍ରୀ ଥିବା ଜଣାପଡ଼ିଛି।
କେନ୍ଦୁଝର: କେନ୍ଦୁଝର ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସମସ୍ତଙ୍କ ବିରୋଧରେ ପୋକ୍ସ ଆକ୍ଟ ସହ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି। ଏଥିସହ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଯୁବକଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି। ସୂଚନା ଅନୁସାରେ, ନାବାଳିକା ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକାକି ଥିବା ଦେଖି କିଛି ଯୁବକ ସେମାନଙ୍କୁ […]
ଝାରସୁଗୁଡ଼ା : ବୃଦ୍ଧା ଭିକାରୁଣୀଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କଲେ ବିଧାୟକ। ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକ୍ ଅମନାପାଲି ଗାଁରେ। ଭିକ୍ଷାବୃତ୍ତି କରି ବଞ୍ଚୁଥିବା ଗାଁର ଜଣେ ବୃଦ୍ଧା ଭିକାରୁଣୀଙ୍କ ମୃତ୍ୟୁ ପରେ କେହି ତାଙ୍କ ମୃତଦେହର ଅନ୍ତିମ ସଂସ୍କାର କରିବାକୁ ନଯିବାରୁ କିଛି ସ୍ୱେଚ୍ଛାସେବୀଙ୍କ ସାହାଯ୍ୟରେ ମୃତଦେହକୁ ସଂସ୍କାର କଲେ ରେଙ୍ଗାଲି ବିଧାୟକ ରମେଶ ପଟୁଆ। ସେ ନିଜେ କାନ୍ଧରେ କୋକେଇ ବୋହି ବୃଦ୍ଧାଙ୍କ ମୃତଦେହକୁ ଗାଁ ପାଖରେ ପୋତିଥିଲେ। ଜନ ପ୍ରତିନିଧିଙ୍କ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ନାଁ କମଳଲୋଚନ ପଣ୍ଡା। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ସରପଞ୍ଚ ସୁଲୋଚନା ପଣ୍ଡାଙ୍କ ସ୍ୱାମୀ କମଳଲୋଚନ ସକାଳେ ପାଖ ମନ୍ଦରରେ ବସି ଜାତକ ବିଚାର କରୁଥିଲେ। ଏହି ସମୟରେ ସେହି ଗାଁର ସୁକଦେବ ବାରିକ ନାମକ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ଦୁହିଁଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା […]
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କାଠଫାଳ ଗାଁରେ ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପକୁ ଗ୍ରାମରେ ଦେଖିବା କ୍ଷଣି ଗ୍ରାମବାସୀ ସ୍ନେକ୍ ହେଲ୍ପ ଲାଇନ୍କୁ ଯୋଗାଯୋଗ କରିଥିଲେ। ସ୍ନେକ୍ ହେଲ୍ପ ଲାଇନ୍ର ସଦସ୍ୟ ଅାସି ସାପଟିକୁ ଉଦ୍ଧାର କରିବା ସହ ନିକଟସ୍ଥ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିଲେ। ଉଦ୍ଧାର ହୋଇଥିବା ସାପଟିର ଲମ୍ବ ୧୦ ଫୁଟ ଥିବା ଜଣାପଡ଼ିଛି। ଏହା ବ୍ୟତୀତ ବାଗେଡ଼ିଆ ଗ୍ରାମରୁ ବି ଏକ ଅଜଗର ଛୁଅା ଉଦ୍ଧାର […]
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ମୁଖ୍ୟ ବଜାରରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଦୀର୍ଘ୨ କିଲୋମିଟର ରାସ୍ତା ପାଲଟିଛି ମରଣଯନ୍ତା। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ କାରବାର ହେଉଛନ୍ତି। କିନ୍ତୁ କେତେବେଳେଯେ କ’ଣ ଘଟିଯିବ କେହି କହି ପାରିବେନି। ରାସ୍ତାଟିର ଏଭଳି ଦୁରବସ୍ଥା ଦେଖାଦେଇଛି ଯେ କେଉଁଠି ମେଟାଲ ଉଠିଛ ତ କେଉଁଠି ରାସ୍ତା ମଝିରେ ଗାଢେ ଖାଲ। ଏମିତି ବିପଦ ସଙ୍କୁଳ ଅବସ୍ଥାରେ ନିତି ଦିନ ପିଲାଙ୍କୁ ସ୍କୁଲ ବି […]
କୁଚିଣ୍ଡା : ବ୍ୟାଙ୍କ୍ରେ କଳାକନା ବୁଲାଇଲେ ଦୁର୍ବୃତ୍ତ। କୁଚିଣ୍ଡାରେ ଯମନକିରା ଅାନ୍ଧ୍ର ବ୍ୟାଙ୍କ୍ରୁ ବନ୍ଧୁକ ମୁନରେ ୧୦ ଲକ୍ଷ ୯୩ ହଜାର ଲୁଟ୍ ହୋଇଥିବା ସୂଚନା ମିଳିଛି। ବ୍ୟାଙ୍କ୍ର ୩ କର୍ମଚାରୀ ଓ ଗ୍ରାହକଙ୍କୁ ଧମକାଇ ଲୁଟ୍ କରିଥିବାବେଳେ CCTV ହାର୍ଡ଼ଡିସ୍କ ବି ନେଇଯାଇଛନ୍ତି ଦୁର୍ବୃତ୍ତ। କଳା ପଲସରରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଅାସି ଲୁଟିନେଇଥିବା ସୂଚନା ମିଳିଛି।
କୋରାପୁଟ : କୋରାପୁଟ ଜିଲ୍ଲାପାଳଙ୍କ ନାଁରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଗାଳିଗୁଲଜ ଅଭିଯୋଗ। କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥିବା ଅଭିଯୋଗ ଅଣିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ର୍ଥ ଶ୍ରେଣୀ କର୍ମଚାରୀମାନେ। ଅାସନ୍ତା ୨୪ ଘଣ୍ଟା ଭିତରେ ଜିଲ୍ଲାପାଳ କ୍ଷମା ନମାଗିଲେ କାଲିଠାରୁ କାର୍ଯ୍ୟବନ୍ଦ ଅାନ୍ଦୋଳନ କରାଯିବ ବୋଲି ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର କୋରାପୁଟ ଶାଖା ଚେତାବନୀ ଦେଇଛି। ଜୟପୁରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାସ୍ଥର ପରେ ଚତୁର୍ଥ ଶ୍ରେଣୀ […]