ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାର ଶ୍ରେୟ ନେବା ପାଇଁ କେନ୍ଦ୍ର-ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି। କେନ୍ଦ୍ର ମୋଟ ୩ କୋଟି ୨୬ଲକ୍ଷ ୪୧ ହଜାର ୮ଶହ ଲୋକଙ୍କୁ ସାମିଲ ପାଇଁ ପରାମର୍ଶ ଦେଇଥିଲା। ହେଲେ ଏଯାଏଁ ୩ କୋଟି ୨୩ ଲକ୍ଷ ୧୨ହଜାର ୯୪୧ ଜଣ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇପାରିଛି। ଅବଶିଷ୍ଟ ୩ ଲକ୍ଷ ୨୮ହଜାର ୮୫୯ ଜଣ ହିତାଧିକାରୀଙ୍କ ତାଲିକା ଦେବା ଲାଗି ରାଜ୍ୟ ଫୁଡ୍ କମିଶନ ଅଧ୍ୟକ୍ଷ ଚିଠି ଲେଖିଥିଲେ ମଧ୍ୟ […]
ପୁରୀ: ଧରାପଡ଼ିଲା ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଲ କଲେଜରେ ନାଁ ଲେଖାଇବାର କାରସାଦି। ଏଭିଳି ସାଙ୍ଘାତିକ ଅଭିଯୋଗ ଅାସିଛି ପୁରୀ SCS କଲେଜ୍ରୁ। ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଦିବ୍ୟାଙ୍ଗର ମାତ୍ରା ସୂଚାଇବା ଲାଗି ଉଦ୍ଦିଷ୍ଟ ସ୍ଥାନରେ ଲେଖାଯାଇଛି କେବଳ ଇଅର ବା କାନ। ଏଥିରୁ ସ୍ପଷ୍ଟ, କୌଣସି ଡାକ୍ତର ପ୍ରମାଣପତ୍ର ଦେଇନାହାନ୍ତି। ତେବେ ପ୍ରଶ୍ନ ଉଠୁଛି, ପ୍ରମାଣପତ୍ରକୁ ଦେଖୁ ଦେଖୁ ଏହା ନକଲି ବୋଲି ଯେ କେହି ଜାଣିପାରିବେ। ହେଲେ ଅାଶ୍ଚର୍ଯ୍ୟର କଥା, ଅାଡ୍ମିଶନ ଦାୟିତ୍ୱରେ ଥିବା ଏସ୍ସିଏସ […]
ସମ୍ବଲପୁର: କଲେଜରେ ଜୁନିୟର ଛାତ୍ରଙ୍କୁ ସିନିୟରଙ୍କ ରାଗିଂ ଅଭିଯୋଗ ପରେ ୨୦ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଭଳି ପଦକ୍ଷେପ ନିଆଯାଇଛି ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ। ଅଭିଯୋଗ ଅନୁସାରରେ କଲେଜର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଗତ ୧୫ଦିନ ଧରି ଚତୁର୍ଥ ବର୍ଷର ଛାତ୍ର ରାଗିଂ କରିଆସୁଥିଲେ। କ୍ୟାମ୍ପସରେ ହେଉ କି ବାହାରେ ସିନିୟରଙ୍କ ଆଗରେ ମୁଣ୍ଡ ନୁଆଁଇ ଚାଲିବାକୁ ସମ୍ପୃକ୍ତ ଛାତ୍ରଙ୍କୁ ଧମକ ଦିଆଯାଉଥିଲା। ଏହାସହ ସିନିୟର ଛାତ୍ରମାନେ ରାତିରେ ଜୁନିୟର ଛାତ୍ରଙ୍କୁ […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଣିଆ ଠାରେ ସାମାନ୍ୟ ବଚସାରୁ ଗୁଳିକାଣ୍ଡ ହୋଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ସୂଚନାଅନୁସାରେ, ଅଲାଭର ଗାଁର ସାଗର ମଲ୍ଲିକ ଓ ରାକେଶ ଦାସ ତାଙ୍କର ଅନ୍ୟ ୨ ସାଙ୍ଗଙ୍କ ସହିତ କଣିଆରେ ଥିଲେ। ତେବେ କୌଣସି କାରଣରୁ କୁଳିଆଗାଁ ଗ୍ରାମର କୁଳମଣି ଦାସଙ୍କ ସହିତ ସେମାନଙ୍କର ବଚସା ହୋଇଥିଲା। ପରେ ସାଗର ବନ୍ଧୁକ ବାହାର କରି କୁଳମଣିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ସେ ନଇଁ […]
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଲାଗି ତାରିଖ ଘୋଷଣା ଏଯାଏ ହୋଇନି। ହେଲେ ଏହାପୂର୍ବରୁ ଉଷ୍ମ ହେଲାଣି କ୍ୟାମ୍ପସ୍। ସୋମବାର ବିଜେବି କଲେଜ୍ର ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ରକ୍ତପାତ ପରେ କ୍ୟାମ୍ପସ ରାଜନୀତି ଜୋରଧରିଛି। ବିଜୁ ଛାତ୍ର ଜନତା ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍କୁ ନିନ୍ଦା କରିଛି ଛାତ୍ର କଂଗ୍ରେସ। ବିଜୁ ଛାତ୍ର ଜନତା ଦଳରେ ଫାଟ ଥିବା ଚର୍ଚ୍ଚା ଆରମ୍ଭ ହେଲାଣି। ଖାଲି ବିଜେବି କାହିଁକି, ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ […]
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମିରିଗିଖୋଳି ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଜଣ ଅସୁସ୍ଥ ହୋଇଛନ୍ତି। ୨ ନାତୁଣୀ ଓ ଜେଜେମାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ଜେଜେମା ଜଙ୍ଗଲରୁ ଛତୁ ଆଣି ରୋଷେଇ କରିଥିଲେ। ରାତିରେ ତିନି ଜଣ ଯାକ ଏହି ଛତୁ ତରକାରି ଖାଇଥିଲେ। ଛତୁ ଖାଇବା ପରେ ୨ ନାତୁଣୀ ପ୍ରଥମେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ଜେଜେମା ମଧ୍ୟ ଅସୁସ୍ଥ ହୋଇଥିଲେ। ତିନିଜଣଙ୍କୁ […]
ଭୁବନେଶ୍ୱର: ଆଜି ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ୍ ନେଇ ଗତକାଲି ରାତିରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ପ୍ରମୁଖ ପଦାଧିକାରୀ ସାମିଲ ହୋଇଥିଲେ। ଆଶାୟୀଙ୍କ ନାଁକୁ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। ଗତ ମଙ୍ଗଳବାର ମଧ୍ୟ ବିଳମ୍ବିତ ରାତି ଯାଏ ଓଡ଼ିଶା ସମେତ ୧୦ଟି ରାଜ୍ୟର ପ୍ରାର୍ଥୀଙ୍କ ନାଁ ଚୟନ ନେଇ ଦିଲ୍ଲୀ […]
ଭୁବନେଶ୍ୱର: ସଂଧ୍ୟା ସାଢ଼େ ୭ଟା ଯାଏ ହୁସିଆର। କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ଯାଜପୁର,କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ପୁରୀ, ଢ଼େଙ୍କାନାଳ, ଅନୁଗୁଳ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ। ଏହି ୧୩ଟି ଜିଲ୍ଲାକୁ ରାତି ସାଢ଼େ ୭ଟା ଯାଏ ସତର୍କ ରହିବାକୁ ପରାମର୍ଶ। ବର୍ଷା, ବଜ୍ରପାତ, ଝଡ଼ତୋଫାନ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।
କଲ୍ୟାଣସିଂହପୁର(ମାଉଡ଼ି ବାରିକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ପ୍ଲାଣ୍ଟ ପରିସରରେ ଦେଖା ଦେଇଥିବା ଶ୍ରମିକ ଅଶାନ୍ତି ଶାନ୍ତ ହୋଇଛି। ଗତରାତିରେ ଏସ୍ପି ବାତୁଲ ଗଙ୍ଗାଧରଙ୍କ ଅଧ୍ୟକ୍ଷତାରେ ଶ୍ରମିକ ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା ପରେ ପରିସ୍ଥିତିରେ ସୁଧାର ଆସିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଗତକାଲି ବିଭିନ୍ନ ଦାବି ନେଇ ବେଦାନ୍ତ ଆଲୁମିନା ପ୍ଲାଣ୍ଟ ପରିସରରେ ଶ୍ରମିକଙ୍କ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ଏହାକୁ ସୁରକ୍ଷାକର୍ମୀମାନେ ରୋକିବାକୁ ଚେଷ୍ଟା […]
ଯାଜପୁର: ଫେସ୍ବୁକ୍ରେ ପ୍ରେମ, ତା’ ପରେ ପ୍ରେମିକାକୁ ବ୍ଲାକ୍ମେଲିଂ। ଫେସବୁକ୍ରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ୍ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ସହ ଖୋର୍ଦ୍ଧା ଜିଲ୍ଲା ଭୋଗଡ଼ା ଗ୍ରାମର ନବକିଶୋର ବେହେରାଙ୍କ ଫେସ୍ବୁକ୍ରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପରେ ସେ ଯୁବତୀଙ୍କଠାରୁ ୫୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ସେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରିଦେଇଥିଲେ। ଏନେଇ ଯୁବତୀ […]
ଭୁବନେଶ୍ୱର: ଆସନ୍ତା ମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଜେଇଇ ଆଡ୍ଭାନ୍ସଡ ପରୀକ୍ଷାକୁ ଘୁଞ୍ଚାଯାଇଛି। ଆସନ୍ତା ମେ’ ୧୯ ବଦଳରେ ୨୭ ତାରିଖରେ ହେବ ପରୀକ୍ଷା। ଆଇଆଇଟି ରୁର୍କି ପକ୍ଷରୁ ଏନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସିବିଟି ବା କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ ଜରିଆରେ ଅନ୍ଲାଇନ୍ରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି।
କଟକ(ଦେବାଶିଷ ମହାନ୍ତି): କଟକ ମାଲଗୋଦାମ ଅଞ୍ଚଳରେ ପୁଲିସ୍ ଏନ୍କାଉଣ୍ଟରେରେ ଅପରାଧୀ ମୁନୁ ଓରଫ୍ ମନୋଜ ସ୍ୱାଇଁ ଆହତ ହୋଇଛି। ମନୋଜର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମନୋଜ ଯୋବ୍ରା ମହାନଦୀ କୂଳରେ ଥିବା ସୂଚନା ପାଇ ପୁଲିସ୍ ଚଢ଼ଉ କରିଥିଲା। ହେଲେ ମନୋଜ ପୁଲିସ୍ ଉପରକୁ ଗୁଳି ଓ ବୋମା ମାଡ଼ କରିଥିଲା। ତେବେ ବୋମାମାଡ଼ରେ ମାଲଗୋଦାମ ଆଇଆଇସି ରବିନାରାୟଣ ଭଞ୍ଜଙ୍କ ସହ ୩ ଜଣ ପୁଲିସ୍ କର୍ମୀ […]
ଭୁବନେଶ୍ୱର: ଆଜି ସଂଧ୍ୟାରେ ପହଞ୍ଚିବ କେରଳରୁ ଆସୁଥିବା ସ୍ପେଶାଲ ଟ୍ରେନ। କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆ ଲୋକମାନେ ଏହି ଟ୍ରେନ୍ରେ ଆସୁଛନ୍ତି। ଆଜି ସକାଳେ ଟ୍ରେନ୍ଟି ଭୁବନେଶ୍ୱର ଷ୍ଟେସନ୍ରେ ପହଞ୍ଚିବାର ଥିଲା। କିନ୍ତୁ ୮ ଘଣ୍ଟା ବିଳମ୍ବ ଥିବା ଯୋଗୁଁ ସଂଧ୍ୟାରେ ଭୁବନେଶ୍ୱର ପହଞ୍ଚିବାନେଇ ସୂଚନା ମିଳିଛି। କେରଳର ପ୍ରଳୟଙ୍କରୀ ବନ୍ୟାରେ ବହୁ ଓଡ଼ିଆ ଫସି ରହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ପେଶାଲ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। କେରଳରୁ ଓଡ଼ିଆ ଲୋକ ଆସିବା ପାଇଁ ବିନାମୂଲ୍ୟରେ […]
ଭୁବନେଶ୍ୱର: ୨୦୧୯ ପାଇଁ କଂଗ୍ରେସର ଏବେଠୁ ଆରମ୍ଭ ହୋଇଗଲାଣି ପ୍ରାର୍ଥୀ ଖୋଜା। ଆଜି କଂଗ୍ରେସ ଭବନ କାର୍ଯ୍ୟାଳୟରେ ୨୫ ଆଶାୟୀଙ୍କୁ ନେଇ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା କରାଯାଉଛି। ୨୦୧୪ରେ ୧୫ ହଜାରରୁ କମ୍ ଭୋଟ୍ ବ୍ୟବଧାନରେ ପରାଜିତ ପ୍ରାର୍ଥୀ ଉପସ୍ଥିତ ଅଛନ୍ତି। ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପ୍ରାର୍ଥୀଙ୍କ ସହ ପୃଥକ୍ ଆଲୋଚନା କରାଯାଉଛି। ସେମାନଙ୍କ ସହିତ ଆଲୋଚନା କରାଯାଇ ଆସନ୍ତା ନିର୍ବାଚନରେ ସେମାନଙ୍କ ପ୍ରାର୍ଥିତ୍ୱ ସଂପର୍କରେ ବିଚାର କରାଯିବ। ଯାହାର ଲୋକପ୍ରିୟତା ଅଛି, […]
କଟକ(ଦେବାଶିଷ ମହାନ୍ତି): ଭୁଲ୍ ଲୋକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣକୁ ବିରୋଧ କରି କଟକ ଚାନ୍ଦିନୀଚୌକ ଅଞ୍ଚଳର ଲୋକେ ଲାଲବାଗ ଥାନା ଘେରାଉ କରିଛନ୍ତି। ୨୦୧୩ ଶିଖରପୁର ଅଞ୍ଚଳରେ ଏକ ରାହାଜାନୀ ମାମଲାରେ ଚନ୍ଦନ ମହାରାଣା ନାମକ ଜଣେ ବ୍ୟକ୍ତି ଅଭିଯୁକ୍ତ ଥିଲେ। ସେ ଫେରାରୁ ଥିବାରୁ ତାଙ୍କ ନାଁରେ NBW ଜାରି କରାଯାଇଥିଲା। ତେବେ ଅଭିଯୁକ୍ତ ଚନ୍ଦନ ମହାରଣା ବଦଳରେ ଚାନ୍ଦିନୀଚୌକ ଅଞ୍ଚଳର ନିର୍ଦ୍ଦୋଷ ଚନ୍ଦନ ମହାରଣାକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ […]
ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଗତକାଲି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରୁଥିବା ଚର୍ଚ୍ଚା ହେଉଛି। ଏନେଇ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସୁରେନ୍ଦ୍ର ସିଂ ଭୋଇଙ୍କ ସମର୍ଥକମାନେ ସଇଁତଳାରେ ଦୋକାନ ବଜାର ବନ୍ଦ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସୁରେନ୍ଦ୍ରଙ୍କୁ […]
ବୌଦ୍ଧ: ଶାରୀରିକ ପରୀକ୍ଷା ବେଳେ ପୁଣି ଜଣେ ଚାକିରି ଆଶାୟୀ ଯୁବକଙ୍କ ମୃତ୍ୟୁ। କନ୍ଷ୍ଟେବଲ ଇଣ୍ଟରଭ୍ୟୁ ଦେବା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି। ବୌଦ୍ଧ ଆଇଆରବି ନିଯୁକ୍ତି ପରୀକ୍ଷା ବେଳେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ମୃତ ଯୁବକ ଜଣକ ନୟାଗଡ଼ ନୂଆଗାଁ ବ୍ଲକ୍ ଅଞ୍ଚଳର ପ୍ରବାସୀ ନାୟକ। ୫ କିଲୋମିଟର ଦୌଡ଼ ପ୍ରତିଯୋଗିତା ପରୀକ୍ଷା ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ପ୍ରବାସୀ ଦୌଡ଼ୁଥିବା ବେଳେ ଆଉ ୨୦୦ ମିଟର ବାକିଥାଇ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ […]
ସୁନ୍ଦରଗଡ଼: ପୂଜା ସାରି ଘରକୁ ଫେରିବା ବେଳେ ଏକ ପିକ୍ଅପ୍ ଭ୍ୟାନ୍କୁ ଟ୍ରକ୍ ଧକ୍କା ଦେବା ଫଳରେ ୧୯ଜଣ ମହିଳା ବୋଲ୍ବମ୍ ଭକ୍ତ ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ଗୋମାଡିହିରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ ବଡ଼ଗାଁ ଗଡ଼ବାହଲ ଅଞ୍ଚଳର କିଛି ମହିଳା ଏକ ପିକ୍ଅପ୍ ଭ୍ୟାନରେ ରାଜଗାଙ୍ଗପୁର ସ୍ଥିତ ଘୋଗର ଧାମକୁ ପୂଜା ପାଇଁ ଯାଇଥିଲେ। ପୂଜା ସାରି ଘରକୁ ଫେରିବା ବେଳେ ସେମାନେ ଯାଉଥିବା ଗାଡ଼ିକୁ ଏକ ଟ୍ରକ୍ ଧକ୍କା […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଆଜି ୧୨ ଘଣ୍ଟିଆ ବିନିକା ବନ୍ଦ ଡାକରା ଦିଆଯାଇଛି। ଫଳରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିଛି। ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଡାକ୍ତରଙ୍କ ଅଭାବ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏଠାରେ ତୁରନ୍ତ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଏହି […]
ଭୁବନେଶ୍ୱର: ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ବା ଓସଡିଏର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍ଚୀ ଇସ୍ତଫା ଦେଇଛନ୍ତି। ଗତକାଲି ନିଜ ଇସ୍ତଫା ସମ୍ପର୍କରେ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଆଇଟି କମ୍ପାନୀ ‘ମାଇଣ୍ଡଟ୍ରି’ରେ ଦେଖାଦେଇଥିବା ସମସ୍ୟାର ସମାଧାନ ସହ କମ୍ପାନୀକୁ ଉଦ୍ଧାର କରିବା ତାଙ୍କ ପାଇଁ ଜରୁରୀ ହୋଇପଡ଼ିଥିବା ଦର୍ଶାଇ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୨୦୧୬ ମସିହାରେ ରାଜ୍ୟ ସରକାର ବାଗ୍ଚୀଙ୍କୁ ଓଏସଡିଏର ଚେୟାରମ୍ୟାନ ଦାୟିତ୍ୱ ପ୍ରଦାନ କରିଥିଲେ। ବାଗ୍ଚୀଙ୍କୁ ରାଜ୍ୟ ସରକାର […]
ଭୁବନେଶ୍ୱର: ସାରା ରାଜ୍ୟରେ ଅଗଷ୍ଟ ୧୬ରୁ କଲେଜ ଖୋଲିଲାଣି, ହେଲେ ଏଯାଏଁ ପଢ଼ା ଆରମ୍ଭ ହୋଇନି। କାରଣ ଦାବି ହାସଲ ପାଇଁ ଅଧ୍ୟାପକ, ଅଧ୍ୟାପିକା ଏବେ ଆନ୍ଦୋଳନରେ। ବ୍ଲକ୍ ଗ୍ରାଣ୍ଟ କଲେଜକୁ ପିଲାଏ ସବୁ ଦିନ ଆସୁଛନ୍ତି, ଆଉ କ୍ଲାସ୍ ନକରି ଘରକୁ ଫେରୁଛନ୍ତି। ସେହିପରି ହାଇସ୍କୁଲର ଶିକ୍ଷକମାନେ ବି ପାଠ ପଢ଼ାଇବା ଛାଡ଼ି ସମସ୍ତେ ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ୱର ଯାଇଛନ୍ତି। ନବମ ଓ ଦଶମ ଶ୍ରେଣୀର ପିଲାଙ୍କ କ୍ଲାସ୍ ହେଉଛି ସତ, ହେଲେ ଅଧିକାଂଶ […]
ଭୁବନେଶ୍ୱର: ବିଜେଡି ଛାଡ଼ିଲେ ପୁଣି ଜଣେ ବିଜେଡି ବିଧାୟକ। ଆଜି ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ, ବହୁ ଚାପ ସତ୍ତ୍ୱେ ଜିଲ୍ଲାର କିଛି ନେତାଙ୍କ ପ୍ରଲୋଭନରେ ଅନ୍ୟାୟ ଅନୀତି କାମ କରିନାହିଁ କି କରିବାକୁ ସୁଯୋଗ […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ବେଦାନ୍ତ ଆଲୁମିନିୟମ ପ୍ଲାଣ୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ଲାଠିଚାର୍ଜରେ ଜଣେ ଆନ୍ଦୋଳନକାରୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦାନି ପାତ୍ର। ଆଜି ଶ୍ରମିକମାନେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନ୍ଦୋଳନ କରିଥିଲେ। ତେବେ ପ୍ଲାଣ୍ଟର ସୁରକ୍ଷାକର୍ମୀମାନେ ଜୋର ଜବରଦସ୍ତ ତାଙ୍କୁ ଏଥିରୁ ଓହରିବା ପାଇଁ କହିଥିଲେ। ହେଲେ ଶ୍ରମିକମାନେ ନିଜ ଜିଦରେ ରହିବାରୁ ସୁରକ୍ଷାକର୍ମୀଙ୍କ ସହ ବଚସା ହୋଇଥିଲା। ପରେ ପ୍ଲାଣ୍ଟ ପରିସରକୁ ଆନ୍ଦୋଳନକାରୀ […]
ଭୁବନେଶ୍ୱର: ସପ୍ତାହେ ରଖିଲେ ୨ ଗୁଣା, ଆଉ ମାସେ ରଖିଲେ ୩ରୁ ୫ ଗୁଣା ଲାଭ ମିଳିବ। ଏଭଳି କିଛି ପ୍ରଲୋଭନ ଦେଖାଇ ସେୟାର ବଜାରରେ ଇନ୍ଭେଷ୍ଟ୍ ନାଁରେ ଲକ୍ଷଲକ୍ଷ ଟଙ୍କାର ହୋଇଛି ଠକେଇ। ବିଦେଶୀ ମୁଦ୍ରା କିଣି ଇନ୍ଭେଷ୍ଟ କରିବା ଆଳରେ ଲୋକଙ୍କୁ ଚୂନ ଲଗାଉଥିଲେ ଦୁର୍ବୃତ୍ତ। ଏହି ଠକ ଗ୍ୟାଙ୍ଗର ଖିଲାଡିମାନଙ୍କ ମଧ୍ୟରୁ ୪ଜଣ ଏବେ ପୁଲିସ୍ ଜାଲରେ। ସେମାନଙ୍କ ଘର ତାମିଲନାଡ଼ୁ, କର୍ଣ୍ଣାଟକ ଓ ଗୁଜରାଟରେ ବୋଲି ଜଣାପଡ଼ିଛି। ପ୍ରଥମେ ଇଣ୍ଟରନେଟ୍ ମାଧ୍ୟମରେ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ଗତ ସନ୍ଧ୍ୟାରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଧୂଳିଝଡ଼ ହୋଇଛି। ତେବେ ଆଜି ମଧ୍ୟ ରାଜ୍ୟର ୧୦ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ। ଏହି ଜିଲ୍ଲା ଗୁଡ଼ିକ ହେଉଛି-ସୁନ୍ଦରଗଡ଼, ମୟୂରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର ଓ ଯାଜପୁର। ଏହି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସକାଳ […]