ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଗିରଫ। ବାହାଘରର ପ୍ରଲୋଭନ ଦେଖାଇ ଯୁବକ ଜଣକ ଯୁବତୀଙ୍କୁ ନେଇ ୪ ମାସ ତଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଖଇରା ଥାନା ପୁଲିସ ଯୁବକଙ୍କୁ ଗିରଫ କରିଛି। ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।
ବାଲେଶ୍ୱର: ସୋର ଥାନା ଛକରେ ଚାଲିଥିବା ମା’ ଦୁର୍ଗାଙ୍କ ଦଶମୀ ପୂଜା ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମହିଳାମାନଙ୍କ ସିନ୍ଦୁର ଖେଳ ଖୁବ ଚିତାକର୍ଷକ ଥିଲା। ମା’ଙ୍କୁ ବିଦାୟ ଦେବା ପୂର୍ବରୁ ଆନନ୍ଦ ଉଲ୍ଲାସର ସହିତ ମା’ଙ୍କ ପାଦରେ ଅଳତା ଓ ମସ୍ତକରେ ସିନ୍ଦୂର ପିନ୍ଧାଇଥିଲେ। ଏଥିସହ ମିହଳାମାନେ ପରସ୍ପରକୁ ସିନ୍ଦୁର ଲଗାଇଥିଲେ।
ଶାରଦୀୟ ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ମାଙ୍କ ଆରାଧନା ପାଇଁ ବିଭିନ୍ନ ପୂଜା ମଣ୍ଡପକୁ ଛୁଟି ଆସୁଛି ଭକ୍ତଙ୍କ ସୂଅ। କିବା ହିନ୍ତୁ ଅବା ମୁସଲ୍ମାନ ମାଙ୍କ ନିକଟରେ ସବୁ ମଣିଷ ସମାନ, ସମସ୍ତେ ମାଙ୍କ ସନ୍ତାନ। ଏମିତି ଏକ ମହତ୍ ବାର୍ତ୍ତା ପ୍ରଚାର କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ର ପଳସୁଦା ଗ୍ରାମବାସୀ। ଯେଉଁଠି ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମିଶି ମା ଦୁର୍ଗାଙ୍କ ପୂଜାର୍ଚ୍ଚନା କରୁଛନ୍ତି। ଘଣ୍ଟ, […]
ଭୁବନେଶ୍ୱର : ତାଳଚେରରେ ପ୍ରସ୍ତାବିତ ଟିଟିପିଏସ-3 କୁ ରାଜ୍ୟ ସହଯୋଗ କରୁ। ଟିଟିପିଏସ୍ ଥ୍ରୀ ପ୍ରକଳ୍ପ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ମନ୍ତବ୍ୟ ରଖିଛନ୍ତି । ଓଡ଼ିଶା ସରକାର ବାଧା ନ ଦେଇ ଟିଟିପିଏସ୍-୩କୁ ସହଯୋଗ କରିବା ଉଚିତ୍ । କାରଣ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା ଓ ଦେଶ ଲାଭବାନ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ବିହାରର ବାର୍ ଏନ୍ଟିପିସିର ବିଦ୍ୟୁତ ମହଙ୍ଗା ହୋଇଛି ବାହାନା କରି ତାଳଚେର ପ୍ଲାଣ୍ଟର ଶସ୍ତା ବିଦ୍ୟୁତକୁ […]
ଜଗତସିଂହପୁର: ଏରସମାରେ ରାବଣପୋଡ଼ିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବିଧାୟକ ଦାମୋଦର ରାଉତ ଓ ପ୍ରଶାନ୍ତ ମୁଦୁଲି। ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ରାବଣପୋଡ଼ି ପାଇଁ ଏଥର ଦାମଙ୍କ ବଦଳରେ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରଶାସନ ଅନୁମତି ଦେବା ପରେ ରାଜନୀତି ଜୋର୍ ଧରିଛି। ଅନ୍ୟପଟେ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ଦାମୋଦର ରାଉତ। ସେ କହିଛନ୍ତି, ୯ ବର୍ଷ ଧରି ପ୍ରଶାନ୍ତ ମୁଦୁଲି କରୁ ନଥିଲେ। ପ୍ରଶାନ୍ତ ପ୍ରଶାସନକୁ ଲେଖିବାରୁ ପୁଲିସ୍ ମଞ୍ଚ ଭାଙ୍ଗିଲେ। ପୁଲିସ୍ କହିଲା, […]
ଭଦ୍ରକ: ଚାନ୍ଦବାଲି ତିହିଡ଼ି ଥାନା ସାହାପୁର ନୂଆଗାଁରେ ଅଭାବନୀୟ ଘଟଣା ଘଟିଛି। ପାଣିରେ ବୁଡ଼ି ୨ ନାତୁଣୀ ଏବଂ ଆଈଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଆଜି ସକାଳେ ୨ ନାତୁଣୀ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଆଉ ଶୌଚ ହେଉଥିବା ବେଳେ ଦୁଇଜଣ ପାଣିରେ ବୁଡ଼ି ଯାଇଥିଲେ। ଉଭୟ ୯ ବର୍ଷର ଅଞ୍ଜନା ଓ ୧୦ ବର୍ଷର ଶ୍ରାବଣୀ ଦୀର୍ଘ ସମୟ ଯାଏ ନ ଫେରିବାରୁ ଆଈ ଦୁଇ ନାତୁଣୀଙ୍କୁ ଖୋଜିବାକୁ ଯାଇଥିଲେ। ୨ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ଯାଜପୁର,ପୁରୀ, କଟକ, ନୟାଗଡ,ଗଜପତି, ଭଦ୍ରକ, ମୟୁରଭଞ୍ଜ,ସମ୍ବଲପୁର, ସୁନ୍ଦରଗଡ, କୋରାପୁଟ, କେନ୍ଦୁଝର,କେନ୍ଦ୍ରାପଡା,ଖୋର୍ଦ୍ଧା,ଜଗତସିଂହପୁର ଓ ମାଲକାନଗିରି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅପରାହ୍ନ ସାଢ଼େ ୪ଟା ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଆସନ୍ତା ୧୮ ତାରିଖରେ ପଶ୍ଚିମ-କେନ୍ଦ୍ର ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। […]
ଭୁବନେଶ୍ୱର: ‘ତିତ୍ଲି’ରେ କ୍ଷୟକ୍ଷତି ପରିମାଣ ୨୭୬୫ କୋଟିକୁ ବୃଦ୍ଧି ହୋଇଛି। ‘ତିତ୍ଲି’ କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ SRC ଏହି ସୂଚନା ଦେଇଛନ୍ତି। ତେବେ ଏ ନେଇ ଆଜି ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏସ୍ଆର୍ସିଙ୍କ ସୂଚନା ଅନୁଯାୟୀ ୧୭ ଜିଲ୍ଲାର ୧୨୮ ବ୍ଲକର ୮୧୨୫ ଗାଁ ପ୍ରଭାବିତ ହୋଇଛି। ‘ତିତ୍ଲି’ରେ ମୋଟ ୬୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ‘ତିତ୍ଲି’ରେ ୨.୬୩ ଲକ୍ଷ ହେକ୍ଟର୍ ଚାଷ ଜମି କ୍ଷତିଗ୍ରସ୍ତ […]
ଭୁବନେଶ୍ୱର: ଠିକାଦାରଙ୍କ ଘର ଉପରକୁ ସଂଘବଦ୍ଧ ଆକ୍ରମଣ। ଭୁବନେଶ୍ୱର ଡୁମୁଡୁମାରେ ଜଣେ ଠିକାଦାରଙ୍କ ଘର ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଠିକାଦାରଙ୍କ ଗାଡ଼ି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ପ୍ରାୟ ୨୦ରୁ ୨୫ ଯୁବକ ଗତକାଲି ବିଳମ୍ବିତ ରାତିରେ ଠିକାଦାରଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୨ଟି କାର୍ ଓ ମାରଣାସ୍ତ୍ର ଜବତ ହେବାସହ ପୁଲିସ୍ ୨ ଜଣ ଯୁବକଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଯାଁଳା ୟୁକୋ ବ୍ୟାଙ୍କର ଏଟିଏମ୍ରୁ ଲୁଟ୍ ଉଦ୍ୟମ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ସଟର୍ ଭାଙ୍ଗି ଭିତରକୁ ପଶିଥିଲେ। ତା’ପରେ ସେମାନେ ଏଟିଏମ୍କୁ ଭାଙ୍ଗିଥିଲେ। ତେବେ ସେମାନେ ଟଙ୍କା ନେବାକୁ ସକ୍ଷମ ହୋଇ ନାହାନ୍ତି ବୋଲି ଜଣାପଡ଼ିଛି। ଯାଁଳା ଫାଣ୍ଡି ପୁଲିସ୍ ପ୍ରାଥମିକ ତଦନ୍ତ କରି ଏଟିଏମ୍କୁ ସିଲ୍ କରିଛି। ସିସିଟିଭି ଯାଞ୍ଚ କରିବା ପରେ ଅପରାଧୀଙ୍କ ସମ୍ପର୍କରେ ସୁରାକ୍ ମିଳିପାରିବ ବୋଲି ଜଣାପଡ଼ିଛି।
ନୂଆପଡ଼ା: ଜିଲ୍ଲା ପାୱାରତଲା ଗାଁରୁ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି। ଉଦ୍ଧାର ଅଜଗରର ଲମ୍ବ ପ୍ରାୟ ୮ ଫୁଟ୍ ହେବ। ବନ ବିଭାଗ ପକ୍ଷରୁ ଏହାକୁ ଉଦ୍ଧାର କରାଯାଇ ସୁନାବେଡ଼ା ଅଭୟାରଣ୍ୟରେ ଛଡ଼ାଯାଇଛି। ଏହି ବିରାଟକାୟ ଅଜଗରକୁ ଦେଖିବା ଲାଗି ଗାଁ ଲୋକେ ଏକାଠି ହୋଇଯାଇଥିଲେ।
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୟପାଟଣା-ମୋଟେର ରାସ୍ତାର ଦୁଲକିବନ୍ଧ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବୋଲେରୋ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବିଜମରା ଗାଁର ପଦ୍ମନାଭ ରଣା ଓ ବଡ଼କୁଟ୍ରୁ ଗାଁର ସାଇ ସୌରଭ ପଣ୍ଡା। ଗତକାଲି ରାତିରେ ଦୁଇ ସାଙ୍ଗ ପଦ୍ମନାଭ ଓ ସାଇ ସୌରଭ ଭୋଜି ଖାଇ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପଦ୍ମନାଭଙ୍କ ମୃତ୍ୟୁ ଘଟିଥିଲା। ସାଇ […]
କଟକ: ବଜ୍ରକବାଟୀ ରୋଡ଼ରେ ଥିବା ଏକ ଘରୋଇ ନର୍ସିଂହୋମ୍ରେ ଉତ୍ତେଜନା ଓ ଭଙ୍ଗାରୁଜା ହୋଇଛି। ରୋଗୀଙ୍କ ମୃତ୍ୟୁକୁ ନେଇ ସଂପର୍କୀୟମାନେ ନର୍ସିଂହୋମ୍ ଭିତରେ ଭଙ୍ଗାରୁଜା କରିବା ସହ ଗେଟ୍ରେ ତାଲା ପକାଇ ଦେଇଛନ୍ତି। ବିଷ ପିଇଥିବା ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବାରୁ ସଂପର୍କୀୟମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଚିକିତ୍ସାରେ ଅବହେଳା କରାଯିବାରୁ ରୋଗୀଙ୍କର ମୃତ୍ୟୁ ହେଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ଡଙ୍କାରୀ ପାହାଡ଼ରେ ରାଜସ୍ୱ ବିଭାଗର ଚଢ଼ଉକୁ ନିନ୍ଦା କରିଛନ୍ତି ଖଣି ଲିଜ୍ଧାରୀ। ବିନା ନୋଟିସ୍ରେ ପ୍ରଶାସନର ଚଢ଼ଉକୁ ଓ ୧୪୪ ଧାରା ଜାରୀକୁ ଲିଜ୍ଧାରୀମାନେ ବିରୋଧ କରିଛନ୍ତି। ଲିଜ୍ ନେବା ପରେ ଆଇନ କାନୁନ ଆଧାରରେ ପଥର ଖାଦାନ ଚାଲିଥିବା ଲିଜ୍ଧାରୀମାନେ କହିଛନ୍ତି। ଏସବୁ ସତ୍ତ୍ୱେ ଖାଦାନ ଉପରେ ଚଢ଼ଉକୁ ବେଆଇନ ସେମାନେ କହିଛନ୍ତି। ପ୍ରଶାସନର ଏଭଳି କାର୍ଯ୍ୟ ବିରୋଧରେ କୋର୍ଟର ଆଶ୍ରୟ ନେବେ ବୋଲି ଲିଜ୍ଧାରୀମାନେ ଏକ ସାମ୍ବାଦିକ […]
ଭୁବନେଶ୍ୱର: ପୋଲ ଉପରୁ କାର୍ ଖସି ପଡ଼ିବାରୁ ପାଣିରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ଜଟଣୀ ଥାନା ଅନ୍ତର୍ଗତ ଜଟଣୀ-ତଳଖେତା ରାସ୍ତା ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ କାର୍ରେ ୩ଜଣ ବ୍ୟକ୍ତି ଜଟଣୀରେ ଗଣେଶ ପୂଜା ଦେଖିସାରି ଭୁବନେଶ୍ୱର ଫେରୁଥିଲେ। ତଳଖେତା ରାସ୍ତା ବାଟଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ନାଳ ଭିତରକୁ କାର୍ଟି ଖସି ପଡ଼ିଥିଲା। ପ୍ରାୟ ୧୫ ଫୁଟ୍ ପାଣି ଭିତରେ କାର୍ଟି ବୁଡ଼ି ରହିଥିଲା। […]
ଗଜପତି: ‘ତିତ୍ଲି’ର ତାଣ୍ଡବକୁ ଆଜି ୮ ଦିନ ପୂରିଛି, ହେଲେ ଗଜପତି ଜିଲ୍ଲାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତଦେହ ଏଯାଏ ମିଳିପାରି ନାହିଁ। ଏଥିସହିତ ୧୩ଟି ମୃତଦେହର ଏପର୍ଯ୍ୟନ୍ତ ପରିଚୟ ମଧ୍ୟ ମିଳିପାରିନାହିଁ। ତେବେ ବାକି ୨୬ ଜଣଙ୍କ ଶବ ବ୍ୟବଚ୍ଛେଦ ସରିଥିବା ଜିଲ୍ଲାପାଳ ଅନୁପମ ଶାହ କହିଛନ୍ତି। ବାତ୍ୟାର ୮ ଦିନ ପରେ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଏ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସେ କହିଛନ୍ତି ଯେ, ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ […]
କଟକ: ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡ଼ାରେ ଶିକାର ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସର୍ପାଘାତ ପରେ ବ୍ୟକ୍ତିଙ୍କୁ ଠିକ୍ ସମୟରେ ଡାକ୍ତରଖାନା ଆଣିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ କହିଛନ୍ତି। ଏଥିପାଇଁ ଡାକ୍ତରଙ୍କ ଚିକିତ୍ସାରେ ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକେ। ଏଥିପାଇଁ ପରିବାର ଲୋକେ ଶବ ରଖି କଟକ ଚାନ୍ଦବାଲି ରାସ୍ତା ଅବରୋଧ କରିବା ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପର ଜେନାଙ୍କ ଦୃଷ୍ଚି ଆକର୍ଷଣ ମଧ୍ୟ କରିଥିଲେ। […]
ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ବାଘ ଅାତଙ୍କ। ଟିଟିଲାଗଡ଼ କାଲକୁଟ ଜଙ୍ଗଲର ଡୁମେର ବାହାଲ ପ୍ରୋଜେକ୍ଟ ରାସ୍ତା ନିକଟରେ ଏକ କଲରାପତରିଅା ବାଘକୁ ଦେଖିଛନ୍ତି ସ୍ଥାନୀୟ ଲୋକେ। ବାଘଟି ସ୍ଥାନୀୟ ଗୋଳାବାରୁଦ କାରଖାନାକୁ ଯାଇଥିବା ପାଣି ପାଇପ ଉପରେ ଦୀର୍ଘ ସମୟ ଧରି ବସିଥିବା ଦେଖିବାକୁ ମିଳିଥିଲା। ବାଘ ପାଇଁ ସେ ରାସ୍ତାରେ କିଛି ସମୟ ଧରି ଯାତାୟାତ ବନ୍ଦ ହୋଇ ଯାଇଥିଲା ତେବେ କିଛି ସମୟ ପରେ ବାଘଟି ଅାପେ ପୁଣି ଜଙ୍ଗଲ ଭିତରକୁ […]
ଭୁବନେଶ୍ୱର : ଋଣ ଯନ୍ତାରେ ଓଡ଼ିଶା । ବଢି ବଢି ଚାଲିଛି ରାଜ୍ୟର ଋଣ ପରିମାଣ। ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ରଖିଥିବା ଉତ୍ତର ଅନୁଯାୟୀ ରାଜ୍ୟର ମୋଟ୍ ଋଣ ପରିମାଣ ରହିଛି ୭୬ହଜାର ୪୨୮ଦଶମିକ୪୧ କୋଟି। ତେବେ ଗଲା ଚାରି ବର୍ଷ ଧରି ରାଜ୍ୟ ସରକାର ଯେଭଳି ଋଣ କରି ଚାଲିଛନ୍ତି, ବର୍ଷ କେଇଟାରେ ଏହା ରାଜ୍ୟର ମୋଟ୍ ବଜେଟ୍ ପରିମାଣକୁ ବି ଟପି ଯିବ। ତେବେ ଅାଶ୍ଚର୍ଯ୍ୟର କଥା ହେଉଛି ଅର୍ଥମନ୍ତ୍ରୀ କହୁଛନ୍ତି ରାଜ୍ୟର […]
ଭୁବନେଶ୍ୱର : ବିରୋଧୀଙ୍କ ହାତରେ ଦାମଙ୍କ ଅସ୍ତ୍ର। ସରକାରଙ୍କ ଉପରେ ଦାମ ଯେଉଁ ଦୁର୍ନୀତିର ବୋମା ପକାଇଥିଲେ ତାକୁ ଏବେ ବିଜେପି ଅସ୍ତ୍ର କରିବାକୁ ସଜ ହେଉଛି। ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି କିଛି ବିଜେଡି ନେତାଙ୍କ ଫଟୋ ଦେଖାଇ ଅଭିଯୋଗ କରିଛନ୍ତି। ଅତୀତରେ ଦୁର୍ନୀତି ଅଭିଯୋଗରେ ପଦ ଯାଇଥିବା ନେତାଙ୍କୁ ପୁଣି ନବୀନ କିଭଳି କୋଳେଇ ନେଇଛନ୍ତି । ଦଳର ଅଭିଯୋଗ ଏହି ଦୁର୍ନତିଗ୍ରସ୍ତ ନେତାଙ୍କ ସର୍ଦ୍ଦାର ହେଉଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ […]
ଖୋର୍ଦ୍ଧା : ବଜ୍ରାଘାତରେ ଗଲା ୩ ଜୀବନ। ଖୋର୍ଦ୍ଧା ଅଞ୍ଚଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ ସାରୁଅ ଗାଁର ପରମାନନ୍ଦ ମହାଭୋଇ ଓ କୁଞ୍ଜୁରୀ ଗାଁର ସଂଜୟ ନାୟକ। ସେହିପରି କୁଞ୍ଜରି ଗାଁର ଦୀନେଶ ନାୟକ,ବବିତା ନାୟକ ଏବଂ ପୁବୁସାହିର ରମେଶ ସେଠୀ ଗୁରୁତର ହୋଇଛନ୍ତି। ଏମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେହିପରି ମୟୂରଭଞ୍ଜ ଜିଲ୍ଲା […]
କଟକ : କଟକ ଜିଲ୍ଲା ସାଲେପୁର ଥାନା ଶଙ୍କରପୁର ଗାଁରେ ଘର ବାହାରେ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ହେଲେ ସେଖ୍ ଜମିର । ଏହା ଏକ ପ୍ରେମ ଜନିତ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ପରିବାର ଲୋକେ। ମୃତ ସେଖ ଜମୀରଙ୍କ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଥିଲା ,ହେଲେ ଯୁବତୀଙ୍କ ପରିବାରର ଲୋକେ ଏହାକୁ ବିରୋଧ କରୁଥିଲେ। ସେମାନେ ହିଁ […]
ଭୁବନେଶ୍ୱର: ‘ତିତଲି’ରେ କୌଣସି କ୍ଷତି ନ ହେବା ପାଇଁ ଝଡ଼ ଆସିବା ପୂର୍ବରୁ ସରକାରଙ୍କ ଜିରୋ କାଜୁଆଲ୍ଟି ମିଶନ୍ ଆରମ୍ଭ କରିଥିଲେ। ମିଶନ୍ର ଲକ୍ଷ୍ୟ ଅନୁସାରେ ସମୁଦ୍ର କୂଳିଆ ଗାଁରୁ ଲୋକଙ୍କୁ ସ୍ଥାନାନ୍ତର ବି କରାଯାଇଥିଲା। କେଇ ଘଣ୍ଟାରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଗଲା ବୋଲି ସରକାର କହିଥିଲେ। ହେଲେ ‘ତିତ୍ଲି’ ପରର ବର୍ଷା ଓ ବନ୍ୟା ଯୋଗୁ ଭଞ୍ଜନଗରରେ ଭାସିଗଲା ୭ ଟି ମୂଲ୍ୟବାନ ଜୀବନ। ସେହିଭଳି ଗଜପତି ଜିଲ୍ଲାର ରାୟଗଡ଼ […]
ଭୁବନେଶ୍ୱର : ତେଲ ଦର ବଢ଼ିଥିବାରୁ ବସ୍ ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର। ବସ୍ ଭଡ଼ା କି.ମି ପିଛା ୨ ଓ ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଅର୍ଡିନାରୀ, ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୨ ପଇସା ଓ ଡିଲକ୍ସ, ଏସି ଡିଲକ୍ସ କିମି ପିଛା ୪ ପଇସା ଲେଖାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅର୍ଡିନାରୀ ବସ୍ ଭଡ଼ା କି.ମି ପ୍ରତି ଥିଲା ୭୦ ପଇସା। ଏବେ ବଢ଼ି ହେଲା ୭୨ […]
ଯାଜପୁର: ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ନାବାଳିକା କାବେରୀକୁ ଉଦ୍ଧାର କରିଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବାମ୍ବିଲୋ ଗ୍ରାମରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲା ୯ ବର୍ଷର ଶିଶୁକନ୍ୟା କାବେରୀ ଦେହୁରୀ। ଦୀର୍ଘଦିନ ହେବ ବେକ ଓ ଛାତିରେ ବଡ଼ ‘ଘା’ ସୃଷ୍ଟି ହୋଇଥିବାରୁ ପରିବାର ଲୋକେ ଚିନ୍ତାରେ ଥିଲେ। ଅର୍ଥାଭାବ ଥିବାରୁ ପରିବାର ଲୋକେ ଝିଅର ଚିକିତ୍ସା କରିପାରୁ ନଥିଲେ। ତେବେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା […]