• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Untitled-1
ଆଗକୁ ନିର୍ବାଚନ, ତାତିବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଅଳ୍ପ କିଛି ମାସ ଥିବାରୁ ଏଥର ସରଗରମ ହେବ ଦିନକ ପରେ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନ।  ମୁହାଁମୁହିଁ ହେବେ ଶାସକ ଓ ବିରୋଧୀ। ଏଥର ବିରୋଧୀଙ୍କ ହାତରେ ଅଭିଯୋଗର ଲମ୍ବା ତାଲିକା ରହିଛି। ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ପର୍ବ। ଖାସ୍ କରି ଚାଷ ଓ ଚାଷୀ ପ୍ରସଙ୍ଗକୁ ମୁଖ୍ୟ ବିଷୟ କରିପାରନ୍ତି ବିରୋଧୀ। ସମାବେଶ ଲାଗି ଚାଷୀଙ୍କୁ ରାଜଧାନୀରେ […]

  • Tuesday, 20 July 2021
4
ଦୁଃଖ ଦେଇ ଗଲା ‘ଡାଏ’

ବାଲେଶ୍ୱର: ଦୁଃଖ ଦେଇଗଲା ଘୂର୍ଣ୍ଣିବାତ୍ୟା ‘ଡାଏ’। ଏହାର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଓ ମାଲକାନଗିରି ଅଞ୍ଚଳରେ ଲୋକେ ଏବେ ବି ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ବନ୍ୟା ପାଣି ଘେରରେ ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ବଡପାଳ, କଲ୍ୟାଣପୁର ଆଦି ପଞ୍ଚାୟତର ଲୋକେ। ସେହିପରି ବଡ଼ସାହି ନିର୍ବାଚନମଣ୍ଡଳୀର ପାଳପାଟଣା, ଶାଳଗାଁ, ନରଣଗାଁ ମଧ୍ୟ ଲୋକେ ମଧ୍ୟ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ପ୍ରବଳ ବର୍ଷା କାରଣରୁ ନଦୀରେ ବନ୍ୟାପାଣି ଆସି ଏହି […]

  • Tuesday, 20 July 2021
2
ଆଜିଠୁ କଳାବ୍ୟାଜ୍‌ ପିନ୍ଧି ଶିକ୍ଷାଦାନ କରିବେ ଶିକ୍ଷକ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଚଳାଇଥିବା ଆନ୍ଦୋଳନ ଆଜି ୪୦ଦିନରେ ପହଞ୍ଚିଛି। ଆଜିଠାରୁ ଶିକ୍ଷକମାନେ ସ୍କୁଲ୍‌ରେ କଳାବ୍ୟାଜ୍‌ ପିନ୍ଧି ଶିକ୍ଷାଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେହିପରି ଜିଲ୍ଲାଓ୍ୱାରୀ ପାଳି କରି ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନକାରୀ ଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବେ। ସରକାର ଏଯାଏ ଦାବି ପୂରଣ କରି ନଥିବା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆନ୍ଦୋଳନରତ ଶିକ୍ଷକ ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବା ଲାଗି ସ୍ଥିର […]

  • Tuesday, 20 July 2021
maneka
ହାତୀ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧିଙ୍କ ଚିଠି

ଭୁବନେଶ୍ୱର: ହାତୀ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି। ଓଡ଼ିଶାରେ ହାତୀ ସୁରକ୍ଷା ପାଇଁ ନବୀନ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ଢେଙ୍କାନାଳରେ ଏକାଥରକେ ୭ ହାତୀ ମୃତ୍ୟୁ ସହ ୨୦୧୧ରୁ ୧୭ ମସିହା ମଧ୍ୟରେ ଓଡ଼ିଶାରେ ୪୩୫ଟି ହାତୀଙ୍କ ମୃତ୍ୟୁ ଘଟିଛି। ଯେଉଁଥିରୁ ୧୨୪ଟି ହାତୀଙ୍କର ବିଦ୍ୟୁତ ଆଘାତରେ ଜୀବନ ଯାଇଛି। ବିଦ୍ୟୁତ ଆଘାତରୁ ହାତୀଙ୍କୁ ବଞ୍ଚାଇବାକୁ ଏ.କେ. ବିଶ୍ୱାଳ କମିଟି ସୁପାରିସକୁ […]

  • Tuesday, 20 July 2021
paradeep
‘ଦାମ ବାବୁଙ୍କ ପାଇଁ ଆମେ ବ୍ୟସ୍ତ ନୁହଁ’

ଭୁବନେଶ୍ୱର: ବିଜେଡିରୁ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବହିଷ୍କାର ପରେ ଦଳକୁ ଏବେ ଘାରିଛି ପାରାଦୀପ ନିର୍ବାଚନ ମଣ୍ଡଳୀ ଚିନ୍ତା।  ଏଠାରେ ବିଜେଡିର ସ୍ଥିତି ଜାହିର କରିବା ପାଇଁ ପାରାଦୀପ, କୁଜଙ୍ଗ, ତିର୍ତ୍ତୋଲ ଆଦି ବ୍ଲକର କର୍ମୀ ଓ ନେତାଙ୍କୁ ନେଇ ଭୁବନେଶ୍ୱରରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳକୁ ଅଧିକ ମଜଭୁତ ପାଇଁ ଏହି ସମ୍ମିଳନୀର ଆୟୋଜନ ବୋଲି ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ କହୁଥିବା ବେଳେ କୌଣସି […]

  • Tuesday, 20 July 2021
ff
ଦେବାଶିଷ ଓ ପ୍ରତାପଙ୍କ ଉପରେ ବର୍ଷିଲେ ଦାମ

ଭୁବନେଶ୍ୱର: ପାରାଦୀପରୁ ପ୍ରାର୍ଥୀ ହେବା ଲାଗି ମନ ବଳାଇଥିବା ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଜବାବ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି, ପାରାଦୀପ ଅନାବାଦି ନୁହେଁ, ଯିଏ ପାରିବ ଚାଷ କରିବ। ନବୀନଙ୍କ ଓଡ଼ିଆରେ ପାରାଦୀପ ଲୋକଙ୍କ ଛାତି ଫାଟି ପଡ଼ୁଥିବା କଟାକ୍ଷ କରିବା ସହ ବିଜୁ ବାବୁ ତାଙ୍କୁ ପାରାଦୀପର ଚୌକିଦାର କରିଥିବା କହିଛନ୍ତି ଦାମ। ପାରାଦୀପର ଡାକ୍ତର ଦାମୋଦର ରାଉତଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ନେଇ ଗତକାଲି ଇଛା […]

  • Tuesday, 20 July 2021
school
ଶିକ୍ଷାବର୍ଷ ଅଧା ସରିଲାଣି, ହେଲେ ପିଲା ପାଇନାହାନ୍ତି ୟୁନିଫର୍ମ

ବାଲେଶ୍ୱର: ଫେଲ୍‌ ମାରିଛି ସରକାରଙ୍କ ଶିକ୍ଷା ବ୍ୟବସ୍ଥା। ବର୍ଷ ସରିବାକୁ ବସିଲାଣି, ହେଲେ ପିଲାଙ୍କୁ ମିଳିପାରିନି ସ୍କୁଲ୍‌ ପୋଷାକ। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପ୍ରାଥମିକ ଏବଂ ନୋଡାଲ୍‌ ସ୍କୁଲଗୁଡ଼ିକରେ ଏଭଳି ଘଟଣା ଘଟିଛି। ଜିଲ୍ଲାର ବଡ଼ ମନ୍ଦାରୁଣୀ ନୋଡାଲ୍‌ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲା ବିନା ସ୍କୁଲ ୟୁନିଫର୍ମରେ ପାଠ ପଢ଼ିବାକୁ ଆସୁଛନ୍ତି। ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ପିଲାଙ୍କୁ ୟୁନିଫର୍ମ ଦିଆଯାଉଥିବାବେଳେ ଚଳିତ ବର୍ଷ ଜମା ଖାତାରେ […]

  • Tuesday, 20 July 2021
rayagada
୨୦ ବର୍ଷ ହେଲା ରାସ୍ତାଟିଏ ପାଇଁ ହନ୍ତସନ୍ତ

ରାୟଗଡ଼ା: ଗଲା ୨୦ ବର୍ଷ ହେଲା ରାସ୍ତାଟିଏ ପାଇଁ ନାନା ହନ୍ତସନ୍ତ ହେଉଛନ୍ତି ଶରଧାପୁର ପଞ୍ଚାୟବାସୀ। ଏଠାରେ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛିା ମାଟି ଗୋଡ଼ି ଯୁକ୍ତ ପାଦ ଚଲା ରାସ୍ତାଟି ଚାରିଆଡ଼େ ଖାଲ ଖମାରେ ଭରିଯାଇଛି। ଏହା ସହିତ ଗାଁକୁ ଯିବାକୁ ହେଲେ ୨ଟି ନାଳ ଅତିକ୍ରମ କରି ଯିବାକୁ ପଡ଼ୁଛି। ଏଠାରେ ଥିବା କୁଜିଙ୍ଗି, ଧୁଆପାଡ଼ି, ଓମଗୁଡ଼ା, ପାଲଝୋଡ଼, ନଙ୍ଗଳବେଡ଼ା ଭଳି ୫ଟି ଗାଁର ଗମନାଗମନ କହିଲେ […]

  • Tuesday, 20 July 2021
chakda
ଚକଡ଼ା ପୋକ ଯୋଗୁ ଫସଲ ନଷ୍ଟ ଅଭିଯୋଗ

ରାୟଗଡ଼ା: ତିତିଲି ପରେ ଏବେ ଦାଉ ସାଧିଛି ପ୍ରକୃତି। କେତେବେଳେ ପାଣି ଅଭାବରୁ ମରୁଡ଼ି ତ ଆଉ କେତେବେଳେ ଲଘୁଚାପ ଜନିତ ବର୍ଷା। ଆଉ ଏବେ ରୋଗ ପୋକ ଦାଉରେ ଫସଲ ନଷ୍ଟ ହେଉଛି। ଧାନ ଗଛ ମୂଳରେ ଭୟଙ୍କର ଭାବେ ଲାଗିଛି ଚକଡ଼ା ପୋକ। ଧାନ କେଣ୍ଡା ପାଲିଟିଛି ଅଗାଡ଼ି। ଫଳରେ ଉଜୁଡ଼ି ଯାଉଛି ସୁନାର ଫସଲ। ଏଭଳି ସ୍ଥିତି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଅଞ୍ଚଳରେ। ପ୍ରତିକୂଳ ପାଗ ସତ୍ତ୍ୱେ ଚଳିତ ବର୍ଷ […]

  • Tuesday, 20 July 2021
chhat
ରାଜ୍ୟର ବିଭିନ୍ନ ସ୍ଥାନରେ ଛଟ୍ ପର୍ବ ପାଳିତ

ଭୁବନେଶ୍ୱର: ଦେଶବ୍ୟାପୀ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଛି ଛଟ୍ ପର୍ବ। ଉତ୍ତର ଭାରତରେ ଏହା ମୁଖ୍ୟ ପର୍ବ ହୋଇଥିଲେ ମଧ୍ୟ ଓଡ଼ିଶାରେ ଉତ୍ତର ଭାରତୀୟମାନେ ଏହାକୁ  ଖୁବ୍‌ ନିଷ୍ଠାର ସହ ପାଳନ କରିଛନ୍ତି। ସମ୍ବଲପୁର, ରାଉରକେଲା ସହ ରାଜଧାନୀ ଭୁବନେଶ୍ୱରରେ ଗତକାଲି ଅସ୍ତଗାମୀ ସୂର୍ଯ୍ୟାଙ୍କୁ ଅର୍ଘ୍ୟ ଦିଆଯାଇଥିଲା। ଆଜି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ଛଟ୍ ପର୍ବ ଶେଷ ହୋଇଛି। ପରିବାରରେ ସୁଖଶାନ୍ତି କାମନା କରି ବ୍ରତଧାରୀମାନେ ପୂଜାର୍ଚ୍ଚନା କରିବା ପରେ ବିଭିନ୍ନ […]

  • Tuesday, 20 July 2021
farmer
ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ କେ. ଶ୍ରୀନୁ। ଘର ଗୋଷାଣୀ ବ୍ଲକ୍‌ ତୋଟାଗୁମୁଡ଼ା ଗାଁରେ ବୋଲି ସୂଚନା ମିଳିଛି। ଶ୍ରୀନୁ ନିଜ ଜମି ସହ ୪ ଏକର  ଜମିରେ ଭାଗ ଚାଷ କରିଥିଲେ। ଏଥିପାଇଁ ବିଭିନ୍ନ ଲୋକଙ୍କଠାରୁ ୨ଲକ୍ଷ ଟଙ୍କା ହାତ ଉଧାରୀ କରିଥିଲେ। କିନ୍ତୁ ଫସଲ ହାନି ଯୋଗୁ ସେ କିଛି ଦିନ ହେଲା ଚିନ୍ତାରେ ରହୁଥିଲେ। ଏଥିପାଇଁ ସେ କୀଟନାଶକ ପିଇ ଦେଇଥିବା ପରିବାର […]

  • Tuesday, 20 July 2021
elephant
ବିଦ୍ୟୁତ ତାର ନେଲା ଦନ୍ତା ଜୀବନ

ଅନୁଗୁଳ: ପୁଣି ବିଦ୍ୟୁତ ତାର ଲାଗି ଏକ ଦନ୍ତା ହାତୀର ଜୀବନ ଯାଇଛି। ଅନୁଗୁଳ ହଣ୍ଡପା ରେଂଜରେ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଦନ୍ତାହାତୀର ବୟସ ୮ରୁ ୧୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିବାବେଳେ ହାତୀଟି ଏହାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ହାତୀ […]

  • Tuesday, 20 July 2021
ff
କ୍ଷତିପୂରଣ ପାଇବାରୁ ବଞ୍ଚିତ ଶହ ଶହ ଚାଷୀ

ବଲାଙ୍ଗିର: କ୍ରମାଗତ ୪ ବର୍ଷ ଧରି ମରୁଡ଼ି ମାଡ଼ରେ ଘାଇଲା ହେବା ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବଲାଙ୍ଗିର ଜିଲ୍ଲାର ଚାଷୀ। ଶସ୍ୟବୀମା ଦାବିରେ ବଲାଙ୍ଗିର ସାଂସଦ ଓ ଜିଲ୍ଲାପାଳଙ୍କୁ ଘେରାଉ କରିଛନ୍ତି। ଏବଂ ବୀମାରାଶି ଫାଙ୍କିବାକୁ ସାଂଘାତିକ ଷଡ଼ଯନ୍ତ୍ର ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସରକାରୀ ଅଧିକାରୀ ବୀମା କମ୍ପାନୀ ସହ ମିଶି ସେମାନଙ୍କୁ ଚୁନ ଲଗାଇଥିବା ଚାଷୀ କହିଛନ୍ତି। ତେବେ କେବଳ ଚାଷୀଙ୍କ ଅଭିଯୋଗ ନୁହେଁ, ଏହାର ତଥ୍ୟ ପ୍ରମାଣ ଲାଗିଛି ଓଟିଭି ହାତରେ। […]

  • Tuesday, 20 July 2021
wether
ରାଜ୍ୟର କିଛି ସ୍ଥାନରେ ହୋଇପାରେ ବର୍ଷା

ଭୁବନେଶ୍ୱର : ଏଣିକି ରାଜ୍ୟରେ ପାଗ ଶୁଖିଲା ରହିବ । କାଁ ଭାଁ ଅଳ୍ପ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଅାଞ୍ଚଳିକ ପାଣିପାଗ ବିଭାଗ । ଉପକୂଳ ଏବଂ ଉତ୍ତର ଓଡ଼ିଶାର ଗୋଟିଏ, ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି ।  ଅାସନ୍ତା ୨୭ ତାରିଖ ପରେ ରାଜ୍ୟରେ ପାଗ ଶୁଖିଲା ରହିବ ।

  • Tuesday, 20 July 2021
make
ମେକ୍ ଇନ୍ ଓଡ଼ିଶାର ପ୍ରତିଶ୍ରୁତି ପୂରଣ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ସ୍ୱାସ୍ଥ୍ୟକ୍ଷେତ୍ରରେ ପୁଞ୍ଜି ନିବେଶକାରୀଙ୍କୁ ଅାକୃଷ୍ଟ ପାଇଁ ମାରଥନ ଅାଲୋଚନା ଚାଲିଛି। ପୁଞ୍ଜି ନିବେଶକାରୀଙ୍କ ପାଖରେ ନିଜ ସଫଳତାର ଗାଥା ବଖାଣିବା ବେଳେ ଅାୟୁଷ୍ମାନ ଭାରତ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ତୁଳନା କରି ରାଜନୀତିର ଛୁଙ୍କ ବି ଦେଇଥିଲେ ବିଭାଗୀୟ ମନ୍ତ୍ରୀ। ଅାସନ୍ତା ୨ରୁ ୩ ବର୍ଷ ଭିତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେବ ୨୭୫୦ କୋଟି ଟଙ୍କା।  ତେବେ ଏ ସଂପର୍କିତ ପ୍ରସ୍ତାବ ନେଇ ଅାଗରୁ ଯୋଜନା ହୋଇଥିଲା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ […]

  • Tuesday, 20 July 2021
cutt
କଟକ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

କଟକ: ଦୁର୍ଗାପୂଜା ପାଇଁ କଟକ ସହିଦ ଭବନଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଶାନ୍ତିଶୃଙ୍ଖଳାର ସହ ପୂଜା, ଟ୍ରାଫିକ ବ୍ୟବସ୍ଥା, ପୂଜା ମଣ୍ଡପରେ ପ୍ଲାଷ୍ଟିକ କଟକଣା ସହ ନିଶାମୁକ୍ତ ଶୋଭାଯାତ୍ରା ଭଳି ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଏଥିସହ ଷଷ୍ଠୀରୁ ଦଶମୀ ଯାଏ ରାତି ୧୦ଟା ପରିବର୍ତ୍ତେ ୧୨ଟା ପର୍ଯ୍ୟନ୍ତ ମେଲୋଡି ଆୟୋଜନ କରାଯିବାକୁ ଶାନ୍ତି କମିଟି ଓ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା। ବୈଠକରେ ପୁଲିସ୍‌ କମିଶନର […]

  • Tuesday, 20 July 2021
ku
ନାହିଁ ନାହିଁର ଗାଁ କେହେଲ୍‌କୁଆ

ଗଜପତି: ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଆମ ଗାଁ ଆମ ବିକାଶଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି। କିନ୍ତୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଏହି ସବୁ ଯୋଜନା ପ୍ରହସନ ପାଲଟିଛି। ଦୁର୍ଗମ ଅଞ୍ଚଳରେ କିଭଳି ପହଞ୍ଚିଛି ସରକାରଙ୍କ ଯୋଜନା? କେତେ ଉପକୃତ ହୋଇଛନ୍ତି ଉପାନ୍ତ ଇଲାକାର ପଛୁଆ ଗାଁ? ଏହାର ସ୍ଥିତି ପରଖିବା ପାଇଁ ଗଜପତି ଜିଲ୍ଲା ମୋହନା ବ୍ଲକ୍‌ କୋର୍ଚ୍ଚୋବାଡ଼ି ପଞ୍ଚାୟତର କେହେଲ୍‌କୁଆ ଗାଁରେ ପହଞ୍ଚିଥିଲା […]

  • Tuesday, 20 July 2021
munuguda
ମୁନିଗୁଡ଼ାରେ ଫେଲ୍ ମାରିଛି ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା

ରାୟଗଡ଼ା: ମୁନିଗୁଡ଼ାରେ ଫେଲ୍ ମାରିଛି ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା। ସହରର ତିନିକୋଣିଆ ଛକ ପାଲଟିଛି ଅଳିଆ ଆବର୍ଜନାର ପେଣ୍ଠସ୍ଥଳୀ। ସଚେତନତାର ଅଭାବ ନା ବିଭାଗୀୟ ଉଦାସୀନତା, କିଏ ଏଥିପାଇଁ ଦାୟୀ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଚାରିଆଡ଼େ କୁଢ଼ କୁଢ଼ ଅଳିଆ, ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଦୁର୍ଗନ୍ଧରେ ଫାଟି ପଡ଼ୁଛି ସାରା ଅଞ୍ଚଳ। ଏହାଛଡ଼ା ଗୋରୁ,ଗାଈ, ଘୁଷୁରୀଙ୍କ ଚରାଭୂଇଁ ପାଲଟିଛି ଏହି ଅଞ୍ଚଳ। ମୁନିଗୁଡ଼ା ସହରର ତିନିକୋଣିଆ ଛକରେ ଆଖି ଯୁଆଡ଼େ ବୁଲାଇବେ କେବଳ ଅଳିଆ […]

  • Tuesday, 20 July 2021
ele
ଢେଙ୍କାନାଳ ୭ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କଲା ଏନ୍‌ଜିଟି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ୭ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କଲା ଏନ୍‌ଜିଟି (ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌)। ଏନ୍‌ଜିଟିଙ୍କ ୪ ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ଅରମ୍ଭ କରିଛନ୍ତି। ଏହି ଟିମ୍ ସହିତ ପିସିସିଏଫ୍, ଡିଏଫ୍ଓ, ବିଦ୍ୟୁତ୍ ବିଭାଗ ବରିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି। ଗତ ୨୮ ତାରିଖରେ ଢେଙ୍କାନାଳ କମଳାଙ୍ଗଠାରେ ଓହଳି ପଡ଼ିଥିବା ବିଦ୍ୟୁତ ତାର ଲାଗି ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଗତ ୩ ତାରିଖରେ  କ୍ରାଇମବ୍ରାଞ୍ଚ […]

  • Tuesday, 20 July 2021
cbi
ବାଘ ଶିକାର ମାମଲାରେ ଖୋଳତାଡ଼ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ବରଗଡ଼: ଦେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘ ଶିକାର ମାମଲାରେ କ୍ରାଇମବ୍ରାଞ୍ଚ ଅଧିକ ଖୋଳତାଡ଼ ଆରମ୍ଭ କରିଛି। ଏ ନେଇ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ବରଗଡ଼ ଏସ୍‌ଡିଜେଏମ୍ କୋର୍ଟରୁ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ରିମାଣ୍ଡରେ ଆଣିବା ପରେ କ୍ରାଇମବ୍ରାଞ୍ଚ ଟିମ ଅଭିଯୁକ୍ତଙ୍କୁ ଟାଉନ୍ ଥାନାରେ ପଚରାଉଚରା କରୁଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଅକ୍ଟୋବର୍‌ ୨୮ତାରିଖରେ ଦେବ୍ରିଗଡ଼ ଅଭୟାରଣ୍ୟରୁ ମହାବଳ ବାଘର ଗଳିତ ମୃତଦେହ […]

  • Tuesday, 20 July 2021
Capture
ପୁଣି ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ

ଗଞ୍ଜାମ: ଥାନା ଭିତରେ ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ। ଏପରି ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ। ବୁଗୁଡ଼ା ଥାନା ଭିତରେ ଓକିଲଙ୍କୁ ଥାନାଧିକାରୀ ପିଟି ଥିବା ଅଭିଯୋଗ ହୋଇଛି। ଏଥିରେ ଓକିଲ ହରପ୍ରସାଦ ଦାସ ଆହତ ଅବସ୍ଥାରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଘଟଣା ଅନୁସାରେ, ଏକ ବିବାଦୀୟ ରାସ୍ତା ସମ୍ପର୍କରେ ଆଲୋଚନା ପାଇଁ ଓକିଲ ହରପ୍ରସାଦ ଥାନାକୁ ଯାଇଥିଲେ। ତେବେ ଏହି ସମୟରେ ଥାନାଧିକାରୀ ଏବଂ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। […]

  • Tuesday, 20 July 2021
amisquri-up
ଶ୍ରୀମନ୍ଦିରରେ ସଂସ୍କାର ନେଇ ବିଭିନ୍ନ ପକ୍ଷଙ୍କ ମତ ନେଲେ ଅାମିକସ୍‌କ୍ୟୁରୀ

ପୁରୀ : ଶ୍ରୀମନ୍ଦିରରରେ କେମିତି କାର୍ଯ୍ୟକାରୀ ହେବ ସୁପ୍ରିମ୍‌କୋର୍ଟଙ୍କ ସଂସ୍କାର ମୂଳକ ପ୍ରସ୍ତାବ? ଗଜପତି ମହାରାଜଙ୍କଠୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି, ରାଜସ୍ୱମନ୍ତ୍ରୀ, ଅାଡ୍‌ଭୋକେଟ୍ ଜେନେରାଲ୍, ଛତିଶା ନିଯୋଗ , ଗସ୍ତର ଶେଷ ଦିନରେ ଏମିତି ସବୁ ପକ୍ଷଙ୍କ ସହ ଅାଜି ମାରାଥନ୍ ଅାଲୋଚନା କରିଛନ୍ତି ଅାମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ । ପରିଚାଳନା କମିଟି ସଦସ୍ୟଙ୍କ ସହ ଅାଲୋଚନା ପରେ ଅାମିକସ୍‌କ୍ୟୁରୀ କହିଛନ୍ତି ଶ୍ରୀମନ୍ଦିରର ପରିଚାଳନା ସଂସ୍କାର ଉତ୍ତମ ଦିଶାରେ ହେବ। ତେବେ ଯେଉଁ ତିନୋଟି ପ୍ରସ୍ତାବକୁ […]

  • Tuesday, 20 July 2021
rape
ବୀଭତ୍ସ କାଣ୍ଡ : ଜଙ୍ଗଲରୁ ମିଳିଲା ନାବାଳିକାର କ୍ଷତାକ୍ତ ମୃତଦେହ

କନ୍ଧମାଳ  : କନ୍ଧମାଳ ଜିଲ୍ଲା କୋଟଗଡ଼ରେ ବୀଭତ୍ସ କାଣ୍ଡ। ଜଙ୍ଗଲରୁ ଜଣେ ନାବାଳିକାର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅାଜି ସକାଳେ ସ୍କୁଲରୁ ଫେରି ଶୌଚ ହେବାକୁ ଯାଇଥିଲା ନାବାଳିକା । ତେବେ ଦୀର୍ଘ ସମୟ ଧରି ନଫେରିବାରୁ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ଅପରାହ୍ନରେ ନିକଟସ୍ଥ ଜଙ୍ଗଲରୁ ନାବାଳିକାର ମୃତଦେହ ମିଳିଛି। କୋଟଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। […]

  • Tuesday, 20 July 2021
chhild-theft-up ---1
ମେଡ଼ିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁର ମେଡ଼ିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ । ଶୁକ୍ରବାର କବିସୂର୍ଯ୍ୟନଗର ବ୍ଲକ ରାମସା ନାରାୟଣପୁର ଗାଁର ଭିକାରୀ ନାହାକଙ୍କ ସ୍ତ୍ରୀ ଜ୍ୟୋତି ମେଡ଼ିକାଲରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ହେଲେ ଶନିବାର ଅପରାହ୍ଣରେ ପ୍ରସୂତିଙ୍କ ମା ଶିଶୁ କନ୍ୟାକୁ ଟୀକା ଦେବାକୁ ଅାଉଟଡୋରକୁ ନେଇଥିଲେ। ଏ ସମୟରେ ଜଣେ ଅଜଣା ମହିଳା କାଉଣ୍ଟରରୁ ଟିକଟ ଅାଣିବାକୁ କହି ଛୁଅାକୁ ଧରି ଚଂପଟ ମାରିଥିଲେ । ଏନେଇ ପୁଲିସକୁ ଜଣାଇବା […]

  • Tuesday, 20 July 2021
man
ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣାରେ ଦୁଇ ନିଲମ୍ବିତ

ବାଲେଶ୍ୱର: ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଜଣ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି। ବାଲେଶ୍ୱର ଜେଲ୍‌ରେ ମୁଖ୍ୟ ୱାର୍ଡର ସଞ୍ଜୀବ ପଣ୍ଡା ଏବଂ ୱାର୍ଡର ଦିଲ୍ଲୀପ ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି। ପୂରା ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ଡିଆଇଜି ଗୋପବନ୍ଧୁ ମଲ୍ଲିକ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ଗତକାଲି କଏଦୀଙ୍କ ଆକ୍ରମଣରେ ବିଚାରାଧୀନ ବନ୍ଦୀ ରାମଚନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଥିଲା। ରାମଚନ୍ଦ୍ର ୪ ଦିନ ତଳେ […]

  • Tuesday, 20 July 2021