
ଭୁବନେଶ୍ୱର: ମହିଳାଙ୍କ ବିରୋଧରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଏବଂ କଂଗ୍ରେସ ଆପତ୍ତି ଉଠାଇଛି। ଗତ ଦୁଇ ଦିନ ହେଲା ମହିଳାଙ୍କ ବିରୋଧରେ ମହାରଥୀଙ୍କ ଏକ ଅରୁଚିକର ମନ୍ତବ୍ୟ ଥିବା ଭିଡ଼ିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ମନ୍ତ୍ରୀ, କେଉଁ ପରିସ୍ଥିତିରେ କାହିଁକି ଏଭଳି ମନ୍ତବ୍ୟ ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏଭଳି ମନ୍ତବ୍ୟ ପାଇଁ ମନ୍ତ୍ରୀ ମହାରଥୀଙ୍କ ଇସ୍ତଫା ଦାବି […]
ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ଦୁଇଦିନ ହେବ ସାରା ରାଜ୍ୟରେ ଫାୟାର୍ ସର୍ଭିସ୍ ଅଚଳ ହୋଇପଡ଼ିଛି। ଅନ୍ୟପଟେ ଆନ୍ଦୋଳନ ଯୋଗୁଁ ନୟାଗଡ଼ରେ ୫ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ ହୋଇଯାଇଛି। ମୟୂରଭଞ୍ଜ ମୋରଡ଼ାରେ ମଧ୍ୟ କୂଅରୁ ଉଦ୍ଧାର ହୋଇ ନ ପାରି ଜଣେ ୩ବର୍ଷର ଶିଶୁର ଜୀବନ ଯାଇଛି। ନୟାଗଡ଼ ଦଶପଲ୍ଲା ଶ୍ରୀରାମପୁର ଗାଁରେ ସୋମବାର ରାତି ଅଧରେ ନିଆଁ ଲାଗିଥିଲା, ଗାଁ ଲୋକେ ଦମକଳ ବାହିନୀକୁ […]
ଭୁବନେଶ୍ୱର: ଆସନ୍ତା ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ଜର୍ମାନୀ ହାମ୍ବର୍ଗରେ ଅନୁଷ୍ଠିତ ହେବାକୁ ଥିବା ‘ମିଷ୍ଟର୍ ୟୁନିଭର୍ସ’ ପ୍ରତିଯୋଗିତାରେ ଓଡ଼ିଶାର ବଡି ବିଲ୍ଡର୍ ଜନ୍ମେଜୟ ମହାନ୍ତି ଭାଗନେବେ। ସେ ଏହି ପ୍ରତିଯୋଗିତା ପାଇଁ ‘ଇଣ୍ଡିଆନ୍ ବଡି ବିଲ୍ଡର୍ସ ଫେଡେରେସନ୍’ ପକ୍ଷରୁ ମନୋନୀତ ହୋଇଛନ୍ତି। ଏଥିପାଇଁ ଜନ୍ମେଜୟ ଆସନ୍ତା ୨୨ ତାରିଖରେ ଭୁବନେଶ୍ୱର ଛାଡ଼ିବେ। ପୂର୍ବରୁ ସ୍ପନ୍ସର୍ ଅଭାବରୁ ଅନେକ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବା ବେଳେ ଏଥର ନିଜସ୍ୱ ଉଦ୍ୟମରେ ସେ ଜର୍ମାନୀ ଯାଉଛନ୍ତି। ମିଷ୍ଟର୍ ୟୁନିଭର୍ସ […]
ଭୁବନେଶ୍ୱର: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ଏହି କ୍ରମରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ କମିଟି ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୨ ବର୍ଷ ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ମାହାତ୍ମା ଗାନ୍ଧିଙ୍କ ୧୫୦ ବର୍ଷ ପୂର୍ତ୍ତି ପାଇଁ ୨ ବର୍ଷ ଧରି ଜୟନ୍ତୀ ଉତ୍ସବ ପାଳନ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। […]
ଭୁବନେଶ୍ୱର: ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ପୁଣିଥରେ ବାଣ ମାରିଛନ୍ତି। ଏଥର ଦାମ ବାଣ ମାରି ପ୍ରସ୍ତାବିତ ଭାଗଚାଷୀ ଆଇନର ଗୁମର ଖୋଲିଛନ୍ତି। ପାଣ୍ଡିଆନ୍ଙ୍କ ଯୋଗୁଁ ପ୍ରସ୍ତାବିତ ଭାଗଚାଷୀ ଆଇନ କାର୍ଯ୍ୟକାରୀ ହୋଇପାରି ନଥିବା ସେ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି ଯେ ଭାଗଚାଷୀ ଆଇନ କାର୍ଯ୍ୟକାରୀ କମିଟିରେ ସେ ସଦସ୍ୟ ଥିଲେ। ୨୦୧୭ ସେପ୍ଟେମ୍ବର୍ ମାସରେ ଆଇନ ପାଇଁ ଅଧ୍ୟାଦେଶ ନିଷ୍ପତ୍ତି ହୋଇଥିଲେ। କିନ୍ତୁ ସେତେବେଳେ ପାଣ୍ଡିଆନ୍ ମନା କରିଛନ୍ତି ବୋଲି […]
କଟକ: ଅଡ଼ଶପୁର ଉଦୟନାଥ କଲେଜ ଛାତ୍ରୀଙ୍କୁ ମଝି ରାସ୍ତାରେ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। କ୍ୟାମ୍ପସ୍ ବାହାରେ ଛାତ୍ରୀଙ୍କ ସହପାଠୀ ତାଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ଏଥିରେ ଛାତ୍ରୀଙ୍କ ଅଣ୍ଟା ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଛୁରାମାଡ଼ର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ତେବେ ପୁଲିସ୍ ଘଟଣାର ତଦନ୍ତ କରୁଛି।
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ବାଗୁଳି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ପ୍ରଧାନଶିକ୍ଷକଙ୍କ ବାରିପଦା ବାସଭବନ, ଶ୍ୱଶୁର ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ରଘୁନାଥପୁର ଠାରେ ୨ଟି ଘର, ୭ଟି ପ୍ଲଟ୍, ଚାରି ଚକିଆ ଗାଡ଼ି, ୨ଟି ବାଇକ୍ ସହ ଅନେକ ବ୍ୟାଙ୍କ ପାସ୍ବୁକ୍ ଓ ବ୍ୟାଙ୍କ ଲକର ଥିବା ଜଣାପଡିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ମୋଟ ସମ୍ପତ୍ତି ଆକଳନ କରାଯାଉଛି।
ଭଦ୍ରକ: ଡାକ୍ତରାଣୀଙ୍କ ଘରେ ପଶି ଲୁଟ୍। ଭଦ୍ରକ ଟାଉନଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନିୟୁ କଲୋନୀରେ ଏକ ଭଡ଼ା ଘରେ ରହୁଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସସ୍ମିତା ଖିଲାରଙ୍କ ଘରେ ଏହି ଚୋରି ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରେ ପଶି ଏହି ଚୋରି କରିଛନ୍ତି। ଚୋରି ହୋଇଥିବା ଜିନିଷ ମଧ୍ୟରେ ନଗଦ ୧୪ ହଜାର ଟଙ୍କା, ୫ଟି ସୁନା ହାର, ୬ଟି କାନ ଫୁଲ, ହୀରା କାନ […]
ସମ୍ବଲପୁର: ପୁଣି ବିବାଦ ଘେରକୁ ଆସିଛନ୍ତି ଭିମ୍ସାର୍ ନିର୍ଦ୍ଦେଶକ ପ୍ରଫେସର୍ ଅଶ୍ୱିନୀ ପୂଜାହାରୀ। ମେଡ଼ିକାଲ୍ର ଆଉଟ୍ଡୋରରେ ପୂଜାହାରୀ ଜଣେ ରୋଗୀଙ୍କ ମୁଣ୍ଡରୁ ଚୁଟି କାଟି ପକାଉଥିବାର ଦେଖିବାକୁ ମିଳିଛି। ନିର୍ଦ୍ଦେଶକଙ୍କ କହିବା କଥା, ସଂପୃକ୍ତ ରୋଗୀ ଜଣକ ଅଭ୍ୟାସଗତ ମଦ୍ୟପ। ତେଣୁ ତାଙ୍କ ମା’ଙ୍କ ଅନୁରୋଧକ୍ରମେ ମଦ ଛାଡ଼ି ଗଙ୍ଗାରେ ସ୍ନାନ କରିବାକୁ ପରାମର୍ଶ ଦେବା ସହ ରୋଗୀଙ୍କ ମୁଣ୍ଡରୁ ସେ କିଛି ଚୁଟିକୁ କାଟିଦେଇଛନ୍ତି ବୋଲି ପୂଜାହାରୀ କହିଛନ୍ତି। ସେହିଭଳି ଭାଇରାଲ୍ ହେଉଥିବା ଏକ ଭିଡିଓରେ […]
ପୁରୀ: ମୋଦିଙ୍କ ପରେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ବି ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି। ପୁରୀରେ ଆୟୋଜିତ ବିଜେପି ମହିଳା ସମାବେଶରେ ଯୋଗ ଦେଇ ଶାହା ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଅମିତ କହିଛନ୍ତି, ନବୀନ ସରକାର ପାଇଁ ଓଡ଼ିଶାର ଭାଇ ଭଉଣୀ ଗରିବ ରହିଛନ୍ତି। ରାଜ୍ୟ ସରକାର ଅସାଧୁ ମିଲର୍ଙ୍କ ସହ ମେଣ୍ଟ କରିଛନ୍ତି। ମିଲର୍ଙ୍କ ସହ ସଲାସୁତୁରା ପାଇଁ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ ବୋଲି ଶାହା କହିଛନ୍ତି। ସେ […]
ଟିଟିଲାଗଡ଼: ସଇଁତଳା ବ୍ଲକ୍ ଘୁନସର ପ୍ରାଥମିକ ବିଦ୍ୟାଳୟର୨୫ରୁ ଅଧିକ ଛାତ୍ରଛାତ୍ରୀ କୃମି ଔଷଧ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ସଇଁତଳା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥାବସ୍ଥା ଅନୁଧ୍ୟାନ ପାଇଁ ପାଇଁ ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ଯାଉଛନ୍ତି।
କଟକ: ରାସ୍ତା ଓସାର ହେଲେ ଗାଡ଼ି ଚଳାଚଳରେ ସୁବିଧା ହେବ। ଆଉ ଦିନକୁ ଦିନ ବଢୁଥିବା ଟ୍ରାଫିକ୍ ମସସ୍ୟାର ବି ସମାଧାନ ହେବ। ଏଥିପାଇଁ ମଙ୍ଗୁଳି ଛକଠାରୁ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଯାଏ ରାସ୍ତା ସଂପ୍ରସାରଣ ହେଉଛି। କିନ୍ତୁ ରାସ୍ତା ସଂପ୍ରସାରଣର ଖବର ପାଇବା ପରେ ଏବେ ଚୌଦ୍ୱାରର ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଓସାରିଆ ରାସ୍ତା ପାଇଁ ଭଙ୍ଗାହେବ ଦୋକାନ ଘର। ଓଟିଏମ୍ ବଜାର ବନ୍ଦ ହେବା ପରେ ଦୋକାନ କରି ଚଳୁଥିବା […]
କଟକ: ତୁଟି ପାରୁନି ଅଡ଼ୁଆ କି ବାହାରୁନି ସମାଧାନର ବାଟ। କଟକ ବାଲିଯାତ୍ରାକୁ ଆଉ ଦିନ କେଇଟା ଥିବାବେଳେ ପ୍ଲଟ୍ ଆବଣ୍ଟନକୁ ନେଇ ମୁହାଁମୁହିଁ ଅବସ୍ଥାରେ ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ। ସଂଘର କହିବା କଥା ହେଉଛି, ପ୍ରଥମେ ପ୍ଲଟ୍ ଆବଣ୍ଟନ ପିଛା ଅଧିକ ମୂଲ୍ୟ ନେବାର ନିୟମ ଥିଲା, ପରେ ଗୋଟିଏ ଫର୍ମକୁ ଗୋଟିଏ ପ୍ଲଟ୍ର ନିୟମ, କୌଣସି ଖବର ନ ଦେଇ ଏହିପରି ପ୍ରଶାସନ ପ୍ରତିଦିନ ନୂଆ ନୂଆ ନିୟମ ଲାଗୁ କରୁଛି […]
ଜୟପୁର: ଦୀର୍ଘ ୧୪ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇ ପାରିନି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ। ୨୦୦୩-୦୪ ଆର୍ଥିକ ବର୍ଷରେ ୧୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଏହି ପ୍ରକଳ୍ପର ଖର୍ଚ୍ଚ ଏବେ ୧ ହଜାର କୋଟିରେ ପହଞ୍ଚିଲାଣି। ତେବେ ବିସ୍ଥାପିତ ସମସ୍ୟା ଦେଖା ଦେଇଥିବାରୁ ପୁଣି ଅନିଶ୍ଚିତତା ଭିତରରୁ ଠେଲି ହୋଇଯାଇଛି ପ୍ରକଳ୍ପର ଭାଗ୍ୟ। ବିସ୍ଥାପିତ ତାଲିକାରୁ ଶତାଧିକ ଲୋକ ବାଦ ପଡ଼ିଥିବାରୁ ନୂଆ ସମସ୍ୟା ସମସ୍ୟା ସୃଷ୍ଟି ହୋଇଛି। ଏପରିକି ସମସ୍ତ ପ୍ରମାଣ ପତ୍ର […]
ସୁନ୍ଦରଗଡ଼: ରାଜଗାଙ୍ଗପୁର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି। ୧୭ଜଣିଆ ହାତୀପଲ ଦିନରେ ଗାଁ ନିକଟ ପାହାଡ଼ରେ ରହୁଥିବାବେଳେ ରାତିରେ ଗାଁ ମୁହାଁ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଗତ କିଛିଦିନ ହେବ ହାତୀପଲ ରାଜଗାଙ୍ଗପୁର ସହର ନିକଟ ସୁନାଖଣ୍ଡି, ଭାଲୁଦୁମା, ଭିକାପଡ଼ା, ଜହରୁମାଲ, ସିଂଘାପଡ଼ି ଭଳି ଅଞ୍ଚଳରେ ଆତଙ୍କ ଚଳାଇଛନ୍ତି। କ୍ରମାଗତ ଫସଲ ନଷ୍ଟ ସହ ଭାଲୁଦୁମାରେ ହାତୀପଲ କିଛି ଲୋକଙ୍କ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ଏହାସହ ଅଙ୍ଗନବାଡ଼ି ଘର ଭାଙ୍ଗି […]
ଭୁବନେଶ୍ୱର: ସହରାଞ୍ଚଳର ବସ୍ତି ବାସିନ୍ଦାକୁ ଭୂମି ଅଧିକାର ଦେବାର ଭେଳିକି। ୬ ମାସ ତଳେ ‘ଜାଗା’ ମିଶନର ଶୁଭାରମ୍ଭ କରି ସରକାରଙ୍କ ହାତରୁ ପଟ୍ଟା ପାଇଥିବା ଲୋକ ଏବେ ଅଧିକାର ପାଇଁ ସଂଘର୍ଷ କରୁଥିବା ବେଳେ ଆଜି ସରକାର ପୁଣି ୬୫୦୦ ଲୋକଙ୍କୁ ପଟ୍ଟା ବାଣ୍ଟିଛନ୍ତି। ବିଶ୍ୱର ସର୍ବବୃହତ ଯୋଜନା ବୋଲି ପ୍ରଚାର କରି ଏଥିରେ ୧୮ ଲକ୍ଷ ଲୋକଙ୍କୁ ଭୂମି ଅଧିକାର ଦେବେ ବୋଲି ସରକାର ବିଜ୍ଞାପନରେ କହିଛନ୍ତି। ମେ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଛତ୍ରପୁରରେ […]
ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭରୁ ବିଭ୍ରାଟ ଉପୁଜିଛି। ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଟିକଟ ନ ପାଇ କଳିଙ୍ଗ ଷ୍ଟାଡିୟମରେ ଭଙ୍ଗାରୁଜା କରିଛନ୍ତି ଖେଳପ୍ରେମୀ। ଉତ୍ୟକ୍ତ ଲୋକେ ବ୍ୟାରିକେଡ୍ ଭାଙ୍ଗିବା ସହ ପୋଷ୍ଟର୍ ଓ ବ୍ୟାନର୍ ସବୁ ଚିରି ଦେଇଛନ୍ତି। ସ୍ଥିତି ଏତେ ଉଗ୍ର ହୋଇଥିଲା ଯେ, ସେମାନଙ୍କୁ ତଡ଼ିବା ଲାଗି ପୁଲିସ୍କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବ ପାଇଁ ଆଜିଠୁ ଟିକଟ ମିଳିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। […]
ରାୟଗଡ଼ା: ମରଣଯନ୍ତା ପାଲଟିଛି ରାୟଗଡ଼ାର ନାଗାବଳୀ ନଦୀ ଉପରେ ଥିବା ପର୍ଯ୍ୟଟନସ୍ଥଳୀ ଝୁଲାପୋଲ। ବର୍ଷ ତମାମ ଏହି ସ୍ଥାନରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିପ୍ରତି ନା ପ୍ରଶାସନ ଦୃଢ଼ ପଦକ୍ଷେପ ନେଉଛି, ନା ଲୋକେ ସଚେତନ ହେଉଛନ୍ତି। ଝୁଲାପୋଲ ଏବଂ ମାଆ ମଝିଘରିଆଣିଙ୍କ ଦର୍ଶନ କରିବାକୁ ଅନେକ ପର୍ଯ୍ୟଟକ ଆସୁଥିଲେ ବି ସେମାନଙ୍କ ସୁରକ୍ଷା ପାଇଁ କୌଣସି ଦୃଢ଼ ବ୍ୟବସ୍ଥା କରାଯାଇ ନାହିଁ। ଏପରିକି ନଦୀ ଭିତରକୁ ନ ଯିବାକୁ ପ୍ରଶାସନ ପକ୍ଷରୁ ସତର୍କ ଫଳକ […]
କନ୍ଧମାଳ: ରାସ୍ତା ନିର୍ମାଣ ନ ହେଲେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଚାହାଳି ପଞ୍ଚାୟତବାସୀ। ପଞ୍ଚାୟତର ସମିତି ସଭ୍ୟାଙ୍କ ସମେତ ୬୦ ଜଣ ମହିଳା ଏ ବାବଦରେ ଲିଖିତ ଭାବେ କନ୍ଧମାଳ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଖବର ଅନୁସାରେ, ଚକାପାଦଠାରୁ ନିଧିଆବେରଣା ଗାଁ ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର୍ ରାସ୍ତା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ଭଲ ରାସ୍ତ ଟିଏ ନ ଥିବାରୁ ଚାହାଳି ପଞ୍ଚୟାତ ଉପରେ ନିର୍ଭରଶୀଳ ୮ଟି ୱାର୍ଡର ବାସିନ୍ଦା […]
ପୁରୀ: ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜାଗା’ ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଜାଗା ପାଇଥିବା ଲୋକଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଉଛି। ସହରାଞ୍ଚଳରେ ବସ୍ତିର ଜମିହୀନ ବାସିନ୍ଦାଙ୍କୁ ପଟ୍ଟା ଦେବାକୁ ରାଜ୍ୟ ସରକାର ଏହି ଯୋଜନା କରିଛନ୍ତି। ଏହି କ୍ରମରେ ଆଜି ପୁରୀର ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପିର କର୍ମୀମାନେ ଏକ ଶୋଭାଯାତ୍ରା କରି କଳାପତାକା […]
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ଚିକଟନାଳି ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ବିନତି ଓରାମ। ତାଙ୍କ ସ୍ୱାମୀଙ୍କ ନାଁ ଗାନ୍ଦୁର ଓରାମ। ପୁଲିସ୍ ଗାନ୍ଦୁରଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କୌଣସି କଥାକୁ ନେଇ ଗାନ୍ଦୁର ଓ ବିନତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉଭୟଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା। ଝଗଡ଼ା ଚାଲିଥିବା ବେଳେ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ଅଳ୍ପ କିଛି ମାସ ଥିବାରୁ ଏଥର ସରଗରମ ହେବ ଦିନକ ପରେ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନ। ମୁହାଁମୁହିଁ ହେବେ ଶାସକ ଓ ବିରୋଧୀ। ଏଥର ବିରୋଧୀଙ୍କ ହାତରେ ଅଭିଯୋଗର ଲମ୍ବା ତାଲିକା ରହିଛି। ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ପର୍ବ। ଖାସ୍ କରି ଚାଷ ଓ ଚାଷୀ ପ୍ରସଙ୍ଗକୁ ମୁଖ୍ୟ ବିଷୟ କରିପାରନ୍ତି ବିରୋଧୀ। ସମାବେଶ ଲାଗି ଚାଷୀଙ୍କୁ ରାଜଧାନୀରେ […]
ବାଲେଶ୍ୱର: ଦୁଃଖ ଦେଇଗଲା ଘୂର୍ଣ୍ଣିବାତ୍ୟା ‘ଡାଏ’। ଏହାର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଓ ମାଲକାନଗିରି ଅଞ୍ଚଳରେ ଲୋକେ ଏବେ ବି ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ବନ୍ୟା ପାଣି ଘେରରେ ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ବଡପାଳ, କଲ୍ୟାଣପୁର ଆଦି ପଞ୍ଚାୟତର ଲୋକେ। ସେହିପରି ବଡ଼ସାହି ନିର୍ବାଚନମଣ୍ଡଳୀର ପାଳପାଟଣା, ଶାଳଗାଁ, ନରଣଗାଁ ମଧ୍ୟ ଲୋକେ ମଧ୍ୟ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ପ୍ରବଳ ବର୍ଷା କାରଣରୁ ନଦୀରେ ବନ୍ୟାପାଣି ଆସି ଏହି […]