• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

road
ଆମ ଗାଁ ଆମ ବିକାଶ ଯୋଜନା ଫେଲ୍

ଗଜପତି: ଆମ ଗାଁ ଆମ ବିକାଶ ଯୋଜନାରେ ଗ୍ରାମଞ୍ଚଳର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଦୁର୍ଗମ ଅଞ୍ଚଳର ଲୋକଙ୍କ ଲାଗି ଏହି ଯୋଜନା ଏକ ପ୍ରକାର ପ୍ରହସନ ପାଲଟିଛି। ଏମିତି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ସୁଲାଗୁଡ଼ା ଗାଁରୁ। ଗୁଲବା ପଞ୍ଚାୟତ ସୁଲାଗୁଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା। ଏହି ଗାଁକୁ  ଭଲ ରାସ୍ତା ଟିଏ ନାହିଁ।   ଜାତୀୟ ରାଜପଥଠାରୁ ୫ କୋଲିମିଟର୍  […]

  • Tuesday, 20 July 2021
utakal university
ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ୍‌

ଭୁବନେଶ୍ୱର: ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ। କ୍ୟାମ୍ପସରେ ଶାନ୍ତିପୂର୍ଣ୍ଣ ବାତାବରଣ ନଥିବାରୁ ଚଳିତବର୍ଷ ନିର୍ବାଚନ ବନ୍ଦ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପିଜି କାଉନସିଲ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନ ହେବା ପାଇଁ ନିଷ୍ପତ୍ତି ନିଆଯିବା ପରେ ଛାତ୍ରନେତାମାନେ ଏହାକୁ ବିରୋଧ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ନ ହେବାପାଇଁ ନିର୍ଦ୍ଦିଷ୍ଟ କିଛି ନେତା ଚାହୁଁଥିବା ଏବିଭିପିର ଜଣେ ଛାତ୍ର ନେତା […]

  • Tuesday, 20 July 2021
plastic ban
ଅକ୍ଟୋବର ୨ରୁ ୬ଟି ସହରରେ ନିଷେଧ ହେବ ପ୍ଲାଷ୍ଟିକ୍‌ ବ୍ୟବହାର

ଭୁବନେଶ୍ୱର: ଅକ୍ଟୋବର ୨ରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ହେବ। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଭଳି ମହାନଗର ନିଗମ ସମେତ ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନିଷେଧ ହେବ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗତକାଲି ନିର୍ଦ୍ଦେଶନାମା ଜାରି ହୋଇଛି। ଜାରି  ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, କୌଣସି ବ୍ୟକ୍ତି ପ୍ଲାଷ୍ଟିକ୍‌ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ କିମ୍ବା ସଂରକ୍ଷିତ ରଖିପାରିବେ ନାହିଁ।  […]

  • Tuesday, 20 July 2021
bill-2
ବିଦ୍ୟୁତ୍‌ ସଂଯୋଗ ନାହିଁ, କିନ୍ତୁ ବିଲ୍ ଆସୁଛି

ବାଲେଶ୍ୱର: ସୌଭାଗ୍ୟ ଯୋଜନାରେ ୫୦ରୁ ଅଧିକ ପରିବାରଙ୍କ ଘରେ ବିଜୁଳି ସଂଯୋଗ ଲାଗି ମିଟର ଓ ତାର ଲଗାଗଲା। ହେଲେ ବିଦ୍ୟୁତ ସଂଯୋଗ ହୋଇନଥିଲା। ଏବେ ବିନା ବିଦ୍ୟୁତ ସଂଯୋଗରେ ଲୋକଙ୍କ ପାଖକୁ  ଆସୁଛି ହଜାର ହଜାର ଟଙ୍କାର ବିଲ୍‌। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ କାଳରୁହି ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ଘରେ ଲାଗିଛି ମିଟର, ବିଦ୍ୟୁତ୍ ଖୁଣ୍ଟରୁ ତାର ବି ଟଣା ଯାଇଛି। ହେଲେ ଟ୍ରାନ୍‌ସଫର୍ମର ବସିନି କି ବିଦ୍ୟୁତ ସରବରାହ ଚାଲୁ ହୋଇନି। […]

  • Tuesday, 20 July 2021
bjd
ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ 

ବାଲେଶ୍ୱର: ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖା ଦେଇଛି। ଗତ ୨୫ ତାରିଖରେ ଡଗରା ପଞ୍ଚାୟତରେ ସାଂସଦ ରବୀନ୍ଦ୍ର ଜେନା ଜନସଂପର୍କ ପଦଯାତ୍ରା କରିଥିଲେ। ସେହି ପଦଯାତ୍ରାକୁ ପଞ୍ଚାୟତର କେତେକ ବିଜେଡି କର୍ମୀଙ୍କ ସହ ଜନ ପ୍ରତିନିଧିଙ୍କୁ ଡକାଯାଇ ନଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ସାଂସଦଙ୍କ ବିରୋଧୀ ଗୋଷ୍ଠୀ କୁହାଯାଉଥିବା କିଛି ନେତା ଓ ପ୍ରାୟ ୩ ହଜାର କର୍ମୀ ସେହି ପଞ୍ଚାୟତରେ ବିଜେଡି ବ୍ୟାନର୍‌ରେ ଆଉ ଏକ ଶୋଭାଯାତ୍ରା କରିବା ସହ ସାଂସଦଙ୍କ […]

  • Tuesday, 20 July 2021
Secretariat-718x430
ରାଜ୍ୟରେ ୬୫ ପୌର ସଂସ୍ଥା ପାଇଁ ନିଯୁକ୍ତ ହେଲେ ପ୍ରଶାସକ

ଭୁବନେଶ୍ୱର : ରାଜ୍ୟରେ ୬୫ ପୌରପାଳିକା ଓ ଗୋଟିଏ ମହାନଗର ନିଗମ ପରିଚାଳନା ପାଇଁ ନିଯୁକ୍ତ ହେଲେ ପ୍ରଶାସକ । କାର୍ଯ୍ୟକାଳ ଶେଷ ହୋଇଥିବା ଏହିସବୁ ପୌରସଂସ୍ଥାରେ ଅାସନ୍ତାକାଲି ଠାରୁ ନବ ନିଯୁକ୍ତ ପ୍ରଶାସକମାନେ ପରିଚାଳନା ଦାୟିତ୍ୱ ତୁଲାଇବେ ବୋଲି ଅାଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ମୁନିସପାଲ ଆକ୍ଟ ୧୯୫୦ ଅନୁସାରେ ସରକାର ଧାରା ୪୦୧ ଉପଧାରା ୫ ଅନୁଯାୟୀ ରାଜ୍ୟ ସରକାର ନିର୍ବାଚନ ହୋଇନଥିବା […]

  • Tuesday, 20 July 2021
kalinga-balijatra
ପୁଣି ବିଜେଡି ନେତାଙ୍କୁ ଟାର୍ଗେଟ୍‌ କଲେ ଦାମ

ପାରାଦୀପ: ପାରାଦୀପରେ କଳିଙ୍ଗ ବାଲିଯାତ୍ରାର ଉଦ୍‌ଯାପନୀ ସନ୍ଧ୍ୟାରେ ପୁଣି ବିଜେଡି ନେତାମାନଙ୍କୁ ଟାର୍ଗେଟ୍‌ କଲେ ବିଧାୟକ ଦାମୋଦର ରାଉତ। ସେ କହିଛନ୍ତି, କଳିଙ୍ଗ ବାଲିଯାତ୍ରା ମଞ୍ଚ ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଏକ ସାଂସ୍କୃତିକ ମଞ୍ଚ। ତେବେ ବିଜେଡି ନେତା ଓ ମନ୍ତ୍ରୀମାନେ ଏଠାରେ ଆସି ବିଜୁଙ୍କ ସ୍ମୃତି ବଦଳରେ ନିଜ ଦଳର ମୁଖିଆଙ୍କ ସ୍ମୃତି ଗାନ କରୁଛନ୍ତି। ଏହା ଆଦୌ ଠିକ୍ ନୁହଁ ବୋଲି ଦାମ କହିଛନ୍ତି। ଅନ୍ୟପଟେ ଦାମଙ୍କ କଥାର ଜବାବ ଦେଇଛନ୍ତି […]

  • Tuesday, 20 July 2021
india-today-up
'ନବୀନଙ୍କ ପ୍ରଦର୍ଶନ ଅପେକ୍ଷା ଓଡ଼ିଶାରେ ଲୋକପ୍ରିୟ ମୋଦିଙ୍କ ଶାସନ'

ଭୁବନେଶ୍ୱର : ମୋଦି ବନାମ୍ ନବୀନ । ୨୦୧୯ ଲଢେଇରେ ହେବ ଟକ୍କର । ଇଣ୍ଡିଅା ଟୁଡେର ପଲିଟିକାଲ୍ ଷ୍ଟକ ଏକ୍ସଚେଞ୍ଜର ସର୍ଭେର ଏଭଳି ରେଜଲ୍ଟକୁ ନେଇ ଏବେ ଚର୍ଚ୍ଚା। ଏହା ଅନୁଯାୟୀ ୫୯ ପ୍ରତିଶତ ଭୋଟ୍ ସହ ମୁଖ୍ୟମନ୍ତ୍ରିତ୍ୱ ଦୌଡ଼ରେ ଏକ ନମ୍ବରରେ ଅଛନ୍ତି ନବୀନ ପଟ୍ଟନାୟକ। ୨୧ ପ୍ରତିଶତ ଭୋଟ ସହ ଦ୍ୱିତୀୟରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମାତ୍ର ୫ ପ୍ରତିଶତ ଭୋଟ ପାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ […]

  • Tuesday, 20 July 2021
Capture
ବନ୍ଦ ଯୋଗୁ ୧୨ ଟ୍ରେନ୍‌ ବାତିଲ୍‌

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ମହାବନ୍ଦ ଯୋଗୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ବନ୍ଦ ଯୋଗୁ ୧୨ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡ଼ା- ସମ୍ବଲପୁର ଏକ୍ସପ୍ରେସ୍, ୧୮୩୦୩/୧୮୩୦୪ ସମ୍ବଲପୁର- ପୁରୀ ଏକ୍ସପ୍ରେସ୍, ୧୨୮୯୩/୧୨୮୯୪ ଭୁବନେଶ୍ୱର-ବଲାଙ୍ଗିର- ଭୁବନେଶ୍ୱର ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକୁ ଉଭୟ ଦିଗରୁ ବାତିଲ୍‌ କରାଯାଇଛି। ଏଥିସହ ସମ୍ବଲପୁର- ଝାରସୁଗୁଡ଼ା ପାସେଞ୍ଜର୍‌, ସମ୍ବଲପୁର-କୋରାପୁଟ/ଜୁନାଗଡ଼ ରୋଡ଼ ପାସେଞ୍ଜର୍‌, ଟିଟଲାଗଡ଼- ସମ୍ବଲପୁର ପାସେଞ୍ଜର୍‌, ରାଉରକେଲା- ସମ୍ବଲପୁର ପାସେଞ୍ଜର୍‌, ବିଳାସପୁର- ଟିଟଲାଗଡ଼ ପାସେଞ୍ଜର୍ ଓ […]

  • Tuesday, 20 July 2021
iic-up
ମୁହଁ ଖୋଲିଲେ ଗିରଫ ଜଟଣୀ ଅାଇଅାଇସି ସଂଜୀବ ମହାନ୍ତି

ଖୋର୍ଦ୍ଧା : ମୁହଁ ଖୋଲିଲେ ଲାଞ୍ଚ ନେଇ ଗିରଫ ହୋଇଥିବା ଜଟଣୀ ଅାଇଅାଇସି ସଂଜିବ ମହାନ୍ତି। କହିଲେ, ଗୋଅା ଯାଇନି, ଟାଙ୍ଗୀ ମହିଳା ଏସଅାଇଙ୍କ ସହ  ଅର୍ଥ କାରବାରର କୌଣସି ଲିଙ୍କ୍‌ ନାହିଁ। ଟିଟୋ ସହ କେଉଁ ପୁଲିସ ବାବୁଙ୍କର ଲିଙ୍କ୍‌ ଅଛି ତାର ଖୋଳତାଡ ହେଉ ବୋଲି ସେ କହିଛନ୍ତି। ଶନିବାର ଭୁବନେଶ୍ୱର ଭିଜିଲାନସ କୋର୍ଟରେ ହାଜିରା ତାରିଖ ଥିବାବେଳେ ସଂଜିବ କୋର୍ଟରେ ହାଜର ହୋଇ ପ୍ରତିକ୍ରିୟା ରଖିଛନ୍ତି । ୫୦ ହଜାର ଟଙ୍କା ଲାଞ୍ଚ […]

  • Tuesday, 20 July 2021
petrol pump2
ପୁଲିସ୍ ଲାଠିଚାର୍ଜ ପ୍ରତିବାଦରେ ପୁରୀରେ ଉତ୍ତେଜନା

ପୁରୀ : ପୁରୀରେ ପୁଲିସ ଲାଠି ଚାର୍ଜର ପ୍ରତିବାଦ। ଶୁକ୍ରବାର ପୁଲିସର ଅମାନୁଷିକ ଲାଠି ମାଡ଼ ପ୍ରତିବାଦରେ ଶନିବାର ଦେଖାଦେଇଥିଲା ଉତ୍ତେଜନା । ଗଣମାଧ୍ୟମ ପ୍ରତିନିଧିମାନେ ଏସପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାଛଡ଼ା ପୁଲିସର ମାଡ଼ ପ୍ରତିବାଦରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ କୁମ୍ଭାରପଡ଼ା ଥାନାରେ ଏତଲା ଦିଅାଯାଇଛି। ସାମ୍ବାଦିକଙ୍କୁ କେଉଁ ପରିସ୍ଥିତିରେ ପୁଲିସ ମାଡ଼ ମାରିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି। ଏସପି ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା […]

  • Tuesday, 20 July 2021
cbi
ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗରେ ସିବିଆଇ ରେଡ୍

ଭୁବନେଶ୍ୱର: ପରୀକ୍ଷା ପରିଚାଳନାରେ ଅନିୟମିତତା ଓ ପରୀକ୍ଷା ନ ଦେଇ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ପ୍ରଦାନ ଘଟଣାରେ କେନ୍ଦ୍ରୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନର ବିଭିନ୍ନ ଷ୍ଟଡି ସେଣ୍ଟରରେ ସିବିଆଇ ଚଢ଼ଉ କରିଛି। ଭୁବନେଶ୍ୱର ସମେତ ଦେଶର ୬ଟି ରାଜ୍ୟରେ ଏହି ଚଢ଼ଉ ହୋଇଛି। ମଧ୍ୟପ୍ରଦେଶ, ହରିଆଣା, ନୂଆଦିଲ୍ଲୀ, ଆସାମ ଓ ସିକିମରେ ଥିବା ଷ୍ଟଡି ସେଣ୍ଟରରେ ୨ ଦିନ ହେଲା ସିବିଆଇ ଚଢ଼ଉ କରିଛି। ଚଢ଼ଉ ବେଳେ ତଦନ୍ତକାରୀ ସଂସ୍ଥା ହାର୍ଡ ଡିସ୍କ, କମ୍ପ୍ୟୁଟର୍, ଉତ୍ତର ଖାତା, ଫି […]

  • Tuesday, 20 July 2021
tiger4
ରାଜ୍ୟର ୩ଟି ସ୍ଥାନରେ ମିଳିଲା ମହାବଳ ବାଘ ସନ୍ଧାନ

ଭୁବନେଶ୍ୱର : ରାଜ୍ୟର ୩ଟି ସ୍ଥାନରେ ମିଳିଲା ମହାବଳ ବାଘ ସନ୍ଧାନ। ସୁନ୍ଦରଗଡ଼ ହେମଗିରି ଜଙ୍ଗଲ, ହୀରାକୁଦ ନିକଟବର୍ତ୍ତୀ ଦେବ୍ରିଗଡ଼ ଅଭୟାରଣ୍ୟ, ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳରେ ବି ମହାବଳ ବାଘ ସନ୍ଧାନ ମିଳିଛି। ଏସବୁ ସ୍ଥାନରେ ଲାଗିଥିବା କ୍ୟାମେରାରେ ବାଘ ଫଟୋ ମିଳିଥିବା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି। ରାଜ୍ୟରେ ୬୦ରୁ ଅଧିକ ମହାବଳ ବାଘ ଥିବା ମନ୍ତ୍ରୀ କହିଛନ୍ତି।

  • Tuesday, 20 July 2021
tiger-2
ବ୍ୟାଘ୍ର ପ୍ରକଳ୍ପ ଓ ବ୍ୟାଘ୍ର ଅଭୟାରଣ୍ୟ ବୁଲିବେ ସାତକୋଶିଆବାସୀ

ଅନୁଗୁଳ: ବାଘ ସହ ସହବସ୍ଥାନ ଏହା କିପରି ସମ୍ଭବ, ସେ ସଂପର୍କରେ ଜାଣିବା ଲାଗି କେରଳ କିମ୍ବା ମଧ୍ୟପ୍ରଦେଶ ଯିବେ ସାତକୋଶିଆ ବାସିନ୍ଦା। ବାଘ ଥିବା ଜଙ୍ଗଲ ଅଞ୍ଚଳରେ ଲୋକେ କିଭଳି ବସବାସ କରୁଛନ୍ତି, ସେ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ। ଏଥିସହିତ ସାତକୋଶିଆ ବାସିନ୍ଦାଙ୍କ ଆସ୍ଥା ଭାଜନ ହେବା ପାଇଁ ମଧ୍ୟ ବନ ବିଭାଗ ନୂଆ ଯୋଜନା କରୁଛି। ସାତକୋଶିଆ ବାସିନ୍ଦାଙ୍କୁ ବ୍ୟାଘ୍ର ପ୍ରକଳ୍ପ ଓ ବ୍ୟାଘ୍ର ଅଭୟାରଣ୍ୟ ବୁଲାଇବାକୁ ଯୋଜନା କରାଯାଉଛି। କେରଳ ପେରିୟାର […]

  • Tuesday, 20 July 2021
maharathi8
ବିଜେପି ମହିଳା ମୋର୍ଚ୍ଚା ଟାର୍ଗେଟ୍‌ରେ ମନ୍ତ୍ରୀ ପ୍ରଦୀପ ମହାରଥୀ

ଭୁବନେଶ୍ୱର : ଭାଇରାଲ୍ ହୋଇଥିବା ଭିଡ଼ିଓରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅରୁଚିକର ମନ୍ତବ୍ୟ ଥିବା ଅଭିଯୋଗ କରି ଅାଜି ବି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି ମହିଳା ମୋର୍ଚ୍ଚା । ମହିଳାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ମୋର୍ଚ୍ଚାର ସଦସ୍ୟାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ୱରରେ ମୋର୍ଚ୍ଚାର ସଦସ୍ୟାମାନେ ଦଳୀୟ ରାଜ୍ୟ କାର୍ଯ୍ୟାଳୟରୁ ଶ୍ରୀୟା […]

  • Tuesday, 20 July 2021
bench
ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ଆନ୍ଦୋଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜୋର ଧରୁଛି ଓକିଲଙ୍କ ଆନ୍ଦୋଳନ। କାଲିଠୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ୨ ଦିନିଆ ମହାବନ୍ଦ ଡାକରା ଦେଇଛି। ଯେଉଁଥିରେ ସମ୍ବଲପୁର ଜିଲ୍ଳା ଓକିଲ ସଂଘ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହେଉଛନ୍ତି। ଜରୁରୀକାଳୀନ ସେବା ବ୍ୟତୀତ ଦୋକାନ ବଜାର, ଯାନବାହାନ ଚଳାଚଳ ଏବଂ ସମସ୍ତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରଖିବାକୁ […]

  • Tuesday, 20 July 2021
dkl fire
ଢେଙ୍କାନାଳ ହସ୍ପିଟାଲରେ ନିଆଁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାରେ ନିଆଁ। ହସ୍ପିଟାଲର ପଞ୍ଚମ ମହଲାରେ ଥିବା କ୍ୟାଣ୍ଟିନରେ ନିଆଁ ଲାଗିଥିଲା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଅାୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ତେବେ ହସ୍ପିଟାଲରେ ନିଆଁ ଲାଗିଥିବା ଶୁଣି ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟ ଅାତଙ୍କିତ ହୋଇ ପଡିଥିଲେ। ଲୋକମାନେ ବିଲ୍ଡିଂ ବାହରକୁ ଦୌଡି ଅାସିଥିଲେ। ଅନ୍ୟପଟେ ହସ୍ପିଟାଲରେ ଚାଲିଥିବା ଏହି କ୍ୟାଣ୍ଟନ୍ ବେଅାଇନ ଭାବେ ଚାଲିଥିବା […]

  • Tuesday, 20 July 2021
hocky2
ହକି ବିଶ୍ୱକପ୍ ନେଇ ବିରୋଧୀଙ୍କ ଟାର୍ଗେଟ୍: ବ୍ରାଣ୍ଡ୍ ନବୀନଙ୍କୁ ପ୍ରମୋଟ୍ କରିବାକୁ ଉଦ୍ୟମ ଅଭିଯୋଗ

ଭୁବନେଶ୍ୱର: ବିଶ୍ୱକପ୍ ହକି ମାଧ୍ୟମରେ ପଲିଟିକାଲ୍‌ ମାଇଲେଜ୍ ନେବାକୁ ପ୍ରୟାସ। ଏହି ଗ୍ରାଣ୍ଡ୍ ଇଭେଣ୍ଟ୍ ମାଧ୍ୟମରେ ବ୍ରାଣ୍ଡ୍‌ ନବୀନକୁ ପ୍ରମୋଟ୍ କରିବାକୁ ହୋଇଛି ଯୋଜନା। ଖାସ୍ ସେଥିପାଇଁ ଉଦ୍‌ଘାଟନୀ ଉତ୍ସବକୁ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଲୋକଙ୍କୁ ଦେଖାଇବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଥିଲେ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ନବୀନ ନିଜର ପ୍ରଚାର ପାଇଁ ଏଭଳି କାର୍ଯ୍ୟକ୍ରମ କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଗତକାଲି ଉଦ୍‌ଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ଲାଗି […]

  • Tuesday, 20 July 2021
4
ଭାଲୁ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର

ଅନୁଗୁଳ: ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ସୁଚନା ଅନୁସାରେ, ଆଜି ସକାଳେ ଭୋଇପଡ଼ା ନିକଟବର୍ତ୍ତୀ ଗାଁର କିଛି ଲୋକ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ। ମୃତକ ଜଣଙ୍କ ହେଲେ ଗିରିଶ […]

  • Tuesday, 20 July 2021
water
ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ଜାଲିଆତି !

କୋରାପୁଟ: ଗ୍ରାମ୍ୟ ଜଳଯୋଗାଣ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଯୋଗାଣ ନାଁରେ ଜାଲିଆତି ହେଉଥିବା ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ମାଳିପୁଟ ଗ୍ରାମପଞ୍ଚାୟତ ସିପାହୀପୁଟ ଗାଁରୁ। ପାନୀୟ ଜଳର ସୁବିଧା ପଇଁ ଏଠାରେ ପ୍ରକଳ୍ପ ନିର୍ମାଣ ଲାଗି ୨୦୦୮ରେ ୧ କୋଟି ୩୮ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲା। ତେବେ ପ୍ରକଳ୍ପ ଅଧପନ୍ତରିଆ ଭାବେ ନିର୍ମାଣ କରି କାମଚଳା ଭାବେ ଗାଁକୁ ପାଣି ଯୋଗାଣ ଆରମ୍ଭ ହୋଇଛି। ସଂପୂର୍ଣ୍ଣ […]

  • Tuesday, 20 July 2021
corn
ମକା ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ

ନୂଆପଡ଼ା: ଜିଲ୍ଲାରେ ଦିନକୁ ଦିନ ବଢ଼ୁଛି ମକା ଚାଷୀଙ୍କ ଚିନ୍ତା। ଚଳିତ ବର୍ଷ ବର୍ଷା ଅଭାବ ସତ୍ତ୍ୱେ ଜିଲ୍ଲାରେ ମକା ଚାଷ ଠିକ୍‌ ହୋଇଛି। ହେଲେ ଠିକ୍‌ ଅମଳ ବେଳକୁ ମଣ୍ଡି ନ ଖୋଲିବାରୁ ଚାଷୀ ବାଧ୍ୟ ହୋଇ କମ୍‌ ଦାମରେ ମକା ବିକୁଛନ୍ତି। ମକା କ୍ୱିଣ୍ଟାଲ୍‌ ପିଛା ୯ଶହ ଟଙ୍କାରୁ ହଜାରେ ଟଙ୍କା ମଧ୍ୟରେ ଅଭାବୀ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଥିବା  ମକା ଚାଷୀ କହିଛନ୍ତି। ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରେ ମୋଟ ୬ […]

  • Tuesday, 20 July 2021
2
ପୁଅକୁ ବଞ୍ଚାଇବାକୁ ଯାଇ ମାଆ ବି ନଦୀରେ ବୁଡ଼ିଗଲେ

ବ୍ରହ୍ମପୁର: ନଦୀରେ ବୁଡ଼ି ମାଆ ପୁଅଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ପନାଡ଼ ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଘୋଡ଼ାହାଡ଼ ନଦୀରେ ବୁଡ଼ି ଯାଇ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ସୁଷମା ମହାରଣା (୩୫) ଓ ତାଙ୍କ ପୁଅ ସୁଧାଂଶୁ ମହାରଣା(୯)। ମାଆ ପୁଅ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ଗାଧୋଉଥିବା ବେଳେ ପୁଅ ବୁଡ଼ି ଯାଉଥିବା ଦେଖି ସୁଷମା ତାଙ୍କୁ ବଞ୍ଚାଇବାକୁ […]

  • Tuesday, 20 July 2021
konaker
ପୁଲିସ୍‌ ମାଡ଼ରେ ମୃତ୍ୟୁ ଅଭିଯୋଗ କରି ରାସ୍ତାରୋକ

ପୁରୀ: କୋଣାର୍କରେ ପୁଲିସ୍‌ ମାଡ଼ରେ ମୃତ୍ୟୁ ଅଭିଯୋଗ କରି ରାସ୍ତାରୋକ ହୋଇଛି। ମୃତକ ହେଉଛନ୍ତି ଅସ୍ତରଙ୍ଗ ଥାନା ମାଳଦା ଗାଁର ଯୋଗେନ୍ଦ୍ର ଦାସ। ଯୋଗେନ୍ଦ୍ର ମାସକ ତଳର ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିଲେ। ତେବେ ଜେଲ୍‌ରେ ଅସୁସ୍ଥ ହୋଇପଡ଼ିବା ପରେ ଜାମିନରେ ମୁକୁଳି କଟକ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଯୋଗେନ୍ଦ୍ରଙ୍କୁ ମିଛ ମାମଲାରେ ଫସାଇ ନିମାପଡ଼ା ପୁଲିସ୍‌ ଗିରଫ କରିଥିଲା। ଏବଂ  ନିସ୍ତୁକ ପିଟିଥିବା ପରିବାର ଲୋକେ […]

  • Tuesday, 20 July 2021
two sister die
କୂଅ ଭିତରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ

ମୋହନା: କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଠାବ। ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଗାଁରେ କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଠାବ କରାଯାଇଛି। ନିଜ ଘର ସାମ୍ନାରେ ଥିବା କୂଅରେ ସେମାନଙ୍କ ମୃତଦେହ ପଡ଼ିଥିଲା। ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ସେମାନଙ୍କ ମୃତଦେହକୁ କୂଅରୁ ବାହାର କରିଥିଲେ। ମୃତ ଦୁଇ ଭଉଣୀ ହେଲେ ସ୍ୱପ୍ନା ଆଚାରୀ(୨୨) ଓ କିରଣ ଆଚାରୀ(୧୪)। ପ୍ରାଥମିକ ତଦନ୍ତରୁ ଦୁଇ ଭଉଣୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। […]

  • Tuesday, 20 July 2021
bus
କମିଲା ବସ୍ ଭଡ଼ା

ଭୁବନେଶ୍ୱର: କମିଲା ବସ୍ ଭଡ଼ା। ଡିଜେଲ୍‌ ଦର କମିବାରୁ ରାଜ୍ୟରେ ବସ୍‌ ଭଡ଼ା କମିଛି। ସାଧାରଣ ବସ୍‌ ଭଡ଼ା କିଲୋମିଟର୍ ପିଛା ମାତ୍ର ୨ ପଇସା କମିଛି। ଭଡ଼ା କମିବା ପରେ ଏବେ ଦର ୭୨ ପଇସାରୁ ୭୦ ପଇସାକୁ ହ୍ରାସ ପାଇଛି। ଠିକ୍‌ ସେହିପରି ଏକ୍ସପ୍ରେସ୍ ବସ୍‌ ଭଡ଼ା କିଲୋମିଟର୍ ପିଛା ୭୫ ପଇସାରୁ ଖସି ୭୩ ପଇସା ହୋଇଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ର କିଲୋମିଟର୍ ପିଛା ଭଡ଼ା ୪ ପଇସା କମିଛି। […]

  • Tuesday, 20 July 2021