ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ସାଧାରଣ ନିର୍ବାଚନ ପାଇଁ କାଲି ବିଗୁଲ୍ ବଜାଇବ ବିଜେଡି। ତେବେ ଏହି ଅବସରରେ କେଉଁ ପ୍ରସଙ୍ଗ ସାମ୍ନାକୁ ଆଣି କାର୍ଡ ଖୋଲିବେ ନବୀନ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଦଳର ୨୧ତମ ଜନ୍ମଦିନ ପାଳିବାକୁ ଜିଲ୍ଲା ପରିଷଦ ଜୋନ୍ରୁ ରାଜଧାନୀ ଯାଏ ଚଳଚଞ୍ଚଳ ହୋଇପଡ଼ିଛି ବିଜେଡି କ୍ୟାମ୍ପ୍। ନିର୍ବାଚନକୁ ଆଉ ମାତ୍ର ୪ ମାସ ଥିବାରୁ ସବୁ ପଞ୍ଚାୟତର ନେତା ଓ କର୍ମୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ କରିବାକୁ ନିଷ୍ପତ୍ତି ହୋଇଛି। […]
ବରଗଡ : ଭାଇ କଲା ଭାଇକୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଧଉରାଖନ୍ଦା ଗାଁରେ । ନିଜ କାକା ପୁଅ ଭାଇକୁ କୂଅରେ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗୁରୁଦେବ ନିଜ କାକା ପୁଅ ସୁଦେବ ଦାସ ସହିତ ଶୌଚ ପାଇଁ ଯାଇଥିଲେ । ତେବେ ଘରକୁ ଫେରିନଥିଲା ୪ ବର୍ଷର ସୁଦେବ ଦାସ । ପରେ ଥାନାରେ ଅଭିଯୋଗ କରିଥିଲେ ସୁଦେବଙ୍କ ବାପା । […]
ଭୁବନେଶ୍ୱର: ମୋଦିଙ୍କ ଗସ୍ତ ପରେ ରାଜ୍ୟ ରାଜନୀତିରେ ଏହାର ପ୍ରଭାବକୁ ନେଇ ଜୋର୍ଦାର ଚର୍ଚ୍ଚା ହେଉଛି। ଝାରସୁଗୁଡ଼ାରେ ନବୀନଙ୍କ ନାଁ ନେଇ ମୋଦି ଦୁର୍ନୀତିର ବାଣ ମାରିଥିଲେ, ଆଉ ଖୋର୍ଦ୍ଧାରେ ସେଇ ଭ୍ରଷ୍ଟାଚାର ଦାନବ କଥା କହିଲେ, କିନ୍ତୁ କିଏ ସେ ଦାନବକୁ ଦାନା ଦେଉଛି ସେ ନାଁ ଧରିଲେ ନାହିଁ। ନବୀନଙ୍କୁ ଟାର୍ଗେଟ୍ କରିବାର ମୋଦିଙ୍କ ଏ ଦୁଇଟି ଢଙ୍ଗକୁ ନେଇ ଏବେ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠୁଛି, ଏଥର ବୁଲେଇ ବଙ୍କେଇ ମୋଦି ମାରିଥିବା […]
ପୁରୀ : ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ବେଳେ ହିଂସାକାଣ୍ଡ । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବନ୍ଦ ପାଳନ ବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଅାନ୍ଦୋଳନକାରୀ। କାର୍ଯ୍ୟାଳୟ ଭିତରକୁ ପଶିବା ସହ ଅାସବାବ ପତ୍ର ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଧାଡି ଦର୍ଶନ ପାଇଁ କରାଯାଇଥିବା ବାରିକେଡ ଭାଙ୍ଗିବା ସହ ଟାୟାର ଜାଳି ବଡ଼ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁରୀ ଏସ୍ପିଙ୍କ ବାସଭବନ ଅାଗରେ ରୁଣ୍ଡ ହୋଇଥିଲେ ଅାନ୍ଦୋଳୋକାରୀ। […]
କୋରାପୁଟ: ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ୍ ହୋଇଥିଲା କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍ର ପିତଗୁଡ଼ା ଗାଁ। ହେଲେ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ସାଂସଦଙ୍କ ପୋଷ୍ୟ ଗ୍ରାମର ଚିତ୍ର ବଦଳି ପାରିନାହିଁ। ବିକାଶ କଥା ଦୂରରେ ଥାଉ ସାଂସଦ ଦିନେ ହେଲେ ବି ଏ ଗାଁରେ ପାଦ ଦେଇନଥିବା ଗ୍ରାମବାସୀ କହିଛନ୍ତି। ଗାଁ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ରହିଛି। ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଗାଁରୁ ପ୍ରାୟ ୫୦୦ ମିଟର ଦୂରରେ ରହିଛି। ସ୍ୱଚ୍ଛ ପିଇବା ପାଣିର […]
ଯାଜପୁର : ଯାଜପୁର ଏନ୍ସି କଲେଜ ଛାତ୍ରୀନିବାସ ଉପରକୁ ବୋମାମାଡ଼। ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ଛାତ୍ରୀନିବାସରେ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। କିଛି ଦୁର୍ବୃତ୍ତ ହଷ୍ଟେଲକୁ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି।
ପୁରୀ: ପିପିଲି ନାବାଳିକା ଦୁଷ୍କର୍ମ, ହତ୍ୟା ମାମଲାର ରାୟ ନେଇ ପ୍ରତିକ୍ରିୟା ରଖିଛନ୍ତି ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ। ସେ କହିଛନ୍ତି, ପୀଡ଼ିତା ପାଇଁ ମୁଁ ଦୁଃଖିତ। ଏବଂ ରାୟକୁ ସମ୍ମାନ ଦେଉଛି। ସତ କେବେ ଲୁଚି ରହେନି, ଆଜି ସତ୍ୟର ବିଜୟ ହୋଇଛି ସତ ସତ ମିଛ ମିଛ, ଆଜି କ୍ଷୀର ପାଣି ଅଲଗା ହୋଇଯାଇଛି’ ବୋଲି ମହାରଥୀ କହିଛନ୍ତି। ଗତକାଲି ବହୁଚର୍ଚ୍ଚିତ ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ […]
ଗଞ୍ଜାମ: ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଗରେ ଦୁଃଖ ବଖାଣିଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କୁଶପଡ଼ା ଗାଁର ବାସିନ୍ଦା ସୂର୍ଯ୍ୟ ପାତ୍ର। ନିକଟରେ ଗାଁରେ ପିଠା ଯୋଜନା କାର୍ଯ୍ୟକ୍ରମ ହେଉଥିବା ବେଳେ ନିଜର ଦୁଃଖ ବଖାଣିଲେ ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ସୂର୍ଯ୍ୟ ପାତ୍ର। ପ୍ରଥମେ ନବୀନ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ପିଠା କାର୍ଯ୍ୟକ୍ରମର ପ୍ରଶଂସା କରିବା ପରେ ସେ ଦୁଃଖ ବଖାଣିଥିଲେ। କିନ୍ତୁ କିଛି ସମୟ କହିବା ପରେ ତାଙ୍କୁ କହିବାକୁ ଦିଆଯାଇନଥିଲା। […]
କେନ୍ଦୁଝର : ନିଦ ହଜାଇ ଦେଇଛି ବଣୁଅା ହାତୀ । ୨୨ରୁ ଅଧିକ ହାତୀ ଅାସି ଉତ୍ପାତ ଚଳାଇଛନ୍ତି । ଦିନେ କି ଅଧେ ନୁହେଁ, ଗତ ତିନ ଦିନ ହେଲା ହାତୀ ଉପଦ୍ରବ ଯୋଗୁଁ ଲୋକେ ଅାତଙ୍କିତ । ଜୀବନ ବିକଳରେ ଛୋଟ ଛୁଅାଙ୍କଠୁ ଅାରମ୍ଭ କରି ମହିଳା ଓ ଲୋକ ସମସ୍ତେ ରାତି ଅନିଦ୍ରା । ଏବେ ଏମିତି ଭୟଭୀତ ଅବସ୍ଥାରେ ଅଛନ୍ତି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଳକର ନହବେଡା ଗାଁର ଲୋକେ । […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଅାଜି ରାସନ କାର୍ଡ ବଣ୍ଟା ହେବ । ଅାଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବ୍ଲକ ଓ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଉତ୍ସବରେ ରାସନ କାର୍ଡ ସହ ମୁଖ୍ୟମନ୍ତ୍ରୀଙ୍କ ଚିଠି ବଣ୍ଟନ କରାଯିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ମନ୍ତ୍ରୀ, ସାଂସଦ ମାନଙ୍କ ତାଲିକା ବି ପ୍ରସ୍ତୁତ ହୋଇଛି। ଏପରିକି ବିଜେଡିର ନେତାମାନେ ଯେଉଁ ଜିଲ୍ଲାରେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି ଅଧିକାଂଶ ଜିଲ୍ଲାରେ ସେମାନେ ହିଁ […]
ପାରାଦୀପ : ପାରାଦୀପ ସମୁଦ୍ରରେ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର । ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରୁ ମିଳିଛି ମୃତଦେହ । ମୃତକ ହେଲେ ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଅଂଶୁମାନ ଦାଶ। ଗତକାଲି ବେଳାଭୂମିରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବେଳେ ବୁଡ଼ିଯାଇଥିଲେ ୩ ଛାତ୍ର । ଗତକାଲି ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିଲେ। ଅାଜି ତାଙ୍କର ମୃତଦେହ ମିଳିଛି। ବେଳାଭୂମିରେ ଅାୟୋଜିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ […]
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ସରଗରମ ହୋଇଛି। ଆଜି ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ୪ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୦ ତାରିଖରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ ଏବଂ ୧୧ ତାରିଖରେ ମତଦାନ ହୋଇ ସେହିଦିନ ଅପରାହ୍ନରେ ଫଳାଫଳ ଘୋଷଣା ହେବ। ୧୨ ତାରିଖରେ ବିଜୟୀ ପ୍ରାର୍ଥୀ ଶପଥ ଗ୍ରହଣ କରିବେ। ତେବେ ଛାତ୍ର ଅଶାନ୍ତି […]
ପୁରୀ : ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଏହାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅାଜି ପୁରୀ ବନ୍ଦ ଡାକରା ଦିଅାଯାଇଛି । ଏଥିସହ ସାମ୍ବାଦିକଙ୍କୁ ମାଡ, ରତ୍ନଭଣ୍ଡାର ଚାବି ହଜିବା, ବ୍ରହ୍ମବିଭ୍ରାଟ ରିପୋର୍ଟ ପ୍ରସଙ୍ଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବ ବୋଲି କହିଛି ଶ୍ରୀଜଗନ୍ନାଥ ସେନା । ବନ୍ଦକୁ ସଫଳ କରିବା ଲାଗି ଗତକାଲି ସେନା ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଥିଲା । ଭିକେ ପାଣ୍ଡିୟାନ, ପ୍ରଦୀପ୍ତ ମହାପାତ୍ର […]
ରାୟଗ଼ଡା: ଗୁଣପୁର ବ୍ଲକ୍ ଘନାନ୍ତ୍ରୀ ଅଞ୍ଚଳରେ ପାଳିତ ହୋଇଛି ଆଦିବାସୀଙ୍କ ନିଆରା ‘ମିରିଆ’ ପର୍ବ। ଅମଳ ପରେ ବିଭିନ୍ନ ଶସ୍ୟକୁ ପ୍ରଥମେ ଇଷ୍ଟଦେବଙ୍କୁ ଅର୍ପଣ କରିବା ପରେ ଘରେ ଘରେ ନୂଆ ଖାଇଛନ୍ତି ଲୋକେ। ଏହି ସମୟରେ ପିଲାଠୁ ବୟସ୍କ ସମସ୍ତେ ପାରମ୍ପରିକ ଆଦିବାସୀ ବାଦ୍ୟ ବଜାଇ ଗାଁ ଦାଣ୍ଡରେ ନାଚିଗାଇ ପର୍ବ ପାଳନ କରିଛନ୍ତି। ଏହି ପର୍ବ ବିଧି ଅନୁସାରେ, ଶୀତ ଋତୁର ଫସଲ କାନ୍ଦୁଲ, ଧାନ, ଶିମ୍ବ ଆଦି ଫସଲ ଅମଳ ପରେ ପ୍ରଥମେ […]
ବଲାଙ୍ଗିର: ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ସ୍ତରରେ ଉଦାସିନତା ଯୋଗୁ ଅନେକ ସ୍ଥାନରେ ଏହା ଫେଲ୍ ମାରୁଥିବା ନଜରକୁ ଆସିଛି। ବଲାଙ୍ଗିର ଜିଲ୍ଲା ତୁରେକୋଲା ବ୍ଲକ୍ ଝରଣି ଆଦର୍ଶ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏଠାରେ ଛାତ୍ରଛାତ୍ରୀଙ୍କ ଲାଗି ୨ ବର୍ଷ ପୂର୍ବେ ଆଦର୍ଶ ବିଦ୍ୟାଳୟ ସହ ହଷ୍ଟେଲ୍ ନିର୍ମାଣ ହୋଇଥିଲା। ସ୍କୁଲରେ ଶିକ୍ଷାଦାନ ଆରମ୍ଭ ହୋଇଥିଲେ ବି ଏଯାଏ ହଷ୍ଟେଲ ଖୋଲାଯାଇନି। ଦୂର […]
ଢେଙ୍କାନାଳ: ପରଜଙ୍ଗ ଅଞ୍ଚଳରେ ହାତୀ ଆତଙ୍କରେ ଆତଙ୍କିତ ଲୋକେ। ୫୦ରୁ ଅଧିକ ହାତୀ ଏହି ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି। ହାତୀମାନେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗୁଥିବା ଅଭିଯୋଗ ହୋଇଛି। କନ୍ଦରଶିଂଘା ପଞ୍ଚାୟତରେ ଘର ଭାଙ୍ଗିବା ସହ ଖାଦ୍ୟ ଶସ୍ୟ ନଷ୍ଟ କରିଛନ୍ତି ହାତୀପଲ। ମାସକ ଭିତରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ରୁ ଅଧିକ ଗୁରୁତର ହୋଇଛନ୍ତି। ହାତୀ ଆତଙ୍କରେ ଲୋକେ ଏତେ ଭୟଭୀତ ହୋଇଯାଇଛନ୍ତି ଯେ […]
ଭୁବନେଶ୍ୱର : କଂଗ୍ରେସ ଭବନରେ ଦାମ । ବିଜେଡିରୁ ବିତାଡିତ ବରିଷ୍ଠ ନେତା ଦାମୋଦର ରାଉତ କଂଗ୍ରେସର ସମ୍ବିଧାନ ବଞ୍ଚାଓ ସମ୍ମିଳନୀରେ ସାମିଲ ହେବାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ୍ । ଦାମ ବାବୁଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାକୁ ନେଇ ବି ଅାରମ୍ଭ ହୋଇଛି କଳ୍ପନାଜଳ୍ପନା। ସେପଟେ କଂଗ୍ରେସର ମେଣ୍ଟ ଗଠନ ଯୋଜନାକୁ ବି ଏହି ସମ୍ମିଳନୀ ଖୋରାକ ଯୋଗାଇଛି। ଭୁବନେଶ୍ୱର କଂଗ୍ରେସ ଭବନରେ ଦଳ ପକ୍ଷରୁ ଅାଜି ସମ୍ବିଧାନ ବଞ୍ଚାଅ ସମ୍ମିଳନୀର ଅାୟୋଜନ […]
ଭୁବନେଶ୍ୱର:୨୦୧୧ ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରମାଣ ଅଭାବରୁ ଅଭିଯୁକ୍ତ ୨ ଭାଇ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍। ୨୦୧୧ରେ ପିପିଲିର ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଦୀର୍ଘଦିନ କୋମାରେ ରହିବା ପରେ ୨୦୧୨ ଜୁନ୍ ୨୧ ତାରିଖରେ କଟକ ବଡ଼ ମେଡ଼ିକାଲ୍ରେ ସେ ଆଖି ବୁଜିଥିଲେ। ଏହି ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଶାସ୍ତି ଦାବିରେ […]
ଭୁବନେଶ୍ୱର : ନବୀନ ନିବାସ ଅାଗରେ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ମହିଳା ମୋର୍ଚ୍ଚାର କର୍ମୀ ଓ ନେତ୍ରୀଙ୍କୁ ପୁଲିସ ରାଜମହଲ ଛକରେ ଅଟକାଇଥିବା ବେଳେ କିଛି ନେତ୍ରୀ ଅଲଗା ରାସ୍ତାରେ ଯାଇ ନବୀନ ନିବାସ ପାଖରେ ପହଁଞ୍ଚିଯାଇଥିଲେ। ତେବେ ସେଠାରେ ମୁତୟନ ପୁରଷ ପୁଲିସ ମହିଳା ନେତ୍ରୀଙ୍କୁ ଅଟକାଇବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି। ବିଜେପି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଦୁଇ ତିନୋଟି ଗ୍ରୁପରେ ଅାସିଥିବା ମାତ୍ର ହାତ […]
ମାହାଙ୍ଗା: ବହିଷ୍କାର ପରେ ମଇଦାନକୁ ଓହ୍ଲାଇଲେ ଦାମ । ସରକାରଙ୍କ ବିରୋଧରେ ଦୁର୍ନୀତିକୁ ଅସ୍ତ୍ର କରି ମାହାଙ୍ଗାରୁ ଦାମ ଅାରମ୍ଭ କରିଛନ୍ତି ତାଙ୍କ ଦ୍ୱିତୀୟ ଇନିଙ୍ଗସ। ଗାନ୍ଧୀ ଜୟନ୍ତୀ ପାଇଁ ନୃତାଙ୍ଗରେ ହୋଇଥିଲା ସାଧାରଣ ସଭା। ଅାଉ ଏହି ମଞ୍ଚରେ ପୂର୍ବରୁ ସରକାରଙ୍କ ଅାଡକୁ ଛା଼ଡିଥିବା ଦୁର୍ନୀତି ବାଣକୁ ଅଧିକ ଶାଣିତ କରିଥିଲେ ଦାମ। ଚାରାଘୋଟାଲକୁ ଚାପି ଦେବା ପାଇଁ ତାଙ୍କୁ କୋଟିଏ ଟଙ୍କା ଲାଞ୍ଚ ଯଚା ଯାଇଥିଲା ବୋଲି ବିସ୍ପୋରକ ତଥ୍ୟ ରଖିଛନ୍ତି। କହିଛନ୍ତି ଦୁର୍ନୀତି […]
ଭୁବନେଶ୍ୱର : ଭୁବନେଶ୍ୱର ରଘୁନାଥନଗର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଓଡିଶା ସ୍ୱିଫ୍ଟ ଅାକ୍ସନ ଫୋର୍ସ ବି ମୁତୟନ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନାର ରଘୁନାଥନଗର ଅଞ୍ଚଳରେ ବୋମାମାଡ଼ ହୋଇଥିଲା। ଏଥିରେ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଛି। ବୋମା ଏତେ ଶକ୍ତିଶାଳୀ ଥିଲା ଯେ, ୨ଟି ବାଇକ୍ ଜଳି ଯାଇଛି। ବୋମାମାଡ଼ କରି କିଛି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ୨ ଜଣଙ୍କୁ ଅଟକାଇ ସ୍ଥାନୀୟ […]
ଭୁବନେଶ୍ୱର: ଆସନ୍ତାକାଲି ମୋଦିଙ୍କ ଓଡ଼ିଶା ଗସ୍ତ। ଏଥିପାଇଁ ପ୍ରସ୍ତୁତ ହେଉଛି ମଞ୍ଚ। ବରୁଣେଇ ପାହାଡ଼ ତଳେ ଗୈରିକମୟ ହେଲାଣି ଗୋଶାଳା ପଡ଼ିଆ। ଜନସମ୍ବାଦ ସମାବେଶରେ ମୋଦି କର୍ମୀଙ୍କୁ ୧୯ ପାଇଁ ପରିବର୍ତ୍ତନର ଆହ୍ୱାନ ଦେବେ। ଯେହେତୁ ତାଳଚେର ଓ ଝାରସୁଗୁଡ଼ାରେ ପିସି ପ୍ରସଙ୍ଗରେ ମୋଦି ନବୀନ ସରକାରଙ୍କୁ ସିଧା ଆଟାକ କରିଥିଲେ, ଏଥର ମଧ୍ୟ ଦୁର୍ନୀତି ପ୍ରସଙ୍ଗରେ ତାଙ୍କ ସ୍ୱର ଅଧିକ ଶାଣିତ ହୋଇପାରେ ବୋଲି କୁହାଯାଉଛି। ବିଜେପି ପ୍ରସ୍ତୁତ କରିଥିବା ରଣନୀତି ଅନୁସାରେ ପ୍ରତି ଦୁଇ […]
ଯାଜପୁର: ଗାଁକୁ ଯାତାୟତ ଲାଗି ରାସ୍ତାଟିଏ ନାହିଁ। ଗ୍ରାମବାସୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବାଉଁଶପୋଲ ଏକମାତ୍ର ସାହା ଭରସା। ଯାଜପୁର ଜିଲ୍ଲା ବରୀ ବ୍ଲକ କଳାଖଣ୍ଡ ଗାଁରେ ଦୀର୍ଘବର୍ଷ ହେବ ଏହି ସମସ୍ୟା ଲାଗି ରହିଛି। ପୋଲ ନଥିବାରୁ ବିପଦସଂକୁଳ ଅବସ୍ଥାରେ ଲୋକେ ଡଙ୍ଗା ସାହାରାରେ ବ୍ରାହ୍ମଣୀ ନଦୀ ପାର ହେଉଛନ୍ତି। ପଞ୍ଚାୟତର ୧୦ଟି ଗ୍ରାମର ଲୋକେ ବାଉଁଶପୋଲ ଉପରେ ଯାତାୟତ କଲାବେଳେ ଦୁର୍ଘଟଣା ବି ଘଟିଥିବା ଅଭିଯୋଗ ହୋଇଛି। ବର୍ଷା ଚାରିମାସ ଗ୍ରାମବାସୀ ଏକ ପ୍ରକାର […]
ଗଜପତି: ବାତ୍ୟା ତିତ୍ଲିକୁ ୨ ମାସରୁ ଅଧିକ ସମୟ ପୂରିଲାଣି, ହେଲେ ଗଜପତି ଜିଲ୍ଲାର ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଆର ଉଦୟଗିରିର ଅଗ୍ରଣୀ ଚାଷୀ ଜଗନ୍ନାଥ ଦଳେଇ। ତିତ୍ଲି ବାତ୍ୟା ଓ ବନ୍ୟାରେ ତାଙ୍କର ଲକ୍ଷାଧିକ ଟଙ୍କାର ଛତୁଚାଷ ସମେତ ପରିବା ଚାଷ ଉଜୁଡ଼ି ଯାଇଥିଲା। ହେଲେ ବାତ୍ୟା ପରେ କ୍ଷୟକ୍ଷତିର ଆକଳନ ଲାଗି ତାଙ୍କ ନିକଟକୁ କେହି ଆସିନଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସମସ୍ତ ରିପୋର୍ଟ ଜିଲ୍ଲା […]
ମୟୂରଭଞ୍ଜ : ମୟୂରଭଞ୍ଜ ଉଦଳା ବନାଞ୍ଚଳ ଅନ୍ତର୍ଗତ ବଣିଅାବସା ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଉଦ୍ଧାର ହୋଇଛି ୮ ଫୁଟ ଲମ୍ବର ଏକ ଅଜଗର। ଅଜଗରଟି ଗାଁର ଦଶରଥ ହେମ୍ବ୍ରମଙ୍କ ଘର କୁକୁଡ଼ା ଭାଡ଼ିରେ ପଶିବା ସହ ଗୋଟିଏ କୁକୁଡ଼ାକୁ ମଧ୍ୟ ଗିଳିଦେଇଥିଲା। ଅଜଗରକୁ ଦେଖି ଘର ଲୋକେ ଉଦଳା ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ଏବଂ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ବନ ବିଭାଗ କର୍ମଚାରୀମାନେ ସାପଟିକୁ […]