କଟକ : କଟକ କପିଳାସ ରୋଡ୍ ନିକଟରେ ଫାଲକନୁମା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ। ହାଓ୍ୱଡା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ୍ ଟ୍ରେନ୍ର ପଛରେ ଥିବା ଗାର୍ଡ କମ୍ ଲଗେଜ ବଗି ଲାଇନ୍ୟୁତ ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ଘଟିନଥିବା ସୂଚନା ମିଳିଛି।
ଜଳେଶ୍ୱର: ସାମାନ୍ୟ ଦୁଘର୍ଟଣାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ପଥରେଶ୍ୱର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ହରିଶ୍ଚନ୍ଦ୍ର କାମିଲା। ସେ ରଣକୋଟା ଛକରେ ୨୫ ବର୍ଷ ହେବ ଗହଣା ବ୍ୟବସାୟ କରୁଥିଲେ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ରଣକୋଟା ଗାଁର ଦୁଇ ଜଣଙ୍କୁ ହରିଶ୍ଚନ୍ଦ୍ର ତାଙ୍କ ଓମିନି ଭ୍ୟାନ୍ରେ ଚନ୍ଦନେଶ୍ୱରର ଜଣେ ଡାକ୍ତରଙ୍କ ପାଖକୁ ନେଇଥିଲେ। ସେଠାରୁ […]
ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ଏକ କାର୍ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ୍ ଗିରଫ କରିଛି। ମୃତ ତନୁଜା ଆଇଚଙ୍କ ସ୍ୱାମୀ ସଂଗ୍ରାମ୍ ଆଇଚଙ୍କୁ ପୁଲିସ୍ କୋଲକାତାରୁ ଗିରଫ କରିଛି। ଗିରଫ ପରେ ସଂଗ୍ରାମଙ୍କୁ କମିଶନରେଟ୍ ପୁଲିସ୍ ଟ୍ରାନ୍ଜିଟ୍ ରିମାଣ୍ଡର ଆଣିଛି। ସଂଗ୍ରାମଙ୍କୁ ଗିରଫ କରାଯିବା ପରେ ଏହି ଘଟଣା ପଛରେ ଥିବା ରହସ୍ୟର ପର୍ଦ୍ଦାଫାସ୍ ହେବ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ଗତ ସୋମବାର ଦିନ […]
ବାରିପଦା: ପୁଣି ଖଟିଆରେ ବୁହା ହେଲେ ପ୍ରସୂତି। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ନପାରିବାରୁ ଜଣେ ପ୍ରସୂତିଙ୍କୁ ଖଟିଆରେ ବୁହା ହୋଇଛି। ମୟୂରଭଞ୍ଜ ଜିଲ୍ଲା ଚାଉଳଘେରି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଚାଉଳଘେରି ଗାଁର ଉକ୍ତ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କ ପରିବାର ଲୋକେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଆସି ନଈ ଆର ପାଖରେ ଠିଆ ହୋଇଥିଲା। ଏହାପରେ ମହିଳାଙ୍କୁ […]
ପୁରୀ: ଏଣିକି ପୁରୀରର ସ୍ଥାନୀୟ ଲୋକମାନେ ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରର ୩ ଦ୍ୱାର ଦେଇ ପ୍ରବେଶ କରିପାରିବେ। ଗତକାଲି ପୁରୀରେ ହିଂସାକାଣ୍ଡ ପରେ ପରିସ୍ଥିତିର ସମାଧାନ ପାଇଁ ଶାନ୍ତି କମିଟି ବୈଠକ ବସିଥିଲା। ଅନୁଷ୍ଠିତ ଏହି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ସୁରୁଖୁରୁରେ ଚାଲିଛି। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ଗତକାଲି ପୁରୀରେ ବନ୍ଦ ପାଳନ ହୋଇଥିଲା। ସେବାୟତ, ସ୍ଥାନୀୟ ବାସିନ୍ଦା, ଶ୍ରୀଜଗନ୍ନାଥ […]
ଅନୁଗୁଳ: ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁବେ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଜରପଡ଼ା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ଏହାପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଦୁମୁକା ପଞ୍ଚାୟତ ଗିରଙ୍ଗ ଗାଁରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୮ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ସମସ୍ତ ଆସବାବପତ୍ର ଓ ଧାନ ଚାଉଳ ପୋଡ଼ି ଯାଇଛି। ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ମାର୍ଶାଘାଇ ଓ ମହାକାଳପଡ଼ାରୁ ଦୁଇଟି ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ।
ସମ୍ବଲପୁର: ଭୁଜାଲି ଚୋଟରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ମହିଳା କନଷ୍ଟେବଲ୍ଙ୍କ ମୃତ୍ୟୁ। ତାଙ୍କ ନାଁ ରଶ୍ମିରେଖା ଦୀକ୍ଷିତ। ସେ ସମ୍ବଲପୁର ଟାଉନ୍ ଥାନାରେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ, ଗତ ୨୪ ତାରିଖରେ ରଶ୍ମିରେଖା ଓ ତାଙ୍କ ଭଉଣୀକୁ ଆକ୍ରମଣ ହୋଇଥିଲା। ସେ ରହୁଥିବା ଦାନୀପାଲିସ୍ଥିତ ଭଡ଼ାଘରର ମାଲିକଙ୍କ ପୁଅ ଉଭୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ରଶ୍ମି ଓ ତାଙ୍କ ଭଉଣୀ ବୁର୍ଲା ମେଡିକାଲରେ ଭର୍ତ୍ତି […]
ମାଲକାନଗିରି: ମାଲକାନଗିରିରେ ଜାପାନୀ ଜ୍ୱରରେ ୧୦୩ ପିଲାଙ୍କ ମୃତ୍ୟୁ ଘଟଣାକୁ ୨ ବର୍ଷ ବିତିଲା, ହେଲେ ଏଯାଏ ମୃତକଙ୍କ ପରିବାରକୁ ପକ୍କା ଘର ଖଣ୍ଡିଏ ମିଳି ପାରିନି। ଘଟଣାକୁ ଗମ୍ଭୀରତାର ସହ ନେଇ ସେତେବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଯାଇ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହ ପକ୍କା ଘର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଟଙ୍କା ତ ମିଳିଲା କିନ୍ତୁ ଘର ଖଣ୍ଡିଏ ମିଳିଲା ନାହିଁ। ମାଲକାନଗିରିର ସେହି ପରିବାର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର […]
ବାଲେଶ୍ୱର: ଝିଅ ବୋହୂଙ୍କ ଲଜ୍ଜା ନିବାରଣ ହେବ, ପରିଚ୍ଛନ୍ନତା ବଢ଼ିବ ଏଭଳି ମହତ ଯୋଜନା ରଖି ସ୍ୱଚ୍ଛ ଭାରତ ଯୋଜନା ଅନ୍ତର୍ଗତ ପ୍ରତି ଘରେ ପାଇଖାନା ନିର୍ମାଣ ଲାଗି କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ କେଉଁଠି ଯୋଗ୍ୟ ହିତାଧିକାରୀ ଟଏଲେଟ୍ ପାଇନାହାଁନ୍ତି ତ ଆଉ କେଉଁଠି ଚଞ୍ଚକତା କରି ଜାଲ୍ ନାଁରେ ଟଙ୍କା ଉଠାଇ ନିଆଯାଇଛି। କିଛି ସ୍ଥାନରେ ତ ମୃତ ଲୋକଙ୍କ ନାଁରେ ଟଙ୍କା ଲୁଟ୍ ହୋଇଛି। ଆଉ କେଉଁଠି କାମ ଏତେ ନିମ୍ନମାନର ଯେ ଟଏଲେଟ୍ […]
ଭୁବନେଶ୍ୱର: ବୋମାମାଡ଼, ହିଂସାକାଣ୍ଡ ଭିତରେ ଶେଷ ହୋଇଛି ଛାତ୍ର ସଂସଦ ନାମାଙ୍କନ ଦାଖଲ ପ୍ରକ୍ରିୟା। ବାଜା, ବାଣ ଓ ରୋଷଣୀ ସହିତ ନିଜ ନିଜ ସମର୍ଥକଙ୍କ ପଟୁଆର ଭିତରେ ଆଶାୟୀ ପ୍ରାର୍ଥୀମାନେ ଆଜି ରାଜ୍ୟର ବିଭିନ୍ନ କଲେଜ୍ ଓ ବିଶ୍ୱବିଦ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି। ସକାଳ ୮ଟାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୧୨ଟାରେ ଶେଷ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଏହି ସମୟରେ କଲେଜ୍ ପରିସରରେ ବ୍ୟାପକ ଫୋର୍ସ ମୁତୟନ ହୋଇଥିଲା। ତେବେ ଆସନ୍ତାକାଲି […]
ପୁରୀ: ପିପିଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଗାଁରେ ପହଞ୍ଚିଲା ବିଜେପି ଟିମ୍। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ପୀଡ଼ିତାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ଏହି ଟିମ୍ରେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ, ଦଳର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କ ସହ ଦଳର ଅନ୍ୟ କର୍ମକର୍ତ୍ତାଗଣ ସାମିଲ ଅଛନ୍ତି।
ନୂଆପଡ଼ା: ଛାତ୍ରଛାତ୍ରୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି ବିଦ୍ୟାଳୟ। କାନ୍ଥରୁ ବାରମ୍ବାର ସ୍ଲାବ୍ ଖସୁଛି। ଭବିଷ୍ୟତ ତିଆରି କଥା ଛାଡ଼ନ୍ତୁ ନିଜ ଜୀବନ ରକ୍ଷା କରିବା ପାଇଁ ଚିନ୍ତାରେ ଅଛନ୍ତି ସ୍କୁଲ୍ର ଛାତ୍ରଛାତ୍ରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଉରୁଆମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ। ବିଦ୍ୟାଳୟର ୫ଟି ଶ୍ରେଣୀଗୃହ ମଧ୍ୟରୁ ତିନୋଟି ଘର ବିପଦଜନକ ସ୍ଥିତିରେ ରହିଛି। ଛାତ୍ରଛାତ୍ରୀଙ୍କ ପାଖରେ ଅନ୍ୟ ଉପାୟ ନଥିବାରୁ ପିଲାମାନେ ବାଧ୍ୟ ହୋଇ ଭଙ୍ଗା କୋଠରୀ […]
ଭୁବନେଶ୍ୱର: ରାଜଧାନୀରେ ସକ୍ରିୟ ହୋଇପଡ଼ିଛନ୍ତି ସେକ୍ସ ମାଫିଆ। ଭୁବନେଶ୍ୱରରେ କାୟା ବିସ୍ତାର କରୁଛି ଦେହ ବ୍ୟବସାୟ। ଇଣ୍ଟରନେଟ୍ ଓ ହ୍ୱାଟ୍ସଆପ୍ ଭଳି ସୋଶାଲ୍ ମିଡିଆକୁ ବ୍ୟବହାର କରି ସେକ୍ସ ଦଲାଲ ଧନ୍ଦା ବଢ଼ାଇ ଚାଲିଛନ୍ତି। ୱେବ୍ସାଇଟ୍ରେ ଆଡ୍ଭାଟାଇଜମେଣ୍ଟ, ହ୍ୱାଟ୍ସଆପ୍ରେ ଡିଲ୍ ହେଉଛି। ସୋଶାଲ୍ ମିଡିଆ ଦେହ ଦଲାଲ୍ଙ୍କ ପାଇଁ ଗ୍ରାହକ ଯୋଗାଡ଼ ଅତି ସହଜ କରିଦେଇଛି। କେମିତି ଅନ୍ଲାଇନ୍ରେ ଜାଲ ବିଛାଇଛନ୍ତି ସେକ୍ସ ଦଲାଲ୍ ଜାଣିବା ପାଇଁ ପ୍ରୟାସ କରିଛି ଓଟିଭି ଇନ୍ଭେଷ୍ଟିଗେସନ୍ ଟିମ୍। ଭୁବନେଶ୍ୱରରେ ଦେହ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ସୁନାଖଳା ଅଞ୍ଚଳରେ ଦିଗହରା ହୋଇଛି ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା। ଦେଶକୁ ବାହ୍ୟ ମଳମୁକ୍ତ କରିବା ଦିଗରେ ଘରେ ପାଇଖାନା ତିଆରି କରିବା ପାଇଁ ସରକାରଙ୍କ ତରଫରୁ ୧୨ ହଜାର ଟଙ୍କା ଲେଖାଏଁ ଦିଆଯାଉଛି। କିନ୍ତୁ ପାଇଖାନା ତିଆରି କରିବା ପରେ ବିଲ୍ ମିଳୁ ନାହିଁ। ଧାରକରଜ କରି ପାଇଖାନା ତିଆରି ପରେ ବ୍ଲକ୍ ଅଫିସ୍ ଦୌଡ଼ ଦୌଡ଼ ହିତାଧିକାରୀ ନୟାନ୍ତ ହେଉଥିବା ଅଭିଯୋଗ ହୋଇଛି। ଦିନେ କି ଦୁଇ ଦିନ ନୁହେଁ, ପାଇଖାନା […]
ଭୁବନେଶ୍ୱର: ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଏବଂ ମୃତ୍ୟୁ ମାମଲାର ଅଭିଯୁକ୍ତ କାହିଁକି ଖଲାସ ହେଲେ ? କେଉଁ ତଥ୍ୟ ପ୍ରମାଣ ଆଧାରରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ ? ଅଦାଲତଙ୍କ ଜଜ୍ମେଣ୍ଟ କପି ଓଟିଭିର ହସ୍ତଗତ ହୋଇଛି। ଯାହା କ୍ରାଇମ୍ବ୍ରାଞ୍ଚ ବିଫଳତାର ଗୁମର ଖୋଲିଛି। ଅନ୍ୟପଟେ ମାମଲାର ବିଚାର ପରେ ହତ୍ୟା ଧମକ ଦିଆଯାଉଥିବା ଅଭିଯୋଗ କରି ଆତଙ୍କିତ ହୋଇପଡ଼ିଛନ୍ତି ପରିବାର ଲୋକେ। ତା’ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ବହୁଚର୍ଚ୍ଚିତ ପିପିଲି ଦୁଷ୍କର୍ମ ଓ […]
କେନ୍ଦ୍ରାପଡ଼ା: ରାଜନଗର ବ୍ଲକ୍ ଚାନ୍ଦିବାଇଁସମ୍ବଳ ଗାଁରେ ଏକ ଅଘଟଣ। ନିଆଁରେ ପୋଡ଼ି ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଏହି ଗାଁର ଜଣଙ୍କ ଘରେ ନିଆଁ ଲାଗି ପ୍ରିୟଶ୍ୱିତା ରାଉଳ ନାମକ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଗ୍ନିକାଣ୍ଡରେ ୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।
ବଲାଙ୍ଗିର: ତିଆରି ହୋଇଛି ବିଦ୍ୟୁତ୍ ବିହୀନ ଉଠା ଜଳସେଚନ ଯନ୍ତ୍ର। ଦୁଇଟି ପୁରୁଣା ସାଇକେଲ୍ ରିଙ୍ଗ୍, ପୁରୁଣା ଟୁଲୁ ପମ୍ପ, ତିନୋଟି କାଠ ଦଣ୍ଡ ଓ ପାଇପ୍, ଏତିକିରେ ଚାଲିଛି ଏହି ଯନ୍ତ୍ର। ନା ଖର୍ଚ୍ଚ ଅଧିକ ନା କୌଣସି ବିଜୁଳିର ଦରକାର ପଡ଼ୁଛି। ଗାଧୁଆ ପାଇଁ ହେଉ କି ପିଇବା ପାଇଁ, କୂଅରୁ ପାଣି ବାହାର କରିବାକୁ ବ୍ୟବହାର ହେଉଛି ଏହି ବିଦ୍ୟୁତ୍ ବିହୀନ ଉଠା ଜଳସେଚନ ଯନ୍ତ୍ର। ଏହି ଯନ୍ତ୍ରଟିକୁ କେଉଁ ଇଞ୍ଜନିୟର୍ କି […]
କଟକ: ସ୍ୱାସ୍ଥ୍ୟକର ପରିବେଶରେ ପିଲାଙ୍କ ପାଠପଢ଼ାକୁ ନେଇ ସରକାରଙ୍କ କେତେ କ’ଣ ଯୋଜନା ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ସୁସ୍ଥ ପରିବେଶ ସାଙ୍ଗକୁ ଉନ୍ନତମାନର ଖାଦ୍ୟ ଯୋଗାଇ ଦେଉଛନ୍ତି ସରକାର। ହେଲେ ଏହାର ବାସ୍ତବ ଚିତ୍ର କିନ୍ତୁ ପୂରା ଓଲଟା। ଖୋଲା ଆକାଶ ତଳେ ପିଲା ମଧ୍ୟାହ୍ନ ଭୋଜନ ଖାଉଥିବାବେଳେ, ଅସାମାଜିକ ବ୍ୟକ୍ତି ଓ ଗୃହ ପାଳିତ ପଶୁଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବିଦ୍ୟାଳୟ ପରିସର। କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଘୋଳପୁର ନୋଡାଲ୍ ସ୍କୁଲରେ ଏଭଳି ଚାଲିଛି ପିଲାଙ୍କ […]
ନୟାଗଡ଼: ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସ୍କୁଲ୍ରେ ତାଲା ପକାଇଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ। ଏହି ଘଟଣା ହେଉଛି ନୟାଗଡ଼ ଜିଲ୍ଲା ପଞ୍ଜିତଗଡ଼ ବଳଦିଆ ଥାନା ନୂଆଗାଁ ନୋଡାଲ୍ ଉଚ୍ଚ ବିଦ୍ୟାଳୟର। ଏହି ସ୍କୁଲ୍ର ଶିକ୍ଷକମାନେ ପାଠ ପଢ଼ାରେ ଅବହେଳା ପ୍ରଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ କରୁଥିବା ସାଙ୍ଗାତିକ ଅଭିଯୋଗ ଆସିଛି। ଏହାକୁ ନେଇ ଗତ କିଛିଦିନ ହେବ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲା। କିନ୍ତୁ ଆଜି ଏହା ଉଗ୍ରରୂପ ନେବା […]
ଭୁବନେଶ୍ୱର: ବିଜେପି ମହିଳା କର୍ମୀଙ୍କୁ ପୁଲିସ୍ର ଅସଦାଚରଣ ଅଭିଯୋଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ମହିଳା ଥାନାରେ ୩ ପୁଲିସ୍ ଅଧିକାରୀଙ୍କ ନାଁରେ ଅଭିଯୋଗ ହୋଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଏସିପି ନିର୍ମଳ ଶତପଥୀ ଓ ଏସିପି ଅନୁପ କାନୁନଗୋ। ଦୋଷୀ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି। ଗତକାଲି ନବୀନ ନିବାସ ଘେରାଉ ବେଳେ ପୁଲିସ୍ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟଙ୍କୁ ଅସଦାଚରଣ କରିଥିବା ଅଭିଯୋଗ […]
ଭୁବନେଶ୍ୱର : ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଅାକ୍ରମଣକୁ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପୁରୀରେ ସାମ୍ବାଦିକଙ୍କ ଉପରେ ପୁଲିସର ଅାକ୍ରମଣ ଓ ସୋରରେ ବିଧାୟକଙ୍କ ଅାକ୍ରମଣ ଘଟଣା ବିବ୍ରତ କଲାଭଳି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସ୍ୱରକୁ ଚପାଇବା ପାଇଁ ହେଉଥିବା କୌଣସି ଉଦ୍ୟମକୁ ଅନୁମତି ଦିଅାଯିବା କଥା ନୁହେଁ। କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ବୈଜୟନ୍ତ। ଏ ନେଇ ବୈଜୟନ୍ତଙ୍କ ଅଫିସ୍ […]
ମୟୂରଭଞ୍ଜ: ତିରିଂ ଥାନା ହେସେଲଡିହ ଗାଁ ନିକଟ ଜଙ୍ଗଲରୁ ଆଜି ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ୍ ଏହି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ହେଲେ ବାଙ୍କୀ ସାହିର ୨୨ ବର୍ଷୀୟ ଯୁବକ ଲକ୍ଷ୍ମଣ ସୋରେନ୍ ଏବଂ ସାତଡିହି ଗାଁର ୨୦ ବର୍ଷୀୟ ଯୁବତୀ ଫୁଲ ମୁର୍ମୁ। ମୃତଦେହ ନିକଟରେ ସିନ୍ଦୁର ଓ ବିଷ ଥିବା ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାର ତଦନ୍ତ ଚାଲିଥିବାବେଳେ ପ୍ରେମଜନିତ କାରଣରୁ ଉଭୟ ବିଷ […]
ଭୁବନେଶ୍ୱର: ଆଜି ବିଜେଡି ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ପ୍ରତି ପଞ୍ଚାୟତରେ କଳା ଦିବସ ପାଳୁଛି କଂଗ୍ରେସ। ଏହି ଅବସରରେ ରାଜ୍ୟ ସରକାଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନବୀନ କେବଳ ବିକାଶର ଚିତ୍କାର କରୁଛନ୍ତି ବୋଲି କହିଛନ୍ତି ନିରଞ୍ଜନ। ଏହାସହ ରାଜ୍ୟ ସରକାରଙ୍କ ବିଫଳତାର ତାଲିକା ଦେଇ ଏହାକୁ ବିଜେଡିର ବିକାଶ ବୋଲି କହି କଟାକ୍ଷ କରିଛନ୍ତି ନିରଞ୍ଜନ। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କେବଳ ହାସ୍ୟାସ୍ପଦ, କ୍ଷମତାକୁ ଆସିଲେ ଆମେ […]