ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ୍ ଅଫିସ୍ ପାଲଟିଲା ରଣକ୍ଷେତ୍ର ବ୍ଲକ୍ ପରିସରରେ ଢେଲା ପଥର ମାଡ଼ ସହ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ୪ ବିଜେଡି କର୍ମୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ବ୍ଲକ୍ ସଭାପତିଙ୍କ ସହ ବିଜେଡି କାଉନସିଲର, ବ୍ଲକ ଚେୟାରମ୍ୟାନଙ୍କ ସ୍ୱାମୀ ଓ ଜଣେ କର୍ମୀଙ୍କୁ ଲୋକେ ପିଟିଥିବା ଅଭିଯୋଗ ହୋଇଛି। ଗୋଲିଅା ପଞ୍ଚାୟତରେ ଉନ୍ନୟନ ମୂଳକ କାମ ହେଉନଥିବା ଅଭିଯୋଗ କରିଅାସୁଥିଲେ ପଞ୍ଚାୟତବାସୀ। ଏନେଇ ଅାଜି ବିଡିଓଙ୍କ ନିକଟକୁ […]
ଭୁବନେଶ୍ୱର : ୨୦୧୯ରେ ଓଡ଼ିଶାରେ କଂଗ୍ରେସ ସରକାରକୁ ଅାସିଲେ ନିରଞ୍ଜନ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ। ବାଲେଶ୍ୱରରେ କଂଗ୍ରେସର ଜନ ଜାଗରଣ ଯାତ୍ରାରେ ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ ଏହି ମନ୍ତବ୍ୟ ଦେଇଛନ୍ତି । ଏବେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ୁଛି। ନିରଞ୍ଜନ ଦଳର ନେତୃତ୍ୱ ନେଉଛନ୍ତି ଏବଂ ଜିତିଲେ ସରକାରର ନେତୃତ୍ୱ ନେବେ ବୋଲି କହିଛନ୍ତି ଚିରଞ୍ଜୀବ। ଗତ ୩ ତାରିଖରେ ବାଲେଶ୍ୱରରୁ ଅାରମ୍ଭ ହୋଇଥିବା କଂଗ୍ରେସର ଜନ ଜାଗରଣ ଯାତ୍ରା ବାଲେଶ୍ୱରର […]
ଭୁବନେଶ୍ୱର: ଆଜି ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ। ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଜାତୀୟ ପତାକା ଉତ୍ତୋଳନା ସହ ଜାତୀୟ ସଂଗୀତ ଗାନ କରି ପ୍ରତିଷ୍ଠା ଦିବସ ପାଳନ କରିଛି ରାଜ୍ୟ କଂଗ୍ରେସ। ଏହି ଉତ୍ସବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନେକ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ଦଳକୁ ମଜବୁତ କରିବା ପାଇଁ ଆଜି ରାଜ୍ୟ କଂଗ୍ରେସ ଭୁବନେଶ୍ୱରରେ ଏକ […]
ପୁରୀ: ଲୁହା ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ। ଶ୍ରୀମନ୍ଦିର ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଅସନ୍ତୋଷ ପ୍ରକାଶ କରି ଭକ୍ତ ଭିତରକୁ ଧସେଇ ପଶିଛନ୍ତି। ତେବେ ଏହି ସମୟରେ ପୁଲିସ ଓ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଶ୍ରୀମନ୍ଦିର ବାହାରେ ଉତ୍ତେଜନା ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ବଡଦେଉଳର ଦ୍ୱାର ଖୋଲିନାହିଁ। ଶ୍ରୀଜିଉଙ୍କ ମଙ୍ଗଳଆଳତୀ କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଏଥିଯୋଗୁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ […]
ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣାରେ ଆଉ ୧୨ ଜଣଙ୍କୁ ସିଂହଦ୍ୱାର ଥାନା ପୁଲିସ୍ ଆଜି ଗିରଫ କରିଛି। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ପୂର୍ବରୁ ଟାଉନ ଥାନା ପୁଲିସ୍ ୧୧ ଜଣଙ୍କୁ ଗିରଫ କରିଥିଲା। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ବୁଧବାର ଦିନ ପୁରୀରେ ବନ୍ଦ ପାଳନ ବେଳେ ଏହି ହିଂସାକାଣ୍ଡ ଘଟିଥିଲା। ବନ୍ଦ ବେଳେ ଆନ୍ଦୋଳନକାରୀ ସହରରେ ବ୍ୟାପକ […]
ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ସହ ସ୍ଥାନେ ସ୍ଥାନେ କୋହଲା ପାଗ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶାରେ ବି ପ୍ରବଳ ଜାଡ଼ ହେଉଛି। ଡିସେମ୍ବର ୨୯ତାରିଖରୁ ୩୧ ଯାଏ ପ୍ରବଳ ଶୀତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରିଛି। ଅନ୍ୟପଟେ ଆସନ୍ତା ୩୦ ତାରିଖ ଯାଏ ପାଗ କୋହଲା ସହ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉପକୂଳ ଓଡ଼ିଶାର କିଛି […]
ନବରଙ୍ଗପୁର: ନବରଙ୍ଗପୁରରେ ଆଜି ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୭ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହା ସହ ଅନ୍ୟ ଦୁଇ ଆହତଙ୍କୁ କୋରାପୁଟ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ନବରଙ୍ଗପୁରରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀବାହୀ ବସ୍ଟି ଇନ୍ଦ୍ରାବତୀ ବ୍ରିଜ୍ […]
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆଜି ସାଇନ୍-ଡାଏ ଘୋଷଣା କରାଯାଇଛି। ଛାତ୍ର ଅଶାନ୍ତି ଯୋଗୁ କଲେଜ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି। ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ୍ ଖାଲି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡ଼ି ଯାଉଥିବା ଦେଖିବାକୁ ମିଳିଥିଲା। ଛାତ୍ର ଅଶାନ୍ତି ପରେ ଗତକାଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ୍ କରାଯାଇଥିଲା। ସାଧାରଣ ସମ୍ପାଦକ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଅଜିତ କୁମାର ସ୍ୱାଇଁ ନାମକ ଜଣେ […]
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିର ଗସ୍ତରେ ଆସିବେ । ବଲାଙ୍ଗିରରେ ହେବାକୁ ଥିବା ସ୍ୱାଭିମାନ ସମାବେଶରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ଏହାପୂର୍ବରୁ ଆସନ୍ତା ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମ ରହିଛି। ତେବେ ଗତ ୨୪ତାରିଖରେ IIT ଭୁବନେଶ୍ୱର ନୂଆ କ୍ୟାମ୍ପସ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ। ଏହି ଅବସରରେ ସେ ବିଭିନ୍ନ […]
ଚାନ୍ଦବାଲି: ଦବିଲା ନଦୀ ବନ୍ଧ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ବୈତରଣୀ ନଦୀ ବନ୍ଧ ସାଥିବାଙ୍କୁଡ଼ା ଠାରେ ଦବି ଯାଇଛି। ପ୍ରାୟ ୨୦୦ ଫୁଟ୍ର ଏହି ନଦୀ ବନ୍ଧ ଗତକାଲି ରାତିରେ ୫ରୁ ୬ ଫୁଟ୍ ଦବି ଯାଇଥିବା ଜଣାପଡ଼ିଛି। ଫଳରେ ନଦୀର ଜୁଆର ପାଣି ଗାଁକୁ ମାଡ଼ିବା ଆସିବା ଆଶଙ୍କାରେ ଲୋକେ ଭୟଭୀତ ଅଛନ୍ତି। ତେବେ ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି। ଏହି ନଦୀବନ୍ଧ ୪ଟି ପଞ୍ଚାୟତର ୧୦ ଖଣ୍ଡ […]
ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଘଟଣାରେ ବିବାଦୀୟ ମନ୍ତବ୍ୟ ପରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ କ୍ଷମା ପ୍ରାର୍ଥନାକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ। ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ପ୍ରାୟୋଜିତ ବୋଲି କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଇସ୍ତଫା ନଦେବା ଯାଏ ମହିଳା କଂଗ୍ରେସର ଆନ୍ଦୋଳନର ଜାରି ରହିବ। ରାଜରାସ୍ତାକୁ ଓହ୍ଲାଇବା ସହ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥରେ ମଧ୍ୟ ପିପିଲି ଗଣଦୁଷ୍କର୍ମ ମାମଲାରେ […]
ଭୁବନେଶ୍ୱର: ଆର୍ଦ୍ରତା ଓ ଜଳୀୟ ବାଷ୍ପ ଅଭାବରୁ ରାଜ୍ୟରେ ବଢୁଥିବା ତାପମାତ୍ରା ଓ ଗୁଳୁଗୁଳିର ପ୍ରଭାବ ଆସନ୍ତା ୮ ତାରିଖ ଯାଏ ଲାଗି ରହିବ। ଗତ କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ୩୫ ଓ ୩୬ ଡିଗ୍ରୀ ଉପରେ ରହୁଥିବା ବେଳେ ୮ ତାରିଖ ପରେ ପାରଦ ୩୦ ତଳକୁ ଖସିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଦକ୍ଷିଣ-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର […]
ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଣିପାଗ ଶୁଖିଲା ରହିବା ସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିରେ ସାମାନ୍ୟ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିଛି ସ୍ଥାନରେ ହାଲ୍କା ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଶେଷଜ୍ଞ କହିଛନ୍ତି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗ ଏଭଳି ରହିବ। ଆସନ୍ତା ୨ରୁ […]
ଧର୍ମଗଡ଼: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅଶ୍ଳୀଳ ଆଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀ ଜଣଙ୍କ ପକ୍ଷରୁ ଜୁନାଗଡ଼ ଥାନାରେ ଶିକ୍ଷକଙ୍କ ନାଁରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖିଛି। ତାଙ୍କ ନାଁ ସଞ୍ଜୀବ ପଣ୍ଡା। ଗତକାଲି ସଞ୍ଜୀବ ଜଣେ ଛାତ୍ରୀଙ୍କୁ ଅଫିସ୍ କୋଠରୀକୁ ଡାକି ଅଶ୍ଳୀଳ ଆଚରଣ କରିଥିଲେ। ତେବେ ଛାତ୍ରୀ ଜଣଙ୍କ ପ୍ରତିବାଦ କରିଥିଲେ। […]
ନୀଳଗିରି: ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ରୋଗୀଙ୍କୁ ଖଟରେ ଦୁଇ କିଲୋମିଟର ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। ବାଲେଶ୍ୱର ଜିଲ୍ଲା ନୀଳଗିରିର ଗୁଡ଼ିଖୁଳା ଗାଁରେ ଏହି ଘଟଣାଟି ଘଟିଛି। ଗତକାଲି ଔପଦା ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗୁଡ଼ିଖୁଳା ଗାଁର ବସନ୍ତ ବିନ୍ଧାଣୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଶେଷରେ ଗାଁ ଲୋକେ ଦୁଇ କିଲୋମିଟର […]
ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା ଘର। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ସାବରଙ୍ଗ ସାନଗୋପାଳ ସାହିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ଟି ପରିବାରର ୧୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି।
ଢେଙ୍କାନାଳ: ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଜଣେ କଲେଜ୍ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ସିମିନଇ କଲେଜର ଯୁକ୍ତ ୩ ଛାତ୍ର ବିଦ୍ୟାଧର ପ୍ରଧାନ ବୋଲି ଜଣାପଡ଼ିଛି। ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଦିନ ତଳେ ବିଦ୍ୟାଧର କଲେଜ୍ ଯାଇ ଘରକୁ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାରେ ଅଭିଯୋଗ କରିଥିଲେ। […]
ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ କେଉଁଠୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି? ପୁରୀ ନା ଅନ୍ୟ କେଉଁଠୁ…ବର୍ତ୍ତମାନ ସୁଦ୍ଧା ତାହା କିଛି ବି ସ୍ପଷ୍ଟ ଜଣାପଡ଼ିନି। ତେବେ ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦି ପୁରୀରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ମୋଦି ଓଡ଼ିଶାରୁ ନିର୍ବାଚନ ଲଢ଼ିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରଖାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ତା। ସେ କହିଛନ୍ତି, ‘ଆମର ଆଗ୍ରହ ଅଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ଚିତ୍ରକୋଣ୍ଡା: ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନାହିଁ। ଫଳରେ ଜଣେ ପ୍ରସୂତିଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଲଛିମିପୁର ଗାଁରେ ଏଭଳି ଘଟଣା ଘଟିଛି। ଆମ୍ବୁଲାନ୍ସର ଡ୍ରାଇଭର ଜଣକ ପ୍ରସୂତିଙ୍କୁ ଭାରରେ ବୋହି ନେଇଥିବା ଦେଖିବାକୁ ମିଳିଥିଲା। ଗାଁର ତୁଲା ଖରାଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ଆମ୍ବୁଲାନ୍ସ ଆସିଥିଲା, ହେଲେ ଗାଁ ଭିତରକୁ ଯିବାକୁ […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା କଲେଜ ରୋଡ୍ ସ୍ଥିତ ଜଣେ ବ୍ୟକ୍ତିଙ୍କ ଘରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି। ଏହି ଅଜଗରର ଲମ୍ବ ୭ ଫୁଟ୍ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କଲେଜ ରୋଡ୍ରେ ରହୁଥିବା ମାୟାଧର ପ୍ରଧାନଙ୍କ ବାଡ଼ିରୁ ଏହି ଅଜଗର ସାପ ଉଦ୍ଧାର କରାଯାଇଥିଲା। ବନ ବିଭାଗ କର୍ମଚାରୀ ଏହାକୁ ଉଦ୍ଧାର କରି ଅନୁପଗଡ଼ ଜଙ୍ଗଲରେ ଛାଡି ଥିଲେ। ସୂଚନା ଥାଉ କି, ଗତ କିଛିଦିନ ତଳେ ଭୁବନେଶ୍ୱର ଭିଏସ୍ଏସ୍ ନଗର ସ୍ଥିତ […]
କାମାକ୍ଷାନଗର: ୮ ଦଫା ଦାବି ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି। ସକାଳୁ କୌଣସି ଦୋକାନବଜାର ଖୋଳି ନଥିବା ବେଳେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବିଜେପି କର୍ମୀମାନେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରି ରଖିଥିବାରୁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ରାଜପଥର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛନ୍ତି। ଦଳ ପକ୍ଷରୁ ଭୁବନକୁ ସବ୍ଡିଭିଜନ୍ ଘୋଷଣା, ଭୁବନରେ ସ୍ଥାୟୀ ଷ୍ଟାଡିୟମ ପ୍ରତିଷ୍ଠା, […]
ଭଦ୍ରକ: ବିଲରେ ଧାନ ପିଟୁଥିବାବେଳେ ଜଳିଗଲା ଟ୍ରାକ୍ଟର୍। କେବଳ ଟ୍ରାକ୍ଟର୍ ନୁହେଁ ପାଖରେ ଥିବା ପାଳ ଗଦାରେ ନିଆଁଲାଗି ପାଖାପାଖି ୧୫ କୁଇଣ୍ଟାଲ ଧାନ ବି ଜଳିଯାଇଛି। ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଲୁଙ୍ଗା ଗାଁରେ। ସୂଚନା ମୁତାବକ, ଲୁଙ୍ଗା ଗାଁର ଚାଷୀ ଉପେନ୍ଦ୍ର ମଳିକ ଆଜି ତାଙ୍କ ବିଲରେ ଏକ ଟ୍ରାକ୍ଟର୍ ସହ ଧାନପିଟା ମେସିନ୍ ଭଡ଼ାରେ ଆଣି ଧାନ ପିଟୁଥିଲେ। ଏହି ସମୟରେ କୌଣସି କାରଣରୁ ଟ୍ରାକ୍ଟର୍ ଇଂଜିନ୍ରେ ନିଆଁ ଲାଗିଯାଇଥିଲା। ଖବର […]
ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଗତକାଲି ଭଳି ଆଜି ବି ଶୃଙ୍ଖଳିତ ଭାବେ ଚାଲିଛି। ଭକ୍ତମାନେ ସିଂହଦ୍ୱାର ଦେଇ ବ୍ୟାରିକେଡ୍ରେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଓ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ମଧ୍ୟ ସୁରୁଖୁରୁରେ ଚାଲିଛି। ସେପଟେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କଟକଣା କୋହଳ ହୋଇଛି। ସ୍ଥାନୀୟ ଲୋକମାନେ ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରର ୩ ଦ୍ୱାର ଦେଇ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ପୁରୀରେ ହିଂସାକାଣ୍ଡ […]
ଦେବଗଡ଼: ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଘଟଣାରେ ୱେସ୍କୋ ଯନ୍ତ୍ରୀ, ଜୁନିୟର ଇଂଜିନିୟର ଏବଂ ୨ କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ବନବିଭାଗ। ବିଦ୍ୟୁତ ବିଭାଗର ଅବହେଳାରୁ ହାତୀ ମୃତ୍ୟୁ ଘଟିଥିବା ଦର୍ଶାଇ ୱେସ୍କୋର ଦେବଗଡ଼ ଏସଡିଓ, ଇଂ.ଆନନ୍ଦ କାଲୋ, ଜୁନିୟର ଇଂ. ଜିତେନ୍ଦ୍ର ସାହୁ, ଲାଇନ୍ ମ୍ୟାନ୍ ସୁଶାନ୍ତ ମାଝୀ ଓ ସୁରେଶ ମହାନ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ବନ୍ୟପ୍ରାଣୀ ପ୍ରୋଟେକ୍ସନ୍ ଆକ୍ଟ୍–୧୯୭୨ର ଦଫା–୯ ଏବଂ ୫୮ ଆଧାରରେ ମାମଲା ରୁଜୁ ହୋଇଛି। […]
ଯାଜପୁର: ଯାଜପୁର ରୋଡ୍ ଷ୍ଟେସନ୍ରେ ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଇଲା ବୋଝେଇ ଟ୍ରେନ୍ଟି ପ୍ଲାଟ୍ଫର୍ମର ୩ ନମ୍ବର ଆଶ୍ରୟ ସ୍ଥଳ ଉପରକୁ ମାଡ଼ିଯାଇଥିଲା। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା। ସୂଚନାଯୋଗ୍ୟ, ଗତକାଲି ସିକନ୍ଦରାବାଦ୍ରୁ ହାୱଡ଼ା ଯାଉଥିବା ଫାଲକ୍ନାମା ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୭୦୬୪) କଟକ ଜିଲ୍ଲା ନିର୍ଗୁଣ୍ଡି ଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ନିର୍ଗୁଣ୍ଡି ଷ୍ଟେସନ୍ରୁ ପ୍ରାୟ […]