• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

d
ଭୟାବହ ଅଗ୍ନିକାଣ୍ଡ: ଘର ସହିତ ଜଳିଗଲେ ୨୫ ଛେଳି ୪ ଗୋରୁ

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ୍ ଜୋରାଗଡ଼ିଆ ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସହ ୨୫ଟି ଛେଳି ଓ ୪ଟି ଗୋରୁ ଜଳିଯାଇଛନ୍ତି। ଏଥିସହିତ ଅଗ୍ନିକାଣ୍ଡରେ ଚାରୋଟି ଧାନ ବଦାଡ଼ି ମଧ୍ୟ ପୋଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଗାଁର ଅମରେନ୍ଦ୍ର ପାଲଙ୍କ ଘରେ ନିଆଁ ଲାଗିଥିବା ଦେଖି ଗାଁ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲାଗିବାର କାରଣ […]

  • Tuesday, 20 July 2021
da hike...
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଉପହାର; ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଦଶହରା ଉପହାର। ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତା ଓ ଟି-ଆଇକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ୨% ମହଙ୍ଗା ଭତ୍ତା ଅଥବା ଡିଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ମହଙ୍ଗା ଭତ୍ତା ୭% ଥିଲା । ଏବେ ଏହା ୯%ରେ ପହଞ୍ଚିଛି। ଏହି ବର୍ଦ୍ଧିତ ଭତ୍ତା ୨୦୧୮ ମସିହା ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ। ୱାର୍କ ଚାର୍ଜ କର୍ମଚାରୀଙ୍କ ସମେତ ପୂର୍ଣ୍ଣ ଅନୁଦାନପ୍ରାପ୍ତ […]

  • Tuesday, 20 July 2021
jay panda
ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍‌ କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିମାନ ବନ୍ଦରରେ ହ୍ୟାଙ୍ଗର୍‌ରେ ସିଲ୍ ୩ଟି ହେଲିକପ୍ଟରୁ ୨ଟିକୁ ବାହାର କରିବାକୁ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। Again appealing to @Naveen_Odisha for police to unseal the Bhubaneswar hangar whr 3 helicopters are idle (at least release the 2 against which thr are no allegations!) & use them free of cost for rescue […]

  • Tuesday, 20 July 2021
business man
ଡେଲି ମାର୍କେଟ୍‌ରେ ଗୁଳିକାଣ୍ଡ; ବ୍ୟବସାୟୀ ଆହତ

ସମ୍ବଲପୁର: ପୂର୍ବ ଶତ୍ରୁତା ଓ ବଚସାକୁ କେନ୍ଦ୍ର କରି ସମ୍ବଲପୁର ବୁଢ଼ାରଜା ଡେଲି ମାର୍କେଟ୍‌ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ମଣ୍ଟୁ ପୋଢ଼ ନାମକ ଜଣେ ପରିବା ବ୍ୟବସାୟୀ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ସିରିଆ ଜେନାକୁ ଅଇଁଠାପାଲି ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ, କୌଣସି କଥାକୁ କେନ୍ଦ୍ର କରି ସିରିଆ ଓ ମଣ୍ଟୁଙ୍କ ମଧ୍ୟରେ […]

  • Tuesday, 20 July 2021
ee
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ଦେବଗଡ଼: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଦେବଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ମହାତୋ। ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ଠିକାଦାର ଦିଲୀପ କୁମାର ପାଢ଼ୀଙ୍କ ବିଲ୍ ପାସ୍ କରାଇ ଦେବାକୁ ରୀବନ୍ଦ୍ର କୁମାର ମହାତୋ ୨୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ଭିଜିଲାନ୍ସ ଡିଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ ଦିଲୀପ। ପୂର୍ବ ଯୋଜନା ଅନୁଯାୟୀ ଗତକାଲି ସଂଧ୍ୟାରେ ନିର୍ବାହୀ […]

  • Tuesday, 20 July 2021
anubhav
ଦିବ୍ୟାଙ୍ଗ ଫ୍ୟାନ୍‌ଙ୍କୁ ଭେଟିଲେ ଅଭିନେତା ଅନୁଭବ ମହାନ୍ତି

କଟକ: ଦିବ୍ୟାଙ୍ଗ ଫ୍ୟାନ୍‌ଙ୍କୁ ଭେଟିଲେ ଅଭିନେତା ଅନୁଭବ ମହାନ୍ତି। ସୋଶାଲ୍‌ ମିଡିଆ ଜରିଆରେ ନିଜର ପ୍ରିୟ ଷ୍ଟାର ଅନୁଭବଙ୍କୁ ପାଖରେ ଦେଖିବାକୁ ସିପୁନ୍‌ ନିବେଦନ କରିଥିଲେ। ସିପୁନ୍‌ଙ୍କ ଏହି ନିବେଦନର ଭିଡିଓ ଦେଖିବା ପରେ ଅନୁଭବ ନିଜେ ତାଙ୍କୁ ଭେଟିବାକୁ ସ୍ଥିର କରିଥିଲେ। କଟକ ଏସ୍‌ସିବି ପରିସରରେ ଥିବା ସିପୁନଙ୍କ ଘରକୁ ଯାଇ ଅନୁଭବ ତାଙ୍କୁ ଭେଟିଥିଲେ। ସିପୁନ୍‌ଙ୍କ ଆଖି ସମସ୍ୟାର ଚିକିତ୍ସା ଲାଗି ସହଯୋଗ କରିବେ ବୋଲି ଅନୁଭବ କହିଛନ୍ତି। ଅନ୍ୟପଟେ ଅନୁଭବ ଘରକୁ ଆସିଥିବାରୁ […]

  • Tuesday, 20 July 2021
elephant drown
ମହାନଦୀରେ ଭାସିଗଲେ ହାତୀପଲ

ଭୁବନେଶ୍ୱର: ଭାସିଗଲେ ହାତୀପଲ। ଆଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀର ବନ୍ୟାର ପ୍ରଖର ସୁଅରେ ହାତୀପଲ ଭାସି ଯାଉଥିବା ଦେଖିବାକୁ ମିଳିଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଉଦ୍ଧାର ଲାଗି ଚେଷ୍ଟା କରୁଛନ୍ତି। ଏମାନେ ପ୍ରାୟ ପ୍ରତିଦିନ ଏହି ବାଟରେ ନଦୀ ପାର ହୋଇ ଯାଇଥାନ୍ତି। ତେବେ ନଦୀରେ ବନ୍ୟାପାଣିର ସୁଅ ଚାଲିଥିବାରୁ ଏହାର ପ୍ରଖର ସ୍ରୋତରେ ୫ଟି ହାତୀ ଭାସିଯାଇଥିବା ଆଠଗଡ଼ ରେଞ୍ଜର ରବୀନ୍ଦ୍ର ନାଥ ନାୟକ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, […]

  • Tuesday, 20 July 2021
lpg cylindar
ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ନଷ୍ଟ ହୋଇଯାଇଥିଲେ ମାତ୍ର ୨୦୦ ଟଙ୍କାରେ ମିଳିବ ନୂଆ ଗ୍ୟାସ୍ ସିଲିଣ୍ଡର

ଭୁବନେଶ୍ୱର: ବାତ୍ୟା ତିତ୍‌ଲି ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦିଓ ବନ୍ୟା ସ୍ଥିତିରେ ସୁଧାର ଆସିଛି, କିନ୍ତୁ ଏବେବି ଲୋକଙ୍କ ଦୁର୍ଦ୍ଦଶା କମି ନାହିଁ। ଲୋକଙ୍କ ଘରେ ବନ୍ୟା ପାଣି ପଶି ଯାଇଥିବାରୁ ଆସବାପତ୍ର ନଷ୍ଟ ହୋଇଯାଇଛି। ଏଭଳି ସମୟରେ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି IOCL। ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ଉପଭୋକ୍ତାମାନଙ୍କର ସିଲିଣ୍ଡର ହଜିଯାଇଥିଲେ, ଉପଯୁକ୍ତ ପ୍ରମାଣ ଦେଇ ସେମାନେ ମାତ୍ର ୨୦୦ଟଙ୍କାରେ […]

  • Tuesday, 20 July 2021
dfsdfsd
ପାହାଡ଼ ଧସି ମୃତ୍ୟୁ ଘଟଣାରେ କିଏ ସତ କହୁଛି, ପ୍ରଶାସନ ନା ସ୍ଥାନୀୟ ଲୋକେ?

ଗଜପତି: ରାୟଗଡ଼ ବ୍ଲକର ବାରଘରରେ ପାହାଡ଼ ଧସି ମୃତ୍ୟୁ ଘଟଣାରେ କିଏ ସତ କହୁଛି ସେ ନେଇ ଏବେ ପ୍ରଶ୍ନ ଉଠିଛି। ଗତକାଲି ମୃତକଙ୍କ ସମ୍ପର୍କୀୟ କହିଥିଲେ ବାତ୍ୟାକୁ ନେଇ ସେମାନଙ୍କ ପାଖରେ ଆଗୁଆ ସୂଚନା ନଥିଲା। ତେବେ ଆଜି ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ କିନ୍ତୁ ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି, ବାତ୍ୟା ‘ତିତ୍‌ଲି’ ପୂର୍ବ ଦିନ ସରକାରୀ ଅଧିକାରୀ ସଂପୃକ୍ତ  ଅଞ୍ଚଳକୁ ଯାଇ ଲୋକଙ୍କୁ ସେଠାରୁ ସ୍ଥାନାନ୍ତରଣ କରିବାକୁ କହିଥିଲେ। କ୍ଷତିଗ୍ରସ୍ତ […]

  • Tuesday, 20 July 2021
water flows in road
ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ

ଜଳେଶ୍ୱର: ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଜାରି ରହିଥିବା ବର୍ଷା ଛାଡ଼ି ଯାଇଛି। ହେଲେ ନଦୀ ଗୁଡ଼ିକର ଜଳସ୍ତର କମି ନାହିଁ। ବାଲେଶ୍ୱର ଜିଲ୍ଲାର ବସ୍ତା-ବାଲିଆପାଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ପେଜଗଳା ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେଣୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିଲା ବେଳେ ସକାଳ ୭ଟାରେ ୫.୫୧ ମିଟର ରହିଥିଲା।

  • Tuesday, 20 July 2021
gajapati
ପାହାଡ଼ ଧସିବା ଘଟଣା: ନିଖୋଜ ୧୬ ଜଣଙ୍କ ମଧ୍ୟରୁ ୧୩ ମୃତଦେହ ଉଦ୍ଧାର

ଗଜପତି: ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ଼ ଧସି ପ୍ରାଣ ହରାଇଥିବା ୧୬ଜଣ ଲୋକଙ୍କ ମଧ୍ୟରୁ ୧୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏବେବି କିଛି ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ତିତ୍‌ଲି ପ୍ରଭାବରେ ପ୍ରଳୟଙ୍କରୀ ବର୍ଷା ପବନରୁ ରକ୍ଷା ପାଇବାକୁ ପାହାଡ଼ ଖୋଲରେ ଆଶ୍ରୟ ନେଇଥିବା ବେଳେ ଏମାନେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଆହୁରି ମଧ୍ୟ ପଢ଼ନ୍ତୁ: ଜଣାପଡିଲା ଗଜପତି ଜିଲ୍ଲାରେ […]

  • Tuesday, 20 July 2021
damodar rout
ମନ୍ତ୍ରୀ ଓ ସାଂସଦଙ୍କ ଉପରେ ବର୍ଷିଲେ ଦାମ

ଭୁବନେଶ୍ୱର: ପୁଣି ବର୍ଷିଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ। ଏଥର ସେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସାଂସଦ କୁଳମଣି ସାମଲଙ୍କ ଉପରେ ବର୍ଷିଛନ୍ତି।  କୁଜଙ୍ଗରେ ପୁଲିସ୍‌ ଛାଉଣୀ ମଧ୍ୟରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ରାସନ୍‌ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ସେ ସମାଲୋଚନା କରିଛନ୍ତି। ଏତେ ସଂଖ୍ୟାରେ ପୁଲିସ୍‌ ମୋ ପାଇଁ ଆସିଥିଲେ ନା ମନ୍ତ୍ରୀଙ୍କ ପାଇଁ ତାହା ଜାଣିନାହାନ୍ତି ବୋଲି ଦାମ କହିଛନ୍ତି। ଏଥିସହ ଜଗତସିଂହପୁର ଜିଲ୍ଲାର ସାଂସଦ କୁଳମଣି ସାମଲଙ୍କ ଉପରେ ମଧ୍ୟ ବର୍ଷିଛନ୍ତି […]

  • Tuesday, 20 July 2021
contractor arrested
HALରେ ଆର୍ଥିକ ଅନିୟମିତତା ଅଭିଯୋଗରେ ୩ ଠିକାଦାର ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ୍‌ ଏରୋନେଟିକ୍ସ ଲିମିଟେଡ୍ (ହାଲ୍‌)ରେ କାମ କରୁଥିବା ୩ ଠିକାଦାରଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଆର୍ଥିକ ଅନିୟମିତତା ଅଭିଯୋଗରେ ପୁଲିସ୍ ଏହି ୩ ଠିକାଦାରଙ୍କୁ ଗିରଫ କରିଛି। ବିଭିନ୍ନ ପର୍ଯ୍ୟାୟରେ ଏହି ଠିକାଦାରମାନଙ୍କ ବ୍ୟାଙ୍କ ଖାତାକୁ ୪୫ ଲକ୍ଷରୁ ଅଧିକ ଟଙ୍କା ଆସିଥିଲା। ତେବେ ୧ କୋଟିରୁ ଅଧିକ ଟଙ୍କା ହେର୍‌ଫେର୍ ହୋଇ ଥାଇପାରେ ବୋଲି ପୁଲିସ୍ କହିଛି। କିଛି ଦିନ ତଳେ ସୁନାବେଡ଼ା HALରେ […]

  • Tuesday, 20 July 2021
ganjam
ଗଞ୍ଜାମ ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ବର୍ଷା ଛାଡ଼ିଥିବାରୁ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର କମିବାରେ ଲାଗିଛି। ଏଥିସହ ଜନବସତି ଅଞ୍ଚଳରୁ ମଧ୍ୟ ପାଣି କମୁଛି। କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ପ୍ରଳୟଙ୍କାରୀ ବନ୍ୟାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା ଆସିକା ଅଞ୍ଚଳ। ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ବନ୍ୟା ବିପନ୍ନଙ୍କୁ ଆକାଶ ମାର୍ଗରୁ ରିଲିଫ୍‌ ସାମଗ୍ରୀ ଯୋଗାଇ ଦିଆଯାଉଛି।  ଖାଦ୍ୟ ପୁଡ଼ିଆ ଆକାଶ ମାର୍ଗରୁ ପକାଯାଉଛି। ସେପଟେ ବାତ୍ୟା […]

  • Tuesday, 20 July 2021
naveen
୧୫ ଦିନ ପାଇଁ ରିଲିଫ୍‌; ବୟସ୍କଙ୍କୁ ୬୦ଟଙ୍କା, ଶିଶୁଙ୍କୁ ଦୈନିକ ୪୫ଟଙ୍କାର ରିଲିଫ୍‌

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ ଓ ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ୩ଟି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ୍ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଗତକାଲି ପୂର୍ବାହ୍ନରେ ‘ତିତ୍‌ଲି’ ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବା ପରେ ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ […]

  • Tuesday, 20 July 2021
teacher
ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ପ୍ରାୟ ଦୁଇ ମାସ ଧରି ଆନ୍ଦୋଳନ କରିବା ପରେ ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚ ଆନ୍ଦୋଳନ ସ୍ଥଗିତ ହୋଇଛି। ନଭେମ୍ବର ୩୦ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି। ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସଂଘ ତରଫରୁ କୁହାଯାଇଛି, ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି। ଖରା ବର୍ଷା ସତ୍ତ୍ୱେ ୫୯ ଦିନ ଧରି ଲୋୟର ପିଏମ୍‌ଜିରେ ମିଳିତ ମଞ୍ଚ ଆନ୍ଦୋଳନ ଚଳାଇଥିଲା। ସରକାରଙ୍କ […]

  • Tuesday, 20 July 2021
axe
ଆର୍ଥିକ ନେଣଦେଣକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଗଞ୍ଜାମ: ପୂର୍ବ ଶତ୍ରୁତା ଓ ଆର୍ଥିକ ନେଣଦେଣକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ଟାଙ୍ଗିଆ ଚୋଟରେ ହାଣିବା ପରେ ଫେରାର ହୋଇଯାଇଛି ଆକ୍ରମଣକାରୀ। ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଗୋଳିଆ ଗାଁରେ। ଗତକାଲି ରାତି ୯ଟାରେ ଗାଁ କୋଠଘର ବାରଣ୍ଡାରେ ବସିଥିଲେ ସେହି ଗାଁର ମୀନକେତନ ସାମଲ୍‌। କେହି କିଛି ବୁଝିବା […]

  • Tuesday, 20 July 2021
prithivi
ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ପରୀକ୍ଷଣ

ବାଲେଶ୍ୱର  : ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ପରୀକ୍ଷଣ। ବାଲେଶ୍ୱର ଚାନ୍ଦିପୁରସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରୁ ଅାଜି ରାତି ୮ଟା ୩୨ ମିନିଟରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପୃଥ୍ୱୀ ୫୦୦ କିଲୋଗ୍ରାମ୍ ଯୁଦ୍ଧାସ୍ତ୍ର ବହନ କରିବା ସହ ୩୫୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରଖିଛି। ସ୍ଥଳଭାଗରୁ ସ୍ଥଳଭାଗକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ରକୁ ୨୦୧୮ ଫେବ୍ରୁଅାରୀ ୨୧ ତାରିଖରେ ଶେଷ ଥର ପାଇଁ ପରୀକ୍ଷଣ କରାଯାଇଥିଲା। ପୃଥ୍ୱୀକୁ୧୯୯୪ରେ ସେନାରେ […]

  • Tuesday, 20 July 2021
WINTER
୫ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା। କେନ୍ଦୁଝରରୁ କୋରାପୁଟ, ଭବାନୀପାଟଣାରୁ ଭୁବନେଶ୍ୱର, ଚାରିଆଡ଼େ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏଥରର ଶୀତ ୫ ବର୍ଷର ରେକର୍ଡ ଭାଙ୍ଗିଛି। କନ୍ଧମାଳ ଦାରିଂବାଡ଼ିରେ ତାପମାତ୍ରା ୬ ଡିଗ୍ରୀକୁ ଖସି ଆସିବା ସହ ଏଠାରେ ତୁଷାରପାତ ବି ହୋଇଛି। ଏଭଳି ଥଣ୍ଡା ଆଉ ୨ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ଶୀତ ସାଙ୍ଗକୁ କୋହଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ସକାଳୁ ରାସ୍ତାଘାଟ ଶୂନଶାନ୍ […]

  • Tuesday, 20 July 2021
man
ଶ୍ରୀମନ୍ଦିର ନୀତି ବିଶୃଙ୍ଖଳାରେ ହେବ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିରରେ ଗତକାଲି ହୋଇଥିବା ନୀତି ବିଶୃଙ୍ଖଳାରେ ତଦନ୍ତ ହୋଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସେ  ଆହୁରି କହିଛନ୍ତି, ସେବାୟତଙ୍କ ୨ଟି ଦାବି ଗ୍ରହଣୀୟ ନୁହେଁ। ଏସ୍‌ପିଙ୍କ ବଦଳି ଓ ଗତ ଅକ୍ଟୋବର୍ ୩ରେ ଧାଡ଼ି ଦର୍ଶନକୁ ବିରୋଧ କରି ହୋଇଥିବା ହିଂସାକାଣ୍ଡ ମାମଲା ପ୍ରତ୍ୟାହାର ଦାବି ଗ୍ରହଣୀୟ ନୁହେଁ ବୋଲି ଶ୍ରୀମନ୍ଦିର […]

  • Tuesday, 20 July 2021
msp-up
ଧାନ ଏମ୍ଏସ୍‌ପିକୁ ନେଇ ପୁଣି ତନାଘନା

ଭୁବନେଶ୍ୱର : ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ନେଇ ପୁଣି ତନାଘନା। ଧାନର ଏମ୍ଏସ୍‌ପି ବୃଦ୍ଧି ଓ ଏମ୍ଏସ୍‌ପି ଅନୁସାରେ ଚାଷୀଙ୍କୁ ପ୍ରାପ୍ୟ ମିଳୁ ନଥିବା ନେଇ ଓଡ଼ିଶା ଗସ୍ତବେଳେ ମୋଦିଙ୍କ ଉଦ୍‌ବେଗ ପରେ ଏବେ ନୀତି ଅାୟୋଗ ରାଜ୍ୟକୁ ମାଗିଛି ସବିଶେଷ ତଥ୍ୟ । ପ୍ରାଇସ୍‌ ପ୍ରେଷ୍ଟିଜ ପେନସନ ଦାବିରେ ବାରମ୍ବାର ଅାନ୍ଦୋଳନକୁ ଓହ୍ଲାଉଛି ରାଜ୍ୟର ଚାଷୀ। ଫୋକସରେ ରହିଛି ପ୍ରାଇସ ବା ଧାନର ଏମ୍ଏସ୍‌ପି ବୃଦ୍ଧି। କେନ୍ଦ୍ର ସରକାର ଧାନର ସର୍ବନିମ୍ମ ସହାୟକ […]

  • Tuesday, 20 July 2021
sata
ଖାଁ ଖାଁ ସାତକୋଶିଆ: ସୁନ୍ଦରୀ ଯୋଗୁ ଉଜୁଡ଼ି ଯାଇଛି ସୌନ୍ଦର୍ଯ୍ୟ

ଅନୁଗୁଳ: ଖାଁ ଖାଁ ପରିବେଶ, ଶୁନଶାନ୍ ରାସ୍ତା। ନା ଅଛି ପର୍ଯ୍ୟଟକଙ୍କ ଗହଳି ନା କିଣାବିକାର ଆସର। ଟିକେଟ୍ କାଉଣ୍ଟରରେ ଆଉ ପୂର୍ବପରି ଭିଡ଼ ନାହିଁ କି ନେଚର୍ କ୍ୟାମ୍ପ ବି ଖୋଲା ହେବାର ଆଶା ଦିଶୁନି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସାତକୋଶିଆ ଅଭୟାରଣ୍ୟରେ। ବାଘୁଣୀ ସୁନ୍ଦରୀ ଯୋଗୁ ହୋଇଥିବା ହିଂସାକାଣ୍ଡର ପ୍ରତିଫଳନ ଏବେ ଯାଏ ଏଠି ଦେଖିବାକୁ ମିଳୁଛି। ସାତକୋଶିଆରେ ହାତୀବାରୀ ବିଟ୍ ହାଉସ୍ ଏବଂ ଟିକରପଡ଼ା ରେଂଜ […]

  • Tuesday, 20 July 2021
gst
ଜିଏସ୍‌ଟି ଠକେଇ ରାକେଟ୍‌ର ପର୍ଦ୍ଦାଫାସ୍‌, ଜଣେ ଅଟକ

ରାଉରକେଲା  : କୋଟି କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି ରାଉରକେଲା ଜିଏସ୍‌ଟିର ଇଣ୍ଟେଲିଜେନ୍ସ ୱିଙ୍ଗ। ଏହି ରାକେଟ୍ ଜାଲ୍ ବିଲ୍‌ ପ୍ରସ୍ତୁତ କରି ବିନା ସାମଗ୍ରୀରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କମ୍ପାନୀରୁ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ର ଫାଇଦା ଜାଲ ଅାକାଉଣ୍ଟରେ ଉଠାଯାଉଥିଲା। ଏହି ରାକେଟ୍ ଗତ ବର୍ଷେ ହେଲା ସରକାରଙ୍କର ବହୁ ପରିମାଣର ଟ୍ୟାକ୍ସ ଲୁଟ୍ କରୁଥିଲେ। ଗତ ଅଗଷ୍ଟରେ ଇଣ୍ଟେଲିଜେନ୍ସ ବିଭାଗ ଭୁବନେଶ୍ୱର ଏବଂ ବାହାର […]

  • Tuesday, 20 July 2021
puri-up
ପୁରୀ ହିଂସାକାଣ୍ଡ ପଛରେ ହୋଇଛି କି ଷଡ଼ଯନ୍ତ୍ର? ଏସ୍‌ପିଙ୍କ ମନ୍ତବ୍ୟକୁ ନେଇ ଜୋର ଧରିଲା ଚର୍ଚ୍ଚା

ପୁରୀ : କାହିଁକି ରଣକ୍ଷେତ୍ର ପାଲଟିଲା ଶ୍ରୀକ୍ଷେତ୍ର? ଧାଡ଼ି ଦର୍ଶନ ନେଇ ସ୍ଥାନୀୟ ଲୋକଙ୍କ ରୋଷ ନାଁ ଅନ୍ୟ କିଛି କାରଣ? ୟାକୁ ନେଇ ତନାଘନା ଚାଲିଥିବାବେଳେ ହିଂସାକାଣ୍ଡ ପଛରେ କିନ୍ତୁ ଷଡ଼ଯନ୍ତ୍ର ଥିବା ପୁରୀ ଏସ୍‌ପି କହିବା ପରେ ଜୋର ଧରିଛି ଚର୍ଚ୍ଚା । ପୁରୀ ଏସ୍‌ପିଙ୍କ ଏ ମନ୍ତବ୍ୟରୁ ସ୍ପଷ୍ଟ ମନେ ହେଉଛି, ବୁଧବାର ଶ୍ରୀକ୍ଷେତ୍ରରେ ହିଂସାକାଣ୍ଡ ପଛରେ ହୋଇଥିଲା ବିରାଟ ଷଡ଼ଯନ୍ତ୍ର । କୌଣସି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଇଶାରାରେ ହିଁ ଘଟିଥିଲା ଧର୍ମଦାଣ୍ଡରେ […]

  • Tuesday, 20 July 2021
girl
ଶ୍ରୀମନ୍ଦିର ଭିତରେ ନାବାଳିକାକୁ ଅସଦାଚରଣ ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ କାଲିର ଅବ୍ୟବସ୍ଥା ପରେ ଆଜି ମନ୍ଦିର ଭିତରେ ନାବାଳିକାକୁ ଅସଦାଚରଣ ଅଭିଯୋଗ ହୋଇଛି। ବାହାରକାଠ ନିକଟରେ ଜଣେ ପୁଲିସ୍ କର୍ମଚାରୀ ଅସଦାଚରଣ କରିଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାବାଳିକା ଜଣକ ତାଙ୍କ ବାପା ଓ ମାଆଙ୍କ ସହ ଦର୍ଶନ କରୁଥିବା ବେଳେ ଅସଦାଚରଣର ଶିକାର ହୋଇଛି।  ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ପହଞ୍ଚିଛନ୍ତି ନାବାଳିକା। କାଲି ନୀତିକାନ୍ତି ବନ୍ଦ ନେଇ ଚର୍ଚ୍ଚାରେ ରହିଥିଲା ଶ୍ରୀମନ୍ଦିର। ଆଉ ଆଜି ଘଟିଛି ଏଭଳି ଘଟଣା।

  • Tuesday, 20 July 2021