ଭୁବନେଶ୍ୱର: ନିଜ ନିଜ ଅଞ୍ଚଳର ବିକାଶ ଲାଗି ଉଦ୍ଦିଷ୍ଟ MPLADକୁ ଖର୍ଚ୍ଚ କରୁନାହାନ୍ତି ସାଂସଦ। ସାରା ଦେଶରେ ଏବେ ୪ ହଜାର ୪୮୦କୋଟି ୧୪ ଲକ୍ଷ ଟଙ୍କା ବିନିଯୋଗ ନ ହୋଇ ପଡ଼ିରହିଛି। ସେହିପରି ଓଡ଼ିଶାର ସାଂସଦମାନେ ସେମାନଙ୍କ ପାଣ୍ଠିରୁ ୨୪୯ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିନାହାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟର କେହି ଜଣେ ବି ସାଂସଦ ବାର୍ଷିକ ୫ କୋଟି ହିସାବରେ ୫ ବର୍ଷରେ ମିଳୁଥିବା ୨୫ କୋଟି ଟଙ୍କାକୁ ସଂପୂର୍ଣ୍ଣ […]
ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କ ଆଶୀର୍ବାଦ ନେଇଛନ୍ତି ରାଜ୍ୟପାଳ ଗଣେଶୀଲାଲ। ଆଜି ମହା ଅଷ୍ଟମୀ ଅବସରରେ ରାଜ୍ୟପାଳ ନୟାପଲ୍ଲୀ ପୂଜା ମଣ୍ଡପକୁ ଯାଇ ମା’ଙ୍କ ପୂଜା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ମହିଳା ଓ ଦୁର୍ଗା ରୂପୀ ଝିଅମାନଙ୍କୁ ସମ୍ମାନ ଦେବାକୁ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ରାଜ୍ୟପାଳ ଅନୁରୋଧ କରିଥିଲେ।
ଭୁବନେଶ୍ୱର: ରାଜ୍ୟରେ ଏବେ ଜୋର୍ ଧରିଛି ଛକାପଞ୍ଝା ରାଜନୀତି। କୌଣସି ଗୋଟିଏ ଦଳ ନିଜ କାର୍ଯ୍ୟକ୍ରମ ଘୋଷଣା କଲେ ପ୍ରତିଦ୍ୱନ୍ଦ୍ୱୀ ଦଳ ବି ସମାନ ଦିନରେ ନିଜସ୍ୱ କାର୍ଯ୍ୟକ୍ରମ ଘୋଷଣା କରୁଛନ୍ତି। ଏପରିକି ସମାନ ଦିନରେ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ବି କରାଯାଉଛି। ଗତ ୨୬ ତାରିଖରେ ଯେଭଳି ୩ ଦଳର କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଲା, ଆସନ୍ତା ୫ ଓ ୮ ତାରିଖରେ ବି ସମାନ ସ୍ଥିତି ଉପୁଜିବାକୁ ଯାଉଛି, ଯାହା […]
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ ପ୍ରଭାବରେ ରାଜ୍ୟରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏକ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ତିତ୍ଲି’ ପ୍ରଭାବରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ୪ ଲକ୍ଷ ଟଙ୍କା ଦିଆଯିବା ପାଇଁ ଘୋଷଣା […]
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ ଯୋଗୁ ରାଜ୍ୟରେ ମୋଟ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଏହି ସୂଚନା ଦେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା। ଏହି ବୈଠକ ପରେ ସେ କହିଥିଲେ, ତିତ୍ଲିରେ ରାଜ୍ୟରେ ମୋଟ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ […]
ଭୁବନେଶ୍ୱର: ଓଡ଼ିଶା ସଂପର୍କରେ ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ ପୁଣିଥରେ କ୍ଷମା ମାଗିଛନ୍ତି ଅଭିଜିତ୍ ଆୟର ମିତ୍ର। ନ୍ୟୁଜ୍ ଏଜେନ୍ସୀ ANIକୁ ସେ କହିଛନ୍ତି, ମୁଁ ଦେଇଥିବା ମନ୍ତବ୍ୟ ଯଦି କାହାକୁ ଆଘାତ ଦେଇଛି, ଏଥିପାଇଁ କ୍ଷମା ମାଗୁଛି। କାହାକୁ ମାନସିକ ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନଥିଲା। ଅଭିଜିତ କହିଛନ୍ତି, ସେ ନିଜ ଟ୍ୱିଟର ଆକାଉଣ୍ଟକୁ କେବଳ ମନୋରଞ୍ଜନ ପାଇଁ ବ୍ୟବହାର କରିଥାନ୍ତି। ଏହାକୁ ସେ ପ୍ରଫେସ୍ନାଲ୍ କି ପର୍ସନାଲ୍ (ବ୍ୟକ୍ତିଗତ) ଭାବେ ବ୍ୟବହାର କରିନଥାନ୍ତି। ଭିଡିଓରେ […]
ଭୁବନେଶ୍ୱର: ଧରାପୃଷ୍ଠକୁ ଆସିଛନ୍ତି ମା’। ଜଗତ୍ଜନନୀ ମା’ ଦୁର୍ଗାଙ୍କ ଆବାହନ ପାଇଁ ସବୁଠି ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି। ଆଜି ମହାଷ୍ଟମୀରେ ମା’ଙ୍କ ସନ୍ଧିପୂଜା। ଏଥିପାଇଁ ପୂଜାମଣ୍ଡପ ଗୁଡ଼ିକରେ ବିଶେଷ ପ୍ରସ୍ତୁତି କରାଯାଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ସୁନା ଚାନ୍ଦିରେ ଝଲସୁଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସବୁ ମଣ୍ଡପରେ ଦେଖିବାକୁ ମିଳୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ଗତକାଲି ମା’ଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିଲା। ବିଳମ୍ବିତ ରାତିଯାଏ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ […]
ଭଦ୍ରକ: ବାସୁଦେବପୁର ମନ୍ଦାରୀ ଗାଁରେ ୬ଜଣ ଚାଷୀଙ୍କ ଧାନଗଦାରେ ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ମନ୍ଦାରୀ ହାଟ ମଳିକ ସାହିରେ ବିଲରୁ ଧାନ ଅମଳ ପରେ ଗୋଟିଏ ଜାଗାରେ ୬ଜଣ ଚାଷୀ କଳେଇ ସହ ଧାନ ରଖିଥିଲେ। ଆଜି ହଠାତ୍ କୌଣସି କାରଣରୁ ଗୋଟିଏ ଧାନଗଦାରେ ନିଆଁ ଲାଗି, ହଠାତ୍ ନିଆଁ ଅନ୍ୟ ଗଦାକୁ ବ୍ୟାପୀ ଯିବାରୁ ନିମିଷକେ ମାତ୍ରେ ୮ଟି ଗଦାରେ ନିଆଁ ଲାଗିଯାଇଥିଲା। ତୁରନ୍ତ ଗଦା ନିକଟରେ ଚାଷୀମାନେ […]
ନୂଆପଡ଼ା: ନୂଆପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ଏମାନେ ସମସ୍ତେ ବୋଲେରୋରେ ଯାତ୍ରା କରୁଥିବା ବେଳେ ଏକ ଟ୍ରକ୍ ସାମ୍ନା ପଟରୁ ଧକ୍କା ଦେଇଥିଲା। ସମସ୍ତ ମୃତକ ଛତିଶଗଡ଼ର ପିଠୋରା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ନୂଆପଡ଼ା ଜିଲ୍ଲା କୋମନାରେ ବୈଷ୍ଣୋଦେବୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ସିଲଦା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଗତକାଲି ବିଳମ୍ବିତ ରାତିରେ […]
ଭୁବନେଶ୍ୱର: ବାତ୍ୟା ତିତ୍ଲିର ପ୍ରଭାବରେ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ଏଯାବତ୍ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲାରେ ସର୍ବାଧିକ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲାର ବାରଘରର ୧୫ଜଣ, ଲାବଣ୍ୟଗଡ଼ରେ ୨ଜଣ ଓ ଅନଗାରେ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଭିନ୍ନ ଆଡୁ ଲୋକଙ୍କ ମୃତ୍ୟୁ ଖବର ଆସୁଛି। କାନ୍ଥ ପଡ଼ି, ପାହାଡ଼ରୁ […]
ରାୟଗଡ଼ା: ଦାଦାକୁ ହତ୍ୟା କଲା ପୁତୁରା। ରାୟଗଡ଼ା ଜିଲ୍ଲା କୁଲେରିପେଟା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ ତାଙ୍କ ଦୁଇ ପୁତୁରା ହତ୍ୟା କରିଛନ୍ତି। ତାଙ୍କ ନାଁ କାତରା ସିକକା। ଦୁଇ ଅଭିଯୁକ୍ତ- ଟଣିଆ ସିକକା ଓ ଲୁକେ ସିକକା ଆତ୍ମସମର୍ପଣ କରିଛନ୍ତି। ପାରିବାରି କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।
ଭୁବନେଶ୍ୱର: ଉଜ୍ଜ୍ୱଳା ଯୋଜନାରେ ସାନିଟାରୀ ନାପକିନ୍ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜିଠାରୁ ଶହେଟି ପ୍ରସ୍ତୁତ କେନ୍ଦ୍ର ଆରମ୍ଭ ହୋଇଛି। ଏଥିପାଇଁ ପ୍ରତ୍ୟେକ ୟୁନିଟରେ ୧୦ ଜଣ ଯୁବତୀଙ୍କୁ ନିଯୁକ୍ତିର ବ୍ୟବସ୍ଥା କରାଯିବ। ଆଗାମୀ ଦିନରେ ମୋଟ ୫ ଶହଟି କେନ୍ଦ୍ରରେ ୫ ହଜାର ଯୁବତୀ ଏହାର ନିଯୁକ୍ତ ହେବେ। ଏଥିପାଇଁ ପ୍ରାୟ ୩ […]
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ଜଣେ ନାବାଳକର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ସୁନ୍ଧିମୁଣ୍ଡା ନିକଟରୁ ବାଲିରେ ପୋତା ଯାଇଥିବା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ଘନଶ୍ୟାନ ରଣା। ତାଙ୍କୁ ୯ ବର୍ଷ ବୟସ। ଗତ ୧୩ ତାରିଖରୁ ଘନଶ୍ୟାନ ନିଖୋଜ ଥିଲେ। ଏନେଇ ପରିବାର ଲୋକେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ। ମୁଣ୍ଡବିହୀନ ଶବଟି ଘନଶ୍ୟାମଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ବାତ୍ୟା ମୁକାବିଲାରେ ସେନା ଓ ଓଡ୍ରାଫର ଭୂମିକାକୁ ବୈଜୟନ୍ତ ପଣ୍ଡା ପ୍ରଶଂସା କରିଛନ୍ତି। ପୁଣି ଥରେ ବିନା ମୂଲ୍ୟରେ ପୂର୍ବପରି ତାଙ୍କ ହେଲିକପ୍ଟର ବ୍ୟବହାର କରିବା ପାଇଁ ସେ କହିଛନ୍ତି। ବାତ୍ୟାରେ ୪୫ ଜଣଙ୍କର ମୃତ୍ୟୁ ନେଇ ରିପୋର୍ଟ ଆସୁଛି। ନିଖୋଜଙ୍କ ପରିବାର ଉଦ୍ଧାର, ରିଲିଫ୍ ଚାହୁଁ ଥାଇ ପାରନ୍ତି […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ। ୭୩ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ। ଅନ୍ୟପକ୍ଷରେ, ସେ ତାଙ୍କ ଜନ୍ମଦିନକୁ ପାଳନ କରିବେ ନାହିଁ ବୋଲି କହିଛନ୍ତି। ବାତ୍ୟା ‘ତିତ୍ଲି’ ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳିବେ ନାହିଁ । ପ୍ରତିବର୍ଷ ନବୀନ ନିବାସରେ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ବେଶ୍ ଭିଡ଼ ଜମେ। ଚଳିତ ବର୍ଷ ଶୁଭେଚ୍ଛା ଜଣାଇବାକୁ କେହି ନଯିବା ପାଇଁ ନବୀନ ନିବାସ ପକ୍ଷରୁ ମନ୍ତ୍ରୀ, ବିଧାୟକ ଓ […]
ପୁରୀ: ଡେଲାଙ୍ଗ ବ୍ଲକ୍ କଣାସ ରୋଡ୍ ଷ୍ଟେସନ ରେଳଧାରଣାରେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ନେଇ ସେହି ସ୍ଥାନରେ ଉତ୍ତେଜନା ଦେଖା ଦେଇଛି। ଯୁବକଙ୍କୁ କେହି ହତ୍ୟା କରିଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ କଣାସରେ ପୁରୀ- କଟକ ପାସେଞ୍ଜରକୁ ଦେଢ଼ ଘଣ୍ଟା ଧରି ଅଟକ ରଖିଥିଲେ। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମୃତକ ଜଣକ ସ୍ଥାନୀୟ ଅଂଚଳ ଜଗଦଳପୁରର ଧିରେନ କୁମାର ରାଉତରାୟ ବୋଲି ଜଣାପଡ଼ିଛି। ତେବେ ଦେଢ଼ ଘଣ୍ଟା ଧରି ଅଟକ ପରେ ଟ୍ରେନ୍ […]
ରାଉରକେଲା: ରାଉରକେଲାର ବେଦବ୍ୟାସ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ନାବାଳିକା ଦୁଇ ଦିନ ହେଲା ନିଖୋଜ ଥିଲେ। ଏକ ସ୍କୁଲ୍ ପଛ ବୁଦା ମୂଳରୁ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ବ୍ରାହ୍ମଣୀତରଙ୍ଗ ଥାନା ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି।
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ରେ ମୃତ୍ୟୁବରଣ କରିଥିବା ପରିବାରକୁ ତୁରନ୍ତ ସହାୟତା ରାଶି ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ନିର୍ଦ୍ଦେଶ ଦେଇଛନ୍ତି। ୩ ଦିନ ଭିତରେ କ୍ଷତି ପୂରଣ ଦେବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସେ ଚିଠି ଲେଖିଛନ୍ତି। ଏଥିସହ ଆର୍ଆଇ ଓ ତହସିଲଦାରମାନଙ୍କୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପୂର୍ବରୁ ମୃତ୍ୟୁର ୭ଦିନ ଭିତରେ କ୍ଷତିପୂରଣ ଦେବା […]
ସୋର: ବାଲେଶ୍ୱର ଜିଲ୍ଲା ଏନ୍ଏଚ୍-୧୬ ଛପୁଲିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଛପୁଲିଆ ଛକ ନିକଟରେ ୨ଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ସୋର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଆହତଙ୍କ ପରିଚୟ ମିଳି ପାରିନଥିବା ଜଣାପଡ଼ିଛି।
ଭୁବନେଶ୍ୱର: ଧରାପୃଷ୍ଠକୁ ଆଗମନ କରିଛନ୍ତି ଜଗତ୍ଜନନୀ ମା’ ଦୁର୍ଗା। ଅନ୍ୟାୟ. ଅତ୍ୟାଚାରର ବିନାଶ କରି ସତ୍ୟଧର୍ମ ପ୍ରତିଷ୍ଠା ପାଇଁ ମା’ଙ୍କର ଆବିର୍ଭାବ ହୋଇଛି। ବିଳମ୍ବିତ ରାତିରେ ରୀତିନୀତି ସହ ମା’ଙ୍କର ଷଷ୍ଠୀ ପୂଜା ହୋଇଥିଲା। ଏହାପରେ ସୁସଜ୍ଜିତ ବେଶରେ ପୂଜାମଣ୍ଡପରେ ଶୋଭା ପାଉଛନ୍ତି ମା’ ଦୁର୍ଗା। କେଉଁଠି ସୁବର୍ଣ୍ଣ ଅଳଙ୍କାରରେ ଝଟକୁଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତ ଆଉ କେଉଁଠି ଚାନ୍ଦିମେଢ ଆହୁରି ଆକର୍ଷଣୀୟ କରୁଛି। ପାର୍ଶ୍ୱ ଦେବାଦେବୀମାନେ ଅଳଙ୍କାର ଯୁକ୍ତ ହୋଇ ମା’ ଦୁର୍ଗାଙ୍କ ଶୋଭାକୁ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗର ୧୮ ନମ୍ବର ୱାର୍ଡରେ ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି। ଗତକାଲି ରାତିରେ ସ୍ଥାନୀୟ ବାସିନ୍ଦା ପ୍ରକାଶ ରାଉତରାୟଙ୍କ ଘର ଉପରକୁ ୩ଟି ବୋମା ମାଡ଼ କରାଯାଇଛି। ପୂର୍ବରୁ ମଧ୍ୟ ତାଙ୍କ ବାଜପୁର ଘର ଓ ପାହାଡ଼ରେ ଥିବା ପ୍ରୋକିନ ମେସିନ ଉପରେ ବୋମା ମାଡ଼ ହୋଇଥିବା ସୂଚନା ଦେଇଛନ୍ତି ପ୍ରକାଶ। ଏନେଇ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ହାତିବାରୀ ନିକଟରେ ବାଘୁଣୀ ‘ସୁନ୍ଦରୀ’ ଗୋଟିଏ ବଳଦକୁ ମାରି ଖାଇଥିବା ଅଭିଯୋଗ ହୋଇଛି। ରଘୁ ସାୟ ନାମକ ଜଣେ ବ୍ୟକ୍ତିଙ୍କ ବଳଦକୁ ସୁନ୍ଦରୀ ମାରି ଥିବା ଅଭିଯୋଗ ହୋଇଛି। କିଛି ଦିନ ଧରି ସୁନ୍ଦରୀ ଆଠମଲ୍ଲିକ ବନଖଣ୍ଡରେ ରହିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର୍ ଏରିଆକୁ ଫେରିଥିଲା। ମହାବଳ କାହ୍ନା ସହ ଏକାଠି ରହିବା ନେଇ ଆଶା କରାଯାଉଥିଲା। କିନ୍ତୁ କିଛି ଦିନ ଘଞ୍ଚ ଜଙ୍ଗଲରେ ରହିବା […]
ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ୍ ଜୋରାଗଡ଼ିଆ ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସହ ୨୫ଟି ଛେଳି ଓ ୪ଟି ଗୋରୁ ଜଳିଯାଇଛନ୍ତି। ଏଥିସହିତ ଅଗ୍ନିକାଣ୍ଡରେ ଚାରୋଟି ଧାନ ବଦାଡ଼ି ମଧ୍ୟ ପୋଡ଼ି ଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଗାଁର ଅମରେନ୍ଦ୍ର ପାଲଙ୍କ ଘରେ ନିଆଁ ଲାଗିଥିବା ଦେଖି ଗାଁ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲାଗିବାର କାରଣ […]
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଦଶହରା ଉପହାର। ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ମହଙ୍ଗା ଭତ୍ତା ଓ ଟି-ଆଇକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ୨% ମହଙ୍ଗା ଭତ୍ତା ଅଥବା ଡିଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ମହଙ୍ଗା ଭତ୍ତା ୭% ଥିଲା । ଏବେ ଏହା ୯%ରେ ପହଞ୍ଚିଛି। ଏହି ବର୍ଦ୍ଧିତ ଭତ୍ତା ୨୦୧୮ ମସିହା ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ। ୱାର୍କ ଚାର୍ଜ କର୍ମଚାରୀଙ୍କ ସମେତ ପୂର୍ଣ୍ଣ ଅନୁଦାନପ୍ରାପ୍ତ […]
ଭୁବନେଶ୍ୱର: ବିମାନ ବନ୍ଦରରେ ହ୍ୟାଙ୍ଗର୍ରେ ସିଲ୍ ୩ଟି ହେଲିକପ୍ଟରୁ ୨ଟିକୁ ବାହାର କରିବାକୁ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। Again appealing to @Naveen_Odisha for police to unseal the Bhubaneswar hangar whr 3 helicopters are idle (at least release the 2 against which thr are no allegations!) & use them free of cost for rescue […]