
କେନ୍ଦୁଝର: ଜଣେ ବିବାହିତା ମହିଳା ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନୂଆଗାଁରେ ଏହି ଘଟଣା ଘଟିଛି। ଆହତ ଯୁବକଙ୍କ ଘର ଝାରବେଡ଼ା ଗାଁରେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କ କହିବା ଅନୁଯାୟୀ, ଉକ୍ତ ବିବାହିତ ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ସୂଚନା ଅନୁସାରେ, ମହିଳା ଜଣଙ୍କ ତାଙ୍କୁ ଘରକୁ ଡାକିଥିଲେ। ଗତକାଲି ରାତିରେ ସେ ଚେନ୍ନାଇରୁ […]
ମାଲକାନଗିରି: ଲାଲ୍ବାହିନୀର ବର୍ବରକାଣ୍ଡ। ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ନକ୍ସଲ ହତ୍ୟା କରିଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଏହି ଘଟଣା ଘଟିଛି। ନକ୍ସଲମାନେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ କଲମ ଦୁରୁଆ। ପୁଲିସ୍ ଇନ୍ଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ନଭେମ୍ବର ୧୨ ତାରିଖରେ ଛତିଶଗଡ଼ର ମାଓ ପ୍ରବଣ ୧୨ଟି ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ […]
ଢେଙ୍କାନାଳ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତର କେନ୍ଦୁଢ଼ିପ ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି। ଆଜି ଭୋର ସମୟରେ ଏହି ଅଘଟଣ ଘଟିଥିଲା। ଗାଁର ନୃସିଂହ ନାୟକଙ୍କ ଘରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ଅନ୍ୟ ମାନଙ୍କ ଘରକୁ ବ୍ୟାପି ଯାଇଥିଲା। ନିଆଁ ଏତେ ଜୋରରେ ଲାଗିଥିଲା ଯେ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ […]
ଭୁବନେଶ୍ୱର: ଦୀପାବଳିରେ ରାଜଧାନୀରେ ଛୁରାମାଡ଼। ବାଣ ଦେବା ନେବାକୁ ନେଇ ଭୁବନେଶ୍ୱର ବିଜେବି ନଗର ମହିଷାଖାଲରେ ଏହି ଛୁରାମାଡ଼ ହୋଇଛି। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ନାଁ ଅଶୋକ ବେହୁରା। ଆକ୍ରମଣକାରୀଙ୍କ ନାଁ ଅର୍ଜୁନ ବେହେରା। ମିଳିଥିବା ସୂଚନା ଅନୁସାରେ, ବାଣ ଦେବା ନେବାକୁ ନେଇ ଅଶୋକ ଓ ଅର୍ଜୁନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଅର୍ଜୁନ ଅଶୋକଙ୍କୁ ଛୁରାମାଡ଼ କରିଥିଲେ। ଅଶୋକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ବଡ଼ଗଡ଼ […]
ଭୁବନେଶ୍ୱର: ବେଶ୍ ଆନନ୍ଦ ଉଲ୍ଲାସ ସହ ଆଲୋକର ପର୍ବ ଦୀପାବଳି ପାଳନ ହୋଇଛି। ତେବେ ଦୀପାବଳି ପାଳନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ଜଣାପଡ଼ିଛି। ବାଣ ଫୁଟି ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିବା ସହ ଲୋକେ ଆହତ ମଧ୍ୟ ହୋଇଛନ୍ତି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବାଣ ଫୁଟି ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ମଧ୍ୟ ଅଘଟଣ ଘଟିଛି। ବାଣ ଫୁଟି […]
ଖୋର୍ଦ୍ଧା : ରାଜ୍ୟରେ କେତେ ଯୋଜନା ମୁଖ୍ୟ ସଚିବଙ୍କୁ ଅଜଣା କହିଲେ ସୌମ୍ୟ, ଖୋର୍ଦ୍ଧାରେ ଏକ ସଭାରେ କହିଲେ ବିଜେଡି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଓଡ଼ିଶାରେ କେତେ ପ୍ରକାର ଯୋଜନା ଅଛି ମୁଖ୍ୟ ସଚିବଙ୍କୁ ବି ଅଜଣା ବୋଲି କହି ପକାଇଥିଲେ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ। ମଞ୍ଚରେ ଏକଥା କହିଲା ପରେ ତଳେ କଥା ବଦଳାଇଲେ। ସାମ୍ବାଦିକମାନେ କଥା କଦର୍ଥ କରି ନ୍ୟୁଜ୍ କରିବାକୁ ବ୍ୟସ୍ତ ବୋଲି ସୌମ୍ୟ ରଞ୍ଜନ ପଟ୍ଟନାୟକ ମତ ରଖିଥିଲେ। […]
ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ନୂଆ ଦଳ ଗଠନ ନେଇ ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ତଥା ବିଧାୟକ ଦାମୋଦର ରାଉତ ଘୋଷଣା କରିଛନ୍ତି। ଖୁବ୍ ଶୀଘ୍ର ନୂଆ ଆଞ୍ଚଳିକ ଦଳ ଗଠନ ହେବ ବୋଲି ସେ କହିଛନ୍ତି। ଦୁର୍ନୀତି, ଭ୍ରଷ୍ଟାଚାର, ଅପଶାସନ ବିରୋଧରେ ଏକ ଆଞ୍ଚଳିକ ଦଳ ଗଠନ ହେବ। ଆସନ୍ତା ୯ ଓ ୧୦ରେ ଏ ନେଇ ସବିଶେଷ ଆଲୋଚନା ହେବ। ୧୧ ବା ୧୨ ତାରିଖରେ ଏ ବାବଦରେ ସ୍ପଷ୍ଟ ସୂଚନା […]
ଭୁବନେଶ୍ୱର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଚାରିଆଡ଼େ ଉତ୍ସବମୁଖର। ବାଣ ଫୁଟାଇ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବେ ଲୋକେ। ଏଥିପାଇଁ ବାଣ, ଦୀପ ଓ ମିଠା ଦୋକାନରେ ଲୋକଙ୍କ ଭିଡ଼ ଲାଗିଛି। ତେବେ ବାଣ ଫୁଟାଇବା ବେଳେ କ’ଣ କ’ଣ ସତର୍କତା ଅବଲମ୍ବନ କରିବେ ଜାଣନ୍ତୁ। ବାଣ ଫୁଟାଇବା ବେଳେ କଣ କରିବେ…. – ସୂତା ପୋଷାକ ପିନ୍ଧନ୍ତୁ -ବାଣ ଫୁଟାଇବା ସ୍ଥାନରେ ପାଣି, ବାଲି ଓ ଫାଷ୍ଟଏଡ୍ ବକ୍ସ […]
ବାଲେଶ୍ୱର: କାଳୀପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏହି ଗଣ୍ଡଗୋଳ ବେଳେ ଜଣେ ନିରୀହ ଡ୍ରାଇଭର ଫସି ଯାଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ନିର୍ଧୁମ ଛେଚିଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ନିଧିବଣି ଛକରେ ଗତକାଲି ଏହି ଘଟଣା ଘଟିଛି। ଆହତ ଡ୍ରାଇଭରଙ୍କ ନାଁ ଅଚିନ୍ତ ମହାନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି କାଳୀପୂଜାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟ ଗଣ୍ଡଗୋଳ ଚାଲିଥିଲା। ଏହି ସମୟରେ ଅଚିନ୍ତ […]
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ମାତିଛନ୍ତି ଭାଲୁ। ନୀଳଗିରି ଅଞ୍ଚଳର ପୃଥକ ପୃଥକ ସ୍ଥାନରେ ଭାଲୁ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସୁମନ ଦାସ ଓ ବାରି ବେସରା। ଚଣ୍ଡୀପୁର ଗାଁର ସୁମନଙ୍କୁ ତାଙ୍କ ଘର ପାଖ ରାସ୍ତାରେ ଦୁଇଟି ଭାଲୁ ଆକ୍ରମଣ କରିଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେହିପରି ସାଇଡିଂସାହିର ବାରି ବେସରା ବାଡ଼ିକୁ ଶୌଚ ପାଇଁ ଯାଇଥିବା […]
ବରଗଡ଼: ଦୀପାବଳି ପାଇଁ ଲଜ୍ ସଫା କରିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି କର୍ମଚାରୀଙ୍କ ମୃତ୍ୟୁ। ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ପଦ୍ମପୁରରେ ଥିବା ସୀତାରାମ୍ ଲଜ୍ର କର୍ମଚାରୀ ଦୀପାବଳି ପାଇଁ ଆଜି ସକାଳେ ଲଜ୍ ସଫା କରୁଥିଲେ। ଏହି ସମୟରେ ସେ ୩୩କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ରୋହିତ ବାଗ(୨୫) । […]
ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। ରଙ୍ଗୀନ ଆଲୋକ ସହ ଦୀପ ଆଲୁଅରେ ଝଲସିବ ଗାଁଠୁ ସହର। ଏଥିପାଇଁ ଚାରିଆଡ଼େ ଉତ୍ସବମୁଖର। ଏହି ଅବସରରେ ବାଲୁକା କଳା ମାଧ୍ୟମରେ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଳୁକା କଳା କରିଛନ୍ତି। #HappyDiwali My SandArt with message #NoCrackersSaveNature . pic.twitter.com/4JNISW0vHl — Sudarsan Pattnaik (@sudarsansand) 7 November […]
ଭୁବନେଶ୍ୱର: ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ପରେ ଏବେ ତାକୁ ରାଇଗୋଡ଼ା ସ୍ଥିତ ସ୍ୱତନ୍ତ୍ର ଏନ୍କ୍ଲୋଜର୍ରେ ରଖାଯାଇଛି। ବର୍ତ୍ତମାନ ସୁନ୍ଦରୀର ଆଚରଣକୁ ଅନୁଧ୍ୟାନ କରାଯିବ। ଏଥିପାଇଁ ନ୍ୟାସନାଲ୍ ଟାଇଗର କନ୍ଜର୍ଭେସନ୍ ଅଥରିଟି(ଏନ୍ଟିସିଏ) ଓ ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଡବ୍ଲ୍ୟୁଆଇଆଇ)ର ବିଶେଷଜ୍ଞ ଓ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ବାନ୍ଧବଗଡ଼ରୁ ରାଇଗୋଡ଼ା, ତା ପରେ ସାତକୋଶିଆ, ଆଠମଲ୍ଲିକ, ଆଠଗଡ଼ ପ୍ରଭୃତି ବିଭିନ୍ନ ଅଞ୍ଚଳ ବିଚରଣ କରୁଥିଲେ ମଧ୍ୟ ସୁନ୍ଦରୀ […]
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିରେ ଅଘଟଣ। ଦୀପାବଳି ପାଳନ ପାଇଁ ସାରା ଦେଶ ଉତ୍ସବମୁଖର ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ଅଘଟଣ ଘଟିଛି। ଭୁବନେଶ୍ୱର ଷ୍ଟେସନ ବଜାର ଛକ ଅଞ୍ଚଳରେ ଥିବା ଏକ ସାନିଟାରୀ ପାଇପ୍ ଫିଟିଙ୍ଗସ୍ର ଷ୍ଟୋର୍ ହାଉସ୍ ଜଳିଯାଇଛି। ଗତକାଲି ରାତିରେ ଏହି ଅଘଟଣ ଘଟିଛି। ସେଠାରେ ଥିବା ଗର୍ଗ ଟ୍ରେଡିଂ ଦୋକନ ସଂପୂର୍ଣ୍ଣ ଜଳି ଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ […]
ଲାଞ୍ଜିଗଡ଼: ସମ୍ପର୍କରେ ରକ୍ତର ଛିଟା। ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଯାଇଛି। ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ବିଶ୍ୱନାଥପୁର ଗାଁରେ। ମୃତକ ହେଲେ ନାଥ ମାଝୀ। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଭଉଣୀ ବାହାଘରରେ ଟଙ୍କା ଖର୍ଚ୍ଚକୁ ସାନ ଭାଇ ନାଥ ଓ ବଡ଼ ଭାଇ ରିଗେଙ୍କ ମଧ୍ୟରେ ବଚସା ହୋଇଥିଲା। ରିଗେ ଉତ୍ତ୍ୟକ୍ତ ହୋଇ ନାଥଙ୍କୁ ଏକ ଟାଙ୍ଗିଆରେ […]
ଭୁବନେଶ୍ୱର: ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି କୋରାପୁଟ ବିଧାୟକ ତଥା କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ସଗରିଆ। ଆଜି ବାଚସ୍ପତିଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ଦେବା ନେଇ ଗତ ୩୦ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଥିଲେ ସଗରିଆ। ଇସ୍ତଫା ଦେବା ପରେ ସଗରିଆ କହିଛନ୍ତି, “ମୁଁ କଂଗ୍ରେସ ସହ ଅଛି, କଂଗ୍ରେସ ସହ ରହିବି।” କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାକୁ ନେଇ ସେ ଇସ୍ତଫା ଦେଇଥିବା ସେ କହିଛନ୍ତି। […]
ଭୁବନେଶ୍ୱର: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳୀ। ରାଙ୍ଗୀନ ଆଲୋକ ସହ ଦୀପ ଆଲୁଅରେ ସଜେଇ ହେବ ସହରଠାରୁ ଗାଁ। ଏହାସହ ବାଣ ଫୁଠାଇ ଦୀପାବଳୀକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବେ ଲୋକେ। ତେବେ ଦୀପାବଳୀରେ ସୁରକ୍ଷିତ ବାଣ ଫୁଟା ନେଇ କମିଶନରେଟ ପୁଲିସ ନିର୍ଦ୍ଦେଶାବଳୀ ଜାରି କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ କଟକ ଓ ଭୁବନେଶ୍ୱରରେ ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ରହିଛି। ଏହାସହ […]
ଆଳି: ବିଦେଶକୁ ଚାକିରି ଆଶାରେ ଯାଇଥିଲେ। ଭଲ ଦୁଇ ପଇସା ରୋଜଗାର କରିବେ, ଯାହାଦ୍ୱାରା ଅଭାବ ଅନଟନ ଦୂର ହୋଇଯିବ ଭାବି ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଚାକିରି ତ ଗଲା, ଏବେ ଘରକୁ ଫେରିବା ମଧ୍ୟ କଷ୍ଟକର। ଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବଡ଼ଆଙ୍କୋ ଗାଁର ଅଶୋକ ମଳିକଙ୍କ କାହାଣୀ। କାମ ଆଶାରେ ମାଲେସିଆ ଯାଇଥିବା ଅଶୋକ ଏବେ ସେଠିକାର ଜେଲ୍ରେ ଅଛନ୍ତି। ଅଶୋକ ଜଣେ ଏଜେଣ୍ଟଙ୍କ ଜରିଆରେ […]
କଟକ: ରାଜ୍ୟର ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ବା ବାଲିଯାତ୍ରାର ମଜା ଏବେ ଅଧିକ ଦିନ ନେଇ ହେବ। ୭ ବଦଳରେ ଚଳିତବର୍ଷଠାରୁ ଏହା ୧୧ ଦିନ ହେବ। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଷ ବାଲିଯାତ୍ରାକୁ ନୂଆ ରୂପରେ ଦେଖିବାକୁ ପାଇବେ ଦର୍ଶକ। ପ୍ରଥମଥର ପାଇଁ ବାଲିଯାତ୍ରାକୁ ୧୧ ଦିନ ଧରି କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ୭ ଦିନ ବାଲିଯାତ୍ରା […]
ଭୁବନେଶ୍ୱର : ରାଜଧାନୀରେ ସମାବେଶ ପୂର୍ବରୁ ଚାଷୀଙ୍କୁ ପୁଲିସ ବଳପୂର୍ବକ ଅଟକାଇବା ଓ ଚାଷୀଙ୍କ ଦାବି ପୂରଣ ପାଇଁ ଅାନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସରକାର ଚାଷୀଙ୍କୁ ବାରମ୍ବାର ଭଣ୍ଡାଉଛନ୍ତି, ଓ ନାଟକବାଜୀ କରୁଥିବା ବିଜେପି ଅଭିଯୋଗ କରିଥିବାବେଳେ ବିରୋଧୀଦଳ ନେତା କହିଛନ୍ତି ଚାଷୀଙ୍କ ଉପରେ ବଳପ୍ରୟୋଗ ଅଗଣତାନ୍ତ୍ରିକ। ସେପଟେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଚାଷୀଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି। ମହିଳା ଚାଷୀଙ୍କୁ ପୁରୁଷ ପୁଲିସ ରାସ୍ତାରେ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧିନରେ ଥିବା ପବ୍ଲିକ୍ ସେକ୍ଟର (ପିଏସ୍ୟୁ)ରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର। ପିଏସ୍ୟୁ ରେ କାର୍ଯ୍ୟରତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରାଜ୍ୟ ସରକାର ବୃଦ୍ଧ କରିଛନ୍ତି। ୨% ମହଙ୍ଗା ଭତ୍ତା ଅଥବା ଡିଏ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ପୂର୍ବରୁ ମହଙ୍ଗା ଭତ୍ତା ୭% ଥିଲା । ଏବେ ଏହା ୯%ରେ ପହଞ୍ଚିଛି। ଏହି ବର୍ଦ୍ଧିତ ଭତ୍ତା ୨୦୧୮ ମସିହା ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ। ଏହା ପୂର୍ବରୁ […]
ମାଲକାନଗିରି: ଓଡ଼ିଶା ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେସନ୍ ବେଳେ ୫ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବା କୁହାଯାଉଛି। ମାଲକାନଗିରି ଜିଲ୍ଲା କାଳିମେଳାର ପପୁଲୁରୁରେ ଗତକାଲି ଏହି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏସ୍ଓଜି ଦ୍ୱାରା ଆରମ୍ଭ ହୋଇଥିବା ଏହି ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀ ମାନେ ଲୁଚି ରହିଥିବା ନେଇ ଖବର ମିଳିଥିଲା। ଏହାପରେ ଚାରିଆଡ଼ୁ ମାଓବାଦୀଙ୍କୁ ଯବାନମାନେ ଘେରି ଯାଇଥିଲେ। ତେବେ […]
ଗଞ୍ଜାମ: ଜଙ୍ଗଲ ଭିତରେ ଗଞ୍ଜେଇ ମାଫିଅାକୁ ଏନ୍କାଉଣ୍ଟର। ଏନ୍କାଉଣ୍ଟରରେ ଗଞ୍ଜେଇ ମାଫିଆ ମୁନା ଦିଗାଲ ଆହତ ହୋଇଛି। ମୁନାର ଡାହାଣ ଆଣ୍ଠୁରେ ଗୁଳି ବାଜିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ମୁନାକୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଫୁଲବାଣୀର ବ୍ରାହ୍ମଣୀ ଜଙ୍ଗଲରେ ଗଞ୍ଜେଇ ମାଫିଆ ମୁନା ଥିବା ନେଇ ପୁଲିସ୍ ଖବର ପାଇଥିଲା। ଫଳରେ ତାକୁ ଧରିବା ପାଇଁ ପୁଲିସ୍ ସେଠାକୁ ଯାଇଥିବା ବେଳେ ପୁଲିସ୍ ଉପରକୁ ସେ ଗୁଳି ଚଳାଇଥିଲା। ପୁଲିସ୍ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। […]
ଭୁବନେଶ୍ୱର: ଆଜି ଧନ୍ତେରସ୍। ବିଶ୍ୱାସ ରହିଛି ଧନ୍ତେରସ୍ରେ ସୁନା କିଣିଲେ ଘରକୁ ମା’ ଲକ୍ଷ୍ମୀ ଆସନ୍ତି। ପରିବାରରେ ସୁଖଶାନ୍ତି ବଢ଼େ। ସେଥିଲାଗି ଗହଣା କିଣିବା ଲାଗି ବିଭିନ୍ନ ସୁନା ଦୋକାନରେ ଗ୍ରାହକଙ୍କ ଭିଡ ଜମୁଛି। ଚଳିତ ବର୍ଷବ ଗହଣା ସାଙ୍ଗକୁ ଗଣେଶ, ମା’ ଲକ୍ଷ୍ମୀ ମୂର୍ତ୍ତି ସହ କଏନ୍ କିଣିବାକୁ ଗ୍ରାହକ ଆଗ୍ରହ ଦେଖିବାକୁ ମିଳିଛି। ସେପଟେ ଏଥର ଧନ୍ତେରସ୍ ପାଇଁ ଗ୍ରାହକଙ୍କ ମନକୁ ପାଇବା ଭଳି ନୂଆ ନୂଆ ଡିଜାଇନ୍ର ଗହଣା ବଜାରକୁ ଆସିଛି। ଏହାସହ […]
ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଭୁବନେଶ୍ୱରରେ ବିଶାଳ ଚାଷୀ ସମାବେଶ ହେବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଚାଷୀ ଭୁବନେଶ୍ୱର ଆସୁଛନ୍ତି। କଟକ ପଟୁ ଆସୁଥିବା ଚାଷୀଙ୍କୁ ହଂସପାଳ ଓ ଖୋର୍ଦ୍ଧା ପଟୁ ଆସୁଥିବା ଚାଷୀଙ୍କୁ ତମାଣ୍ଡୋ ଠାରେ ପୁଲିସ୍ ଅଟକାଇଛି। ଆଇନ୍ ଶୃଙ୍ଖଳା ବାହାନାରେ ସହର ଭିତରକୁ ସେମାନଙ୍କୁ ଛଡ଼ା ଯାଉନାହିଁ। ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇଥିବା ନବ ନିର୍ମାଣ […]