ଭୁବନେଶ୍ୱର: ଆଇପିଏସ୍ ଅଧିକାରୀଙ୍କ ବଦଳି ଦାବି କରିଛି ରାଜ୍ୟ ବିଜେପି। ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ହେଲେ ୨ଜଣ ଆଇପିଏସ୍ ଅଧିକାରୀ, ଆଇଜି ଅମିତାଭ ଠାକୁର ଓ ଡିଆଇଜି ଆଶିଷ ସିଂହଙ୍କୁ ବଦଳି କରିବାକୁ ଗୃହ ସଚିବଙ୍କ ନିକଟରେ ଦାବି ରଖିଛି ବିଜେପି। ଅବାଧ ନିର୍ବାଚନ ନେଇ ବିଜେପିର ସଂଦେହ ରହିଛି ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି। ଏହି ଅଧିକାରୀମାନେ ଶାସକ ଦଳର ହାତବାରିସୀ ସାଜିଥିବା ବିଜେପି ଅଭିଯୋଗ […]
ଭୁବନେଶ୍ୱର: ଆଜି ବିଶ୍ୱ ଏଡ୍ସ ଦିବସ। ଏଡ୍ସର ଭୟାବହତା ଏବଂ ସଚେତନତା ନେଇ ସାରା ବିଶ୍ୱରେ ପାଳିତ ହେଉଛି ଏହି ଦିବସ। ଏ ବର୍ଷ ଏଡ୍ସ ଦିବସର ବାର୍ତ୍ତା ରହିଛି ‘KNOW YOUR STATUS’ ଅର୍ଥାତ ସମସ୍ତେ ଏଡ୍ସ ଓ HIVକୁ ନେଇ ନିଜର ଅବସ୍ଥା ଜାଣନ୍ତୁ। ନିଜେ ସଚେତନ ହୁଅନ୍ତୁ ଓ ଅନ୍ୟମାନଙ୍କୁ ସଚେତନ କରାନ୍ତୁ। ଏହି ଅବସରରେ ଓଟିଭି ପକ୍ଷରୁ ଆୟୋଜନ କରାଯାଇଛି ମିନି ମାରାଥନ। ମୃତ୍ୟୁ ନୁହେଁ, ଜୀବନ ଆଡକୁ ଦୌଡ଼। ଏଡ୍ସ […]
ପାରାଦୀପ: ଗୁଳି କରି ୭ ଲକ୍ଷ ଟଙ୍କା ଲୁଟ୍। ପାରାଦୀପ ଇଫକୋ ଛକରେ କିଛି ଦୁର୍ବୃତ୍ତ ଗୁଳି କରି ୭ ଲକ୍ଷ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ଲାଗି ଟଙ୍କା ନେଇ ଯାଉଥିବା ଏକ ଘରୋଇ କମ୍ପାନୀ ଗାଡ଼ି ଉପରକୁ ଗୁଳି କରି ଦୁର୍ବୃତ୍ତମାନେ ଟଙ୍କା ଲୁଟିଥିବା କୁହାଯାଉଛି। ଗାଡ଼ିରେ ୩ ଜଣ ଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଅନ୍ୟପଟେ, ବାଇକ୍ରେ ଆସିଥିବା ୩ […]
ବଲାଙ୍ଗିର: ପୂର୍ବତଟ ରେଳପଥରୁ ହଟିଲା ପୁରୁଣା ସାଙ୍କେତିକ ବ୍ୟବସ୍ଥା ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନବୀକରଣ କାର୍ଯ୍ୟ ହାତକୁ ନିଆଯିବା ପରେ ରେଳପଥରେ ଥିବା ହାତ ଭଳି ଦୃଶ୍ୟମାନ ଶେଷ ଯାନ୍ତ୍ରିକ ସଙ୍କେତ ବ୍ୟବସ୍ଥା-ସେମାଫୋରକୁ ହଟାଇ ନିଆଯାଇଛି। ତା ସ୍ଥାନରେ ନୂଆ ରଙ୍ଗୀନ ଆଲୋକ ବ୍ୟବସ୍ଥା କରାଯାଇଛି। ଶେଷ ଅଞ୍ଚଳ ଭାବେ ଏହି ପୁରୁଣା ବ୍ୟବସ୍ଥା ଓଡ଼ିଶାର ବଲାଙ୍ଗିର ଜିଲ୍ଲା ତୁରେଇକେଲା ରୋଡ୍ ଷ୍ଟେସନ୍ ପାଖରେ ରହିଥିଲା। ଯାହାକୁ ଆଜିସୁଦ୍ଧା ହଟାଇ ଦିଆଯିବ। ବର୍ଷକ ମଧ୍ୟରେ ପୂର୍ବତଟ […]
ଭୁବନେଶ୍ୱର: ଦିଲ୍ଲୀ ଏମ୍ସ୍ରେ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଉଭୟ ଦିଲ୍ଲୀ ଏମ୍ସ୍ରେ ଚିକିତ୍ସିତ ହେଉଛନ୍ତି। କାଳିଆ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଜଗା ସୁସ୍ଥ ହୋଇ ବୁଲାବୁଲି କରୁଛି। କାଳିଆକୁ ପୂର୍ବରୁ ନଳିରେ ତରଳ ଖାଦ୍ୟ ଦିଆଯାଉଥିବା ବେଳେ ବର୍ତ୍ତମାନ ନଳିକୁ କାଢ଼ି ଦିଆଯାଇଛି। ଏଥିସହ ସେ ତରଳ ଖାଦ୍ୟ ମଧ୍ୟ ଖାଇ ପାରୁଛି। ଏ ନେଇ ଦିଲ୍ଲୀ ଏମ୍ସ୍ ପକ୍ଷରୁ କାଳିଆର ଏକ ନୂଆ ଫଟୋ […]
ବାଲେଶ୍ୱର: ନିଜ ରାଜ୍ୟରେ ଅନାଦର ହେଉଛି ଓଡ଼ିଆ ଭାଷା। କାହାରି ଯେମିତି ଭାଷା ପ୍ରତି ଆଦର ନାହିଁ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଗତବର୍ଷ ମେ ୧୮ ତାରିଖରେ ରାଜ୍ୟ ସରକାର ଏହାର ବ୍ୟବହାର ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରତି ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନରେ ଫଳକ ଓଡ଼ିଆରେ ଲଗାଇବା ପାଇଁ ବାଧ୍ୟତାମୂଳକ କରିଥିଲେ ରାଜ୍ୟ ସରକାର। ହେଲେ ଏହାରି ଭିତରେ ନିର୍ଦ୍ଦେଶକୁ ୬ମାସରୁ ଅଧିକ ବିତିଯାଇଥିଲେ ମଧ୍ୟ ନା ବଦଳିଛି […]
ଭୁବନେଶ୍ୱର: ବିଜେପିରୁ ଆଜି ଦୁଇ ଦୁଇ ଜଣ ବରିଷ୍ଠ ନେତା ଦିଲୀପ ରାୟ ଓ ବିଜୟ ମହାପାତ୍ର ଇସ୍ତଫା ଦେଇଛନ୍ତି। ପ୍ରଥମେ ଦିଲୀପଙ୍କ ଇସ୍ତଫା ଖବର ଆସିଥିଲା ଓ ତା’ପରେ ଆସିଥିଲା ବିଜୟଙ୍କ ଇସ୍ତଫା ଖବର। ବିଜୟ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପିରୁ ଇସ୍ତଫା ଦେଇଥିବା କଥା ଜଣାଇଛନ୍ତି। ବିଜୟ ତାଙ୍କ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇଛନ୍ତି। ବିଜେପିରୁ ଇସ୍ତଫା ଦେବା ପରେ ବିଜୟ କହିଛନ୍ତି,“ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ […]
ଭୁବନେଶ୍ୱର: ଚିଟ୍ଫଣ୍ଡ ଲିଙ୍କ୍ରେ ବିଜେଡିର ଦୁଇ ପ୍ରଭାବଶାଳୀ ବିଧାୟକଙ୍କୁ ସିବିଆଇ ନୋଟିସ୍ ପରେ ରାଜ୍ୟ ରାଜନୀତି ହଲ୍ଚଲ୍ ହୋଇଛି। ଦୁଇ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସିବିଆଇ ନୋଟିସ୍ କରିଥିଲା, କିନ୍ତୁ ସେମାନେ ହାଜର ହୋଇ ନାହାନ୍ତି। ତେଣୁ ପୁଣି ଥରେ ଉଭୟ ପ୍ରଭାବଶାଳୀ ବିଧାୟକଙ୍କୁ ସିବିଆଇ ନୋଟିସ୍ କରିବାର ସମ୍ଭାବନା ଅଛି। ଆଗରୁ ମଧ୍ୟ ସିବିଆଇର ସ୍କାନରରେ ବିଜେଡିର ଅନେକ ନେତା ଥିଲେ। ବହୁ ଦିନ ଜେଲ୍ ରହିବା ବିଧାୟକ […]
ଭୁବନେଶ୍ୱର: ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲୀପ ରାୟ। ସେ ବିଜେପି ଟିକେଟ୍ରେ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତାଙ୍କର ଇସ୍ତଫାପତ୍ରକୁ ବାଚସ୍ପତି ଗ୍ରହଣ କରିଛନ୍ତି। ତେବେ ବିଜେପିରୁ ମଧ୍ୟ ଇସ୍ତଫା ଦେଇଥିବା ନେଇ ଜଣାପଡ଼ିଛି। ଏଥିସହ ଅାସନ୍ତା ୨୦୧୯ ବିଧାନସଭା ନିର୍ବାଚନରେ ରାଉରକେଲାରୁ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। It is with deep anguish that I […]
ଭୁବନେଶ୍ୱର: ରୋଜଗାର ଦାବିରେ ଆସନ୍ତା ୭ ତାରିଖରେ ବିଧାନସଭା ଘେରାଉ କରିବ ଭାରତୀୟ ଜନତା ଯୁବମୋର୍ଚ୍ଚା। ରାଜ୍ୟରେ ଯୁବକମାନେ ବେକାର ହେଉଛନ୍ତି, ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି, ହେଲେ ତଥାପି ବିଜେଡି ସରକାରର ନିଦ ଭାଙ୍ଗୁନି। ଏନ୍ଟିପିସି ସମ୍ପ୍ରସାରଣ, କୋଷ୍ଟାଲ ହାଇେଓ୍ୱ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି ଅଭିଯୋଗ ଆଣିଛି ଭାରତୀୟ ଜନତା ଯୁବ ମୋର୍ଚ୍ଚା। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ […]
ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ଚକ୍ମା ଦେବାକୁ ନକ୍ସଲ ଆପଣାଇଛନ୍ତି ନୂଆ ରଣନୀତି। ନକ୍ସଲ ସଦୃଶ ଦେଖା ଯାଉଥିବା ଧାନ ନଡାରେ କଣ୍ଢେଇ ତିଆରି କରି ତାକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ରଖିଛନ୍ତି। ଏଗୁଡ଼ିକୁ ଆକ୍ରମଣାତ୍ମକ ଢଙ୍ଗରେ ରଖାଯାଇଛି।। ସବୁ କଣ୍ଢେଇ ହାତରେ ବନ୍ଧୁକ ସଦୃଶ ପ୍ରତିକୃତି ରହିଛି। ଛତିଶଗଡ଼ର ସୁକ୍ମା ଓ ଦନ୍ତେୱାଡ଼ା ସୀମାରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଜଙ୍ଗଲ ଭିତରୁ ଏଭଳି ୪ଟି କଣ୍ଢେଇ ଜବତ କରାଯାଇଛି। ନକ୍ସଲ ଭାବି ସୁରକ୍ଷାକର୍ମୀମାନେ ଏଗୁଡ଼ିକୁ […]
ପାରାଦୀପ: ପାରାଦୀପରେ ଓଟିଭି ପ୍ରତିନିଧିଙ୍କୁ ଖବର ସଂଗ୍ରହ ବେଳେ ଆକ୍ରମଣ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ। ଲକ୍ ଥାନା ପୁଲିସ୍ ଅଭିଯୁକ୍ତ ଜଣକୁ ଗିରଫ କରିଛି। ପାରାଦୀପ ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ଦାବିରେ ୩ ଦିନ ହେଲା ଧାରଣା ଦେଇଥିଲେ। ଖବର ସଂଗ୍ରହ ପାଇଁ ଓଟିଭି ପ୍ରତିନିଧି ଯାଇଥିବାବେଳେ, କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏମିତିକି ସାମ୍ବାଦିକଙ୍କ କ୍ୟାମେରା ମଧ୍ୟ ଭାଙ୍ଗିଦେଇଥିବା ଅଭିଯୋଗ […]
ବଲାଙ୍ଗିର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ସ୍ୱାମୀଙ୍କୁ ହରାଇଥିବା ନବ ବିବାହିତା ରୀମାରାଣୀ ସାହୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଆଇନ୍ ସେବା ପ୍ରାଧୀକରଣ ପକ୍ଷରୁ ତାଙ୍କୁ ଦେଢ଼ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମାମଲା ଶେଷ ହେବା ପରେ ଆହୁରି ଦେଢ଼ ଲକ୍ଷ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି। ମାମଲାର ଶୀଘ୍ର ଫଇସଲା କରାଯାଇ ଏଭଳି ଜଘନ୍ୟକାଣ୍ଡର […]
ଭୁବନେଶ୍ୱର: ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କରିବାରେ ସଫଳ ହୋଇଛନ୍ତି ଦୁଇ ଜଣ ଓଡ଼ିଆ। ଦକ୍ଷିଣ ଆଫ୍ରିକାର ତାଞ୍ଜାନିଆରେ ଥିବା କିଲିମାଞ୍ଜାରୋ ଶୃଙ୍ଗର ଉଚ୍ଚତା ୫ ହଜାର ୮୯୫ ମିଟର୍ ହେବ। କୋରାପୁଟ ଜିଲ୍ଲାର ଆଦିବାସୀ ଯୁବକ କୁଶ ଆର୍ଳବ ଏବଂ ବରଗଡ଼ ଜିଲ୍ଲାର ଲିପିକା ସେଠ୍ ସଫଳତାର ସହ ଏହାକୁ ଚଢ଼ି ଭାରତୀୟ ଜାତୀୟ ପତାକା ଉଡ଼ାଇଥିଲେ। ତାଙ୍କର ଏହି ଅଭିଯାନ ଜାନୁଆରୀ ୨୧ରୁ ଆରମ୍ଭ ହୋଇ ୨୬ ତାରିଖରେ ସରିଥିଲା। ଏହି […]
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘର ମହାବନ୍ଦର ଆଜି ହେଉଛି ଦ୍ୱିତୀୟ ଦିନ। ଆଜି ମଧ୍ୟ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହାବନ୍ଦ ପାଳନ କରାଯାଉଛି। ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବାର୍ ଆସୋସିଏସନ୍ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି। ଗତକାଲି ଠାରୁ ଏହି ବନ୍ଦ ପାଳନ ହେଉଛି। ଗତକାଲି ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ […]
ଭୁବନେଶ୍ୱର: ଦାବି ପୂରଣ ନେଇ ଆନ୍ଦୋଳନକୁ ଓହ୍ଲାଇବ କନଷ୍ଟେବଲ୍ ହାବିଲ୍ଦାର ସିପାହୀ ମହାସଂଘ। ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ସଂଘ। ଆସନ୍ତା ୪ ତାରିଖ ସକାଳେ ସମସ୍ତ କର୍ମଚାରୀ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ। ଏହାପରେ ସଂଧ୍ୟାରେ ଗୁଳିଗୋଳା ପଇଠ କରିବା ସହ ୫ ତାରିଖ ସକାଳୁ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘର ସଭାପତି ସୂଚନା ଦେଇଛନ୍ତି। ଠିକା ନିଯୁକ୍ତି ଉଚ୍ଛେଦ, ଦରମା ବୃଦ୍ଧି, […]
ପୁରୀ: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍ ପାରା ହତ୍ୟାକାଣ୍ଡ ଘଟଣାରେ କୁମ୍ଭାରପଡ଼ା ଥାନା ପୁଲିସ୍ ଜଣେ ମହିଳାଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି। ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ପିସ୍ତଲ୍ ମଧ୍ୟ ଜବତ ହୋଇଛି। ଏମାନଙ୍କ ମଧ୍ୟରେ କୁଖ୍ୟାତ ଅପରାଧୀ ଭାଗୁ ଓରଫ ଭାଗିରଥି ପ୍ରଧାନ ରହିଛି। ଷଡ଼ଯନ୍ତ୍ର ପଛରେ ଭାଗୁର ହାତ ଥିବା ଜଣାପଡ଼ିବା ପରେ ତାକୁ ଗିରଫ୍ କରାଯାଇଛି। ପୂର୍ବରୁ ପ୍ରମୋଦ ଭୋଳ, ରଞ୍ଜନ ରାଉଳ ଓ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା […]
ଭୁବନେଶ୍ୱର: ହକି ବିଶ୍ୱକପ୍ର ଉଦ୍ଘାଟନୀ ସମାରୋହ ଟିକେଟ୍ ଖୋଲାଖୋଲି କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି। ୧୦୦ଟଙ୍କା ଟିକେଟ୍କୁ ୨ହଜାର, ୫ଶହ ଟଙ୍କା ଟିକେଟ୍କୁ ୫ରୁ ୧୦ହଜାର ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ଅଭିଯୋଗ ଆଣିଛନ୍ତି ଦର୍ଶକ। ଏନେଇ ଏକ ମୋବାଇଲ ଭିଡିଓ ସାମ୍ନାକୁ ଆସିଛି। କଳିଙ୍ଗ ଷ୍ଟାଡିୟମର ୪ନମ୍ବର କାଉଣ୍ଟରରେ ଖୋଲାଖୋଲି ଭାବେ ଟିକେଟ୍ ଅଧିକ ଦାମରେ ବିକ୍ରି ହେଉଥିବା ଗ୍ରାହକ ଅଭିଯୋଗ କରିଛନ୍ତି। କାଉଣ୍ଟରରେ ଥିବା କିଛି କର୍ମଚାରୀ ଏଥିରେ ସାମିଲ ଥିବା ସେମାନେ ଅଭିଯୋଗ […]
ବାଲେଶ୍ୱର: କଣ୍ଟାବଣିଆ ଗାଁରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ବିରଞ୍ଚି ଦାସ ନାମକ ଯୁବକ ଆହତ ହୋଇ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପିଠିରେ ଗୁଳି ବାଜିଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଯୁବକ ଜଣକ ବାଇକ୍ ଯୋଗେ ଘରକୁ ଫେରୁଥିବାବେଳେ ଦୁଇ ଦୁର୍ବୃତ୍ତ ତାଙ୍କୁ ବାଇକ୍ରେ ପିଛା କରି ଗୁଳିମାଡ଼ କରିଥିଲେ। ଗୁଳିଟି ତାଙ୍କ ପିଠିରେ ବାଜିଥିବାବେଳେ ସେ ଗାଡ଼ି […]
ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ରାହ୍ମଣ ତରବୋଇ ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କର ମୁଣ୍ଡଗଣ୍ଡି ଅଲଗା ହୋଇଥିବା ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଅଟୋଟିଏ ରାସ୍ତାରେ ଯାଉଥିବା ବେଳେ ହଠାତ୍ ରାସ୍ତା ପାର୍ଶ୍ୱ ଏକ ଗଛରେ ପିଟି ହୋଇଯାଇଥିଲା। ଏହା ଦେଖି ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମୁଣ୍ଡଗଣ୍ଡି ଅଲଗା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁସାରେ, ଅଟୋରେ ତିନି […]
ପୁରୀ: ପରମ୍ପରା ବିଧି ମୁତାବକ ଆଜି ଶ୍ରୀଜିଉଙ୍କର ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରାକୃତିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର ସଂପନ୍ନ କରାଯିବ। ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ପ୍ରବେଶ କରି ଶ୍ରୀମୁଖ ଶୃଙ୍ଗାର କରିବେ। ଏହା ଅତ୍ୟନ୍ତ ଗୁପ୍ତ ସେବା ହୋଇଥିବାରୁ ଏହି ସମୟରେ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନଙ୍କ ସୂଚନା ଅନୁସାରେ ଅପରାହ୍ନ ୪ଟା […]
ବଲାଙ୍ଗିର: ପାନ ଦୋକାନରେ ଲାଗିଗଲା ନିଆଁ। ଫଳରେ ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୋକାନ ମାଲିକ। ବଲାଙ୍ଗିରରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକଙ୍କ ନାଁ ସୁରଜ କ୍ଷେତି (୨୬)। ତାଙ୍କ ଘର ମାଲପଡ଼ାରେ। ସୂଚନା ଅନୁସାରେ, ବଲାଙ୍ଗିର ସହରର ପିପି ଏକାଡେମୀ ଛକ ନିକଟରେ ଥିବା ସୁରଜଙ୍କ ପାନ ଦୋକାନରେ ନିଆଁ ଲାଗି ଯାଇଥିଲା। ଗତକାଲି ରାତିରେ ସେ ଦୋକାନରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ […]
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ହକି ବିଶ୍ୱକପ୍ ଲଢ଼େଇ। ପ୍ରଥମ ଦିନରେ ଆୟୋଜକ ଭାରତ, ଦକ୍ଷିଣ ଆଫ୍ରିକାକୁ ଭେଟିବ। ପୁଲ୍-ସିର ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ। ସେହିପରି ଉଦ୍ଘାଟନୀ ମ୍ୟାଚ୍ରେ କାନାଡ଼ା ଓ ବେଲ୍ଜିୟମ୍ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ଅପରାହ୍ନ ୫ଟାରେ ଏହି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେଇଛନ୍ତି। ମୋଟ୍ ୩୬ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ ଗ୍ରାଣ୍ଡ୍ ଫିନାଲେ। ସେପଟେ […]
କଟକ: ଆଜି ବାରବାଟୀ ଷ୍ଟାଡିୟମରେ ହେବ ହକି ବିଶ୍ୱକପ୍ର ଦ୍ୱିତୀୟ ଉଦ୍ଘାଟନୀ ସମାରୋହ। ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ ଏଥିରେ ଯୋଗ ଦେବେ। ଏନେଇ ସଲମାନ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। Happy to join Hockey Men’s World Cup Celebrations 2018 in the Millennium City of Cuttack on 28th November 2018. Come let's cheer for the World's best n make it memorable!! #HWC2018 #Odisha2018 […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ ଘଟଣାରେ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ଆରମ୍ଭ ହୋଇଛି। ଆଜି କାଶୀପୁରରେ କ୍ରାଇମ୍ବ୍ରାଞ୍ଚ୍ର ୨ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ଗିରଫ ଦୁଇ ଅଭିଯୁକ୍ତ ସୁମନ୍ତ ନାୟକ ଏବଂ ପି ଗୋବିନ୍ଦ ରାଓଙ୍କୁ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଜେରା କରିବ ବୋଲି ଜଣାପଡ଼ିଛି। ଉଭୟଙ୍କୁ କ୍ରାଇମ୍ବ୍ରାଞ୍ଚ୍ ତିନି ଦିନିଆ ରିମାଣ୍ଡରେ ଆଣିଛି। ଗତ ସପ୍ତାହରେ କାଶୀପୁରରେ ସାଧାରଣ ସଭା ବେଳେ […]