ଭୁବନେଶ୍ୱର: ପଞ୍ଚସଖାଙ୍କ କର୍ମଭୂମିରେ ପ୍ରଥମ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୂଳୁଦୁଆ ପକାଇ ଓଡ଼ିଶା ଇତିହାସରେ ଗୌରବମୟ ଅଧ୍ୟାୟ ଯୋଡ଼ି ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୪ ମାସ ପୂରିବାକୁ ବସିଲାଣି। କିନ୍ତୁ ଏହା କେବଳ ଶିଳାନ୍ୟାସରୁ ଆଉ ପାଦେ ବି ଆଗକୁ ବଢ଼ିପାରିଲାନି। ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପଛରେ ଉଦ୍ଦେଶ୍ୟ ଥିଲା, ଦେଶ ବିଦେଶରେ ଓଡ଼ିଶା ଭାଷାର ପ୍ରଚାର ପ୍ରସାର ସାଙ୍ଗକୁ ଗବେଷଣା। ଫଳରେ ଉତ୍କଳମଣିଙ୍କ ପବିତ୍ର ମାଟିରେ ଛାତ୍ର ଓ ବିଦ୍ୱାନଙ୍କ ଗହଳି ଲାଗିବ। ହେଲେ ସେ ସବୁ […]
ଭୁବନେଶ୍ୱର: ଧନୁଷ ତୋପରେ ନକଲି ଯନ୍ତ୍ରାଂଶ ଦୁର୍ନୀତିକୁ ନେଇ ଚକ୍ରାନ୍ତର ଚକ୍ରବ୍ୟୁହରେ ଫସି ଯାଇଥିଲେ ଓଡ଼ିଆ ଅଫିସର ସାରଦା ଚରଣ ଖଟୁଆ। ଜବଲପୁର ଗନ୍ କ୍ୟାରେଜ୍ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିବା ସାରଦାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ ସ୍ପଷ୍ଟ କରିବା ପରେ ଘଟଣା ଆହୁରି ରହସ୍ୟମୟ ହୋଇଛି। କିଏ ଓ କାହିଁକି ସାରଦାଙ୍କୁ ହତ୍ୟା କଲା, ପୁଲିସ୍ ତାର ସୂତ୍ର ଖୋଜିବାରେ ଲାଗିଛି। ଧନୁଷ୍ ତୋପ ଲାଗି ନକଲି ଚୀନ୍ ଯନ୍ତ୍ରାଂଶ ଯୋଗାଣ ମାମଲାରେ ଖଟୁଆ ଅନେକ କଥା […]
ଉମରକୋଟ: ପ୍ରସୂତିଙ୍କୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ଏଥିରେ ପ୍ରସୂତିଙ୍କ ସହିତ ଆଶାକର୍ମୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଗବାଗୁଡ଼ା ନିକଟରେ ଏହି ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ୧୨ଟା ବେଳେ ଝରିଗାଁ ବ୍ଳକ୍ ଚଚ୍ଚା ଗାଁର ଜଣେ ପ୍ରସୂତିଙ୍କୁ ନେଇ ୧୦୮ ଆମ୍ୱୁଲାନ୍ସ ଡାକ୍ତରଖାନା ଯାଉଥିଲା। ତେବେ ଗବାଗୁଡ଼ା ନିକଟରେ ଏକ ବୁଲାଣିରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ପ୍ରସୂତି, ଆମ୍ଵୁଲାନ୍ସ ଡ୍ରାଇଭର […]
ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରାହୁଲଙ୍କ ଧମାକାଦାର ଅଫରକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ରାହୁଲ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ଫଣ୍ଡା ଓଡ଼ିଶାରେ ପ୍ରୟୋଗ କରିବା ପରେ ଭୋଟରଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଛତିଶଗଡ଼ରେ ଧାନର ସହାୟକ ମୂଲ୍ୟ ୨୫ ଶହ ଟଙ୍କା ଥିବାରୁ ପଶ୍ଚିମ ଓଡ଼ିଶାର କିଛି ଚାଷୀ ଧାନ ନେଇ ସେଠାରେ ବିକ୍ରି କରିଥିଲେ। ତେବେ ଏହି ମୂଲ୍ୟର […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କତଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ୱିଙ୍ଗର୍ ଭ୍ୟାନ୍କୁ ସାମ୍ନା ପଟୁ ଟ୍ରକ୍ ଧକ୍କା ଦେବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ଜଣ ଆହତ ହୋଇଛନ୍ତି। ମୃତକ ହେଲେ ବଲାସିଂଘାର ଧରଣୀ ପ୍ରଧାନ ଓ ଅରୁଣ ସାହୁ ଏବଂ ତୁଳସୀପାଲ୍ର ଶିବରାମ ସାହୁ। ତେବେ ଆଉ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗତକାଲି ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଛି। ଏକ […]
ବରଗଡ଼: ୬ ଦିନ ତଳେ ଝିଅଟି ଘରୁ ଚାଲି ଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ। ଆଜି ତାଙ୍କ ମୃତଦେହ ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ ବିନ୍ଧ୍ୟାବାସିନୀ ପାହାଡ଼ରୁ ମିଳିଛି। ଝିଅ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ୬ ଦିନ ତଳେ ୧୫ ବର୍ଷୀୟା ଝିଅ ଦୁଇ ଜଣ ଯୁବକଙ୍କ ସହିତ […]
ଭୁବନେଶ୍ୱର: ରାଜ୍ୟରେ ଋଣ ଭାର ବଢ଼ିବ। ଡିସେମ୍ବର୍ ମାସ ସୁଦ୍ଧା ରାଜ୍ୟର ଋଣ ଭାର ୭୯ ହଜାର ୭୮୯କୋଟି ଟଙ୍କା ରହିଛି। ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହା ୮୭ ହଜାର ୬୫୦ କୋଟିକୁ ବୃଦ୍ଧି ପାଇବ। ଯାହା ମୋଟ ଜିଡିପିର ୧୮ ପ୍ରତିଶତ। ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧ ଋଣ ପରିମାଣ ୧ ଲକ୍ଷ ୩ ହଜାର ୮୪୩ କୋଟିରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ଏହା ଜିଏସଡିପିର ୧୯.୨ […]
ଭୁବନେଶର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଅନ୍ତରୀଣ ବଜେଟ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଆସନ୍ତା ଆର୍ଥିକ ବର୍ଷ ଲାଗି ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କା ରହିଛି। ତେବେ ଆଗକୁ ନିର୍ବାଚନ ଥିବାରୁ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ୫୬ ହଜାର ୯୨୧ କୋଟି ଟଙ୍କା ଲେଖାନୁଦାନର ପ୍ରସ୍ତାବ ଦିଆଯାଇଛି। କାଳିଆ ଯୋଜନା ପାଇଁ ସର୍ବାଧିକ ୪ ହଜାର ୪୬୧ କୋଟି ଟଙ୍କା ବ୍ୟୟ […]
ନୂଆପଡ଼ା:ନୂଆପଡ଼ା ଜିଲ୍ଲା ଉଦ୍ୟାନବନ୍ଧ କୁରେଶ୍ୱରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଚା’ ପିଇବା ସହ ଓଡ଼ିଶାର ସାଂପ୍ରତିକ ପରିସ୍ଥିତି, ଦାଦନ ଓ ବେକାରୀ ସମସ୍ୟା, ମହିଳା ନିର୍ଯାତନା, ଦୁର୍ନୀତି ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ପୂର୍ବତନ ସାଂସଦ ବୈଜୟନ୍ତଙ୍କ ସହ ପୂର୍ବତନ ବିଧାୟକ ନବୀନ ନନ୍ଦ ଏଥିରେ ଯୋଗ ଦେଇଥିଲେ। ବୈଜୟନ୍ତଙ୍କ ହେଇଯାଉ କାର୍ଯ୍ୟକ୍ରମ ପ୍ରତି ଧିରେ ଧିରେ ଜନସମର୍ଥନ ବଢୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ […]
ଭୁବନେଶ୍ୱର: ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୁଲିସ୍ ନୋଟିସ୍ ପାଇଥିବା ବିଜେପି ନେତା ଗୋଲକ ମହାପାତ୍ର ଛତ୍ରପୁର ଥାନାରେ ହାଜର ହୋଇନାହାନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଥାନାରେ ହାଜର ହୋଇନଥିବା ଜଣାପଡ଼ିଛି। ଏନେଇ ଛତ୍ରପୁର ଏସ୍ଡିପିଓଙ୍କୁ ଜଣାଇଛନ୍ତି ଗୋଲକଙ୍କ ଓକିଲ। ତେବେ ଗୋଲକ ପୁଣି କେବେ ଥାନାରେ ହାଜର ହେବେ ସେନେଇ ଦିନ ଏସ୍ଡିପିଓ ଧାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ୨୦୧୭ ମସିହା ସେପ୍ଟେମ୍ବର୍ ୧୬ ତାରିଖରେ ଛତ୍ରପୁରର ଯୁବ ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା […]
ଭୁବନେଶ୍ୱର: ସମ୍ପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପଦଯାତ୍ରା କରିଛନ୍ତି। ଆଜି ଏହି କ୍ରମରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟମାନେ ପଦଯାତ୍ରାରେ ନବୀନ ନିବାସ ଆଡ଼କୁ ଯାଉଥିଲେ। ତେବେ ବାଟରୁ ପୁଲିସ୍ ସେମାନଙ୍କୁ ଉଠାଇ ନେଇଛି। ସେପଟେ ଅଭିଯାନର ଆଉ କିଛି ସଦସ୍ୟ ଭୁବନେଶ୍ୱର ସତ୍ସଙ୍ଗ ବିହାର ନିକଟରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ନିଶା ନିବାରଣ ଅଭିଯାନର ସଦସ୍ୟମାନେ ଶୋଇପଡ଼ି ରାସ୍ତା ଅବରୋଧ କରିଥିଲେ। ରାସ୍ତାରୋକ ଯୋଗୁ […]
ଭୁବନେଶ୍ୱର: ଶିକାରୀଙ୍କ ହାତରେ ହିଁ ଯାଇଛି ସାତକୋଶିଆରେ ମହାବଳ ବାଘର ଜୀବନ। ଝିଙ୍କ ଗିଳିବାରୁ ନୁହେଁ ବରଂ ଶିକାରୀ ବସାଇଥିବା ଫାସରେ ପଡ଼ି ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଛି। ମହାବଳ ବାଘ ମୃତ୍ୟୁର ତଦନ୍ତ କରୁଥିବା ନ୍ୟାସ୍ନାଲ୍ ଟାଇଗର୍ କନ୍ଜର୍ଭେସନ୍ ଅଥରିଟି(ଏନ୍ଟିସିଏ)ର ଫରେଷ୍ଟ ଆଇଜି ଡଃ ଅମିତ୍ ମଲ୍ଲିକ ଏବଂ ୱାଇଲ୍ଡ୍ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ(ଡବ୍ଲ୍ୟୁଆଇଆଇ)ର କେ. ରମେଶ ବାଘ ମୃତ୍ୟୁ ଘଟଣାର ତଦନ୍ତ କରି NTCA ଡିଜି ଅନୁପ କୁମାର ନାୟକଙ୍କୁ ଏଭଳି […]
କନ୍ଧମାଳ: ରାଜ୍ୟରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଛି କନ୍ୟାରତ୍ନ। ଦୁଷ୍କର୍ମ ପାଇଁ ଲଜ୍ଜିତ ଥିବା କନ୍ଧମାଳରେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦାରିଙ୍ଗବାଡ଼ି ଥାନାରେ ଏତଲା ରୁଜୁ ହୋଇଛି। ନାବାଳିକାଙ୍କୁ ପ୍ରଥମେ ଅପହରଣ ଓ ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପରେ ଯୁବକଙ୍କୁ ଗିରଫ କରି ଖୋଳତାଡ଼ କରୁଛି ପୁଲିସ୍।
ଅନୁଗୁଳ: ଗାଁରେ ଦନ୍ତାହାତୀ ଆତଙ୍କ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଗାଁ ଭିତରକୁ ଏକ ଦନ୍ତାହାତୀ ପଶି ଆସିଥିବାରୁ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି। ଛେଣ୍ଡିପଦା ବନାଞ୍ଚଳରୁ ହାତୀଟି ଗାଁ ଭିତରକୁ ପଶି ଆସିଥିଲା। ଗାଁ ଭିତରେ ହାତୀକୁ ଦେଖି ଲୋକେ ଭୟଭୀୟ ହୋଇ ଯାଇଥିଲେ। ବନବିଭାଗ କର୍ମୀ ଗାଁରେ ପହଞ୍ଚିବା ପରେ ଲୋକମାନେ ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ହାତୀ ଘଉଡାଇବାକୁ ନିୟୋଜିତ ସ୍କ୍ୱାଡ୍ ଓ ଲୋକମାନେ ବାଣ ଫୁଟାଇ ହାତୀକୁ ଘଉଡାଇ ଥିଲେ। ହାତୀ ଛେଣ୍ଡିପଦା […]
ଭୁବନେଶ୍ୱର: ରାଜଧାନୀରେ ଶକ୍ତି ପ୍ରଦର୍ଶନ କଲା ବିଜେପି ଯୁବ ମୋର୍ଚ୍ଚା। ଲୋୟର୍ ପିଏମ୍ଜି, ୧୨୦ ବାଟାଲିୟନ୍ ଓ ଆର୍ବିଆଇ ଛକରେ ପୁଲିସ୍ ସହ ଯୁବ ମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି କାର୍ଯ୍ୟାଳୟରୁ ଯୁବ ମୋର୍ଚ୍ଚା କର୍ମୀଙ୍କ ପକ୍ଷରୁ ବିଶାଳ ଶୋଭାଯାତ୍ରା ବାହାରି ବିଧାନସଭା ଅଭିମୁଖେ ବାହାରିଥିଲା। ବିଭିନ୍ନ ରୁଟ୍ ଦେଇ ବିଧାନସଭାକୁ ପହଞ୍ଚିବାକୁ ଥିବା ବେଳେ ପୁଲିସ୍ ସହ ଖଣ୍ଡ ଯୁଦ୍ଧ […]
କଳାହାଣ୍ଡି: ରାସ୍ତାରେ ବସିଲେ ଚାଷୀ। କଳାହାଣ୍ଡି ଜିଲ୍ଲାରେ ଆମ୍ପାଣିରେ ଚାଷୀଙ୍କ ରାସ୍ତା ଅବରୋଧ। କୋକସରା ବ୍ଲକ୍କୁ ମରୁଡି ଘୋଷଣା ଦାବି ନେଇ ଚାଷୀମାନେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଶତାଧିକ ସଂଖ୍ୟାରେ ଚାଷୀ ଏକାଠି ହୋଇ ଭବାନୀପାଟଣା-ଜୟପୁର ରାସ୍ତାରୋକ୍ କରିଛନ୍ତି। କୋକସରା କୃଷକ ସଚେତନ ମଞ୍ଚ ପକ୍ଷରୁ ଏହି ଅର୍ଥନୈତିକ ଅବରୋଧ କରାଯାଇଛି। ରାସ୍ତା ଅବରୋଧ ହେବା ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି।
ବାରିପଦା: ଶୌଚ ବାହାନାରେ ଛୁ’ ମାରିଲା କଏଦୀ। ମେଡିକାଲ୍ରେ ଚିକିତ୍ସାଧୀନ ଥିବାବେଳେ ବିଚାରାଧୀନ କଏଦୀ ଜଣକ ଖସି ଯାଇଛି। ତାଙ୍କ ନାଁ କାହ୍ନୁଚରଣ ମାରାଣ୍ଡି। ମିଳିଥିବା ସୂଚନା ଅନୁସାରେ, ଏକ ଦୁଷ୍କର୍ମ ଅଭିଯୋଗ ମାମଲାରେ କାହ୍ନୁ ବାରିପଦା ସର୍କଲ ଜେଲ୍ରେ ଥିଲା। ଅସୁସ୍ଥତା ପାଇଁ ଗତ ୬ ତାରିଖରୁ ତାକୁ ବାରିପଦା ପିଆର୍ଏମ୍ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ଶୌଚ ହେବାକୁ କହି ୨ ୱାର୍ଡରଙ୍କୁ ଚକ୍ମା ଦେଇ ମେଡିକାଲରୁ ଖସି ପଳାଇଥିବା ଜଣାପଡ଼ିଛି। ଏନେଇ […]
କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିରୋଧ ଆଶଙ୍କାରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତିଙ୍କୁ ଅଟକ ରଖାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହାକାଳପଡ଼ା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ଆଶଙ୍କା କରି ପୁଲିସ୍ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କୁ ଅଟକ ରଖିଛି। ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ କରିବାକୁ ଯୋଜନା ଥିବା ନେଇ ପୁଲିସ୍କୁ ଖବର ମିଳିବା ପରେ ଅଟକ ରଖିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଆଜି […]
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ରାଜ୍ୟର ତିନି ପୁଲିସ୍ କର୍ମଚାରୀ ସଂଘ ସରକରାଙ୍କୁ ମିଳିତ ଚରମବାଣୀ ଶୁଣାଇଛନ୍ତି। ସରକାର ଦାବି ପୂରଣ ନକଲେ ସାମୁହିକ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି OPA, OPSA, ଓଡ଼ିଶା ହାବିଲଦାର ସିପାହୀ ଓ କନଷ୍ଟେବଳ ମହାସଂଘ ହାବିଲଦାର ସିପାହୀ। କନଷ୍ଟେବଳ ମହାସଂଘ ୪ ଦଫା ଦାବିକୁ ସରକାର ଶୁଣୁ ନଥିବା ଅଭିଯୋଗ କରି ମହାସଂଘ ଆଜି ରାତି ୧୦ଟା ସୁଦ୍ଧା ଦାବି ପୂରଣ ପାଇଁ ସରକାରଙ୍କୁ ସମୟ ଦେଇଛନ୍ତି। ଏହି ସମୟ […]
ବ୍ରହ୍ମପୁର: ପଞ୍ଚଭୂତରେ ଲୀନ ହେଲେ ଆସ୍କାର ପୂର୍ବତନ ସାଂସଦ ଲଡୁ କିଶୋର ସ୍ୱାଇଁ। ଜନ୍ମମାଟି ଗଞ୍ଜାମ ଜିଲ୍ଲା ଆସିକା ନିକଟ ପଥରା ଗାଁରେ ଆଜି ଶୋକାକୁଳ ପରିବେଶରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରୀୟା ସମ୍ପନ୍ନ ହୋଇଛି। କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଲଡୁକିଶୋରଙ୍କର ଗତକାଲି ରାତି ପ୍ରାୟ ୧୧ଟା ୪୫ରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ଲଡୁ କିଶୋରଙ୍କ ପାର୍ଥିବ ଶରୀରକୁ ଆଜି ଆସିକା […]
ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ହଙ୍ଗାମା ଯୋଗୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ବି ଧୋଇଯାଇଛି। ଆଜି ଦିବଙ୍ଗତ ନେତା ପ୍ରିୟନାଥ ଦେ ଏବଂ ଲଡୁକିଶୋର ସ୍ୱାଇଁଙ୍କ ବିୟୋଗରେ ଶୋକପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭରୁ ଚାଷୀଙ୍କ ସମସ୍ୟା ନେଇ ଉଭୟ ବିଜେପି ଓ କଂଗ୍ରେସ ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ଘଣ୍ଟାଏ ଯାଏ ମୁଲତବୀ ରଖିଥିଲେ। ଶୂନ୍ୟକାଳରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା। ଯଦିଓ ମଣ୍ଡି ସମସ୍ୟାକୁ ନେଇ ବିରୋଧୀ […]
ଭୁବନେଶ୍ୱର: କନ୍ୟାରତ୍ନଙ୍କ ସୁରକ୍ଷା ଚିନ୍ତାରେ ରାଜ୍ୟ। ସେବାଶ୍ରମ ସ୍କୁଲ୍ ହେଉ କି ସେଲ୍ଟର୍ ହୋମ୍ ନାବାଳିକାଙ୍କ ଉପରେ ବଢ଼ି ଚାଲିଛି ଯୌନ ନିର୍ଯାତନା। କନ୍ଧମାଳ ଦାରିଙ୍ଗବାଡ଼ି ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ହେଉ କି ଢେଙ୍କାନାଳ ବେଲ୍ଟିକିରି ଆଶ୍ରମରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା, ଏସବୁକୁ ଦେଖିଲେ ରାଜ୍ୟରେ କନ୍ୟାରତ୍ନ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମାନ କରିହେଉଛି। ବାଳିକା, ଯୁବତୀ ଖାସ୍ କରି ଏସ୍ସିଏସ୍ଟି ବର୍ଗର ଛାତ୍ରୀଙ୍କ ସୁରକ୍ଷା ସ୍ଥିତି କେତେ […]
ବାଲେଶ୍ୱର: ଖରାଦିନ ନ ଆସୁଣୁ ପାନୀୟ ଜଳ ସମସ୍ୟା ଦେଖା ଗଲାଣି। ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନି। ପାନୀୟ ଜଳ ପ୍ରକଳ୍ପରୁ କାଦୁଅ ପାଣି ବାହାରୁଥିବାବେଳେ ଗାଁରେ ଥିବା ନଳକୂପରୁ ପାଣି ବାହାରୁନି । ଏହି ଦୂରବସ୍ଥା ହେଉଛି ବାଲେଶ୍ୱର ବସ୍ତା ଜାମସୁଳି ଗାଁର। ଖରା ଦିନ ନ ଆସୁଣୁ ଏଠାରେ ଜଳ ସଙ୍କଟ ଭୟଙ୍କର ରୂପ ନେଉଛି। ଜାମସୁଳ ବାସିନ୍ଦା ପାନୀୟ ଜଳ ପାଇଁ ଗରା, ମାଠିଆ ରଖି ପ୍ରତିବାଦ କରୁଛନ୍ତି । […]