ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବା। ଭୁବନେଶ୍ୱର ପରିବହନ ଭବନ ପରିସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ରାଜ୍ୟ ସଡ଼କ ପହିବହନ ନିଗମ ଅଧୀନରେ ଶୀତତାପ ନିୟନ୍ତ୍ରିତ ଡିଲକ୍ସ ବସ୍ ଭୁବନେଶ୍ୱରରୁ ବିଭିନ୍ନ ସ୍ଥାନକୁ ଚଳାଚଳ କରିବ। ଏହି ବସ୍ ଗୁଡ଼ିକ ଭୁବନେଶ୍ୱରରୁ ଫୁଲବାଣୀ, ରାଉରକେଲା, ଭବାନୀପାଟଣା, ଭଞ୍ଜନଗର, ରାଜଗାଙ୍ଗପୁର, ରାଜଖରିଆର, ଗୋରୁମହିଷାଣି, ବୁର୍ଲା ଆଦି ସ୍ଥାନକୁ ଚଳାଚଳ କରିବ। ଏହା ସହିତ ୪ଟି ଭଲ୍ଭୋ ବସ୍ର […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଖୋଲାଖୋଲି ଅଭିଯୋଗ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଭାକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି। ‘ସାଧାରଣ ଜନସାଧାରଣଙ୍କ ମତ ଯାହା ବର୍ତ୍ତମାନ ଜଣାପଡ଼ୁଛି କି କଂଗ୍ରେସ ସପକ୍ଷରେ ଅଛି। ଏବଂ ତାକୁ ଡାଇଭର୍ଟ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ଅପକୌଶଳ ଆରମ୍ଭ ହୋଇଛି। ଉଦାହରଣ ସ୍ୱରୂପ ୨୫ ତାରିଖ ଦିନ ରାହୁଲ ଗାନ୍ଧି ଓଡ଼ିଶା […]
ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ପାର୍ଶ୍ୱର ବେଢ଼ାରୁ ଖସି ଜଣେ ପର୍ଯ୍ୟଟକ ଆହତ ହୋଇଛନ୍ତି। ତାଙ୍କ ନାଁ ରାମ ବାଘେଲ। ଛତିଶଗଡ଼ କବିରଧାମରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବାଘେଲ ତାଙ୍କ ପରିବାର ସହ କୋଣାର୍କ ବୁଲିବାକୁ ଆସିଥିଲେ। କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ପାର୍ଶ୍ୱର ବେଢ଼ାରେ ବୁଲୁଥିବା ବେଳେ ଅନ୍ୟମନସ୍କ ଭାବେ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ବାଘେଲଙ୍କୁ ପ୍ରଥମେ କୋଣାର୍କ ମେଡିକାଲ୍ରେ ଭର୍ତ୍ତି […]
ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ଏକ ନକଲି ମସଲା କାରଖାନା ଠାବ କରାଯାଇଛି। ସହରର ପିଆର ପେଟାର ଚତୁର୍ଥ ଲେନ୍ରେ ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡ୍ର ଲେବଲ୍ ମରାଯାଇଥିବା ନକଲି ମସଲା ପୁଲିସ୍ ଜବତ କରିଛି । ଏଥିସହ ପୁଲିସ୍ ପ୍ୟାକିଂ ମେସିନ୍ ମଧ୍ୟ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବ୍ରହ୍ମପୁରରୁ ଜୟପୁରକୁ ଏସବୁ ଭେଜାଲ୍ ମସଲା ଆସୁଥିଲା ବୋଲି ପୁଲିସ୍ ଜାଣିବାକୁ […]
ନୀଳଗିରି : ନିଆଁରେ ପୋଡ଼ି ହୋଇ ଗର୍ଭବତୀ ମହିଳା ଗୁରୁତର ଆହତ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ନୂଆସାହି ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ଗର୍ଭବତୀ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ କୌଶଲ୍ୟା। ଗତକାଲି ରାତିରେ ସୁରେଶ ମିରିଡିଆଙ୍କ ପତ୍ନୀ କୌଶଲ୍ୟା ଶୀତରୁ ରକ୍ଷା ପାଇବା ପାଇଁ ଚୁଲି ପାଖରେ ବସି ନିଆଁ ପୁଇଁ ହେଉଥିଲେ। ଏହି ସମୟରେ ସେ ଘୋଡ଼ାଇ ହୋଇଥିବା ଚାଦରରେ ଅସାବଧାନତା ବଶତଃ ନିଆଁ ଲାଗି ଯାଇଥିଲା […]
କଟକ: ଧାନ ମଣ୍ଡିରେ ଅଚଳାବସ୍ଥାକୁ ନେଇ ତାତିଲେ ଚାଷୀ। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କୋକଳବା ଛକରେ ରାସ୍ତାରେ ଧାନ ଢାଳି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ କଟକ-ନରସିଂହପୁର ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି। ମଣ୍ଡିରେ ସପ୍ତାହକୁ ଥରେ ଧାନ ସଂଗ୍ରହ ବ୍ୟବସ୍ଥା ରହିଥିବା ବେଳେ ମିଲର୍ସମାନେ ଦୁଇ ଦୁଇ ଥର ଧାନ ନେବାକୁ ଆସି ନଥିଲେ। ଫଳରେ ଧାନ ବିକ୍ରି କରି ନ ପାରିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପ୍ରତିବାଦ […]
ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁୟନାଲରେ ଶୁଣାଣି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨, ୩ ଓ ୪ରେ ହେବ। ୨ରେ କେନ୍ଦ୍ର, ୩ ଓ ୪ରେ ଆନ୍ଧ୍ର ସରକାର ଜବାବ ରଖିବେ। ବଂଶଧାରା ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଡର ମୁକୁନ୍ଦକମ୍ ଶର୍ମା ମାମଲାର ଶୁଣାଣି କରିଥିଲେ। ଏଥିରେ ଓଡ଼ିଶା ନେରେଡ଼ି ଓ କାଟ୍ରାଗଡ଼ା ପ୍ରକଳ୍ପର ଯୁଗ୍ମ ସର୍ଭେ ପାଇଁ ଦାବି କରିଛି ସିଡବ୍ଲ୍ୟୁସି। କେନ୍ଦ୍ରୀୟ ଜଳ ଆୟୋଗର ବିନା […]
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ୯ବର୍ଷର ନାବାଳିକାକୁ ଜଣେ ଦଶମ ଶ୍ରେଣୀର ନାବାଳକ ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାକୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ADMO କହିଛନ୍ତି। ସୂଚନା ଅନୁସାରେ, ନାବାଳିକା ଜଣକ ଖେଳିବାକୁ ଯାଇଥିବା ବେଳେ ନାବାଳକ ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ଏହି ଘଟଣାରେ ତୁମୁଡ଼ିବନ୍ଧ ଥାନାରେ ଏକ […]
କଳହାଣ୍ଡି: ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଜଳିଗଲା ଘର। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡହଗାଁରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଡହଗାଁର ମହେଶ୍ୱର ଭରତିଆଙ୍କ ପରିବାରର ସଦସ୍ୟ ରୋଷେଇ କରିବା ପାଇଁ ଗ୍ୟାସ୍ ଅନ୍ କରି ଦିଆସିଲି ମାରିଥିଲେ। ଏହି ସମୟରେ ଦିଆସିଲିର ନିଆଁ ଗ୍ୟାସ୍ ସିଲିଣ୍ଡରରେ ଲାଗି ଯାଇଥିଲା। ଫଳରେ ନିଆଁ ଲାଗି ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହେବାସହ ଘରେ ଥିବା ସମସ୍ତ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି। ତେବେ […]
ଢେଙ୍କାନାଳ: କେନାଲ୍ରୁ ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅର୍ନ୍ତଗତ ପଦ୍ମନାଭପୁର ନିକଟରେ ରେଙ୍ଗାଳି ଡ୍ୟାମ୍ର ବାମ କେନାଲ୍ରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ସ୍ଥାନୀୟ ଲୋକେ କେନାଲ୍ରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଅନ୍ୟପଟେ, କେନାଲ୍ ବନ୍ଧ ଉପରେ ଏକ ବାଇକ୍ର ଭଗ୍ନାଂଶ ଦେଖିବାକୁ ମିଳିଛି। ଫଳରେ ବାଇକ୍ଟି ମୃତ […]
ନୟାଗଡ଼: ମାନସିକ ବିକୃତ ଯୁବକର ଉନ୍ମତ୍ତକାଣ୍ଡ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବଜାରରେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବକର ପଥରମାଡ଼ରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ଯୁବକଙ୍କ ପଥର ମାଡ଼ରେ ଓଡ଼ଗାଁ ଥାନା ଆଇଆଇସିଙ୍କ ସମେତ ୩ରୁ ଅଧିକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଓଡ଼ଗାଁ ବଜାରରେ ଏକ ମାନସିକ ବିକୃତ ଯୁବକ ହଠାତ୍ ଲୋକଙ୍କ ଉପରକୁ ପଥର ଫିଙ୍ଗିବା ସହ ଠେଙ୍ଗାରେ […]
ବଲାଙ୍ଗିର: ବାରିପଦା ପରି ବଲାଙ୍ଗିରରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ନରମ। ରାଜ୍ୟ ସରକାର ଓ ବିଜେଡି ପ୍ରତି ତାଙ୍କ ଆଭିମୁଖ୍ୟ ଅପେକ୍ଷାକୃତ ଭାବେ ନରମ ରହିଛି। ବିଜେପି ଦ୍ୱାରା ଆୟୋଜିତ ଜବାବ ମାଗୁଛି ଓଡ଼ିଶା ସମାବେଶରେ ଯୋଗ ଦେଇ ମୋଦି କହିଛନ୍ତି, ଗତ ଥରର କେନ୍ଦ୍ର ସରକାର ଅପେକ୍ଷା ବର୍ତ୍ତମାନର ଏନ୍ଡିଏ ସରକାର ଓଡ଼ିଶାକୁ ୫ ଗୁଣା ଅଧିକ ଅର୍ଥ ଦେଇଛନ୍ତି। କିନ୍ତୁ ଓଡ଼ିଶା ସରକାର ସେହି ଅର୍ଥ ଖର୍ଚ୍ଚ କରିପାରି ନାହାନ୍ତି। କଟାକ୍ଷ […]
ଢେଙ୍କାନାଳ: ଭୁବନ ଥାନା ମହୁଲପାଳ ଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ଓ ଦେଶୀ ମଦ ଜବତ କରିଛି। ଏଥିସହ ମଦ ତିଆରି ପାଇଁ ବ୍ୟବହୃତ କେମିକାଲ୍ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣ ଗିରଫ ମଧ୍ୟ ହୋଇଛନ୍ତି। ଢେଙ୍କାନାଳ ଅବକାରୀ ବିଭାଗର ମୋବାଇଲ୍ ଟିମ୍ ଓ କାମାକ୍ଷାନଗରର ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି କୃଷ୍ଣଚନ୍ଦ୍ର ଜେନାଙ୍କ ଘରୁ ୧୯୦ ବୋତଲ ନକଲି ବିଦେଶୀ ମଦ […]
ବାଲେଶ୍ୱର: ଅଙ୍ଗନୱାଡ଼ି କର୍ମୀଙ୍କ ମାଡ଼ରେ ଭାଙ୍ଗିଲା ଶିଶୁ କନ୍ୟାର ହାତ। ଏଭଳି ଅଭିଯୋଗ ଆସିଛି, ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାଉଣ୍ଡିଆ ଗାଁରୁ। ଏନେଇ ଖଇରା ଥାନା ଓ ଖଇରା ସିଡିପିଓ (ଚାଇଲ୍ଡ ଡେଭ୍ଲପ୍ମେଣ୍ଟ ପ୍ରୋଜେକ୍ଟ ଅଫିସର) ଅଭିଯୋଗ କରିଛନ୍ତି। ଆହତ ଶିଶୁର ବାପା ମୁକୁନ୍ଦ ଦାସ। ସେପଟେ ଖେଳିବା ବେଳେ ପଡ଼ି ଯିବାରୁ ହାତ ଭାଙ୍ଗି ଯାଇଥିବା ସଂପୃକ୍ତ ଅଙ୍ଗନୱାଡ଼ି କର୍ମୀ କହିଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଡିପିଓ।
ଭୁବନେଶ୍ୱର: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଯୋଜନାରେ ୬ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପ ମାଧ୍ୟମରେ ଯାଜପୁର, ମାଲକାନାଗିରି ଓ ସୁବର୍ଣପୁର ଜିଲ୍ଲାରେ ପ୍ରାୟ ୫ ହଜାର ୪୪୦ ହେକ୍ଟର୍ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ଏଥିପାଇଁ ଖର୍ଚ୍ଚ ହୋଇଛି ୧୩୮ କୋଟି ୮୭ ଲକ୍ଷ ଟଙ୍କା। ସେହିଭଳି ଏହି ଯୋଜନାରେ ବୌଦ୍ଧ, ଯାଜପୁର, ମାଲକାନାଗିରି, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ୨୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର […]
ବଲାଙ୍ଗିର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଲାଙ୍ଗିରରେ ପ୍ରାୟ ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଆଜି ସକାଳେ ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବଲାଙ୍ଗିରରେ ପହଞ୍ଚିଥିଲେ। ବଲାଙ୍ଗିର ରେଳଷ୍ଟେସନ୍ ନିକଟରେ ଥିବା ପଡ଼ିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବଲାଙ୍ଗିର-ବିଛୁପାଲି ମଧ୍ୟରେ ରେଳ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ପ୍ରଥମ ଥର ପାଇଁ ବଲାଙ୍ଗିର ପଟୁ ରେଳ ଚଳାଚଳ ଆରମ୍ଭ ହୋଇଛି। […]
ନୂଆଦିଲ୍ଲୀ: ଦଳରେ ଯୋଗ ଦେବାର ୩ ଦିନ ପରେ ବୈଜୟନ୍ତଙ୍କୁ ବିଜେପିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତି କରାଯାଇଛି। ଏଥିସହିତ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ତାଙ୍କୁ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ଦେଇଥିବା ନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବତନ ସାଂସଦ ବୈଜୟନ୍ତ ଗତ ୪ ତାରିଖରେ ବିଜେପିରେ ଯୋଗ ଦେଇଥିଲେ। ବୈଜୟନ୍ତ […]
ବାଲେଶ୍ୱର: ରାସ୍ତା ଉଦ୍ଘାଟନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ବିଜେଡି କର୍ମୀ। ଜଳେଶ୍ୱର ଓଟି ରୋଡ୍ଠାରୁ ଚାପଲା ପର୍ଯ୍ୟନ୍ତ ନିର୍ମାଣାଧିନ ରାସ୍ତାର ବାରମ୍ବାର ଉଦ୍ଘାଟନକୁ ନେଇ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ମାଣାଧିନ ରାସ୍ତାକୁ ବାଲେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍ଘାଟନ କରିଥିଲେ। କିନ୍ତୁ ବର୍ତ୍ତମାନ ଯାଏ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇନଥିବାବେଳେ ଆଜି ପୁଣି ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଏବଂ ସ୍ଥାନୀୟ ବିଧାୟକ […]
ଗଜପତି: ଓଲଟି ପଡ଼ିଲା କୁକୁଡ଼ା ବୋଝେଇ ଟ୍ରକ୍। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାମଗଡ଼ ନିକଟସ୍ଥ କେନ୍ଦୁଘାଟିରେ ଆଜି ଭୋରରେ ଏକ କୁକୁଡ଼ା ବୋଝେଇ ମିନି ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଦୁଇ ଶହରୁ ଊର୍ଦ୍ଧ୍ୱ କୁକୁଡ଼ା ମରିଯାଇଛନ୍ତି। ତେବେ ଗାଡ଼ି ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ, କୁକୁଡ଼ା ବୋଝେଇ ମିନି ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକେ କୁକୁଡ଼ା ବୋହି ନେଇ ଯାଇଥିବା ଦେଖିବାକୁ ମିଳିଥିଲା। ମିନି […]
ସମ୍ବଲପୁର: ରେଳ ଧାରଣା ଉପରେ ଚଢ଼ିଗଲା କଣ୍ଟେନର୍। ସମ୍ବଲପୁର-ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ରାସ୍ତାକୁ ଲାଗି ଥିବା ରେଳ ଧାରଣା ଉପରେ କଣ୍ଟେନର୍ ଚଢ଼ି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ସୌଭାଗ୍ୟବଶତଃ କଣ୍ଟେନ୍ରର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାସହ କୌଣସି ଜନଜୀବନ ମଧ୍ୟ କ୍ଷୟକ୍ଷତି ହୋଇନାହିଁ। ବର୍ତ୍ତମାନ ରେଳ ଲାଇନ୍ରୁ କଣ୍ଟେନରକୁ ହଟାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରାସ୍ତାକଡ଼ରେ ଥିବା ପାହାଡ଼ରେ କଣ୍ଟେନ୍ରଟି ପିଟି ହୋଇ ରେଳ ଧାରଣା […]
ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୫ ବଖରା ଘର। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ ଗୁହାଳିଆ ରାଉତସାହିରେ ଭୟାବହ ଅଗ୍ନିକାଣ୍ଡରେ ୧୭ଟି ପରିବାରର ୨୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୩ଟି ବାଇକ୍ ଓ ୪୦ ହଜାର ଟଙ୍କା ପୋଡ଼ିଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ସର୍ଟ ସର୍କିଟରୁ ଜଣକ ଘରେ ନିଆଁ ଲାଗି ଯାଇଥିଲା। ପରେ ଏହି […]
ରାୟଗଡ଼ା: ବିଷମକଟକ ରାଜ୍ୟ ରାଜପଥର ଡଙ୍ଗରବାଙ୍କ ନିକଟ କଲଭର୍ଟ ତଳୁ ୨ଟି ସନ୍ଦିଗ୍ଧ ଟିଫିନ୍ ଟିଫିନ୍ କ୍ୟାରିୟର ଠାବ କରିଛି ସିଆର୍ପିଏଫ୍ । ଆଜି ସକାଳ ପ୍ରାୟ ୧୧ଟା ବେଳେ ସିଆର୍ପିଏଫ୍ ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ କଲର୍ଭଟ ତଳେ ଡାଳପତ୍ର ଘୋଡ଼ାଯାଇଥିବା ଅବସ୍ଥାରେ ୨ଟି ଟିଫିନ୍ କ୍ୟାରିୟର୍ ଦେଖିଥିଲେ। ତେବେ କ୍ୟାରିୟରରେ ତାର ଲାଗିଥିବା ଦେଖିବାକୁ ମିଳିବା ପରେ ଲ୍ୟାଣ୍ଡମାଇନ୍ ସନ୍ଦେହରେ ଉଭୟ ପଟୁ ଯାନବାହନ ଚଳାଚଳ ବନ୍ଦ କରି ଦିଆଯାଇଛି। ଘଟଣାସ୍ଥଳରେ ସିଆରପିଏଫ୍ ଫୋର୍ସ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ନିକଟରେ ଏକ ଟୁରିଷ୍ଟ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ରେ ୬୦ରୁ ୭୦ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିରରୁ ପୁରୀ ଅଭିମୁଖେ ଯାଉଥିବା ଏକ ଟୁରିଷ୍ଟ୍ ବସ୍ ଟାକରା ନିକଟରେ ଏକ ମୋଡଣି ରାସ୍ତାରେ […]
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଏକ ସେବାଶ୍ରମରେ ଗତକାଲି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁକନ୍ୟା ପ୍ରସବ ଘଟଣାକୁ ନେଇ ଉତ୍ତେଜନା ଥମି ନଥିବାବେଳେ ପୁଣି ଜିଲ୍ଲାରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଜି. ଉଦୟଗିରି ଆଦର୍ଶ ଥାନାରେ ଏନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ରିକୁ ନାୟକକୁ ପୁଲିସ୍ ଗିରଫ କରିଛି। ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ଦୁଷ୍କର୍ମ ପରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ସେପଟେ ନାବାଳିକାଙ୍କ ସ୍ୱାସ୍ଥ୍ୟ […]
ଭୁବନେଶ୍ୱର: ଗତକାଲି ସଚିବାଳୟ ପରିସରରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଭ୍ରାମ୍ୟମାଣ ଦୃଷ୍ଟିଯତ୍ନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ସୁନେତ୍ର ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ୫୩ଟି ସ୍ଥାୟୀ ଦୃଷ୍ଟିଯତ୍ନ କେନ୍ଦ୍ର ସହ ୧୦ଟି ଜିଲ୍ଲାରେ ଭ୍ରାମ୍ୟମାଣ ଦୃଷ୍ଟିଯତ୍ନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଏଥିରେ ଲୋକଙ୍କୁ ମାଗଣା ଚକ୍ଷୁ ଚିକିତ୍ସା ସହ ଚଷମା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏଥିସହିତ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର , ଗୋଷ୍ଠୀ ସ୍ତରରେ ଚକ୍ଷୁ ପରୀକ୍ଷା, ମଧୁମେହ ଜନିତ ରେଟିନୋପାଥି […]