ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଆଜି ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସବୁଠୁ ଅଧିକ ଶୀତ ହେଉଛି। ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୭.୩ ଡଗ୍ରୀ ରେକର୍ଡ କରାଯାଇଛି। ସେହିପରି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ ରହିଥିବା ବେଳେ କୋରାପୁଟରେ ୯, ସୋନପୁରରେ ୯.୫, ଦାରିଙ୍ଗବାଡ଼ିରେ ୯.୬ ଓ ଭବାନୀପାଟଣାରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଓ କଟକରେ ତାପମାତ୍ରା ୧୦ ଡିଗ୍ରୀ ଉପରେ […]
ଗଞ୍ଜାମ: ମେଡିକାଲରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ପ୍ରତିବାଦରେ ମଝି ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଏଭଳି ପରିସ୍ଥିତି ଦେଖା ଦେଇଛି। ଗତକାଲି ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁରର ରଙ୍କ ପରିଡ଼ା ପୋଖରୀରେ ବୁଡ଼ି ଗୁରୁତର ହୋଇଥିଲେ। ସକାଳେ ତାଙ୍କୁ ଦିଗପହଣ୍ଡି ମେଡିକାଲକୁ ଅଣାଯାଇଥିଲା। ହେଲେ ମେଡିକାଲରେ କେହି ଡାକ୍ତର ନଥିବା ଯୋଗୁ ରଙ୍କଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାର […]
ମାଲକାନଗିରି: ପାଇପ୍ ଲାଇନ୍ କାଟିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ରାଲେଗଡ଼ ପଞ୍ଚାୟତ ଦିଘାଜାନବାଇ ଗାଁ ନିକଟରେ ଥିବା ଏସ୍ସାର୍ କମ୍ପାନୀର ପାଇପ୍ ଲାଇନ୍କୁ ମାଓବାଦୀମାନେ କାଟିଥିବା ଜଣାପଡ଼ିଛି। ଗତ ଶନିବାର ଏହି ପାଇପ୍ ଲାଇନ୍ କଟାଯାଇଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ଫଳରେ ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଇଥିବା ପାଇପ୍ ଲାଇନ୍ଟି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ପାଇପ୍ ଲାଇନ୍ କଟି ଥିବାରୁ ଏସ୍ସାର୍ କମ୍ପାନୀର କାର୍ଯ୍ୟ ବନ୍ଦ ରହିଛି।
ଭୁବନେଶ୍ୱର: ବିଜେପିରେ ଯୋଗଦେଲେ ମହିଳା କଂଗ୍ରେସର ପୂର୍ବତନ ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ। କଂଗ୍ରେସରୁ ଇସ୍ତଫା ଦେବା ପରେ ଜୟଶ୍ରୀ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ମିଶିଥିବା କହିଛନ୍ତି। ତାଙ୍କ ସହ ଖୋର୍ଦ୍ଧା ଜିଲ୍ଲାର କିଛି ନେତା ଓ କର୍ମୀ ବିଜେପି ରାଜ୍ୟ ମୁଖ୍ୟାଳୟରେ ଦଳରେ ଯୋଗଦାନ କରିଛନ୍ତି। ଗତ ଗୁରୁବାର ଦିନ ଜୟଶ୍ରୀ ପଟ୍ଟନାୟକ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ଉପସଭାନେତ୍ରୀ ଓ ଓପିସିସି ସଦସ୍ୟ […]
ନୟାଗଡ଼: ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଡ୍ୟାମ୍ ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସଟି ରୋଗୀ ଆଣିବାକୁ ଯାଉଥିବା ବେଳେ ଦଶପଲ୍ଲା ଡ୍ୟାମ୍ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିର ଆଗ ଆକ୍ସିଲ ଭାଙ୍ଗିଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ପ୍ରଥମେ ଦଶପଲ୍ଲା ଡାକ୍ତରଖାରନାରେ ଭର୍ତ୍ତି […]
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା କର୍କଟ ରୋଗ ବିଭାଗ। ତା ସହିତ ଆଖି ଅସ୍ତ୍ରୋପଚାର ପାଇଁ ବି ଏକ OT ଆରମ୍ଭ ହୋଇଛି। ଯାହାକୁ ଉଦ୍ଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ନୂତନ ବିଲ୍ଡିଂ ସହିତ ନୂତନ ବିଭାଗ, ରୋଗୀ ଚିକିତ୍ସା ପାଇଁ ବେଶ ସହାୟକ ହେବ ବୋଲି ଆଶାବାଦୀ ଅଛନ୍ତି ମନ୍ତ୍ରୀ। ବର୍ତ୍ତମାନ ପାଇଁ କେବଳ କେମୋ ଥେରାପି ଚିକିତ୍ସା ସୁବିଧା ମିଳିବ। ଏବଂ ଭବିଷ୍ୟତରେ ଅଙ୍କୋଲୋଜି,ରେଡିଓ ଥେରାପି ଓ ସର୍ଜରୀର ଚିକିତ୍ସା ସୁବିଧା ମିଳିବ। […]
ମୟୂରଭଞ୍ଜ: ହୁ ହୁ ହୋଇ ଜଳିଗଲା ଚଳନ୍ତା ବସ୍। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିକଟରେ ଏହି ଅଘଟଣ ଘଟିଛି। ବସ୍ଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ଏଥିରେ ଥିବା ଅଳ୍ପକେ ବର୍ତ୍ତିଗଲେ ପ୍ରାୟ ୫୦ ଜଣ ଯାତ୍ରୀ। ଏହି ବସ୍ଟି କରଞ୍ଜିଆ ସିଙ୍ଗଡ଼ାରୁ ବେତନଟୀ ଯାଉଥିଲା। ସିଙ୍ଗଡ଼ା ଅଞ୍ଚଳର କିଛି ଲୋକ ବସ୍ ଭଡ଼ା କରି ବେତନଟୀ ଅଞ୍ଚଳର ଆମ୍ବଯୋଡ଼ି ଗାଁକୁ ଯାଉଥିଲେ। ଘାଟିରେ ଥିବା ଦୁଆରଶୁଣି ମନ୍ଦିରରେ ପୂଜା କରିବାକୁ ଡ୍ରାଇଭର୍ ବସ୍ ଅଟକାଇଥିଲେ। ଏହି […]
ପୁରୀ: ଗତବର୍ଷ ଅପହରଣ ହୋଇଥିବା ଝିଅକୁ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ଉଦ୍ଧାର କଲା ପୁଲିସ। ପୁରୀ ଟାଉନ ଥାନା ଅଞ୍ଚଳର ଜଣେ ନାବାଳକ ଝିଅକୁ ଅପହରଣ କରି ରଖିଥିବା ନେଇ ନାବାଳିକାର ପରିବାର ଥାନାରେ ଏତଲା ଦେଇଥିଲେ। ପରିବାରର ଏତଲା ମୁତାବକ ପୁଲିସ୍ ଝିଅକୁ ଖୋଜୁଥିଲା। ତେବେ ଝିଅ ପୁରୀ ଜିଲ୍ଲା ସ୍କୁଲରେ ମାଟ୍ରିକ ପରୀକ୍ଷା ଦେଉଥିବା ଜଣାପଡ଼ିବା ପରେ ପରୀକ୍ଷା ଶେଷ ଦିନ ଯାଏ ଅପେକ୍ଷା କରିଥିଲା ପୁଲିସ୍। ଆଜି ମାଟ୍ରିକ ପରୀକ୍ଷା ଶେଷ ହେବା […]
ବାଲେଶ୍ୱର: ପୂର୍ବତନ ସରପଞ୍ଚଙ୍କ ଚିକିତ୍ସା ପାଇଁ ସାହି ସାହି ବୁଲି ଅର୍ଥ ଯୋଗାଡ଼ କରୁଛନ୍ତି ବାଲେଶ୍ୱର ଜିଲ୍ଲା ଖଈରା ବ୍ଲକ କୁରୁଣ୍ଠା ପଞ୍ଚାୟତର ମହିଳା ସରପଞ୍ଚ ଦମୟିନ୍ତୀ ପଣ୍ଡା। ଗତ ପଞ୍ଚାୟତ ନିର୍ବାଚନରେ ଜିତି ସରପଞ୍ଚ ହୋଇଥିବା ଦମୟନ୍ତୀ ନିଜ ପ୍ରତିଦ୍ୱନ୍ଦ୍ୱୀ ଅକ୍ଷୟ ମହାପାତ୍ରଙ୍କ ଚିକିତ୍ସା ପାଇଁ ଏମିତି ଅର୍ଥ ଯୋଗାଡ଼ କରିବା ଚର୍ଚ୍ଚାର ବିଷୟ ପାଲଟିଛି। କିଡ୍ନୀ ରୋଗରେ ଆକ୍ରାନ୍ତ ଥିବା ଅକ୍ଷୟଙ୍କୁ ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ। କିନ୍ତୁ ତାଙ୍କ ପାଖରେ ଅର୍ଥ ନଥିବାରୁ ଜଣେ […]
ଭୁବନେଶ୍ୱର: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଭୁବନେଶ୍ୱର ଗୌରୀ ନଗର ଲେନ୍ ୫ରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ସେଠାରେ ନିଜ ବାନ୍ଧବୀଙ୍କୁ ହତ୍ୟା କଲେ ତାଙ୍କ ବାନ୍ଧବୀ। ଲିଙ୍ଗରାଜ ଥାନା ପୋଲିସ ଅଭିଯୁକ୍ତ ଯୁବତୀକୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି। ଦୁଇ ବାନ୍ଧବୀ କୋଣାର୍କର ଅମିଶା ମିତ୍ର ଓ ବାଲେଶ୍ୱର ବସ୍ତା ଅଞ୍ଚଳର ଅଳକାନନ୍ଦ ଦାଶ ଭଡ଼ା ଘରେ ଦୀର୍ଘବର୍ଷ ହେଲା ଏକାଠି ରହୁଥିଲେ। ୨ ଦିନ ତଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ […]
ପାରାଦୀପ: ପାରାଦୀପ ସମୁଦ୍ରରେ ଚାଲିଛି ‘ଡେ ଆଟ୍ ସି’ ଅର୍ଥାତ୍ ସମୁଦ୍ରରେ ଦିନଟିଏ କାର୍ଯ୍ୟକ୍ରମ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଫେବ୍ରୁଆରୀ ୧ ତାରିଖରେ କୋଷ୍ଟଗାର୍ଡର ୪୩ତମ ରେଜିଂ ଡେ ପାଳନ ହେବାକୁ ଥିବାବେଳେ ଏହା ପୂର୍ବରୁ ପାରାଦୀପସ୍ଥିତ କୋଷ୍ଟଗାର୍ଡ ମୁଖ୍ୟାଳୟ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ସମାଜର ବିଭିନ୍ନ ବର୍ଗରୁ ନିମନ୍ତ୍ରିତ ଅତିଥିମାନଙ୍କୁ ଜାହାଜରେ ସମୁଦ୍ର ଭିତରକୁ ବୁଲାଇ ନିଆଯାଇଛି। ସେଠାରେ କୋଷ୍ଟଗାର୍ଡ ଯବାନମାନେ ଗଭୀର ସମୁଦ୍ରରେ […]
କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ପୀର ନିକଟରେ ଆଜି ଏକ ଅଘଟଣ ଘଟିଛି। ପିକ୍ନିକ୍ କରିବାକୁ ଯାଇଥିବା ବେଳେ ଚାରି ଜଣ ଛାତ୍ର ସମୁଦ୍ରରେ ବୁଡ଼ି ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଅନ୍ୟ ଦୁଇଜଣ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ୍ ଓ ସ୍ଥାନୀୟ ଲୋକେ ଉଦ୍ୟମ କରୁଛନ୍ତି। ବୁଡି ଯାଇଥିବା ଛାତ୍ରମାନେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ବୋଲି […]
ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେବା ପରେ ବିଷ ଓଗାଳିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ସେ କହିଛନ୍ତି, କଂଗ୍ରେସ ସଭାପତି ଏଭଳି ଜଣେ ବ୍ୟକ୍ତିଙ୍କୁ ଦଳର ଦାୟିତ୍ୱ ଦେଇଛନ୍ତି ଯାହାଙ୍କୁ ହାଇକୋର୍ଟ ଅଭ୍ୟାସଗତ ଲାଞ୍ଚ ପ୍ରଦାନକାରୀ ବ୍ୟକ୍ତି କହିଛନ୍ତି। ଓଡ଼ିଶାରେ ପଟ୍ଟନାୟକ ଶାସନର ମୁକ୍ତି ପାଇଁ ପ୍ରଚାର କରିବି ବୋଲି ଶ୍ରୀକାନ୍ତ କହିଛନ୍ତି। ଏଥିସହ ରାଜ୍ୟରେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାର ଖୁଲାସା କରିବି ବୋଲି ମଧ୍ୟ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ କଣ୍ଡରା ଗାଁ ନିକଟରେ ଏକ ଅଜଣା ଗାଡ଼ି ଅଟୋକୁ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ମୃତକମାନେ ହେଲେ ମିଥୁନ ନାଏକ ଓ ଜମ୍ବୁ ମହାକୁଡ଼। ଆହତ କୁଙ୍କୁଲି ମହାକୁଡ଼ ଏବେ ଚିକିତ୍ସୀଧୀନ ଅଛନ୍ତି। ଏମାନେ ସମସ୍ତେ ବାରିଆ ଥାନା ଅନ୍ତର୍ଗତ ଗିଧିବାସ ଗାଁର ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, […]
ପୁରୀ: ଆସନ୍ତା ୨୮ତାରିଖରେ ଦଇତାପତି ନିଯୋଗ ନିର୍ବାଚନ ଅନୁଷ୍ଠିତ ହେବ। ୧୫ ଜଣ କର୍ମକର୍ତ୍ତାଙ୍କ ନିର୍ବାଚନ ଲାଗି ଗତକାଲି ସୁଦ୍ଧା ମୋଟ ୩୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ବର୍ତ୍ତମାନ ଦଇତାପତି ନିଯୋଗର ସ୍ଥାୟୀ ସଭାପତି ଭାବେ ନବକିଶୋର ପତି ମହାପାତ୍ର ଅଛନ୍ତି। ତେବେ ନିର୍ବାଚିତ କାର୍ଯ୍ୟନିର୍ବାହୀ କର୍ମକର୍ତ୍ତାଙ୍କ ମଧ୍ୟରୁ କାର୍ଯ୍ୟକାରୀ ସଭାପତି, ଉପସଭାପତି, ସମ୍ପାଦକ ସହ ସମ୍ପାଦକ କୋଷାଧ୍ୟକ୍ଷ ନିର୍ବାଚନ କରାଯିବ।
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ୍ର ୬ ମହଲାରୁ ଖସି ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସତ୍ୟଜିତ୍ ମହାନ୍ତି। ଖୋର୍ଦ୍ଧା ଜକରା ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ୧୭ ତାରିଖ ଦିନ ସତ୍ୟଜିତ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ୍ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ରାତି ପ୍ରାୟ ୧୨ଟାରୁ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଯୁବତୀଙ୍କୁ ଆଉ ଜଣେ ଯୁବତୀ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଯୁବତୀଙ୍କ ନାଁ ଅଳକାନନ୍ଦ ଦାସ। ତାଙ୍କ ଘର କୋଣାର୍କ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ସ୍ଥିତ ଗୌରୀ ନଗର ଲେନ୍ ୫ରେ ଏହି ଅଭାବନୀୟ ଘଟଣା ଘଟିଛି। ଲିଙ୍ଗରାଜ ପୁଲିସ୍ ଅଭିଯୁକ୍ତ ଅନୀଶା ମିତ୍ରାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନୀଶାଙ୍କ ଘର ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ବୋଲି […]
ଭୁବନେଶ୍ୱର: ଗତକାଲି ଭଳି ଆଜି ବି ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଗତକାଲି ଭୁବନେଶ୍ୱରରେ କୁହୁଡ଼ି ଏତେ ମାତ୍ରାରେ ଆଚ୍ଛାଦିତ କରି ରଖିଥିଲା ଯେ ପ୍ରାୟ ୫୦ ମିଟରରୁ ଅଧିକ ଦୂରକୁ ଦେଖିବା ଅସମ୍ଭବ ଥିଲା। ଆଜି ବି ଠିକ୍ ସେହି ସମାନ ପରିସ୍ଥିତି। ପ୍ରବଳ କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଲାଇଟ୍ ଲଗାଇ ଗାଡ଼ି ଗୁଡ଼ିକ ଚଳାଚଳ କରୁଥିବା ଦେଖିବାକୁ […]
ଭୁବନେଶ୍ୱର: ବଢିଲା ବାର୍ଦ୍ଧକ୍ୟ ଭତ୍ତା। ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ନେଇ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି। ମାସିକ ୩୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ଏବେ ୫୦୦ ଟଙ୍କା ଭତ୍ତା ପାଇବେ। ସେହିପରି ୫ଶହ ଟଙ୍କା ପାଉଥିବା ବ୍ୟକ୍ତି ୭୦୦ ଟଙ୍କା ଭତ୍ତା ପାଇବେ। ସେହିପରି ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ୫୦୦ ଟଙ୍କା ଭତ୍ତା ପାଇବେ । ୮୦ ବର୍ଷର ଅଧିକ ବୟସର ବ୍ୟକ୍ତି ୭୦୦ ଟଙ୍କା ପାଇବେ। ଆମ ଗାଁ […]
କଟକ: ‘ପିଠା’ କାର୍ଯ୍ୟକ୍ରମରେ ଫାଟିଲା ମୁଣ୍ଡ। ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଓ ତାଙ୍କ ପରିବାରକୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କଟକ ସଦର ବ୍ଲକ୍ ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତରେ ଆଜି ପିଠା କାର୍ଯ୍ୟକ୍ରମ ବେଳେ ଗତିରାଉତପାଟଣା ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ତାଙ୍କ ସ୍ୱାମୀ ଓ ପୁଅକୁ କିଛି ବ୍ୟକ୍ତି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କ ପୁଅଙ୍କ ମୁଣ୍ଡକୁ ବନ୍ଧୁକର ପଛରେ ଆକ୍ରମଣ କରିଥିବା ସରପଞ୍ଚ କହିଛନ୍ତି। ଆକ୍ରମଣକାରୀ ମନ୍ତ୍ରୀ ଚନ୍ଦ୍ରସାରଥୀ […]
ଧର୍ମଗଡ଼: ପୁଣି ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଛାତ୍ରୀ ଜଣକ ନିଜ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ନ୍ତି। ଜଣେ ବିବାହିତ ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମ ପରେ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଧର୍ମଗଡ଼ ଥାନାରେ ପୀଡ଼ିତାଙ୍କ ମା’ଙ୍କ ପକ୍ଷରୁ ଏତଲା ରୁଜୁ ହୋଇଛି। ଅନ୍ୟପଟେ ଅଭିଯୁକ୍ତ ବ୍ୟକ୍ତି ଜଣଙ୍କୁ ପୋକ୍ସୋ ଆଇନ୍ରେ ଗିରଫ କରାଯାଇଛି। ସେପଟେ ଅଧିକ […]
ଭୁବନେଶ୍ୱର: ନିଆଁରେ ପୋଡ଼ି ହୋଇ ସ୍ୱାମୀ, ସ୍ତ୍ରୀ ଓ ଶିଶୁକନ୍ୟା ଗୁରୁତର। ଆଜି ନିଆଁରେ ପୋଡ଼ି ହୋଇ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କପିଳେଶ୍ୱର କେନାଲ୍ ବନ୍ଧ ନିକଟରେ ରହୁଥିବା ଗୋଟିଏ ପରିବାରର ୩ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ବାବୁଲି ଦାସ (୩୬) ଓ ତାଙ୍କ ପତ୍ନୀ ଜାନକୀ ଦାସ (୩୨) ଓ ସେମାନଙ୍କର ୪ ବର୍ଷର ଶିଶୁକନ୍ୟା। ସମସ୍ତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବାବୁଲି ଓ ଜାନକୀଙ୍କ ଶରୀରର ପ୍ରାୟ ୫୦ […]
ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ପବିତ୍ର ମାଘ ସପ୍ତମୀ। ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗା ନଦୀ ମୁହାଣରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଇବେ। ଏନେଇ ପୁରୀ ଜିଲ୍ଲପାଳଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଆୟୋଜିତ ହୋଇଛି। ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ସହ ମାଘ ମେଳା ମଧ୍ୟ ଆୟୋଜିତ ହେବ। ତେଣୁ ଏହି ଅବସରରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି। ମୁଖ୍ୟତଃ […]
ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିଜେପି ବିରୋଧ କରିବ। ଏନେଇ ଗତକାଲି ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ କ୍ୟାନ୍ସର୍ ହସ୍ପିଟାଲ୍ର ଶିଳ୍ୟାନାସ କାର୍ଯ୍ୟକ୍ରମରେ ଯୋଗଦେବେ। ହେଲେ ଏହି ହସ୍ପିଟାଲ୍କୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ଗତ ବର୍ଷ ଅଗଷ୍ଟ ୧୪ ତାରିଖରେ ମାମଲାର ଶୁଣାଣି କରି କୋର୍ଟ ଆସନ୍ତା ୬ ମାସ ଯାଏ ହସ୍ପିଟାଲ୍ର […]
ଭୁବନେଶ୍ୱର/କଟକ: ଘନ କୁହୁଡ଼ି ଆସ୍ତରଣରେ ଟ୍ୱିନ୍ସିଟି। ଆଜି ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଛି। ଏଥିସହ ଉପକୂଳ ଅଞ୍ଚଳରେ ମଧ୍ୟ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ପ୍ରାୟ ୫୦ ମିଟରରୁ ଅଧିକ ଦୂରକୁ ଦେଖିବା ଅସମ୍ଭବ ହେଉଛି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଲାଇଟ୍ ଲଗାଇ ଗାଡ଼ି ଗୁଡ଼ିକ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ କିଛି ଦେଖାଯାଉନଥିବାରୁ କିଛି ସ୍ଥାନରେ ଦୁର୍ଘଟଣା ଘଟିଥିବା ମଧ୍ୟ […]