ଭୁବନେଶ୍ୱର: ଆଜି ସନ୍ଧ୍ୟା ୭ଟା ଭିତରେ ରାଜ୍ୟର ୫ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ବି ମାରିପାରେ। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ। ଏଠାରେ ଘଡ଼ଘଡ଼ି ମାରିବା ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର: ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ଜଙ୍ଗଲ ଭିତରେ ପାଟ୍ରୋଲିଂ ପାଇଁ ଗାଡ଼ି ଯୋଗାଇ ଦେଉଛନ୍ତି ଖଣି କମ୍ପାନୀ। ମାତ୍ର ବନ ବିଭାଗ ବଦଳରେ ଏହାକୁ ବ୍ୟବହାର କରୁଛନ୍ତି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ। ସୂଚନା ଅଧିକାର ଆଇନ୍ ବଳରେ ଏପରି ଭୟଙ୍କର ତଥ୍ୟ ପଦାକୁ ଆସିବା ପରେ, ବନ ବିଭାଗର ଚାଲାକି ପଦାରେ ପଡ଼ିଯାଇଛି। ଏସବୁ ଗାଡ଼ି ବଣ୍ୟଜନ୍ତୁଙ୍କ ସୁରକ୍ଷାରେ ବ୍ୟବହାର ନହୋଇ ବ୍ୟକ୍ତିଗତ କାମରେ ଲଗାଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏହାର ସଦ୍ୟ […]
ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ କଲେଜରେ ଯୁକ୍ତଦୁଇ ପରୀକ୍ଷା ବେଳେ ସମୂହ କପି କରିଥିବା ସମସ୍ତ ଛାତ୍ରାଛାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣା ସମ୍ପର୍କରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କଠାରୁ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା। ଗତକାଲି କଲେଜର ୬୮ ଜଣ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷକ ତଥା କଲେଜ କର୍ତ୍ତୃପକ୍ଷଙ୍କୁ ଅମାନ୍ୟ କରି ସିସିଟିଭି ରୁମ୍ ଛାଡ଼ି ଜୋର […]
କଟକ: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଗୁରୁତର ଭାବେ ଅସୁସ୍ଥ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୩ ମାସ ହେଲା ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ଗତ ୮ତାରିଖରେ ସେ ହଠାତ ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସତୁରୀ ଏବଂ ଅଶି ଦଶକର ବେଶ ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ବାସୁଦେବ ରଥ। ଚିକିତ୍ସା ନିମନ୍ତେ ଅର୍ଥାଭାବ ଥିବାରୁ ସହଯୋଗ ପାଇଁ ପରିବାର […]
ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଏକ ବରଯାତ୍ରୀ ଗାଡ଼ି ଗଛରେ ପିଟି ହୋଇଯିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାଟି ଝରିଗାଁ ବ୍ଲକ ହାତୀବାଡ଼ିଠାରେ ଘଟିଛି। ଆହତଙ୍କ ମଧ୍ୟରେ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ପ୍ରଥମେ ଝରିଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ୮ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ […]
ମୋହନା (ମିହିର ଯତି): ଗଜପତି ଜିଲ୍ଲା ଆର. ଉଦୟଗିରି ପୁଲିସ ଆଜି ସକାଳେ ପାଟ୍ରୋଲିଂ କରୁଥିବା ବେଳେ ୩ଟି ଦେଶୀ ବନ୍ଧୁକ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି। ତେବେ ଚଢ଼ଉ ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯିବାକୁ ସକ୍ଷମ ହୋଇଥିବା ଓ ତାକୁ ଶୀଘ୍ର ଧରାଯିବ ବୋଲି ପୁଲିସ୍ କହିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁଆଁପଡ଼ା ଗାଁର ଡମ୍ବରୁ ରଇତ ଏବଂ ଭାଲୁସାହି ଗାଁର ଜଗବନ୍ଧୁ ରଇତ। ସେମାନେ […]
ତେଲକୋଇ (ଚିନ୍ମୟ ସାହୁ): ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବା ପ୍ରତିବାଦରେ କେନ୍ଦୁଝର ଜିଲ୍ଲାର ଶଳେଇକେନା ପଞ୍ଚାୟତର ଶତାଧିକ ଲୋକେ ଆଜି ତେଲକୋଇ ଥାନା ଘେରାଉ କରିଛନ୍ତି। ପିଡିଏସ୍ ଚାଉଳ ପ୍ରଦାନରେ ଅନିୟମିତତା ଅଭିଯୋଗ କରି ପଞ୍ଚାୟତର ଶତାଧିକ ବାସିନ୍ଦା ଗତ ୧୧ ତାରିଖରେ ତେଲକୋଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ତାଲା ପକାଇ ଦେଇଥିଲେ। ୧୪ ତାରିଖରେ ତଦନ୍ତ ହେବା ନେଇ ସିଏସଓ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ତେବେ ଆନ୍ଦୋଳନର ନେତୃତ୍ୱ ନେଉଥିବା ପଙ୍ଗିଲା […]
ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନିକଟ ଜଙ୍ଗଲରେ ଏନ୍କାଉଣ୍ଟରରେ ଜଣେ କ୍ୟାଡର ମହିଳା ନକ୍ସଲଙ୍କ ମୃତ୍ୟୁ ହୋଇଛି। ତୁମୁଡ଼ିବନ୍ଧ ନିକଟସ୍ଥ ଜଙ୍ଗଲରେ ନକ୍ସଲ ସକ୍ରିୟ ଥିବା ସୁରକ୍ଷା ବାହିନୀକୁ ଖବର ମିଳିଥିଲା। ଏହା ପରେ ଏସ୍ଓଜି ଓ ଡିଭିଏଫ୍ ଯବାନମାନେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ। ଏହି ସମୟରେ ନକ୍ସଲଙ୍କ ସହିତ ଯବାନଙ୍କ ଗୁଳି ବିନିମୟ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଜଣେ ମହିଳା କ୍ୟାଡ଼ର ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ […]
ଭୁବନେଶ୍ୱର: ରାଜ୍ୟ ବିଜେପିର ଏକ ଟିମ୍ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କାଳିଆକୁ ନେଇ ଫେରାଦ ହୋଇଛି। ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କାଳିଆ ଯୋଜନାରେ ଅର୍ଥ ବଣ୍ଟନରେ ସ୍ୱଚ୍ଛତା ରହୁ ନଥିବା ଅଭିଯୋଗ କରିଛି। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ମାର୍ଚ୍ଚ ୩୧ ଯାଏ କାଳିଆ ଟଙ୍କା ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ ସତ୍ତ୍ୱେ ଅର୍ଥମନ୍ତ୍ରୀ […]
ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ବଢ଼ିଲାଣି ଦଳ ଡିଆଁ ପର୍ବ। ଆଜି ହାତ ଛାଡ଼ି ଶଙ୍ଖ ଧରିଛନ୍ତି ଲାଞ୍ଜିଗଡ଼ର କଂଗ୍ରେସ ନେତା ପ୍ରଦୀପ ଦିଶାରୀ। ୨୦୧୪ରେ ପ୍ରଦୀପ, କଂଗ୍ରେସ୍ ଟିକେଟରେ ଲାଞ୍ଜିଗଡ଼ରୁ ନିର୍ବାଚନ ଲଢ଼ିଥିଲେ। ଏଭଳି ସ୍ଥିତିରେ କ’ଣ ହେବ କଳାହାଣ୍ଡିର ଭେଟାରନ୍ ଲିଡର୍ ବଳଭଦ୍ର ମାଝୀଙ୍କ ଭାଗ୍ୟ ସେ ନେଇ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି। ଠିକ୍ ସେଭଳି ନୀଳଗିରିର ବିଜେପି ନେତ୍ରୀ ସୁଷମା ବିଶ୍ୱାଳ ଗତକାଲି ବିଜେଡିରେ ସାମିଲ୍ ହୋଇଛନ୍ତି। ୧୪ ନିର୍ବାଚନରେ […]
ଭୁବନେଶ୍ୱର: ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୪୮ଘଣ୍ଟା ପରେ ବି ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଛି ସରକାରୀ ହୋର୍ଡିଂ। କିଛି ସ୍ଥାନରୁ ସରକାରୀ ବ୍ୟାନର୍ ଓ ପୋଷ୍ଟର୍ ହଟାଯାଇଥିଲେ ବି ଏବେବି ଅନେକ ସ୍ଥାନରେ ଲାଗିଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ। ଭୁବନେଶ୍ୱରର ରସୁଲଗଡ, ପଳାଶୁଣି ଛକ, ସାମନ୍ତରାୟପୁର ଛକ ସମେତ ପ୍ରମୁଖ ଛକରେ ରାଜ୍ୟ ସରକାରଙ୍କ ବଡ଼ ବଡ଼ ହୋର୍ଡିଂ ଲାଗିଛ। ଖାଲି ରାଜ୍ୟ ନୁହେଁ କେନ୍ଦ୍ର ସରକାରଙ୍କ ମଧ୍ୟ ହୋର୍ଡିଂ […]
ନୟାଗଡ଼ (ସତ୍ୟ ନାରାୟଣ ସୁର ଜଗଦେବ): ପିଲାଙ୍କୁ ଶିକ୍ଷିତ କରିବା ପାଇଁ ସରକାର ସ୍କୁଲ୍ ତ ଖୋଲିଦେଲେ, ହେଲେ ଭିତ୍ତିଭୂମି କଥା ଭୁଲିଗଲେ। ଆମେ କହୁଛୁ ନୟାଗଡ଼ ଜିଲ୍ଲା ନିର୍ମାଣୀ ଗାଁରେ ଥିବା ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର କଥା। ଏଠି ସ୍କୁଲ୍ ତ ଅଛି ହେଲେ ସ୍କୁଲ୍ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଆଣ୍ଠୁଏ ପାଣିରେ ପଶି କୁନିକୁନି ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଯାଉଛନ୍ତି। ବର୍ଷା ହେଉ କି ଖରା ଏହି ପିଲାମାନଙ୍କୁ ବର୍ଷ ତମାମ୍ […]
ଭୁବନେଶ୍ୱର : ଗାଁରୁ ସହର ସବୁଠାରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। ହେଲେ ଏହାପରେ ଭି ଏମିତି ଅନେକ ସ୍ଥାନ ରହିଛି ଯେଉଁଠାରେ ଉପଯୁକ୍ତ ଚିକିତ୍ସା ତ ଦୂର କଥା ଡାକ୍ତର ବି ନାହାନ୍ତି। ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଟକ ଜିଲ୍ଲା ବାଙ୍କୀ ଓ ଭଦ୍ରକ ଜିଲ୍ଲା ବାସୁଦେବପୁରୁ ଏହି ରିପୋର୍ଟ ପଢ଼ିଲେ ଆପଣ ଜାଣିପାରିବେ। ପ୍ରଥମେ ବାଙ୍କୀ ସୁବର୍ଣ୍ଣପୁର […]
ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ସମୟରେ ବ୍ୟାପକ କପି କାରବାର ଏବଂ ୩ଟି କେନ୍ଦ୍ରରେ ପରୀକ୍ଷା ବାତିଲ୍ ନେଇ ବସିଥିବା ପରୀକ୍ଷା ପରିଚାଳନା କମିଟି ବୈଠକରେ ଅମୀମାଂସିତ ରହିଛି। ବୈଠକରେ କୌଣସି ନିଷ୍ପତ୍ତି ହୋଇପାରନାହିଁ। ଏଥିପାଇଁ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ ସଂପାଦକ କହିଛନ୍ତି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ସମୟରେ ବ୍ୟାପକ କପି କାରବାର ଯୋଗୁ କଟକ ଗୋପୀନାଥପୁର କୃପାସିନ୍ଧୁ ନୋଡାଲ୍ ହାଇସ୍କୁଲ, ବଲାଙ୍ଗିରର ଘୁନସର ସରକାରୀ ହାଇସ୍କୁଲ ଏବଂ ଢେଙ୍କାନାଳର ପଳାସପୀଠା […]
ଭୁବନେଶ୍ୱର: କଂଗ୍ରେସର ଟିକଟ କସରତ ନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, କାହାରି ଟିକଟ ଫାଇନାଲ ହୋଇ ନାହିଁ। ଦିଲ୍ଲୀରେ ଅନୁଷ୍ଠିତ ଏଆଇସିସିର ବୈଠକରେ ପ୍ରଥମ ୩ଟି ପର୍ଯ୍ୟାୟ ନିର୍ବାଚନ ନେଇ ଆଲୋଚନା ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏଥିସହିତ ୧୫ଟି ଲୋକସଭା ଆସନ ଓ ଏଥିରେ ଥିବା ବିଧାନସଭା ଆସନ ନେଇ ପ୍ରାର୍ଥୀ ସର୍ଟ ଲିଷ୍ଟ କରାଯାଇଛି। ଆଶାୟୀଙ୍କ ନାଁ ଉପରେ ସିଇସି ଚୂଡ଼ାନ୍ତ ମୋହର ମାରିବା […]
ଭୁବନେଶ୍ୱର: ନବୀନଙ୍କ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି। ଆଗାମୀ ନିର୍ବାଚନରେ ବିଜେଡି ପୂରା ସଫା ହୋଇଯିବ। ଆଜି ଏଭଳି ଢଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବହୁତ ନେତା ବିଜେପିକୁ ଆସିବାକୁ ଚାହୁଁଛନ୍ତି। ବିଜେଡିରେ କମ୍ପନ ଆରମ୍ଭ ହେଲାଣି। ବୈଜୟନ୍ତ ପଣ୍ଡା ଆସିବା ପରେ ସାରା ଓଡ଼ିଶାରେ ଖୁସିର ମାହୋଲ ଆସିଯାଇଛି ବୋଲି ଅରୁଣ କହିଛନ୍ତି। ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଦିଲୀପ […]
ଭୁବନେଶ୍ୱର : ରାଜନୈତିକ ମୈଦାନକୁ ଓହ୍ଲାଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ। ଚର୍ଚ୍ଚା ହେଉଛି ସେ ବେଗୁନିଆ-ବୋଲଗଡ଼ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି। ଏ ବିଷୟରେ ସେ ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ବେଗୁନିଆ-ବୋଲଗଡ଼ରେ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି। ସ୍ଥାନୀୟ କଂଗ୍ରେସ କର୍ମୀ ମତେ ଭଲ ପାଉଛନ୍ତି ଓ ଚାହୁଁଛନ୍ତି ମଧ୍ୟ। ତେବେ ପ୍ରାର୍ଥିତ୍ୱ ନେଇ କିଛି ନିଷ୍ପତ୍ତି ହୋଇନି। କଂଗ୍ରେସକୁ ଏକାଠି, ସୁଦୃଢ଼ କରିବାକୁ ମୁଁ ଚାହୁଁଛି।”
ଭଦ୍ରକ (ତପନ ସ୍ୱାଇଁ): ରୋଗୀ ସେବା ଛାଡ଼ି ଡାକ୍ତର ବାବୁ ପ୍ରେମରେ ମାତି ଥିଲେ। ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ। ମନ ଭରିଯିବା ପରେ ବିବାହ କରିବାକୁ ରୋକ୍ଠୋକ୍ ମନା କରିଦେଇଥିଲେ। ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ବରପଦା ଡାକ୍ତରଖାନାରେ କାର୍ଯ୍ୟରତ ଜନୈକ ଡାକ୍ତରଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି। ଟାଉନ୍ ଥାନାରେ ଏନେଇ ପୀଡ଼ିତା ମହିଳା ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଡାକ୍ତର ଜଣଙ୍କ ତାଙ୍କୁ […]
ଭୁବନେଶ୍ୱର: ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି ଏକାକୀ ଲଢ଼ିବ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାହା ସହିତ ମେଣ୍ଟ ହେବ କି ବୋଲି ସାମ୍ବାଦିକମାନେ ଏକ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି, “କାହା ସହିତ ମେଣ୍ଟ ହେବନି, ବିଜେଡି ନିଜ ବଳରେ ଏକାକୀ ଲଢ଼ିବ।” ପ୍ରାର୍ଥୀ ଚୟନ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି,“ ବିଜୟ ସମ୍ଭାବନା ହିଁ ମୁଖ୍ୟ ମାପକାଠି। ଯିଏ ଜିତିବାର ଆଶା ଥିବ, ତାକୁ ହିଁ ଟିକଟ୍ ଦିଆଯିବ।” ଆଜି […]
ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମିର୍ଜାପୁର ଗାଁ ନିକଟରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ରାସ୍ତା କଡ଼ର ଏକ ଗଛରେ ସଂପୃକ୍ତ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଆସି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମୃତଦେହଟି ମାଟିକୁ ଲାଗି ଝୁଲି ରହିଥିବାରୁ ଏହା […]
ଭୁବନେଶ୍ୱର: ନିର୍ବାଚନକୁ ଅବାଧ ଓ ନିରପେକ୍ଷ ରଖିବା ଓ ଟଙ୍କା କାରବାର ରୋକିବା ପାଇଁ ଆୟକର ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ରାଜ୍ୟ ଆୟକର ଭବନରେ ଦିନ ରାତି ୨୪ ଘଣ୍ଟିଆ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଟୋଲ୍ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି। ନିର୍ବାଚନ ଉଦ୍ଦେଶ୍ୟରେ ଯଦି କେଉଁଠି ଟଙ୍କା କାରବାର ହେଉଥାଏ, ତା’ ହେଲେ ସଂପୃକ୍ତ ନମ୍ବରରେ ଫୋନ୍ କରିବାକୁ କୁହାଯାଇଛି। ଏହି ଟୋଲ୍ ଫ୍ରି ନମ୍ବରଟି ହେଲା ୧୮୦୦-୩୪୫-୭୧୬୦। ନିର୍ବାଚନ […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଖର୍ଦ୍ଧା ସାହିରୁ ଏକ ନକଲି କାରଖାନା ଠାବ କରାଯାଇଛି। ଗତକାଲି ସନ୍ଧ୍ୟାରେ ପୁଲିସ୍ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବହୁ ପରିମାଣର ନକଲି ଚା’ ପତି ଓ ନକଲି ଦେହ ଲଗା ତେଲ ଜବତ କରାଯାଇଛି। ଏହାସହ ବିଭିନ୍ନ କମ୍ପାନୀର ପ୍ୟାକେଜିଂ ସାମଗ୍ରୀ, ଚା’ ପତି ତିଆରି ମେସିନ ଓ କଞ୍ଚାମାଲ ଜବତ କରାଯାଇଛି। ଚଢ଼ାଉ ପରଠୁ କାରଖାନାର ମାଲିକ ଫେରାର ହୋଇଯାଇଛି।
ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବା ସହ ଗରମ ଅନୁଭୂତ ହୋଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ତେବେ ଆସନ୍ତାକାଲିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ ୨ରୁ ୩ ଦିନ ହେବ ରାଜ୍ୟରେ ତାପମାତ୍ରା ବଢ଼ିବାରେ […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ତଳକୁସୁମା ଗାଁରେ ଅଗ୍ନିକାଣ୍ଡରେ ୪ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା। ଫଳରେ ଗାଁର ଦିଲୀପ ବେଉରା, ବିଦ୍ୟୁତ୍ଲତା ବେଉରା, ପ୍ରଦୀପ ବେଉରା ଓ ପ୍ରତାପ ବେଉରାଙ୍କ ଘର ଜଳିଯାଇଛି। ଘରର ଆସବାବପତ୍ର, ଧାନ ଚାଉଳ, ବିରି ମୁଗ ସହ ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଛି। ଘଟଣାସ୍ଥଳରେ […]
ଅନୁଗୁଳ (ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ଶିଳ୍ପାଞ୍ଚଳ ନିଶା ଥାନା ଅନ୍ତର୍ଗତ ଜେଏସ୍ପିଏଲ୍ ପ୍ଲାଣ୍ଟ ପରିସର କଲୋନୀ ମଧ୍ୟରେ ଗତକାଲି ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକ ନାବାଳକକୁ ପ୍ରଥମେ ଜେଏସ୍ପିଏଲ୍ ହସପିଟାଲ ଓ ପରେ ଅନୁଗୁଳ ଡାକ୍ତରଖାନାକୁ ଆଣିଥିଲେ। ନାବାଳକ ଜଣକ କ’ଣ ପାଇଁ ଆତ୍ମହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।