• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Untitled-1
କେଉଁ ବର୍ଗର କେତେ କର୍ମଚାରୀ ଅଫିସ ଆସିବେ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ: ବଦଳିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ କ୍ରିଟିକାଲ୍‌ ଓ ପାର୍ସିଆଲି କ୍ରିଟିକାଲ୍‌ ବର୍ଗ। ଏନେଇ ରାଜ୍ୟ ସରକାରଙ୍କ General Administration and Public Grievance ‌Department ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କ୍ରିଟିକାଲ୍‌ ବର୍ଗରେ ୧୫ଟି ବିଭାଗକୁ ସାମିଲ କରାଯାଇଥିବା ବେଳେ ପାର୍ସିଆଲି କ୍ରିଟିକାଲ୍‌ ବର୍ଗରେ ଅନ୍ୟ ସବୁ ବିଭାଗ ରହିଛି।     କ୍ରିଟିକାଲ ବର୍ଗରେ ରହିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ଅର୍ଥ, ବାଣିଜ୍ୟ ପରିବହନ, ସମନ୍ୱୟ, ଅବକାରୀ, ଗୃହ, ଶ୍ରମ, […]

  • Thursday, 22 July 2021
drown
ଡ୍ୟାମ୍‌ରେ ବୁଡ଼ିଗଲେ ମାଇଁ ଓ ଭାଣିଜୀ

ମୋହନା: ଭାଣିଜୀଙ୍କୁ ବଞ୍ଚାଇବାକୁ ଯାଇ ଡ୍ୟାମ୍‌ରେ ବୁଡ଼ିଗଲେ ମାଇଁ। ଗଜପତି ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି। ଗଜପତି ଜିଲ୍ଲା ଅଡାବା ଥାନା ଅନ୍ତର୍ଗତ ବୁଢାଡିହ ଗାଁ ନିକଟସ୍ଥ ହରଭାଙ୍ଗି ଡ୍ୟାମ୍‌ରେ ବୁଡି ମାଇଁ ଓ ତାଙ୍କ ଭାଣିଜୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୁଢ଼ାଦିହ ଗାଁର ଏବନି ମଣ୍ଡଳ ଓ ତାଙ୍କର ୧୦ ବର୍ଷର ଭାଣିଜୀ। ସୂଚନା ଅନୁସାରେ, ଗତକାଲି ଏବନି ତାଙ୍କର ଭାଣିଜୀଙ୍କ ସହ ହରଭାଙ୍ଗି ଡ୍ୟାମ୍‌କୁ‌ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣବଶତଃ […]

  • Thursday, 22 July 2021
91301267_3106242399465684_2591553201635328000_n
ଯାଜପୁରରୁ ଆଉ ୫ ପଜିଟିଭ୍‌

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ନୂଆ ୫ ଆକ୍ରାନ୍ତ ଯାଜପୁରର ଓ ଏମାନେ କୋଲକାତାରୁ ଫେରିଥିବା ସୂଚନା ମିଳିଛି। ଫଳରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଛୁଇଁଛି। ୫ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ […]

  • Thursday, 22 July 2021
odisha
ସୋସିଆଲ୍‌ ମିଡିଆରେ ଫେକ୍‌ ନ୍ୟୁଜ୍ ଭାଇରାଲ୍‌ କରି ବନ୍ଧା ହେଲେ

ଯାଜପୁର: ଓଟିଭି ଲୋଗୋ ଓ ଗ୍ରାଫିକ୍ସ ପ୍ଲେଟ୍‌କୁ ବ୍ୟବହାର କରି ଯାଜପୁର ସଟ୍ ଡାଉନ୍ ନେଇ ସୋସିଆଲ୍‌ ମିଡିଆରେ ମିଛ ଖବର ପ୍ରଚାର ଅଭିଯୋଗରେ ଯାଜପୁର ପୁଲିସ୍‌ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ହିମାଂଶୁ ବରାଳଙ୍କୁ ପୁଲିସ୍‌ ଗିରଫ କରିଛି। ଏନେଇ ଯାଜପୁର ଏସ୍‌ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ନାଁରେ ଦଫା ୧୮୮, ୨୬୯, ୨୭୦, ୫୦୫(ବି)ରେ ମାମଲା ରୁଜୁ ହୋଇଛି। ଏହାସହ ୩୪ IPC, ୩ ଇଡି ଆକ୍ଟ, ୫୪ଡିଏମ୍ ଆକ୍ଟରେ […]

  • Thursday, 22 July 2021
odisha
ବିପଦରେ ବ୍ରାହ୍ମଣୀ ସେତୁ ! ଦବିଲା ଲୁହା ପ୍ଲେଟ୍

ରାଉରକେଲା: ରାଉରକେଲା ବ୍ରାହ୍ମଣୀ ସେତୁରେ ପଡ଼ିଥିବା ଲୁହା ପ୍ଲେଟ୍ ଗତକାଲି ବିଳମ୍ବିତ ରାତିରେ ଦବି ଯାଇଛି। ଫଳରେ ବ୍ରିଜ୍‌ ଉପରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ଟ୍ରାଫିକ୍ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି। ଅନ୍ୟପକ୍ଷରେ, ସେତୁରେ ପଡ଼ିଥିବା ଲୁହା ପ୍ଲେଟ୍ ଦବିବା ଘଟଣାକୁ ରାଉରକେଲା NHAI ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି। ଯେଉଁ ସ୍ଥାନରେ ଲୁହା ପ୍ଲେଟ୍ ଦବିଛି, ତାହା ମରାମତି ଚାଲିଥିବା ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

  • Thursday, 22 July 2021
odisha
ଫୁଲବାଣୀର ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରକୁ ଗୁଳିମାଡ଼

ଫୁଲବାଣୀ: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଗାଡ଼ିର ପଛ କାଚ ଭାଙ୍ଗି ଯାଇଛି। ସୂଚନା ଅନୁସାରେ, ଟାଉନ୍ ଥାନା ଇରିଗେସନ୍ କଲୋନୀରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଗତକାଲି ଦେବେନ୍ଦ୍ର ଯାଇଥିଲେ। ଏହି ସମୟରେ ତାଙ୍କ ଗାଡ଼ିି ଉପରକୁ ଗୁଳି ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଦେବେନ୍ଦ୍ର ଟାଉନ୍ ଥାନାରେ ଅଭିଯୋଗ […]

  • Thursday, 22 July 2021
odisha
ପରୀକ୍ଷାକୁ ନେଇ ମନ୍ତ୍ରୀଙ୍କ ସୂଚନା-ଜୁନ୍ ୧୭ ପରେ ଯେକୌଣସି ସମୟରେ ହେବ, ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ

ଭୁବନେଶ୍ୱର: “ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହେବ। ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ। ଲକ୍‌ଡାଉନ୍‌କୁ ଛାତ୍ରଛାତ୍ରୀ ସୁଯୋଗ ଭାବେ ଗ୍ରହଣ କରନ୍ତୁ” ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସେହିପରି ୟୁଜିସିର ଗାଇଡ୍‌ଲାଇନ୍ସକୁ ନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି, “ତର୍ଜମା ହେବ, ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ୍ ହେବ, ତାହା ଆମେ କରିବୁ। ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ।” ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି […]

  • Thursday, 22 July 2021
whatsapp 1
ମେ’ ୪ରୁ ହ୍ୱାଟ୍ସଆପ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁ ହ୍ୱାଟ୍ସଆପ୍‌ ମାଧ୍ୟମରେ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ। “ଶିକ୍ଷା ସଂଯୋଗ” ନାମକ ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍ ମାଧ୍ୟମରେ ଦ୍ୱିତୀୟ ଶ୍ରେଣୀରୁ ମାଟ୍ରିକ୍ ଯାଏ ସମସ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବେ। ବିଭିନ୍ନ ବିଷୟର ପ୍ରତ୍ୟେକ ଅଧ୍ୟାୟର PDF ଫାଇଲ୍‌ ଛାତ୍ରଛାତ୍ରୀଙ୍କୁ ଗ୍ରୁପ୍ ମାଧ୍ୟମରେ ପଠାଯିବ। ଏହି କାର୍ଯ୍ୟକ୍ରମ ମେ’ ୪ରୁ ଜୁନ୍ ୧୩ ପର୍ଯ୍ୟନ୍ତ ମୋଟ ୬ ସପ୍ତାହ ଚାଲିବ। ପ୍ରତିଦିନ ୪୫ ମିନିଟ୍‌ରୁ ୧ ଘଣ୍ଟା ଅବଧିର ୪ଟି କ୍ଲାସ୍‌ ରହିବ। ଏନେଇ […]

  • Thursday, 22 July 2021
corona
ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି। ଫଳରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚି ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍‌ କରୋନା […]

  • Thursday, 22 July 2021
odisha
ମନ୍ତ୍ରୀଙ୍କ ସୂଚନା-‌ ଲକ୍‌ଡାଉନ୍‌ ହଟିବା ପରେ ହେବ ଯୁକ୍ତ ୨ ବାକି ପରୀକ୍ଷା

ଭୁବନେଶ୍ୱର: ଲକ୍‌ଡାଉନ୍‌ ହଟିବା ପରେ ଯୁକ୍ତ ୨ ପରୀକ୍ଷାର ବାକି ଥିବା ବିଷୟ ପରୀକ୍ଷା କରିବାକୁ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ଅଛି। ତେବେ ଏନେଇ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଅଧାରୁ ସ୍ଥଗିତ ରହିଥିଲା। ତେବେ ଲକ୍‌ଡାଉନ୍‌ ହଟିବା ପରେ ସରକାରଙ୍କ ନିର୍ଦ୍ଦେଶ ମିଳିଲେ ବାକି ଥିବା ବିଷୟର ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। […]

  • Thursday, 22 July 2021
bridge
ଭୁଶୁଡ଼ିଲା ବ୍ରିଜ୍‌, ୨ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ସୁକତେଲ ନଦୀ ଉପରେ ଥିବା ବ୍ରିଜ୍ ଭୁଶୁଡ଼ି ଯାଇଛି। ଦବି ଯାଇଥିବା ଗୋଟିଏ ପିଲରର ମରାମତି ବେଳେ ବ୍ରିଜ୍‌ଟି ଭୁଶୁଡ଼ି ପଡିଥିବା ସୂଚନା ମିଳିଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ୨ଜଣ ପୋଲ ତଳେ ଦବି ରହିଥିବା ସନ୍ଦେହ କରାଯାଉଛି। ଏହି ବ୍ରିଜ ନିର୍ମାଣ ଲାଗି ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୪ ମସିହା, ଜାନୁଆରୀ ମାସରେ ୧୮୨ ମିଟର ଦୀର୍ଘ ବିଶିଷ୍ଟ ଏହି ବ୍ରିଜ୍‌ର  […]

  • Thursday, 22 July 2021
orissa high court
ଲକ୍‌ଡାଉନ୍ ନ ବଢ଼ିଲେ ବାତିଲ ହେବ କୋର୍ଟ ଖରାଛୁଟି

କଟକ: ମେ’ ୩ ପରେ ଯଦି ଲକ୍‌ଡାଉନ୍ ନ ବଢ଼େ ତେବେ ଉଭୟ ଓଡ଼ିଶା ହାଇକୋର୍ଟ ଓ ତଳକୋର୍ଟରେ ଖରାଛୁଟି ବାତିଲ ହେବ। ଏନେଇ ଓଡିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶା ହାଇକୋର୍ଟ ବାର୍‌ ଆସୋସିଏସନର ସଭାପତି, ଉପସଭାପତି, ସମ୍ପାଦକ ଓ ଅାଡଭୋକେଟ ଜେନେରାଲଙ୍କ ସହ ବିଚାରବିମର୍ଶ ପରେ ହାଇକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଲକ୍‌ଡାଉନ୍‌ରେ କୋର୍ଟ ବନ୍ଦ ଥିବାରୁ ଖରାଛୁଟିରେ କୋର୍ଟ କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି। ସୂଚନାଥାଉ […]

  • Thursday, 22 July 2021
odisha
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ୍‌ ଆଜି ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ଜଷ୍ଟିସ ରଫିକ୍‌ ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜଷ୍ଟିସ ରଫିକ୍‌ଙ୍କୁ ଶପଥ ପାଠ କରାଇଛନ୍ତି। କରୋନା ପାଇଁ ନିୟମାବଳୀ ଲାଗୁ ହୋଇଥିବାରୁ ଶପଥ ଗ୍ରହଣ ସମାରୋହରେ ସାମାଜିକ ଦୂରତା ପାଳନ କରାଯାଇଥିଲା। ଏହି ଶପଥ ପାଠ ଉତ୍ସବରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ବିରୋଧୀ […]

  • Thursday, 22 July 2021
representational image
ପୁଅର ମୃତ୍ୟୁ ଦେଖି ଟଳିପଡ଼ିଲେ ମା’

ନୀଳଗିରି: ପୁଅର ମୃତ୍ୟୁ ଦେଖି ଟଳିପଡ଼ିଲେ ମା’। ବରହମପୁର ଥାନା ବାଲିଚୁଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ବାଲିଚୁଆ ଗାଁର ଜଣେ ୨୫ ବର୍ଷୀୟ ଯୁବକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପୁଅ ମୃତ୍ୟୁରେ ମ୍ରିୟମାଣ ହୋଇ ଘଟଣାସ୍ଥଳରେ ସମ୍ପୃକ୍ତ ଯୁବକଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

  • Thursday, 22 July 2021
lightning
ବଜ୍ରପାତ ନେଲା ଜୀବନ: ଶୌଚ ପାଇଁ ଯାଇଥିବାବେଳେ ବଜ୍ରପାତ ଘଟି ୩ ମୃତ

ନବରଙ୍ଗପୁର: ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ ବଜ୍ରପାତ ହେବାରୁ ଦୁଇ ଭାଇଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ଚଟାହାଣ୍ଡି ପଞ୍ଚାୟତର ବାଉଁଶିଆଗୁଡ଼ା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ ବାଉଁଶିଆଗୁଡ଼ା ଗାଁର ଲଳିତ ବିନ୍ଧାଣୀ ଓ ତାଙ୍କ ସାନଭାଇ ମୋତିରାମ ବିନ୍ଧାଣି ଏବଂ ତାଙ୍କର ସାଙ୍ଗ କାଦମ ହରିଜନ। ଆଜି ସନ୍ଧ୍ୟାରେ ତିନିଜଣ ଯାକ ଶୌଚ କରିବାକୁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଏହି ସମୟରେ ହଠାତ୍ […]

  • Thursday, 22 July 2021
IMG-20200425-WA0028
ଓଡ଼ିଆ ହାସ୍ୟ ଅଭିନେତା ସୌମ୍ୟ ରଞ୍ଜନଙ୍କ ପରଲୋକ

ଆଠଗଡ଼: ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ସୌମ୍ୟ ରଞ୍ଜନ ପଣ୍ଡାଙ୍କ ପରଲୋକ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ତାଙ୍କ ଘର ଆଠଗଡ଼ ରଥଗଡା ଅଞ୍ଚଳରେ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ। କଟକ ସ୍ଥିତ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରି ଓଡିଶାରେ ବେଶ ସୁନାମ ଅର୍ଜନ […]

  • Thursday, 22 July 2021
matric exam
ବଢ଼ିବ ମାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର

ଭୁବନେଶ୍ୱର: ମାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର ବଢ଼ିବା ସହ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସାମାଜିକ ଦୂରତା ଅବଲମ୍ବନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି। କରୋନା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢ଼ାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ଖାତା ମୂଲ୍ୟାୟନକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ାଯିବ। ୱେଟିଂ ଲିଷ୍ଟରେ ଥିବା ପରୀକ୍ଷକଙ୍କୁ ଖାତାଦେଖା ଲାଗି ଡକାଯିବ। ଖାତାଦେଖା ଆରମ୍ଭର ୪୫ […]

  • Thursday, 22 July 2021
shop11
ଲକ୍‌ଡାଉନ୍‌ କୋହଳ କଲେ ଓଡ଼ିଶା ସରକାର: ଖୋଲିବ ଏହିସବୁ ଦୋକାନ

ଭୁବନେଶ୍ୱର: କରୋନା ଲକ୍‌ଡାଉନ୍ ବେଳେ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ମାତ୍ର ଏଥିରେ ଦ୍ୱନ୍ଦ୍ୱ ଉପୁଜିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ଆଜି ଟ୍ୱିଟ୍ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଥିଲା। ଅନ୍ୟପକ୍ଷରେ ଲକ୍‌ଡାଉନ୍‌ ବେଳେ ରାଜ୍ୟରେ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଦୋକାନ ଖୋଲା ହେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। […]

  • Thursday, 22 July 2021
corona virus photo
ଓଡ଼ିଶାରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ୟୁନିଟ-4 ମଧୁସୂଦନ ନଗରରେ। ତାଙ୍କ ବୟସ ୪୫ ବର୍ଷ ବୋଲି ଓଡିଶା  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 42କୁ ବୃଦ୍ଧି ପାଇଛି। One more Covid 19 positive case in Bhubaneswar. Male, 45 years, Madhusudan Nagar, Unit IV — […]

  • Thursday, 22 July 2021
Sarangi-final
ଲକ୍‌ଡାଉନ୍‌: ‘ଗାଡ଼ି ପାସ୍‌ର ନବୀକରଣ ଅନାବଶ୍ୟକ’

ଭୁବନେଶ୍ୱର: ଲକ୍‌ଡାଉନ୍‌ ପାଇଁ କମିଶନରେଟ୍ ପୁଲିସ୍‌ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଡ଼ି ପାସ୍‌ର ନବୀକରଣ ଅନାବଶ୍ୟକ। କୋଭିଡ୍-୧୯ ଜନିତ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି ପାସ୍‌ ବୈଧ ରହିବ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସବୁ ଗାଡ଼ି ପାସ୍‌ର ‌ଆଉ ନବୀକରଣର ଆବଶ୍ୟକତା ନାହିଁ। All vehicle passes […]

  • Thursday, 22 July 2021
bear
କଲେଜ କ୍ୟାମ୍ପସରେ ଭାଲୁ

ନୂଆପଡା: କଲେଜ କ୍ୟାମ୍ପସରେ ଭାଲୁ। ଗତକାଲି ନୂଆପଡ଼ା ସଦର ମହକୁମା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରକୁ ଏକ ଭାଲୁ ଚାଲି ଆସିଥିଲା। ଏହା ଦେଖି ଲୋକେ ଆତଙ୍କିତ ହୋଇ ପଡିଥିଲେ। ଭାଲୁଟି କଲେଜ କ୍ୟାମ୍ପସ ଭିତରେ ପ୍ରାୟ ୭ ଘଣ୍ଟା ଧରି ଏଣେ ତେଣେ ବୁଲିଥିଲା। ଖବର ପାଇ ନୂଆପଡା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ତଡ଼ିଥିଲେ। ତେବେ ଭାଲୁଟି କାହାରି କିଛି କ୍ଷୟକ୍ଷତି କରି ନାହିଁ। ବନ ବିଭାଗର କହିବା ଅନୁସାରେ, […]

  • Thursday, 22 July 2021
odisha
SC/ST ହଷ୍ଟେଲ ପିଲାଙ୍କୁ ଘରେ ପହଞ୍ଚାଇବା ପାଇଁ ହେବ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ସଂଧ୍ୟା ସୁଦ୍ଧା SC/ST ହଷ୍ଟେଲ ପିଲାଙ୍କୁ ଘରେ ପହଞ୍ଚାଯିବ। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ଗଠନ କରିଥିବା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଏନେଇ ସୂଚନା ଦେଇଛନ୍ତି। ଆଜି ସଂଧ୍ୟା ସୁଦ୍ଧା ପିଲାମାନଙ୍କୁ ସେମାନଙ୍କର  ଅଭିଭାବକଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ, ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ ଡାଉନ ନେଇ  ଘୋଷଣା ହୋଇଛି। ସେହିପରି ଆନ୍ତଃରାଜ୍ୟ ବସ୍‌ ଚଳାଚଳ […]

  • Thursday, 22 July 2021
777777777999
ପଶ୍ଚିମବଙ୍ଗରେ ସଡ଼କ ଦୁର୍ଘଟଣା; ଚାଲିଗଲା ୪ ଓଡ଼ିଆଙ୍କ ଜୀବନ

ଜଳେଶ୍ୱର (ଅଜିତ ଦାସ): ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅନ୍ତର୍ଗତ ନେକୁରସୁନିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଚାରି ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବୋଲି ଜଣାପଡ଼ିଛି। ଆଜି ଦିନ ସାଢ଼େ ୧୧ଟା ବେଳେ ଏହି ଦୁର୍ଘଟଣା ଘଟି ଥିବା ଜଣାପଡ଼ିଛି। ଏମାନେ ସମସ୍ତେ  କୋଲକାତାକୁ ରୋଷେଇ କରିବାକୁ ଯାଇଥିଲେ। ସେଠାରୁ […]

  • Thursday, 22 July 2021
chicken
ମାଗଣାରେ ବଣ୍ଟାଗଲା କୁକୁଡ଼ା

ବାଙ୍କୀ: ଗାଁ ଗାଁ ବୁଲି ମାଗଣାରେ କୁକୁଡ଼ା ବାଣ୍ଟିଲେ କୁକୁଡ଼ା ଫାର୍ମ ମାଲିକ। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଦୁର୍ଗାପୁର ଅଞ୍ଚଳର କିଛି କୁକୁଡ଼ା ଫାର୍ମ ମାଲିକ ଆଜି ଟ୍ରାକ୍ଟରରେ କୁକୁଡ଼ା ଆଣି ଲୋକଙ୍କୁ ମାଗଣାରେ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ମଧ୍ୟ ଭିଡ଼ ଜମାଇ କୁକୁଡ଼ା ନେଉଥିବା ନଜର ଆସିଛି। କରୋନାକୁ ନେଇ ଲୋକମାନେ କୁକୁଡ଼ା କିଣୁ ନ ଥିବା ଜଣାପଡ଼ିଛି। କୁକୁଡ଼ା ମାଂସ ଓ ଅଣ୍ଡା […]

  • Thursday, 22 July 2021
cloudy
ବର୍ଷା ସହ ବଜ୍ରପାତ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଦିନ ୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ ଓ ଜଗତସିଂହପୁର।

  • Thursday, 22 July 2021

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result